ମହାଯାତ୍ରା — ରାଧାନାଥ ରାୟ · ସ୍ୱର୍ଣ୍ଣଲିପିପ୍ରଥମ ସର୍ଗ
ପଙ୍କଜବାସିନୀ ଦେବୀ, ଉତ୍କଳଭାରତିସାରଳେ, କି କଲେ, କହ, କୁରୁଚୂଡ଼ାମଣି (୧)ଶୁଣିଲେ ଯେକାଳେ ବୀର ବାର୍ତ୍ତାହର ମୁଖେପ୍ରଭାସେ ଯାଦବଙ୍କର ଜ୍ଞାତି-କ୍ଷୟକାରୀ (୨)ମହାଦେବ, ଧୀରମଣି ଧୈର୍ଯ୍ୟ ଧରି, ଆହା,କେମନ୍ତେ ଶୁଣିଲେ ସେହି ଦାରୁଣ ବାରତା ?କି କଲେ ଶୁଣିଣ ଚିର-ବିପଦ-ବାନ୍ଧବଯଦୁବଂଶ-ଅବତଂସ ଯାଦବପତିର (୩)ତ୍ରିଦିବ-ପ୍ରୟାଣ-ବାର୍ତ୍ତା, କହ କୃପା ବହି,ଯଦୁବଂଶ ଧ୍ୱଂସ ଶୁଣି କୁରୁକୁଳମଣିଯୁଧିଷ୍ଠିର, କିରୀଟୀଙ୍କି କହିଲେ ସମ୍ବୋଧି,
(୧)
ସାରଳାଦେବୀଙ୍କ ମନ୍ଦିର ମହାନଦୀର ଅଦୂରବର୍ତ୍ତୀ ଝଙ୍କଡ଼ ଗ୍ରାମରେ ଅବସ୍ଥିତ, ଓଡ଼ିଶାରେ ଏହି ଦେବୀ ବିଦ୍ୟାର ଅଧିଷ୍ଠାତ୍ରୀ ରୂପେ ପ୍ରତିଷ୍ଠିତ, କୁରୁଚୂଡ଼ାମଣି-ଯୁଧିଷ୍ଠିର ।
(୨)
ପ୍ରଭାସ-ଦ୍ୱାରକାର ଅଦୂରବର୍ତ୍ତୀ ସମୁଦ୍ରକୂଳସ୍ଥିତ ତୀର୍ଥ । ଋଷି-ଅଭିଶପ୍ତ ଯଦୁବଂଶୀୟମାନେ ଏହିଠାରେ ସୁରାପାନରେ ମତ୍ତ ହୋଇ ପରସ୍ପର ଯୁଦ୍ଧ କରି ନିହତ ହୋଇଥିଲେ ।
(୩)
ଯାଦବପତି-ଶ୍ରୀକୃଷ୍ଣ ।‘‘ହେ ବୀର, ଦୁସ୍ତର କୁରୁ-ସମର-ସାଗରେ(ତିମି-ତିମିଙ୍ଗଳ-ରୂପେ ଭ୍ରମିଲେ ଭୈରବେଯହିଁ ମହାରଥିପତି ଭୀଷ୍ମ ଦ୍ରୋଣ ଆଦି) (୪)ଯେ ମହାପୁରୁଷ ନିଜ କୃପା-ତରଣୀରେପାରିକଲେ ପାଣ୍ଡବଙ୍କୁ କର୍ଣ୍ଣଧାର-ରୂପେ,ଚଳୁଥିଲେ ଅନୁକ୍ଷଣ ଶ୍ରୀକରେ ଯାଙ୍କରନ୍ୟାୟବଳ-ବଳରୂପେ କୋଟି କୋଟି ପ୍ରାଣୀ (୫)ଗଲେ ମର୍ତ୍ତ୍ୟଧାମ ତେଜି ନିଜ ଧାମେ ସେହିକେଶବ, କି ସୁଖେ ଆଉ ରହିବା ସଂସାରେ ?ସଂସାରର ଲୀଳା ଖେଳା ସରିଲା ଆମ୍ଭର,ସଂସାର-ବିଷୟ-ବିଷେ ଜରଜର ହୋଇସାରସତ୍ତ୍ୱ ପାସୋରିଣ ସାରିଲୁଁ ଆୟୁଷ,ଦୁଃଖମୟ ଭବ ସିନା, ମହାସୁଖ ବୋଲିବୋଲନ୍ତି ଜଗତେ ଯାକୁ, ଜଡ଼ିତ ସେ ସଦାମହାଦୁଃଖେ, ଆଲୋକ ସେ ଜଡ଼ିତ ତମସେ,ହତହେଲେ ସୁଯୋଧନ କୁରୁକ୍ଷେତ୍ର ଋଣେ (୩)ଜୟୀ ହୋଇ ଆମ୍ଭେ ତହିଁ ହେଲୁଁ ଜୀବନ୍ମୃତ, (୪)
(୧)
ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ଦୁର୍ଯ୍ୟୋଧନପକ୍ଷୀୟ ପ୍ରଧାନଯୋଦ୍ଧା ଥିବାରୁ ରଣସମୁଦ୍ରର ତିମି ତିମିଙ୍ଗିଳରୂପେ ବର୍ଣ୍ଣିତ ହୋଇଅଛନ୍ତି ।
(୨)
ନ୍ୟାୟବଳ-ଶତରଞ୍ଜଖେଳର ପୁତ୍ତଳିକା ।
(୩)
ସୁଯୋଧନ-ଦୁର୍ଯ୍ୟୋଧନ ॥
(୪)
ପାଣ୍ଡବପକ୍ଷ ଜୟୀ ହୋଇଥିଲେ ସତ୍ୟ, ମାତ୍ର ସେ ଜୟ ମଧ୍ୟ ଶୋଚନୀୟ ହୋଇଥିଲା, ପାଣ୍ଡବମାନଙ୍କର ପ୍ରଧାନ ଆତ୍ମୀୟ ଯଥା-ଦ୍ରୁପଦ, ବିରାଟ, ଧୃଷ୍ଟଦ୍ୟୁମ୍ନ, ଶିଖଣ୍ଡୀ, ଅଭିମନ୍ୟୁ, ଘଟୋତ୍କଚ, ଦ୍ରୌପଦୀଙ୍କ ପଞ୍ଚପୁତ୍ର ପ୍ରଭୁତି କୁରୁକ୍ଷେତ୍ରରେ ହତ ହୋଇଥିବାରୁ ଜୟୀ ପାଣ୍ଡବମାନେ ସୁଦ୍ଧା ଜୀବନ୍ମୃତ ପ୍ରାୟ ହୋଇଥିଲେ, ତେଣୁ ଯୁଧିଷ୍ଠିରଙ୍କ ସିଂହାସନ ‘ସନ୍ତାପର ସିଂହାସନ’ହୋଇଥିଲା ।
ପୁତ୍ର-ମିତ୍ର-ରକ୍ତ-ସ୍ରୋତେ ସନ୍ତରି ସନ୍ତାପେସନ୍ତାପର ସିଂହାସନ ହେଲା ସିନା ଲାଭ !ଭଙ୍ଗୁର ଭବର, ଭାଇ, ସୁଖ ଏହିପରି !ଧନ୍ୟ ସେହି ଅତନ୍ଦ୍ରିତ ଋଷିବୃନ୍ଦ ଭବେ, (୧)ବିଷୟବିମୁଖ ହୋଇ ସାଧନ୍ତି ଯେ ସଦାସୁଖବୃଦ୍ଧି ତୃଷ୍ଣାକ୍ଷୟେ, ତୃଷ୍ଣା-ଲୟେ ପୁଣିସୀମାତୀତ-ସୁଖରାଜ୍ୟେ ବିହରନ୍ତିମୁଦେ, (୨)
(୧)
ଅତନ୍ଦ୍ରିତ-ଜାଗରୂକ, ସଂସାରମାୟାରେ ଯେଉଁମାନେ ମୁଗ୍ଧ ନୁହନ୍ତି ।
(୨)
ବିଷୟୀ ଲୋକମାନେ ବିଷୟବୃଦ୍ଧିଦ୍ୱାରା ସୁଖୀ ହେବାକୁ ଚେଷ୍ଟା କରନ୍ତି, ଋଷିମାନେ ବାସନା କ୍ଷୟଦ୍ୱାରା ସୁଖୀ ହେବାକୁ ଚେଷ୍ଟା କରନ୍ତି, ବାସନା କ୍ଷୟ ହେଲେ ସୀମାବଦ୍ଧ ସୁଖ ଅସୀମ ହୁଏ, କ-ରାଶି ଶୂନ୍ୟଦ୍ୱାରା ବିଭକ୍ତି ହେଲେ ତାହାର ଭାଗଫଳ ଅସୀମ–ଏହି ଗାଣିତିକ ସୂତ୍ର ସହିତ ଏହି ଭାବର ସାଦୃଶ୍ୟ ।
ନିରୁଦ୍ବେଗେ ରହନ୍ତି ସେ କାଳକୁ ଅନାଇ,ଏ ଜୀବ ନୁହଇ ସ୍ଥିର, ସ୍ଥିରଟି ମରଣ,ମାଟିର ଏ ଘଟ ନିଶ୍ଚେଁ ମିଶିବ ମାଟିରେ,ସର୍ବହର କାଳ ମହାବଳିଠାରୁ ବଳୀ !କଠୋର ଏ ଧନୁ ତୋର, କଠୋର ଭୀମରମହାଗଦା, ଗ୍ରାସଇ ସେ ପକ୍ୱ-ରମ୍ଭା ପରି !ଲଗାଇଛି ଫାଶ ସେହୁ ସମସ୍ତଙ୍କ ଗଳେ-କି ରାଜା, କି ପ୍ରଜା, କିବା ବୀର, କିବା ଭୀରୁ,ଗୁଣୀ, ଗୁଣହୀନ ଅବା ସୁନ୍ଦର, କୁତ୍ସିତ,ଧନିକ, ନିର୍ଧନ, ଅବା ପ୍ରବଳ, ଦୁର୍ବଳ,ସେ ଗୁପତ ଫାଶୁଁ କେହି ନୁହନ୍ତି ମୁକତ,ଜନ୍ମିବା ଆଗରୁ ସେହି ଫାଶ ପିନ୍ଧି ଗଳେଭୂମିଷ୍ଠ ହୁଅଇ ଜୀବ ଜନନୀ-ଜଠରୁ,ନିଜ ଦିନ କ୍ଷୀଣ ଦେଖି ଦୁରନ୍ତ ସଂହାରୀଅତର୍କିତେ ସଂହାରିବ ଓଟାରି ସେ ଫାଶ, (୧)କାହାରି ବେଳକୁ କାଳ ଅନାଇଁ ନ ବସେ,ପାସୋରିଲେ ତାକୁ ସେହି କେବେ ନ ପାସୋରେଅଦ୍ଭୁତ ସେ ଚୋର, ତାକୁ ରୋଧିଲେ ତୋରଣ,ପାଚେରି ଲଙ୍ଘିଣ ପୁରେ ପଶେ ଅନାୟାସେ,ତାଲକ-କୀଳିତ ଗୃହେ ପଶେ ଅକୁଣ୍ଠିତେ (୨)ନ ଫିଟାଇ ସେ ତାଲକ, ଖଣ୍ଟଶିରୋମଣି,ସେ ଆସି ଖୋଜିବା ଆଗୁଁ ଏ ଭବରମାୟାତେଜି ହେ ବୀରନ୍ଦ୍ର, ଚାଲ ଖୋଜିବା କାଳକୁ ।’’
(୧)
କାଳ କାହାରି ସୁବିଧା ଅସୁବିଧା ସମୟ ଅସମୟ ପ୍ରତି ଦୃକ୍ପାତ କରେ ନାହିଁ, ନିଜର ସମୟ ବୁଝି ପ୍ରାଣୀମାନଙ୍କୁ କବଳିତ କରେ ।
(୨)
ତାଲକ-କୀଳିତ-ତାଲାଦ୍ୱାରା ବନ୍ଦ ।ବୋଇଲେ କିରୀଟୀ ତହୁଁ ଅଗ୍ରଜ ଛାମୁରେ,‘‘ହେ ଗୋସାଇଁ, ଛାଡ଼ି ନାହିଁ କାଳ କାହାରିକି,ସମସ୍ତଙ୍କୁ ଲୋଡ଼ି ନିଏ ଯଥାକାଳେ ଯେହୁ,ମୁଁ ଯାଇ ଲୋଡ଼ିବି ତାକୁ ତୁମ୍ଭରି ଗହଣେ,’’ଭୀମ, ବେନି ମାଦ୍ରୀସୁତେ କିରୀଟୀ-ବଚନେଜଣାଇଲେ ଅଭିମତ ପରମ ଆଗ୍ରହେ,ହିମାଦ୍ରି-ପ୍ରୟାଣେ ସର୍ବେ ବଳାଇଲେ ମନ,ଶୁଣି ଏ ସଙ୍କଳ୍ପ ଦେବୀ ଦ୍ରୁପଦନନ୍ଦିନୀସହଚରୀ ହେବାପାଇଁ ବାନପ୍ରସ୍ଥବ୍ରତେକଲେ ନାନା ମତେ ଅଳି ଭୂପତି-ଛାମୁରେ,କାନ୍ଦିଣ କହିଲେ ଦେବୀ ଗଦଗଦ ଭାଷେ-‘‘ପାଣ୍ଡବର ବନ୍ଧୁ ବୋଲି ବାନ୍ଧିଥିଲେ ବାନାଭୁବନେ ଯେ ମହାପ୍ରଭୁ, ସେ ପ୍ରଭୁ ବିହୁନେକେଉଁ ଲୋଡ଼ା ପାଣ୍ଡବର, ନାଥ, ଏ ସଂସାରେ ?କେଉଁ ଲୋଡ଼ା ଏ ସଂସାରେ ପାଣ୍ଡବ ବିହୁନେପାଣ୍ଡବ-ଶରଣା-ଦୀନା ଦ୍ରୁପଦକନ୍ୟାର ?କି ଲୋଡ଼ା ମୋହର ଅଶ୍ରୁସିକ୍ତ-ରାଜଭୋଗେ ?କି ସୁଖ, ହେ ପାଣ୍ଡୁନାଥ, ଏ ଦଗ୍ଧ ପରାଣେଗୃହେ ଥାଇଁ ? ଥାଉ ଗୃହ ଗୃହ-ସୁଖ ନେଇ,ରାଜ୍ୟ ରାଜସୁଖ ନେଇ, ଏ ବେନିଙ୍କି ଛାଡ଼ିଛାୟା ପ୍ରାୟ ତୁମ୍ଭ ସଙ୍ଗେ ବିଚରିବି ବନେ,ସୁଖୀ ଥିଲି ବନେ, ଦୁଃଖୀ ହେଲି ସିଂହାସନେ,ଦୁଃଖୀପାଇଁ ସ୍ଥାନ କାହିଁ ସଂସାର-ଗହଳେ ? (୧)ଦୁଃଖୀ ଲୋଡ଼େ ନିକାଞ୍ଚନ, ଦୁଃଖୀର ନୟନେସଂସାର-ସମ୍ପଦ ସିନା ମହାବିଡ଼ମ୍ବନା !ନଳିନୀ-ନୟନେ, ନାଥ ଯେସନେ ଚନ୍ଦ୍ରିକା,ଅକ୍ଷମ ସମ୍ପଦ ଦୁଃଖ ମେଣ୍ଟାଇବା ପାଇଁ ;ପକାଏ କେବଳ ମାତ୍ର କଣ୍ଟକ ସେ ପଥେସମବେଦନାର, ନାଥ, ଏହି ତାର ରୀତି ! (୨)ଭେଦାଭେଦ ବାରିବାର ପ୍ରାସାଦେ କୁଟୀରେସରିଛି ସେ ଦିନ ମୋର ଚିରଦିନ ଲାଗି,ନୁହଇଁ କେବଳ ମୁହିଁ ସମ୍ପଦ-ସଙ୍ଗିନୀପାଣ୍ଡବର, ପୂର୍ବେ ଯଥା ସେବୁଥିଲି ବନେଚରଣେ ତୁମ୍ଭର, ଏବେ ସେବିବି ସେମତେ,ଏହି ଭିକ୍ଷା ମାଗେ ଦାସୀ ଶ୍ରୀପଦେ ଗୋସାଇଁ,’’ବିଜ୍ଞମଣି ଯୁଧିଷ୍ଠିର ଯାଜ୍ଞସେନୀ-ବାଣୀଶୁଣି ଯିବାପାଇଁ ତାଙ୍କୁ ଦେଲେ ଅନୁମତି ।ତହୁଁ ରାଜସିଂହାସନେ ପରୀକ୍ଷିତଙ୍କର (୩)ଅଭିଷେକ-ବିଧି ରାଜା ଯତନେ ସମ୍ପାଦି,ବୈଶ୍ୟା-ଗର୍ଭଜାତ ଶାନ୍ତ ଧୃତରାଷ୍ଟ୍ରସୁତ
(୧)
ସଂସାରରେ ସମସ୍ତ ସ୍ୱାର୍ଥ ସଂଗ୍ରାମରେ ବ୍ୟତିବ୍ୟସ୍ତ, ଦୁଃଖୀ ଦୁଃଖରେ ସହାନୁଭୂତି ଦେଖାଇବାକୁ କାହାରି ଅବସର ନ ଥାଏ ।
(୨)
ଯେଉଁମାନଙ୍କର ସମ୍ପଦ ଅଛି ସେମାନେ ନିଜ ଦୁଃଖରେ ଅନ୍ୟର ସହାନୁଭୂତି ପାଆନ୍ତି ନାହିଁ-।
(୩)
ପରିକ୍ଷିତ ଅଭିମନ୍ୟୁ ପୁତ୍ର ।ଯୁଯୁତ୍ସୁଙ୍କୁ ନିୟୋଜିଲେ ପ୍ରତିନିଧିପଦେ (୧)ସାମ୍ରାଜ୍ୟ ଶାସନ ପାଇଁ ଶୈଶବେ ତାଙ୍କର,ତହୁଁ ବୃଦ୍ଧା ସୁଭଦ୍ରାଙ୍କୁ ରାଇ ନରସାଁଇକହିଲେ, ‘ଏ ଶିଶୁ, ଦେବି, ହେବ ଦଣ୍ଡଧରମୋର ଅନ୍ତେ ହସ୍ତିନାରେ ରାଜସିଂହାସନେ,ଏକମାତ୍ର କୁଳାଙ୍କୁର ଏହି-କୁରୁକୁଳେଗୋଟିଏ ପ୍ରସୂନ, ଆହା, ବିଶ୍ୱେ ବିଶ୍ୱ-ଗ୍ରାସି-କାଳ-ଦାବାନଳ-ମୁକ୍ତ କୁରୁବଂଶବନେ ! (୨)
(୧)
ଯୁଯୁତ୍ସୁ-ଧୃତରାଷ୍ଟ୍ରଙ୍କ ପୁତ୍ର, କୁରୁଯୁଦ୍ଧ ଆରମ୍ଭ ସମୟରେ ଯୁଧିଷ୍ଠିର ଧର୍ମଡ଼ାକ ଦେବାରୁ ଧର୍ମଭୀରୁ ଯୁଯୁତ୍ସୁ ଦୁର୍ଯ୍ୟୋଧନଙ୍କ ପକ୍ଷ ପରିତ୍ୟାଗ କରି ନିଜ ଦଳ ସହିତ ପାଣ୍ଡବ ଦଳରେ ମିଶିଥିଲେ ।
(୨)
ଯୁଦ୍ଧରେ ସମସ୍ତେ ନିହତ ହୋଇଥିବାରୁ ଏକମାତ୍ର ପରିକ୍ଷିତ ହସ୍ତିନା ସିଂହାସନର ଉତ୍ତରାଧିକାରୀ ଥିଲେ ।ଭବତଳେ ଜୀବନ୍ତ ଏ ଦୟା-ନିଦର୍ଶନକାଳଦର୍ପହାରୀ ଦେବ ଦୀନବନ୍ଧୁଙ୍କର !ପତି-ପିତୃ-ଭ୍ରାତୃ-ଶୋକେ ଆତୁରା ଉତ୍ତରାଅଶ୍ୱଥାମା-ଅସ୍ତ୍ରାନଳେ ତ୍ରସ୍ତ ହୋଇ ଯେବେବିକଳେ ଶରଣ ଗଲା ଶରଣ-ବତ୍ସଳ–ପାଦପଦ୍ମେ, ଚକ୍ରାୟୁଧ ଚକ୍ରର ଉଢ଼ାଳେଝଟତି ଆଚ୍ଛାଦି ସେହି ଦୁଃଖିନୀ ଗରଭବଞ୍ଚାଇଲେ ଶିଶୁସହ ଜନନୀ-ଜୀବନ,ପାଳିବ ଏ ଶିଶୁ, ଦେବି, ପରମ ଯତନେଗୃହାଶ୍ରମେ, ମୋର ଏହି ଅନ୍ତିମ ନିୟୋଗେ, (୧)ସୁଭଦ୍ରାଙ୍କୁ ଏହିରୂପେ ଆଦେଶି ନୃମଣିଆଚରିଲେ ଶ୍ରାଦ୍ଧବିଧି ମାତୁଳବଂଶର,ଉଗ୍ରସେନ, ବସୁଦେବ ଆଦି ଗୁରୁଜନେବିହିତ ବିଧାନେ ବିହି ପ୍ରେତ-ଜଳାଞ୍ଜଳି, (୨)ଅସ୍ତ୍ରଗୁରୁଙ୍କର ଗୁରୁ ବୃଦ୍ଧ ଭରଦ୍ୱାଜ, (୩)ବଦରିକାଶ୍ରମବାସୀ ଋଷି ଦ୍ୱୈପାୟନ (୪)(ଭାରତଭାରତୀ ଯାଙ୍କ ରସନା-ନର୍ତ୍ତକୀ),ସୂର୍ଯ୍ୟ-ଶିଷ୍ୟ ଯାଜ୍ଞବଲ୍କ୍ୟ ସଂହିତା-ପ୍ରଣେତା,ଯଜ୍ଞରତ ଜନକଙ୍କ ଗୁରୁ ପୁରାତନ, (୫)ମାର୍କେଣ୍ଡେୟ କଳ୍ପଜୀବୀ, ଦେବର୍ଷି ନାରଦ,ଅନନ୍ତେ ଅନନ୍ତ-ନାମ-କୀର୍ତ୍ତନ-ରସିକ, (୬)ଯା ସଙ୍ଗୀତେ ପ୍ରେମୋଲ୍ଲାସେ ପ୍ରସ୍ଫୁରଣ ଛଳେଲୋମାଞ୍ଚ ଲଭନ୍ତି ନଭେ ଜ୍ୟୋତିଷ୍କ-ମଣ୍ଡଳୀ,ଜ୍ଞାନୀନ୍ଦ୍ର ବାଦରାୟଣି ଆଦି ମୁନିଗଣେ (୭)ମହାଦରେ ଡାକି ରାଜା ଦେଲେ ନାନା ଦାନ-
(୧)
ଅନ୍ତିମ ନିୟୋଗେ-ଶେଷ ଆଦେଶରେ ।
(୨)
ଯୁଧିଷ୍ଠିର ଯଦୁବଂଶୀୟ ବସୁଦେବ ପ୍ରଭୁତିଙ୍କର ଭଣଜା ଥିଲେ ।
(୩)
ଭରଦ୍ୱାଜ ପାଣ୍ଡବମାନଙ୍କ ଅସ୍ତ୍ରଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ଗୁରୁ ଅର୍ଥାତ୍ ପିତା ।
(୪)
ଦ୍ୱୈପାୟନ-ବ୍ୟାସ, ମହାଭାରତ ପ୍ରଣେତା ।
(୫)
ଜନକଙ୍କ ଦୀକ୍ଷାଗୁରୁ ଯାଜ୍ଞବଲ୍କ୍ୟ ଭାରତବର୍ଷର ଜଣେ ପ୍ରଧାନ ସ୍ମୃତିକାର ।
(୬)
ଆକାଶରେ ଈଶ୍ୱରଙ୍କ ନାମକୀର୍ତ୍ତନରେ ରତ ।
(୭)
ବାଦରାୟଣି-ଶୁକଦେବ ।ଗୋ, ଭୂମି, କାଞ୍ଚନ, ରତ୍ନ, ବସ୍ତ୍ର, ଆଭରଣ,ଗଜ, ବାଜୀ ମହୋଜ୍ଜ୍ୱଳ ସ୍ୟନ୍ଦନାଦି କରିସ୍ୱର୍ଗତ ଶାରଙ୍ଗଧର କେଶବ ଉଦ୍ଦେଶେ; (୧)କୁଳଗୁରୁ କୃପାଚାର୍ଯ୍ୟ-ପଦେ ପରୀକ୍ଷିତେ (୨)ସମର୍ପି କହିଲେ, ‘‘ଗୁରୋ, ଦାସ-ଅନୁଦାସଏ ତୁମ୍ଭର, ଦୟା ବହି ବାଲ୍ୟେ ଯଥା ମୋତେଶିଖାଇଲ ଧନୁର୍ବେଦ, ଏହାକୁ ସେପରିଶିଖାଇବ, ଏହି ଭିକ୍ଷା ମାଗୁଛିଁ ପୟରେ,ଆହେ ରଣବିଶାରଦ ସେନାପତିଦଳ,ତୁମ୍ଭ ବାହୁ-ଛାୟା-ତଳେ ବଢ଼ୁ ଏ କୁମରମଣ୍ଡିବାକୁ ହସ୍ତିନାର ଶୂନ୍ୟସିଂହାସନ,ରଣମୁଖେ ଅଗ୍ରଯାୟୀ ଥିଲା ଯେ ତୁମ୍ଭର,ଯା ବିକ୍ରମେ ବିଚଳିତ ହୋଇ ରଣସ୍ଥଳେଲଙ୍ଘିଣ ସମର-ଧର୍ମ ଆଚାର୍ଯ୍ୟ ଆପଣେଅସମ ସମରେ ଯାର ସାଧିଲେ ନିଧନ,କୁରୁସେନା ବିମର୍ଦ୍ଦନ, ପରବ୍ୟୂହଭେଦୀମହାରଥୀ ଅଭିମନ୍ୟୁ-ହୃଦୟ-ଶୋଣିତବହୁଛି ଏ ଶିଶୁ ଦେହେ, ଏହା ନ ବିସୋରିରଖିବ ଶିଶୁକୁ ନିଜ ଦେହ ଆବରଣେ,
(୧)
ପରଲୋକଗତ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ, କୃଷ୍ଣଙ୍କ ଧନୁର ନାମ ‘ଶାର୍ଙ୍ଗ’ ଥିଲା ।
(୨)
କୃପାଚାର୍ଯ୍ୟ-ଦ୍ରୋଣଙ୍କ ଶ୍ୟାଳକ, ପାଣ୍ଡବମାନଙ୍କର ଅନ୍ୟତମ ଅସ୍ତ୍ରଗୁରୁ ।ନେତ୍ରେ ନେତ୍ର-ପତ୍ର ଯଥା, ପ୍ରମାଦ ସଙ୍କଟେ,ସାଙ୍ଗ ହେଲା ଆଜିଠାରୁ ରାଜପଣ ମୋର,ସମସ୍ତଙ୍କୁ କର ଯୋଡ଼ି ମାଗୁଛି ମେଲାଣି,ବନେ ଚରି ଆଚରିବି ଆରଣ୍ୟକ-ବ୍ରତ ।’’ବିଷଣ୍ଣ ସରବେ ହେଲେ ରାଜାଙ୍କ ବଚନେ,‘‘ରାଜ୍ୟ ତେଜିଯିବେ ରାଜା’’ ଏ ବାର୍ତ୍ତା ନବରେନବରୁ ନଗରେ, ତହୁଁ ବ୍ୟାପି ଜନପଦେ,ବୁଡ଼ାଇଲା ଶୋକୋଚ୍ଛ୍ୱାସେ ସମଗ୍ର-ମେଦିନୀ,ବୋଲାବୋଲି ହେଲେ ଲୋକେ ଯାର ଛତ୍ରତଳେଜାଣୁ ନ ଥିବେଟି ଜନେ, ନିର୍ଦ୍ଦୋଷ ଯାବତ,ରାଜଦଣ୍ଡ ଅଛି ବୋଲି; ଦୋଷୀ ଦେଖି ପୁଣିନ ସଂହାରି ବିହୁଥିଲା ସଂସ୍କାର ମାତରକରୁଣା-କୋମଳ-ନ୍ୟାୟ ଯାର ଏ ଜଗତେ,ତିନି ଲୋକେ ପୁଣ୍ୟଶ୍ଲୋକ ସେହି କୁରୁମଣିଯିବେ କି ଆମ୍ଭଙ୍କୁ ଛାଡ଼ି ? ଆହା ରେ ଦଇବସତେ କି ସାଧିବୁ ଦାଉ ତୁହି ଏତେ ଦିନେ !ହେ ଧର୍ମ, ହେ ସତ୍ୟ, ତୁମ୍ଭେ ହେଲଟି ଅନାଥକେ ଆଉ ନିଷ୍କାମେ ଧନ, ପ୍ରାଣ ମାୟା ତେଜିତୁମ୍ଭଙ୍କୁ ତୁମ୍ଭରି ଲାଗି ଭଜିବ ଏ ଭବେ ?ଦୟା, କ୍ଷମା, ତୁମ୍ଭେ ଏବେ ହେଲଟି ଅବୀରା !ଅବୀରା ମା ବସୁନ୍ଧରା ! -ଅବୀରା ସନ୍ତତିହେଲେ ସିନା ଏତେ ଦିନେ, ଦୀନହୀନ, ପ୍ରଜା,ଚଉଦିଗୁଁ ପ୍ରଜାପୁଞ୍ଜ ଆସି ଦଳେ ଦଳେ(ଚଉପାଶୁଁ ହ୍ରଦମୁଖେ ଗିରିସ୍ରୋତ ଯଥା)ନବର-ପ୍ରାଙ୍ଗଣ ପ୍ଳାବୀ ଲୋତକ-ପ୍ଳାବନେନୃପଙ୍କ ଛାମୁରେ କଲେ ରହିବାକୁ ଅଳି,ଭବର ଭଙ୍ଗୁରଭାବ ଜାଣି ଯୁଧିଷ୍ଠିରନିବେଶିଣ ଥିଲେ ଚିତ୍ତ ସୁଚେତା ଶାଶ୍ୱତେ, (୧)ତେଣୁ ପ୍ରଜାଙ୍କର ମାୟା ତୁଟିଲେ ସହଜେ ।ସମାଦରେ ଯଥାବିଧି ଆମନ୍ତ୍ରି ଭୂପତିସାମନ୍ତ-ରାଜନ୍ୟ ଦଳେ, ପୌର, ଜାନପଦେ,ମହାଯାତ୍ରା ଲାଗି ତହୁଁ ହେଲେ ସଜ୍ଜୀଭୂତଚାରିଭାଇ କୃଷ୍ଣା ସହ ; ବରାଙ୍ଗୁ ଉତାରିରତ୍ନମୟ ଶିରସ୍ତ୍ରାଣ, ସାରସ୍ୱତ ଭୁଷା,ବସନ ଭାସ୍ୱର ଯେହ୍ନେ ଗଢ଼ା ସୌରକରେ ;ପିନ୍ଧିଲେ ବକଳ ରାୟେ; ଭୀମ ସବ୍ୟସାଚୀ ;ଯାମକ ସୋଦର ବେନି, ପାଟମହାଦେଈଦ୍ରୁପଦ-ଦୁଲଣା ପଦ୍ମପଲାଶ-ଲୋଚନା,ବଳ୍କଳୀ ରାଜାଙ୍କୁ ଦେଖି ସର୍ବେ ହୃଷ୍ଟମନେସଜହେଲେ ସେହିକ୍ଷଣି ଆରଣ୍ୟକ-ଦେଶେ,ପୂର୍ବେ ଦ୍ୟୂତେ ପରାଜିତ ହୋଇ ପଞ୍ଚଭାଇକୃଷ୍ଣା ସଙ୍ଗେ ଯେଉଁ ବେଶେ ବାହାରିଣ ଥିଲେ
(୧)
ଶାଶ୍ୱତେ-ଭଗବାନଙ୍କ ପ୍ରତି,ପୁରୁଁ, ପୁରନାରୀବ୍ରଜ ପୁଣି ସେହି ବେଶେଦେଖି ସର୍ବେ ଜରଜର ହେଲେ ମହାଶୋକେ,ମର୍ମଭେଦୀ ହାହାକାର ପୂରିଲା ନବର,ମାତ୍ର ଏ ବିଷାଦେ ଭାଗୀ ନୋହିଲେ ଯାତ୍ରିକେ,ଥୋଇଥିଲେ ମନ ଯେଣୁ ମାୟା-ମୋହ-ପାରେତାମସ-ପ୍ରପଞ୍ଚାତୀତ ଅନାମୟଧାମେ,ଆଚରି ସେ କାଳୋଚିତ-ଯଜ୍ଞ ପାଣ୍ଡୁ ସୁତେଶୋଭାନା-ହସ୍ତିନା-ରୌପ୍ୟରସନା-ଜାହ୍ନବୀ-ଜଳେ ଯଜ୍ଞାନଳ ତହୁଁ କଲେ ଜଳସାତ,କୃଷ୍ଣା ସଙ୍ଗେ ପଞ୍ଚଭାଇ ବାହାରିଲେ ପୁରୁ,ଦିଶିଲା ଅନାଥା ପ୍ରାୟ ହସ୍ତିନା ନଗରୀବିକଳା, ଯେସନ ରାହୁଗ୍ରସ୍ତ ଶଶିକଳା,ଚୌଦିଗେ ଉଠିଲା ମହାଶୋକର ଚହଳ;ଉଦ୍ବେଳ ସାଗର ପ୍ରାୟ ଲକ୍ଷ ଲକ୍ଷ ପ୍ରଜାଗଳଦଶ୍ରୁନେତ୍ରେ, ପୁଣି ଦୀନହୀନ ବେଶେଉଚ୍ଚୈସ୍ୱରେ କାନ୍ଦି ସର୍ବେ ଚାଳିଲେ ଗହଣେ,ପାଦଚାରୀ ବଳ୍କଳିନୀ ଦ୍ରୌପଦୀଙ୍କୁ ଦେଖିବକ୍ଷେ କର ମାରି ଉଚ୍ଚେ କାନ୍ଦିଲେ ଅଙ୍ଗନାଅଳିନ୍ଦେ, ଗବାକ୍ଷେ, ଦ୍ୱାରେ, ପ୍ରସାଦଶିଖରେ;ଚାରି ସହୋଦର ପୁଣି ଯାଜ୍ଞସେନୀ ମେଳେଚାଲିଲେ ରାଜେନ୍ଦ୍ର ତେଜି କୁଳ ରାଜଧାନୀ;ସ୍ନେହବଶେ ଶ୍ୱାନଟିଏ ଚାଲିଲା ପଶ୍ଚାତେ,ଚାଲିଲେ ରାଜେନ୍ଦ୍ର ସହ ଲକ୍ଷ ଲକ୍ଷ ପ୍ରଜା,ପାତ୍ର, ମନ୍ତ୍ରୀ, ସଭାସଦ, ନବର-ନିଯୋଗ,ବହୁଦୂର ଯାଇ ଗୃହେ ବାହୁଡ଼ି ଯିବାକୁରାଜାଙ୍କ ବିନୟବାଣୀ ଶୁଣି ପୁନଃ ପୁନଃ‘ଆଉ ଖଣ୍ଡେ’ ‘ଆଉ ଖଣ୍ଡେ’ କହି କଲେ ଅଳିବାଷ୍ପାକୁଳ ନେତ୍ରେ, ବାଷ୍ପ-ଗଦ୍ଗଦ ବଚନେ;ପୋଷିଥିଲେ ଆଶା ଅବା ଫେରିବେ ପାଣ୍ଡବେକୁରୁପୁରେ, ବୃଥା ଆଶା, ଫେରଇ କି କେବେସିନ୍ଧୁଗାମୀ ସ୍ରୋତ, ଅବା, ରୁକ୍ମିଣୀର ରଥ ?ରବିଙ୍କି ଦିନାନ୍ତେ ଦେଖି ଅସ୍ତାଚଳ-ଚୂଡ଼େକୃପ ଯୁଯୁତ୍ସଙ୍କ ସଙ୍ଗେ ସର୍ବେ ବାହୁଡ଼ିଲେମହାଶୋକେ, ରାଜଶୂନ୍ୟ ପରେ ପୁରବାସୀ,ଉଲୁପୀ ନାଗେନ୍ଦ୍ର-ଜେମା ଜହ୍ନୁସୁତା ସ୍ରୋତେଝାସିଣ, ପଶିଲେ ତହୁଁ ଅତଳ ପାତାଳେ, (୧)ବାହୁଡ଼ିଲେ ପତିଶୋକେ ବିଧୁରା ସୁନ୍ଦରୀଚିତ୍ରାଙ୍ଗଦା ମଣିପୁରେ ନିଜ ଦଳବଳେ । (୨)
(୧)
ଉଲୁପୀ-ନାଗକନ୍ୟା, ଅର୍ଜୁନପତ୍ନୀ ।
(୨)
ଚିତ୍ରାଙ୍ଗଦା-ମଣିପୁର ଜେମା, ଅର୍ଜୁନପତ୍ନୀ ।
ଦ୍ୱିତୀୟ ସର୍ଗ
ତେଜି ପ୍ରପଞ୍ଚର ମାୟା ତହୁଁ ପଞ୍ଚଭାଇ (୧)ପାଞ୍ଚାଳୀ ସହିତେ ଆଗେ ଗଲେ ପୂର୍ବାଞ୍ଚଳେତୀର୍ଥାଟନ-ମହାବ୍ରତ ମନାସି ମାନସେ,ଏକାମାତ୍ର ଧର୍ମୋନ୍ମୃଖ ହୃଦୟ ତାଙ୍କର,ଆତ୍ମା ପରମାତ୍ମା ପ୍ରତି ନିରତେ ଧାବିତ,ବିଶ୍ୱାସରେ ମହାବଳୀ, କ୍ଳେଶ ମଣି ସୁଖଭ୍ରମିଲେ ଅସଂଖ୍ୟା ଗିରି, କାନ୍ତାର, କନ୍ଦରା,ନଦ, ନଦୀ, ମହାରଣ୍ୟ; ଅଗ୍ରେ ଯୁଧିଷ୍ଠିରଧର୍ମ୍ମବୀର, ସତ୍ତ୍ୱଗୁଣେ ଅଗ୍ରଣୀ ଜଗତେ,ବୟୋଜ୍ୟେଷ୍ଠ, ଗୁଣଜ୍ୟେଷ୍ଠ, ଶିଷ୍ଟ, ଶାନ୍ତମତି,ତାଙ୍କ ପଛେ ଭୀମ, ଭୀମ ପଛେ ଧନଞ୍ଜୟଧନୁଷ୍ପାଣି, ଚିର-ପୂର୍ଣ୍ଣ-ଦିବ୍ୟ-ତୂଣ-ଧାରୀ,ଯେଣୁ ସେହି ସର୍ବଜୟୀ ଧନୁତୂଣମାୟାତୁଟି ନ ପାରିଣ ସଙ୍ଗେ ଆଣିଥିଲେ ବଳୀ,ସେହି ଧନୁ, ସେ ତୂଣୀର ବୈରାଗ୍ୟ-ବିରୋଧୀ,ଚାଲନ୍ତି ଫାଲ୍ଗୁନି ପଛେ ମାଦ୍ରୀସୁତ ବେନି,ତାଙ୍କ ପଛେ ଯାଜ୍ଞସେନୀ ଗଜେନ୍ଦ୍ର-ଗାମିନୀ,
(୧)
ପ୍ରପଞ୍ଚ-ସଂସାର ।ରମଣୀ ସୀମନ୍ତ ରେଖା ରାମା ମହୀତଳେ,ସ୍ନେହ ଗୁଣେ ବଦ୍ଧ ଶ୍ୱାନ ଚାଲେ ସର୍ବ ପଛେ,ମଥୁରା କଳ୍ମଷ-ହରା ଜଗତୀରୁ ଯହିଁ (୧),ଦେଖୁଥିଲେ କୁତୂହଳେ ଯାଦବୀ ଯୁବତୀ,ଘନ-ନୀଳଦ୍ୟୁତି ଚକ୍ରବାକିନୀ ଯମୁନା,ହେମ-ଭକ୍ତିମତୀ କି ସେ ଅବନୀର ବେଣୀ; (୨)ପ୍ରୟାଗ, ପାବନ ଗଙ୍ଗା ଯମୁନା ସଙ୍ଗମେ,କଳ୍ପସ୍ଥାୟୀ କଳ୍ପବଟ ଛାୟାରେ ଶୀତଳ,ପତିଙ୍କ କୁଶଳ-ଭିକ୍ଷା ପତିପ୍ରାଣା ସୀତାକରିଥିଲେ ଯାର ମୂଳେ ବନଯାତ୍ରା-କାଳେ,ହରଶୂଳ-ଶିଖୋପରି ପୁରୀ ବାରାଣସୀ,ହର-ଶୈଳୋପମ ଯହିଁ ତୁଙ୍ଗ ସୌଧପନ୍ତିଦେଖନ୍ତି ବିମ୍ବିତ ମୁଖ ଜାହ୍ନବୀ-ଦର୍ପଣେ; (୩)ସରଯୂର ସ୍ରୋତେ ପୂତ ସାକେତ ନଗରୀରଘୁକୁଳ-ରାଜଧାନୀ ଧନ୍ୟା ଧନ୍ୟ ଗୀତେ; (୪)ବରେଣ୍ୟ ନୈମିଷାରଣ୍ୟ, ପର୍ଣ୍ଣାଶନ-ବ୍ରତୀ (୫)
(୧)
(୨)
ନୀଳ ଯମୁନା ଅବନୀର ବେଣୀ ପରି, ପୀତ ଚକ୍ରବାକମାଳା ସେହି ବେଣୀର ସୁବର୍ଣ୍ଣ ରଚନା ପରି ।
(୩)
କାଶୀ ହରଶୂଳଶିଖା ଉପରେ ଅବସ୍ଥାପିତ ବୋଲି ପୌରାଣିକ କିମ୍ବଦନ୍ତୀ ଅଛି ।
(୪)
ସାକେତ-ଅଯୋଧ୍ୟା, ରାମାୟଣରୂପୀ ଧନ୍ୟ ଗୀତଦ୍ୱାରା ଯାହା ଧନ୍ୟା ଅର୍ଥାତ୍ ପ୍ରତିଷ୍ଠିତା ।
(୫)
ନୈମିଷାରଣ୍ୟ- ଆଧୁନିକ ନାମ ନିମଖାର ।ଯତୀନ୍ଦ୍ରେ ଅଧ୍ୟାତ୍ମବାଦୀ ଅବିରେତେ ରତଯହିଁ ଆଧ୍ୟାତ୍ମିକ ଯାଗେ, ହୃଦ ବେଦି ଯହିଁ,ଆତ୍ମା ଯଜମାନ, ଶ୍ରଦ୍ଧା ପତ୍ନୀସ୍ୱରୂପିଣୀ,ତପ ବହ୍ନି, କାମ ଆଜ୍ୟ, କ୍ରୋଧ ଯଜ୍ଞପଶୁ,ଧୈର୍ଯ୍ୟଯୂପ, ତ୍ୟାଗ ହୋତା, ବଚନ ଉଦ୍ଗାତା,ସୋମରସ ସୁମଧୁର ଭକ୍ତି ଅଧୋକ୍ଷଜେ;ଗୟାପୁରୀ ପ୍ରତିଷ୍ଠିତ ଗୟାସୁର-ଶିରେ,ଯହିଁ ବହେ ଫଲ୍ଗୁ ଅନ୍ତଃସଲିଳା ତଟିନୀ;ରାଜଗିରି ବିରାଜିତ ଶତ ପ୍ରସ୍ରବଣେ, (୧)ଜରାସନ୍ଧେ ବଧିଥିଲେ ଗିରିଦୁର୍ଗେ ଯହିଁବାୟୁସୁତ ବୃକୋଦର କେଶବ କୌଶଳେ,ମହାଶକ୍ତି ପୀଠ ପୂତ ଭାଗୀରଥୀ-ତୀରେ,ବିରାଜନ୍ତି ଯହିଁ ଦେବୀ ନୃମୁଣ୍ଡମାଳିନୀ; (୨)ଲୌହିତ୍ୟା-ତରଙ୍ଗେ ଧୌତ ପ୍ରାଗ୍ଜ୍ୟୋତିଷପୁରୀ,ଲଭିଛି ଅଭିଖ୍ୟା ଯେହୁ କାମାଖ୍ୟା-ପ୍ରସାଦେ, (୩)ପାଣ୍ଡୁ ଜଳାରଣ୍ୟ ମଧ୍ୟେ କପିଳ-ଆଶ୍ରମ, (୪)ମହର୍ଷିଙ୍କ ରୋଷାନଳେ ହୋଇ ଭସ୍ମୀଭୂତ
(୧)
ରାଜଗିରି-ବେହାରର ଅନ୍ତର୍ଗତ । ଜରାସନ୍ଧର ଗଡ଼ ଏହିଠାରେ ଥିବାର କିମ୍ବଦନ୍ତୀ ଅଛି-।
(୨)
କାଳୀଘାଟ-କଲିକତାର ନିକଟବର୍ତ୍ତୀ ।
(୩)
ଲୌହିତ୍ୟା-ବହ୍ମପୁତ୍ର, ପ୍ରାଗ୍ଜ୍ୟୋତିଷ-ଆାସମ, କାମାଖ୍ୟାଦେବୀଙ୍କ ମନ୍ଦିର ଏହି ପ୍ରଦେଶରେ ଅବସ୍ଥିତ, ଅଭିଖ୍ୟା-ଶୋଭା ।
(୪)
ଗଙ୍ଗାସାଗର ଦ୍ୱୀପ ।ମୁକତି ଲଭିଲେ ଯହିଁ ସଗରସନ୍ତତିଭଗୀରଥତପଃଫଳେ, ଅବନୀପ୍ରବଣାତ୍ରିଲୋକପାବନୀ ଗଙ୍ଗା ପାବନ-ପରଶେ;ବର୍ଗଭୀମା-ଅଧିଷ୍ଠିତ ମହୀସ୍ୱର୍ଗୋପମା,ଇନ୍ଦ୍ରଚାପ-ଚାରୁ-ପୋତ-ପତାକା-ମାଳିନୀ,ଗଙ୍ଗାମୁଖେ ପୋତଧାତ୍ରୀ ତାମ୍ରଲିପ୍ତି ପୁରୀ, (୧)ବିପଣିବୀଥିକା ଯାର ସମୁଜ୍ଜ୍ୱଳ ସଦାଦ୍ୱୀପାନ୍ତରାଗତ-ମଣି-ମୌକ୍ତିକ-ପ୍ରବାଳେ;ପଞ୍ଚାଳେ, କୋଶଳେ ପୁଣି ବିଦେହେ, ମଗଧେ,ଅଙ୍ଗେ, ବଙ୍ଗେ ଏହି ମତେ ନାନା ସ୍ଥାନେ ଭ୍ରମି,ନାନା ତୀର୍ଥ ସେବି, ଶୂରେ ଆସିଣ ମିଳିଲେ,ଉତ୍କଳର ପ୍ରାଚ୍ୟ-ନୀର ପ୍ରାଚୀର-ଆକୃତି, (୨)ନୀଳ-ଫେନାକୁଳ-ତୁଙ୍ଗ-ତରଙ୍ଗ-ଭଙ୍ଗୁର,ନୀଳାଚଳତଟେ, ଯହିଁ ଲୋଟେ ବାରାନିଧି (୩)ଗମ୍ଭୀର ନିର୍ଘୋଷେ ଘୋଷି ବିଶ୍ୱ ଚରାଚରେ,ଗର୍ଜ୍ଜଇ କି ନିଜ ବିଷଜ୍ୱାଳା ଅସମ୍ଭାଳେଫଣୀନ୍ଦ୍ର ବାସୁକି ଅବା ଫଣାଶ୍ରେଣୀ ତୋଳି !
(୧)
ତାମ୍ରଲିପ୍ତିର ଆଧୁନିକ ନାମ ତମଲଖ, ଏଠାରେ ବର୍ଗଭୀମା ଦେବୀଙ୍କ ମନ୍ଦିର ପ୍ରତିଷ୍ଠିତ ।
(୨)
ଓଡ଼ିଶାରେ ପୂର୍ବଦିଗସ୍ଥ ଜଳପ୍ରାଚୀରରୂପୀ ।
(୩)
ନୀଳାଚଳ-ଶ୍ରୀକ୍ଷେତ୍ର ।ଅନନ୍ତ-ନୀଳିମାମୟ ସେ ଜଳକାନ୍ତାରେ (୧)ଉଲ୍ଲୋଳ କଲ୍ଲୋଳଲୀଳା ହେରି କୁତୂହଳେବୀରବୃନ୍ଦ ସର୍ବେ ହେଲେ ସ୍ତବ୍ଧ ବିସ୍ମୟେ !ସହସା ତରଙ୍ଗ ଭେଦି ଉଠିଲେ ଅଗ୍ରତେଦିବ୍ୟ-ବପୁଷ୍ମନ୍ତ ଜ୍ୱାଳାମାଳା-ବିଭୂଷିତଭାସ୍ୱର ପୁରୁଷ ଏକ ସାଗର ଉଦ୍ଭାସି,ଯା ଦର୍ଶନେ ବେଳାଭୂମିଚାରୀ ମୃଗଯୂଥେସଚକିତେ ମହାତ୍ରସ୍ତେ ପଳାଇଲେ ଦୂରେ,ମଧ୍ୟମପାଣ୍ଡବେ ଚାହିଁ ସେ ଦିବ୍ୟପୁରୁଷ (୨)ବୋଇଲେ, ‘‘ହେ ବୀର, ଚିହ୍ନିପାରିଲଟି ମୋତେ,ଦହିଣ ଖାଣ୍ଡବବନ ବାସବପାଳିତତୋଷି ମୋତେ, ଲଭିଥିଲ ଦେବ ଦୈତ୍ୟ ନରେଦୁର୍ଜୟ, ହେ ଜିଷ୍ଣ୍ରୁ, ଏହି କୋଦଣ୍ଡ ଗାଣ୍ଡୀବ, (୩)ଏ ଅକ୍ଷୟ ତୂଣଯୁଗ୍ମ, କର୍ଣ୍ଣ ରୂପେ ଯାହାକର୍ଣ୍ଣଧାରାରୂପେ ତୁମ୍ଭେ ଧରି ବରଭୁଜେପାଣ୍ଡବର ଆଶା-ତରୀ ପାରି କଲ ହେଳେଅକୂଳ ଅତଳ କୁସୁମର-ସାଗରେ,
(୧)
(୨)
(୩)
ଅଗ୍ନିଦେବ ଖାଣ୍ଡବଦହନ ସମୟରେ ଅର୍ଜୁନଙ୍କୁ ଗାଣ୍ଡିବଧନୁ ଓ ଅକ୍ଷୟତୂଣ ଦେଇଥିଲେ ।ପ୍ରଚେତା ଆୟୁଧାଗାରୁ ଅଚ୍ୟୁତ-ଆଦେଶେ (୧)ଆଣି ଦେଇଥିଲି ମୁହିଁ ଏହି ମହାଧନୁତୃଣ ସଙ୍ଗେ ଯେଉଁ କାର୍ଯ୍ୟେ, ସାଙ୍ଗ ସେ ଭୂତଳେ,ଏବେ, ମହାବାହୁ, ଆଉ ବହିବ କି ଲାଗିକରେ ଏହା ? ଉଚିତ ତା ଦେବାର ଫେରାଇ,ଫିଙ୍ଗିଦିଅ ପାରାବାରେ ତୂଣ ସଙ୍ଗେ ଧନୁ,’’ଅଗ୍ନିଙ୍କି ନମିଲେ ସର୍ବେ ପୟୋଧି-ପୁଳିନେ,ଅଗ୍ରଜ ସଙ୍କେତେ ତହୁଁ ପାର୍ଥ ମହାମତିଫିଙ୍ଗିଲେ ସାଗରେ ଧନ ବେନି ତୂଣ ସହ,ଆଦରେ ନୀଳାମ୍ବୁ ସ୍ୱାମୀ ପ୍ରସାରି ଅମ୍ବରେଉତ୍ତୁଙ୍ଗ-ତରଙ୍ଗ-ବାହୁ ନେଲେ ତା ତକ୍ଷଣେ,ବୁଡ଼ିଗଲା ଜଳେ ସେହି ଆଭାମୟ ଧନୁ,ମିଶିଯାଏ ମେଘେ ଯେହ୍ନେ ତ୍ରିବର୍ଣ୍ଣ ରଞ୍ଜିତଶକ୍ରଚାପ, ତଡ଼ିଲ୍ଲତା-ଶିଞ୍ଜିନୀ ସଂଯୁତ,ବିନୟେ ଅନଳଦେବେ ବିନୟଭୂଷଣପୁଚ୍ଛିଲେ ପାଣ୍ଡବପତି କୃତାଞ୍ଜଳିପୁଟେ,‘‘ଭୋ ଦେବ, ଏ କେଉଁ ସ୍ଥଳୀ ? କି ଲାଗି ଏଠାବେସିନ୍ଧୁ ଗର୍ଭେ ହୋଇଥିଲା ତୁମ୍ଭ ଆବିର୍ଭାବ ?’’ଉତ୍ତରିଲେ ଅଗ୍ନି, ‘‘ଏହା ନୀଳାଚଳ ଧାମ,ସୃଷ୍ଟି ଦିନୁ ଅପ୍ରସିଦ୍ଧ ଥିଲା ମହୀତଳେ,
(୧)
ପ୍ରଚେତା-ବରୁଣ,ମୁଁ ଥାଏଁ ଗୁପତେ ଯେହ୍ନେ ଭସ୍ମ ଆବରଣେ,ପ୍ରଭାସେ ଯେ ଦିନେ ହେଲା ଯଦୁବଂଶ କ୍ଷୟ,ଚତୁର୍ଭୁଜ ରୂପ ପ୍ରଭୁ ଧରିଲେ ସେକାଳେଯୋଗବଳେ ଯୋଗେଶ୍ୱର, ସାଙ୍ଗ ଦେଖି ଭବେଭୂଭାର ହରଣ-ବ୍ରତେ, ହେଲେ ପୁଲକିତ,ଏକମାତ୍ର ନିଜ କୁଳେ ପ୍ରଦ୍ୟୁମ୍ନେ ନିରେଖିଜୀବିତ, ଭକତ ବାକ୍ୟ ଫଳାଇବା ଲାଗିପେଷିଲେ ଆୟୁଧ ତାର ନିଧନ ମନାସି,ସଂହାରି ଶମ୍ବରରିପୁ, ନା ବାହୁଡ଼ି ଆଉ (୧)ଶ୍ରୀକରେ ତାଙ୍କର ଚକ୍ର, ଅମ୍ବର ଉଦ୍ଭାସି,ଦିଗବାଳେ, ବ୍ୟୋମଚରେ ହୋଇ ନମସ୍କୃତ,ମହାବେଗେ ଆସିଲା ସେ ରତ୍ନାକର କୂଳୁଁପୂର୍ବମୁଖେ, ହୀନପ୍ରଭ କରି ଦିନନାଥେ,(ହୀନାଂଶୁ ତାଙ୍କରି ତେଜେ ସୁଧାଂଶୁ ଯେସନ)ଏହି ଭଳି ଦୃଶ୍ୟ ବିଶ୍ୱେ ଦେଖିଥିଲେ ଥରେତେତ୍ରାଯୁଗେ ବିଶ୍ୱବାସୀ, ବିଶ୍ୱମ୍ଭରାସୁତ ।ସୁନ୍ଦରୀ-ସାମନ୍ତମଣୀ ସତୀ-ଶିରୋମଣି(ପୂତ ହେଲି ମୁହିଁ ଯାଙ୍କ ଶ୍ରୀଅଙ୍ଗ ପରଶେ (୨)ଲଙ୍କାପୁରେ) ସୀତା ସଙ୍ଗେ ଯେବେ ରଘୁବୀର
(୧)
(୨)
ଲଙ୍କାରେ ସୀତାଦେବୀଙ୍କ ଅଗ୍ନିପରୀକ୍ଷା ଏହି ଉକ୍ତିର ଲକ୍ଷ୍ୟ ।ଆଯୋଧ୍ୟାକୁ ବିଜେ ହେଲେ ଉଜ୍ଜ୍ୱଳ ପୁଷ୍ପକେନୀଳାମ୍ବରେ, ଦିଗ୍ବଳୟ ପ୍ଳାବି ପ୍ରଭାପୂରେ; (୩)ବିଶ୍ୱେ ତେଜସାର ଚକ୍ର-ଆଲୋକେ ସେକାଳେଆଲୋକିତ ହେଲା କ୍ଷଣେ ସୃଷ୍ଟିସୀମା ପାରେଆଦିମ-ତମସଗର୍ଭ, ତୋଜୋରୂପୀ ଯେତେ (୪)ରବି, ଶଶୀ, ଗ୍ରହ, ତାରା, ମୁହିଁ ଆଦି କରିଅନ୍ଧ ହୋଇଗଲୁଁ ସର୍ବେ ସେହି ତେଜପୁରେ,ସ୍ଫୁଲିଙ୍ଗ ତାଙ୍କରି ସିନା ମୁହିଁ ରାଜଋଷି,ପ୍ରସରିଣ ଥିଲା ଆଗେ ଅଶରୀରୀ-ବାଣୀଦେବଲୋକେ, କୃଷ୍ଣ କରୁଁ ଆସି ଚକ୍ରବରପଡ଼ିବ ଯେ ଠାବେ ତହିଁ ହେବ କଳିଯୁଗେଭାବଗ୍ରାହୀ-କେଶବର ଭାବୀ-ଅବତାର,ପତିତପାବନାବାନା ଉଡ଼ିବ ଭୂତଳେ;ଅବତରି ଏହିଠାରେ ତେଜକୁଳପତିସୁଦର୍ଶନ ବିଶ୍ୱଦ୍ରୋହୀ ଦନୁଜ-ଧର୍ଷଣ,‘‘ସିନ୍ଧୁଗର୍ଭେ ପ୍ରବେଶିଲେ ସଙ୍କୋଚି ସ୍ୱ ବପୁ,ତଥାପି ଉତ୍କଳ ହୋଇ ବାରି ଅସମ୍ଭାଳେପ୍ଲାବିଲା ଭୂଖଣ୍ଡ, ଖଣ୍ଡପ୍ରଳୟ ଆକାରେ,ଘୋର ନାଦେ ଚରାଚରେ ଉପୂଜାଇ ତ୍ରାସ,(୩) ପ୍ରଭାର ପ୍ଳାବନରେ ଚକ୍ରବାଳ ପ୍ଳାବିତ କରି ।(୪) ଆଦିମ ତମସଗର୍ଭ-ଆଦିମ ଅନ୍ଧକାରର ଗହ୍ୱର ।ମହାୟାସେ ପାଶୀ ତହୁଁ ଉର୍ମି-ପାଶଯୋଗେ’ଫେରାଇଲେ ନିଜରାଜ୍ୟେ, ରହିଗଲା ଯାହା,ହ୍ରଦାକାରେ ପରିଣତ ବେନି ଦିଗେ ଏବେନିମ୍ନଭୂମେ, ସର ପୁଣି ଚିଲିକା ଆଖ୍ୟାତ, (୧)ସେ ଦିନୁ, ହେ ପୁଣ୍ୟଶ୍ଳୋକ, ଲୋକେ ଏହି ସ୍ଥଳୀସିନ୍ଧୁତୀରେ ବୋଲାଉଛି ଚକ୍ରତୀର୍ଥ ନାମେ, (୨)ସଚେତନ ହରିହେତି ରହିବେ ସମ୍ପ୍ରତି (୩)ପାଶିପାଶେ, ଅବତୀର୍ଣ୍ଣ ହେଲେ ବିଶ୍ୱମ୍ଭର,ପୂର୍ବବିଧିମତେ ଯାଇ ଖଟିବେ ଶ୍ରୀପଦେ,ଆସିଥିଲି ଖଟଣିରେ ଶ୍ରୀଚକ୍ର ଛାମୁରେଆଜ ମୁହିଁ, ତେଣୁ ହେଲା ତୁମ୍ଭ ସଙ୍ଗେ ଭେଟ,ଭାଗ୍ୟଫଳେ ତୁମ୍ଭେ ଆସି ମିଳିଲ ଏଠାବେ,ପୁଣ୍ୟତମ ଏ ସୈକତ ବିଶ୍ୱ-ଚରାଚରେ, (୪)ବାଛି ନେଇଛନ୍ତି ଯାହା ନିଜେ ଲୀଳାମୟପୁଣି ମର୍ତ୍ତ୍ୟଲୀଳା ଲାଗି ଅଖିଳ ଭାରତେ;ପର୍ଣ୍ଣଦଳେ ଶ୍ରେଷ୍ଠ ଯେହ୍ନେ ପ୍ରସୂନ ଲଳିତ,ଶ୍ରେଷ୍ଠ ଏ ଉତ୍କଳଭୂମି ଗୁଣେ ଗରୀୟସୀ,
(୧)
ପୁରୀର ଏକ ପାର୍ଶ୍ୱରେ ଚିଲିକା, ଅନ୍ୟ ପାର୍ଶ୍ୱରେ ସର ହ୍ରଦ ଅବସ୍ଥିତ ।
(୨)
ଚକ୍ରତୀର୍ଥ-ପୁରୀସ୍ଥିତ ସ୍ୱର୍ଗଦ୍ୱାରରେ ଅଦୂରବର୍ତ୍ତୀ ।
(୩)
ହରିହେତି-ବିଷ୍ଣୁଙ୍କର ଆୟୁଧ ।
(୪)
ସୈକତ-ଶ୍ରୀକ୍ଷେତ୍ରେ ସିକତାମୟ ।ଯାମ୍ୟେ ଯାର ଋଷିକୁଲ୍ୟା, କପିଶା ଉତ୍ତରେ, (୧)ପଶ୍ମିମେ ଭାର୍ଗବାଶ୍ରମ ମହେନ୍ଦ୍ର-ଶିଖରୀ, (୨)ଚିରକୋଳାହଳମୟ ପୂର୍ବେ ପୟୋନିଧି,ପୁଷ୍ପକୁଣ୍ଡେ ଶ୍ରେଷ୍ଠ ତାର କେଶର ଯେସନେ,ଶ୍ରେଷ୍ଠ ଏ ନୀଳାଦ୍ରିଧାମ ସମଗ୍ର ଉତ୍କଳେ,(୩)ନିବସନ୍ତି ନାନା ସ୍ଥାନେ ଦେବଦେବୀ ଯେତେ,ଭାରତ, ଭାରତଖଣ୍ଡେ, ଆସି ଏ ପ୍ରଦେଶେବିହରିବେ ଠାବେ ଠାବେ ନିଜ ରୁଚିମତେ,ଠୁଳ ହେବେ ଅବଶେଷେ ପୁଣି ଏ ପୁଳିନେ,ଅଖିଳ ଭାରତ-ତୀର୍ଥ-ଭ୍ରମଣ-ସୁକୃତଲଭିବେ କଳିରେ ଲୋକ ଏହି ସ୍ଥଳେ ଭ୍ରମି;ମାନସୁଁ କଳୁଷ ମଳ ଯିବେ ଅପସରି,ମୋ ଯୋଗେ ସ୍ୱର୍ଣ୍ଣର ଯଥା, ଏ ତୀର୍ଥସେବନେସ୍ଫୁରିବ ଅମଳଜ୍ଞାନ, ଲଭି ପୂର୍ଣ୍ଣାହୁତିହୋମକୁଣ୍ଡେ ଜଳିଉଠେ ଯଥା ମୋର ଶିଖା,ଶଙ୍ଖ, ଚକ୍ର, ଗଦା,ପଦ୍ମ ହୋଇ ପ୍ରତିଷ୍ଠିତ ।
(୧)
ଯାମ୍ୟ-ଦକ୍ଷିଣଦିଗ, କପିଶା-ସୁବର୍ଣ୍ଣରେଖା ।
(୨)
ଉତ୍କଳର ପଶ୍ଚିମାଂଶସ୍ଥିତ ପର୍ବତମାଳାର ସାଧାରଣ ନାମ ମହେନ୍ଦ୍ର । ମଞ୍ଜୁଷା ଗଡ଼ ନିକଟରେ ଏହି ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ ଅଦ୍ୟାପି ମହେନ୍ଦ୍ର ନାମରେ ଅଭିହିତ । ମହେନ୍ଦ୍ର ପର୍ବତର ଯାମଦଗ୍ୟୁଙ୍କର ଆଶ୍ରମ ଥିଲା ।
(୩)
ନୀଳାଦ୍ରିଧାମ-ଶ୍ରୀକ୍ଷେତ୍ର ।ଚାରି ସ୍ଥଳେ, ବିରାଜିବ ଚାରି କ୍ଷେତ୍ରବର (୧)ଏ ଉତ୍କଳ କଳେବରେ ଏବେ ଦେବାଦେଶେ;ଆସିଲେଣି ସୁଦର୍ଶନ, ଶଙ୍ଖ ପଦ୍ମ ଗଦାରଖିଛନ୍ତି ରତ୍ନାକର ମହାଦରେ ଯାହା,(୨)ଦେବାଦେଶମତେ ମୁହିଁ ତାଙ୍କ ପାଶେ ଯାଇ,ଆଣି, ହେ ପାଣ୍ଡବରାଣ, ନିହିବି ଉତ୍କଳେ;ଇଚ୍ଛାଯେବେ, ମୋର ସଙ୍ଗେ ଚାଲ, ମହାବାହୁ !ଦେଖିବ ଅଶେଷ ତୀର୍ଥ ଗିରି ନଦ ନଦୀ,ଦେବଙ୍କ ବଚନେ ସର୍ବେ ପ୍ରସନ୍ନ ମାନସେଅବଗାହି ସିନ୍ଧୁଜଳେ ଉଦ୍ଦେଶେ ନମିଲେଭାବୀ-ମର୍ତ୍ତ୍ୟ ବଇକୁଣ୍ଠ-ସାଇଁ ପଦ୍ମପାଦେ,(୩)ଅହୋରାତ୍ର ରହି ତହିଁ, ଭାସିଲା ଯେକାଳେଉଷାର ସୀମନ୍ତମଣି ତାରା ପାହାନ୍ତିଆପ୍ରାଚୀକୂଳେ ଉର୍ମିଶିରେ (ଛାଡ଼ିଦିଏ ଯେବେନିଜ ପଲ ମହିଷାଳ ସିନ୍ଧୁ-ତୀରବାସୀ,ଚରିବାକୁ ବର୍ତ୍ମ-ଶୂନ୍ୟ ବେଣାପୂର୍ଣ୍ଣ ପାଟେପୁଣ୍ୟନୀରା ଭାର୍ଗବୀର) ନୀଳାଚଳ ତେଜି (୪)ଚାଲିଲେ ମହେନ୍ଦ୍ର ମୁଖେ ଅନଳ ସହିତେ ।
(୧)
ପୁରୀ ଶଙ୍ଖକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ଭୂବନେଶ୍ୱର ଚକ୍ରକ୍ଷେତ୍ର, ଯାଜପୁର ଗଦାକ୍ଷେତ୍ର ।
(୨)
(୩)
ମର୍ତ୍ତ୍ୟବୈକୁଣ୍ଠ-ଶ୍ରୀକ୍ଷେତ୍ର ।
(୪)
ଭାର୍ଗବୀ-ଶ୍ରୀକ୍ଷେତ୍ରର ଅଦୂରବାହିନୀ ନଦୀ । ପୂର୍ବକାଳରେଏହାର ତୀର ଦିଗନ୍ତବ୍ୟାପି ବେଣାପାଟରେ ପରିପୂର୍ଣ୍ଣ ଥିଲା ।
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ