ନୀଳମାଧବ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୪ ମିନିଟ୍
- ଶବ୍ଦ
- ୫୭୧
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଭୁ ଶ୍ରୀ ନୀଳ ମାଧବ,ଖଣ୍ଡପଡା କିଲା ଧବ ।କଣ୍ଟିଲୋ ନାମ ଗ୍ରାମରେବାସ କରିଛ ସୁଖରେ ହେ ।୧।ଅତି ଉଚ୍ଚ ସେ ମନ୍ଦିର,ଗଠନ ବଡ ରୁଚିର ।ସୋପାନାବଳୀର ଶୋଭା,ଅଟେ କିବା ମନୋଲୋଭା ହେ ।୨।ମହାନଦୀର ଗର୍ଭକୁନେଇଛନ୍ତି ସୋପାନକୁ ।ମଣ୍ଡପ ଉପରେ ଉଭା,ହୁଅନ୍ତି ସେବକ ଯୁବା ହେ ।୩।ଦେଖୁଥାନ୍ତି ଜଳଯାନ,ନଦୀଗର୍ଭେ ଭାସମାନ ।ଆରପାରି ତାଳବନ,ଦିଶୁଥାଏ ଶୋଭାବନ ହେ ।୪।କାର୍ତ୍ତିକ ମାଘମାସରେ,ଆସନ୍ତି ବହୁତ ନରେ ।ମେଳା ମଉତ୍ସବ କରି,କୀର୍ତ୍ତନରେ ବସୁନ୍ଧରୀ ହେ ।୫।କମ୍ପାଇ ଦିଅନ୍ତି ବାରେ,କେ କାହାକୁ ମାନେ ହାରେ ।ଜଗନ୍ନାଥ କଳା ପରା,ନୀଳମାଧବରେ ଭରା ହେ ।୬।ପୂର୍ବପୂର୍ବ ନରପତି,କରିଥିଲେ ଯତ୍ନ ଅତି ।ଏଠାରେ ମହା ପ୍ରସାଦ,ପ୍ରବର୍ତ୍ତନ ହେବା ସାଧ ହେ ।୭।କି ବାଧା ହେଲା ପ୍ରବଳ,କ୍ଷାନ୍ତ ହେଲେ ମହୀପାଳ ।ଖଞ୍ଜା ଖଇରାତ ଅନ୍ନ,ଗରିବେ ହୁଏ ବଣ୍ଟନ ହେ ।୮।ପଶ୍ଚିମର ମହାଜନ,ରାସମଣ୍ଡପ ନିର୍ମାଣ ।କରି ଅକ୍ଷୟ କୀରତି,ଏ ପୀଠରେ ରଖିଛନ୍ତି ହେ ।୯।ଦିବ୍ୟ ସୁନ୍ଦର ବାସନ,ଏ ଗ୍ରାମେ ହୁଏ ଗଠନ ।ତାଲା କଞ୍ଚି ଭଳିଭଳି,ତା କୌଶଳ ନୁହେଁ କଳି ହେ ।୧୦।ଚର୍ଚ୍ଚିକା ପଣା ଯାତ୍ରାରେ,ବିକ୍ରି ବହୁତ ମାତ୍ରାରେ ।କେତେ ଯାଏ ନାଗପୁର,ପଶ୍ଚିମକୁ ବହୁଦୂର ହେ ।୧୧।ଏ ସ୍ଥାନର କାରିଗରେ,ପ୍ରଶଂସିତ ନାନାଠାରେ ।ଗୁଣୀର ଗୁଣ ଆଦର,ହୁଅଇ ଜ୍ଞାନୀ ପାଶର ହେ ।୧୨।ହୋଇଛି ବିକଳମନ,ବିନୟରେ ନିବେଦନ ।ପ୍ରଭୁ ଶ୍ରୀ ନୀଳମାଧବ,ମୋ ଦୁଃଖଟି ନିଅ ଜବ* ହେ ।୧୩।* କବ - ଟିକିଏଲିଙ୍ଗର ।ଜକଳାପାହାଡ ଆସିଲା,ମନ୍ଦିର କେତେ ଭାଙ୍ଗିଲା ।