ମୋ କ୍ଷୁଦ୍ର ଶକ୍ତି
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୯୦
- ସ୍ଥିତି
- ସାର୍ବଜନୀନ (Public domain)
ଭାଗବତ ବୃତ୍ତହେ ବ୍ରହ୍ମ ମଙ୍ଗଳ ଆକାର! ଏତିକି ପ୍ରାର୍ଥନା ମୋହର ।ତୁମ୍ଭ ଚରଣେ ଥାଉ ଭକ୍ତି, ଏହି ମୋହର କ୍ଷୁଦ୍ର ଶକ୍ତିତୋ ବରେ ହେଉ ବଳଶାଳୀ, ଭାଷା ସେବାରେ ଦେବି ଢାଳି ।ମୃତ୍କଣା ଘେନି ଉଇମାନେ ନିଯୁକ୍ତ ବାଲ୍ମୀକ ନିର୍ମାଣେ ।ଦେଖି ମୁଁ ଏହି ନିଦର୍ଶନ ମାତୃଭାଷାରେ ଦେଲି ମନ ।କାହିଁ ମୋ ସମ୍ପ୍ରତି ସମ୍ବଳ, ତୁମ୍ଭରି କୃପାରେ କେବଳପୋଷିଛି ହୃଦୟରେ ଆଶା, ସେବା କରିବି ମାତୃଭାଷା ।କାହିଁ ମୋ ଶକ୍ତି କ୍ଷୁଦ୍ରକାର, କାହିଁ ବା ଦେଶ ଉପକାର!ହେ ପ୍ରଭୋ! ତୁମ୍ଭ କରୁଣାରୁ ହେବାକୁ ପାରେ ଦୁବ ଦାରୁ ।ତୁମ୍ଭ କରୁଣା ପୋଷି ମନେ ଧାଇଁଛି ଅସାଧ୍ୟ ସାଧନେ ।ତୁମ୍ଭର ନାମକୁ ସମ୍ବଳ ହେ ପ୍ରଭୋ କରିଛି କେବଳ ।ସମ୍ପିଛି ତୁମ୍ଭ ପଦେ ପ୍ରାଣ, କରନ୍ତୁ ମୋତେ ପରିତ୍ରାଣ ।ଦେଇ ମୁଁ ସମସ୍ତ ଜୀବନ କରିବି ଆଦେଶ ପାଳନ ।ପଡ଼ିଲେ ଦୁଃଖ ଅନ୍ଧକାରେ ଆଶା ଭରସା ତୁମ୍ଭଠାରେ ।ରଖି ମୁଁ ଲଭଇଁ ସାନ୍ତ୍ୱନା, ଯାତନା ଯାଏ ନାହିଁ ଜଣା ।ତୁମ୍ଭକୁ ଛାଡ଼ି ମୋର ପ୍ରାଣ ହୋଇ ପଡ଼ଇ ମୁହ୍ୟମାନ ।ହେ ମହାପ୍ରଭୁ ଭଗବାନ! ତୁମ୍ଭ ଚରଣେ ଦିଅ ସ୍ଥାନ ।ଘରବାହୁଡ଼ା ବାଟୋଇରାଗ - କଳହଂସ କେଦାରପକ୍ଷୀଏ ଆକାଶରୁ ଗଲେଣି ଉଡ଼ି,ଅସ୍ତାଚଳରେ ସୂର୍ଯ୍ୟ ଗଲେଣି ବୁଡ଼ି,ଚତୁର୍ଦିଗରୁ ଘୋଟି ଆସେ ତିମିର,ବାହୁଡ଼ିଛି କୃଷକ କ୍ଳାନ୍ତଶରୀର ।୨ଗୋଗୋଷ୍ଠ ଦୃଶ୍ୟ ହୁଏ ନାହିଁ ପ୍ରାନ୍ତରେଗଲେଣି ବିଶ୍ରାମକୁ ବାହୁଡ଼ି ଘରେ,ଗୋଷ୍ଠରୁ ବଣା କାହିଁ ଗୋଟାଏ ଗାଭୀଟେକିଣ ପୁଚ୍ଛ ଗୃହେ ଧାଇଁଛି ରାବି ।୩ମାର୍ଗ ବୃକ୍ଷରେ କାହିଁ ରାବେ ଉଲ୍ଲୂକ,ମଣ୍ଡିତ ଡାଳ ପତ୍ରେ ଖଦ୍ୟୋତ ପୋକ,ବିଲୁଆ ବିଲ ମଧ୍ୟେ ଧାଏଁ ଚଞ୍ଚଳେଆହାର ଲୋଡ଼ିବାକୁ ଭୋକବିକଳେ ।୪ଆକାଶେ ଦୁଇ ଚାରି ଫୁଟିଛି ତରା,ଅଳସେ ଆଖି ମେଲି ଚାହୁଁଛି ପରା,ମାଡ଼ି ଆସେ ଅନ୍ଧାର ପ୍ରବଳ ହୋଇ,ନିର୍ଜନ ମାର୍ଗେ ଚଳେ ଏକ ବାଟୋଇ ।୫ଥକି ଗଲାଣି ଚାଲି ଦିବସଯାକ,କ୍ଷୁଧା ତୃଷ୍ଣାରେ ମୁଖୁଁ ନ ସ୍ଫୁରେ ବାକ୍ୟ,ସର୍ବାଙ୍ଗ ହୋଇଛି ତା ଧୂଳିଧୂସର,ପୋଷି ଚାଲିଛି ମନେ ଆଶା ମାତର ।୬ଗ୍ରାମକୁ ଲକ୍ଷ୍ୟ କରି ଅଛି ସେ ଧାଇଁ,ଆନ ଦ୍ରବ୍ୟରେ ଦୃଷ୍ଟି କିଞ୍ଚିତେ ନାହିଁ,ଦୃଷ୍ଟି ରଖିଛି ମାତ୍ର ଗ୍ରାମ ପ୍ରତି ସେ,ଚାହେଁ ଅନ୍ଧାର ମଧ୍ୟେ ଗ୍ରାମ କି ଦିଶେ ।୭ଅପାର ଦିନୁ ରହିଥିଲା ବିଦେଶେ,କାଟିଛି କାଳ ତହିଁ କାୟର କ୍ଳେଶେ,ପୋଷିଛି ଆଶା ମନେ ମିଳିବ ଘରେ,ଯୁତ୍ର କଳତ୍ରେ ଦେଖିବ ସେ ନେତ୍ରରେ୮ଗ୍ରାମର ଛାୟା ଦୂରୁ ଦିଶିଲା ନେତ୍ରେ,ନିବିଡ଼ ନୀରଦ କି ଉଦୟ କ୍ଷେତ୍ରେ,ଦିଶିଲା ତହୁଁ ଏକ କ୍ଷୀଣ ଆଲୋକ,ଶୁଭିଲା ଅଳ୍ପ ଗ୍ରାମ ମନ୍ଦିର ଶଙ୍ଖ ।୯ଗ୍ରାମ ପ୍ରାନ୍ତ ପ୍ରାନ୍ତରେ ବିଲୁଆ ଥୋକେମିଳି ରଡ଼ି ଛାଡ଼ନ୍ତି ହୋକେ ହୋ ହୋକେ,ଚିହ୍ନା ବିଲୁଆ ପରି ହେଲା ପରତେ,ଚଳିଲା ପୁଣି ବେଗେ ମନ ଉଷତେ ।୧୦ଗ୍ରାମରେ ମିଳି ନିଜ ଦ୍ୱାର ପାଶରେକପାଟେ ହାତ ମାରି ଡାକେ ଉଚ୍ଚରେ,ମାତ୍ର ତ ଦେଉ ନାହିଁ ଉତ୍ତର କେହି,ଅଥବା ଦେଉ ନାହିଁ କପାଟ ଫେଇ ।୧୧କିଛିକ୍ଷଣ ଉତ୍ତାରେ ତୁଣ୍ଡକୁ ବାରିଅଇଲା ଦ୍ୱାର ଫେଇ ଘରୁ ବାହାରିମଳିନବେଶା ଏକ ଛିନ୍ନବସନାଶିଶୁ ଯୁଗଳ କୋଳେ ଏକ ଲଳନା ।୧୨ସେ ତିନିଗୋଟି ପ୍ରାଣୀ ପ୍ରେମଗଦ୍ଗଦେପଡ଼ିଲେ ଯାଇ ସେହି ବାଟୋଇ ପଦେ,ଯେଉଁ ଆନନ୍ଦ ଜାତ ମୁଖକୁ ଚାହିଁ,କବି ଅକ୍ଷମ ତାହା ବର୍ଣ୍ଣିବାପାଇଁ ।୧୩ଜଗତ ସର୍ବ ସୁଖ ପ୍ରେମ ମାଧୁରୀସେହି ମିଳନେ ଅଛି ସମ୍ପୂର୍ଣ୍ଣ ପୂରି,ଏତିକି ସିନା ଜଗତର ବନ୍ଧନ,ଆବଦ୍ଧ ଛନ୍ତି ତହିଁ ସକଳ ଜନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି