ଭାଇ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୪
- ସ୍ଥିତି
- ସାର୍ବଜନୀନ (Public domain)
ମରଣେ ମୁଦି ତା ନୟନଯୁଗଳଅନ୍ତିମ ତଳପେ ଶୋଇଛି ଭାଇ,ସୋଦର ବନିତା ତନୟ ସେନେହପରାଣୁ ନିଠୁରେ ବିସୋରି ଦେଇ ।କୁଟୀରୁ ଅନ୍ତର କର ନେଇ ତ୍ୱରାଶ୍ମଶାନେ ଦେବେ ସେ ସେ ତନୁ ଜାଳି,ପ୍ରତିବାସୀ ଚିର ହୃଦ ଘେନାଘେନିନିରଦୟ ଚିତା ଅନଳେ ଢାଳି ।ତରୁଣ ବନିତା କରୁଣ ବିଳାପେପୂରିଛି ତାପିତ କୁଟୀର ସାରା;ନିତି ଯହିଁ ଖେଳେ ସ୍ନେହ ସୁଧା ହାସ,ବହେ ଆଜି ଶୋକ ଲୋତକଧାରା ।ଭାଇଟି ନୀରବେ ଠିଆ ହୋଇ ପାଶେଉଦାସେ କି ଅବା ଭାଳଇ ମନେ;ଯୁଗଳ ଜୀବନେ କେତେ ତ କାନ୍ଦିଛି,ଲୁହ ନାହିଁ ଆଜି ନୟନକୋଣେ ।କରମେ ବିରାମେ ଶୟନେ ସପନେଭାଇଟି ସେ ଏକା ଧିଆନେ ତାର;ମୋହନ ନିବେଶେ ବହିଯାଏ ହୃଦେସୋଦର ନିସର୍ଗ ସେନେହଭାର ।ଅଧିକୁ ଅଧିକ ବଢ଼ଇ ବିଳାପ,ଜଣୁ ଜଣେ ପୁଣି କାନ୍ଦଇ ଆସି;ଭାଇଟି ନୀରବେ ହୋଇଛି ଠିଆ ତ,ବିନ୍ଦୁ ବାରି ନେତ୍ରେ ନ ଉଠେ ଭାସି ।ପ୍ରତିବାସୀ ଜନେ ଉଠାଇ ଶବଟିକୁଟୀରୁ ଅନ୍ତର କଲେକ ତହୁଁ;ଅଶ୍ରୁନୀରେ ଗଲା ତିନ୍ତି ଭାଇ ତନୁ,–“କା ଲାଗି, ଭାଇ, ଏ କୁଟୀର ଆଉ ?”
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ