ମାୟା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୭
- ସ୍ଥିତି
- ସାର୍ବଜନୀନ (Public domain)
କିଏ ତୁମ୍ଭେ ମାୟାଧର କେତେ ମାୟା ଜାଣ,ମାୟା ତୁମ୍ଭ ମହାଛାୟା, ତୁମ୍ଭେ ମାୟାପ୍ରାଣ ।ଅଛ ତୁମ୍ଭେ ହିମାଦ୍ରିରେ ପୁଣି ରେଣୁ ମଧ୍ୟେ,ଛନ୍ଦେ ଅଛ, ସ୍ୱରେ ଅଛ, ଅଛ ଗଦ୍ୟେ, ପଦ୍ୟେ ।ମୂଳ, କାଣ୍ଡ ଶାଖାପତ୍ର ଶିରା ପ୍ରଶିରାରେ,ସର୍ବତ୍ର ବିରାଜ ତୁମ୍ଭେ ଜୀରାରେ ହୀରାରେ ।ନାସ୍ତିକ ଚଣ୍ଡାଳଠାରୁ ତପସ୍ୱୀ ପର୍ଯ୍ୟନ୍ତ,ସମସ୍ତଙ୍କ ପ୍ରାଣେ ତୁମ୍ଭ ସତ୍ତା ସ୍ଥିତିବନ୍ତ ।ଅଣୁରେ ତୁମ୍ଭଙ୍କୁ ସ୍ଥାନ ହୁଏ ନାହିଁ ଜାକ,ବ୍ୟାପିଛି ବ୍ରହ୍ମାଣ୍ଡଯାକ ନାହିଁ ତିଳେ ଫାଙ୍କ ।ତୁମ୍ଭେ ରୂପବନ୍ତ, ସାନ୍ତ, ଅରୂପ, ଅନନ୍ତ,ମହିମା ତୁମ୍ଭର ପ୍ରଭୁ ଅତିରୁ ଅତ୍ୟନ୍ତ ।ତୁମ୍ଭେ କାମଗତି, ପୁଣି ଗତିହୀନ ସ୍ଥାଣୁ,ମହାକାୟ ହସ୍ତୀ ତୁମ୍ଭେ, ଅଦୃଶ୍ୟ ଜୀବାଣୁ ।ମାୟାର କଳ୍ପନା ତବ ଏ ବିଶ୍ୱ ଭୁବନ,ଜୀବନ ବୋଲନ୍ତି ଯାକୁ ସେ ଦୀର୍ଘ ସ୍ୱପନ ।ମାୟାମୟ ମାୟା ତବ ଧାରଣାକୁ ବଳେ,ମାୟାରେ ଅଶେଷ ବିଶ୍ୱ ଗୁନ୍ଥିଛ କୌଶଳେ ।ମାୟାରେ ବାନ୍ଧିଛ ପୁଣି ସଂସାର ଶୃଙ୍ଖଳା,ଏ ବିରାଟ ସୃଷ୍ଟି ତବ ମାୟା-ଛାଞ୍ଚେ ଢ଼ଳା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ