କୁଠାର ଓ ଜଳଦେବତା
ଭକ୍ତକବି · ୧୮୫୩–୧୯୧୨ · ରାଧାନାଥ ଯୁଗ
- ସଂକଳନ: ସାହିତ୍ୟ କୁସୁମ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୧୬
- ସ୍ଥିତି
- ସାର୍ବଜନୀନ (Public domain)
ଜଣେ ଦୁଃଖୀ ଲୋକ କୌଣସି ନଦୀର ତଟରେ ଗୋଟାଏ ବୃକ୍ଷ କାଟୁଥିଲା । ହଠାତ୍ ତାହାର କୁଠାର ଖଣ୍ଡିକ ହାତରୁ ଖସିଯାଇ ନଦୀର ଗଭୀର ଜଳରେ ପଡ଼ିଗଲା । କୁଠାର ଖଣ୍ଡିକ ଆଉ ମିଳିବ ନାହିଁ ବୋଲି ଭାଳି ଭାଳି ସେହି ଦୁଃଖୀ ଉଚ୍ଛସ୍ୱରରେ କ୍ରନ୍ଦନ କରିବାକୁ ଲାଗିଲା । ତାହାର କ୍ରନ୍ଦନ ଶୁଣି ସେହି ନଦୀର ଅଧିଷ୍ଠାତ୍ରୀଦେବତାଙ୍କର ଅତିଶୟ ଦୟା ହେଲା । ସେ ତାହା ସମ୍ମୁଖରେ ଉପସ୍ଥିତ ହେଇ ପଚାରିଲେ, ‘‘ତୁମ୍ଭେ କାହିଁପାଇଁ କ୍ରନ୍ଦନ କରୁଅଛି ?’’ ସେ ସମୁଦାୟ କଥା ଜଣାଇଲାରୁ ଜଳଦେବତା ତତ୍କ୍ଷଣାତ୍ ନଦୀରେ ମଗ୍ନ ହେଲେ ଏବଂ ଗୋଟିଏ ସ୍ୱର୍ଣ୍ଣନିର୍ମିତ କୁଠାର ଦାତରେ ଧରି ତାହା ନିକଟକୁ ଆସି ପଚାରିଲେ, ‘‘ଏଇଟା କ’ଣ ତୁମ୍ଭର କୁଠାର ?’’ ସେ କହିଲା, ‘‘ନା, ଏଇଟା ମୋର ନୁହେଁ ।’’ ତହୁଁ ସେ ପୁଣି ଜଳରେ ବୁଡ଼ି, ଗୋଟିଏ ରଜତନିର୍ମିତ କୁଠାର ହାତରେ ଧରି ତାହାର ସମ୍ମୁଖରେ ଉପସ୍ଥିତ ହୋଇ ଜିଜ୍ଞାସା କଲେ, ‘‘ଏଇଟା କ’ଣ ତୁମ୍ଭର କୁଠାର-।’’ ସେ କହିଲା, ‘‘ନା, ଏ ମଧ୍ୟ ମୋର ନୁହେଁ ।’’ ସେ ପୁନର୍ବାର ଜଳରେ ବୁଡ଼ିଲେ ଏବଂ ତାହାର ଲୈହନିର୍ମିତ କୁଠାରଖଣ୍ଡିକ ହସ୍ତରେ ଧରି ତାହାକୁ ପଚାରିଲେ, ‘‘ଏଇଟା କି ତୁମ୍ଭର କୁଠାର-?’’ ସେ ନିଜର କୁଠାର ଦେଖି ଅତ୍ୟନ୍ତ ଆହ୍ଲାଦିତ ହୋଇ କହିଲା, ‘‘ହଁ ମହାପ୍ରଭୁ, ଏଇ ମୋର କୁଠାର । ମୁଁ ଅତି ଦୁଃଖୀ, ମୋର ଆଉ ଏ ଆଶା ନଥିଲା; କେବଳ ଆପଣଙ୍କର ଦୟରୁ ପାଇଲି ।’’
ଜଳଦେବତା ପ୍ରଥମେ ତାହାର ନିଜର କୁଠାରା । ଖଣ୍ଡିକ ତାହା ହସ୍ତରେ ଦେଲେ; ପରେ ତୁମେ ନିର୍ଲୋଭ, ସତ୍ୟନିଷ୍ଠ ଓ ଧର୍ମପରାୟଣ, ଏଥିପାଇଁ ମୁଁ ତୁମ୍ଭ ଉପରେ ଅତିଶୟ ସନ୍ତୁଷ୍ଟ ହୋଇଅଛି । ଏହା କହି ତାହାର ସାଧୁତାର ପୁରସ୍କାର ସ୍ୱରୂପ ସେହି ସ୍ୱର୍ଣ୍ଣନିର୍ମିତ ଓ ରଜତନିର୍ମିତ କୁଠାର ଦୁଇଖଣ୍ଡି ମଧ୍ୟ ତାହାକୁ ଦେଇ ଅନ୍ତର୍ହିତ ହେଲେ । ସେହି ଦୁଃଖୀ ବ୍ୟକ୍ତି ଅବାକ୍ ହୋଇ କିଛିକ୍ଷଣ ସେହି ସ୍ଥାନରେ ଛିଡ଼ାହୋଇ ରହିଲା । ଅନନ୍ତର ଗୃହକୁ ଯାଇ ପ୍ରତିବେଶୀମାନଙ୍କୁ ସମସ୍ତ ବୃତ୍ତାନ୍ତ ଜଣାଇଲା; ସମସ୍ତେ ଶୁଣି ବିସ୍ମୟାପନ୍ନ ହେଲେ ।
ଏହି ଅଭୁତ ବୃତ୍ତାନ୍ତ ଶୁଣି ଜଣେ ବ୍ୟକ୍ତି ଅତିଶୟ ଲୋଭ ହେଲା । ସେ ତହିଁ ଆରଦିନ ପ୍ରାତଃକାଳରେ । କୁଠାର ଖଣ୍ଡିଏ ଧରି ନଦୀତୀରରେ ଉପସ୍ଥିତ ହେଲା ଏବଂ ଗୋଟିଏ ବୃକ୍ଷ ମୂଳରେ ଦୁଇ ତିନି ଚୋଟ ମାରି, ସତେ ଯେମନ୍ତେ ହଠାତ୍ ତା ହାତରୁ ଖସିଗଲା ଏହିପରି ଛଳନା କରି ତାହାକୁ ଜଳରେ ପକାଇଦେଲା ଏବଂ ହାୟ, ‘ମୁଁ କି କରିବି ବୋଲି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଲାଗିଲା । ଜଳଦେବତା ତାହାର ସମ୍ମୁଖରେ ଉପସ୍ଥିତ ହୋଇ ରୋଦନର କାରଣ ପଚାରିଲେ । ‘ମୁଁ ଅତି ଦୁଃଖୀ, ମୋର କୁରାଢ଼ି ଖଣ୍ଡିକ ହାତରୁ ଖସି ପାଣିରେ ପଡ଼ିଗଲା, ମୁଁ କ’ଣ କରିବି ?' ଏହିପରି କହି ସେ ବ୍ୟକ୍ତି ଦୁଃଖ ପ୍ରକାଶ କରିବାକୁ ଲାଗିଲା ।
ଜଳଦେବତା ପୂର୍ବବତ୍ ଜଳରେ ମଗ୍ନ ହୋଇ ଗୋଟିଏ ସ୍ୱର୍ଣ୍ଣ-ନିର୍ମିତ କୁଠାର ହାତରେ ଧରି ତାହା ନିକଟରେ ଉପସ୍ଥିତ ହେଲେ ଏବଂ ପଚାରିଲେ, ‘‘ଏଇଟା କଅଣ ତୁମ୍ଭର କୁଠାର ?’’ ସ୍ୱର୍ଣ୍ଣ-ନିର୍ମିତ କୁଠାର ବ୍ୟଗ୍ର ହୋଇ କୁଠାର ଧରିବାକୁ ଗଲା । ତାହାକୁ ଏପରି ଲୋଭୀ ଓ ମିଥ୍ୟାବାଦୀ ଦେଖି ଜଳଦେବତା ଅତିଶୟ ଅସନ୍ତୁଷ୍ଟ ହେଲେ ଏବଂ କହିଲେ, ‘‘ତୁ ଅତି ଲୋଭୀ ଓ ମିଥ୍ୟାବାଦୀ । ତୁ ଏହି କୁଠାର ପାଇବାର ଯୋଗ୍ୟ ପାତ୍ର ନୋହୁଁ ।’’ ଏହି ପ୍ରକାର ଭର୍ତ୍ସନା କରି ସେହି ସ୍ୱର୍ଣ୍ଣନିର୍ମିତ କୁଠାର ଖଣ୍ଡି ପାଣିରେ ପକାଇ ଦେଇ ଜଳଦେବତା ଅନ୍ତର୍ହିତ ହେଲେ । ସେ ହିତବୁଦ୍ଧି ହୋଇ ନଦୀତଟରେ ବସି ଗାଲରେ ହାତ ଦେଇ ଭାଳିବାକୁ ଲାଗିଲା । ଅନନ୍ତର ମୋର ଯେପରି ଆଚରଣ ତାର ଉପଯୁକ୍ତ ଫଳ ପାଇଲି- ଏହା କହି ବିଷଷ୍ଣ ମନରେ ଲେଉଟିଗଲା ।
ଲୋଭୀ, ଶଠ, ମିଥ୍ୟାବାଦୀ ଅଟଇ ଯେ ଜନ,
ହୁଅଇ ବିନିଷ୍ଟ, ଏହା ଧର୍ମର ଶାସନ ।
ସମ୍ବନ୍ଧିତ ରଚନା
ଚିଲିକା ହ୍ରଦ
ମଧୁସୂଦନ ରାଓ
ମନୁଷ୍ୟର ଧର୍ମବୁଦ୍ଧି
ମଧୁସୂଦନ ରାଓ
ଦ୍ୱିତୀୟ ପ୍ରସ୍ତାବ
ମଧୁସୂଦନ ରାଓ
ତୃତୀୟ ପ୍ରସ୍ତାବ
ମଧୁସୂଦନ ରାଓ