ଜ୍ୟେଷ୍ଠ ଜାତିର ଅପକର୍ମର ପରିଣାମ
ଗଙ୍ଗାଧର ମେହେର
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୬
- ସ୍ଥିତି
- ସାର୍ବଜନୀନ (Public domain)
ଯେତେବେଳେ ଜ୍ୟେଷ୍ଠ ଜାତି ହୋଇ ଦୁରାଚାରକନିଷ୍ଠ ଉପରେ କରେ ନାନା ଅତ୍ୟାଚାର;ଧର୍ମାଧର୍ମ ନ ବିଚାରି ଦେଖାଏ ସ୍ୱବଳ,ସ୍ୱାର୍ଥସିଦ୍ଧି ପାଇଁ ସୃଜେ ବିବିଧ କୌଶଳ,ଈଶ୍ୱରେ ନ ଗଣି ମଣେ ନିଜକୁ ଈଶ୍ୱରବିସ୍ମରେ ଜୀବନେ ହିତସାଧନ ବିଶ୍ୱର,ପର-ଦୁଃଖ ପର-ତାପ ନ କରି କଳନାପ୍ରତାପ ଦେଖାଏ ତାର ଅଦ୍ଭୁତ ଛଳନା,ନିଜ ସୁଖବୃଦ୍ଧି ପାଇଁ କରି ଯତନ,ଘୃଣାରେ ନ ଛୁଏଁ ଚାହିଁ କନିଷ୍ଠ ପତନ,ତେତେବେଳେ ହରାଏ ତା’ ଜ୍ୟେଷ୍ଠତା ଗୌରବ,କନିଷ୍ଠର ଧର୍ମବଳେ ପାଏ ପରାଭବ ।ଏହି ରୂପେ ପୂର୍ବଦେବ ପୁଣ୍ୟଜନମାନେ (୧)ଅପଧର୍ମେ ଘୃଣ୍ୟ ହେଲେ ରାକ୍ଷସାଭିଧାନେ ।୧.ପୂର୍ବଦେବ ଓ ପୂଣ୍ୟଜନ ରାକ୍ଷସମାନଙ୍କର ନାମ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ