ପାନ୍ଥଶାଳା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୨
- ସ୍ଥିତି
- ସାର୍ବଜନୀନ (Public domain)
ନ ପୋଷୁ ସଂକୀର୍ଣ୍ଣ ଭାବ ତୁହି ପାନ୍ଥାଳୟ,ଶୁଦ୍ଧ-ସାମ୍ୟ-ନୀତି ସଦା କରିଛୁ ଆଶ୍ରୟ ।ଦୁଃଖୀ ଧନୀ ରୋଗୀ ସୁସ୍ଥ ମୂର୍ଖ ଜ୍ଞାନିଜନେ,ସମଭାବେ ପରିଚର୍ଯ୍ୟା କରୁ ସଯତନେ ।ଦେଖାଉଛୁ ଅଭିନୟ ସଦା ସଂସାରର,ଆସୁଛନ୍ତି ଯାଉଛନ୍ତି କେତେ ନିରନ୍ତର ।ଦଣ୍ଡେ ପରିଚୟ ପରେ କେ ଯାଉଛି କାହିଁ,କାହାରି ସମ୍ପର୍କ କିଛି କାହା ସଙ୍ଗେ ନାହିଁ ।ଭବ-ପାନ୍ଥଶାଳେ ରୁଣ୍ଡ ତଥା ପରିବାରସକଳେ ସ୍ୱତନ୍ତ୍ର ଶେଷେ କେ ନୁହେଁ କାହାର ।ମଣନ୍ତି ତୋ ଅଧିକାରୀ ହୋଇଣ କୁଣିଆ,ହସୁଥାଉ ଦେଖି ତୁ ଏ ବାତୁଳପଣିଆ ।ସେ ନୀରବ ମହାହାସ୍ୟ ଦେଖେ ଯେ ମାନବ,ବୁଝିଛି ସେ ପ୍ରଭୁତ୍ୱର ଅସ୍ଥାୟୀ ଗୌରବ ।ଭ୍ରମେ ଆପଣାର ବୋଲି ମଣେ ତୋତେ ନର,ମାତ୍ର ତୁ କାହାର ନୋହୁ, ନିଜେ ତୁ ନିଜର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ