ପରିଶ୍ରମ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୭
- ସ୍ଥିତି
- ସାର୍ବଜନୀନ (Public domain)
ଅବନୀଗରଭେ ରହିଛି ପୂରି ପ୍ରଚୁର ଜଳତେତେ ବାହାରିବ ଖୋଳିବ ଯେତେ ପ୍ରକାଶି ବଳ ।ସେହି ଜଳ ଆଣି ପ୍ଳାବିତ କଲେ ଅବନୀ ଉର,ଫଳ ମୂଳ ଶାକ ଅଳପ ବୀଜେ ମିଳେ ପ୍ରଚୁର ।ପରିଶ୍ରମ କରି ଅଧିକ ଅଳ୍ପ ଭୂମିରେ ମାଳୀ,ବାର ମାସ ନିଜ କୁଟୁମ୍ବ ନିଏ ସ୍ୱଚ୍ଛନ୍ଦେ ପାଳି ।ବହୁ ଭୂମି ଥାଇ କୃଷକ ହୋଇ ଶ୍ରମବିମୁଖ,ଇନ୍ଦ୍ରେ ଦୋଷ ଦେଇ ସଲିଳ ବିନା ଲଭଇ ଦୁଃଖ ।ଇନ୍ଦ୍ରଦତ୍ତ ଜଳ ଯତନେ ପୁଣି ରଖଇ ନାହିଁ,ଜଳାଭାବ ବେଳେ ସତୃଷ୍ଣେ ଥାଏ ଶୂନ୍ୟକୁ ଚାହିଁ ।ଅଳସ ଲୋକର ପାଶକୁ ନ ପଶଇ ସମ୍ପଦ,ମଧୁ ଆସି ମୁଖେ ନ ପଶେ ଶୋଇଥିଲେ ଷଟ୍ପଦଦେଶ ଦଶାନ୍ତର ବିଚରି ପକ୍ଷୀ ପୋଷେ ଉଦର,କ୍ଷୁଧାରେ ମରଇ ଅଳସ ତେଜି ନ ପାରି ଘର ।ବାୟା ବିହଙ୍ଗମ କରଇ କେଡ଼େ ସୁନ୍ଦର ବସା,କୁଟୀର ଅଭାବେ ଅଳସ ଭୁଞ୍ଜେ ଘୋର ଦୁର୍ଦ୍ଦଶା ।ଘାସ ଖାଇ ପଶୁ ସତତ ନରେ ସାହାଯ୍ୟ କରେ,ଓହୋ କି ବିଚିତ୍ର ତଥାପି ନର ଉପାସେ ମରେ !ନରକୁ ଦଇବ ଜଗତେ ଅଛି କିସ ନ ଦେଇ ?ଦ୍ୱାରେ ଦ୍ୱାରେ ବୁଲି ତଥାପି ବୋଲେ ସେ ଦେହି ଦେହି ।ନିଜ ନିଜ ପେଟ ପୋଷନ୍ତି କୀଟପତଙ୍ଗଗଣ,ପେଟ ପାଇଁ ନର ଭିକାରି ଧରେ ପର ଚରଣ ।[୧୯୧୫ ଜୁନ୍, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର