ପର୍ବତ
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୦
- ସ୍ଥିତି
- ସାର୍ବଜନୀନ (Public domain)
କେତେ ଦିନ ଯୋଗମଗ୍ନ ଅଛୁ ରେ ଶିଖରି,ଜଗତରେ ଯୋଗୀ ଏକା ତୁହି ତୋହ ପରି ।ସମଭାବେ ସହି ବାତ୍ୟା ବୃଷ୍ଟି ଶୀତତାପ,ସତତ ଅଟଳ ରହି ଆଚରୁଛୁ ତପ ।କେ କହିବ ମୋତେ ଗିରି କେବଣ ଆଶାରେ,ସମ୍ଭାଷୁଛୁ ମହାକାଳେ ନୀରବ ଭାଷାରେ ।ସାଧୁ ପ୍ରାୟେ ଦିଶୁ ତୁହି ବାହ୍ୟେ ଅକୋମଳ,ମାତ୍ର ତୋର ଅଭ୍ୟନ୍ତର ଶୀତଳ ତରଳ ।ହେଲେହେଁ କଠୋର ରୁକ୍ଷ ନାରିକେଳ ଫଳମାତ୍ର ଗର୍ଭେ ନ ଧରେ କି ସୁମଧୁର ଜଳ ।କହ କହ ଗିରିରାଜ ମେଣ୍ଟୁ ମୋ ସନ୍ଦେହ,କାହୁଁ ଆଣି ସଲିଳ ତୁ ମଣ୍ଡିଅଛୁ ଦେହ ।କେମନ୍ତେ କହିବୁ ଅବା ନୋହୁ ତ ସ୍ୱତନ୍ତ୍ରଯନ୍ତ୍ରୀ ଜଣେ ଅଛି ତୋର ତୁ କେବଳ ଯନ୍ତ୍ର ।ଇତିହାସ-ଗ୍ରନ୍ଥ ତୁହି, ତୋହରି ବକ୍ଷରେ,ଖୋଦିତ ଘଟଣା କେତେ ଅଦୃଶ୍ୟ ଅକ୍ଷରେ ।ଅବା ମର୍ତ୍ତ୍ୟ-ଧନ୍ୱନ୍ତରୀ, ବହୁ ମହୌଷଧି,ବିତରୁଛୁ ଅକାତରେ ମରେ ନିରବଧି ।ତଟିନୀ କନ୍ୟାଏ ତୋର ପ୍ରଦାନି ଜୀବନ,କରୁଛନ୍ତି ମହୀରେ ତୋ ମହିମା କୀର୍ତ୍ତନ ।ଅସ୍ଥି ମାଂସ ସମ୍ପର୍କ ତୋ ପୃଥିବୀ ସହିତ,ମାତ୍ର ତୁ ପାର୍ଥିବ ବାତେ ନୋହୁ କଳୁଷିତ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ