ପାର୍ବତୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ଜନକନିଦେଶେ କଲ ହିମାଦ୍ରିତନୁଜା ।ବିଭୂତିଲେପିତତପିଶିବପଦ−ପୂଜା ।ତରଳାକ୍ଷ ! ପ୍ରତ୍ୟାଖ୍ୟାନ କରୁଁ ତପୋଧନଗହନ ବିପିନେ ହେଲ ତପୋନିମଗନ ।ନିରେଖି ଗଭସ୍ତିମାଳୀ ଆୟତଲୋଚନେପ୍ରଚଣ୍ଡ ନିଦାଘ ଋତୁ ଯାପିଲ ସେ ବନେ ।ପରିହିତ ହେଲ ପୀନ ନିତମ୍ବେ ଲେଙ୍ଗୁଟି,ଡରିଲା ସଂସାର ଦେଖି ପଞ୍ଚାଗ୍ନି ଭ୍ରୂକୁଟି ।ତପ୍ୟାତ୍ୟୟେ ସୁକୁମାରି ! ସାନ୍ଦ୍ର ଗିରି ବନ,କଲ ଝଙ୍କାଳିଆ ତରୁତଳରେ ସାଧନ ।ଶିଶିରେ ଚାଉଁଚାଉଁକା ଗିରିଝରଜଳେବୁଡ଼ିଲ ତନୁମଧ୍ୟମା ତୁଣ୍ଡାଳକ ତଳେ ।ତପେ ତପୀ ପିନାକୀଙ୍କୁ କିଣିଲ ଅବଳା !ଚାରି ଯୁଗେ ସତୀଯଶ ତୁମ୍ଭର ରହିଲା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ