କୋଇଲି
ଗୋଦାବରୀଶ ମିଶ୍ର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୪
- ସ୍ଥିତି
- ସାର୍ବଜନୀନ (Public domain)
ନିତି ଏ ପୀୟୂଷଧାରା ଢାଳୁ ତୁ, କୋଇଲି,ଗଛଡାଳେ ଲୁଚି ରହି;ନଦୀ ଗିରି ବନ ବିଲ ସରସୀ ପ୍ରାନ୍ତରଉଛୁଳି ପଡ଼ଇ ତହିଁ ।ଫୁଲୁ ଫୁଲେ ପରଶି ସେ ମଧୁ କିଶଳୟେନିମିଷେ ଯାଉଛି ଖେଳି,ପଲ୍ଲବ ଅଙ୍କୁର ଯେତେ ବନ ତରୁ ଶାଖେମୋହନ ଶ୍ୟାମଳେ ବୋଳି ।ଏ ଦୀନ ବେଶେ ତୁ, ପିକ, ଅସୀମ ସମ୍ପଦଲୁଚାଇ ରଖିଛୁ କାହିଁ,ନବୀନ ବନସ୍ତେ ଚାରୁ କୁସୁମ ବିକାଶେଆସି ବିତରିବା ପାଇଁ ?ଇନ୍ଦ୍ରଧନୁ ସୌଦାମିନୀ ପୂର୍ଣ୍ଣ ବିଧୁକରେସରଗେ ମରତେ ପରାତୋ ସ୍ୱର ସଙ୍ଗତେ ଆଣି ସମାନ କି ନିଧିବାଢ଼ି ନ ପାରିବ ଧରା,କଣିକାଏ ସେଥୁ ଏବେ ଆହରି ପରାଣେ,ସରସ ଏ ଜନ୍ମ ମୋର,କିବା ମୁଁ ନୁହନ୍ତି ପୁଣି, ସେ ଗୀତ ପୀୟୂଷପିଉଥିଲେ ନିରନ୍ତର ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ