ଇନ୍ଦ୍ରଧନୁ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୧
- ସ୍ଥିତି
- ସାର୍ବଜନୀନ (Public domain)
କେଡ଼େ ବାହାରିଆ ଦିଶେ ନଭେ ଇନ୍ଦ୍ରଧନୁ,ସପ୍ତରଙ୍ଗ ସୁରଞ୍ଜିତ ଢଳ ଢଳ ତନୁ ।କିପାଇଁ ରଚିଛି କିଏ ଏ ଚାରୁ ତୋରଣା,ଭାବି ଏହା ମହାଲୋକ ହୁଏ ବୁଦ୍ଧି ବଣା ।ସପତ ମୂରୁଜେ କିବା ଦିଗ-ତପସ୍ୱିନୀ,କାଟିଛି ତ୍ରିବଳି-ଚିତା ଭାଲେ ଓଜସ୍ୱନୀ ।ଏହାର ଉଦୟ ଅସ୍ତ ବାଦ୍ୟସ୍ୱର ପ୍ରାଏ,ଜାଣି ନୁହେଁ କାହୁଁ ଆସି କାହିଁ ଚାଲିଯାଏ ।ଜୀବନ ସ୍ଫୁଲିଙ୍ଗ ପ୍ରଭା ଦେଖାଇ ଏସନ,ମୁହୂର୍ତ୍ତକେ କାହିଁ ମିଶି ହୁଏ ଅଦର୍ଶନ ।ଜୀବନ-ପ୍ରଭାତୁ ଧନୁ- ଶୋଭା ଦେଖି ଦେଖି,ତଥାପି ନ ପାରେ କିପାଁ ଦିଦୃକ୍ଷା ଉପେକ୍ଷି ।ବୁଝିଲି ବୁଝିଲି ଏବେ ବୁଝିଲି ଏ ତତ୍ତ୍ୱ,ଉଦେ ହୁଏ ଘେନି ସେହୁ ନିତ୍ୟ ନୂତନତ୍ୱ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ