ଧ୍ୟାୟୀ ଯେହୁ ପାରିବ — ଭୀମ ଭୋଇ · ସ୍ୱର୍ଣ୍ଣଲିପିତାହାଙ୍କୁ ତୁଟିବ ମନ ଭ୍ରାନ୍ତି ।୧୬।ଦୟାଳୁ ପୁରୁଷ ଦର୍ଶନ ଦେବାପାଇଁ,ଦୂରେ ନାହିଁ, ଅଛନ୍ତି ପାଶରେ ଉଭା ହୋଇ,ଦୁଃଖୀଜନ ଧନ ସଙ୍ଖାଳି,ଭାବରେ ବନ୍ଧୁ ସେହି ।୧୭।ସ୍ଥଳ ମହାନିତ୍ୟ ବାସୀଙ୍କ ଧର୍ମଶୁଣ,ସ୍ଥାବର ଜଙ୍ଗମ କୀଟ ପତଙ୍ଗ ତରୁତୃଣ,ସ୍ଥିତି ହୋଇ ପୂରି ଅଛନ୍ତି;ନ କରି ଆନ ଭିନ୍ନ । ୧୮।ତିନି ତୈଲୋକ୍ୟର ଅଟନ୍ତି ପିତାମାତା,ତିଆରିଛନ୍ତି ସେ ଏକକୁ ଆରେ ଜିତା ।ତିନି କାଳାନ୍ତକୁ ରହିଛି,ଏ ରବି ତଳେ କଥା ।୯।ଅଣାକାର ପୁରୁଷ ନିହନ୍ତି ନାଦବିନ୍ଦୁ,ନୁହଇ ଅନ୍ତ କରି କରୁଣା ଯାର ସିନ୍ଧୁ ।ଅଣ ସାଧନାରେ ।ପାରି କରନ୍ତି ତ୍ରିଗୁଣ ଭବ ବନ୍ଧୁ ।୨୦।ଢାଙ୍କୁଣୀ ଭିତରେ ରହିଅଛନ୍ତି ଅଲେଖ,ଢଳହଳ ଦିଶୁଅଛି ବିଜୁଳି ଝଲକ ।ଢମ କହୁଅଛି ବୋଲିବ,କିସ ମୁଁ ଦେବି ଲକ୍ଷ ।୨୦।ଡେଙ୍ଗା ଦରବାରେ ଅଛନ୍ତି ବିଜେକରି,ଡାଳମୂଳେ ରହିଛନ୍ତି ଜୀବର ହିତକାରୀ ।ଡାକି କହେ ଭୀମ ଅରକ୍ଷିତ,ଶ୍ରୀଗୁରୁ ପାଦ ଧରି ।୨୨।ଠକ ନାହିଁ କହୁଛି ସତ୍ୟ ଏ ବଚନ,ଠୁଳ ଶୂନ୍ୟ ମଣ୍ଡଳ ଉପରେ ଛନ୍ତି ଜାଣ ।ଠାକୁର ପଣକୁ ସକତା,ସେହିଟି ପରଂବ୍ରହ୍ମ ।୨୩।ଟଳି ଯାଆନ୍ତି ନାହିଁ ଅଟଳ ମହାମେରୁ,ଟିକେ ବଞ୍ଚିଅଛ ଯେ ସେ ପ୍ରଭୁ କରୁଣାରୁ ।ଟେକିପଡ଼ି ଡାକ ଦେଉଅଛନ୍ତି,ଅନନ୍ତ ଭଣ୍ଡାରରୁ ।୨୪।ନିଗମେ ରହିଛନ୍ତି ନୁହଇ ଗମାଗମ,ନିଶବ୍ଦ ଭୁବନ ସେ ପଶେ କାଳଯମ ।ନିଦାନ ବୈକୁଣ୍ଠ ଶକତି;ତହିଁରେ ଛନ୍ତି ବ୍ରହ୍ମ ।୨୫।ଝର ଝର ହୋଇ ବହିଯାଉଛି ପଞ୍ଚଧାରଝମାଇଁ ଶୋଇଛନ୍ତି ବ୍ରହ୍ମାଣ୍ଡ ଠାକୁର ।ଜଲକୁଛି ସିଂହାସନ ତଳରେ,କନକ ରତ୍ନପୁର ।୨୬।ଯୋନି ଗତେ ଜନମ ନୁହନ୍ତି ସେ ପୁରୁଷ,ଜଳ ଅଗ୍ନି ସୂର୍ଯ୍ୟର ନ ବାଧେ ତରାଶ ।ଯାଉଁଳି କବାଟ ଅଛି ଶୂନ୍ୟରେ,ହୁଅନ୍ତି ଅବକାଶ ।୨୬।ଛଡ଼ବେଦପରେ ଆସନ ବାନ୍ଧିକରି,ଛପିରହି ଅଛନ୍ତି ଅରୂପାନନ୍ଦ ହରି ।ଛଡ଼ ବେଦ ବାସି ହୋ ଛାମୁରେ;ଅଛନ୍ତି ଆଜ୍ଞାକାରୀ ।୨୮।ଚତୁର ପଣେ ପ୍ରଭୁ ଅଛନ୍ତି ସେ ଉପର,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଚିଦାନନ୍ଦ ପୁରୁଷ ନୁହନ୍ତି ଅବତାର ।
ଚେତାଉଛନ୍ତି ପିଣ୍ଡ ବ୍ରହ୍ମାଣ୍ଡ,
ନ ଖାଇ କ୍ଷୀର ନୀର ।୨୯।
ଅନ୍ତର୍ଯ୍ୟାମୀ ପଦକୁ ଅଙ୍ଗରେ ଛନ୍ତି ବହି,
ଆଣି ଉତ୍ପତ୍ତି ସ୍ଥିତି ପ୍ରଳୟ ଯେ କରଇ ।
ଓଁକାର ଅର୍ଦ୍ଧମାତ୍ରା ଅକ୍ଷର,
ସଂସାରରେ ଛନ୍ତି ଦେଇ ।୩୦।
ଘୋଟି ରହିଅଛି ତ୍ରିପୁର ବ୍ରହ୍ମାଣ୍ଡରେ ।
ଘୋର ବନ ଲତାହିଁ ଗ୍ରାମର ଦେଶାନ୍ତରେ
ଘଟେ ଘଟେ ପୂରି ଅଛନ୍ତି,
ଆତ୍ମାର ସ୍ୱରୂପରେ ।୩୧।
ଗତି ପତି ପୁରୁଷ ଅଟନ୍ତି ଚାରିଯୁଗେ ।
ଗଡ ବାନ୍ଧି ଅଛନ୍ତି ଆପେ ସେ ଶୂନ୍ୟ ମାର୍ଗେ ।
ଜ୍ଞାନ ଧ୍ୟାନ ସତ୍ୟ ସୁକୃତ,
ପୁରିଛି ତାଙ୍କ ଅଙ୍ଗେ ।୩୨।
ଖଣ୍ଡ ଖଣ୍ଡ ନୁହନ୍ତି ଅଖଣ୍ଡ ବ୍ରହ୍ମ ତନୁ ।
କ୍ଷୀର ସିନ୍ଧୁ ବିହାରୀ ଅଟନ୍ତି ମହାଶୂନ୍ୟୁ ।
ଖେଳ କଉତୁକ ତାଙ୍କର ।
ପାଶୋରି ନୁହେ ମନୁ ।୩୩।
କର୍ମଦେବ ପୁରୁ ଅଟନ୍ତି ପୂର୍ଣ୍ଣାନନ୍ଦ ।
କରପତ୍ର ଯୋଡ଼ିଣ ଦର୍ଶନ ପାଦ ବିନ୍ଦ ।
କର୍ତ୍ତା ଏକା ସେହି ହୋ ସଂସାରେ,
କହଇ ଭୀମକନ୍ଧ ହୋ ।୩୪।
(୨୪)
କୃଷ୍ଣ କହନ୍ତି ଯାହାକୁ କାମଦେବ ସେହି,କରାଉଛି କର୍ମ ଜାଣରେ ବଉଳ;କାମକଳ୍ପଣା ଭିଆଇରେ ।୧।ଖଣାର ବିମ୍ୱର ପଡ଼ି ସବୁ ବହିଗଲାଖପର ଯେହୁ ଅଟଇରେ ବଉଳ;ସ୍ତିରୀ ପଦ୍ମକୁ କହିଲାରେ ।୨।ଗର୍ଭ ବୋଲି ଯାହା ମାତା ଛଡ଼ଦଳ,ଗିରିମାନେ ଭାସୁଛନ୍ତିରେ ବଉଳ;ନମିଳୁଛି ଥଳକୂଳରେ ।୩।ଘୋଟି ରହିଛି ସର୍ବାଙ୍ଗେ ଦେହକୁ ଘୋଡ଼ାଇ,ଘୋର ତାପ ଯେହୁ ଅଟେରେ ବଉଳ;ଶୋକ ରୋଦନଟି ସେହିରେ ।୪।ଅନନ୍ତପୁରୁଷ ଯେହୁ ଅଙ୍ଗ ବୋଲି ଜାଣ,ଜୀବ ଆତ୍ମାପିଣ୍ଡେ ପୁରିରେ ବଉଳ;ତେଣୁ ଭାଷଇ ବଚନରେ ।୫।ଚାମର ଅଟଇ ଯେହୁ ଚକ୍ଷୁର ମଟକ,ଚେତି ବିଚାରି ବୁଝିଲେରେ ବଉଳ;ଚାହିଁ ପଡ଼ୁଛି ଛଟକରେ ।୬।ଛତ୍ରବାନା ଯେହୁ ଶିର କମଳ ହୋଇଲା,ଛାୟାମଣ୍ଡପରେ ଜୀବନରେ ବଉଳ;ଥାଇ ସୁଖେ ବିଶ୍ରାମିଲାରେ ।୭।ଜ୍ୟୋତିଲିଙ୍ଗ ଯାହା କହି ଜୀବନ ଅଟଇ,ଯୁଗଳରେ ଯାଉଅଛିରେ ବଉଳ;ମାତା ଯୋନିଦ୍ୱାର ହୋଇରେ ।୮।ଝଞ୍ଜକା ଅଟଇ ଯେହୁକାମ କ୍ରୋଧ ଲୋଭ,ଝଗଡ଼େ ପକାଇ କରିରେ ବଉଳ;ହରି ନେଉଅଛି ସର୍ବେରେ ।୯।ନାମବ୍ରହ୍ମ ବୋଲି ଏହି ଦେହକୁ କହିଲା,ନିଶି ଦିବସରେ କବିରେ ବଉଳ;ବେଦଶାସ୍ତ୍ର ବଖାଣିଲାରେ ।୧୦।ଟିଆକଣ୍ଠ ଯାହା କହି ଜନ୍ମ ମରଣଟି,ଟଳିଯିବ ପିଣ୍ଡୁ ପ୍ରାଣରେ ବଉଳ;ଟାଣେ ଫିଟିଗଲେ ଗଣ୍ଠିରେ ।୧୧।ଠୁଳଶୂନ୍ୟ ବୋଲି ଯେହୁ ଦେହଟି ଅଟଇ,ଠିକ ଠିକ ତତ୍ତ୍ୱ ବାଣୀରେ ବଉଳ;ଭୀମଅରକ୍ଷିତ କହିରେ ।୧୨।ଡଗରାଟି ଯେହୁ କ୍ଷୁଧା ତୃଷାଟି ଅଟଇ,ଡାକି ହରି ନେଉ ଅଛିରେ ବଉଳ;ଆନେ ନ ପାରୁଛି ରହିରେ ।୧୩।ଢାଙ୍କୁଣି କବାଟ ଦଶଦ୍ୱାରକ ରହିଛି,ଧାଡ଼ି ଯାର ଯେତେବେଳେରେ ବଉଳ;ତାର ଇଚ୍ଛାରେ ଫିଟୁଛିରେ ।୧୪।ଅଣାକାର ଯାହା କହି ଅବିକାର ପଥ,ଏକାନ୍ତ ମଣିପାରିଲେରେ ବଉଳ;ସର୍ବକାମ ପରାପତରେ ।୧୫।ତପତ ଆନନ୍ଦ ଯେହୁ ଦେହରେ ଉଷୁମ ।ତାଳୁ ପାଦ ପରିଯନ୍ତରେ ବଉଳଫେରୁଛନ୍ତି ଜ୍ୱାଳା ଧୃମରେ ।୧୬।ସ୍ଥିତି ବୋଲି ଯାହା କହି ତାଳୁକା ସେ ଗିରୀ,ସ୍ଥଳରୁ ଖସିଆସୁଛିରେ ବଉଳ;ବିନ୍ଦୁ ନାଦରୂପେ ପୂରିରେ ।୧୭।ଦୟା ବୋଲି ଯାହା କହି ଦେହଟି ହୋଇଲା,ଦେଖି କରୁଣାନେତ୍ରରେ ବଉଳ;ଯେବେ ମୁଠାଏକ ଦେଲାରେ ।୧୮।ଧ୍ୟାନ ବୋଲି ଯାହା କହି ଧର୍ମଟି ହୋଇଛି;ଧରଣୀ ହୃଦୟ ତଟେରେ ବଉଳ;ଧର୍ମ ଧରି ସମ୍ଭାଳିଛିରେ ।୧୯।ନର୍କକୁଣ୍ଡ ଦେଖି ପ୍ରାଣୀ କରୁଛନ୍ତି ଛି ଛି,ନାଭିକମଳ ତଳକୁରେ ବଉଳ;ସର୍ବଶରୀରରେ ଅଛି ।୨୦।ପାପୀ ବୋଲି ଯାହା କହି ପରାଣଟି ଅଟେ,ପିଣ୍ଡେ ଜୀବ ଆବୋରିଣରେ ବଉଳ;ଅଛି ମେରୁଦଣ୍ଡ ତଟେରେ ।୨୧।ଫୁକାର ପବନ ଯେହୁ ନାସାଦ୍ୱାରେ ଫେରି,ଫାଟିଗଲେ ଜଳବୁନ୍ଦରେ ବଉଳ;କେହି ନୋହିବେ କାହାରିରେ ।୨୨।ବିଦରଟି ଯେହୁ କାମ କଳ୍ପଣାଟି ଜାଣ,ବିଧିମତ ସରସ୍ୱତରେ ବଉଳ;ସବୁ କରୁଛି ବାରଣ ।୨୩।ଭାବପ୍ରୀତି ବୋଲି ଭବଦ୍ୱାରକୁ କହିଲା ।ଭଣେ ଭୀମ ଅରକ୍ଷିତରେ ବଉଳ;ସୋହତୀରେ ଭାସି ଗଲାରେ ।୨୪।ମର୍ତ୍ତ୍ୟପୁର ଯାହା କହି ମିଥ୍ୟା ବୋଲି ଜାଣ ।ମାୟାମୋହେ ପଡ଼ି ଜୀବରେ ବଉଳ;ହେଉଅଛି ଅକାରଣରେ ।୨୫।ଜୀବ ବୋଲି ଯାହା କହି ପିତା ବୀଜ ଅଟେ ।ଯୁଗଳରେ ମିଶୁ ଅଛିରେ ବଉଳ;ମାତ ଯୋନିଦ୍ୱାର ବାଟେରେ ।୨୬।ରାଗ ରୋଷ ଯାହା କହି ରଜରସ ସେହି ।ଗୌର ହୋଇ ଉଛୁଳିଲାରେ ବଉଳ;ଗୃହ୍ୟ ଦ୍ୱାରେ ଗଲା ବହିରେ ।୨୭।ଲଭିବା ପଦଟି ଯେହୁ ଲାଗିଅଛି ଲତା,ଲଙ୍ଘି ଯାଉଛି ଧର୍ମକୁରେ ବଉଳ;ଲେସେ ନ ରହୁଛି ଚେତାରେ ।୨୮।ବସନ୍ତ ପବନ ଯେହୁ ପଚିଶ ପ୍ରକୃତି ।ବିଭୁଷଣ କରୁଅଛିରେ ବଉଳ;ସ୍ଥିର ନ ରହୁଛି ମତିରେ ।୨୯।ସୁରତୀ ଶୃଙ୍ଗାର ଯେହୁ ଦ୍ୱିତୀୟ ଯୁଗଳ ।ସମି ପାଇଁପହଞ୍ଚିଛନ୍ତିରେ ବଉଳ;ତିନିଭୁବନ ସକଳରେ ।୩୦।ଶକତି ଯାହାକୁ କହି ବଳବୀର୍ଯ୍ୟ ଅଟେ ।ସରିଯାଉଛି ସବୁରେ ବଉଳ;ପଡ଼ି ମାୟାନଟ କୂଟରେ ।୩୧।ସମାନ ଅଟଇ ଯେହୁ ସାମର୍ଥକୁ କହି ।ଶାନ୍ତିଶୀଳ ଦୟା କ୍ଷମାରେ ବଉଳ;ହୃଦପଦ୍ମେ ଅଛି ରହିରେ ।୩୨।ହିତ ବୋଲି ଯାହା କହି ଅନୁଭବ ପଥ ।ହରଷ ବିରସ ସବୁରେ ବଉଳ;ଏ ଦେହରେ ଆତଯାତରେ ।୩୩।କ୍ଷିତି ବୋଲି ଯାହା କହି ଦେହଟି ହୋଇଲା ।କ୍ଷମା ମହିମାକୁ ଧ୍ୟାଇରେ ବଉଳ;ଭୀମ ଅର୍କ୍ଷିତ ଭଣିଲାରେ ।୩୪।
(୨୫)
କ୍ଷୟ ବୃଦ୍ଧି ନାହିଁ ତାଙ୍କ କ୍ଷୀରସିନ୍ଧୁ ବାସୀ ।କ୍ଷୀଣ ଅବତାର ରୂପରେ ବଉଳ;ଏବେ ଧରିଛନ୍ତି ଆସିରେ ।୧।ହବି ଘୃତ ଯାହା କହି ପିତା ବୀଜ ଅଟେ ।ହରି ନେଇ ଯାଉ ଅଛିରେ ବଉଳ;ଗରଭଗତେ ଖେପାରେ ।୨।ଶୁଦ୍ରମୁନି ବାକ୍ୟ କବି ବଚନ ହୋଇଲା ।ସିଦ୍ଧାନ୍ତ ମହାଭାରତରେ ବଉଳ;ଶାସ୍ତ୍ରପଦ ସଞ୍ଚରିଲାରେ ।୩।ଶୁତ ପୌରାଣିକ ଶମ୍ଭୁଲିଙ୍ଗ ବତାଇବି କେତେ ।ସମାଯୁକ୍ତ ହୋଇଗଲାରେ ବଉଳ;ଅସ୍ତାଙ୍ଗୁଳି ପରିଯନ୍ତେରେ ।୪।ଶ୍ରୋତା ହେତୁହେଲେ ଦୁଇ ଚିଆଁ ଚଇତନ ।ସରମ ପ୍ରେମ ପ୍ରକୃତିରେ ବଉଳ;ତହୁଁ ହେଲା ମାତ୍ରା ମାନରେ ।୫।ବ୍ୟାସ ସରୋବର ଗାଦି ପଦ୍ମ ବୋଲିଜାଣ ବାରସ୍କନ୍ଦ ପୁରାଣରେ ବଉଳ;ତହୁଁ ହେଲା ଉତପନରେ ।୬।ଲେଖନ କଲମ କାଠି ହେଲା ଇନ୍ଦ୍ରି ଅଣ୍ଡ ।ଲତା ଶାସ୍ତ୍ର ରଜରସରେ ବଉଳ;ପଦ୍ମ ଅଟେ ହୋମ କୁଣ୍ଡରେ ।୭।ରଗ ରଗ ଅଗ୍ନି ଯେହୁ ତପସ ସେ ଜାଣ ।ରଜ ବୀର୍ଯ୍ୟ ବନ୍ଧା ହେଲାରେ ବଉଳ;ଦେହ ସେ ଶାସ୍ତ୍ର ପୁରାଣରେ ।୮।ଜଗନ୍ନାଥ କବି ଯେହୁ ଜିହ୍ୱାଟି ଅଟଇ ।ଜାଣି କରତା ପୁରୁଷରେ ବଉଳ;କଣ୍ଠ ତଟେ ଦେଲେ ଥୋଇରେ ।୯।ମୁନିଗଣ ଯେ ଅଟନ୍ତି ପଞ୍ଚଭୂତମାନ ।କହେ ଭୀମ ଅରକ୍ଷିତରେ ବଉଳ;ଦେହ ନୈମିଷ ଅରଣ୍ୟରେ ।୧୦।ଭାଗବତ ଯାହା କହି ଭାବ ପ୍ରୀତି ଅଟେ ।ଭୋଗରାଗ ଲାଗୁ ଅଛିରେ ବଉଳ;ରତିସୁଖ ମଦବାଟେରେ ।୧୧।ବାଲମିକକବି ବାକ୍ୟ ବଚନ ହୋଇଲା ।ରଜବୀର୍ଯ୍ୟ ସପ୍ତଧାତୁରେ ବଉଳ;ରାମାୟଣଗ୍ରନ୍ଥ ହେଲାରେ ।୧୨।ଫନ୍ଦାବୃତ୍ତି ଯାହା କହି ନାମବ୍ରହ୍ମ ଅଟେ ।ଫଳଭୋଗ ହେଉଅଛିରେ ବଉଳ;ଭଜି ପାଇଥିଲେ ଆଣ୍ଟେରେ ।୧୩।ପରାଣଟି ଯାହା କହି ପରାଣ ପୁରୁଷ ।ପିଣ୍ଡେ ପୂରି ରହିଅଛିରେ ବଉଳ;ସାକ୍ଷୀରୂପେ ପରକାଶରେ ।୧୪।ନିଷ୍ଠା ବୋଲି ଯାହା କହି ଜିହ୍ୱାଅଗ୍ରେ ଅଛି ।ନିନ୍ଦାସ୍ତୁତି ହାନୀ ଲାଭରେ ବଉଳ;ପରକାଶ ହେଉଅଛିରେ ।୧୫।ଧନ ବୋଲି ଯାହା କହି ପିଣ୍ଡ ପ୍ରାଣ ସିନା ।ଧାଇଁଯାଉଛି ଆଗକୁରେ ବଉଳ;ଦେଖି ହେଉଅଛି ବଣାରେ ।୧୬।ଦ୍ୱାରିକା ଦାଶଟି ଯେହୁ କର୍ଣ୍ଣ ବୋଲି ଜାଣି ।ଶ୍ରବଣ ଚତ୍ରେତା ଘରରେ ବଉଳ;ଶବ୍ଦ କରୁଛି ବାରଣରେ ।୧୭।ଥୋଇଛି ରତନ ଯେହୁ ହେତୁ ଚେତା ଜାଣ ।ଥାଉଁ ଥାଉଁ ପିଣ୍ଡେ ପ୍ରାଣରେ ବଉଳ;ପାଦେ ଲଗାଅ ଭଜନରେ ।୧୮।ତ୍ରୟଗୁଣ ଯାହା କହି ସତ ରଜ ତମସ୍ତିରୀ ସଙ୍ଗତରେ ପଡ଼ିଲେ ବଉଳ;ସରିଯାଉଛି ଜୀବନରେ । ୧୯।ଅନନ୍ତ ରୂପଟି ଯେହୁ ଆଦି ଶକ୍ତି କହି ।ଅନୁଷଣ ଯୁଗାଉଛିରେ ବଉଳ;ଗର୍ଭଗତରେ ପୂରାଇରେ ।୨୦।ଢାଉରଙ୍ଗ ଯାହା କଲା ଲୋଭ ମୋହ ଜାଣ,ଢଳି ଯାଉଅଛି ପିଣ୍ଡରେ ବଉଳ;ଜୀବ ହୋଇ ଅକାରଣରେ ।୨୧।ଡକାଇତ ଯାହା କ୍ଷୁଧା ତୃଷାଟି ଅଟଇ ।ଡୋଳେ ଦେଖି ସୁରି ମରେରେ ବଉଳ;ଭୀମ ଅର୍କ୍ଷିତ କହିରେ ।୨୨।ଠାକୁର ଅଟନ୍ତି କ୍ଷେହୁ ଗୁରୁ ପାଦବିନ୍ଦ ।ଠାବ କରି ଚିହ୍ନ ପିଅରେ ବଉଳ;ଝରୁଅଛି ମକରନ୍ଦରେ ।୨୩।ଟେକିଛନ୍ତି ଶୂନ୍ୟେ ବାନା ଭକତ ନିମନ୍ତେ ।ଟମକ ଦିଆଉଛନ୍ତିରେ ବଉଳ;ତିନିପୁର ପରିଯନ୍ତେରେ ।୨୪।ନିଷ୍କାମ ମନ୍ଦିର ଯେହୁ ନିନ୍ଦା ସ୍ତୁତି ନାହିଁ ।ନିରନ୍ତରେ ନାମ ଧ୍ୱନୀରେ ବଉଳ;ଲୀଳା ଲାଗିଅଛି ତହିଁରେ ।୨୫।ଝଡ଼ି ପଡ଼ୁଛନ୍ତି କେହି ନୁହନ୍ତି ସମାନ ।ଝଟକୁଛି ତହିଁ ରୂପରେ ବଉଳ;ଘନେ ବିଜୁଳି ଯେସନରେ ।୨୬।ଜୟଦେବ କବି ଯେହୁ ଜାଉଁଳି ନାସିକା ।ଜଗି ବସିଛି ଦୁଆରୀରେ ବଉଳଘେନି ଗହନ ମାଳିକାରେ ।୨୭।ଛଡ଼ଖଣ୍ଡ ଯାହାକହି ମାତା ଛଡ଼ ରତି ।ପିତା ରତି ଏକ ମିଶିରେ ବଉଳ;ହରିବଂଶ ଉତପତ୍ତିରେ ।୨୮।ଚମକୁଛି ନିତ୍ୟସ୍ତଳି ଚରଣର ଘାତେ ।ଶ୍ୱେତ ପୁଷ୍ପ ଚମ୍ପା କଢ଼ିରେ ବଉଳ;ବରଷୁଛି ଅଦଭୂତେରେ ।୨୯।ଉପଇନ୍ଦ୍ର ଯାହା କହି ଉଦଯୋଗ ଜାଣ ।ଉତପତି ଜନ ସଙ୍ଗରେ ବଉଳ;କରୁଅଛି ବିହରଣରେ ।୩୦।ଘଡ଼ଘଡ଼ି ଶବ୍ଦଘାତେ ନିତ୍ୟସ୍ଥଳି ପୁରି ।ଘନ ଘନ ବାଜୁଅଛିରେ ବଉଳ;ଶିଙ୍ଗଶିଙ୍ଗା ବେଣୁ ତୁରୀରେ ।୩୧।ଗୁରୁ ବସିଛନ୍ତି ଜ୍ଞାନ ଭଣ୍ଡାରକୁ ଧରି ।ଗତିମୁକ୍ତି ନିରନ୍ତରେରେ ବଉଳ;ତାଙ୍କୁ ସେବାଛନ୍ତି କରିରେ ।୩୨।ଖେଳ କରୁଛନ୍ତି ସ୍ୱାମୀ କ୍ଷୀନ ନାଳ ପରେ,ଖଞ୍ଜଣୀ ଗିନି ବାଜୁଛିରେ ବଉଳ ।ପାରୁଶରେ ନିରନ୍ତରେ ।୩୩।କୃଷ୍ଣଦାସ କବି ଯେହୁ କମଳ ହୋଇଲା,କର୍ତ୍ତା ପୁରୁଷକୁ ଧ୍ୟାୟିରେ ବଉଳ;ଭୀମ ଅର୍କ୍ଷିତ କହିଲାରେ ।୩୪।
(୨୬)
କାନ୍ଦି ମୁଁ ଜଣାଉଛି ଶୂନ୍ୟ ପୁରୁଷ,କାହିଁକି କରାଉଛ, ଅଲେଖ ହେ,ହଟହଟା ଭବିଷ ।୧।କର୍ମ ମୋହର ବାମ ହେଲା ଶ୍ରୀଗୁରୁ,କେମନ୍ତେ ତରିଯିବି ଅଲେଖ ହେ,କଳିକାଳ ଦୁସ୍ତରୁ ।୨।କ୍ଷିତି ମଣ୍ଡଳେ ମୋତେ କରାଇ ଜନ୍ମ,ଖଣ୍ଡ ତପସ୍ୟା କରି ଅଲେଖ ହେ,ମୋର ଲେଖିଲା କର୍ମ । ୩ ।ଖେଳ କରିବି ବୋଲି ଥିଲା ମୋ ଆଶ,ଖାଇବା ଗୁଣ୍ଡା ଏବେ ଅଲେଖ ହେ,ମୋତେ ହେଲାଣି ବିଷ । ୪ ।ଗୁରୁଦେବଙ୍କ ଭଜି ଏତେ ଅବସ୍ଥା,ଗଞ୍ଜିମାରୁଛି ମୋତେ ଅଲେଖ ହେ,ମୋର କର୍ମର ଦଶା । ୫ ।ଗତ କଥା ସୁମରି ଗର୍ଭ ପୋଡ଼ୁଛି,ଗୁରୁଚିନ୍ତା ହୃଦରେ ଅଲେଖ ହେ,ଅନୁକ୍ଷଣେ ପଡ଼ୁଛି । ୬ ।ଘାଣ୍ଟି ହୋଇ ମରୁଛି ମାୟା ଭିତରେ,ଘାତ ପଡ଼ୁଛି ଅଙ୍ଗେ ଅଲେଖ ହେ,ପଞ୍ଚଭୁତ ଆତ୍ମାରେ । ୭ ।ଘୋଟି ଯାଉଛି ହୃଦେ ଚିନ୍ତା ସନ୍ତାପ,ଘୋର ଅନ୍ଧାରେ ପଡ଼ି ଅଲେଖ ହେ,ଉଚ୍ଚେ ପାରୁଛି ଡାକ । ୮।ଅଡ଼ୁଆ ହେଲା ତେଜି ନୁହେଁ ମୁରୁଛି,ଅକଳେ ପଡ଼ି ମୁହିଁ ଅଲେଖ ହେ,ହେତୁ ଜ୍ଞାନ ହଜୁଛି । ୯ ।ଆଣି ଏତେ ଦୁରକୁ ଅବସ୍ଥା ଦେଲ;ଏବେ ଭୁଞ୍ଜୁଛି ମୁହିଁ, ଅଲେଖ ହେ,କର୍ମେ ଅର୍ଜିଲା ଫଳ । ୧୦ ।ଚାରି ଦିଗକୁ ମୁଁ ଯେ ଅନାଇ ଦେଲେ,ଚେତା ହଜି ଯାଉଛି, ଅଲେଖ ହେ,ହୃଦ ପଦ୍ମେ ଚିନ୍ତିଲେ । ୧୧ ।ଚକିତ ହେଉଅଛି ଆରମ୍ଭ ଦେଖି,ଚଉଳେକ ରକତ ଅଲେଖ ହେ,ଦେହୁ ଯାଉଛି ଶୁଖି । ୧୨ ।ଛାଡ଼ି ଯିବାକୁ ମହା ଦୁସ୍ତର ହେଲା,ଛାଇ ଛରା ଦେଖନ୍ତେ ଅଲେଖ ହେ,ଭବେ ବୁଡ଼ିଲା ଭେଳା । ୧୩ ।ଛାଇର ତଳ ବୋଲି ଥିଲା ବିଚାର,ଛାଡ଼ି ଯାଉଛି କର୍ମ ଅଲେଖ ହେ,ହେଉଅଛି ଅସ୍ଥିର । ୧୪ ।ଜୀବନ ଯାକ ମୋର ନାହିଁ ନା ସୁଖ,ଯତନେ ଥୋଇଅଛ, ଅଲେଖ ହେ,ଭାଲ ପଟରେ ଦୁଃଖ । ୧୫ ।ଜିଇ ଥିବାର କିଛି ନୁହଇ ଭଲ,ଯାବତ ନଟ କୂଟେ ଅଲେଖ ହେ,ହୋଇ ପଡ଼ୁଛି ଖଳ । ୧୬ ।ଝଡ଼ି ପଡ଼ିଲା ପ୍ରାୟେ ମୋତେ ଲାଗୁଛି,ଝର ଝର ଅଶ୍ରୁତ, ଅଲେଖ ହେ,ବେନି ନେତ୍ରୁ ବହୁଛି । ୧୭ ।ଝଞ୍ଜକା ଝଗଡ଼ାରେ ନ ପାରେ ରହି,ଝାମ ମରୁଛି ଅଙ୍ଗେ ଅଲେଖ ହେ,ମର୍ତ୍ତ୍ୟେ ନୁହଇ ରହି । ୧୮ ।ନିଶି ଦିବସେ ପଡ଼ୁଅଛି ଭାଳେଣି,ନାଶ ହେବର ବାଟ ଅଲେଖ ହେ,ମୁହିଁ ନ ଥିଲି ଜାଣି । ୧୯ ।ନିନ୍ଦା ହୋଇଲା ଯାହା ଜଗତ ମୁଖେ,ନିରାଶ ହେଉଅଛି ଅଲେଖ ହେ,ଏବେ ମୋହରି ସୁଖେ । ୨୦ ।ଟାକି ମୁଁ ନ ପାରିଲି ଟିଆ ପର୍ଯ୍ୟନ୍ତେ,ଟଳିଗଲା ମୋ ମନ ଅଲେଖ ହେ,ମାୟା ଘୋଟିଲା ମୋତେ ।୨୧।ଟେକି ଚାହାନ୍ତେ ମୋତେ ଦିଶଇ ଶୂନ୍ୟ,ଟାଣ ମୋ ରହୁ ନାହିଁ ଅଲେଖ ହେ,ଗୁଣି ନ ସରେ ଦିନ ।୨୨।ଠାବ ନାହିଁ ନା ମୋର ତିନିପୁରରେ,ଠଉର ନ ଦିଶଇ, ଅଲେଖ ହେ,ଘୋର କଳିକାଳରେ । ୨୩ ।ଠାକୁର ରକ୍ଷାକର ବୋଲି ଡାକୁଛି,ଭଣେ ଭୀମ ଅର୍କ୍ଷିତ ଅଲେଖ ହେ,ଠକ ଭଣ୍ଡେ ପଡ଼ିଛି । ୨୪ ।ଡିଙ୍ଗର ତୁଲେ ମୁହିଁ ହୋଇଛି ସଙ୍ଗ,ଦଣ୍ଡ ପଡ଼ୁଛି ଅଙ୍ଗେ ଅଲେଖ ହେ,ପ୍ରାଣେ ନାହିଁ ମୋ ଦମ୍ଭ । ୨୫ ।ଡର ମାଡ଼ୁଛି ମୋତେ ଦୁଷ୍ଟମାନଙ୍କୁଡୋଳେ ଦେଖି ବିଚାରି ଅଲେଖ ହେ,ବୁଝି ଆଗ ପଛକୁ । ୨୬ ।ଢାଳି ସମ୍ଭାଳି ନୁହେ କରିବି କିସ,ଢୋକୁଅଛି ଅଜ୍ଞାନେ, ଅଲେଖ ହେ,ନାଗ ଗରଳ ବିଷ । ୨୭ ।ଢାଉ ରଙ୍ଗକୁ ଦେଖି ପଡ଼ୁଛି ଭୋଳେ,ଢାଙ୍କୁଣୀ ଦିଆ ହୋଇ ଅଲେଖ ହେ,ଭ୍ରମୁଅଛି ଅଥଳେ । ୨୮ ।ଅଣାକାରଙ୍କୁ ଭଜି ଏତେ ଅବସ୍ଥା,ଅନ୍ତର୍ଗତରେ ମୋତେ ଅଲେଖ ହେ,ସବୁହେଲାଣି ପିତା ।୨୯।ଅନୁକ୍ଷଣେ ହୃଦରେ ଘାରି ହେଉଛି,ଅଣ ଆୟତ ମୁହିଁ ଅଲେଖ ହେ,ମାୟା ମୋହେ ପଡ଼ିଛି ।୩୦।ତ୍ରିଗୁଣ ରଜୁ କରେ ଲାଗିଛି ଫାଶ,ତତ୍ତ୍ୱ କରି ବୁଝିଲେ ଅଲେଖ ହେ,ନ ପାଉଛି ସାହସ । ୩୧।ତାକି ନୋହିଲା ମୋର ଆଗ ପଛକୁ,ତରକି ନ ପାରିଲି ଅଲେଖ ହେ,ମାୟା ଛନ୍ଦ ମିଛକୁ ।୩୨।ଥିତି ମୁଁ କରିଥିଲି ଯେତେ ଦିନରୁ,ଥୟ ନାହିଁ ମୋ ମନ, ଅଲେଖ ହେ,ଖଳ ବଳ ହେବାରୁ । ୩୩।ଥରି ଯାଉଛି ମୋର ପିଣ୍ଡ ପରାଣ,ଥାଉ ଜୀବନ ପିଣ୍ଡେ ଅଲେଖ ହେ,ଘୋଟିଲାଣି ମରଣ ॥୩୪
ଦାରୁଣ ବିହି ମୋତେ ଏମନ୍ତ କଲା,ଦାତା ହୋଇ ସଂସାରେ ଅଲେଖ ହେ,ବିଷ ଜହର ଦେଲା । ୩୫ ।ଦରିଆରେ ପକାଇ ଅନ୍ତର ହେଲ,ଦୟା ନାହିଁ ବହିଲ ଅଲେଖ ହେ,ଗଳେ ବାନ୍ଧି ପଥର । ୩୬ ।ଧର୍ମ ପୁରୁଷ ମୋତେ ଏମନ୍ତ କଲା,ଧରି ବାନ୍ଧିଣ ମୋତେ, ଅଲେଖ ହେ,ଜଳେ ଭସାଇ ଦେଲା । ୩୭।ଧିକ ଜୀବନ ପିଣ୍ଡେ ଯାଉ ନା ମୋର,ଧରଣୀ ମଣ୍ଡଳରେ ଅଲେଖ ହେ,କେହି ନୁହେ କାହାର । ୩୮ ।ନବଖଣ୍ଡ ମହୀରେ ହୋଇଛି ଜାତ,ନ ଜାଣି ଥିଲି ମୁହିଁ ଅଲେଖ ହେ,ହେବି ବୋଲି ଏମନ୍ତ ।୩୯।ନର ଦେହ ବହିବା ହେଲା ବିଅର୍ଥ;ନାରୀ ସଙ୍ଗତେ ପଡ଼ି ଅଲେଖ ହେ,ଗଲା ପୂର୍ବ ସୁକୃତ । ୪୦ ।ପାଇ ମୁଁ ଥିଲି ଗତି ମୁକତି ଭେଦ;ପାଶୋର ଗଲା ମନୁ ଅଲେଖ ହେ,କଲି ଜନମ ହଦ ।୪୧।ପଡ଼ିୁ ମୁଁ ଅଛି କୁମ୍ଭୀ ନରକ କୁଣ୍ଡେ,ପଥର ଖଣ୍ଡି ଏକ ଅଲେଖ ହେ,ଖସି ପଡ଼ିଛି ମୁଣ୍ଡେ । ୪୨ ।ଫଟାକରମ ମୋର ନୁହେଁ ସଳଖ,ଫଳ ଫଳିଲା ଯେତେ ଅଲେଖ ହେ,ସବୁ ହୋଇଲା ପୋକ । ୪୩ ।ଫୁରୁଣା ନାହିଁ ମୋର ଜନମ ଯାକେ,ଫେଡ଼ି ମୁଁ କହୁଅଛି, ଅଲେଖ ହେ,ଏବେ ମୋହରି ସୁଖେ । ୪୪ ।ବାତୁଳ ହେଲି ମୁହିଁ ଲୋଭରେ ପଡ଼ି,ବହୁତ ବାଣିଜ୍ୟରେ ଅଲେଖ ହେ,ମୂଳ ଯାଉଛି ବୁଡ଼ି । ୪୫ ।ବିଷ ପରାଏ ବୋଲି ଜାଣି ନ ଥିଲି,ବେଶି ମୁଁ ଖାଇ କରି ଅଲେଖ ହେ,ବୁଦ୍ଧି ହରାଇ ଦେଲି ।୪୬।ଭୟ ମାଡ଼ିଲା ହୃଦେ ନୋହିଲାକହି ଭାରି ହୋଇଲା ପାପ ଅଲେଖ ହେ,ମର୍ତ୍ତ୍ୟେ ନୋହିଲା ରହି । ୪୭ ।ଭ୍ରଷ୍ଟ ହେବାର ଦେଖି । ଅଦୃଷ୍ଟମାନି,ଭଣେ ଭୀମ ଅର୍କ୍ଷିତ ଅଲେଖ ହେଆଗପଛ ନ ଜାଣି । ୪୮ ।ମହତ ସରିଲାଣି କରିବି କିସ,ମରି ଯିବର ଭଲ ଅଲେଖ ହେ,ତେଜି ତ୍ରିପୁର ଯଶ । ୪୯ ।ମହୀମଣ୍ଡଳେ ପରକାଶ ମହିମା,ମତୁଆ ହେଲେ ସର୍ବେ ଅଲେଖ ହେ,ମନେ ବହି ଗାରିମା । ୫୦ ।ଯେତେ ପ୍ରକାରେ ଧର୍ମ ସ୍ଥାପନା ହେଲା,ଜାଗ୍ରତ କରୁ କରୁ ଅଲେଖ ହେସତ୍ୟ ନାହିଁ ରହିଲା ।୫୧।ଜାଣୁ ଜାଣୁ ଚିତ୍ତରେ ହୋଇଲି ଭ୍ରମ ।ଯେସନେ ପଶୁ ଜନ୍ମ ଅଲେଖ ହେ,ପ୍ରାୟେ କଲି ମୁଁ କର୍ମ । ୫୨ ।ରଙ୍କ ଧନ ପାଇଲା ପରାୟେ ହେଲି,ଗୌରବ ନର୍କେ ପଡ଼ି ଅଲେଖ ହେ,ତନୁହରାଇ ଦେଲି ।୫୩।ରାକ୍ଷସ ବୁଦ୍ଧି ଆସି ପଡ଼ିଲା ହୃଦେ,ରାଗ ତମରେ ପଡ଼ି ଅଲେଖ ହେ,ରସି ମାଏଁସମଦେ । ୫୪ ।ଲଜ୍ଜା ପାଇବି ବୋଲି ନ ଥିଲା ଜଣା,ଲତା ଭିତରେ ପଡ଼ି, ଅଲେଖ ହେ,ଏବେ ହେଉଛି ବଣା । ୫୫ ।ଲୋଭେ ମୁଁ ପଡ଼ିଗଲି ହୋଇଲି ବାଇ,ଲୁହ ପୋଛନ୍ତେ ନେତ୍ରୁ, ଅଲେଖ ହେ,ଫଳ ନୋହିଲା ଖାଇ । ୫୬ ।ବଢ଼ିଗଲା ବିଷୟା ନୋହିଲା ଛେଦି,ବିଧି ମତ ବିଚାରି ଅଲେଖ ହେ;ନାହିଁ ପାରିଲା ସାଧି । ୫୭।ବହିଅଛି ମୁଣ୍ଡରେ ପାପ ପସରା,ବୃତ୍ତକରି ମିଛକୁ ଅଲେଖ ହେ,ନାମେ କରି ଆଶରା । ୫୮ ।ଶିରୀ ଚ୍ୟୁତ ହୋଇଲା ଧର୍ମ ଉଠିଲା,ସିଂହ ଘରେ ଶୃଗାଳ, ଅଲେଖ ହେ,କଳିଯୁଗେ ପଶିଲା । ୫୯।ସରିଲାଣି ସକଳ ନାହିଁନା କିଛି ।ସ୍ରୋତହେତୁ ବୁଡ଼ାଇ, ଅଲେଖ ହେ,ଅଣ ଚେତାରେ ଅଛି । ୬୦ ।ସଦଗୁରୁ ମୋହର ଆଦି ଅନନ୍ତ,ସଂସାରେ ଦେହ ବହି ଅଲେଖ ହେ,ସରିଲାଣି ଇଜତ । ୬୧ ।ଶୂନ୍ୟ ଦିଶୁଛି ମୋତେ ତିନି ଭୁବନ,ଶାଖା ମୋ ନାହିଁ କେହି ଅଲେଖ ହେ,ଘାଣ୍ଟି ହେଉଛି ମନ । ୬୨ ।ଶୂନ୍ୟ ପୁରୁଷ ମୋତେ କର ଉଦ୍ଧାର,ଶୁଭାଇ ଡାକୁଅଛି, ଅଲେଖ ହେ,ଦିଶୁଅଛି ଅନ୍ଧାର । ୬୩ ।ସତେ ବୁଝିବେ ବୋଲି କରିଛି ଆଶା,ସହି ମୁଁ ଅଛି ତେଣୁ ଅଲେଖ ହେ;ନାମେ କରି ଭରସା । ୬୪ ।ହୋଇଲା ଯେତେ କଥା ଆପ କରମ,ହର୍ଷ ନୋହିଲା ଦିନେ, ଅଲେଖ ହେ,ପୋଡ଼ିଯାଉ ଜୀବନ । ୬୫ ।ହିଆ ପଥର ପରି ଦିନ ମୋ ଗଲା;ହାନି ଲାଭ ଯେତକ ଅଲେଖ ହେ,କର୍ମେ ଫଳ ଫଳିଲା । ୬୬ ।କ୍ଷିତି ମଣ୍ଡଳେ ମୁହିଁ ରହିଛି ଧ୍ୟାୟି,କ୍ଷୀର ସିନ୍ଧୁ ବିହାରୀ ଅଲେଖ ହେ,ତୁମ୍ଭେ ବୁଝିଲ ନାହିଁ । ୬୭ ।ଖାତ ଭିତରେ ମୁହିଁ ପାରୁଛି ଡାକ,ଭଣେ ଭୀମ ଅର୍କ୍ଷିତ ଅଲେଖ ହେ,ମୋର ନାହିଁନା ସୁଖ । ୬୮ ।
(୨୭)
କଳିଯୁଗେ ମୋତେ କଷଣ ପଡ଼ିଲା କି କରିବି ଗୁରୁ ଅନାଦି,କର୍ମ ଧର୍ମ ମୁଁ ଯେ କିଛି ନ ଜାଣଇଁ ଅଟଇ ସଦା ଅପରାଧି,ସ୍ୱାମୀ ହେ; କରତି କାଟୁଛି ଅଙ୍ଗକୁ,କରତା ପୁରୁଷ ମେଦିନୀକି ତେଜି ବିଜେ ଯେତେ ଦିନୁ ଶୂନ୍ୟକୁ । ୧ ।ଖଚୁଆ ହୋଉ ମୁଁ କ୍ଷୁଦ୍ରବୁଦ୍ଧି ପଣେ ସେବି ନାହିଁ ପଦାର୍ବିନ୍ଦରେ,କ୍ଷିତିରେ ପଡ଼ି ପାତକମାନ କଲି, ପ୍ରସନ୍ନ ନୋହିଲା ମୋଠାରେ,ସ୍ୱାମୀ ହେ; ଖେଳ ଲୀଳା ଯହିୁଁ ଭାଙ୍ଗିଲେ,ବେଶ ଭୂଷଣକୁ ଦୂରାନ୍ତରେ ଫିଙ୍ଗି କ୍ଷୀନ ଅବତାର ତେଜିଲା । ୨ ।ଗରବିତା ହେଲି ଜ୍ଞାନ ପାଶୋରିଲି ବୁଡ଼ିଗଲି ମାୟା ମୋହରେ,ଗୁରୁଦେବ ସ୍ୱାମୀ ଗୁରୁପ୍ରଭୁ ବୋଲି ଜଣାଣ କରୁଛି ପଛରେ,ସ୍ୱାମୀ ହେ; ଗାରି ସାରି ହୋଇ ମରୁଛି,ଗୁରସ୍ତ ବିହୁନେ ଭାରିଯା ଯେସନେ ତେମନ୍ତ ପରାଏ ଝୁରୁଛି । ୩ ।ଘରଣୀମାନଙ୍କ ସଙ୍ଗେ ଘାଣ୍ଟି ହେଲି, ଘୋର ବନେ ନିଶି ଅନ୍ଧାରେ,ଘୁଞ୍ଚି ନ ପାରିଲି ସ୍ନେହ ନ ତେଜିଲି ପଡ଼ିଲି ବିଷମ ଧନ୍ଦାରେ,ସ୍ୱାମୀ ହେ; ଘୋଟି ଯାଉଅଛି ସନ୍ତାପ,ଘଟକୁ ତେଜି ଅନ୍ତର ହେଲା ଦିନୁ ମନକୁ ଲାଗୁଛି ବିସ୍ତାପ । ୪ ।ଅନ୍ୟାୟ ମୁଁ କଲି ଜ୍ଞାନ ବୁଡ଼ଇଲି ଅଗମ୍ୟରେ କଲି ଗମନ,ଅନ୍ତର୍ଗତେ ଚିତ୍ତ ଆନ ହୋଇବାରୁ ପ୍ରଭୁ ସିନା ହେଲ ବିମନ,ସ୍ୱାମୀ ହେ; ଅସାର ଦେଖିଲ ମୋହର,ଅସୁରାନ୍ତ ବୁଦ୍ଧି କଲି ଯେଣୁ ମୁହିଁ ତକ୍ଷଣେ ତେଜିଲି ତ୍ରିପୁର । ୫ ।ଚର୍ମ ଦେହ କହି ଚେତକୁ ବୁଡ଼ାଇ ହେଲି ମୁଁ ଅଜ୍ଞାନ ମୂରୁଖ,ଚିହ୍ନା ପକାଇ ଦେବାରୁ ଏ ସଂସାରେ ହୋଇଗଲ ଅବା ଅରୂପ,ସ୍ୱାମୀ ହେ; ଚାହିଁ କ୍ଷମା କର ମୋ ଦୋଷ,ଚାରି ଯୁଗେ ମୋତେ ଭକ୍ତ ପଣ ଦେଇ କରାଅ ତୁମ୍ଭ ଭୃତ୍ୟ ଶିଷ୍ୟ । ୬ ।ଛାଡ଼ି ଦେଇ ମୁଁ ତ ଶ୍ରୀଗୁରୁ ବଚନ ଛବି ଚାତୁରୀରେ ମାତିଲି,ଛାରଛିକାର ସଂସାର ମୋହ ଜାଲେ ଶିର କମଳକୁ ପାତିଲି,ସ୍ୱାମୀ ହେ; ଛନ୍ଦ କଲ ମୋହ ଆଗରେ ଉଦେ ହୋଇବାର ଦିନେ ନୋହିଥିଲା,ଛଳିଦେଲ କେତେ ବେଗରେ । ୭ ।ଯୋଗ ମାର୍ଗ ଧରି ଯୋଗୀପଣ ଥାଇ ଯୁଗଳକୁ ଇଚ୍ଛା ହୋଇଲା,ଜଗତ ଯନ୍ତ୍ରିତ ସଂସାର ଭିତରେ ତହିଁରେ ମୋ ମନ ରହିଲା,ସ୍ୱାମୀ ହେ; ଜଗତ କରତା ପୁରୁଷ,ଯେତେ ପାପ କର୍ମ କରିଅଛି ମୁହିଁ ଛାମୁରେ ମାଗୁଅଛି ଦୋଷ । ୮ ।ଝଞ୍ଜକା ଭିତରେ ପଡ଼ିଗଲି ମୁହିଁ ଝାମ୍ପି ଦେଲା ଯୁଗ ପ୍ରକୃତି,ଝୁଙ୍କି ପଡ଼ିଲି ମୁଁ ମାୟା ନଟ କୂଟେ ବଦ୍ଧ କଲି ବିଷ୍ଣୁ ମୂରତି,ସ୍ୱାମୀ ହେ; ଝଟ ବିଦ୍ୟରୂପ ପ୍ରକାଶ,ଝାବଡ଼ା ଚରିତ୍ର ଦେଖି କରି ମୋର ତେଣୁ କରି ହେଲ ଅଦୃଶ୍ୟ । ୯ ।ନିଶି ଦିବସରେ ନାଟ ବାଟ କଲି ସରିଲା ସକଳ ସମ୍ପଦ,ନିଦାନ ବେଳକୁ ନିଜ ଅଙ୍ଗେ ମୋର ପଡ଼ୁଅଛି ଆସି ବିପଦ,ସ୍ୱାମୀ ହେ; ନିଶି ଦିବସରେ ଭାଲେଣି,ନିରାପକ୍ଷ କରି ରବି ତଳେ ମୋତେ ଛାଡ଼ି ଗଲ ଅନ୍ତର୍ଯ୍ୟାମିନୀ । ୧୦ ।ଟେକ କଥା କହି ଟୀକାଏ ନ ନଇଁ ଟାଣ ପ୍ରଭୁ ଯେଣୁ ଆପଣ,ଭଲ ମଧ୍ୟମକୁ ଆଗକୁ ପଛକୁ ମନରେ ନଥାଇ ପାଞ୍ଜନ,ସ୍ୱାମୀ ହେ; ଟାକିଅଛି ଟୀଆ ପର୍ଯ୍ୟନ୍ତେ,ଏହି ଦେହ ବହି ଦର୍ଶନ ପାଇବି ଥୋଇ ଥିବ ଯେବେ ଜୀବନ୍ତେ । ୧୧ ।ଠକ ପଣ କରି କପଟ ଆଚରି ଠାକୁରଙ୍କୁ ସେବା ନୋହିଲା,ଠାବମାନ ଯେଣୁ ଅଠାଠିକ ହେଲା ଏତେବେଳେ ମନେ ପଡ଼ିଲା,ସ୍ୱାମୀ ହେ; ଠିକେ କହେ ଭୀମ ଅର୍କ୍ଷିତ,ଏହି ପାପ ନେତ୍ରେ ପ୍ରଭୁଙ୍କୁ ଦେଖିବି ଥିବ ଯେବେ ଭାଗ୍ୟ ବହୁତ ।୧୨ ।ଡିଙ୍ଗର ବୁଦ୍ଧିରେ ସଂସାର ସାଗରେ ଡାହାଜ୍ୟ ମୁଖରେ ପଡ଼ିଲି,ଡାକଦେଲ ପ୍ରଭୁ ଉଦେ ହେଲୁ ବୋଲି ପାପୀ କର୍ଣ୍ଣେ ମୋର ଶୁଣିଲି,ସ୍ୱାମୀ ହେ; ଡାକୁଅଛି ପ୍ରଭୁ ପଛରେ;ତନୁ ତ୍ୟାଗକରି ନିଶ୍ଚିନ୍ତେ ରହିଲି ଡେଙ୍ଗା ଜଗତୀର ଶିଖରେ ।୧୩।ଢାଉ ରଙ୍ଗ ଦେଖି ଢମାଳିରେ ମାତି ମନରେ ବଡ଼ିମା ବହିଲି;ଢେକି ସୁରା ପାନ ଅମାନିଆଁ ହୋଇ ଗୁରୁ ଦ୍ରୋହକାରୀ ହୋଇଲି;ସ୍ୱାମୀ ହେ; ମାଡ଼ି ପଡ଼ୁଅଛି ସଙ୍କଟ;ହଟ ପଟ ଦେଖି ନିଶ୍ଚିନ୍ତେ ରହିଲି ଢାଙ୍କି ଦେଇ ଶୂନ୍ୟେ କବାଟ । ୧୪ ।ଅଣ ବିବେକରେ ଅଣ ହେଳା ହୋନ୍ତେ ହୋଇଗଲା ଏତେ ଦୂରକୁ;ଅନୁଷଣେ ମୁହିଁ ଅନୀତି ଆଚାରେ ବହିଲି ବିଷୟା ଭାବକୁ,ସ୍ୱାମୀ ହେ; ଅଣ ଆୟତ୍ତରେ ପଡ଼ିଛି,ଅନାଦି ପୁରୁଷ ଗଲେ ଯେଣୁ ମୁହିଁ ଚାରିଦିଗଯାକ ଲୋଡ଼ୁଛି ।୧୫।ତ୍ରିଗୁଣରେ ପଡ଼ି ତତ୍ତ୍ୱ ପଦ ଛାଡ଼ି ତରକ ନୋହିଲା ମନରେ,ତମ ରାଗେ ମୁହିଁ ଚେତାକୁ ବୁଡ଼ାଇ ବହିଗଲା ପ୍ରତିଦିନରେ,ସ୍ୱାମୀ ହେ; ତେଜିଗଲ ମୋତେ ନ କହି;କଳିଯୁଗ ଦେଖି ଛଡ଼ାଇ ହୋଇଲ ଅରୂପେ ଗୁପ୍ତ ହେଲ ଯାଇ ।୧୬।ଥାନ ମାଡ଼ି ରହି କାହିଁକି ନ ଯାଇ ସ୍ଥଳସ୍ଥିତି ଲୋଡ଼ି ବସିଲି,ଥିଲ ଯେତେଦିନ ଗୁରୁଦେବ ସ୍ୱାମୀ ଛାମୁକୁ ଥରେ ନ ଆସିଲ,ସ୍ୱାମୀ ହେ; ଥୟେ ନ ରହୁଛି ଜୀବନ;କଳିଯୁଗ ଦେଖି ଛଡ଼ାଇ ରହିଲ; ଛାଡ଼ି ତିନିପୁର ଭୁବନ । ୧୭ ।ଦାସପଣ ଏଡ଼ି ଦଶାରେ ପଡ଼ିଲି ଦଗଧିହେଉଛି ଜୀବନ,ଦୂତୀ ନାବେ ବସି ଦୋଚାରୀ ମୁଁ ହେଲି ଦଇବରଜ୍ଜୁରେ ବନ୍ଧନ,ସ୍ୱାମୀ ହେ; ଦରଶନ ମୁହିଁ ନ କରି;ଦୋସରାକାମୀ ହେବାକୁ ଛଳି ଦେଲ; ଭାବ ଭକତିଗଲା ସରି । ୧୮ ।ଧର୍ମପଥ ଛାଡ଼ି ଧଉଣ୍ଡି ହୋଇଲି ଧିକ ହେଉ ମୋର ଜୀବନ;ଧରଣୀ ମଣ୍ଡଳେ ନରଦେହ ଧରି ପୁଣ୍ୟକୁ ନ କଲି କମାଣ;ସ୍ୱାମୀ ହେ; ଧରି ନ ପାରିଲି ପାଦକୁ ।ଅବଧୂତ ସ୍ୱାମୀ ଅଦଭୂତ ହୋଇ; ଉଠିଗଲ ନିରିବେଦକୁ । ୧୯ ।ନାମ ନ ଭଜିଲି ନିସ୍କାମୀ ନୋହିଲି ଦୃଢ଼ ନାହିଁହୃଦ ପଦ୍ମରେ, ନିଶତ ହୋଇଲି ନାମ ନ ଚିହ୍ନିଲି ଧରି ନ ପାରିଲି ଭେଦରେ,ସ୍ୱାମୀ ହେ; ନିନ୍ଦି କାହାକୁ ଦେବି ଦୋଷ,ନାଗରପଣିଆ ବୁଦ୍ଧି ଦେଖି ମୋର ବିରାଜିଲ ଶୂନ୍ୟଆକାଶ । ୨୦ ।ପିଣ୍ଡକୁ ବହିଲି ପାପକର୍ମ କଲି ପାମର ଅଜ୍ଞାନ ବୁଦ୍ଧିରେ,ପ୍ରଭୁପାଦ ଛାଡ଼ି ପ୍ରେମରେ ପଡ଼ିଲି ବୁଡ଼ିଗଲି ଭବନଦୀରେ,ସ୍ୱାମୀ ହେ; ପାଇଥିଲି ବଡ଼ ଦୁଃଖରେ,ପୂର୍ଣ୍ଣାନନ୍ଦ ସ୍ୱାମୀ ପହୁଡ଼ିଲଯାଇ ଅବନା ମନ୍ଦିର ଭିତରେ । ୨୧ ।ଫୁଲାପଣ କରି ଫନ୍ଦାକୁ ଲୋଡ଼ିଲି ଫେଡ଼ିକରି ମୁଖେ କହୁଛି,ଫଳ ସୁରତିରେ ବାତୁଳ ହୋଇ ମୁଁ ଗୁରୁଦ୍ୱାରେ ଦୋଷ କରିଛି,ସ୍ୱାମୀ ହେ; ଫୁଟିଯାଉଅଛି ନୟନ;ପୁଷ୍ପକ ବିମାନ କରାଇ ଭିଆଣ, ବସି ବିଜେ ହେଲ ବହନ । ୨୨ ।ବାମକଲା ବୁଦ୍ଧି ସଦା ଅପରାଧୀ ଶ୍ରୀଗୁରୁ ଛାମୁରେ ହୋଇଲି,ବହୁତ ଅବସ୍ଥା ହୋଇଲାଣି ମୋତେ ମାଗିକରି ମାଡ଼ ଖାଇଲି,ସ୍ୱାମୀ ହେ; ବିଚାର ପଡ଼ିଛି ଆଜକୁ,ଅତି ନିର୍ଲ୍ଲଜରେ ଜଣାଉଛି ମୁହିଁ ଦୂରାନ୍ତରେ, ଫିଙ୍ଗି ଲାଜକୁ । ୨୩ ।ଭବଜଳେ ଭାସି ପଡ଼ିଲଇଁ ଖସି ଭୂତଙ୍କ ପରାୟେ ହୋଇଲି,ଭାବ କଉତୁକ ଭୋଳରେ ମୁଁ ପଡ଼ି ହୃଦରେ କପଟ ବହିଲି,ସ୍ୱାମୀ ହେ; ଭୀମ ଅରକ୍ଷିତ କହୁଛି,ଆଜ୍ଞାହେବ ବୋଲି ଶ୍ରବଣ ଡେରିଛି କେତେବେଳେ ଦୟା ହେଉଛି । ୨୪ ।ମହିମା ନ ଭଜି ମୋହରେ ପଡ଼ିଲି ମତରେ ହୋଇଲି ଅଜ୍ଞାନ ମନମୋଟ ହୋଇବାରୁ ତେଣୁ କରି ନ ମିଳିଲା ମୋତେ ବସନ,ସ୍ୱାମୀ ହେ; ମହାବ୍ରହ୍ମ ପ୍ରଭୁ ନିଷ୍କମ ।ଏହି କଳିଯୁଗ କାଟକୁଟ ଜାଣି କରିଅଛ ଯାଇ ବିଶ୍ରାମ । ୨୫ ।ଯାବତ କରମ କରି ପଥଶ୍ରମ ଯୋଗ୍ୟ ନୋହିଲି ମୁଁ ନାମରେ ।ଯତନ କରି ମୁଁ ମାୟାକୁ ଆଦୋରି ଧଇଲି ହୃଦୟ ପଦ୍ମରେ ।ସ୍ୱାମୀ ହେ; । ଯାଇ ନ ପାରିଲି ଛାମୁକୁ ।ଇଚ୍ଛା ସୁଖେ ମୋର ବୁଦ୍ଧି ହରାଇଲି ଦୋଷ ଲଗାଇବି କାହାକୁ । ୨୬ ।ରସା ମେଦିନୀରେ ଜନମ ଲଭି ମୁଁ ରଜବୀର୍ଯ୍ୟ ପିଣ୍ଡ ବହିଲି ।ରଜତାମସରେ ରାଗ ଅହଙ୍କାରେ ସତ୍ୟ ଧର୍ମ ନାହିଁ ଜାଣିଲି ।ସ୍ୱାମୀ ହେ; ରଖ ରଖ ମୋତେ ସଂସାର ।ପାପ ପୁଣ୍ୟ ମୁଁ ଯେ କିଛି ନ ଜାଣଇଁ; କରିଅଛି ସବୁ ଅସାର ।୨୭।ଲୋଭ ମୋହେ ପଡ଼ି ଲାଳସ ସ୍ନେହରେ କରିଅଛି ଦୋଷ ଅପାର ।ଲଙ୍ଘି ଧରମକୁ ନିଜକାମ ଗୋଟା ଚେତାରୁ ହୋଇଲା ପାସୋର ।ସ୍ୱାମୀ ହେ; ଲଭିଥିଲା ଧର୍ମ ଖରାପ ।ଅମୃତଭାଣ୍ଡ ପାଞ୍ଚନ ହୋଇଥିଲା ପଡ଼ିଗଲା ତହିଁ ସରାପ । ୨୮ ।ବାତୁଳ ହୋଇଲି ବେଦ ବେଦାନ୍ତରେ ବିଚାର ନୋହିଲା ମନକୁ ।ବାମ କଲା ବୁଦ୍ଧି ହେ ଗୁରୁ ଅନାଦି ଘୋର କଳିକାଳ ଯୁଗକୁ ।ସ୍ୱାମୀ ହେ; ବୁଦ୍ଧ ଅବତାର ରୂପକୁ ।ଅନେକ ଦିନରୁ ଆଶା କରିଅଛି ଦର୍ଶନ ନିମନ୍ତେ ତୁମ୍ଭଙ୍କୁ । ୨୯ ।ସାର ନର ଦେହେ ଜନମ ପାଇଲି ସରିଗଲି ପାପ ମିଥ୍ୟାରେଶ୍ରୋତା ବୁଡ଼ାଇ ସୁରତିରେ ମାତିଲି, ଦିନ ବହିଗଲା ବୃଥାରେ ।ସ୍ୱାମୀ ହେ; ସର୍ବ ଦେଇଥିଲ ଆପଣ ।ପୂର୍ବଦିଗେ ସ୍ୱାମୀ ବିଜେ କରିଥିଲ ଯେସନେକ ମେରୁ ମହାନ । ୩୦ ।ସକଳ ବୁଡ଼ାଇ ଶୂନ୍ୟ ହସ୍ତ ହୋଇ ବସିଅଛି ହତମାନ୍ୟରେ ।ସିନ୍ଧୁ ସୋହତୀରେ ଭାସିଯିବି ବୋଲି ବିବେକ ନାହିଁ ମୋ ଜ୍ଞାନରେ ।ସ୍ୱାମୀ ହେ; ସବୁ କଥା ହେଲା ଅନୀତି ।ପ୍ରଭୁଙ୍କ ପଛରେ ଘନ ଘନ ହୋଇ ପଡ଼ୁଅଛି ଆସି ବିପତ୍ତି । ୩୧ ।ସମାନ ଧର୍ମରେ; ଶ୍ରମୀ ନ ପାରିଲି ମନରେ ପାଞ୍ଚିଲି ବିକାର ।ସବୁ ଦୋଷଯାକ କରିଅଛି ମୁହିଁ ହୋଇ ଅଛି ଅଣଆଚାର ।ସ୍ୱାମୀ ହେ; ଶୃଖାନାବେ ପାଣି ପଶିଲା ।ଏ ମୋର ଯୋଗକୁ ସବୁ ନଟକୁଟ ଏଡ଼େ ବଡ଼ ଧର୍ମ ନାଶିଲା । ୩୨।ହିଂସା ବାଦ ବହି ହଜାଇଲି ସବୁ ହୁଡ଼ିଗଲି କର୍ମକାଣ୍ଡରେ ।ହସ୍ତେ ଜିହ୍ୱା ଛେଦି କଷଣ ପାଇଲି ପଡ଼ିଲି ଅକାଳ ଦଣ୍ଡରେ ।ସ୍ୱାମୀ ହେ; ହାନି ଲାଭ କଥା ହୋଇଛି ।କାଳବେଳ ଯହୁଁ ନିକଟ ହୋଇଲା ନିଦ ନ ବେଳକୁ ଫିଟୁଛି । ୩୩ ।କ୍ଷମାଦି ସାଗର କ୍ଷିତିମଣ୍ଡଳରେ ବିଜେ କରିଥିଲ ସ୍ୱଦେହେ ।କ୍ଷୟବୁଦ୍ଧି ଚାହିଁ ଅନ୍ତର୍ଯ୍ୟାମୀ ଗୁରୁ ନିରୋଳେ ରହିଲ ଅଦେହେ ।ସ୍ୱାମୀ ହେ; ଭୀମ ଅରକ୍ଷିତ କହୁଛି ।ଏ ପିଣ୍ଡ ବ୍ରହ୍ମାଣ୍ଡ ନାଶଯିବ ବୋଲି ମନରେ ଆତୁର ହେଉଛି । ୩୪ ।
(୨୮)
କିସ ମୁଁ କହିବି ତୋତେ । କର ଧରି ଦୂତୀ କହୁଛି ଏତେ ।ଜାଇଫୁଲ । କୃଷ୍ଣ ଆଣି ଦେବୁ ମୋତେ । ୧ ।ଖଞ୍ଜିଛି ତ୍ରିବେଣୀ ଯୋରା । ସେହି ନନ୍ଦ କାହ୍ନୁ ଅଟନ୍ତି ପରା ।ଜାଇଫୁଲ । ବାଙ୍କେ ପାରି ଅଛି ଝୁରା । ୨।ଜ୍ଞାନ ହେତୁ ଗଲା ବୁଡ଼ି । ନେତ୍ରରେ ଦେଖିଣ ଭୂମିରେ ପଡ଼ି ।ଜାଇଫୁଲ । କୁମ୍ଭ ଦୁଇ ଦେଲି ଛାଡ଼ି । ୩ ।ଘାରି ହେଉଛି ନୟନ । ଦେଖିଲା ବେଳକୁ ତୁମ୍ଭ ବଦନ ।ଜାଇଫୁଲ । ଘରେ ରହୁନାହିଁ ମନ । ୪ ।ଅନାଇ ଦେଖିଲି ଥରେ । ଭେଟ ପଡ଼ିଗଲା ଅଧ ବାଟରେ ।ଜାଇଫୁଲ । ଦୁଇମୁଖ ଏକଠାରେ । ୫ ।ଚମକି ପଡ଼ିଲି ମୁହିଁ । କେବଣ ମୋହିନୀ ଦେଲା ଲଗାଇ ।ଜାଇଫୁଲ । ଅନ୍ନ ପାଣି ରୁଚୁ ନାହିଁ । ୬ ।ଛାଡ଼ି ଯାଉଛି ଏ ଜୀବ । ଯେତେ ଦୂର ପଛେ ହୋଇଲେ ହେବ ।ଜାଇଫୁଲ । କୃଷ୍ଣ ଆଣି ଦେବୁ ବେଗ । ୭ ।ଯାଇଥିଲି ଯମୁନାକୁ । ଯମୁନା ତଟରେ ଦେଖିଲି ତାଙ୍କୁ ।ଜାଇଫୁଲ । ରଞ୍ଜିଲା ମୋର ମନକୁ । ୮ ।ଝୁରୁଛି ବେନି ନୟନ । ବିକି ଦେବି ମୋର ପିଣ୍ଡ ପରାଣ ।ଜାଇଫୁଲ । ଦାସୀ ପଣେ ନେବି ଦିନ । ୯ ।ନିୟମ କରି କହୁଛି । ଆସିଥିଲେ ମୋର ନନ୍ଦର ବତ୍ସି ।ଜାଇଫୁଲ । ସକଳ ଦେଲି ମୁରୁଛି । ୧୦।ଟୀକା ଚନ୍ଦନ କପାଳେ । ଟାକିଅଛି କାହ୍ନୁ କଦମ୍ବ ମୂଳେ ।ଜାଇଫୁଲ । ଟେକି ଚାହାଁ ବେନି ଡୋଳେ । ୧୧ ।ଠାକୁର ମୋହର ସେହି । ତାଙ୍କ ବିନୁ କ୍ଷୀଣ ହେଲାଣି ଦେହୀ ।ଜାଇଫୁଲ । ଠିକେ କହେ ଭୀମ ଭୋଇ । ୧୨ ।ଡାକି ଆଣିବ ତୋ ପାଶ । କାହିଁ ପାଇଁ ରାଧା ମନେ ନିରସ ।ଜାଇଫୁଲ । ହେବ ସ୍ତିରୀ ହତ୍ୟା ଦୋଷ । ୧୩ ।ଢାଙ୍କୁଣୀ ଘୋଡ଼ାଇ ଦେବି । ଯହିଁ ବସାଇଲେ ତହିଁ ବସିବି ।ଜାଇଫୁଲ । ତୁମ୍ଭ ବଚନ ପାଳିବି । ୧୪ ।ଅନୁକ୍ଷଣେ ଥିବି ସଙ୍ଗେ । ଭାବ ହେଉଥିବି ଏ ତୋର ଅଙ୍ଗେ ।ଜାଇଫୁଲ । ବସାଇବି ଜାନୁ ଜଙ୍ଘେ । ୧୫ ।ତୈଳ ମୁଁ ଲଗାଇ ଦେବି । ଭୁଜରେ ଭିଡ଼ି ପଲଙ୍କେ ଶୋଇବି ।ଜାଇଫୁଲ । ପ୍ରେମ ରସ ଚୁମ୍ବାଇବି । ୧୬।ଥାନ ଦୁଇ ଦେବି ରାତି । ବସି ଜାନୁ ଜଙ୍ଘେ ନିଶି ପାହାନ୍ତି ।ଜାଇଫୁଲ । ଚଉଷଠୀ ବନ୍ଧେ ପ୍ରୀତି । ୧୭।ଦେବି ମୁହିଁ ପ୍ରୀତି ଦାନ । ନ କରିବ କାହ୍ନୁ ବିରସ ମନ ।ଜାଇଫୁଲ । ଆସିଲେ ବ୍ରଜମୋହନ । ୧୮ ।ଧରିଥିବି ବେନି କର । ଧରି ଚୁମ୍ବାଇବି ମୁଖ ଅଧର ।ଜାଇଫୁଲ । ଲାଗିବ କେଡ଼େ ମଧୁର । ୧୯ ।ନବୀନ ବୟସ ମୋର । ନବୀନ ବୟସୀ ଚାଲି ତୋହର ।ଜାଇଫୁଲ । ନାବରେ ତୁ ପାରି କର । ୨୦ ।ପୂରି ରହିଛି ବୟସ । ଦର ଦର ହୋଇ ବହୁଛି ହସ ।ଜାଇଫୁଲ । ପଛକୁ ପାଇବୁ କିସ । ୨୧ ।ଫୁଟି ରହିଅଛି କଢ଼ି । ଗଜ ଗଜ ହୋଇ ଆସୁଛି ମାଡ଼ି ।ଜାଇଫୁଲ । ପଶ୍ଚାନ୍ତେ ପଡ଼ିବ ଝଡ଼ । ୨୨ ।ବିଷମ ହେଲାଣି ମୋତେ । ଭେଟ ହେବା ଯାଏ ନାହିଁ ପରତେ ।ଜାଇଫୁଲ । ଆଉ କି ପାଇବି ସତେ । ୨୩ ।ଭରସା କରିଛି ଚିତ୍ତ । ଭାବଗ୍ରାହୀ ନାଥ ପ୍ରାଣର ହିତ ।ଜାଇଫୁଲ । ଭାବେ କହେ ଭୀମ ଭକ୍ତ । ୨୪ ।ମୋହିନୀ ଲଗାଇ ଦେଲେ । ଚୋରଙ୍କ ପରାଏ ଲୁଚି ରହିଲେ ।ଜାଇଫୁଲ । ମୋ ପାଶେ କିମ୍ପା ନଇଲେ । ୨୫ ।ଯଉବନ ଧରି କେତେ । ବିଷ ପରି କିନା ଲାଗୁଛି ମୋତେ ।ଜାଇଫୁଲ । ଟାକିଲି ଟୀଆ ପର୍ଯ୍ୟନ୍ତେ । ୨୬ ।ରସା ମେଦିନୀ ମୋ ଦେହୀ । ରକତ ମାଏଁସ ଗଲା ମିଳାଇ;ଜାଇଫୁଲ ।ଏକା ଶ୍ରୀକୃଷ୍ଣ ପାଇଁ । ୨୭ ।ଲାବଣ୍ୟ ମୂରତି ତନୁ । ଚାଲି ଆସୁଛନ୍ତି ଶ୍ରୀବୃନ୍ଦାବନୁ ।ଜାଇଫୁଲ । ମୋ ନାମେ ବଜାଇ ବେଣୁ । ୨୮ ।ବୃନ୍ଦାବନେ ଚଳି ଗଲେ । ପଛରେ ଦୂତିକା ରାଧା ଆଗରେ ।ଜାଇଫୁଲ । କୃଷ୍ଣଙ୍କୁ ବରଣ କଲେ । ୨୯ ।ସବୁ ବୃତ୍ତାନ୍ତ କହିଲେ । ଚରଣ ଧରି ବିନୟ ହୋଇଲେ ।ଜାଇଫୁଲ । ଦରଶନ ଯାଇ କଲେ । ୩୦।ସଧୀରେ ଆମ୍ଭର କତି । ଶ୍ରୀକୃଷ୍ଣ ପତି ରାଧିକା ଯୁବତି ।ଜାଇଫୁଲ । ଅନ୍ତର ହୋଇଲେ ଦୁତୀ । ୩୧ ।ସବୁ କଥା ପଡ଼ିଅଛି । କାଦମ୍ବରୀ ବୃକ୍ଷ ଛାଇ ପଡ଼ିଛି ।ଜାଇଫୁଲ । ଘୋର ଅନ୍ଧାର ଦିଶୁଛି । ୩୨ ।ହରି ହରିଆଣୀ ଦୁଇ । ଚଉଷଠୀ ବନ୍ଧେ ପ୍ରୀତି ଭିଆଇ ।ଜାଇଫୁଲ । ସମସ୍ତେ ପାଇବେ କାହିଁ । ୩୩ ।କ୍ଷମାନନ୍ଦ ଘନ ଚାନ୍ଦ । କ୍ଷମେ ରାଧାକୃଷ୍ଣ ମନ ଆନନ୍ଦ ।ଜାଇଫୁଲ । କ୍ଷମେ ଭଣେ ଭୀମ କନ୍ଧ । ୩୪ ।
(୨୯)
ଅବନାମଣ୍ଡଳୁ ଧୂନି ଆଣି ରବିତଳେ ।ବୁଦ୍ଧ ବଇଷ୍ଣବ ରୁପ ଅବନୀ ମଣ୍ଡଳେ ।ସ୍ଥାପିଥିଲ ବ୍ରହ୍ମଧୂନି ।ଦେବାସୁର ନର କେହି ନ ପାରିଲେ ଜାଣି । ୧ ।ଚାରିପାଦେ ଧର୍ମ ସ୍ୱର୍ଗେ ଛାଡ଼ି ପକାଇଲେ ।ଅଲେଖ ପୁରୁଷ ମର୍ତ୍ତ୍ୟେ ଅବତାର ହେଲେ ।ଯାର ନାହିଁ ରୂପରେଖ ।ନରଦେହ ବହି କେତେ ପାଉଛନ୍ତି ଦୁଃଖ । ୨ ।ଯେବଣ ପୟରେ ଭକ୍ତମାନେ ଥିଲେ ଧ୍ୟାୟି,ଏବେ ସେ ବ୍ରହ୍ମଚରଣ ଲୁଚିଥିଲା କାହିଁ ।ଲାବଣ୍ୟ ମଧୁର ବାଣୀ ।ଏବେ ଶୁଣି ହୃଦୟ ମୋ ହେଉଅଛି ହାଣି । ୩ ।ମଥାରେ ଶ୍ରୀହସ୍ତ ମାରି କେ କହିବ କଥାକାହାକୁ ବୋଲିବେ ଭକ୍ତେ ବ୍ରହ୍ମାଣ୍ଡକରତା ।ସେହି ପ୍ରଭୁ ଗଲେ କାହିଁ ।ଅନ୍ଧାର ଦିଶୁଛି ମୋତେ ନବଖଣ୍ଡ ମହୀ । ୪ ।ପ୍ରତ୍ୟକ୍ଷରେ ଦେଖିଥିଲୁ ନୟନ ପୂରାଇ ।ଏବେ କାହିଁ ଛାଡ଼ିଗଲେ ଢାଙ୍କୁଣୀ ଘୋଡ଼ାଇ ।ସ୍ତାନମାନ ଅସୁନ୍ଦର ।ମନ୍ଦିରକୁ ଚାହିଁ ନେତ୍ରୁ ବହୁଅଛି ନୀର । ୫ ।ମହିମା ଗୋସାଇଁ ବୋଲି ପଡ଼ୁଥିଲା ହୁରି ।କିସ ନ କହିଲ ସ୍ୱାମୀ ପଳାଇଲ ଛାଡ଼ି ।କା ଆଗେ କରିବୁ ଗୁହାରି ।ହୃଦେ ଦୟା ନାହିଁ ଦିନ ବଞ୍ଚିବୁ କିପରି । ୬ ।ମେଦିନୀରେ ପାପ ଭାରା ଅପ୍ରମୟେ ହେଲା ।ଅକାରଣେ ଏ ବ୍ରହ୍ମାଣ୍ଡ ଭାସି ଯାଉଥିଲା ।ଧର୍ମ ସ୍ଥାପିଲେ ଧରଣୀ ।ବଇକୁଣ୍ଠପୁର ବାନା ରବିତଳେ ଆଣି ।୭।ଗୁରୁ ପିତା ଗୁରୁ ମାତା ବୋଲି ପାଇଥିଲୁ ।କା ଆଗେ କହିବୁ ଦୁଃଖ ଅନାସ୍ତା ହୋଇଲୁସାହା ସଖା ନାହିଁ କେହି ।ଛେଉଣ୍ଡ ଅବସ୍ଥା ଏବେ କରିଗଲ ମହୀ । ୮ ।ସମୁଦ୍ର ପରାଏ ଆଶା କରିଥିଲୁ ଆମ୍ଭେ ।ଥରୁଅଛି ପିଣ୍ଡ ପ୍ରାଣ ନ ରହୁଛି ଦମ୍ଭେ ।କେହୁ ପ୍ରବୋଧ କରିବ ।କାହାକୁ ବୋଲିବୁ ଆମ୍ଭେ ସ୍ୱାମୀ ଗୁରୁଦେବ । ୯ ।କାହା ଆଗେ ଜଣାଇବୁ ଦୁଃଖସୁଖ କଥା ।କେହୁ ଖଣ୍ଡନ କରିବ ହୃଦୟର ବ୍ୟଥା ।କେହୁ ଫେଡ଼ିବ କଷଣ ।ଖେଳ କରୁଥିବେ କେହି ଘେନି ଭକ୍ତଗଣ । ୧୦ ।ଚାମର ଛତ୍ର ତରାସ କେହୁ ଲାଗି ହେବ ।ଖଞ୍ଜରୀ, ଗିନି, ମନ୍ଦିରା, କାଆଗେ ବାଜିବ ।କେହୁ ଲଗାଇବ ଲୀଳା ।ସବୁ କଥା ଯାକ ସ୍ୱାମୀ ଜଳେ ଭାସିଗଲା । ୧୧ ।ଜଗତ ଯାକ ଶବଦ ମହିମା ମହିମା ।ଭାସିଗଲା ସବୁ ମୋର ବଡ଼ାଇ ଗାରିମା ।କରିଥିଲୁ ଆଶା ବାଡ଼ି ।ମୂର୍ଚ୍ଛିବେ କେମନ୍ତେ ଭକ୍ତେ ପଳାଇଲ ଛାଡ଼ି । ୧୨ ।ଜନମ ଧରତୀ ତେଜି ବୁଲିଲୁ ବ୍ରହ୍ମାଣ୍ଡେ,ନିନ୍ଦା ହାନି ଲାଭ ସବୁ ସହି ନିଜ ପିଣ୍ଡେ ।ସବୁ ହୋଇଲା ବିଫଳ ।ଆଶା ଭରସା ମୋହର ବୁଡ଼ିଲା ସକଳ । ୧୩ ।କାହା ଘେନି ବଚନ ମୁଁ କହିବି ସିଦ୍ଧାନ୍ତ ।କାହା ଆଜ୍ଞା ଘେନି ମୁଁ କରିବି କବିକୃତ୍ୟ ।କାହା ଦର୍ଶନେ ମୁଁ ଯିବି ।କାହାକୁ ବନ୍ଦନା କରି ଭାଜନା ବାନ୍ଧିବି ।୧୪।ସିଂହ ଦରଜାରେ କେହୁ ବିଜୟେ କରିବ ।ଭକ୍ତଙ୍କ ଉପରେ କାହା ହୁକୁମ ଚଳିବ ।କେହୁ ଘେନିବ ବନ୍ଦାଣ ।କାହାର ଆଜ୍ଞକୁ ଟାକି ଥିବେ ଭକ୍ତଗଣ । ୧୫ ।ଜଜନା ଦେଲେ ଛାମୁକୁ କେହି ପ୍ରଶଂସିବ ।କଲ୍ୟାଣ ଆଶୀଷ କେହୁ ବାଞ୍ଛିତ କରିବ ।କେହୁ ହରିବ ମୋ ଦୁଃଖ ।ନିରାଶ ହୋଇଲି ସ୍ୱାମୀ ଦେଖାଇବ ମୁଖ । ୧୬।ବିଚିତ୍ର ମନ୍ଦିରମାନ କେହୁ ତୋଳାଇବ ।ଏକୌଶ ହାତ ଘରେ କେ ଶୟନ କରିବ ।ଏବେ ହୋଇଗଲା ଶୂନ୍ୟ ।ଭକତ ଯେତେକ କରୁଅଛନ୍ତି ରୋଦନ ।୧୭ ।ସେହି କଥାମାନ ସବୁ କେଉଁଆଡ଼େ ଗଲା ।ଯିବାଆସିବା ବାହୁଡ଼ା ବିଜୟ ନୋହିଲା ।କାହିଁ ଘେନିଲ ସମାଧି ।ବେନି କର୍ଣ୍ଣେ ଶୁଣି ହଜିଯାଉଅଛି ବୃଦ୍ଧି । ୧୮ ।ଅଚିନ୍ତା ହୋଇ ରହିଲ କେଉଁଠାରେ ଯାଇ ।ସେହି କ୍ଷୀନ୍ନ ବୁଦ୍ଧରୂପ ନ ଦେଖିଲି ମୁହିଁ ।ରଜ ବୀଜ ନାହିଁ ସଙ୍ଗ ।ମୋତେ ଛାଡ଼ି ଉଡ଼ାଇଲ ସେହି ବୁଦ୍ଧ ଅଙ୍ଗ । ୧୯।ଫୁଲ ଚନ୍ଦନ ମଣ୍ଡନ କରିବୁ କା ପାଦେ ।ହୁଳିହୁଳି ଦେଇ ଭକ୍ତେ ମନର ଆନନ୍ଦେ ।କେହୁ କରିବେ ଦଶନ ।କୃପାନେତ୍ରେ କେ ଚାହିଁବ କୃପା ନିବେଦନ । ୨୦ ।ଭକତଙ୍କୁ ବୁହାଇଛୁ ଧରମ ପସରା ।ଶୁଣି ଭୀତିମାନ ଯେତେ ନଯାଏ ପାଶୋରା ।କେହୁ ସମ୍ଭାଳିବ ଭାରା ।ତେଣୁକରି ବହୁଅଛି ନେତ୍ରୁ ଅଶ୍ରୁଧାରା । ୨୧ ।ବିପତ୍ତି ପଡ଼ିଲେ ମନେ ଭାଳୁଥାଇ ।ବସି କେହୁ ଦରଶନ ଦେବ ଶୟନରେ ଆସି ।କେହୁ ଉଠାଇବ ମୋତେ ।କହିଲେ ଏ ସଂସାରରେ କେ ଯିବ ପରତେ । ୨୨ ।ଭକ୍ତଙ୍କ ଉପରେ ଏବେ ପଡ଼ିଛି ଜଞ୍ଜାଳ ।କେମନ୍ତେ ବଞ୍ଚିବେ ଏହୁ ଘୋର କଳିକାଳ ।ପୃଥ୍ୱୀ ହେଲାଣି ଉଚ୍ଛନ୍ନ ।ଶଡ଼ି ଶାଙ୍କୁଳି ଚାଲିଲେ ନ ସରୁଛି ଦିନ । ୨୩ ।ଭକ୍ତମାନେ କେହି ବାନ୍ଧିବାକୁ ସକ୍ଷ ନାହିଁ ।ରଉରବ ନର୍କେ ଦଗ୍ଧ ହେଉଅଛି ଦେହୀ ।କେହି ନ କଲେ ବିବେକ ।ଶୂନ୍ୟାଦି ପୁରୁଷ ଚଲିଗଲେ ଦେଖ ଦେଖ ।୨୪।ଅଲେଖ ପୁରୁଷ ନର ଅଙ୍ଗେ ଖେଳୁଥିଲେ ।ନେତ୍ରେ ଦେଖୁ ଦେଖୁ ଦେହି ଚିହ୍ନି ନ ପାରିଲେ ।ସର୍ବେ ହେଲେ ଅତି ହେଳା ।ଗଣ୍ଠିର ରତନ ଧନହସ୍ତୁ ଖସିଗଲା ।୨୫।ମନରେ ଭାବନା କଲେ ଅନ୍ତରେ ଜାଣନ୍ତି ।ଅନ୍ତର୍ଯ୍ୟାମୀ କରତା ସେ ମନୁଷ୍ୟ ନୁହନ୍ତି ।ଯେହୁ ହୋଇବ ଭକତ ।ମନରେ ଭାବନା କଲେ ଜାଣନ୍ତି ତଦନ୍ତ । ୨୬ ।ବାଳୁତ ପ୍ରାୟ ହେଲେଣି ତୁମ୍ଭରି ଭକତ ।ମନରେ ସନ୍ତାପ କରୁଅଛନ୍ତି ବହୁତ ।ଦେଖୁଥିଲୁ ବାହ୍ୟ ମତେ ।ସର୍ବ ତେଜ୍ୟାକରି ଛାଡ଼ିଗଲ କେଉଁ ପଥେ । ୨୭ ।ନୟନରୁ ନୀର ଝର ଝର ବହୁଅଛି ।ପିଣ୍ଡ ପରାଣକୁ ଆଶା ନାହିଁ ମୋର କିଛି ।ଲିଭିଗଲା ଦୀପାବଳୀ ।ବନେ ବଣା ହେଲାପରି ପଡ଼ୁଛି ବୋବାଳି । ୨୮ ।ଅନ୍ଧାର ହେଲାଣି ତିନି ଭୁବନ ଜଗତ ।ସୋହତି ଭିତରେ ଭାସୁଅଛନ୍ତି ସମସ୍ତ ।ବିଜେକର ସ୍ୱାମୀ ଜାଣି ।ଶୁଖିଲା ବୃକ୍ଷରେ ବେଗେ ସିଞ୍ଚିଦିଅ ପାଣି । ୨୯ ।ତିରିଶ ପଦ ଏ ଗୀତ ସମ୍ପୂର୍ଣ୍ଣ ହୋଇଲା ।ଶୂନ୍ୟ ବାସୀଙ୍କର ଆଉ ଆଜ୍ଞା ନ ପଡ଼ିଲା ।ଭଣେ ଭୀମ ଅରକ୍ଷିତ ।ଚାତକ ପରାଏ ଚାହିଁ ହେଉଛି ଅନାସ୍ତ । ୩୦ ।
(୩୦)
କଳିଯୁଗେ କରତା ଅବଧୂତ ମୂର୍ତ୍ତି । କର୍ମକୁ ତେଜି ଦୃଢ଼େ ଭଜ ମତିଯତି । ୧ ।କ୍ଷିତିମଣ୍ଡଳେ ନାମ ହୋଇଛି ପ୍ରକାଶ । କ୍ଷମାସାଗର ସ୍ୱାମୀ ଅନାଦି ପୁରୁଷ । ୨ ।ଗର୍ବଗଞ୍ଜନ ବାନା ଉଦୟେ ସଂସାରେ । ଜ୍ଞାନ ବିସ୍ତାରିଛନ୍ତି ଅବତାରେ । ୩ ।ଘେନି ପିଣ୍ଡକୁ ଘଟେ ଘଟେ ଛନ୍ତି ପୁରି । ଘୋର କଳିଯୁଗରେ ନରଦେହ ଧରି । ୪ ।ଅନନ୍ତପୁରୁଷ ସେ ଅନ୍ତର୍ଯ୍ୟାମୀ ନାମ । ଅନୁସରି ଭଜିଲେ ନ ଦଣ୍ଡି ବ ଯମ । ୫ ।ଚେତିଣ ଉଠି ତୁହି ଦେଖ ବେନି ଡୋଳେ । ଚିହ୍ନି ପାରିଲେ ମୋକ୍ଷ ହେବ ଏତେବେଳେ । ୬ ।ଛାଡ଼ିଗଲା ଧର୍ମକୁ ଛେକି ରକ୍ଷା କଲେ । ଷଡ଼ ଦେହ ଉପରୁ ଓହ୍ଲାଇ ଆସିଲେ । ୭ ।ଯୋଗୀ ବେଶରେ ବାହ୍ୟ ଆଚାରେ ଅତିଥ । ଜଗତ କରତା ସେ ଜାଣନ୍ତି ଆଗତ ।୮।ଝାଡ଼ର ଭିତରେ ଜୀବ ଝଞ୍ଜକାରେ ପଡ଼ି । ଝଡ଼ି ପଡ଼ିବ ପିଣ୍ଡ ହଂସ ଗଲେ ଉଡ଼ି । ୯ ।ନିସତ ନୋହ ନାମବ୍ରହ୍ମ ଆଶ୍ରେକର । ନୂଆ ହୋଇବ ନିଶ୍ଚେ ନବୀନ ଶରୀର ।୧୦।ଟଳି ନ ଯିବ ଟାଣେ ଧରି ବସୁଥିବୁ । ଟାକିଥିଲେ ଟିଆକୁ ନିଶ୍ଚୟ ଭେଟିବୁ । ୧୧ ।ଠେଳ ସିନ୍ଧୁରେ ନ ଭାଷି ଠାବକୁ ବାଞ୍ଛ । ଠିକକୁ ଠାରି କହେ ଭୀମ ଅରକ୍ଷିତ । ୧୨ ।ଡୋଳାରେ ଦେଖୁ ଦେଖୁ ଡର କାହାକୁ । ଡେଙ୍ଗୁରା ଶୁଭୁପଛେ ଭଜ ମହିମାକୁ । ୧୩ ।ଢାଙ୍କୁଣୀ ଫିଟିଅଛି ଢାଳିନେଇ ଯାଅ । ଢମକୁ ଛାଡ଼ି ଢାଳି ମକରନ୍ଦ ପିଅ ।୧୪।ଅଣ ଅଷର ଆଦି ହୃଦେକର ଲୟ । ଅବାଟେ ନଯିବୁ ନଥିବ ତୋର ଭୟ । ୧୫ ।ତରିଯିବାକୁ ତର ନାହିଁ ତୋର ଚିତ୍ତେ । ତିମିର ଘୋଟି ଆସିଲାଣି ଅପ୍ରମିତେ । ୧୬ ।ଥମ୍ବି ଭୂତେ ଥରୁଛି ଚଉଦଭୁବନ । ଥୟରେ ନାହିଁ କେହି ନରଦେବ ଗଣ ।୧୭।ଦିନ ଦିନକୁ ପଡ଼ୁଅଛି ଦୂରଦଣ୍ଡ । ଦୁଲୁକୁଅଛି ଦିଗ ଜମ୍ବୁଦ୍ୱୀପ ଖଣ୍ଡ । ୧୮ ।ଧ୍ୟାନ ନ କରି ଧାରଣାକୁ ଭାଙ୍ଗୁଛନ୍ତି । ଧରଣୀ ଧର୍ମ ଲଙ୍ଘି ସର୍ବେ ଯାଉଛନ୍ତି । ୧୯ ।ନାମ ନ ଜାଣି ନିତ୍ୟେ କହୁଛନ୍ତି ମିଛ । ନପାରି ନିନ୍ଦାକରି ଭକ୍ଷ ମଦ ମାଂସ । ୨୦ ।ପରମ ଗୁରୁଦେବ ପବିତ୍ର ପସରା । ପାଇବ ପୁଣ୍ୟକଲେ କରିଥା ଆଶରା । ୨୧ ।ଫୁଲାପଣ ଫନ୍ଦାରେ କରୁଛ ଗରବ । ଫୁଲ ଫୁଟିଛି ଫଳ ନିଶ୍ଚୟ ଧରିବ । ୨୨ ।ବାତୁଳ ପ୍ରାୟ ହୋଇ ବୁଦ୍ଧି କରୁଅଛୁ । ବଡ଼ିମାପଣେ ବାରାନିଧିରେ ପଶୁଛୁ । ୨୩ ।ଭରସା ଅଛି ଯେବେ ଭାବକୁ ବିଚାର । ଭୀମ ଅର୍କ୍ଷିତ କହେ ଦୂରୁ ଅପସର । ୨୪ ।ମନ ଭିତରେ ନିଜ ମହିମା ପ୍ରକାଶ । ମିଛ ମାୟାରେ ବହିଯାଉଛି ଦିବସ । ୨୫ ।ଯତୀ ରୂପରେ ବିଜେ ଜୀବନ ସ୍ୱରୂପେ । ଜଳୁଛି ଦୀପ ଜାଣି ନୋହୁଛି ପ୍ରତ୍ୟକ୍ଷ । ୨୬ ।ରତନ ଛାଡ଼ି ରାଗ ଅହଙ୍କାରେ ପଡ଼ି । ରଗଡ଼ ହେଉ ରଜ ତାମସରେ ଜଡ଼ି । ୨୭ ।ଲଘୁ ପାଇବୁ ନିଶ୍ଚେ ଲୋଭକୁ ତେଜିଲେ । ଲାଳସ ନ କରିବୁ ଲାବରଙ୍କ ତୁଲେ । ୨୮ ।ବଣ ଭିତରେ ପଶି ବଣା ତୁ ନୋହିବୁ । ବେଦ ପଢ଼ାଉଅଛି ହେତୁ କରିଥିବୁ । ୨୯ ।ସରିଯାଉଛି ଶ୍ରୁତା ନାହିଁ ତୋର ଚିତ୍ତେ । ଶିରୀ ସମ୍ପଦ ସାରି ଦେଉଅଛୁ ପଥେ । ୩୦ ।ସତ୍ୟକୁ ଧରି କରି ସିଦ୍ଧକୁ ଭଜନ । ଶୂନ୍ୟ ସାଗର ବାନା ଦରିଦ୍ର ଭଞ୍ଜନ । ୩୧ ।ଶୋହତ ସିନ୍ଧୁ ତିନିପୁର ଅଛି ଘୋଟି । ସାଙ୍ଗ ସାଥୀ କରିଛୁ ଗଣ୍ଟି ଯିବ ଫିଟି । ୩୨ ।ହେଉ ତୁ ଅଛୁ ହାନିଲାଭରେ କାରଣ । ହେତୁରେ ଦୃଢ଼କଲେ ନୋହିବ ମରଣ । ୩୩।ଖେଳ ନିମନ୍ତେ କ୍ଷମାସାଗର ଆନନ୍ଦ । କ୍ଷତିମଣ୍ଡଳେ ଥାଇ ଭଣେ ଭୀମ କନ୍ଧ । ୩୪ ।
(୩୧)
ଖେଳ କରିବେ ସ୍ୱାମୀ ବ୍ରହ୍ମାଣ୍ଡ ଭିତରେ । ଖ୍ୟାତି ହେଲାଣି ବାନା ଦୀକ୍ଷା ତିନିପୁରେ ।୧।ହଟପଟେ ନାଶ ହୋଇଯିବ କଳିଯୁଗ । ହୀରାର ରତନମୟ ସର୍ବଠାରେ ହେବ । ୨ ।ଶୁକ୍ଳ ବର୍ଣ୍ଣରେ ପୃଥିବୀ ଦିଶିବ ଉଜ୍ଜ୍ୱଳି । ଶୁଭ୍ର ପ୍ରକାଶ ହୋଇବ ଯେସନେ ବିଜୁଳି । ୩।ସତ୍ୟାଦି ପୁରୁଷ ଯେହ୍ନେ ଯାନ୍ତି ମିଛକୁ । ସଜାତ ହୁଅନରେ ଦେଖିବୁ ପଛକୁ । ୪ ।ସର୍ବ ଜୀବରେ ଦୟା ଅଟନ୍ତି କରତା । ଶ୍ରୀଗୁରୁଦେବ ସ୍ୱାମୀ ଧରନ୍ତା । ୫ ।ବାତୁଳା ହେଉଅଛି ମାୟା ମଦ ଖାଇ । କୁଶୃତାହୋଇ ବସନ କଟିରୁ ଓହ୍ଲାଇ ।୬।ଲକ୍ଷ ଯୁଗ ଯେ ଗଲାଣି ଏହି ପରକାରେ । ଲଭିନାହାନ୍ତି କେହି ଏ ମୃତ୍ୟୁ ଶରୀରରେ । ୭ ।ରୌରବ ନର୍କକୁଣ୍ଡେ ପଡ଼ିଅଛ ସର୍ବେ । ରକ୍ଷା ନୋହିବ କେହି ରାଗତମ ଗର୍ବେ । ୮।ଜାଣି ସମ୍ଭାଳିଧର ନ ପଶିବ ଭୁତ । ଜଗତନାଥ ହୋଇଅଛନ୍ତି ଉଦିତ । ୯ ।ମନୁଷ୍ୟ ନୁହଇ ସେ ସ୍ୱୟଂ ପରଂବ୍ରହ୍ମ । ମନାଇ କହୁଅଛି ଅରକ୍ଷିତ ଭୀମ । ୧୦ ।ଭାସିଯାଉଅଛି ନାମ ଧରି ଅନୁମାନେ । ଭାବ କଲେ ବସିବ ବୈକୁଣ୍ଠଭୁବନେ ।୧୧।ବାରାନିଧି ଭିତରେ ଯେ ମରୁଅଛି ବୁଡ଼ି । ବୁଦ୍ଧିଥିଲେ ପଳାଅ ସର୍ବ କର୍ମ ଛାଡ଼ି । ୧୨।ଫେଡ଼ି କହୁଅଛି ଆମ୍ଭେ ନକର ଅପ୍ରତେ । ଫୁଲାପଣିଆ ନୁହଁ ତତ୍ତ୍ୱ କର ଚିତ୍ତେ ।୧୩।ପାଇଥିଲା ରତନ ଦେଉଅଛି ଛାଡ଼ି । ପଣତେ ବାନ୍ଧିରଖ ଗଣ୍ଠି ଥାଉପଡ଼ି । ୧୪ ।ନବୀନ ବୟସ ତୁମେ ଉଚ୍ଛନ୍ନ ହେଉଛ । ନାବଛାଡ଼ି ଜଳରେ ପକାଇ ହେଉଛ । ୧୫ ।ଧରମର ନାବ ବନ୍ଧା ହୋଇଛି ତୀରରେ । ଦରାଣ୍ଡି ହୋଇଣ ମରିଯାଉଛ ମିଛରେ ।୧୬।ଦୁଃଖକୁ ସୁଖ କରି ଯେ ବଞ୍ଚୁଅଛୁ ଦିନ । ଦେଖା ନ ପାଇବୁ ତୁ ହଜିଗଲେ ଜ୍ଞାନ ।୧୭।ଥୋଇଥିଲା ରତନକୁ ଦେଉଅଛୁ ଛାଡ଼ି । ସ୍ଥଳେ ପଡ଼ି ମରୁଛୁ ଅକାରଣେ ବୁଡ଼ି ।୧୮।ତପନ ଅନଳେ ତୁହି ବୁଡ଼ି ମରୁଅଛୁ । ଡାକି ନପାରିବା ହେତୁ ଚେତା ବୁଡ଼ାଉଛୁ । ୧୯ ।ଅଣଅକ୍ଷରରେ ଚିତ୍ତେ ଧର ଦୃଢ଼ବନ୍ଧେ । ଅଣାକାରକୁ ଭଜ ଏକପାଦ ବିନ୍ଦେ ।୨୦।ଢାଙ୍କୁଣୀ ଫିଟିଅଛି ଦେଖ ଏତେବେଳେ । ଢାଙ୍କିଲେ ନ ମିଳିବ ଆଉ ତିନିପୁରେ ।୨୧।ଡର ଡର ହେଉଅଛ ମରଣେ ଯାହାକୁ । କହେ ଭୀମ ଅର୍କ୍ଷିତ ଦେଖ ତୁ ତାହାକୁ ।୨୨।ଠିଆ ହୋଇଅଛୁ ପାଶେ ନ ଚିହ୍ନି ପାରୁଛୁ । ଠ ଠାଇ ହେଉଅଛି ବିଅର୍ଥେ ମରୁଛୁ ।୨୩।ଟେକି ରଖିଅଛି ଆପେ ପିଣ୍ଡକୁ ତୋହର । ଟାଣେ କରୁଛୁ ବିଷ ଜହର ଆହାର । ୨୪ ।ନିନ୍ଦା ନ ଦେବୁ ଆଉ ସରିଗଲେ ପଛେ । ନାମ ଭାବିଛି ବୋଲି କହୁଅଛୁ ମିଛେ ।୨୫।ଝଞ୍ଜକା ଭିତରେ ତୁ ପଡ଼ୁ୍ଅଛୁ ନିତି । ଝିମିଟେ ବାନ୍ଧି ନେବେ ଚକ୍ଷୁ ଯିବ ଫୁଟି ।୨୬।ଜାଣୁଅଛୁ ମନରେ ମରିଯିବି ବୋଲି । ଜୀବନକୁ ପିଣ୍ଡରେ ନ ପାରୁଛୁ ପାଳି ।୨୭।ଛାଇ ତଳକୁ ଚାହିଁ ରହିଛୁ ଆବୋରି । ଛବି ଦେଖାଇ ତୋତେ ନେବେ ବାନ୍ଧିକରି ।୨୮।ଚାହାଣୀ କରୁଅଛୁ ଯେବଣ ନିମନ୍ତେ । ଚେତନା ଥାଊଁ ଥାଉଁ ଦଣ୍ଡ ଦେବେ ତୋତେ ।୨୯।ଆୟୁଷ ଥାଉଁ ଥାଉଁ ଭଜ ମହିମାକୁ । ଅନ୍ତର୍ଗତ ତତ୍ତ୍ୱରେ ଆବୋରି ନାମକୁ । ୩୦ ।ଘୋଟି ଆସୁଛି ଦେଖ ମାୟା ଅନ୍ଧକାର । ଘୋର କଳିଯୁଗରେ ନାହିଁ ଅନ୍ତ ଯାର ।୩୧।ଗତିକି ବାଞ୍ଛାକର ପାଇବୁ ନିଶ୍ଚୟ । ଜ୍ଞାନ ଦିଶିଲେ ମୋକ୍ଷ ହେବ ତୋର କାୟ ।୩୨।ଖଚୁଆ ବୁଦ୍ଧିମାନ ଛାଡ଼ ତୋର ଚିତ୍ତେ । ଖତମ ହେଲେ ଦୋଷ ଦେବୁ ନାହିଁ ମୋତେ । ୩୩ ।କରତା ଅଟନ୍ତି ସେ ସବୁରି ଠାକୁର । ଭଣେ ଭୀମ ଅର୍କ୍ଷିତ ଶ୍ରୀଗୁରୁ ପୟର । ୩୪।
(୩୨)
କାମନ୍ୟ ଯେତେକ ଭକତ,କର୍ମେ ହୋଇବେ ଆତଯାତ । ୧ ।ଖେଳକୁ ଯାର ଥିବ ବାଞ୍ଛା,କ୍ଷିତିମଣ୍ଡଳେ ଭାବ ରଖା ।୨।ଜ୍ଞାନମାର୍ଗରେ ଯେହୁ ଥିବ,ଗୁରୁ ପୟରେ ଲୀନ ହେବ । ୩ ।ଘରକୁ ଥିବ ଯାର ମନ,ଘରଣୀ ଦିଆଇବେ ଦାନ । ୪ ।ଅତିଥି ବେଶେ ଯେହୁ ଥିବ ।ଉତ୍ତମ ପଥ ସେ ଲଭିବ ।୫।ଚରଣେ ଥିବ ଯାର ମତି ।ଚାମର ଢାଳି ହେବେ ଗତି । ୬ ।ଛଡ଼ ବେଦରେ ଯେହୁ ଥିବେ,ଛାତ୍ରୀ ଶିରରେ ଉଡ଼ାଇବେ । ୭ ।ଯୋଗୀନ୍ଦ୍ର ବେଶ ଯା ହ୍ରଦରେ,ଜୀଇଁବ ଯୁଗଯୁଗାନ୍ତରେ । ୮ ।ଝାଡ଼ ପର୍ବତେ ଯେହୁ ଥିବେ,ଝଟତି ଶ୍ରୀଗୁରୁ ବୁଝିବେ । ୯ ।ନାମ ବ୍ରହ୍ମରେ ଯାର ଚିତ୍ତ,ନାମ ବ୍ରହ୍ମରେ ହେବେ ଯୁକ୍ତ ।୧୦।ଟିଆକୁ ଟ କିଥିଲେ ରହି,ଟଳି ଯେ ନ ପଡ଼ିବ ମହୀ । ୧୧ ।ଠାକୁର ଉଦେ ହେବେ ମହୀ,ଠିକେ କହଇ ଭୀମ ଭୋଇ । ୧୨ ।ଦଣ୍ଡ କଷଣେ ଯେହୁ ଥିବେ,ଡେଙ୍ଗ ଜଗତିରେ ବସିବେ । ୧୩ ।ଢାଡ଼ି ସମ୍ଭାଳି ଯେହୁ ଥିବେ,ଢାଳେ ବାନାତଳେ ରହିବେ ।୧୪ ।ଅଣଅକ୍ଷର ଯେ ଭଜିବେ,ଅନନ୍ତ ଗର୍ଭରେ ରହିବେ । ୧୫ ।ତପ ସାଧନେ ଯେହୁ ଥିବେ,ତତ୍ତ୍ୱ ଜ୍ଞାନରେ ଲୀନ ହେବେ ।୧୬।ଥୟରେ ଥିବ ଯାର ମନ,ସ୍ଥିତ ସେ ଦେବେ ଭଗବାନ । ୧୭।ଦୁଃଖ କଷଣେ ଯେହୁ ଥିବ,ଦୟା କରିବେ ଗୁରୁଦେବ ।୧୮।ଧର୍ମ ପାଳନେ ଯେହୁ ଥିବ ।ନବକ୍ଷିତିରେ ରାଜା ହେବ । ୧୯ ।ନାମ ବ୍ରହ୍ମରେ ଯେହୁ ଥିବ ।ନୂତନ ରଚନା ଦେଖିବ । ୨୦ ।ପୂର୍ଣ୍ଣ ବ୍ରହ୍ମରେ ଯେହୁଥିବେ,ବୈକୁଣ୍ଠପୁରେ ବିହରିବେ । ୨୧ ।ଫନ୍ଦାକୁ ଯେହୁ ଟାକି ଥିବ ।ଫଳହିଁ ଦେବେ ଗୁରୁଦେବ । ୨୨ ।ବ୍ରହ୍ମ ସାଧନେ ଯେହୁ ଥିବ ।ବ୍ରାହ୍ମଣ ସତ୍ୟଯୁଗେ ହେବ । ୨୩ ।ଭାଷା ପ୍ରବନ୍ଧେ ଏହି ତତ୍ତ୍ୱ ।ଭଣଇ ଭୀମ ଅରକ୍ଷିତ । ୨୪ ।ମହିମା ଯେହୁ ଭଜିଥିବ ।ମହୀମଣ୍ଡଳେ ସେ ରହିବ । ୨୫ ।ଜାଣି ଯେ ଭଜିବ ପ୍ରଭୁଙ୍କୁ ।ଯଶଟି ପାଇବ ପଛକୁ । ୨୬ ।ରାମ ନାମକୁ ଯେ ଭଜିବ ।ରାଜ ନୃପତି ସେ ହୋଇବ । ୨୭ ।ଲକ୍ଷଣ ଆଚାରେ ଯେ ଥିବ ।ଲାବଣ୍ୟ ମୂରତି ଦେଖିବ । ୨୮ ।ବୁଦ୍ଧ ପ୍ରବୁଦ୍ଧ ଅବତାର ।ବିହିଲେ ସତ୍ୟ ଧର୍ମ ସାର । ୨୯ ।ସାତୁକ୍ୟ ଧର୍ମେ ଯେହୁଥିବ ।ସାର ବ୍ରହ୍ମରେ ଲୀନ ହେବ । ୩୦ ।ସତ୍ୟଧର୍ମକୁ ଯେ ପାଳିବ ।ସିଦ୍ଧାନ୍ତ ପାଦକୁ ପାଇବ । ୩୧ ।ଶୂନ୍ୟ ବ୍ରହ୍ମକୁ ଯେ ଭଜିବ ।ସକଳ ମାୟାରୁ ତରିବ । ୩୨ ।ହରିହରଙ୍କୁ ତ୍ୟାଗ କରିହରିବୋଲରେ ବ୍ରହ୍ମପୁରି । ୩୩ ।କ୍ଷମା ମହିମା ପାଦ ଧ୍ୟାଇ,କ୍ଷମେ ଭଣଇ ଭୀମ ଭୋଇ । ୩୪ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ