ଜଣେ ଲୋକ ଓ ଗୋଟିଏ ଓଟ
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୬
- ସ୍ଥିତି
- ସାର୍ବଜନୀନ (Public domain)
ଏକଦା ଶୀତ କାଳରେ ଜଣେ ଲୋକ ଗୋଟିଏ କ୍ଷୁଦ୍ର ତମ୍ବୁରେ ଶୟନ କରିଥିଲା । ଏପରି ସମୟରେ ଗୋଟିଏ ଉଷ୍ଟ୍ର ତମ୍ବୁ ଦୁଆର ନିକଟକୁ ଅଗ୍ରସର ହେଶି, ଭିତରକୁ ଚାହିଁ କହିଲା, ‘‘ପ୍ରଭୁ,ବାହାରେ ବଡ଼ ଶୀତ, ଦୟାକରି ମୋର ମୁଣ୍ଡଟି ତମ୍ବୁ ଭିତରେ ରଖିବାପାଇଁ ଅନୁମତି ଦିଅନ୍ତୁ-।’’ ଉକ୍ତ ବ୍ୟକ୍ତି ଉଷ୍ଟ୍ରର ବିନୟ କଥା ଶୁଣି ଆନନ୍ଦିତ ହୋଇ କହିଲା, ‘‘ହଉ, ତୋର ମୁଣ୍ହଯି ତମ୍ବୁ ଭିତରେ ରଖ ।’’ ଉଷ୍ଟ୍ର ତମ୍ବୁ ମଧ୍ୟରେ ମସ୍ତକ ସ୍ଥାପନ କରି, କ୍ଷଣକାଳ ପରେ କହିଲା, ‘‘ମୋର ବେକକୁ ଥଣ୍ଡା ଲାଗିବାରୁ ବଡ଼ କଷ୍ଟ ହେଉଅଛି । ବେକଟାକୁ ଟିକିଏଭିତରକକୁ ବଢ଼ାଇବାର ଆଜ୍ୟା କରନ୍ତୁ ।’’ ସେହି ଲେକ ଉତ୍ତର କଲା, ‘ଆଚ୍ଛା ହେଉ ।’’
ପୁଣି କ୍ଷଣକାଳ ଉତ୍ତାରେ ଉଷ୍ଟ୍ର ତମ୍ବୁର ଭିତରକୁ ଅନାଇ କହିଲା, ‘‘ମୋତେ ଆଉ ଅଳ୍ପ । ଟିକିଏ ସ୍ଥାନ ଦେଲେ ଚାରୋଟି ପାଦ ତାହା ମଧ୍ୟରେ ରଖନ୍ତି । ଶୀତରେ ପାଦଗୁଡ଼ିକ କାଲ ହୋଇଗଲାଣି । ତମ୍ବୁଟି କ୍ଷୁଦ୍ର ହେଲେହେଁ ଉଷ୍ଟ୍ରର ଏ କଥା ଶୁଣି ପ୍ରୋକ୍ତ ବ୍ୟକ୍ତି ପଛକୁ ଗୁଞ୍ଚିଯାଇ କହିଲା, ‘‘ହଉ, ତୋର ଗୋଡ଼ ଭିତରକୁ ଆଣ ।’’ ପାଦ ଚାରିଟା ଭିତରେ ପ୍ରବିଷ୍ଟ କରାଇ ଦୁଷ୍ଟ ଉଷ୍ଟ୍ର ସେଗୁଡ଼ାକ ଏପରି ଲମ୍ବାଇ ଦେଲା ଯେ, ତାହା ସେହି ଲୋକର ଦେହରେ ବାଜିଲା । ଲୋକଟି କ୍ରୁଦ୍ଧ ହୋଇ କହିଲା, ‘‘ଆରେ ବାହାପିଆ ଓଟ, ତୋର ଏଡ଼େ ଗର୍ବ ! ତୁ ଏଠାରୁ ଦୂର ହୋଇଯା ।’’ ତହୁଁ ଉଷ୍ଟ୍ର କହିଲା, ‘‘ଏଠାରେ ଦୁଇଜଣଙ୍କୁ ସ୍ଥାନ ହେବ ନାହିଁ । ମୋତେ କିପରି କାଢ଼ି ଦେବୁ ଦେ ତ । ତୁ ବାହାରି ଯା । ମୁଁ ଏଠାରୁ ଯିବି ନାହିଁ ।’’
ଏ ପାଠର ତାତ୍ପର୍ଯ୍ୟ ଏହି ଯେ, ପ୍ରଥମେ ହୃଦୟରେ ପାପକୁ ଟିକିଏ ମାତ୍ର ସ୍ଥାନ ଦେଲେ, ସେ ପରିଶେଷରେ ସମସ୍ତ ହୃଦୟକୁ ଅଧିକାର କରି ମନୁଷ୍ୟ ମନରୁ ସଦ୍ଗୁଣ ସବୁକୁ ତଡ଼ିଦିଏ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ