କପୋତେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୭
- ସ୍ଥିତି
- ସାର୍ବଜନୀନ (Public domain)
ଭାର୍ଗବୀ ନଦୀର ତୀରେ,ପୁନ୍ନାଙ୍ଗ ତୋଟା ଛାଇରେ ।ତୁଳସୀ ଚଉଁରା ପାଶ,ରଖିଛ ଗାଦି ସରସ ହେ ।୧।ଲାଗେ ମେଳା ଥରେ ଥରେ,ତୁମ୍ଭ ଆଖଡା ମଧ୍ୟରେ ।ସେ ଜାନକୀଦେଈ ପୁର,ପଡିଯାଏ ହୁରଜୁର ହେ ।୨।ଶ୍ରୀପୁରୁଷୋତ୍ତମୁ ଧରି,ସନ୍ଥ ମହନ୍ତରେ ଭରି ।ଯାଏ ତବ ପୂତ ସ୍ଥାନ,ରଖ ପ୍ରଭୁ ମୋର ମାନ ହେ ।୩।କର୍ପୂର ଗୁଗୁଳ ଦେଇ,ଧୂପ ଦେବି ପୀଠେ ନେଇ ।ଚହଟି ଉଠିବ ତୋଟା,ନଧରିବ ମନେ ଖୋଟା ହେ ।୪।ନ କରନ୍ତୁ ସଟାବଟା,ଦେବି କଦଳୀ ଚକଟା ।ମଳୟ ଚନ୍ଦନ ଆଣ,ସିଞ୍ଚାଇବି ଶିରେ ପାଣି ହେ ।୫।