ସମ୍ବାଦପତ୍ର
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୦
- ସ୍ଥିତି
- ସାର୍ବଜନୀନ (Public domain)
ଆସ ଦେଶଦୂତ କରେଁ କର ବିମର୍ଦ୍ଦନ,କି ବାର୍ତ୍ତା ଆଣିଛ କହ କରିବି ଶ୍ରବଣ ।ନୃପତି-ସଚିବ ତୁମ୍ଭେ ପ୍ରକୃତି-ସୋଦର,ସାଧାରଣ ଶିକ୍ଷାଦାତା ମାନବ ବିଶ୍ୱର ।ହସ କଉତୁକ ଆଦି ନାନା ରଙ୍ଗ ଧରି,ପ୍ରକାଶିତ ହୁଅ ଆସି ଇନ୍ଦ୍ରଧନୁ ପରି ।କିମ୍ବା ତୁମ୍ଭେ ମଧୁକୋଷ, ହୁଏ ଅନୁମିତ,ନାନାଫୁଲ ମଧୁ ଆସି ହୋଇଛି ସଞ୍ଚିତ ।ଅବା ତୁମ୍ଭେ ହେବ ଚଳ- ବିଶ୍ୱବିଦ୍ୟାଳୟ,ବିତରୁଛ ଘରେ ଘରେ ସୁଶିକ୍ଷାନିଚୟ ।ନବୋନ୍ନତି ନବାଦର୍ଶ ନବୀନ ସଭ୍ୟତା,ପ୍ରଚାରୁଛ ଦେଶେ ଆଣି ବିଦେଶୁ ସର୍ବଥା,ରାଜନୀତି ଧର୍ମନୀତି ସାହିତ୍ୟ ବିଜ୍ଞାନ,ଇତିହାସ ଲୋକଚିତ୍ର ଅପୂର୍ବ ଆଖ୍ୟାନ,ବହୁଶିକ୍ଷା ତୁମ୍ଭଠାରୁ ମିଳେ ଏକାଧାରେ,କଳି-କଳ୍ପ-ଗୀତା ତୁମ୍ଭେ ସମାଜସଂସ୍କାରେ ।ପ୍ରକୃତି ପ୍ରକାରେ ଧର ନିତ୍ୟ ନବ ଭାବ,ଦେଶ ପକ୍ଷେ ସତ୍ୟଶିବ ତବ ଆବିର୍ଭାବ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ