ସପ୍ତମ ସର୍ଗ — ମହାଯାତ୍ରା — ରାଧାନାଥ ରାୟ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ସପ୍ତମ ସର୍ଗ
ଅଗ୍ନି-ସଙ୍ଗେ ସହ୍ୟଶୈଳେ ନିକାଞ୍ଚନେ ବସିକହନ୍ତେ ଏସନ ରାଜା ଫିଟିଲା, ସହସାଇନ୍ଦ୍ରଧନୁତୋରା-ଦିଲ୍ଲୀ-ତୋରଣ ଅଗ୍ରତେବଜ୍ରନାଦେ, ସିଂହନାଦେ କମ୍ପାଇ ମେଦିନୀବାହାରିଲେ ଦଳେ ଦଳେ ସେ ତୋରଣମୁଖୁଁଅସଂଖ୍ୟ ପଦାତି, ସାଦୀ, ଆଧେରଣ, (୧) ରଥୀ,ଭାଗୀରଥୀ ଭର୍ଗଜଟାମଣ୍ଡୁଳୁ ଯେସନେ; (୨)
(୧)
ଆଧୋରଣ-ଗଜାରୋହୀ,
(୨)
ଭର୍ଗ-ମହାଦେବ ।ଜଳେ ଜକଜକ ବର୍ମେ, ଚର୍ମେ, ବରାୟୁଧେ, (୧)ଧ୍ୱଜଦଣ୍ଡେ ପ୍ରଭାପୁଞ୍ଜ ଜିଣି ସୌଦାମିନୀ,ଖେଳେ ନାନାବର୍ଣ୍ଣ ରଙ୍ଗେ କେତନ-ଅଂଶୁକେ,ମହାରଣ୍ୟ ପ୍ରବାହିଣୀ ମହାନଦୀ-ସ୍ରୋତେକେଳିମଦେ ମତ୍ତ କରିକୁଳକରୋଚ୍ଛ୍ୱାସେ (୨)ଉଡ୍ଡୀନ ରଜତୋଜ୍ଜ୍ୱଳ ଜଳକଣାଜାଳେ (୩)ମଧ୍ୟାହ୍ନେ ଯେସନେ ଖେଳେ କୋଟି ଇନ୍ଦ୍ରଧନୁ,ସବାପଛେ ବିଜେ ବେନି ଅଶ୍ୱବାର ବୀରେଭାସ୍ୱରକୃପାଣପାଣି, ହେମବର୍ମଧାରୀ,ଅରାତିପ୍ରମାଥୀ ପୃଥୁ ଦିଲ୍ଲୀ-ଅଧିପତି,ଅମର୍ଷୀ ଅମିତତେଜାଃ ପର-ପୁରଞ୍ଜୟୀ,ତାଙ୍କ ପଛେ ଅଶ୍ୱାରୁଢ଼ା ସଂଯୁକ୍ତା ରୂପସୀ,ମୁକ୍ତକେଶୀ, ମୁକ୍ତାହାରା, ମଣିକିରୀଟିନୀ,ମନୋହରା, ଆହା, ଯେହ୍ନେ ଶାରଦୀୟ ଉଷାନୀହାରଭୂଷଣା କାବ୍ୟତାରାକୁନ୍ତଳିନୀପୁନର୍ବସୁ-ପୃଷ୍ଠେ ଉଦେ ପ୍ରାଚୀନଭଃପଟେ, (୪)
(୧)
ବରାୟୁଧେ-ଉତ୍କଷ୍ଟ ଅସ୍ତ୍ରରେ ।
(୨)
କେଳିମତ୍ତବନ୍ୟହସ୍ତିମାନଙ୍କର ଶୁଣ୍ଢର ଫୁତ୍କାରରେ ।
(୩)
ରୌପ୍ୟବତ୍ ଶୁଭ୍ର ଜଳଶୀକରର ଆସ୍ତରଣରେ ।
(୪)
ଶରତକାଳର ରାତ୍ରୀଶେଷରେ ପୂର୍ବଦିଗରେ ଅତ୍ୟୁଜ୍ଜ୍ୱଳ ଯୁଗ୍ମତାରା ପୁନର୍ବସୁର ଉଦୟ ହୁଏ-। ଏହା ତଳେ ପ୍ରଭାତୀ ତାରା ଲବହ ପ୍ରଭାତ ତାରା ତଳେ ଉଷାର ପାଟଳାର ଦୃଷ୍ଟ ହୁଏ ।
ଢଳ ଢଳ ଦିଶେ କାନ୍ତି, ଉନ୍ମୀଳିତ ଯଥାତୂଳିକାରେ ଚିତ୍ର, ଅବା ସଜ ସରସିଜସରସୀ-ନିର୍ମଳ-ନୀରେ ବାଳରବି-କରେ,କି ଅବା ସେ ଅଙ୍ଗଠାଣି, ଗଢ଼ିଛି ବିନ୍ଧାଣିସତେ କି କରୀନ୍ଦ୍ରରଦେ କୁନ୍ଦେ ତା ବସାଇ !କି ମଧୁରେ ଖେଳେ ମନ୍ଦହାସର ଚାନ୍ଦନୀବିଧୁବଦନୀର ଚାରୁ-ବଧୁଲୀ-ଅଧରେ !
କେତେ ରଙ୍ଗେ ଲୀଳାନୃତ୍ୟ କରେ କେତେମତେ
ଶ୍ରୀମୁଖପଙ୍କଜରଙ୍ଗେ ଭ୍ରୂଲତା-ନର୍ତ୍ତକୀ ! (୧)
କମଳ-ପାଟଳ-ଆଭା ଖେଳେ କ୍ଷଣେ କ୍ଷଣେ
ଅଯତ୍ନମଣ୍ଡନ, ଗଣ୍ଡଯୁଗେ, ଗଳଦେଶେ, (୨)
ମୋହିନୀର ଶ୍ରୁତିମୂଳେ ଅବତଂସ ବେନି
ସ୍ୱାତି ଚିତ୍ରା ତାରା କି ସେ ମୁଖଚନ୍ଦ୍ରପାଶେ ? (୩)
(୧)
ମୁଖ ରଙ୍ଗଭୂମି, ଭ୍ରୂଲତା ସେହି ରଙ୍ଗଭୂମିର ନର୍ତ୍ତକୀ ।
(୨)
ପାଟଳ ଆଭା, ଗଣ୍ଡ ଏବଂ ଗଳଦେଶର ଅଯତ୍ନସିଦ୍ଧ ଅଳଙ୍କାର ।
(୩)
ସ୍ୱାତି ଚିତ୍ରା ପରସ୍ପର ନିକଟବର୍ତ୍ତା ତାରା ।ନୀଳୋତ୍ପଳ-ନେତ୍ରଯୁଗ୍ମ ଆକର୍ଣ୍ଣ ବିସ୍ତରି ।ମାର-ଅସ୍ତ୍ରାଗାରରୂପେ ଭ୍ରୂ-ଖିଲାଣ ତଳେବିରାଜେ, ମନୋଜ ଯହୁଁ ଦ୍ୱିପ୍ରହର ଦିନେଧୃତି-ସମ୍ପତ୍ତିକି ଖଣ୍ଟ ଲୁଠେ ଅକୁଣ୍ଠିତେ,ଉଚ୍ଚ ଘଞ୍ଚ କୁଚକଳି ଆବୃତ କଞ୍ଚୁକେଚାରୁ କ୍ଷୀଣକଟୀ ବଦ୍ଧ ରତ୍ନସାରସନେ,ଉଚ୍ଚ କ୍ଷୀଣ ଏକ ପୁଣି ଆରେକ ସକାଶେ (୧)କାନ୍ତିକୁଳଦେବୀ ପ୍ରାୟେ ବିଜେ ସୀମନ୍ତିନୀ (୨)ସେନାକୁଳ ସେ ପ୍ରାନ୍ତରେ, ଇନ୍ଦୁକଳା ଯଥା (୩)ବିଜେ, ଆହା, ଉତ୍ତରଳସିନ୍ଧୁଦୀଚିଦଳେ, (୪)
(୧)
ସ୍ତନର ଉଚ୍ଚତାବଶତଃ କଟୀ କୃଶ ଦିଶୁଅଛି, ପୁଣି କଟୀ କୁଶତାବଶତଃ ସ୍ତନ ଉଚ୍ଚ ଦିଶୁଅଛି-।
(୨)
କାନ୍ତିକୁଳଦେବୀ-ଶୋଭାର ଅଧିଷ୍ଠାତ୍ରୀ ଦେବତା ।
(୩)
(୪)
ସମୁଦ୍ରଲହରୀ ସହିତ ସୈନ୍ୟମାନଙ୍କର ଏବଂ ଇନ୍ଦୁକଳା ସହିତ ସଂଯୁକ୍ତାର ଉପମା ।
(୫)
ଦେବସେନାପତି-କାର୍ତ୍ତିକେୟ ।ପ୍ରତିହୃଦେ ପ୍ରତିଫଳି, ସେ ଶୋଭା-ପିତୁଳୀଶୋଭିଲା ସେ ବୀଚିବକ୍ଷେ ଯଥା ବିଧୁଚ୍ଛବି,ରୂପେ ଦେବ ସେନାପତି (୫) ଦେବ ସେନାପତିପୃଥୁ, ପୃଥୁପ୍ରେୟସିଙ୍କି ସେ ତୋରଣମୁଖେଦୂରୁଁ ଦେଖି, ନିଜ ନିଜ ବାହିନୀ ସହିତେନାନାଦେଶୀ ସେନାପତି ବନ୍ଦିଲେ ସାଦରେବୀର-ବୀରାଙ୍ଗନା ପଦ ସର୍ବେ ଯଥାବିଧି,ସମସ୍ତଙ୍କୁ ଦିଲ୍ଲୀପତି ସସ୍ମିତେ ସମ୍ଭାଷିଆରମ୍ଭିଲେ ମହୋତ୍ସାହେ ରଣର ମନ୍ତ୍ରଣାରଣପ୍ରିୟ, ମାତ୍ର ସେହି ଉତ୍ସାହର ବିଭାବିମ୍ବିତ ନ ଦେଖି ସେନାପତିଙ୍କ ବଦନେ,କ୍ଷୁଣ୍ଣ ହେଲେ ବୀରମଣି ବିସ୍ମୟେ-ବିଷାଦେ;ବୀର୍ଯ୍ୟପୁଷ୍ଟ ଆର୍ଯ୍ୟପଣ ଫିଙ୍ଗି ପୃଷ୍ଠଦେଶେଆର୍ଯ୍ୟବୀରେ, ଭୀରୁମତି କଳି ଉତ୍ପୀଡ଼ନେ,ଭୀରୂଚିତ (୧) ବର୍ଣ୍ଣେ ଚିତ୍ରି ରଣ-ବିଭୀଷିକାସର୍ବେ କଲେ ଅଳି ଦିଲ୍ଲୀପତିଙ୍କ ଛାମୁରେପରିହାର ଯାଚିବାକୁ ପରିପନ୍ଥି-ପଦେ (୨)ମାନବ୍ୟୟେ, ଧିକ୍କାରିତ ପ୍ରାଣର ଭିକାରୀ;ପ୍ରାଣରଙ୍କ, ଭୟାତୁର, ଅଦୂରଦରଶୀ,ହୀନଚେତାଙ୍କର ଏହି ହୀନମତି ଦେଖି,
(୧)
(୨)
ପରିପନ୍ଥି-ଶତ୍ରୁ ।ଏ ହୀନ ମନ୍ତ୍ରଣା ଶୁଣି, ରୋଷେ ଆର୍ଯ୍ୟମଣିଅମର୍ଷୀ ସମ୍ବୋଧି ତାଙ୍କୁ, ସମ୍ବୋଧି ବାହିନୀ,କହିଲେ ଏସନ ବୀର ବୀରୋଚିତ ବୀରେ–‘‘ଏହି କି ସେ ଆର୍ଯ୍ୟଭୂମି ? ଏ ଭୂମିର ସୁତତୁମ୍ଭେଟିକି ଆର୍ଯ୍ୟାନାମ-ଦାୟାଦ ଜଗତେ ? (୧)ବିନା ଯୁଦ୍ଧେ ନଦେବାର ସୂଚୀଗ୍ରମେଦିନୀ (୨)ପଣ ଯେଉଁ ଆର୍ଯ୍ୟଙ୍କର, ତାଙ୍କରି ଶୋଣିତବହେ ଟିକି, ଆହେ ଯୋଧେ, ତୁମ୍ଭ ଧମନୀରେ ?ଧିକ ! ଧିକ ! ଶତ ଧିକ ! ଧିକ ଏ ମନ୍ତ୍ରଣା !ଏ ହୀନ ମନ୍ତ୍ରଣା, ଭୀରୁ-ପାମର-ଉଚିତ,ଉଚ୍ଚାରି ଯା କଲ ଶରେ ଅପବିତ୍ର ଆଜନିଜ ମୁଖ, ଶ୍ରୋତା କର୍ଣ୍ଣ, ଆର୍ଯ୍ୟବଂଶଧରେ !ଅବା ଅଭାଜନ ତୁମ୍ଭେ ଏ ନାମ ଧାରଣେ ?ଭୀରୁତା ଯେ, ସେହି ସିନା ବୀରର ମରଣ (୩)ଭୀରୁଭାବ ବହି ତୁମ୍ଭେ ମୃତ ଏ ଜଗତେ,ଲୋଡ଼ଇ କି କେହି କେବେ ମୃତର ମନ୍ତ୍ରଣା ?ପଳାଇ ଏ ରଣସ୍ଥଳୁ ରହିବ କି ଜୀଇ
(୧)
(୨)
(୩)
ଦୁର୍ଯ୍ୟୋଧନର ପ୍ରସିଦ୍ଧ ପଣ,ଭୀରୁତା ହିଁ ବୀରମାନଙ୍କ ମୃତ୍ୟୁ,ଚିରଦିନ ଭବେ ? ଯେବେ ନାହିଁ ସେ ଦୁରାଶା,ନିଜ ମୁଖ, ପିତୃ ନାମ, ବୃଥା କଳଙ୍କିତକରିବ ଏ ରୂପେ କିପାଁ ପ୍ରାଣରଙ୍କ ମୂଢ଼େ ?ଦିଗ୍ବିଜୟୀ-ଆର୍ଯ୍ୟସିଂହ-ଔରସେ ଜନମିହେଲ କି ଅକ୍ଷମ, ଆହା, ନିଜସ୍ୱରକ୍ଷଣେ ?ହିମଊର୍ଜସ୍ୱଳ-ଭୀମ-ହ୍ରିମାଦ୍ରି-ପ୍ରାଚୀରେଦୁର୍ଗମି ଭାରତ ଦୁର୍ଗ କାପୁରୁଷହାତେ,କେ କହିବ ମୋତେ, କିପାଁ ଅର୍ପିଲେ ବିଧାତା ?ହା ଦୈବ ! ଜମ୍ବୁକ ପଶି ହର୍ଯ୍ୟକ୍ଷ-ଗୁହାରେ,ଏଡ଼େ ମାୟା ପ୍ରାଣେ ଯେବେ, ତେଜି ରଣଭୂମିସଂଖ୍ୟାଳିସ୍ୱରୁପେ ତୁମ୍ଭ ରଙ୍କ ପ୍ରାଣ ନେଇ,ବାନ୍ଧି ରଖ ଗୃହେ ଯାଇ ନାରୀ ବସ୍ତ୍ରାଞ୍ଚଳେ,ହେ ନାରୀଏ, ଘୁଣାକ୍ଷରେ ନରଦେହଧାରୀ ! (୨)ବାହୁଡ଼ ସ୍ୱଗୃହେ ବେଗେ କଳଙ୍କିତମୁଖେ,ଲାଙ୍ଗୁଳ ସଙ୍କୋଚି ଶ୍ୱାନ ପଳାଏ ଯେସେନେ,ବାହୁଡ଼ ସ୍ୱଗୃହେ ବେଗେ, ଖଡ୍ଗ, ଶୂଳ ଆଦିଭୂଷଣ ନ ହୋଇ ଯାହା ମହାଭାର ଏବେ (୩)
(୨)
ହେ ନାରୀଏ-ଅବଜ୍ଞାବ୍ୟଞ୍ଜକ ସମ୍ବୋଧନ, ଘୁଣାକ୍ଷରରେ ନରଦେହଧାରୀ, ମାତ୍ର ବସ୍ତୁତଃ ନାରୀ ।
(୩)
ଅସ୍ତ୍ର ବୀରମାନଙ୍କର ଭୂଷଣ, ମାତ୍ର କାପୁରୁଷଙ୍କ ପକ୍ଷରେ ଭାର ଅଟେ ।ତୁମ୍ଭ ଭୀରୁ ହାତେ, କରି ଫାଳେ ପରିଣତ,ଫିଙ୍ଗିଦିଅ ଏହି ଢାଲ, କି ଲୋଡ଼ା ଏ ଢାଲେ ?ତୁମ୍ଭଯୋଗ୍ୟ ଢାଲ ସିନା ଚିତ୍କାର, ଲୋତକ !ସେହି ଢାଲେ ଆତ୍ମରକ୍ଷା ଆଚରିବ ଏବେ !ବିଳାସରେ କ୍ଷେତ୍ର ନୁହେଁ ସଂଗ୍ରାମ-ଅଗଣା,ତପସ୍ୟାର କ୍ଷେତ୍ର ଏହୁ, ତପସ୍ୱୀକାଂକ୍ଷିତ,ବିପଦର ଯଜ୍ଞବେଦୀ, ଜୀବନ ଆହୁତିଦିଅନ୍ତି ଆହ୍ଲାଦେ ଯହିଁ ଯଶୋଲିପ୍ସୁ ବୀରେ;ତୁମ୍ଭ ପରି ଶ୍ୟାମିକାର ରେଖା ଏ ନିକଷେ (୧)ପଡ଼ିବାର ଲେଖି ନାହିଁ ବିଧି କେଉଁକାଳେ,କି ସାହସେ କଲ ତୁମ୍ଭେ ଅପବିତ୍ର ଆସିଏ ତୀର୍ଥ, ଆର୍ଯ୍ୟର ଏହି ଧର୍ମଯୁଦ୍ଧସ୍ଥଳୀ ? (୨)ଆର୍ଯ୍ୟ ନାମେ ଏ କାଳିମା ବୋଳିଲ କିପାଇଁ ?ଆସ ହେ ସଂଗ୍ରାମସିଂହ ଅଜାମିଳବୀରେ !ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଖରେ
(୧)
ଶ୍ୟାମିକ- ଭଲସୁନା । ରଣକ୍ଷେତରୂପ ନିକଷରେ କାପୁରୁଷରୂପୀ କୃତ୍ରିମସୁବର୍ଣ୍ଣର ରେଖା ପଡ଼ଇ ନାହିଁ ।
(୨)
ଧର୍ମଯୁଦ୍ଧ-ସ୍ୱଦେଶରକ୍ଷାର୍ଥ ଯୁଦ୍ଧ । ପରରାଷ୍ଟ୍ର ଗ୍ରାସ ସକାଶେ ଯୁଦ୍ଧ ପାପଯୁଦ୍ଧ ।ରଣକ୍ଷେତ୍ର, ରିପୁଲୋହେ ଅବା ନିଜ ଲୋହେ,ବଞ୍ଚିତ ତୁମ୍ଭର ଶୂଳ ରିପୁରକ୍ତ ସ୍ୱାଦୁଁବହୁଦିନ ଦିଅ ତାଙ୍କୁ ଶୋଣିତ-ପାରଣା,ଶତ୍ରୁଦେହେ ତାଙ୍କ ମୁନ ପୁଣି ନିଅ ଶାଣି,ଆସ ବେଗେ, ରଣସ୍ଥଳୁଁ ଝିଙ୍କି ମହୋଲ୍ଲାସେଆଣିବା ବିଜୟ-ଲକ୍ଷ୍ମୀ, ନ ପାରିଲେ ତାହା,ବୀରଶେଯେ ଆଶ୍ରିବା ତ ନିଜ ହାତକଥା,(୧)ଆର୍ଯ୍ୟର ଦୁର୍ଭାଗ୍ୟ ଫଳେ ଆସିବ ଏ ଦେଶେଯେବେ କି ଯବନ, ଆସୁ ଆମ୍ଭ ଶବ ମାଡ଼ି, (୨)ଫଳୁ ଯା ଫଳିବ କର୍ମେ, ରହ ଧର୍ମଧରି;‘ମନ୍ତ୍ରର ସାଧନ ଅବା ଶରୀର ପାତନ’ଆର୍ଯ୍ୟର ଯା ସାର ଧର୍ମ, ପାଳ ଆର୍ଯ୍ୟବୀରେ,ଆର୍ଯ୍ୟକୁଳଧ୍ୱଜ ପୃଥୁରାଜଙ୍କ ଗହଣେ,ସୂର୍ଯ୍ୟତେଜ ସ୍ପର୍ଶେ ଯେହ୍ନେ ସୂର୍ଯ୍ୟକାନ୍ତମଣିଉଗାରେ ଅନଳକଣା, ଅମର୍ଷୀର ବାଣୀଜାଳି ଦେଲା ତେଜ-ବହ୍ନି ନିସ୍ତେଜ-ହୃଦୟେ
(୧)
ଯୁଦ୍ଧରେ ପ୍ରାଣବସର୍ଜନ ନିଜର ଆୟତ୍ତ । ବୀରର ସୌଭାଗ୍ୟରୁ ବଞ୍ଚିତ ହେଲେ ସୁଦ୍ଧା ବୀର ମୃତ୍ୟୁରୁ ଆମ୍ଭେମାନେ ବଞ୍ଚିତ ହେବୁଁ ନାହିଁ ।
(୨)
ଆମ୍ଭେମାନେ ଜୀବିତ ଥାଉଁ ଥାଉଁ ଯବନ ବଦାଚ ଆସିପାରିବ ନାହିଁ ।ଯୋଧଙ୍କର, ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ,‘ଜୟ ପୃଥୁରାଜ’–ରବେ କମ୍ପିଲା ମେଦିନୀ,ହ୍ରେଷିଲେ ତୁରଙ୍ଗେ, ଗଜେ ଗର୍ଜିଲେ ଭୈରବେ,ଉଠିଲା ଅମ୍ବର ଜଳି ଅସ୍ତ୍ରର ଝମକେ,ଦାବାନଳେ, ବନ ଯଥା, ବୀରବାଦ୍ୟରୋଳେଚକ୍ରବାଳେ ପ୍ରତିଧ୍ୱନି ଜାଗିଲେ ଚମକି,(୧)ବ୍ୟଗ୍ରହେଲେ ଅଗ୍ରସର ହେବାକୁ ସଂଗ୍ରାମେଉଦାୟୁଧ ଯୋଧବୃନ୍ଦ, ସର୍ବେ ଏକମେଳେ (୨)ବରିଲେ ଅମଷୀ ବୀରେ ସେନାପତିପଦେ;ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀତାଙ୍କ ଶିରୋଦେଶେ ଅଶ୍ୱପୃଷ୍ଠୁ ଅବତରି,ବନ୍ଦାଣ-ରତନ-ଥାଳୀ ପଦ୍ମହସ୍ତେ ଘେନି,ସମ୍ପାଦିଲେ ଦିଲ୍ଲୀରାଣୀ ନୀରାଜନାବିଧି, (୩)ଦୈତ୍ୟଯୁଦ୍ଧେ ଶଚୀ ଯଥା ଦେବସେନାନାଥେ (୪)ପୃଥୁଙ୍କୁ ମେଲାଣି ଦେଇ ବାହୁଡ଼ିଲେ ରାଣୀଅଶ୍ରୁପୂର୍ଣ୍ଣମୁଖେ ପୂର୍ଣ୍ଣକଳାକରମୁଖୀ,‘‘ଜୟ ପୃଥୁ’’ ନାଦେ ଏଣେ କମ୍ପାଇ ମେଦିନୀରଣକ୍ଷେତ୍ରଯାତ୍ରୀ ହୋଇ ଚାଲିଲା ବାହିନୀ
(୧)
(୨)
ଉଦାୟୁଧ-ସେମାନେ ଅସ୍ତ୍ର ଉତ୍ତୋଳନ କରିଅଛନ୍ତି ।
(୩)
ଯୁଦ୍ଧଯାତ୍ରା କାଳରେ ସେନାପତିମାନଙ୍କର ଆଳତି ହେବାର ବିଧି ଥିଲା
(୪)
ଦେବସେନାନାଥ-କାର୍ତ୍ତିକେୟ ।ଦଳେ ଦଳେ ରଣୋନ୍ମାଦେ, ରଣବାଦ୍ୟତାଳେ;ହିମଊର୍ଜସ୍ୱଳ-ଭୀମ-ହ୍ରିମାଦ୍ରି-ପ୍ରାଚୀରେଦୁର୍ଗମି ଭାରତ ଦୁର୍ଗ କାପୁରୁଷହାତେ,କେ କହିବ ମୋତେ, କିପାଁ ଅର୍ପିଲେ ବିଧାତା ?ହା ଦୈବ ! ଜମ୍ବୁକ ପଶି ହର୍ଯ୍ୟକ୍ଷ-ଗୁହାରେ,ଏଡ଼େ ମାୟା ପ୍ରାଣେ ଯେବେ, ତେଜି ରଣଭୂମିସଂଖ୍ୟାଳିସ୍ୱରୁପେ ତୁମ୍ଭ ରଙ୍କ ପ୍ରାଣ ନେଇ,ବାନ୍ଧି ରଖ ଗୃହେ ଯାଇ ନାରୀ ବସ୍ତ୍ରାଞ୍ଚଳେ,ହେ ନାରୀଏ, ଘୁଣାକ୍ଷରେ ନରଦେହଧାରୀ ! (୨)ବାହୁଡ଼ ସ୍ୱଗୃହେ ବେଗେ କଳଙ୍କିତମୁଖେ,ଲାଙ୍ଗୁଳ ସଙ୍କୋଚି ଶ୍ୱାନ ପଳାଏ ଯେସେନେ,ବାହୁଡ଼ ସ୍ୱଗୃହେ ବେଗେ, ଖଡ୍ଗ, ଶୂଳ ଆଦିଭୂଷଣ ନ ହୋଇ ଯାହା ମହାଭାର ଏବେ (୩)
(୨)
ହେ ନାରୀଏ-ଅବଜ୍ଞାବ୍ୟଞ୍ଜକ ସମ୍ବୋଧନ, ଘୁଣାକ୍ଷରରେ ନରଦେହଧାରୀ, ମାତ୍ର ବସ୍ତୁତଃ ନାରୀ ।
(୩)
ଅସ୍ତ୍ର ବୀରମାନଙ୍କର ଭୂଷଣ, ମାତ୍ର କାପୁରୁଷଙ୍କ ପକ୍ଷରେ ଭାର ଅଟେ ।ତୁମ୍ଭ ଭୀରୁ ହାତେ, କରି ଫାଳେ ପରିଣତ,ଫିଙ୍ଗିଦିଅ ଏହି ଢାଲ, କି ଲୋଡ଼ା ଏ ଢାଲେ ?ତୁମ୍ଭଯୋଗ୍ୟ ଢାଲ ସିନା ଚିତ୍କାର, ଲୋତକ !ସେହି ଢାଲେ ଆତ୍ମରକ୍ଷା ଆଚରିବ ଏବେ !ବିଳାସରେ କ୍ଷେତ୍ର ନୁହେଁ ସଂଗ୍ରାମ-ଅଗଣା,ତପସ୍ୟାର କ୍ଷେତ୍ର ଏହୁ, ତପସ୍ୱୀକାଂକ୍ଷିତ,ବିପଦର ଯଜ୍ଞବେଦୀ, ଜୀବନ ଆହୁତିଦିଅନ୍ତି ଆହ୍ଲାଦେ ଯହିଁ ଯଶୋଲିପ୍ସୁ ବୀରେ;ତୁମ୍ଭ ପରି ଶ୍ୟାମିକାର ରେଖା ଏ ନିକଷେ (୧)ପଡ଼ିବାର ଲେଖି ନାହିଁ ବିଧି କେଉଁକାଳେ,କି ସାହସେ କଲ ତୁମ୍ଭେ ଅପବିତ୍ର ଆସିଏ ତୀର୍ଥ, ଆର୍ଯ୍ୟର ଏହି ଧର୍ମଯୁଦ୍ଧସ୍ଥଳୀ ? (୨)ଆର୍ଯ୍ୟ ନାମେ ଏ କାଳିମା ବୋଳିଲ କିପାଇଁ ?ଆସ ହେ ସଂଗ୍ରାମସିଂହ ଅଜାମିଳବୀରେ !ଏ ମହାକଳଙ୍କ ଯାଇ ପ୍ରକ୍ଷାଳିବା ଖରେ
(୧)
ଶ୍ୟାମିକ-ଭଲସୁନା । ରଣକ୍ଷେତରୂପ ନିକଷରେ କାପୁରୁଷରୂପୀ କୃତ୍ରିମସୁବର୍ଣ୍ଣର ରେଖା ପଡ଼ଇ ନାହିଁ ।
(୨)
ଧର୍ମଯୁଦ୍ଧ-ସ୍ୱଦେଶରକ୍ଷାର୍ଥ ଯୁଦ୍ଧ । ପରରାଷ୍ଟ୍ର ଗ୍ରାସ ସକାଶେ ଯୁଦ୍ଧ ପାପଯୁଦ୍ଧ ।ରଣକ୍ଷେତ୍ର, ରିପୁଲୋହେ ଅବା ନିଜ ଲୋହେ,ବଞ୍ଚିତ ତୁମ୍ଭର ଶୂଳ ରିପୁରକ୍ତ ସ୍ୱାଦୁଁବହୁଦିନ ଦିଅ ତାଙ୍କୁ ଶୋଣିତ-ପାରଣା,ଶତ୍ରୁଦେହେ ତାଙ୍କ ମୁନ ପୁଣି ନିଅ ଶାଣି,ଆସ ବେଗେ, ରଣସ୍ଥଳୁଁ ଝିଙ୍କି ମହୋଲ୍ଲାସେଆଣିବା ବିଜୟ-ଲକ୍ଷ୍ମୀ, ନ ପାରିଲେ ତାହା,ବୀରଶେଯେ ଆଶ୍ରିବା ତ ନିଜ ହାତକଥା,(୧)ଆର୍ଯ୍ୟର ଦୁର୍ଭାଗ୍ୟ ଫଳେ ଆସିବ ଏ ଦେଶେଯେବେ କି ଯବନ, ଆସୁ ଆମ୍ଭ ଶବ ମାଡ଼ି, (୨)ଫଳୁ ଯା ଫଳିବ କର୍ମେ, ରହ ଧର୍ମଧରି;‘ମନ୍ତ୍ରର ସାଧନ ଅବା ଶରୀର ପାତନ’ଆର୍ଯ୍ୟର ଯା ସାର ଧର୍ମ, ପାଳ ଆର୍ଯ୍ୟବୀରେ,ଆର୍ଯ୍ୟକୁଳଧ୍ୱଜ ପୃଥୁରାଜଙ୍କ ଗହଣେ,ସୂର୍ଯ୍ୟତେଜ ସ୍ପର୍ଶେ ଯେହ୍ନେ ସୂର୍ଯ୍ୟକାନ୍ତମଣିଉଗାରେ ଅନଳକଣା, ଅମର୍ଷୀର ବାଣୀଜାଳି ଦେଲା ତେଜ-ବହ୍ନି ନିସ୍ତେଜ-ହୃଦୟେ
(୧)
ଯୁଦ୍ଧରେ ପ୍ରାଣବସର୍ଜନ ନିଜର ଆୟତ୍ତ । ବୀରର ସୌଭାଗ୍ୟରୁ ବଞ୍ଚିତ ହେଲେ ସୁଦ୍ଧା ବୀର ମୃତ୍ୟୁରୁ ଆମ୍ଭେମାନେ ବଞ୍ଚିତ ହେବୁଁ ନାହିଁ ।
(୨)
ଆମ୍ଭେମାନେ ଜୀବିତ ଥାଉଁ ଥାଉଁ ଯବନ ବଦାଚ ଆସିପାରିବ ନାହିଁ ।ଯୋଧଙ୍କର, ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ,‘ଜୟ ପୃଥୁରାଜ’–ରବେ କମ୍ପିଲା ମେଦିନୀ,ହ୍ରେଷିଲେ ତୁରଙ୍ଗେ, ଗଜେ ଗର୍ଜିଲେ ଭୈରବେ,ଉଠିଲା ଅମ୍ବର ଜଳି ଅସ୍ତ୍ରର ଝମକେ,ଦାବାନଳେ, ବନ ଯଥା, ବୀରବାଦ୍ୟରୋଳେଚକ୍ରବାଳେ ପ୍ରତିଧ୍ୱନି ଜାଗିଲେ ଚମକି,(୧)ବ୍ୟଗ୍ରହେଲେ ଅଗ୍ରସର ହେବାକୁ ସଂଗ୍ରାମେଉଦାୟୁଧ ଯୋଧବୃନ୍ଦ, ସର୍ବେ ଏକମେଳେ (୨)ବରିଲେ ଅମଷୀ ବୀରେ ସେନାପତିପଦେ;ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀତାଙ୍କ ଶିରୋଦେଶେ ଅଶ୍ୱପୃଷ୍ଠୁ ଅବତରି,ବନ୍ଦାଣ-ରତନ-ଥାଳୀ ପଦ୍ମହସ୍ତେ ଘେନି,ସମ୍ପାଦିଲେ ଦିଲ୍ଲୀରାଣୀ ନୀରାଜନାବିଧି, (୩)ଦୈତ୍ୟଯୁଦ୍ଧେ ଶଚୀ ଯଥା ଦେବସେନାନାଥେ (୪)ପୃଥୁଙ୍କୁ ମେଲାଣି ଦେଇ ବାହୁଡ଼ିଲେ ରାଣୀଅଶ୍ରୁପୂର୍ଣ୍ଣମୁଖେ ପୂର୍ଣ୍ଣକଳାକରମୁଖୀ,‘‘ଜୟ ପୃଥୁ’’ ନାଦେ ଏଣେ କମ୍ପାଇ ମେଦିନୀରଣକ୍ଷେତ୍ରଯାତ୍ରୀ ହୋଇ ଚାଲିଲା ବାହିନୀ
(୧)
(୨)
ଉଦାୟୁଧ-ସେମାନେ ଅସ୍ତ୍ର ଉତ୍ତୋଳନ କରିଅଛନ୍ତି ।
(୩)
ଯୁଦ୍ଧଯାତ୍ରା କାଳରେ ସେନାପତିମାନଙ୍କର ଆଳତି ହେବାର ବିଧି ଥିଲା ।
(୪)
ଦେବସେନାନାଥ-କାର୍ତ୍ତିକେୟ ।ଦଳେ ଦଳେ ରଣୋନ୍ମାଦେ, ରଣବାଦ୍ୟତାଳେ;ତାରକାଭୂଷିତ ତଳେବ୍ୟୋମତୁଳା-ଭଜି; (୧)ପ୍ରାସାଦେ, ପ୍ରାଚୀରେ, ପୁଣି ଗବାକ୍ଷେ, କୁଟ୍ଟିମେନିରେଖିଲେ ରୁଣ୍ଡ ହୋଇ ଦିଲ୍ଲିପୁରନାରୀଆର୍ଯ୍ୟର ସେ ରଣଯାତ୍ରା, କରପତ୍ର ଯୋଡ଼ିବିଜୟବାହୁଡ଼ା ଯାଚି ରଣଲକ୍ଷ୍ମୀପଦେ,ବରଷିଲେ ଲାଜାଞ୍ଜଳି କାହିଁ ବରାଙ୍ଗନା,କାହିଁ ରଣଯାତ୍ରୀ ପୁତ୍ରେ ବିଧୁରା ଜନନୀଦୂରୁଁ ଦେଖି, ମୁହୁର୍ମୁହୁ ମୁଣ୍ଡେ କରହାଣି,କାନ୍ଦିଲା କରୁଣେ ଦୋଷି ଦାରୁଣ ବିଧିକି,ଅତୃପ୍ତନୟନେ କାହିଁ ଉଭା ପ୍ରଣୟନୀବ୍ୟାବର୍ତ୍ତିତପ୍ରିୟମୁଖ ଦେଖିବାର ଆଶେଥରେହେଲେ, ଆମରଣ-ସ୍ମୃତିର ସଙ୍ଖାଳି, (୨)କାହିଁ ପ୍ରେମଶୀଳା ନବବିବାହିତା ବାଳାପକାଏ ରମଣପଦେ, ବେଡ଼ିରୂପେ କି ସେ,ନୀଳୋତ୍ପଳଦଳଦାମ ରୁଚି ବେନି ଆଖି ?ଅଙ୍ଗୁଳି-ନିର୍ଦ୍ଦେଶେ ବାଷ୍ପଗଦଗଦଭାଷେ,
(୧)
ସଶସ୍ତ୍ର ସୈନ୍ୟମାନଙ୍କ ଗତି ଦେଖି ବୋଧ ହେଲା ଯେମନ୍ତ କି ନକ୍ଷତ୍ରମଣ୍ଡିତ ନଭୋମଣ୍ଡଳ ଚାଲି ଯାଉଅଛି ।
(୨)
ଯୁଦ୍ଧଯାତ୍ରୀ ପ୍ରଣୟୀ ମୁଖ ଫେରାଇ ଥରେ ଅନାଇଲେ ସେହି ଚାହାଣି ମରଣ ପର୍ଯ୍ୟନ୍ତ ସ୍ମୃତିର ସମ୍ପତ୍ତି ହୋଇ ରହିବ, ଏହି ଆଶାରେ ପ୍ରଣୟିନୀ ଉତ୍ସୁକନେତ୍ରରେ ଉଭା ହୋଇ ରହିଅଛି ।
କ୍ରୋଡ଼ସ୍ଥ ଶିଶୁକୁ କାହିଁ ଦିଅଇ ଚିହ୍ନାଇରଣଯାତ୍ରୀ ପିତୃ ତାର, ସେ ଶିଶୁର ମାତା,ଲୋଚନେ ଲୋଚନଜଳ ସ୍ତମ୍ଭି ସୁଲୋଚନା, (୧)ଶୋକୋଚ୍ଛ୍ୱାସେ କାହିଁ ପୁଣି ଦେଖଇ କୁମାରୀମାନସପତିର ଚାରୁମୂରତି ସହିତେ (୨)ସୁଖର ଆକାଶ-ହର୍ମ୍ୟ, ଆଶା-ବିରଚିତ, (୩)ମିଶି ଯାଇଅଛି ତାର ଆଶା-ଚକ୍ରବାଳେ, (୪)ଭାଇକି ଅନାଇଁ କାହିଁ କାନ୍ଦଇ ଭଉଣୀ,ପିତାକୁ ଅନାଇ କାହିଁ କାନ୍ଦଇ ଦୁହିତାଶ୍ୱାସ ସଙ୍ଗେ ତେଜି ପୁଣି ଦର୍ଶନର ଆଶା,ଦିଲ୍ଲୀପୁରୀ ଶିରୋଦେଶ ପୂରିଲା ଏ ରୂପେଅବଳା-ବିଳାପେ ବଳି, ବ୍ରତର ମନାସେ ।ଘନସନ୍ନିବେଶେ, ସେହ୍ନା-ସନ୍ନଦ୍ଧ-ଶରୀରେଅଗ୍ରେ ଉଭା ଯବନର ବ୍ୟୂହିତ ବାହିନୀ, (୫)ମହାଦୃପ୍ତ, ଉଚ୍ଛ୍ୱସିତ ସଂଯତ ସାହସେ, (୬)ଦୃଢ଼ପ୍ରତିଜ୍ଞାର ମୁଦ୍ରା ମୁଦ୍ରିତ ଲଲାଟେ,
(୧)
ଲୋତକବିସର୍ଜନ ଅଶୁଭସୂଚକ, ଏହି ହେତୁରୁ ସେଥିର ସ୍ତମ୍ଭନ ।
(୨)
ମାନସପତି-ମନେ ମନେ ଯାହାକୁ ପତିତ୍ୱରେ ବରଣ କରିଅଛି ।
(୩)
ଆଶାବିରଚିତ-ଅଶାଗଠିତ ସୁଖର ପ୍ରାସାଦ ।
(୪)
ଆଶାଚକ୍ରବାଳେ-ଦିକ୍ଚକ୍ରରେ ।
(୫)
(୬)
ସଂଯତସାହସ- ଯେଉଁ ସାହସ ଉଚ୍ଛୃଙ୍ଖଳ ନୁହେଁ ।ଅସି, ଶୂଳ, ଭଲ୍ଲ ଆଦି ଝଳେ ଝକଝକେସୌରକରେ, ଠିକରାଇ ଆଖି ଖରତେଜେ,ଭୀମଉପପ୍ଳବଶଂସୀ ଧୂମକେତୁ ପ୍ରାୟେ,ବାଳେନ୍ଦୁଲାଞ୍ଛିତ-ଧ୍ୱଜ ଉଡ଼ଇ ସମୀରେ (୧)ଉର୍ଦ୍ଧ୍ୱଦେଶେ; ଧିକ ଧିକ, ସେ ଧ୍ୱଜ ସହିତେଦେଶଦ୍ରୋହୀ କଳଙ୍କର ବାନାରୂପେ ପୁଣିତୋଳିଅଛି ନିଜ ଧ୍ୱଜ ରାଠୋରପାଂଶୁଳଜୟଚନ୍ଦ୍ର, ଯବନର ପ୍ରସାଦଭିଖାରୀ; (୨)ନିଜପାଇଁ, ମାତୃଭୂମି ଆର୍ଯ୍ୟବର୍ତ୍ତପାଇଁବ୍ରତ ଯାର ଅଧୀନତା-ଶାଙ୍କୁଳି-ସର୍ଜନା,ସେ ପାପୀ ସହିତେ ବଦ୍ଧ ପାପସନ୍ଧି-ପାଶେ,ଆର୍ଯ୍ୟନାଶେ ଯବନର ଆର୍ଯ୍ୟସହକାରୀ,କାଶ୍ମୀର, ପୁଷ୍କଳାବତୀ, ତକ୍ଷଶିଳାପୁରୀ, (୩)ଶାଳାତୁର, ହଂସପୁର ଆଦି କରି ଯେତେ (୪)ମଞ୍ଚସ୍ୱର୍ଗ-ଭାରତର ତୋରଣକୁଞ୍ଚିକା-
(୧)
ଯବନଧ୍ୱଜ-ବାଳେନ୍ଦୁ-ଲାଞ୍ଛିତ ।
(୨)
କାନ୍ୟକୁବ୍ଜପତି ରାଠୋରବଂଶୀୟ ଜୟଚନ୍ଦ୍ର ସଂଯୁକ୍ତାଙ୍କର ପିତା ଏବଂ ପୃଥୁଙ୍କ ଶ୍ୱଶୁର ।
(୩)
ରାମାନୁଜ ଭରତଙ୍କ ପୁତ୍ର ତକ୍ଷ ଓ ପୁଷ୍କଳ କର୍ତ୍ତୃକ ତକ୍ଷଶିଳା ଏବଂ ପୁଷ୍କଳାବତୀ ନଗରୀ ସ୍ଥାପିତ ହୋଇଥିଲା । ଏମାନେ ପଞ୍ଜାବର ଅନ୍ତର୍ଗତ ।
(୪)
ଶାଳାତୁର-ବର୍ତ୍ତମାନ ଲାହୋର, ହଂସପୁର-ଆଧୁନିକ ମୁଲତାନ ।ପଞ୍ଚନଦ-ଜନପଦ-ରାଜନ୍ୟମଣ୍ଡଳୀ, (୧)ମିଶିଛନ୍ତି ତହିଁ ଆସି ନିଜ ଦଳବଳେ,ସଦ୍ୟ ଲାଭଲୋଭୀ, ମାତ୍ର ଅନ୍ଧ ପରିଣାମେ,ଚତୁରକ୍ଷ ହୋଇ ତହୁଁ ବେନି ଅନୀକିନୀଛାଡ଼ିଲେ ଭୈରବ ରଡ଼ି, ଯେହ୍ନେ ଘଡ଼ଘଡ଼ିଯୁଗାନ୍ତର, ନଭଗର୍ଭ ବିଦାରି ସେ ଧ୍ୱାନେ;ଭ୍ରୂକୁଟିକୁଟିଳ ମୁଖେ, ଆରକ୍ତଲୋଚନେନିରେଖିଲେ ବେନି ସେନା ବେନିଙ୍କି ସ୍ତମ୍ଭିତେଲବେ ମାତ୍ର, ବାତ୍ୟା ଆଗେ ବାତସ୍ତମ୍ଭ ଯଥା; (୨)ବିଷମ ସଂଶୟ ଦମ୍ଭ-ଆବରଣ ତଳେଆନ୍ଦୋଳିଲା ମୁହୁର୍ମୁହୁଃ ବୀରବୃନ୍ଦମନଃ,ରକ୍ତ ହୋଇଗଲା ଜଳ, ପାଣ୍ଡୁ ଗଣ୍ଡସ୍ଥଳୀ,ଥରିଲା ପାଦର ଭଣ୍ଡା ଥରଥର ଥରେଏକ ଆରେକରେ ଭେଟି, ସାହସ ବିସ୍ମରିଭଜିଲା ଆତଙ୍ଗ ମହାସାହସୀର ହିଆବିକଟାଳ-କାଳ ଆସ୍ୟ-କୁହର ଅଗ୍ରତେ, (୩)ସଂଗ୍ରାମସଙ୍କେତଶଂସୀ ନାଦିଲା ଭୈରବେଏ କାଳେ ସଂଗ୍ରାମ ଶିଙ୍ଗା, ଢକ୍କା, ତୂରୀ, ଭେରୀ,
(୧)
ପଞ୍ଚନଦକନପଦ ଅର୍ଥାତ୍ ପଞ୍ଜାବ ଭାରତବର୍ଷର ତୋରଣର କିଞ୍ଚି ସ୍ୱରୂପ ।
(୨)
ମହାବାତ୍ୟାର ଅବ୍ୟବହିତ ପୂର୍ବେ ପବନ ଯେପରି ସ୍ତମ୍ବିତ ହୋଇଯାଏ ।
(୩)
ଯମର ଭୟଙ୍କର ମୁଖକୁହର ସମ୍ମୁଖର ।ଜଗଝମ୍ପ, ଝରଝରା, ଦାମାମା, ଦୁନ୍ଦୁଭି,ପ୍ରତିଧ୍ୱନି ଉପୁଜାଇ କକୁଭ-କୁହରେପୁନଃ ପୁନଃ, ବିଶ୍ୱଧ୍ୱଂସୀ ରୁଦ୍ରଶିଙ୍ଗା ପରି, (୧)ଆମୂଳ ବସୁଧା-ବନ୍ଧ କମ୍ପାଇ ସେ ତାନେ,ସେ ଆରବେ ମହାଦମ୍ଭେ ମିଶିଲେ ଆହବେଆର୍ଯ୍ୟ ଯବନର ସେନା ଗର୍ଜି ହୁଁ ହୁଙ୍କାରପ୍ରଳୟ-ଜୀମୂତ ଯେହ୍ନେ, ପୂର୍ଣ୍ଣ ଇରମ୍ମଦେ, (୨)ପ୍ରଭଞ୍ଜନପୃଷ୍ଠେ ନଭେ ବେଗେ ଉଡ଼ିଆସିବେନି ଆଡ଼ୁ, ବେନିପରେ ପଡ଼ନ୍ତି ବେନିଏ,ଆତଙ୍କେ କମ୍ପିଲା ବିଶ୍ୱ ସେ ଘୋର ନିର୍ଘୋଷେ,ଦୈତ୍ୟେଶ୍ୱର ବୃତ୍ର-ଶିରେ ତପଃସାରରୂପି-(୩)ଦମ୍ଭୋଳି କ୍ଷେପିଲେ ଅବା ଦମ୍ଭୋଳିନିକ୍ଷେପୀ (୪)କି ପୁରେ, କି ଜନପଦେ ଭୂକମ୍ପନେ ଯଥାମଡ଼ ମଡ଼ ମଡ଼ ହୋଇ କମ୍ପିଲା ସଘନେଭବନ, ପାଚେରୀ, ପୀଢ଼ା, ଖରତରସ୍ରୋତେଚାଲିଲା ଯମୁନାପାଣି ସୁରଧୁନୀମୁଖେ,ପ୍ରଜାପତିକ୍ରତୁଧ୍ୱଂସେ ବୀରଭଦ୍ରରୂପୀ
(୧)
ବିଶ୍ୱପ୍ରଳୟକାରୀ ମହାଦେବଙ୍କ ଶିଙ୍ଗା ପରି ।
(୨)
(୩)
ତପସ୍ୟା ଅତି କଠିନ କାର୍ଯ୍ୟ । ବଜ୍ର ଅତି କଠିନ ହୋଇଥିବାରୁ ତପସ୍ୟାର ସାରରୂପେ ବର୍ଣ୍ଣିତ ହୋଇଅଛି ।
(୪)
ଦମ୍ଭୋଳି-ବଜ୍ର, ଦମ୍ଭୋଳିନିକ୍ଷେପୀ-ଇନ୍ଦ୍ର ।ବିଶ୍ୱନାଶୀ ରୌଦ୍ରଜ୍ଜ୍ୱର-ପ୍ରଶ୍ୱାସ ପରାୟେ, (୧)ବହିଲା ମରୁତ, ଦୂର ଦିଙ୍ମୁଖ ଘୋଡ଼ାଇଧୂଳି ମେଘେ, ମହାବେଗେ ଉପାଡ଼ି ଦ୍ରୁମାଳି,ଶାବକର ମାୟା ଛାଡ଼ି ଉଡ଼ିଗଲେ ନୀଡ଼ୁଁବିହଙ୍ଗେ, ଗଗନ ପୂରି କରୁଣ କୂଜନେ,ପଳାଇଲେ ଜୀବକୁଳ କିଏ କେଉଁ ଆଡ଼େବଣା ହୋଇ, ପଳାଇଲେ ଯୋଗୀ ଯୋଗ ଛାଡ଼ି,ଗର୍ଭିଣୀର ଗର୍ଭ ସ୍ରବି ପଡ଼ିଲା ଅକାଳେ,ଚକିତ ଶିଶୁକୁ ତ୍ରସ୍ତେ ଧରିଲାକ ଜାକିଆକଟେ ତା ମାତା କ୍ରୋଡ଼େ ସ୍ତନ୍ୟଦାନେରତା, (୨)ଛନକାରେ ତ୍ରସ୍ତ ହୋଇ ହେଲେ ଛନ୍ନମତିସର୍ବପ୍ରାଣୀ କି ଜଳେ, କି ସ୍ଥଳେ, ବିହାୟସେ,ଆବିଳା, ଫେନିଳା, ଗିରିଗୈରିକେ ଅରୁଣା,ଜଳୋଚ୍ଛ୍ୱାସେ ବନ୍ଧ ଭାଙ୍ଗି ଢୁଢ଼ୁଆପ୍ରାନ୍ତରେ (୩)ପଶେ ଘୋ ଘୋ ରବେ ଯଥା ନଦୀକୁଳେଶ୍ୱରୀମହାନଦୀ, ସେ ବିଶାଳ ସ୍ଥଳୀକି ଆବରି
(୧)
ଦକ୍ଷଯଜ୍ଞ ଧ୍ୱଂସ ସମୟରେ ଶିବଦୂତ ବୀରଭଦ୍ର ଜ୍ଜ୍ୱରରୂପ ଧାରଣ କରିଥିଲେ ।
(୨)
(୩)
ଢୁଢୁଆ ପ୍ରାନ୍ତର ବାଙ୍କିରାଜ୍ୟ ଅନ୍ତର୍ଗତ, ମହାନଦୀର ଦକ୍ଷିଣ ତୀରରେ ଅବସ୍ଥିତ, ମହାନଦୀର ପ୍ରବଳ ବନ୍ୟା ସମୟରେ ଏହା ଦ୍ୱିତୀୟ ଚିଲିକାରେ ପରିଣତ ହୁଏ ।
ଜଳ ଆସ୍ତରଣେ ଦୂର ଶୈଳ ଶ୍ରେଣୀ ଯାଏ,ବୁଡ଼ାଇ ଶ୍ୟାମଳ କ୍ଷେତ୍ର କୃଷିବଳ-ଆଶା,ଭସାଇ ଗୋଶାଳା, ଖଳା, ମଞ୍ଚ, ଧାନକୋଠୀମହାବେଗେ, ମହାଦ୍ରୁମ-ବିଟପ-ପଲ୍ଲବେ(ଝାଡ଼ୁଥିଲେ ଆଗେ ଯହିଁ ବିହଙ୍ଗଦମ୍ପତିପ୍ରେମାମୋଦେ ଡେଣା) ରଙ୍ଗେ ଖେଳାଇ ମୀନାଳୀ (୧)ସେରୂପେ ଯବନଦଳେ ଆର୍ଯ୍ୟବରୂଥିନୀପଡ଼ିଲା ପ୍ରଚଣ୍ଡ ବେଗେ, ରଥୀ ସହ ରଥୀ,ପଦାତି ପଦାତି ସହ, ସାଦୀ ସଙ୍ଗେ ସାଦୀନିଷାଦୀ ନିଷାଦୀ ସହ ମିଶିଲେ ଆହବେ,ରଣୋନ୍ମାଦ-ଉଦ୍ଦୀପନ ରଣବାଦ୍ୟତାନେ,ଅସ୍ତ୍ରର ଝନ୍ଝନେ, ଧନୁଷ୍ଟଙ୍କାର ଶବଦେ,ଆହତର ଆର୍ତ୍ତନାଦେ, ଜେତାର ହୁଙ୍କାରେ,ଚକ୍ରର ଘର୍ଘରେ, ବାଜିରାଜିହ୍ରେଷାରବେ,ଦନ୍ତାବଳ ଘଣ୍ଟାରବେ, ଆବର ବୃଂହିତେ,ଉଠିଲା ନିର୍ହ୍ରାବ କର୍ଣ୍ଣ ବିବରବିଦାରୀ,ଅମ୍ବୁରାଶି-ଘୋଷ ଯଥା ପ୍ରଳୟପବନେ,ବ୍ରହ୍ମାଣ୍ଡ-ଉଦର ଫାଟିଗଲା କି ସେ ନାଦେ ?
(୧)
ଯେଉଁ ବୃକ୍ଷମାନଙ୍କର ଶାଖା ପଲ୍ଲବ ମଧ୍ୟରେ ପୂର୍ବେ ପକ୍ଷୀମାନେ କ୍ରୀଡ଼ା କରୁଥିଲେ ବନ୍ୟାଜଳ ସେ ପର୍ଯ୍ୟନ୍ତ ଉଠିବାରୁ ସେଠାରେ ବର୍ତ୍ତମାନ ମତ୍ସ୍ୟମାନେ କ୍ରୀଡ଼ା କରନ୍ତି ।
ବାଣବୃଷ୍ଟି ଘୋଟିଗଲା ଶଲଭ ପରାୟେ (୧)ନଭୋଦେଶ, ଧୂଳିରାଶି ଅଶ୍ୱଖୁରେ ଉଠି,ରଥଚକ୍ରେ ସାନ୍ଦ୍ର ହୋଇ, କରି-କର୍ଣ୍ଣତାଳେପ୍ରସରି, ଭାସ୍କରବିମ୍ବ ରୋଧିଲା ଆକାଶେ,ରଣ-ଉତ୍ସବର ଯୋଗ୍ୟ ଚନ୍ଦ୍ରାତପରୂପେ, (୨)ବାଳତପ ପ୍ରାୟେ ଶୋହି ସେ ଧୂଳି-ଅନ୍ଧାରେରକ୍ତଧାରା, କର୍ଦ୍ଦମାକ୍ତ କଲା ବସୁନ୍ଧରା,ରଣଚଣ୍ଡୀଙ୍କର କି ସେ ଅଲକ୍ତକ-ଲାଗି ? (୩)ଯୁଗାନ୍ତ-ମାର୍ତ୍ତଣ୍ଡ ପ୍ରାୟେ ଜଳିଲା ଅମ୍ବରେଉଜ୍ଜ୍ୱଳ ଯାଦବଚକ୍ର, ମୈଥିଳ-ନାରାଚେଅନ୍ଧାର ଦିଶିଲା ଦିଗ, ଚପଳା ଚମକେଚମକି ଉତ୍କଳୀ ଖଣ୍ଡା, ନେପାଳୀ କଟାରୀ,କୌଶେୟର ଭିନ୍ଦିପାଳ, ବୈରାଟ ପରଶୁ,ପଡ଼ିଲା ଝନ୍ଝନେ ଟାଣେ ରିପୁବାରବାଣେ; (୪)ପ୍ରମତ୍ତ-ମାତଙ୍ଗ ଦନ୍ତୁ ତ୍ରୀବ ଅସ୍ତ୍ରାଘାତେଅନଳସ୍ଫୁଲିଙ୍ଗ ଝଡ଼ି ଲିଭିଲା ତକ୍ଷଣେ
(୧)
ଶଲଭ-ଫିଡ଼ିଙ୍ଗି, ଝିଣ୍ଟିକା ।
(୨)
ରଣଧୂଳି ଆକାଶରେ ବ୍ୟାପ୍ତ ହୋଇ ରଣୋତ୍ସବ ଉପଯୁକ୍ତ ଚନ୍ଦ୍ରାତପ ହେଲା ।
(୩)
ରକ୍ତଧାରା ଯୁଦ୍ଧର ଅଧିଷ୍ଠାତ୍ରୀ ଦେବୀଙ୍କର ଅଲକ୍ତକ ପ୍ରାୟ ହେଲା ।
(୪)
ଟାଣେ-ଭୟଙ୍କର ରୂପେ, ରିପୁବାରବାଣେ-ଶତ୍ରୁମାନଙ୍କର ଧାତୁଗଠିତ କବଚ ଉପରେ ।ଉଚ୍ଛ୍ୱାସେ ଉତ୍ଥିତ କର-ଶୀକର-ଆସାରେ; (୧)ଭାସ୍ୱର ଶାଣିତ ଶର ସୈନ୍ୟଙ୍କ ଶରୀରେପଶିଲା ସବେଗେ, ଯେହ୍ନେ ଉରଗ ବଲ୍ମୀକେ, (୨)ଭ୍ରୂକୁଟୀକୁଟିଳ ମୁଖେ ଅଧର କାମୋଡ଼ିଅରାତି ଅରାତି ସଙ୍ଗେ ଯୁଝିଲେ ବିକ୍ରମେନିଦାରୁଣ ସେ ବିମର୍ଦ୍ଦେ, ପ୍ରହାରି ନିର୍ଦ୍ଦୟେ (୩)ଅରିକି, ପ୍ରହାର ତାର ଖାଇ ଅକାତରେ,ରକ୍ତାକ୍ଷୁଁ ସଘନେ ଫିଙ୍ଗି ରୋଷାନଳକଣା;ବିରଥ, ହତାଶ୍ୱ ହୋଇ ରଥୀ, ଅଶ୍ୱବାରେଯୁଝିଲେ ପଦାତିରୂପେ ଶସ୍ତ୍ରେ ଶସ୍ତ୍ରେ ହାଣି,ଶସ୍ତ୍ର ଭାଙ୍ଗିଲାରୁ ଗାଢ଼େ ହୋଇ ଭିଡ଼ାଭିଡ଼ି,ମୁଷ୍ଟାମୁଷ୍ଟି, ମୁଥାମୁଥି, କଚାକଚି ରଚିଗଡ଼ିଲେ, ଅବନିତଳେ ବେନି ରଣଗୋଳେ;ହସ୍ତୀ, ଅଶ୍ୱ, ରଥୁଁ ଖସି ପଡ଼ିଲେ ପ୍ରବୀରେହତ ହୋଇ, ପୁଣ୍ୟକ୍ଷୟେ ପଡ଼ନ୍ତି ଭୂତଳେତୀରବେଗେ ତାରାକାରେ ଯଥା ପୁଣ୍ୟପ୍ରାଣୀ;ଅକାଟୁ ଧାରଣଦମ୍ଭେ ଶତ ଶତ ଭଟେ (୪)
(୧)
ଶୁଣ୍ଢର ଫୁତ୍କାରଜନିତ ଶୀକରବୃଷ୍ଟିରେ ।
(୨)
ଉଇହୁଙ୍କା ମଧ୍ୟରେ ସାପ ପରି ।
(୩)
(୪)
ଅସ୍ତ୍ରରେ ଅଚ୍ଛେଦ୍ୟ ହେବେ, ଏହି ବିଶ୍ୱାସରେ ପୂର୍ବେ ଯୋଦ୍ଧାମାନେ ଶରୀରରେ ଏକପ୍ରକାର ଜଡ଼ି ଧାରଣ କରୁଥିଲେ, ସେହି ଜଡ଼ିର ନାମ ଅକାଟୁ, ଭଟ-ଯୋଦ୍ଧା ।
ଅଚ୍ଛେଦ୍ୟ ଅଭେଦ୍ୟ ଅସ୍ତ୍ରେ ନିଜ ଦେହ ମଣି,ରଣଗୋଳେ ପଶି, ଶତ୍ରୁହସ୍ତେ ହାଣ ଖାଇ,ବିଧିଲିପି କାଟିବାକୁ ଅକ୍ଷମ ଅକାଟୁକିଣିଲେ ଏ ମହାଜ୍ଞାନ ପ୍ରାଣ-ମୂଲ୍ୟ ଦେଇ,ଗଣ୍ଡିରୁ ବିଚ୍ଛିନ୍ନ ହୋଇ ଛଟକେ ଛିଡ଼ିକିଛଟ ଛଟ ହେଲା ଭୂମେ ରକ୍ତଉତ୍ସସ୍ରାବୀ (୧)ସାଳଙ୍କାର ହସ୍ତ ପାଦ, ସଶିରସ୍ତ୍ର ଶିରଃ, (୨)ପେଷି ହୋଇଗଲେ ପତ୍ତି ଅଶ୍ୱେ ଅଶ୍ୱ ରଥେ (୩)ରଥ, ଗଜେ ସେ ବିମର୍ଦ୍ଧେ; ରୁଧିର-କର୍ଦ୍ଦମେମସ୍ତିଷ୍କ, ଯକୃତ, ପ୍ଳୀହା, ଅନ୍ତ୍ର, ମାଂସ, ବସା,ହୃଦୟାଦି ମିଶି ହେଲା ଅଯତ୍ନେ ସେ କାଳେଭୈରବୀର ଭୋଗଯୋଗ୍ୟ ବୀଭତ୍ସଘାଣ୍ଟିଆ; (୪)ରଣବ୍ୟୋମେ ଶ୍ୟେନପନ୍ତି ଉଡ଼ିଲେ କୌତୁକେମାଂସଲୋଭେ, ରଣଲକ୍ଷ୍ମୀ-ପାରାବତରୂପୀ; (୫)ରଥୀ କି ଅଚେତା ଦେଖି ଦେଲା ବାହୁଡ଼ାଇରଥ ରଥଯନ୍ତା କାହିଁ ବିଜୁଳିର ବେଗେ, (୬)
(୧)
ରକ୍ତ-ଉତ୍ସସ୍ରାବୀ-ରୁଧିର ପସ୍ରବଣସ୍ରାବୀ ।
(୨)
(୩)
(୪)
ଭୈରବୀ-ପ୍ରେତମାନଙ୍କର ଅଧିଷ୍ଠାତ୍ରୀ ଦେବତା
(୫)
ପାରା-ଲକ୍ଷ୍ମୀଙ୍କର ପ୍ରିୟ ପକ୍ଷୀ । ଶେନ୍ୟମାନେ ରଣଲକ୍ଷ୍ମୀଙ୍କର ପାରାସ୍ୱରୂପ ହେଲେ ।
(୬)
ରଥଯନ୍ତା-ସାରଥି ।ତୀବ୍ର କଶାଘାତେ ତ୍ରାସେ ତଡ଼ି ବାହାବଳୀ; (୮)କାହିଁ ଫେଣୋଦ୍ଗାରିମୁଖେ, ରକ୍ତାକ୍ତ ବିଗ୍ରହେଅନିଳ ଉଗାରି ଘୋଣନିଃସୃତ-ଫୁତ୍କାରେବ୍ୟସ୍ତେ ପଳାଇଲେ ଅଶ୍ୱ, ନିହତ ସାଦିକିପୃଷ୍ଠେ ବହି, ଶିରସ୍ତ୍ରାଣ ଲୋଟାଇ ଭୂତଳେସେ ସାଦୀର, ଶୋଣିତାର୍ଦ୍ର କୁନ୍ତଳ ସହିତେ,ପଳାଇଲେ ରଣସ୍ଥଳୁଁ ବିକଟ ଚିତ୍କାରେସୌଦାମିନୀପ୍ରଭ-ହେମପ୍ରବେଣୀମଣ୍ଡିତ (୨)କରିବୃନ୍ଦ, ମନ୍ଦ୍ରଘୋଷିଘନଘଟାକୃତି,ତ୍ରାସେ ଥୋରପାର ଟେକି, ଫିଙ୍ଗି ଆରୋହିକି,ସ୍ୱଦଳ ବିପକ୍ଷଦଳ ଦଳି ନିର୍ବେଶେଷେ;ଅସଂଖ୍ୟ ଯବନଯୋଥେ ହେଲେ ରଣଶାୟୀ,କେତେ ଆର୍ଯ୍ୟେ ବେନିପକ୍ଷେ ଗଲେ ପ୍ରେତପୁରେ,କେ କଳିବ ? କେ ଗଣିବ ବରଷାର ଧାରା ?ଅମୂଲ୍ୟ ଯେ ରକ୍ତ, ଆହା, ଦେଶରକ୍ଷା ଲାଗି,ବିଫଳେ ସ୍ରବିଲା ତାହା ଭ୍ରାତୃଘାତିରଣେ ! (୩)
(୧)
(୨)
ବିଜୁଳି ପରି ଉଜ୍ଜ୍ୱଳ ସୁବର୍ଣ୍ଣାସ୍ତରଣ ଆବୃତ । ହସ୍ତୀମାନଙ୍କ ସହିତ ମେଘର ଏବଂ ପ୍ରବେଣୀ ସହିତ ସୌଦାମିନୀର ଉପମା ।
(୩)
ଆର୍ଯ୍ୟମାନଙ୍କର ଉଚିତ ଥିଲା ଯେ ସେମାନେ ଏକତାବନ୍ଧନରେ ବଦ୍ଧ ହୋଇ ଜନ୍ମଭୂମିର ସ୍ୱାଧୀନତା ରକ୍ଷା ସକାଶେ ସେମାନଙ୍କର ବହୁମୂଲ୍ୟ ଶୋଣିତ ପ୍ରଦାନ କରିଥାନ୍ତେ, ସେମାନେ ତାହା ନ କରି ଆପଣା ଆପଣା ମଧ୍ୟରେ ହଣାହଣି ହୋଇ ସେହି ଶୋଣିତ ବୃଥା ବ୍ୟୟ କଲେ ।
ଦେବାକୃତି ଦେବାନୀକ ହଂସପୁରପତି (୧)ଶୁଆଇଲେ ଉଜ୍ଜୟିନୀପତିଙ୍କି ଝଟତିଅସ୍ୱପ୍ନକ୍ଷୁଭିତ ତଳ୍ପେ ପରଶୁ ଆଘାତେ; (୨)ଅଞ୍ଜନ ଅଞ୍ଜନପ୍ରଭ ପଞ୍ଚାଳଭୂପତି (୩)ଜୟଚନ୍ଦ୍ର ପ୍ରିୟସଖା ହେଲେ ଧରାଶାୟୀ,ଚେଦିନାଥରୋହିତାସ୍ୟ ବରଛିଭେଦନେ, (୪)ଶସ୍ତ୍ର ଭୂସି ରୋହିତାସ୍ୟ ଶତ୍ରୁ ନାଭିତଳେଓଟାରି ନେଲେ ତା ମୁନ ଶତ୍ରୁପ୍ରାଣ ସହ,ବିକ୍ରମ କାଶ୍ମୀରପତି ଯୁଝିଲେ ବିକ୍ରମେ, (୫)ରଣଚଣ୍ଡ ବତ୍ସରାଜ ରଣଚଣ୍ଡ ତୁଲେ, (୬)ରଣଚଣ୍ଡ-ଭଲ୍ଲ ତାଙ୍କ କର୍ଣ୍ଣ ମୂଳେ ପଶିଶୋଶିତଭବକା ସହ ଅଇଲା ବାହାରି,ତୁରଙ୍ଗୁ ବିକ୍ରମ ଖସି ଆଶ୍ରିଲେ ଅନ୍ତିମେ
(୧)
ଦେବାନୀକ-ମୁଲତାନ୍ର ଅଧୀଶ୍ୱର । ଯବନପକ୍ଷୀୟ ।
(୨)
ଅସ୍ୱପ୍ନକ୍ଷୁଭିତତଳ୍ପ-ଯେଉଁ ଶଯ୍ୟାରେ ନିଦ୍ରା ସ୍ୱପ୍ନଦ୍ୱାରା କ୍ଷୁଭିତ ହୁଏ ନାହିଁ । ମହାନିଦ୍ରାର ଶଯ୍ୟା ।
(୩)
ଅଞ୍ଜନ-ପଞ୍ଜାବର ରାଜା, ଯବନପକ୍ଷୀୟ । ଅଞ୍ଜନପ୍ରଭ-କୃଷ୍ଣବର୍ଣ୍ଣ ।
(୪)
ରୋହିତାସ୍ୟ-ଚେଦିରାଜ, ଆର୍ଯ୍ୟପକ୍ଷୀୟ ।
(୫)
ବିକ୍ରମ-କାଶ୍ମୀରରାଜ, ଯବନପକ୍ଷୀୟ ।
(୬)
ରଣଚଣ୍ଡ-ବତ୍ସଦେଶର ରାଜା ପୃଥୁପକ୍ଷୀୟ ।ଭୂମିଶଯ୍ୟା, ଚନ୍ଦ୍ରାନନୀ-କାଶ୍ମୀର-ତରୁଣୀ (୧)ପରିବର୍ତ୍ତେ ଶ୍ୟେନୀ-ଲଭି ଶଯ୍ୟାସଖୀରୂପେ;ରଣଚଣ୍ଡ-ଜୟହର୍ଷ ହେଲା କ୍ଷଣସ୍ଥାୟୀ,ବନ୍ଧୁଜୀବପୁଷ୍ପ-ପୃଥୁ ରକ୍ତବିନ୍ଦୁ ସ୍ରାବୀ (୨)ବିକ୍ରମର ମୁଣ୍ଡ ଉର୍ଦ୍ଧ୍ୱେ ତୋଳି ଉଲ୍ଲମୁନେସଦମ୍ଭେ ଦେଖାନ୍ତେ, ତାଙ୍କ ମୁଣ୍ଡ ସେହି କ୍ଷଣିଭଲ୍ଲଲଗ୍ନ ମୁଣ୍ଡ ସଙ୍ଗେ ଗଡ଼ିଲା ଭୂତଳେବିକ୍ରମସୋଦର-କ୍ଷେମଧନ୍ୱାଖଡ଼୍ଗାଘାତେ; (୩)ଅଙ୍ଗନାଥ ଯୁଧାଜିତ ଆକ୍ରମିଲେ ରୋଷେ (୪)ମଦନ-ସୁନ୍ଦର ଯୁବା ପ୍ରସେନ ପ୍ରବୀରେ, (୫)ଜୟଚନ୍ଦ୍ର-ପୁତ୍ରବେନି, ରଥୀ, ରଥବାହୀଏକା ରଥେ, ଏକମୁନା ଭିନ୍ନ ମାତ୍ର ଦେହେ,ଯୁଆଜିତ କ୍ରୂରକୁନ୍ତ ସ୍ୱରୂପ-ନିର୍ମମ, (୬)ସୁରୂପ ପ୍ରସେନବକ୍ଷେ ସ୍ତନୋପରି ପଶି,
(୧)
କାଶ୍ମୀରଦେଶୀୟ ନାରୀମାନେ ସୌନ୍ଦର୍ଯ୍ୟ ନିମନ୍ତେ ପ୍ରସିଦ୍ଧ ।
(୨)
ବନ୍ଧୁଜୀବପୁଷ୍ପ ପରି ସ୍ଥୂଳରକ୍ତବିନ୍ଦୁ ଯେଉଁ ମୁଣ୍ଡରୁ ସ୍ରବୁଥିଲା ।
(୩)
କ୍ଷେମଧନ୍ୱା-କାଶ୍ମୀରପତିଙ୍କ ଭ୍ରାତା, ଯବନପକ୍ଷଭୁକ୍ତ ।
(୪)
ଯୁଧାଜିତ-ଅଙ୍ଗରାଜ, ଆର୍ଯ୍ୟପକ୍ଷୀୟ ।
(୫)
ପ୍ରସେନ ଏବଂ ପ୍ରବୀର ଜୟଚନ୍ଦ୍ରଙ୍କ ପୁତ୍ର, ଏକ ରଥରେ ଜଣେ ରଥୀ ଏବଂ ଜଣେ ସାରଥି ହୋଇ ଯୁଦ୍ଧ କରୁଥିଲେ ।
(୬)
ସୁରୂପନିର୍ମମ-ସୌନ୍ଦର୍ଯ ପ୍ରତି ଯାହାର ଲେଶମାତ୍ର ମାୟା ମମତା ନାହିଁ; କୁନ୍ତର ବିଶେଷଣ ।ଫୁଟିଲା ରକ୍ତାକ୍ତମୁନେ ପୃଷ୍ଠେ ଗ୍ରୀବାତଳେ,ବଲ୍ଗାଧାରୀ ପ୍ରବୀରକୁ ଆବର ସେକ୍ଷଣି (୧)ଲୋଟାଇଲେ ଯୁଧାଜିତ ଭୂମେ ଅସିଚୋଟେ,କାଷ୍ଠାଜୀବ ଯେହ୍ନେ ବନେପୁଷ୍ପିତ କିଂଶୁକେ (୨)ଶୈଳଖୋଲେ ଭ୍ରମୁଁ ଭ୍ରମୁଁ ମୃଗୟାଆଶୟେ,ହରିଣଶିଶୁକୁ ପଥେ ହର୍ଯ୍ୟକ୍ଷ ଯେପରିହାବୋଡ଼ି, କାମୋଡ଼ି ଦନ୍ତେ କ୍ଷୀଣ ପ୍ରାଣ-ତାରଦିଏ ଝାଡ଼ି, ଅକ୍ଷମ ସେ ଶିଶୁର ରକ୍ଷଣେତ୍ରାସେ ମୃଗୀ ସେହି ଦୃଶ୍ୟ ଗୁଳ୍ମତଳେ ଲୁଚିଦେଖୁଥାଇ ଥରି ଥରି ସ୍ୱିନ୍ନ-କଳେବରେ, (୩)ପୁତ୍ରଙ୍କର ଏହି ଦଶା ଅଦୂରୁଁ ନିରେଖିରହିଲେ ତେସନେ ଉଭା କାନ୍ୟକୁବ୍ଜପତିସ୍ତମ୍ଭୀଭୂତେ, ଶସ୍ତ୍ରହସ୍ତେ, ଲୋତକନୟନେ;ପୁଷ୍କଳାବତୀର ପତି ଶମ୍ବ-ଶିରୋପରେ (୪)ପ୍ରହାରିଲେ ମହଗଦା ମହାଗଦାଧାରୀଜଂଘାଳମାଳବ-ରାଜ, ଯେ ଭୀମ ଆଘାତେ (୫)
(୧)
(୨)
କାଷ୍ଠାଜୀବ-କାଠ କାଟିବା ଯାହାର ଜୀବିକା ।
(୩)
ସ୍ୱିନ୍ନ-ସ୍ୱେଦଯୁକ୍ତ, ଘର୍ମାକ୍ତ ।
(୪)
ଶମ୍ବ-ପୁଷ୍କଳାବତୀର ଅଧୀଶ୍ୱର; ଯବନପକ୍ଷୀୟ ।ଚୂର୍ଣ୍ଣ ହୋଇ ଶମ୍ବକଳ୍ପ ଶମ୍ବ-ଶିରସ୍ତ୍ରାଣ (୧)ଫାଟିଗଲା ଭାଲ-ଅସ୍ଥି, ପଡ଼ିଲା ବାହାରିନୟନକୋଟରୁ ବେନି ନୟନର ଡୋଳା;ନ ପାରିଲେ ସଶିରସ୍କ ସ୍ୱଶିର ବଞ୍ଚାଇଶାଳାତୁର-ପତି ଶଙ୍ଖ, ଅମୋଘ ନିପାତୀ (୨)ଉଡ୍ରପତି ଯଯାତିର ଧୂପଖଣ୍ଡା-ଚୋଟୁଁ (୩)ଦ୍ୱିଧା ହୋଇ ମୁଣ୍ଡ, ଭଗ୍ନ ଦଧିଭାଣ୍ଡୁ ଯଥା,ପଡ଼ିଲା ମସ୍ତିଷ୍କ ତଳେ ଥପ ଥପ ହୋଇ,ବଙ୍ଗେଶ୍ୱର ଶାଳଦିତ୍ୟ ଫିଙ୍ଗିଲେ ସାବେଳି (୪)ତକ୍ଷଶିଳାପତିବକ୍ଷ ଲକ୍ଷି ମହାବଳେ, (୫)ତକ୍ଷଶିଳା-ଢାଲଗୁବା ଭେଦିଲାଖି ହୋଇଦୋହୋଲିଲା ସେ ସାବେଳି, ଅକ୍ଷତେ ସେ ତହୁଁଶାଳାଦିତ୍ୟ ପରେ ପଡ଼ି ବିଜୁଳିର ବେଗେଭୁସିଦେଲେ ତାଙ୍କ ଗଳେ ସୁତୀକ୍ଷ୍ଣ କଟାରି,ଖଣ୍ଡି ତାଙ୍କ ରଣକଣ୍ଡୁ ଚିରଦିନ ଲାଗି; (୬)ମାତ୍ର ପ୍ରତିଶୋଧ ତାର ଲଭିଲେ ସେକ୍ଷଣି
(୧)
(୨)
ଶଙ୍ଖ-ଲାହୋରରାଜ, ଯବନପକ୍ଷୀୟ ।
(୩)
ଯଯାତି-ଉତ୍କଳରାଜା, ଆର୍ଯ୍ୟପକ୍ଷୀୟ ।
(୪)
ଶାଳାଦିତ୍ୟ-ବଙ୍ଗଦେଶର ରାଜା, ଆର୍ଯ୍ୟପକ୍ଷୀୟ ।
(୫)
(୬)
ରଣକଣ୍ଡୁ-ଯୁଦ୍ଧାଭିଳାଷ ।ପୌଣ୍ଡ୍ରପତି ମହେନ୍ଦ୍ରର ବରଛିର ମୁନେ, (୧)ସେ ବରଛି ତକ୍ଷଶିଳା ପିଚୁଳିପ୍ରଦେଶପଶି ଲୋଟାଇଲା ତାଙ୍କୁ ଉତ୍ତାନେ ଭୂତଳେ,ଭକ ଭକ ରକ୍ତ ସ୍ରାବି ବୁଜିଲ ସେ ଆଖି,କୌଶେୟପ୍ରବର ବଜ୍ରଘୋଷ ଭିନ୍ଦିପାଳେ (୨)କନଖଳପତିଙ୍କର ସ୍କନ୍ଧସନ୍ଧି ଛିଡ଼ି (୩)ଗଲା ସେହ୍ନା ସହ ସେହୁ ପଡ଼ିଲେ ଝନ୍ଝନେ,ବେକଷଣ୍ଡା ସଙ୍ଗେ ଗଲା ଭବଲୀଳା ଭାଙ୍ଗି,ଅମ୍ବାଳୟପତି-ଶିରୁ ଶିରସ୍କ ସୁନ୍ଦର, (୪)କଣ୍ଠାରୁ ସେ ଶିର ପୁଣି ଲୋଟାଇଲେ ଭୂମେଅମର୍ଷି-ଅନୁଜ ଜିଷ୍ଣୁ ବେନି ଅସି ଚୋଟେ; (୫)ବାଳେନ୍ଦୁ-ଲାଞ୍ଚିତ ଧ୍ୱଜ ପରେ ଲକ୍ଷ୍ୟ ରଖିଯୁଝିଲେ ସ୍ୱଦଳେ ପୃଥୁ, ଅରାତିପ୍ରମାଥୀ,ଆର୍ଯ୍ୟତରୀ-କର୍ଣ୍ଣଧାର ସମର ସାଗରେ,ନର୍ତ୍ତିତକିରୀଟ ଦେବ-କାର୍ତ୍ତିକପ୍ରତିମ, (୬)ଅନିବର୍ତ୍ତି ରଣେ, ସୈନ୍ୟେ ସଦା ଅଗ୍ରଯାୟୀ,
(୧)
ଜଂଘାଳ-ମାଳବପତି, ଆର୍ଯ୍ୟପକ୍ଷୀୟ ।
(୨)
ମହେନ୍ଦ୍ର-ପୌଣ୍ଡ୍ରରାଜ, ଆର୍ଯ୍ୟପକ୍ଷୀୟ ।
(୩)
ବଜ୍ରଘୋଷ-ଆର୍ଯ୍ୟପକ୍ଷୀୟ ରାଜା ।
(୪)
କନଖଳ-ହରିଦ୍ୱାରର ଅଦୂରବର୍ତ୍ତୀ, କନଖଳପତି-ଯବନପକ୍ଷୀୟ ।
(୫)
ଅମ୍ବାଳୟ-ଆଧୁନିକ ଅମ୍ବାଲା । ଅମ୍ବାଳୟପତି-ଯବନପକ୍ଷୀୟ ।
(୬)
ଜିଷ୍ଣୁ-ଅର୍ମିଷଙ୍କ କନିଷ୍ଠ ସହୋଦର, ଆର୍ଯ୍ୟପକ୍ଷୀୟ ।
(୭)
ଦୋଦୁଲ୍ୟମାନ-କିରୀଟ କାର୍ତ୍ତିକେୟଙ୍କ ପରି, ଅମର୍ଷିର ବିଶେଷଣ ।ପରପୁରଞ୍ଜୟୀ ଶୂର ଅମର୍ଷୀର ଅସିବୁଲିଲା କୁଲାଳଚକ୍ର ପ୍ରାୟେ ସେ ସଂଗ୍ରାମେସହସ୍ର ସହସ୍ର ଶତ୍ରୁ ଲୋଟାଇ ଭୂତଳେ,ସକିରୀଟ କାହା ଶିରଃ, ସଶସ୍ତ୍ର କା ବାହୁ,ସକଙ୍କଟ କାହା ଉରଃ, ସମେଖେଳ କଟି (୧)କାଟିଲେ କଦଳୀକାଣ୍ଡ ପ୍ରାୟେ କରବାଳେଅଶ୍ୱବାର ମହାବୀର, ଛେଦିଲେ କାହାରିଉପବୀତଛନ୍ଦେ, ଦେହ, ସ୍କନ୍ଧୁ କଟିଯାଏ,(୨)ଶ୍ମଶ୍ରୁଳ-ଯବନମୁଣ୍ଡ ଶତ ଶତ ଭୂମେଗଡ଼ାଇ ପୂଜିଲେ କି ସେ ରଣଚଣ୍ଡୀ-ପଦସରଘାମଣ୍ଡିତ ରକ୍ତକମଳକୁସୁମେ ? (୩)ଊର୍ମି ପରେ ଊର୍ମି ଯଥା ଅମ୍ଭୋନିଧିକୂଳେ,ଦଳେ ଦଳେ କଲେ ଆସି ସଦମ୍ଭେ ଚଢ଼ାଉବୀରପରେ ଯବନର ବ୍ୟହିତ ବାହିନୀ,ବୃଥା ଶ୍ରମ ! ଗିରି କେବେ ଟଳଇ କି ଗାରେ ?ତରୁଉନ୍ମୂଳନ ଝଂଜାବାତ୍ୟାର ଆଘାତେ ?ବର୍ତ୍ତି ନ ପାରିଲେ କେହି ଅମର୍ଷି ସମ୍ମୁଖେ
(୧)
(୨)
ଦେହରେ ପଇତା ଯେଉଁ ଭାବରେ ପଡ଼ିଥାଏ ।
(୩)
ସରଘାମଣ୍ଡିତ-ଶିଶୁଭ୍ରମରଯୁକ୍ତ, ଯବନମାନଙ୍କ ମସ୍ତକ ସହିତ କମଳର ଏବଂ ଶ୍ମଶ୍ରୁ ସହିତ ଭ୍ରମରର ଉପମା ।ସେ ଭୀମ ରୁଧିରବର୍ଷି-ରୋମହର୍ଷି-ହାଣେ, (୧)ଶୋଭିଲେ ସେ ଅରିଦଳେ, ଗିରିବ୍ରଜେ ଯଥାବଜ୍ର, ତମଃପୁଞ୍ଜେ ତେଜଃ, ଔର୍ବସିନ୍ଧୁଜଳେ, (୨)ଦାବାନଳ ତରୁଦଳେ, ବଇରି କପୋତେ,ବାସନା-ପ୍ରପଞ୍ଚେ କିବା ବିବେକ ଯେସନେ; (୩)କୃପାଣ-ମନ୍ଥନ-ଦଣ୍ଡେ ଯବନ-ବାରିଧିମନ୍ଥି ଯଶଃ-କଉସ୍ତୁଭ ଅର୍ଜିଲେ ସୁରଥୀ; (୪)ତେଜଃପୁଞ୍ଜ ଅଜାମିଳେ ଶୂଳର ପ୍ରାଚୀରେରଖିଲେ ବୀରକୁ ବେଢ଼ି ବଜ୍ରଦୁର୍ଗ ପ୍ରାୟେ,ଉତ୍ତୋଳି ଶଳାକା ଯେହ୍ନେ କୁପିତ ଶଲ୍ଲକୀ; (୫)ଯଥା ମହାନଦୀ-ବନ୍ୟା ମହାବେଗେ ଆସିମହାଶମ୍ଭୁ ସିଂହନାଥ-ଅଧିଷ୍ଠାନେ ପୂତ- (୬)
(୧)
ରୋମହର୍ଷିହାଣ-ଲୋମହର୍ଷଣକାରୀ ପ୍ରହାର ।
(୨)
(୩)
ବିବେକ ଅର୍ଥାତ୍ ଜ୍ଞାନୋଦୟ ହେଲେ ବାସନାସମୂହ ନଷ୍ଟ ହୁଏ ।
(୪)
କୌସ୍ତୁଭ ସମଦ୍ରମନ୍ଥନରୁ ଉଦ୍ଗତ ହୋଇଥିଲା ।
(୫)
ଶଲ୍ଲବୀ-ଝିଙ୍କ କୁପିତ ହେଲେ ତାହାର ଶଳାକାମାନ ଉଦ୍ଦଣ୍ଡ ହୁଏ ।
(୬)
ସିଂହନାଥ-ବାଙ୍କି ଅନ୍ତର୍ଗତ ବୈଦ୍ୟେଶ୍ୱର ସମ୍ମୁଖବର୍ତ୍ତୀ ଦ୍ୱୀପଶୈଳ । ଏହି ଶୈଳର ପାଦଦେଶରେ ସିଂହନାଥଙ୍କ ଦେଉଳ ପ୍ରତିଷ୍ଠିତ । ମହାନଦୀ ବନ୍ୟା ପଶ୍ଚିମରୁ ଆସି ଏହି ଶୈଳର ପ୍ରତିଘାତରେ କିଛି ଦୂର ଉଜାଣି ପ୍ରବାହିତ ହୁଏ । ସେଠାରୁ ପୁଣି ଦ୍ୱିଧା ବିଭକ୍ତି ହୋଇ ଦୁଇ ପ୍ରବାହ, ସିଂହନାଥ ଶୈଳର ଉଭୟ ପାର୍ଶ୍ୱ ଦେଇ ପୂର୍ବମୁଖରେ ପ୍ରବାହିତ ହୁଏ, ଏହି ପର୍ବତର ପ୍ରତିଘାତ ଯୋଗୁଁ ମହାନଦୀ ଏହିଠାରେ ଦ୍ୱିସ୍ରୋତା ।
ଦ୍ୱୀପଶୈଳମୂଳ ଭେଟି, ପ୍ରତିଘାତବଳେପଛକୁ ନେଉଟି, ପୁଣି ବେନି ଧାର ହୋଇଗିରି ବେନି ପାଖେ ବହିଯାଏ ପୂର୍ବମୁଖେ,ସମରେ ଦୁର୍ଦ୍ଧର୍ଷବୀର ଅମର୍ଷୀ ଅଗ୍ରତେ,ପ୍ରତାପେ ତେସନ ତାଙ୍କ ଅସ୍ତବ୍ୟସ୍ତ ହୋଇଦ୍ୱିଧା ବିଦାରିତ ହେଲା ଯବନବାହିନୀପୁନଃ ପୁନଃ, ଦଳେ ଦଳେ ପଡ଼ି ରଣୋନ୍ମାଦେ;ଅସି-ଆସ୍ଫାଳନ-ବେଗେ ତାଙ୍କର ମୂରତିଦିଶିଲା ପ୍ରବିଷ୍ଟ କି ସେ ବିଦ୍ୟୁତ-ପଞ୍ଜରେ, (୧)ଜ୍ୱାଳାବିଳ-ଜିହ୍ୱା ଚାଳି ଚାଲେ ଖରବେଗେ (୨)ନାବାନଳ, ନିରର୍ଗଳ ଯେହ୍ନେ ମହାବନେ, (୩)ଚାଲିଲେ ପ୍ରଚଣ୍ଡେ ସେହୁ ବୈରିଦଳ ଭେଦି,ସହସା ସ୍ୱଦଳୁଁ ବୀର ବିଶ୍ଳିଷ୍ଟ ହୋଇଣପଶିଲେ ଯବନବ୍ୟୂହେ, ଶତ୍ରୁ ଭଲ୍ଲାଘାତେଗଳେ ବିଦ୍ଧ ହୋଇ ତାଙ୍କ ତୁରଙ୍ଗ ଏକାଳେପଡ଼ିଲା ନିହତ ହୋଇ ରୁଧିର-କର୍ଦ୍ଦମେ,ଅଶ୍ୱୁଁ ଡେଇଁପଡ଼ି ବୀର ପଦାତିକ ରୂପେଯୁଝିଲେ ଅରାତି ସଙ୍ଗେ ଅତୁଟ ସାହସେ,
(୧)
ଅତିବେଗରେ ଅସି ଆସ୍ଫାଳନ ଯୋଗୁଁ ଅମର୍ଷୀ ତଡ଼ିତପଞ୍ଜରମଧ୍ୟଗତ ପରି ବୋଧହେଉଥିଲେ ।
(୨)
ଜ୍ୱାଳାବଳି-ଜିହ୍ୱା-ଜ୍ୱାଳାମାଳାରୂପ ରସନା ।
(୩)
ନିରର୍ଗଳ-ଅପ୍ରତିହତ ଗତି ।ଲଘୁହସ୍ତ ଯୋଗୁଁ ଶୋହି ସେ ମହାସଙ୍କଟେ (୧)ସର୍ବାଙ୍ଗେ ଆବୃତ ଯେହ୍ନେ ନିଜ କରବାଳେ,ଝଡ଼ିଲା ଯବନମୁଣ୍ଡ ସେ କୃପାଣ ଚୋଟେଶତ ଶତ ପକ୍ୱପର୍ଣ୍ଣ ଶୀତାନ୍ତେ ଯେସନ;କୃଷିବଳ-ଦାତ୍ରେ ଅବା ପକ୍ୱଶସ୍ୟାବଳୀ (୨)କୃଷୀକ୍ଷେତ୍ରେ, କୃଷୀବଳପ୍ରିୟ-ଧନୁମାସେ । (୩)ଶତପ୍ରସରଣେ ଏବେ ବେଢ଼ିଲେ ଅରାତିଅମର୍ଷିଙ୍କି, ଆର୍ଜୁନିକି ଯଥା କୁରୁଚମୂ, (୪)କିମ୍ବା ଦାବାନଳଚକ୍ର ଯଥା କେଶରିକି,ମାତ୍ର ଭରସିଲେ ନାହିଁ ପାଖେ ପଶିବାକୁମୂର୍ତ୍ତିମନ୍ତ କାଳପ୍ରାୟେ ତ୍ରାସେ ତାଙ୍କୁ ମଣି,ମୂର୍ତ୍ତିମନ୍ତ କାଳପ୍ରାୟେ ଶାର୍ଦ୍ଦୂଳବଂଶର (୫)ବାମଣ୍ଡାକୁମାର ବୁଧ-ଚକୋର-ଚନ୍ଦ୍ରିମା,ହେ ସଚ୍ଚିଦାନନ୍ଦ, ତୁମ୍ଭ ପାରିଧିର ସ୍ଥଳୀ-
(୧)
(୨)
କୃଷୀବଳଦାତ୍ରେ-କୃଷକଙ୍କ ଦାଆରେ ।
(୩)
ଧନୁ ଅର୍ଥାତ୍ ପୌଷମାସରେ ଧାନକଟା ଯୋଗୁଁ କୃଷକମାନଙ୍କ ଗୃହ ଶସ୍ୟରେ ପୂର୍ଣ୍ଣ ଥାଏ ।
(୪)
କୁରୁସେନା ଚକ୍ରବ୍ୟୂହଦ୍ୱାରା ଅଭିମନ୍ୟୁକୁ ଯେପରି ବେଢ଼ିଥିଲେ ।
(୫)
ବାମଣ୍ଡା ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ ଯେମନ୍ତ ବିଦ୍ୟାରସିକ, ମୃଗୟାରେ ସେହିପରି ସିଦ୍ଧହସ୍ତ ।ଚୂଳିଆ-ଅଚଳତଟୁଁ ଶାର୍ଦ୍ଦୂଳ ଯେସନେ (୧)ଓହ୍ଳାନ୍ତେ ଶିକାରଲୋଭେ ବ୍ରାହ୍ମୀତୀରଭୂମେ,ତେଣ୍ଟା, ଏକମୁନା, ଟାଙ୍ଗି ଆଦି ଶସ୍ତ୍ର ଧରିବେଢ଼ନ୍ତି ଚୌଦିଗେ ତାକୁ ମହିଷାଳେ ଯାଇଦଳେ ଦଳେ, ମହୋତ୍ସବେ, ମହାକୋଳାହଳେ,ଅକ୍ଷୁବ୍ଧ ସେ ଆକ୍ରମଣେ, ନିର୍ଭୀକ ସ୍ୱଭାବେ,ଉଭା ହୋଇ ଏକଠାବେ ରହେ ମହାବଳୀମହାବଳ, ଅରିଦଳ ତୃଣ କରି ଗଣି,ଫୁଲାଇ ତା ବପୁ ରୋଷେ, ରକ୍ତାକ୍ଷ ବୁଲାଇଚାହୁଁ ଥାଏ କ୍ଷଣେ କ୍ଷଣେ ବିଦ୍ୟୁତ-ଚାହାଣି;ମୁହୁର୍ମୁହୁ ଭୂମିତଳେ ଲାଙ୍ଗୁଳ କଚାଡ଼ିପ୍ରକଟି ଦଶନପାଟି ମାରଇ ହାକୁଟି,ମହାକ୍ଷତ୍ରିୟ ସେ ଯେଣୁ, ପଛକୁ ହଟିବା, (୨)ଅବା ପଳାୟନେ କେବେ ନ ବଳାଏ ମତି,ତେସନେ ଅମର୍ଷୀବୀର ପରପୁରଞ୍ଜୟୀ,ଉର୍ଜସ୍ୱଳ କିବା ବଳ କି ଶିକ୍ଷାକୌଶଳେ,
(୧)
ଚୂଳିଆ-ବାମଣ୍ଡା ରାଜ୍ୟର ଗୋଟିଏ ଉଚ୍ଚ ପର୍ବତ, ବ୍ରାହ୍ମୀନଦୀର ଅଦୂରବର୍ତ୍ତୀ ।
(୨)
ଜାଙ୍ଗଳପ୍ରଦେଶର ଲୋକେ ବାଘକୁ ‘‘ମହାକ୍ଷତ୍ରିୟ’’ ବୋଲନ୍ତି ।ଶୋଭିଲେ ଅକ୍ଷୋଭେ, ସେହିପରି-ପରିବେଶେ; (୧)ଆକ୍ରମଣେ ଅଗ୍ରସର ହୋଇ କେତେ ଶୂରେଅଗ୍ରସର ହେଲେ ମାତ୍ର-କୃତାନ୍ତ ସଦନେ,ପ୍ରଦୀପର ଶିଖାସ୍ପର୍ଶେ ପତଙ୍ଗ ଯେପରି,ଏକକ ସେ ଦିଶୁଥିଲେ ଅୟୁତ ପରାୟେଶତ୍ରୁନେତ୍ରେ, ପ୍ରତିଜନେ ପ୍ରତିଯୋଧରୂପେ; (୨)ମହାଶୂଳୀ ଅଜାମିଳେ ପ୍ରାଣପଣେ ଯୁଝି,ଶୂଳେ ଅରି ପରେ ଅରି ପ୍ରେରି ପ୍ରେତପୁରେଭେଦି ନା ପାରିଲେ ସେହି ଯବନ-ପାଚେରୀଅଭେଦ୍ୟ, ଅଭେଦ୍ୟ ଯଥା କୁରୁଅନୀକିନୀଚକ୍ରବ୍ୟୃହେସଜ୍ଜୀଭୂତ ଦ୍ରୋଣର ଭିଆଣେ; (୩)ଢାଲେ ଢାଲ, ଭଲ୍ଲେ ଭଲ୍ଲ, କିରୀଟ କିରୀଟେ,କଙ୍କଟ କଙ୍କଟେ ଜାକି ହୋଇ ସେ ପ୍ରାଚୀରଦିଶିଲା ଭାସ୍ୱର, ଯେହ୍ନେ ଶାରଦପ୍ରଭାତେପ୍ରାଚୀପଟେ ରାଜା ସ୍ୱର୍ଣ୍ଣବର୍ଣ୍ଣ-ମେଘରାଜି
(୧)
ଅରିପରିବେଶେ-ଶତ୍ରୁ ଚକ୍ର ମଧ୍ୟରେ ।
(୨)
ଅମର୍ଷୀ ଏକା ହୋଇ ସୁଦ୍ଧା ଦଶସହସ୍ର ପ୍ରାୟ ବୋଧ ହେଉଥିଲେ । ପ୍ରତ୍ୟେକ ଯୋଦ୍ଧା ତାହାଙ୍କୁ ଆପଣାର ପ୍ରତିଯୋଦ୍ଧା ମଣିଲା ।
(୩)
ଦ୍ରୋଣାଚାର୍ଯ୍ୟଙ୍କର ଚକ୍ରବ୍ୟୂହରଚନାପ୍ରସଙ୍ଗ ମହାଭାରତରେ ଅନୁସନ୍ଧେୟ ।ତମୋଜୟୀ ତପନର ଉପକାର୍ଯ୍ୟରୂପେ, (୧)କିମ୍ବା ବହ୍ନି ଆସ୍ତରଣ ଯେହ୍ନେ ବେଣାବନେ,ଆଲୋକେ ଯା ଶୀତରାତ୍ରେ କନିକା ଅଞ୍ଚଳେମୃଗସଦ୍ କଚ୍ଛଭୂମି ଲାବଣସୈନ୍ଧବୀ (୨)ଦିଗ୍ବାରଣରୂପେ ସେବି ସିନ୍ଧୁବାହୀ ନାବେ; (୩)ଅମର୍ଷୀଙ୍କି ଦେଖି ଘୋର ବିପଦେ କବଳେ,ପରନ୍ତପପୃଥୁ ଦେଲେ ଦୂରୁଁ ଝପଟାଇଅଶ୍ୱବର, ପୃଥୁ ସଙ୍ଗେ ଆସିଲେ ଦଉଡ଼ିଅଙ୍ଗଦେଶିସାଦିଦଳ ବିଜୁଳିର ବେଗେ,ଘର୍ଘରେ ଚଳାଇ ରଥ ଦିଲ୍ଲୀପୁରୀ-ରଥୀଆସିଲେ, ରଥାଙ୍ଗେ ବେଗେ ରକ୍ତ ଛିଟିକାଇ (୪)
(୧)
ତମୋଜୟୀ ସୂର୍ଯ୍ୟଦେବଙ୍କର ତମ୍ବୁସ୍ୱରୂପ ଯେଉଁ ସ୍ୱର୍ଣ୍ଣବର୍ଣ୍ଣ ମେଘମାଳା ଶରତ୍ପ୍ରଭାତରେ ପୂର୍ବଦିଗରେ ଶୋଭାଯାଏ, ଅସ୍ତ୍ରୋଜ୍ଜ୍ୱଳ ଯବନପ୍ରାଚୀର ସେହିପରି ଦିଶୁଥିଲା ।
(୨)
କନିକା ଅଞ୍ଚଳରେ ସମୁଦ୍ରତଟର ଅଦୂରରେ ବହୁଦୂରବ୍ୟାପୀ ବେଣାବନ ଦେଖାଯାଏ । ଏହି ବେଣାବନରେ ଅସଂଖ୍ୟ ହରିଣ ଦେଖାଯାନ୍ତି । ଶୀତ ଋତୁରେ ଏହି ବେଣାବନରେ ଅଗ୍ନି ଲାଗି ବହୁକ୍ରୋଶବ୍ୟାପୀ ଅଗ୍ନି ପ୍ରାଚୀରବତ୍ ଦିଶେ । ଲାବଣସୈନ୍ଧବୀ-ଲବଣସିନ୍ଧୁ ସମ୍ବନ୍ଧୀୟ, କଚ୍ଛଭୂମିର ବିଶେଷଣ ।
(୩)
ନାବିକମାନେ ସମୁଦ୍ରରେ ଏହି ଅଗ୍ନିପ୍ରାଚୀର ଦେଖି ସମୟସମୟରେ ଦିଗ ନିରୂପଣ କରନ୍ତି-।
(୪)
ରଥାଙ୍ଗେ-ରଥଚକ୍ରଦ୍ୱାରା ।କବନ୍ଧ-ବନ୍ଧୁର ପଥେ, ପୃଥୁଙ୍କ ସଙ୍କେତେ (୧)ଆସିଲେ ସୈନ୍ଧବୀଚମୂ ମନୋରଥଗତି,ପିତ୍ତଳବର୍ମ୍ମିତ ବତ୍ସଦେଶୀ-ଅଶ୍ୱବାରେତୀକ୍ଷ୍ଣଭଲ୍ଲଧାରୀ ଖରେ ମିଳିଲେ ତକ୍ଷଣେ,କାଶ୍ମୀରୀ ସହିତେ ଯୁଝୁଥିଲେ ଯେ ଅଦୂରେ,ସୌରସେନୀ ଶୂରବୃନ୍ଦ ଆସିଲେ ଦଉଡ଼ି,ମତ୍ତ-ମତଙ୍ଗଜେ ଚଢ଼ି ଆସିଲେ ନେପାଳୀ,ସମରତରଙ୍ଗ ଏବେ ଦ୍ୱିଗୁଣେ ଉଚ୍ଛୁଳିଭସାଇଲା ରଙ୍ଗେ ତହିଁ ଚତୁରଙ୍ଗ ସେନା,ବ୍ୟାଧଜାଲେ ଶିଶୁ ଦେଖି ବାଘୁଣୀ ଯେସନେ,ମହାରୋଷେ ଗର୍ଜି ଆର୍ଯ୍ୟେ ପ୍ରଚଣ୍ଡ ବିକ୍ରମେନୀରନ୍ଧ୍ର ସେ ଶତ୍ରୁଦଳେ ପକାଇଲେ ଘାଣ୍ଟି, (୨)ଅଗ୍ରସର ହୋଇ ଯେତେ ଯବନ ସାହସେଓଗାଳିଲେ ବାଟ, ପଡ଼ି କାମୋଡ଼ିଲେ ମାଟି,ମୂହର୍ତ୍ତେ ଯବନବ୍ୟୂହ ବୀରେନ୍ଦ୍ର-କେଶରୀଭେଦି ଆର୍ଯ୍ୟ-ସେନାନୀକି ଉଦ୍ଧରିଲେ ତହୁଁକରବାଳେ ବାଟ କାଟି ପୃଥୁ ପୃଥୁଯଶା
(୧)
କବନ୍ଧବନ୍ଧୁରପଥ-ଶବବନ୍ଧୁର ମାର୍ଗରେ ।
(୨)
ନୀରନ୍ଧ୍ର-ଅତି ନିବିଡ଼ ।ସେ ରଣଶୋଣିତ ପଙ୍କ-ପିଚ୍ଛିଳ-ପ୍ରାଙ୍ଗଣେ; (୧)ସେ ସଙ୍କଟୁଁ ମୁକ୍ତ ହୋଇ ଶୋଭିଲେ ସେନାନୀମେଘମୁକ୍ତ ଶଶୀ ଯଥା, ଶୀତାନ୍ତେ ଅଥବାନିର୍ମୋକନିର୍ମୁକ୍ତ ଯଥା ଉର୍ଦ୍ଧ୍ୱଫଣା ଫଣୀ; (୨)ବାୟୁକୁ ସାରଥି ପାଇ ବିଭାବସୁ ପ୍ରାୟେ (୩)ବିପିନେ, ଅମର୍ଷୀ ପୃଥୁ ଯୁଝି ଏକସ୍ଥାନେଦୁର୍ବାର ବେନିଏ ହେଲେ ବଇରିବିଭ୍ରାଟେ, (୪)ବିକଟ ଯବନ ଥାଟ ହଟିଲା ସତ୍ରାସେଉତ୍କେଶର-ହରି- ଆଗେ କରିପ ପ୍ରାୟେ (୫)ଭଙ୍ଗଦେଲା ଠାବେ ଠାବେ ଯବନପୃତନା,ପଛ ପଳାୟକବୃନ୍ଦେ ପଛୁଁ ହାଣି ହାଣିଦୁର୍ଦ୍ଦିନ ଭିଆଇ ତାଙ୍କ ରୁଧିର-ଆସାରେ, (୫)ତଡ଼ିନେଇଗଲେ ବୈରିଦଳେ ବେନିବୀରେ,ମହାବାତ୍ୟା ଯଥା, ଅମା-ସୌରି-ସ୍ୱାତିଯୋଗେ, (୭)
(୧)
ରକ୍ତପିଚ୍ଛିଳ-ରଣଭୂମି । ନିର୍ମୋକନିର୍ମୂକ-କାତି ଛାଡ଼ିଥିବା ।
(୨)
(୩)
ବୈରିବିଭ୍ରାଟେ-ଶତ୍ରୁମର୍ଦ୍ଦନରେ ।
(୪)
ଉତ୍କେଶର ହରି-ସ୍ଫୀତକେଶର ସିଂହ ।
(୫)
ଦୁର୍ଦ୍ଦିନ-ବର୍ଷାଦିନ, ରୁଧିର-ଆସାରେ-ରକ୍ତବୃଷ୍ଟିରେ ।
(୬)
ଅମାବାସ୍ୟା, ଶନିବାର, ସ୍ୱାତି ନକ୍ଷତ୍ର ଏ ତିନିଙ୍କର ଏକତ୍ରଯୋଗ ମହାବାତ୍ୟାସୂଚକ ।