ଶକୁନ୍ତଳା
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୭
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଚଣ୍ଡ ମଧ୍ୟହ୍ନ କାଳ ଦୃପ୍ତ ରବିକରନିର୍ବେଦନିମଗ୍ନ ବନବିଟପିନିକର ।ରୋମନ୍ଥନିଯୁକ୍ତ ପଶୁ ତରୁ−ଛାୟା−ତଳେ,ନିଃଶଦ୍ଦ ନିଶ୍ଚଳ ପକ୍ଷୀ ପଲ୍ଲବ ଗହଳେ ।ମାଳିନୀପୁଲିନେ କଣ୍ୱମୁନି−ତପୋବନେବସିଛି ଏ କିଏ ବାମା ବିଷଣ୍ଣବଦନେ ।ଭାବନା−ବାରିଧି−ନୀରେ ଅଛି ପ୍ରାଣ ବୁଡ଼ି,କଳ୍ପନା−ଗଗନେ ଅବା ଯାଇଅଛି ଉଡ଼ି ।ପୁରତେ ପ୍ରବେଶି ତେଜୋରୂପୀ ତପିବରଗର୍ଜନ୍ତି “ଅୟମହଂ ଭୋଃ,” ନାହିଁ ତା ଉତ୍ତର ।“ଅବହେଳୁ ଯେ ଦୁଷ୍ୟନ୍ତେ ଭାଳି−ତପୋଧନେ,ନ ଚିହ୍ନିବ ସ୍ମାରିତ ସେ ହୋଇ, ବିଚେତନେ”-ଭାଷିଣ ଦୁର୍ବାସା କ୍ରୋଧୀ ଚାଲିଗଲେ କାହିଁ,ସତୀର ସମାଧି ଆହା ଟଳିଲା ତ ନାହିଁ !ଯୁଗ୍ମଚିତ୍ର
-୧-
ସରଯୂ−ତଟିନୀ−ତଟେ ସାକେତ−ନଗରୀ,ସୁରଧୂନୀ−ତୀରେ ଯେହ୍ନେ ସ୍ୱର୍ଗବିଦ୍ୟାଧରୀ ।ଏଥି ରାମ ନରେଶ୍ୱର ମହିଷୀ ସଙ୍ଗତତେଜି ରାଜ୍ୟ ଯାନ୍ତି ବନେ ପାଳି ସତ୍ୟବ୍ରତ ।ବହି ଚୀର କଉପୀନ ଜଟା ମହାବୀର,ଭକ୍ଷି ବନ−ଫଳମୂଳ, ସୁଖ−ଦୁଃଖେ ଧୀର ।‘ହା ରାମ ଲକ୍ଷ୍ମଣ’ ଝୁରି, ଝୁରି ‘ରାମ ସୀତା’ସତ୍ୟାର୍ଥେ ତେଜନ୍ତି ପ୍ରାଣ ଦଶରଥ ପିତା ।ତରୁଣୀ ଊର୍ମିଳା ତେଜି ତରୁଣ ଲକ୍ଷ୍ମଣଅରଣ୍ୟେ ଅଗ୍ରଜ ସହ କରନ୍ତି ଗମନ ।ମାତୁଳ−ଆଳୟୁଁ ଫେରି ଭରତ−ନରେଶଧାବନ୍ତି ଶ୍ରୀରାମ ପଛେ ଧରି ଯତିବେଶ ।ପ୍ରଧାନ ବଶିଷ୍ଠ ଏଥି ତତ୍ତ୍ୱଜ୍ଞ ବ୍ରାହ୍ମଣ,ହୋମ−ଆଜ୍ୟ−ଗନ୍ଧ କରେ ମାନସ ହରଣ ।
-୨-
ଆଗାଧ ଜଳଧି ମଧ୍ୟେ ସ୍ୱର୍ଣ୍ଣଲଙ୍କାପୁରୀ,ନିରୟ−ଗହ୍ୱରେ ଯେହ୍ନେ ମାୟାବୀ ଅସୁରୀ ।ଲମ୍ପଟ କ୍ରୋଧାନ୍ଧ ଏଥି ରକ୍ଷେଶ ରାବଣଛଦ୍ମବେଶେ ପରନାରୀ କରଇ ହରଣ ।ଅତୁଳ କାଞ୍ଚନ−ଗଡ଼ ଅପୂର୍ବ ସୁନ୍ଦର,ହୀରକ−ମାଣିକ୍ୟ−ମୁକ୍ତା−ମଣ୍ଡିତ ନଗର ।ଅସଂଖ୍ୟ−ରମଣୀ ସଙ୍ଗେ କାମରସେ ରତଧେନୁ ମଧ୍ୟେ ବୃଷ ସମ ରାବଣ ଉନ୍ନତ୍ତ ।ରାକ୍ଷସଭଗିନୀ ଏଥି ସୂର୍ପଣଖା ନାରୀପର−ପୁରୁଷକୁ ଦେଖି ହୁଏ କାମେ ଘାରି ।ସହୋଦର−ବିଭୀଷଣ−ହିତ−ଉପଦେଶଶୁଣି ଅପମାନ ଦିଏ ପାତକୀ ରକ୍ଷେଣ ।ଅସି ହସ୍ତେ ସୈନ୍ୟବୃନ୍ଦ ଏ ପୁରେ ପ୍ରଧାନ,ମଦିରା ଗନ୍ଧରେ ପୂର୍ଣ୍ଣ ଏଥି କନ୍ଧମାନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ