ହିନ୍ଦୁ ବିଧବା
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୦୯
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - ଆଶାବରୀକେ ଗୋ ମା! ତୁ ବସିଅଛୁ ମଳିନବଦନା!ଶୟନେ ସ୍ୱପନେ ସାର ଜାଗ୍ରତେ ଭାବନା!ଜଗତ ସଂସାର ଦେଖୁଛୁ ତୁ ଶୂନ୍ୟମୟ,ଛିନ୍ନ ଭିନ୍ନ ହୋଇ ଯାଉଅଛି ତୋ ହୃଦୟ!ଅନାୟତ୍ତେ କେବେ ପଡ଼ି ଯାଉଛୁ ଭୂତଳେ,କେବେ ଉଚ୍ଚେ କାନ୍ଦୁଛୁ ଜୀବନ ବିକଳେ !କିଛି ମାତ୍ର ଆସ୍ଥା ରଖି ନାହୁଁ ତୁ ଜୀବନେ,ଅବିରଳ ଅଶ୍ରୁଧାରା ଝରୁଛି ନୟନେ !ଭୁଲ ନା ଭୁଲ ନା, ମା, ତୁ ହିନ୍ଦୁର ଲଳନା,ଉଠ ମା ଯତ୍ନରେ କର କର୍ତ୍ତବ୍ୟ ସାଧନା ।ଦେବ ତୁଲ୍ୟ ସେବୁଥିଲୁ ପତି ଶ୍ରୀଚରଣ,ଏବେ ସେହି ବ୍ରତ ହୋଇଅଛି ଉଦ୍ୟାପନ ।ସଂକଳ୍ପ କର ତୁ ଏବେ ପରସେବା ବ୍ରତ,ଢାଳି ଦେ ମା! ଜ୍ଞାନ, ଧ୍ୟାନ, ଦେହର ସାମର୍ଥ୍ୟ ।ଥିଲୁ ନାରୀ ହେବୁ ଦେବୀ, କି ଅଛି ଭାବନା,ତେଜ ତୁ ଇନ୍ଦ୍ରୟସୁଖଲାଳସା, ବାସନା!କାଢ଼ିପକା ଜନନ! ତୋ ଦେହ ଅଳଙ୍କାର,ମଣ ଏବେ ସେହି ସର୍ବ ଅଟେ ଦେହଭାର!ଲଲାଟ ସିନ୍ଦୂରବିନ୍ଦୁ ପକା ମା ତୁ ପୋଛି,ଆନନ୍ଦ ଉତ୍ସବ ଆଜିଠାରୁ ଯାଉ ଲୁଚି!ଜନନୀ! ତୋ ହେବ ଯହିଁ ଲଜ୍ଜା ନିବାରଣ,ପରିଧାନ କର ସେହି ମାତ୍ରକ ବସନସୁଖଭୋଜ୍ୟ ଦ୍ରବ୍ୟେ ତୋର ନାହିଁ ପ୍ରୟୋଜନ,ଆଜିଠାରୁ ହବିଷ୍ୟାନ୍ନ କର ତୁ ଗ୍ରହଣ ।ପାର୍ଥିବ ଅନିତ୍ୟ ସୁଖ ଯାଇଅଛି ସରି,କାଟ ମା ତୁ କାଳ ନିୟମିତ ବ୍ରତ ଧରି ।ଆଜି ଦିନଠାରୁ ମା ତୁ ହେଲୁ ସନ୍ନ୍ୟାସିନୀ,ଜପ ହରି ନାମ ମନ୍ତ୍ର ଦିବସ ଯାମିନୀ ।ଫେଇ ଦେ ମା ଯତ୍ନବଦ୍ଧ ମସ୍ତକର ବେଣୀ,ଲୁଠି ବୁଣିପଡ଼ୁ ପୃଷ୍ଠଦେଶେ ଜଟାଶ୍ରେଣୀ ।ପାର୍ଥିବ କଳଙ୍କ ତୋତେ ନ କରୁ ପରଶ,ପବିତ୍ର ସତୀତ୍ୱ ଧର୍ମ ମଣ ତୁ ସର୍ବସ୍ୱ ।ସତୀହ ପରମ ଧନ ଯତ୍ନେ ରକ୍ଷା କର,ବର୍ତ୍ତମାନ ଏକମାତ୍ର ସମ୍ବଳ ତୋହର ।ପିତୃକୁଳ ଶ୍ୱଶ୍ରୁକୁଳ ଉଦ୍ଧାର କାରଣେମନ ଦେ ଗୋ ନିୟମିତ ବ୍ରତ ଆଚରଣେ ।ଆପଣେ ଉଦ୍ଧରି କର କୁଳକୁ ଉଦ୍ଧାର,ଜୀବନରେ ବ୍ରହ୍ମଚର୍ଯ୍ୟ ବ୍ରତ କର ସାର ।ଅସାବଧାନ ତୁ ହେଲେ ଇନ୍ଦ୍ରିୟ ପ୍ରବଳେ,ପିତୃ ଶ୍ୱଶ୍ରୁ ବେନି କୁଳ ଯିବେ ରସାତଳେ!ବର୍ତ୍ତମାନ ତୋହ ପାଶେ ଆସି ଲୋକମାନେଭକ୍ତିରେ ପୂଜିବେ ଦେବୀ ଜନନୀ ସମାନେ ।ସାର କର ଜନନୀ ଗୋ! ପର ସେବା ବ୍ରତ,ମଣ ଲୋକଗଣେ ତୋର ପିତା, ପୁତ୍ରବତ ।ପ୍ରବଳ ହେଲେକ ଦେହସ୍ଥିତ ରିପୁଗଣ,ବିକଳରେ ପ୍ରଭୁ ପଦେ ପଶିବୁ ଶରଣ ।ଆଜିଠାରୁ ହେଲୁ ମା ତୁ ଦେବୀ ସନ୍ୟାସିନୀ,ଜନସମାଜରେ ହେବୁ ଆନନ୍ଦଦାୟିନୀ ।ତୋର ସ୍ୱାମୀ ଏବେ ରହିଛନ୍ତି ସ୍ୱର୍ଗବାସେ,ଅବଶ୍ୟ ମିଳିବୁ ତୁହି ଯାଇ ତାଙ୍କ ପାଶେ ।ତୋହର ସମ୍ପ୍ରତି କେହି ନାହିଁ ଆତ୍ମପର,ସଂସାର ସମସ୍ତ ଲୋକ ଆତ୍ମୀୟ ତୋହର ।ସାର କର ଜୀବନରେ ପରସେବା ବ୍ରତ,ବିସର୍ଜନ ଦେ ଗୋ ସୁଖ ଲାଳସା ସମସ୍ତ ।ସ୍ୱାମୀ ଛିନ୍ନ କରିଛନ୍ତି ପାର୍ଥିବ ବନ୍ଧନ,ମାତ୍ର ଛିନ୍ନ ହୋଇ ନାହିଁ ଆତ୍ମାର ମିଳନ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି