ଦମୟନ୍ତୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୩
- ସ୍ଥିତି
- ସାର୍ବଜନୀନ (Public domain)
କଳିପ୍ରରୋଚିତ ନଳ ଅନୁଜ ସଙ୍ଗତଦ୍ୟୂତବ୍ୟସନରେ ମାତି ହାରିଲେ ସମସ୍ତ ।ନିର୍ବାସିତ ରାଜା ତବ ଜନକଭବନ−ପ୍ରୟାଣ ନିଯୋଗି ଆପେ ବାହାରିଲେ ବନ ।ବନଯାତ୍ରା ନଳରାଜା ଯେତେ କଲେ ମନା,ପତି ପାଶେ ସେତେ ଅଳି କଲ ସୁଲେଚନା ।ପଥେ କଲିପ୍ରରୋଚିତ ଦୁର୍ବୁଦ୍ଧି ରାଜନଏକାକିନୀ ତେଜି କାହିଁ କଲେ ପଳାୟନ !ବିଜନ ଗହନ ବନେ ଓଗଲିଳା ଅହି,ବ୍ୟାଧ ନାଶ କଲା ତାକୁ ଅନ୍ତରାଳେ ରହି ।ଲାବଣ୍ୟବଳିତ ତନୁ ଚାହିଁଣ ଶବରକୁଥିଲା କାମମୀଢ଼ ହୋଇ ଅତ୍ୟାଚାର ।ସାଧ୍ୱୀଦର୍ପେ ସେ ଲମ୍ପଟେ କଲ ପରାଜିତ,ପତିପଥ ଚାହିଁ କଲ ସମୟ ଯାପିତ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ