ସର୍ପେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୪
- ସ୍ଥିତି
- ସାର୍ବଜନୀନ (Public domain)
ସାପୁଆ ନଦୀ ସଂଗମ,ପାଶେ ଅଛି ତବ ଧାମ ।ସର୍ଗଗତି ପରି ଗତି,ସାପୁଆ ତେଣୁ ବଦତି ହେ ।୧।ଆହେ ଦେବ ସର୍ପେଶ୍ୱର,ପ୍ରତିଜ୍ଞା ବଡ ତୁମ୍ଭର ।ସର୍ପାଘାତ ହେଲେ ଜନେ,ଆଣନ୍ତ ତବ ପ୍ରାଙ୍ଗଣେ ହେ ।୨।ପ୍ରାଣୀଠାରେ ଦୟା କରି,ବିଷ ନେଇଯାଅ ହରି ।ତୁମ୍ଭପୀଠେ ହେଲେ ଉଭା,ଦିଶେ ମହାନଦୀ ଶୁଭ୍ରା ହେ ।୩।ଆଠଗଡ ଅଧିପତି,ଖଞ୍ଜିଛନ୍ତି ଭୂସମ୍ପତ୍ତି ।କେବେ କେବେ ରାଜ୍ୟେଶ୍ୱର,ଦର୍ଶନେ ଥାନ୍ତି ତତ୍ପର ହେ ।୪।ତୁମ୍ଭେ ପ୍ରଭୁ ମହାଗୁଣୀ,ମୋହର ଏହି ମାଗୁଣି ।କିଞ୍ଚିତେ ନକରି ଊଣା,ରଖ ମୋଠାରେ କରୁଣା ହେ ।୫।