ଝୁଲଣ ସଙ୍ଗୀତ
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୭୨
- ସ୍ଥିତି
- ସାର୍ବଜନୀନ (Public domain)
ଝୁଲ ଝୁଲ ଫୁଲକୁଞ୍ଜେ କୁଞ୍ଜବିହାରି !ସଙ୍ଗେ ଘେନି ପ୍ରାଣପ୍ରିୟା ରାଧା ପିଆରୀ । ପଦ ।ବିଜ ମାରେ ରହି ରହି ବଜ୍ରନାଦେ ଥରେ ମହୀଝର ଝର ଝରିପଡ଼େ ବରଷାବାରି । ୧ ।ସ୍ୱଭାବେ ବରଷାରାତି କ୍ରୀଡ଼ାବିନୋଦରେ ମାତିଝିଁ ଝିଁ ସ୍ୱରେ ଝଙ୍କାରନ୍ତି ବନେ ଝିଙ୍କାରୀ । ୨ ।ଅଙ୍ଗେଜ୍ୟୋତ୍ସ୍ନା କାଳୀମାଖି କ୍ଷଣେକ୍ଷଣେ ବୁଜେଆଖିବହୁଛି ବାତୁଳ ବାୟୁ ହୁ ହୁ ହୁଙ୍କାରି । ୩ ।ଧୈବତ ସ୍ୱର ଆଳାପ କରନ୍ତି ଭେକକଳାପକଣ୍ଠ - ବୀଣାଯନ୍ତ୍ର-ତାର ଦୃଢ଼େ ଟଙ୍କାରି । ୪ ।ପୂର୍ଣ୍ଣଗର୍ଭା ତରଙ୍ଗିଣୀ କଳକଳ କଲ୍ଲୋଳିନୀଚାଲିଛି ଝୁଲଣଗୀତ ଉଚ୍ଚେ ଉଚ୍ଚାରି । ୫ ।ପ୍ରକୃତି ରାଣୀଙ୍କ ରାଜ୍ୟେ କୋଟି ନହବତ ବାଜେକୋଳାହଳେ କର୍ଣ୍ଣ ଯାଏ କାଲୁଆ ମାରି । ୬ ।ଭକ୍ତି-ମାଦକରେ ଘାରି ପ୍ରଣବ ମନ୍ତ୍ର ଉଚ୍ଚାରିନିଶୀଥେ ତୁମ୍ଭଙ୍କୁ ପୂଜେ ବିଶ୍ୱ-ପୂଜାରି । ୭ ।ପବିତ୍ର ଓଁ କାର ସ୍ୱର ଧରି ପ୍ରାଣ କଳେବରସୃଷ୍ଟି ପ୍ରତି ଲୋମକୂପୁଁ ଆସେ ବାହାରି । ୮ ।ମାଳତୀ ଗଙ୍ଗଶିଉଳୀ ସୁବାସ ଉଠେ ଉଛୁଳିଫୁଲ ନିଃଶ୍ୱାସରେ ବାୟୁ ହୋଇଛି ଭାରୀ । ୯ ।ପୁଲକେ ଫୁଲାଇ ହିଆ ହୋଇଛି କଦମ୍ବ ଠିଆକରେ ଫୁଲଗୁଚ୍ଛ ଧରି ଯେହ୍ନେ ସିଂହାରୀ । ୧୦ ।ହସୁଛି ହରଗଉରା ସତେ କି ହରଗଉରାମହାଭାବେ ମଗ୍ନ ତବ ଲୀଳା ନିହାରି । ୧୧ ।କହେ ଦୀନ ଚିନ୍ତାମଣି ଅଭାଗ୍ୟ ଜନ ଅଗ୍ରଣୀସଦା ମୋର ପ୍ରାଣକୁଞ୍ଜେ ଝୁଲ ମୁରାରି । ୧୨ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ