ପୂର୍ବ ଗୌରବର କଥା
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୬
- ସ୍ଥିତି
- ସାର୍ବଜନୀନ (Public domain)
ହେମବର୍ଣ୍ଣେ ମୁଦ୍ରିତ କି ମନ୍ଦିରଙ୍କ ମଥା ।ଉତ୍କଳର ଅଙ୍କେ ଜନ୍ମି ଭଞ୍ଜ ବୀରବରେସାହିତ୍ୟ−ପଟେ ଲେଖିଲେ ଅମର−ଅକ୍ଷରେଦ୍ୱାପଞ୍ଚାଶ କାବ୍ୟଚିତ୍ର,କବିତ୍ୱ−ପାଣ୍ଡିତ୍ୟ−ମେଳ ମୋହନ ବିଚିତ୍ର ।କବିସୂର୍ଯ୍ୟ, ବିଶ୍ୱମ୍ଭର, କବି ଅଭିମନ୍ୟୁ,ତୋଳିଲେ କାବ୍ୟ−କୁସୁମ କବିତା−କାନନୁ,ଗୁନ୍ଥି ପ୍ରେମ−ପୁଷ୍ପହାରଭକ୍ତିଭରେ ଲମ୍ବାଇଲେ ଉତ୍କଳ−ଗଳାର ।ଭକ୍ତକବି ଜଗନ୍ନାଥ ଗାଇ ବିଷ୍ଣୁ ନାମଗଙ୍ଗା−ଗୋଦାବରୀଯାଏ କଲେ ଦିବ୍ୟଧାମ,ଘରେ ଘରେ ହରି−ଲୀଳାଗୀତ ହୁଏ; ଶୁଣେ ଯାହା ନାରୀ ଶୁଦ୍ଧଶୀଳା ।କବି କୃଷ୍ଣସିୟହ ପୁଣି କବି ବଳରାମଗାଇଲେ ଅର୍ଜୁନ−କୃଷ୍ଣ ସୀତା−ରାମନାମ,ଓଜଃସ୍ୱରେ ଭାଷାଦାସଗାଇଲେ ମହାଭାରତ ଶ୍ରୀ ସାରଳାଦାସ ।ଉତ୍କଳଜନନୀ ବହୁ ବୀରପ୍ରସବିନୀ,ଦିଗ୍ବିଜୟେ ବଙ୍ଗ ଦାକ୍ଷିଣାତ୍ୟ ଥିଲେ ଜିଣି,ଦିଲ୍ଲୀ−ମୋଗଲ୍−ସମ୍ରାଟେଅସିମୁନେ ଠେଲି ରଖିଥିଲେ ଶୂରଚାଟେ ।ବୀରଦର୍ପେ ଟଳମଳ ହେଲା ଓଡ଼୍ରଦେଶ,ଥରହର କମ୍ପୁଥିଲେ ବିଦେଶୀ ନରେଶ,ଲକ୍ଷ ଲକ୍ଷ ଖଣ୍ଡାୟତଉତ୍କଳେଶ ତଳେ କଲେ ଦେଶ ସୁଶାସିତ ।ସର୍ବ−ଧର୍ମ−ଲୀଳାସ୍ଥଳ ଉତ୍କଳ ଶରୀର,ସାମ୍ୟଧ୍ୱଜା ଉଡ଼ାଇଲେ ଏଥି ବୌଦ୍ଧବୀରପ୍ରେମବୀର ଶ୍ରୀ ଚୈତନ୍ୟଗାଇ ହରିନାମ କଲେ ଏ ଉତ୍କଳେ ଧନ୍ୟ ।ଉତ୍କଳଗରଭୁଁ କେତେ ସାଧୁଭକ୍ତସୁତଜନମି କରିଲେ ପ୍ରିୟ ମାତୃକୋଳ ପୂତ,ପଞ୍ଚସଖା ଆଦି ଭକ୍ତ*ଘୋଷି ସାମ୍ୟମନ୍ତ୍ର କଲେ ଏ ଦେଶ ପବିତ୍ର ।ଥିଲା ଯେ ଉତ୍କଳ କାଳେ ଗୌରବ−ନିଦାନ,ହେଲା ତାହା ଘୋର ଅବସାଦେ ମ୍ରିୟମାଣ,ଗତ ଗୌରବର ରବି,ଘୋଟିଲା ଦେଶେ ଦୁଃଖ−ଅମାନିଶା ଛବି ।ଜାତି−ଭେଦବୁଦ୍ଧି ପୌରୋହିତ୍ୟ−ଅତ୍ୟାଚାର,ସ୍ୱଦେଶୀନୃପତିଙ୍କ ହିଂସା ଘୋର ଅନାଚାର,ବର୍ଗୀ−ମୋଗଲ−ପଠାଣ,କରିଥିଲେ ଓଡ଼ିଶାକୁ ଶ୍ମଶାନ ସମାନ ।ଶ୍ୱେତଦ୍ୱୀପୁଁ ଆସି ବୀର ଦେବଦୂତ ସମବିଦୂରିତ କରିଛନ୍ତି ଘୋର ଦୁଃଖ−ତମ,ବହେ ପ୍ରଭାତ ପବନଆଉ ନରହ ବିଷାଦ−ନିଦ୍ରା−ନିମଗନ ।କିଏ ଅଛି ଏ ଉତ୍କଳେ ଭକ୍ତଜ୍ଞାନୀ ବୀରବହନ ବିନାଶ ଚିର ଦୁଃଖ ଜନନୀର,ଫେରୁ ଗୌରବ−ତପନ
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ