ଶେଷଯାତ୍ରା
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୬୦
- ସ୍ଥିତି
- ସାର୍ବଜନୀନ (Public domain)
ଶେଷଯାତ୍ରା ଦିନ ପାଖେଇ ଆସୁଛିସଚଳ ଦାବାଗ୍ନି ପରି,ଆଚମ୍ବିତ କେବେ ଗୋପନେ ହାବୁଡ଼ିଦେବ ସବୁ ଭସ୍ମ କରି । ୧ ।ଜୀବନର ମହା - ଶୁଭଦିନ ସେହିହେ ପ୍ରଭୁ ଜଗତନାଥ,କେବେ ତୁମ୍ଭ ମହା- ସିଂହାସନ ତଳେଉଭା ହେବି ଯୋଡି ହାତ । ୨ ।ପିତା ପିତା ଡାକି କେବେ ଯାଇ ତୁମ୍ଭପଦେ ଛୁଆଇଁବି ଶିର,ପୁଲକି ଉଠିବ ଶରୀର, ନୟନୁବହିବ ଆନନ୍ଦ-ନୀର । ୩ ।ଆସନ୍ନ କାଳର କର୍ତ୍ତବ୍ୟ ହରି ହେକିଛି ମୋତେ ଜଣା ନାହିଁତୁମ୍ଭ ପ୍ରତି କରି ଏକାନ୍ତ ନିର୍ଭରବସିଛି ସେ ଦିନେ ଚାହିଁ । ୪ ।ପୂର୍ବରୁ ସତର୍କ ହେବାକୁ ଜ୍ଞାନୀଏଦିଅନ୍ତି ସଦୁପଦେଶ,କିନ୍ତୁ କି ସତର୍କ ହେବି, କିଛି ବୁଝିପାରୁ ନାହିଁ ହୃଷୀକେଶ ! ୫ ।ସଙ୍ଗରେ ତ କିଛି ନେବି ନାହିଁ, ତେବେକିସ ବା ଭୟ ଭାବନା,ସବୁବେଳେ ମୁଁ ତ ରହିଛି ପ୍ରସ୍ତୁତହୋଇଣ ନିଶ୍ଚିନ୍ତମନା । ୬ ।କ୍ଷୁଧା ତୃଷା ନାହିଁ ଯେ ଦେଶେ, ସେଠାକୁନେବି ବା କିସ କିପାଇଁ,ବୃଥା ବୋଝ ବହି କ୍ଳାନ୍ତ ହେବି ସିନାଆନ କିଛି ଲାଭ ନାହିଁ । ୭ ।କର୍ମ ଅବଳକୁ ସେଠାବେ ଯଦ୍ୟପିପୀଡ଼ା ଦେବ ଭୋକଶୋଷତୁମ୍ଭ ନାମାମୃତ ପାନେ ତା ମେଣ୍ଟାଇଲଭିବି ମହା ସନ୍ତୋଷ । ୮ ।ଆଉ କେଉଁଠିକି ଯାଉ ନାହିଁ ମୁଁ ତଯାଉଛି ପିତାଙ୍କ ପାଶେ,ଜନ୍ମଦାତା ପିତା ସନ୍ତାନକୁ କେବେମାରନ୍ତି ନାହିଁ ଉପାସେ । ୯ ।ଏଠାରୁ ଯା’ ନେବି ସେଥିରେ ତ କିଛିଯିବ ନାହିଁ ଯୁଗ କଟି,ତେତିକି ସରିଲେ କି ଉପାୟ ଆଉତେଣିକି କିସ ହେବଟି । ୧୦ ।ମୃତ୍ୟୁ ପରେ ଆଉ ନାହିଁ ତ ମରଣନ ଖାଇ ମରିବି କାହିଁ,ବିଶେଷରେ ସେହି ଅମୃତ ରାଜ୍ୟରେମୃତ୍ୟୁଭୟ ବାଧା ନାହିଁ । ୧୧ ।ଦେହାନ୍ତର ପରେ ନୀଳାଚଳ କ୍ଷେତ୍ରେଦିଅ ପ୍ରଭୁ ପୁନର୍ଜନ୍ମ,ନରଜନ୍ମ ଲାଭ ସୁକୃତି ନ ଥିଲେକର କ୍ଷୁଦ୍ର ବିହଙ୍ଗମ । ୧୨ ।ପ୍ରତି ପ୍ରଭାତରେ ଶ୍ରୀମୁଖ ନିରେଖିଲଭିବି ପରମ ପ୍ରୀତି,ନୀଳଚକ୍ର ପାଶେ ଉଡି ମୁଁ ଗାଇବି
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ