ଦେଖିଣ ଉଷା ଆଗତା
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୦
- ସ୍ଥିତି
- ସାର୍ବଜନୀନ (Public domain)
ଡାହୁକ ଡାହୁକୀ ତଥାଢାଳନ୍ତି କି କହ ମାତଃ, ସୁଧାମୟ ନିସ୍ୱନ ?ରକ୍ତିମ ଦିଶେ କି ସେହି କାଳେ ପ୍ରାଚୀ-ଗଗନ ?ସୁନୀଳ ଆକାଶ ଅଛି ସେ ଦେଶେ କି ଏଭଳି ?ଅଛିକିଲୋ ବିହଙ୍ଗର ପ୍ରାଣାରାମ କାକଳୀ ?ହେଲାକ୍ଷଣି ସନ୍ଧ୍ୟାକାଳ,ଲକ୍ଷ ଲକ୍ଷ ତାରାମାଳ,ସୁବର୍ଣ୍ଣ-ପ୍ରଦୀପ ଭଳି ଉଠୁଥାନ୍ତି ଉଜଳି:ଖେଳଇ କି ନୂଆ ମେଘ କୋଳେ ଧରି ବିଜୁଳି ?କହ ମା, କି ଭଳି ସେହି ଦେଶ ତ୍ୱରା କରି ଲୋ ?ହୋଇବ କି ସେହି ଦେଶ ଆମ ଦେଶ ପରି ଲୋ ?ବୃକ୍ଷଲତା ସେ ଦେଶରଏହିପରି ମନୋହରସେଠାରେ କି କହ ଫୁଲ ଫୁଟେ ଏହା ସରି ଲୋ,ଢାଳେ କି ସେଠାରେ ପିକ ଅମୃତ-ଲହରୀ ଲୋ ?ସେ ଦେଶେ କି ଜହ୍ନମାମୁଁ ଉଦେ ହୋଇ ଆକାଶେ ?ସୁଧାଜିଣି ମନୋହର କରରାଜି ପ୍ରକାଶେ ?ମାତୃ-ସ୍ନେହ ଭ୍ରାତୃ-ପ୍ରେମ,ବନ୍ଧୁପ୍ରୀତି ଅପ୍ରତିମ,ଦୟା, ମାୟା, ମମତାଦି ଅଛି କି ଗୋ ସେ ଦେଶେ,ମାଆ, ମାଆ, ମୁଁ ତ କେବେ ନ ଯିବଇଁ ବିଦେଶେ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ