ବାଣୀ-ବୀଣା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୬
- ସ୍ଥିତି
- ସାର୍ବଜନୀନ (Public domain)
ବାଜ ବାଜ ବାଣୀ-ବୀଣା ବାଜ ଆଉ ଥରେ,ବାଜୁଥିଲୁ ପୂର୍ବେ ଯଥା ଆଦିକବି କରେ ।ଜାଗୁ ତୋର ସ୍ୱରେ ସୁପ୍ତା- ଭାରତ-ଅବନୀ,ରନ୍ଧ୍ରେ ରନ୍ଧ୍ରେ ଉଠୁ ତାର ଧ୍ୱନି ପ୍ରତିଧ୍ୱନି ।ନୈରାଶ୍ୟ-ବିଷକୁ ତୋର ଅମୃତ ଝଙ୍କାର,ଭାର୍ସଭାର ପଦ କିମ୍ବା ଗରୁଡ଼ ହୁଙ୍କାର * ।ଶୁଣି ତୋର ସଞ୍ଜୀବନୀ ସୁସ୍ୱର ଲଳିତ,ଶୁଷ୍କତରୁ ହୋଇଉଠେ ନବପଲ୍ଲବିତ ।* ବିଷଝଡ଼ା ମନ୍ତ୍ର ମଧ୍ୟରେ ଗରୁଡ଼ ହୁଙ୍କାର ଏବଂ ଭାର୍ସଭାର ସର୍ବପ୍ରଧାନ ।ସାଗରକଲ୍ଲୋଳ ଖେଳେ ମହା ମରୁସ୍ଥଳେ,ଶୈବାଳ-ସରସୀ ଶୋଭେ ବିକଚ-କମଳେ ।ଥିଲା ଯେବେ ଦିନ ଆହା ଭାରତ-ଭବନେ,ପ୍ରତିସ୍ଥାନୁ ଉଠୁଥିଲା ତୋ ସ୍ୱର ସଘନେ ।ମାତ୍ର ସେ ଉନ୍ନତି ଯୁଗ ହୋଇଅଛି ଗତ,ହୋଇଗଲାଣି ତ ସବୁ ଗତକଥା ଖତ ।ବାଜ ପୁଣି ବାଦ୍ୟରାଣି ! ବାଜ ସପ୍ତସ୍ୱରେ,ଫେରିଆସୁ ସେ ସୌଭାଗ୍ୟ ଶୁଭଦିନ ଖରେ ।ଶୁଣି ତୋର ସୁଧାମୟୀ ଅମର-ମୂର୍ଚ୍ଛନା,ବିଦ୍ୟୁତ ବେଗରେ ଜାଗୁ ଉନ୍ନତି-କାମନା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ