ଭାରତୀ ବନ୍ଦନା
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୫୪
- ସ୍ଥିତି
- ସାର୍ବଜନୀନ (Public domain)
ଭାରତି ! ତବ ପଦାରବିନ୍ଦେ ମନ୍ଦ ଆଜି ବନ୍ଦେବନ୍ଦିଥିଲଇଁ ପଦାରବିନ୍ଦେ କି ସୁନ୍ଦର ଛନ୍ଦେ ।ଅନ୍ଧ ହେଲଇଁ ମନ୍ଦର ମେଳେ ମନ୍ଦିରୁ ଗଲି ଦୂରେସୁନ୍ଦର ଛନ୍ଦ ହୃଦି ମନ୍ଦିରେ ଆଉ ତ ନସ୍ଫୁରେ ।ନବବର୍ଷେ (୨)(ରାଗ କଳହଂସ କେଦାର)
—୧—
କି ନବମନ୍ତ୍ର ପଢ଼ ନବବରଷ,କି ଅପୂର୍ବ ମୋହନ ତବ ପରଶ ।ନବୀନ ହରଷରେ ସରବେ ମାତିନବୀନ ଗୀତ କେତେ ରଙ୍ଗେ ଗାଆନ୍ତି ।କେଉଁ ଦେଶରୁ ଆସି ନବ ଅତିଥି,କିବା କାହାଣୀ କହ, ଗାଅ କି ଗୀତି,ନବ ଆନନ୍ଦେ ମାତି ନବ ଜୀବନ—ତରୀ ନବ ଉତ୍ସାହେ କରି ଚାଳନ ?
—୨—
ମୁହିଁ କି ଏକା ପଡ଼ିଥିବି ବିଜନେଅତୃପ୍ତ ପରାଣରେ ଅଶାନ୍ତ ମନେ ?ଅରଣ୍ୟ−ଶୁଷ୍କକାଷ୍ଠ ପରାୟେ ଭାଇ,ଆଡ଼ ଆଖିରେ ମୋତେ ଚାହିଁବ ନାହିଁ ?ଥିଲା ମୋହର ଦିନ ବେଳେ ଏମନ୍ତ,ଅତିଥି ଦେଖି ହେଉଥିଲି ଉଷତ ।ଆନନ୍ଦେ ଅର୍ଘ୍ୟ ଦେଇ କରି ଆଦରକୁଟୀରେ ଘେନି ଯାଉଥିଲି ସତ୍ୱର,ନବଯୌବନ ନବ−ଉତ୍ସାହ−ଜଳେଧୋଉଥିଲି ଅତିଥି ପଦକମଳେ,ବରେଣ୍ୟ ପଦେ କରୁଥିଲି ଆରତିଦେଇ ନବଯୌବନ ପୂର୍ଣ୍ଣ ପୀରତି ।ପୁଣି କି ସେ ଦିନ ମୋ ଫେରିବ ନାହିଁ,ଉତ୍ସାହ−ଅଗ୍ନି ଲିଭିଗଲା କିପାଇଁ ?ପ୍ରଭୁ ହେ, ମୁହିଁ ପରା ପୁରୁଣା ଦାସ,ମୋ ଘରେ ଦିନେ ହେଲେ କରିଛ ବାସ ।ଅଛି କି ନାହିଁ ତାହା ତବ ସ୍ମରଣେ,ଚରଣ−ରେଣୁ ଦେଲ କୁଟୀର କଣେ ।ରାଜରାଜେଶ, କରିଥିଲ କରୁଣା,ମୋ ନିଜ ଦୋଷେ ହେଲା କରୁଣା ଊଣା ।ନାଁ ଡାକୁଁ ମିଳିଥିଲା ଏ ଅକିଞ୍ଚନେ,ଏବେ ଦୁର୍ଲ୍ଲଭ ହେଲ ମୋ ଆକିଞ୍ଚନେଚିହ୍ନି ନ ଥିଲି ଥିଲ ଅପରିଚିତ,ଶୈଶବେ ଅଧିକାର କଲ ଏ ବିତ୍ତ ।ପବିତ୍ର ବାଲ୍ୟକାଳେ ଏ ପ୍ରାଣେ ମମବିରାଜିଲ ବିଶ୍ୱାସେ ହେ ପ୍ରିୟତମ !ମଧୁର ସୁମୋହନ ରୂପ ସୁନ୍ଦରନିରେଖି ଅଶ୍ରୁ ଝରୁଥିଲା ମୋହର ।ତୁଚ୍ଛ ତା ପାଶେ ସୁଖ ରାଜ୍ୟେଶ୍ୱରରଯେ ସୁଖ ଦେଇଥିଲ ହେ ପ୍ରାଣେଶ୍ୱର !ଏବେ ରହିଲ ଯାଇଁ କେଉଁ ଗହନେ,ଅରକ୍ଷ ହୋଇ ବୁଲେଁ ମୁଁ ଭବ−ବନେ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ