ସତ୍ୟବାଦୀ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୨୧
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରୀଚରଣେ ସତ୍ୟବାଦି,ଶତ ପ୍ରଣିପାତେ ବନ୍ଦି ।ହୋଇଥିଲ ସାକ୍ଷୀ ଥରେ,ସ୍ମରିବ ହୃଦପଦ୍ମରେ ହେ ।୧।ଅଇଲ ଉତ୍କଳ ଦେଶ,ପାଇଚି ସେହି ସନ୍ଦେଶ ।ହେଲେ ହେବ ପରିହାସ,କହିବି ସେ ଇତିହାସ ହେ ।୨।ଏ ଦେଶୀ ଦୁଇ ବ୍ରାହ୍ମଣ,ଜଣେ ବଡ଼ ଜଣେ ସାନ ।ବିଦେଶେ କଲେ ଗମନ,ଧନ ଅର୍ଜନ କାରଣ ହେ ।୩।ମିଳିଲେ ଶ୍ରୀବୃନ୍ଦାବନ,ଯହିଁ ଗୋପୀନାଥ ସ୍ଥାନ ।ସେହି ବଡ଼ ଦ୍ୱିଜବର,ପୀଡ଼ାରେ ହେଲା କାତର ହେ ।୪।ସାନବ୍ରାହ୍ମଣେ ଚାହିଁଲା,ପ୍ରତିଜ୍ଞା କରି କହିଲା ।ମୋର ସେବାକାରୀ ହଅ,କରିବି ମୁ ଜ୍ୱାଇଁପୁଅ ହେ ।୫।କହୁଛି ନିୟମ ଧରି,ଗୋପୀନାଥେ ସାକ୍ଷୀ କରି ।ମୋ କନ୍ୟା ତୁମ୍ଭଙ୍କୁ ଦାନ,କରିବି ସତ୍ୟ ପ୍ରମାଣ ହେ ।୬।ସେ ଦ୍ୱିଜ ଧୈର୍ଯ୍ୟଧାରଣେ,ସେବା କଲେ ପ୍ରାଣପଣେ ।ବ୍ରାହ୍ମଣ ଭଲ ହୋଇଲେ,ସ୍ୱଦେଶେ ଦୁହେଁ ଆସିଲେ ହେ ।୭।ନିୟମ ଭଙ୍ଗ ହୋଇଲା,କନ୍ୟା ପ୍ରଦାନ ନୋହିଲା,ଭଲଲୋକେ ଦେଲେ ବାଛି,ଆଣ କିଏ ସାକ୍ଷୀ ଅଛି ହେ ।୮।ସାନବ୍ରାହ୍ମଣ ଆସିଲା,ଗୋପୀନାଥଙ୍କୁ ଡାକିଲା ।କହିଲା ହୋଇ ନିର୍ମାକ୍ଷୀ,ପ୍ରଭୁ ତୁମ୍ଭେ ମୋର ସାକ୍ଷୀ ହେ ।୯।ବ୍ରାହ୍ମଣ ସତ୍ୟ ଭାଙ୍ଗିଲା,କନ୍ୟା ପ୍ରଦାନ ନ କଲା ।ମୋ ସଙ୍ଗେ ମୋ ଦେଶେ ଯିବ,ସେଠାରେ ସତ୍ୟ କହିବ ହେ ।୧୦।ଗୋପୀନାଥ ବ୍ରାହ୍ମଣକୁ,କହିଲେ ପଛଆଡ଼କୁ ।ନ ଚାହିଁବୁ କହ ଯେବେ,ସଙ୍ଗେ ଯିବି ମୁହିଁ ତେବେ ହେ ।୧୧।ଶପଥେ ଦ୍ୱିଜ କହିଲା,ପଛ ଫେରି ନ ଚାହିଁଲା ।ସାନବ୍ରାହ୍ମଣର ସାଥେ,ଆସିଲେ ଶ୍ରୀ ଗୋପୀନାଥେ ହେ ।୧୨।ଅନେକଦିନ ଚଳିଲା,ବ୍ରାହ୍ମଣ ମନେ ଭାଳିଲା ।ଆସିଲେ କି ଏଥି ହରି;ଫେରିଲା ସନ୍ଦେହ କରି ହେ ।୧୩।ଦେଖିଲା ଶ୍ରୀ ଗୋପୀନାଥ,ଉଭା ହେଲେ ଚକ୍ରହସ୍ତ ।