ପ୍ରଶ୍ନ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୨
- ସ୍ଥିତି
- ସାର୍ବଜନୀନ (Public domain)
କିପାଇଁ ଢଳୁଛୁ ଏଭଳି, ରେ ତରୁ,ପଦେ କହୁ ନାହୁଁ କଥା ?ଯେତେ ମୁଁ ପଚାରେ, ଶୁଣୁ ନାହୁଁ କିଛି,ନାଡ଼ି ନିରନ୍ତରେ ମଥା ।ଆସିଥିଲି କାଲି ମନ ସନମାନେ,କହିଲୁ ନାହିଁ ତୁ କିଛି;ଆଜି ତ ଆସିଛି, ଆସିବି ପୁଣି ରେଯେତେ ଦିନ ନ ଶୁଣିଛି ।ନାଚୁ କେତେମନ୍ତେ ସରସ ପରାଣେ,ମୁହିଁ ବସିଅଛି ଚାହିଁ;ତୁହି ଲୋଟିଯାଉ ପ୍ରାଣ ଗଦଗଦେ,ମୁଁ କିଛି ବୁଝଇ ନାହିଁ ।ସେନେହ ପରଶେ ବହି ସମୀରଣଖେଳେ କି ପୀରତି ରଙ୍ଗେ;ମୁହିଁ ବସିଥାଏ, କ୍ଷଣେ ସେ ତରଙ୍ଗପରଶିଯାଏ ମୋ ଅଙ୍ଗେ ।ଅନାଇ ରହିଛି ନୀଳ ନଭ ପଟେନୋଇଁ ନାଲି ମେଘ ମଥା;ସୁଦୂର ଅଦୃଶ୍ୟୁ ଢାଳିଦିଏ କାହିଁପିକ ତା ପୀରତି ଗାଥା ।ଶଗଡ଼ିଆ ଯାଏ ଅଡ଼ାଇ ଶଗଡ଼,ମେଲି ମଧୁଗୀତି ଧ୍ୱନି;ଖେଳି ଶିଶୁଗଣ ବୁଲନ୍ତି ସରାଗେ,ମୋ ହୃଦ ଅମୂଲ୍ୟ ମଣି ।ମୁହିଁ ତେବେ କିପାଁ ତୁନି ହୋଇ ଏଥିଶୂନ୍ୟେ ବସିଥିବି ଚାହିଁ ?ପରାଣ ନିହିତ ସେ ମୋର ପ୍ରଶ୍ନଟିଉଭେଇ ଯାଉଛି କାହିଁ ।ତୁହି ନାଚୁଥାଉ ତୋ ନିଜ ପୁଲକେ,ପଦେ କହୁ ନାହୁଁ କଥା;ଅତୃପ୍ତ ହୃଦେ ମୋ ଖେଳି ଆସେ ତୃପ୍ତି,ପୁରିଯାଏ ଅପୂର୍ଣ୍ଣତା ।କେତେ ଦିନ ସୁଖେ ନାଚୁଥିବୁ, ତରୁ ,ତୁ ନିତି ନୃତ୍ୟେ ଏଭଳି,କେତେ ଦିନ ଅଙ୍ଗେ ଦୂର ସମୀରଣଧୀରେ ଯାଉଥିବ ଢଳି ?କେତେ ଦିନ ମୁହିଁ ଆସିବି ତୋ ପାଶେଗୁପତେ ପୁଚ୍ଛିବା ପାଇଁ;ଫେରି ଯାଉଥିବି, ପରାଣୁ ମୋର ସେପ୍ରଶ୍ନଟି ପାସୋରି ଦେଇ ?ଆସୁ ଆସୁ ଯେବେ ମୋ ବଳ ଟିକକଚରଣୁ ପଡ଼ିବ ଖସି,କୁଟୀର କୋଣେ ମୁଁ ଏକାକୀ ହୋଇ ରେରହିବି ମଉନେ ବସି;ସେତେବେଳେ ସିନା ନିମିଷୁ ନିମିଷେପାଶେ ଲୋଡ଼ି ନେବି ତୋତେ;ତୁରିତ ତୃପ୍ତିରେ ମିଶାଇ ମୁଁ ଦେବିମୋର ପଚାରିବା ଯେତେ ।ଏ ସଂସାରୁ ପୁଣି ଯିବି ଯେବେ ଚାଲି,ମୋ ଶେଷ ମେଲାଣି ନେଇ,ସେ ଦୂର ରାଇଜେ ବାରେ କି, ରେ ତରୁ,ଦେଖା ଦେବୁ ଯାଇ ତୁହି ?
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ