ଗଣେଶଙ୍କର ଆତ୍ମକଥା
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୪୮
- ସ୍ଥିତି
- ସାର୍ବଜନୀନ (Public domain)
ଗଣେଶ ବୋଲନ୍ତି ବିଘ୍ନରାଜ ବୋଲିପୂଜା କରି ମୋତେ ନରେ,ବହୁ ଚାଟୁ କରି ପ୍ରବର୍ତ୍ତାଇଥାନ୍ତିବିଘ୍ନକୁଳ ନାଶନରେ ।ଚାଟୁ ଯା’କରନ୍ତି ଚାଟୁ ନୁହେ ତାହାକେବଳ ଅସହ୍ୟ ଗାଳି,ନର କେହି ସହି ନ ପାରନ୍ତେ, ଦେବ-ସ୍ୱଭାବେ ନିଏଁ ସମ୍ଭାଳି ।କେହି ବୋଲେ ହାତୀ- ମୁଣ୍ଡିଆ, କେହି ବାବୋଲଇ ଏକଦନ୍ତିଆ,କେହି ବୋଲିଥାଏ ଦୁଇ ମାଆ ପୁଅକେ ବୋଲେ ଲମ୍ବପେଟିଆ ।ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁସେ ତ ହେଲେ ମୋର ପ୍ରଜା,ପ୍ରଜାନାଶ କରି କାହିଁ ଉଡ଼ାଇବିଅପକୀରତିର ଧ୍ୱଜା ?ମୃଗରାଜ ସିନା ମୃଗ ନାଶ କରେପାଶବ ସ୍ୱଭାବ ଧରି,ଦେବତା ହୋଇ ମୁଁ ସେ କ୍ରୂର ଅଧର୍ମକର୍ମ କରିବି କିପରି ?ଦେବତା ହୋଇ କେ ଆଶ୍ରିତ ନାଶିବାଦେଖା ନାହିଁ, ଶୁଣା ନାହିଁ,ଆଶ୍ରିତ ନାଶିଲେ ନରଲୋକେ ମୋତେପୂଜିବେ ଆଉ କିପାଇଁ ?ନରେ ବାଞ୍ଛୁଛନ୍ତି ବିଘ୍ନଙ୍କ ମରଣପାଇ ସେହି ସମାଚାର,ନରଙ୍କ ଉପରେ ବିଘ୍ନମାନେ ସିନାକରୁଛନ୍ତି ଅତ୍ୟାଚାର !ବିଘ୍ନ ସଙ୍ଗେ ଯେହୁ ମିତ୍ରପଣ କରିତୋଷିଥାନ୍ତି ସମାଦରେ,ବିଘ୍ନ ଦେଇ ତାଙ୍କୁ ସାହସ, ତୋଷଇସିଦ୍ଧିପଥ ସମ୍ବାଦରେ ।ବିଘ୍ନମାନେ ମୋର ସତତ ଅଛନ୍ତିସିନ୍ଧିଭଣ୍ଡାର-ପ୍ରହରୀ,ସିନ୍ଧି ତା’ ହସ୍ତକୁ ନ ଯାଏ ଯେ ଥାଏଦୂରୁ ଚାହିଁ ତାଙ୍କୁ ଡରି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର