ବାଣେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
ଅତି ପୁରାତନ ହର,ଅଟ ପ୍ରଭୁ ବାଣେଶ୍ୱର,ତବ ଯୋଗେ ବାଲେଶ୍ୱରନାମ ହୋଇଲା ପ୍ରଚାର ହେ ।୧।ବୁଢ଼ାବଳଙ୍ଗ ନଦୀରେ,ଦେଖିଲ କି ବସି ତୀରେ ।ବହୁକାଳ ଇତିହାସ,ପ୍ରକାଶ ତୁମରି ପାଶ ହେ ।୨।ଫ୍ରେଞ୍ଚ ଯେବେ ହେଲେ ଆସି,ଏହି ପୀଠରେ ପ୍ରବାସୀ ।ଦେଖିଲେତ ଦିନାମାର,କଲେ ଏ ସ୍ଥାନେ ବେଭାର ହେ ।୩।ଓଲନ୍ଦାଜମାନେ ପୁଣି,ଯେବେ ଧଇଲେ ଗଉଣି ।ହାଲିତ ଏହାଙ୍କ କଥା,କଲେଣି ଯେଉ ବ୍ୟବସ୍ଥା ହେ ।୪।ଫ୍ରେଞ୍ଚଠାରୁ ଇଙ୍ଗରାଜ,ଯାଏ ଯେତେ ଜାତି କାର୍ଯ୍ୟ ।ସକଳ ତୁମ୍ଭଙ୍କୁ ଜଣାକର ବେଗେ ବୁଝାମଣା ହେ ।୫।