ଚନ୍ଦ୍ରଶେଖର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୬
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳଜନନ-ଗୋରବ-ଶିଖରଉଜ୍ଜ୍ୱଳ ଜ୍ୟୋତିଷ୍କ, ହେ ଚନ୍ଦ୍ରଶେଖର !ନିଶାକର ଯଥା ତେଜି ବାରିଦ ପଟଳେବିରାଜଇ କି ଗୌରବେ ଆକାଶ ମଣ୍ଡଳେ,ହସାଇ ଜଗତବାସୀ, ଜଗତର ଦୁଃଖନାଶି ।ଢ଼ାଳଇ ପିୟୂଷଧାରା ପ୍ରକୃତିର ଅଙ୍ଗରେ,ଗାଆନ୍ତି ସକଳେ ତାର ଯଶ ନାନା ରଙ୍ଗରେ ।ତଥା ତୁମ୍ଭେ; ତଥା ତୁମ୍ଭ କୀରତି ଉଜ୍ଜ୍ୱଳଚଞ୍ଚକିତ କରାଇଲା ସାରା ଭୂମଣ୍ଡଳ ।ହେ ଅରଣ୍ୟ-କୁସୁମ ! ତୁମ୍ଭେ ଫୁଟିଲ କାନନେଫୁଟି ଝଡ଼ିଥାନ୍ତି ସେହି କାନନ ଗରଭେ ।କିନ୍ତୁ ଅରଣ୍ୟର ଆହା ! ସୂକ୍ଷ୍ମ ଆବରଣନ ପାରିଲା ଘୋଡ଼ାଇ ସେ ଅପାର ସୌରଭେ ।ସେ ସୌରଭ ! ଭେଦି ଗିରି-କାନନ-ପ୍ରାନ୍ତରେଚହଟିଲା, ଦେଶେ ଦେଶେ ଦିଗ ଦିଗନ୍ତରେଦେବ ! ତବ ସିଦ୍ଧାନ୍ତ ଦର୍ପଣଦେଖାଇଲା ବିଶ୍ୱେ ଉତ୍କଳର ବଡ଼ପଣଉତ୍କଳ ଅବନୀ ପ୍ରତୀଭାର ଖଣିତୁମ୍ଭେ ପୁଣି ଉତ୍କଳର ମଥାମଣି ।ଜଗତରେ ଶ୍ରେଷ୍ଠ ଉତ୍କଳରତନତୁମ୍ଭେ ପୁଣି ତାର ମଉଳିମଣ୍ଡନ ।ତୁମ୍ଭେ ଗରବିତ ଜନମି ଉତ୍କଳେଉତ୍କଳ ଜନନୀ ପୁଣି ଗରବିଣୀତୁମ୍ଭପରି ସୂତ ଲଭି ନିଜ କୋଳେ ।ହେ ଉତ୍କଳମଣ୍ଡନ;ଦୁହେଁ ଦୁହିଙ୍କର ହେଲ ଗର୍ବର କାରଣ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ