ବ୍ରହ୍ମଚାଳକ — ଭୀମ ଭୋଇ · ସ୍ୱର୍ଣ୍ଣଲିପିପ୍ରଶ୍ନଶ୍ରୁତିରେ ପଣ୍ଡିତଜନ ବ୍ରାହ୍ମଣେ ହୋ ଶୁଣ,ବେଦ ପଢ଼ି ବଡ଼ପଣେ କୁହ ତୁମ୍ଭେ ଟାଣ ।ତୁମ୍ଭେ ଶାସ୍ତ୍ର ସନ୍ଧ୍ୟା ପଢ଼ି ବୋଲାଅ ଯେ ବଡ଼,ବଶ୍ୟ ଶୂଦ୍ର କ୍ଷେତ୍ରିଙ୍କି ଦେଖିଲେ ବୋଲ ମୂଢ଼ ।ବେଦ ଶାସ୍ତ୍ର ସନ୍ଧି ଯେତେ ପଢ଼ିଛକି ତୁମ୍ଭେ,କହିବ କି ଚାରିକଥା ପଚାରୁଛୁ ଆମ୍ଭେ ।ବିଦ୍ୟା ପଢ଼ି ଜାଣ ଯେବେ କହ ଜାତି ବୃତ୍ତି,କେମନ୍ତ ଉପୁଜି ବ୍ରହ୍ମ ହୁଏ ଉତପତ୍ତି ।ମାତା ରଜ ପିତା ବୀଜ ସଂଯୋଗ ସ୍ୱଭାବେ,କେଉଁଠାରେ ଥିଲ ବାବୁ ପଚାରୁଛୁ ଆମ୍ଭେ ।କେଉଁରୂପେ ବସିଥିଲ କହ କେଉଁ ଭାବେ,ସ୍ଥିତି କହ ଏବେ ପଣ୍ଡା ପଚାରୁଛୁ ଆମ୍ଭେ ।ଏ ଦେହ ଗୋଟି ତୁମ୍ଭର କେ କଲା ନିର୍ମାଣ,ମାତା ଗର୍ଭେ କେ ତୁମ୍ଭଙ୍କୁ ଦେଲା ପ୍ରାଣଦାନ ।ସେ ପ୍ରାଣ କେତେ ଗୋଟା ହେଉଛି କେତେ ଜାତି,ତୁମ୍ଭେ ଯେ ପଣ୍ଡିତ ପଣ୍ଡା କରିଥିବ ସ୍ଥିତି ।କେଉଁ ମନ୍ତ୍ର ଜପି କାହିଁ କରିପାର ହେତୁ,ପ୍ରଥମେ ପୁଚ୍ଛିଲୁ ପଣ୍ଡା ମାତାଗର୍ଭେ ତତ୍ତ୍ୱୁ ।ମାତା ଗର୍ଭେ ତୁମ୍ଭ ସ୍କନ୍ଧେ ନଥିଲା ପଇତା,ସଂସକୃତ ପରାକୃତ କଲ ଦୁଇ ପୋଥା ।ବେଦ ମନ୍ତ୍ର ସନ୍ଧ୍ୟା ସ୍ତୁତି କିଛିହିଁ ନ ଜାଣ,କଳି କରି କଥା ଶିଖି କୁହ କେତେ ଟାଣ ।ବେଦ ବିଦ୍ୟା କେଉଁଠାରୁ ହୋଇଅଛି ଜାତ,କେତେଗୋଟି ଶବ୍ଦେ ଏହି ସଂସାର ସମ୍ଭୂତ ।ପ୍ରଥମେ ହୋଇଲେ ଗୁରୁ ସାବିତ୍ରୀ ପ୍ରଧାନ,ତାହା ତୁମ୍ଭେ ଜପ କରି ହୋଇଲ ବ୍ରାହ୍ମଣ ।ତ୍ରିସନ୍ଧ୍ୟା କାଳେଣ ତାକୁ ନିତି ଜଗୁଥାଅ,ସେ ଜପର ଠାବ କାହିଁ ଫେଡ଼ି କହିଦିଅ ।ମନ୍ତ୍ର ଥିଲା ଠାବ ଗୋଟି ଦିଶଇ କେମନ୍ତ,କୁହ ତୁମ୍ଭେ ବ୍ରାହ୍ମଣେ ହୋ ମନ୍ତ୍ର ଦୀକ୍ଷା ତନ୍ତ୍ର ।ସାବିତ୍ରୀ ମନ୍ତ୍ର ତୁମ୍ଭର ଚଉବିଂଶାକ୍ଷର,ବୀଜ ଆଠ ଅକ୍ଷରକୁ ଭିନ୍ନ ଭିନ୍ନ କର ।ରଜ ମନ୍ତ୍ର କାହୁଁ ଜାତ ବୀଜ ଧାତୁ କେତେ,ପଣ୍ଡିତ ବ୍ରାହ୍ମଣେ ତୁମ୍ଭେ କହ କଥା ଏତେ ।ଗାୟତ୍ରୀ ମନ୍ତ୍ର ତୁମ୍ଭର କେତେକ ଅକ୍ଷର,କେଉଁ କେଉଁ ଅକ୍ଷରର କେଉଁଠାରେ ଘର ।ବତିଶ ଅକ୍ଷରକୁ ଯେ ବାରଗୋଟି ଛନ୍ଦ;କେ ଅଣ୍ଡିର କେ ମାଈ କେମନ୍ତ କରି ବନ୍ଦ ।ନାଗଲୋକ ଭବଲୋକ ଦେବଲୋକ ତିନି,ଚାରି ବେଦ ଭିତରୁ ଏ ସବୁ ଅଛ ଆଣି ।ମନ୍ତ୍ରମାନଙ୍କର ମୂଳ କେବଣ ଅକ୍ଷର,ନିଦାନ ଓଜ ବ୍ରହ୍ମ ସେ ନାମ ତା ଓଁ କାର ।ବେଦ ମନ୍ତ୍ରମାନଙ୍କ ଉପରେ ସେହୁ ରାଜା,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ପଚାଶ ଅକ୍ଷର ତାର ଅଟନ୍ତି ପରଜା ।
ଏଡ଼େବଡ଼ ଅକ୍ଷର ଏ କେଉଁଠାରେ ଅଛି,
କେବଣ ଅକ୍ଷରୁ ଜାତ ବେଦ ସେ ହୋଇଛି ।
ଗାୟତ୍ରୀ ସାବିତ୍ରୀ ତହୁଁ ହୋଇଅଛି ଜାତ,
ଓଁ କାର ଅକ୍ଷରୁ ସେହୁ ହୋଇଛି ସମ୍ଭୂତ ।
ଅଜପା ଅଜଣା ମୂଳେ ଯେତେ ମନ୍ତ୍ରମାନ,
କେଉଁ ମନ୍ତ୍ର କାହା ଠାରୁ ହୋଇଲା ଜନମ ।
ପଚାଶ ଅକ୍ଷରୁ କେ ଅଣ୍ଡିର କେତେଜ ମାଈ,
ଏ ଅକ୍ଷର ମାନଙ୍କର ବୀଜ ଦିଅ କହି ।
କହ ଏବେ ବ୍ରାହ୍ମଣେ ହେ ଦାନର ବିଚାର,
କେଉଁ ଘରେ ବସେ ଯାଇ କେବଣ ଅକ୍ଷର ।
ଗାଈ ଦେହେ ଗାୟତ୍ରୀକି କହ ହେ ବସାଇ,
କେମନ୍ତ ପ୍ରକାର ଦାନ ଘେନ ହୋ ଗୋସାଇଁ ।
ମଲା ଲୋକ ଦାନ ଦେଲେ ତୁମ୍ଭେ ଘେନି ଯାଅ,
ସେ ଦାନକୁ ଆଣି ତୁମ୍ଭେ ବିକି ଭାଙ୍ଗି ଖାଅ ।
ମଲା ଲୋକ ପୁଣି ଜନ୍ମ ହୁଅଇ କାହିଁ ରେ,
ଦାନ ଦେଲା ଦ୍ରବ୍ୟ ତାଙ୍କୁ ଦିଅ କେଉଁଠାରେ ।
ମଲା ଲୋକ ଦେଲା ଦାନ କେମନ୍ତ ପ୍ରାପତ,
ଏ କଥା କହିବ ପଣ୍ଡା ଜାଣ ଯେବେ ତତ୍ତ୍ୱ ।
ଆହୁରି କଥାଏ ଅଛି ପଚାରୁଛୁ ଆମ୍ଭେ,
ନିତି ପ୍ରତି ଅଗ୍ନି ମୁଖେ ହୋମକର ତୁମ୍ଭେ ।
କାହୁଁ ଉପୁଜିଲା ଅଗ୍ନି କେତେ ମୂର୍ତ୍ତି ହୋଇ,
କେତେ ମୂର୍ତ୍ତି ହୋଇ ଅଗ୍ନି ଜଳି ଉଠୁଥାଇ ।
କେବଣ ଶିଖାରେ ପୂର୍ଣ୍ଣ ଆହୁତିକି ଦିଅ,
କେବଣ ଶିଖାରେ କି କି ନାମ ଫେଡ଼ି କହ ।
କେଉଁ ସ୍ୱାହା ବେଦ ମନ୍ତ୍ର ଉଚ୍ଚାରଣ କର,
କେଉଁ ସ୍ୱାହା ମନ୍ତ୍ର ଜନ୍ମ ମନ୍ତ୍ରଣ ସଙ୍ଗର ।
କେଉଁ ସ୍ୱାହା ମନ୍ତ୍ର ଚାରି ଦେବଙ୍କର ମୂଳ,
କେଉଁ ସ୍ୱାହା ମୂଳମନ୍ତ୍ରେ ଅଗ୍ନି ଘୃତ ଢାଳ ।
କେଉଁ ସ୍ୱାହା ମନ୍ତ୍ରେ ସର୍ବ ଦେବତାଙ୍କୁ ତୋଷ,
ସ୍ୱାହା ମନ୍ତ୍ର କାହୁଁ ପଣ୍ଡା ହୋଇଲା ପ୍ରକାଶ ।
ବ୍ରାହ୍ମଣ ବୋଲାଅ ବ୍ରହ୍ମ ଚିହ୍ନିଛ କି ତୁମ୍ଭେ,
କେମନ୍ତ ଦିଶଇ ବ୍ରହ୍ମ ପଚାରୁଛୁଁ ଆମ୍ଭେ ।
ବ୍ରହ୍ମାଣ୍ଡ ଗୋଟାକୁ ବ୍ରହ୍ମ ଧରିଛି କେମନ୍ତେ,
କେମନ୍ତ ପ୍ରକାରେ ବ୍ରହ୍ମ ଅଛି ଏ ଜଗତେ ।
ଉଚ୍ଚ କେତେ ମୋଟ କେତେ ଗୋଟିକେତେ ମୋଟା,
କହ ହେ ବ୍ରାହ୍ମଣମାନେ ବ୍ରହ୍ମ କେଉଁ ଗୋଟା ।
କେଡ଼େ ଉଚ୍ଚ ବଡ଼ ଅଛି କେମନ୍ତ ତା ବର୍ଣ୍ଣ,
ତୁମ୍ଭେ ଯେ ପଣ୍ଡିତ କହ ଦେଖିବା ତା ଚିହ୍ନ ।
ବେଦ ବିଦ୍ୟା ପଢ଼ି ତୁମ୍ଭେ ପଣ୍ଡିତ ବୋଲାଅ,
ଆଉ କଥାଏ ପଚାରୁଁ ତୁମ୍ଭେ କହିଦିଅ ।
ସକାଳୁ ସ୍ନାହାନ କରି ଯାଅ ରାଜାଘର,
ରାଜାଙ୍କୁ କଲ୍ୟାଣ ତୁମ୍ଭେ ନିତି ପ୍ରତି କର ।
ସେ କଲ୍ୟାଣ ରାଜା ଅଙ୍ଗେ ବସେ କେଉଁ ଠାଇଁ,
ରାଜା ମାନି ହସ୍ତ ପାତି ଥୁଅ କାହିଁ ନେଇ ।
ସେ କଲ୍ୟାଣ ଗୋଟା ଏବେ କହ ସୂତ୍ର କରି,
ଅର୍ଥ ସୂତ୍ର ନ ଜାଣିଲେ ଶୁଦ୍ର ସଙ୍ଗେ ସରି ।
କାର୍ତ୍ତିକ ମାଘ ସ୍ନାହାନେ ଆସ ଯେ ଗାଧୋଇ;
ମଳ ମୂତ୍ର ହାଣ୍ଡିଏ ପେଟରେ ପୂରି ଥାଇ ।
ଗର୍ଭ ଉଦର ଭିତର ନିରୋଳ ନ କରି,
ବାହାରେ ଉଜ୍ଜ୍ୱଳ ଯେ ଭିତରେ ମଳ ଭରି ।
ସୂତାର ପଇତା ନାଡ଼େ ବୋହିଥାଅ ବେକେ,
ନିନ୍ଦା କରି କହୁଥାଅ ତିନିପୁର ଯାକେ ।
ତୁମ୍ଭରି ବ୍ରାହ୍ମଣ କନ୍ଧେ ନ ଥାଏ ପଇତା;
କେମନ୍ତେ ବୋଲାଅ ତୁମ୍ଭେ ବ୍ରାହ୍ମଣୀ ଘଇତା ।
ଦେଶ ମାଗି ବୁଲ ବ୍ରାହ୍ମଣ ପଇତା ପିନ୍ଧି,
ବ୍ରହ୍ମଗଣ୍ଠି ପଇତାର ନ ଜାଣ ଯେ ସନ୍ଧି ।
ନବ ଗୁଣ ପଇତାର ଲକ୍ଷେ ବ୍ରହ୍ମଗଣ୍ଠି,
ମହା ବ୍ରହ୍ମ ପୈତା ପିନ୍ଧି ନ ପାରିଲ ଉଠି ।
ନିର୍ଗୁଣ ପଇତା ବ୍ରହ୍ମା ତୁମକୁ ନ ଦେଲେ,
ନିର୍ଗୁଣ ଗଣ୍ଠିକି ବହି ନପାରି ବୋଇଲେ ।
ଆଦି ବ୍ରହ୍ମ ପଇତା ହୃଦରେ ଅଛି ଜଡ଼ି;
ଯେଉଁ ପଇତାର ବ୍ରହ୍ମ ଗଣ୍ଠି ଅଛି ପଡ଼ି ।
ସେ ଗଣ୍ଠିରେ ଆତ୍ମା ଯାଇ କରିଅଛି ଘର,
ସେ ପଇତା ଛାଡ଼ିଲେ କେ କରିବ ଆହାର ।
ସେ ମୂଳ ପଇତା ପଣ୍ଡା ଭଲ କରି ଚିହ୍ନ,
ସେ ପଇତା ଅଟେ ସିନା ସଂସାର ଭିଆଣ ।
ବ୍ରାହ୍ମଣୀ କନ୍ଧ ପଇତା ବ୍ରାହ୍ମଣେ ପିନ୍ଧିଲ,
ବ୍ରହ୍ମ ଗଣ୍ଠି ପଇତାକୁ ଦିନେ ନ ଜପିଲ ।
ଆଦ୍ୟ, ମଧ୍ୟ, ଅନ୍ତ, ପ୍ରାନ୍ତ, ଏହି ଚାରି କଥା,
ଚାରି ବେଦ କହୁଛନ୍ତି ଏ ଚାରି ବାରତା ।
ଏହି ଚାରି କଥା ବେଦ ବେଦାନ୍ତର ଅନ୍ତ,
ପଚାରିଲୁ ଚାରି ବେଦ କହ ପଣ୍ଡା ସତ୍ୟ ।
ବ୍ରାହ୍ମଣୀ ପଇତା ସେବା କରୁଥାଉ ତାର,
ତୁମ୍ଭ ବ୍ରହ୍ମ ଗଣ୍ଠି କହ ବ୍ରାହ୍ମଣ କୁମର ।
ଏ ଦୁଇ ଜାଣିଲେ ବିପ୍ର ନୁହଇ ଶବର,
ଶବର ଝିଅରେ ତୁମ୍ଭେ କରିଅଛ ଘର ।
ଯେ ଯାହା ସ୍ୱଭାବ ଜାତ ସଂସାର ଭିଆଣ,
ବେଦ ଭେଦ ଶିଖି ପଢ଼ି କହ କେତେ ଟାଣ ।
ସୁଜ୍ଞାନୀ ପଣ୍ଡିତ ଯେ ଜାଣିବ ଏତେ ସନ୍ଧି,
ନ ଜାଣିଲେ ବ୍ରହ୍ମ ସନ୍ଧି ନିଶ୍ଚେ ହେବ ବନ୍ଦୀ ।
ପଚାରିଲେ ବ୍ରହ୍ମ ଗଣ୍ଠି ଗୀତାର ଯେ ଭେଦ,
ଛଡ଼ଚକ୍ର ଜିଣି ବ୍ରହ୍ମ ଗଣ୍ଠିର ଯେ ଭେଦ ।
ନ ଜାଣିଲେ ଖୋଜ ପଣ୍ଡା ଛଡ଼ଚକ୍ରେ ଖୋଜି,
ନ ମର ମିଛେ ହେ ପଣ୍ଡା ବୁଝ ଆତ୍ମା ମଜ୍ଜି ।
ଶୁଣ ହେ ସୁଜନେ ବ୍ରହ୍ମ ଚାଳକ ରହସ୍ୟ,
ପ୍ରଶ୍ନରେ ଭଣିଲେ ଭୀମ ଭୋଇ ହୀନ ଦାସ ।
ବ୍ରାହ୍ମଣ ଉତ୍ତର
ଯାହା ପଚାରିଲ ତୁମ୍ଭେ ଈଶ୍ୱର ଗୋସାଇଁ,
ଚାରି ଦ୍ୱାରେ ଚାରି ବେଦ ଭକ୍ତି ଭାବେ କହି ।
ତ୍ରି ସନ୍ଧ୍ୟା ଗାୟତ୍ରୀ ଆମ୍ଭ ପଦ ଛତ୍ର ଜାଣ,
ବ୍ରହ୍ମକୁ ଚିହ୍ନିଣ ଆମେ ବୋଲାଉ ବ୍ରାହ୍ମଣ ।
ଯାହା ପଚାରିଲ ଦାସେ କହୁଅଛୁଁ ଆମ୍ଭେ,
ଭକ୍ତି ଯୋଗ ଘେନିଣ ବିଚାର କର ତୁମ୍ଭେ ।
କାୟା ଯେ କୋମଳ ଧୂନି ଉତ୍ତରୀ ପବନ,
ଏହା ପଚାରିଲ ନିକି ବୋଲାଅ ବ୍ରାହ୍ମଣ ।
ନବଗୁଣ ପଇତାର ଶିଶୁ ବେଦ ଘର,
ଗଣ୍ଠି ଗୋଟି ପଡ଼େ ଦାସେ ତୃତୀୟ ସ୍ଥାନର ।
ପଚାଶ ଅକ୍ଷର ମୂଳେ ପଞ୍ଚଷଠି ଦଳ,
ଛଡ଼ଚକ୍ର ପଚାଶ ଅକ୍ଷର ଏହୁ ଠୁଳ ।
ବାର କଳା ଘେନି ମନ୍ତ୍ର ହୋଇଅଛି ରୁଣ୍ଡ,
ଚୌଷଠି କାଠିରେ ଆତ୍ମା ହୋଇଛି ବ୍ରହ୍ମାଣ୍ଡ ।
ଅଣଚାଶ ପବନ ଏ ବ୍ରହ୍ମାଣ୍ଡ ଭିତର,
ନବ ଦ୍ୱାଦଶ ଜଳରେ ହୋଇଅଛି ଠୁଳ ।
ପଶ୍ଚିମ ଦିଗରେ ବାରମାତ୍ରା ଜଳେ ଧନି,
ଆତ୍ମାକୁ ସୁମରି ଏହା କହିଲୁ ସୁଜ୍ଞାନୀ ।
ବିଚିତ୍ର ବିନ୍ଧାଣି ଏ ପାଣ୍ଡୋଇ କଲା କର୍ମ,
ରଜନୀ ଦିବସେ ଚାଲୁ ଦ୍ୱାଦଶ ଯୋଜନ ।
ସିଦ୍ଧ ସରୋବରେ ଆମ୍ଭେ କଲୁ ଗୋ ସ୍ନାହାନ,
ଅନ୍ନ ବସ୍ତ୍ର ଦାନ ଆମ୍ଭ ବ୍ରହ୍ମରେ ବହନ ।
ହୋମ ଯଜ୍ଞ କରୁ ଆମ୍ଭେ ଅମନ ମନ୍ଦିରେ,
ସ୍ୱାହା ଶବଦ ଶୁଭଇ ନିଶବଦ ଘରେ ।
ଶବ ଡ଼ାଙ୍ଗ ଲମ୍ବ ଦୀର୍ଘ ଚୌବିଂଶ ଯୋଜନ,
ଏକସେର ଗୁଆ ଘୃତ କରୁ ହୋ ଦହନ ।
ଧୃତି ଉତ୍ରୀ ତମ୍ବା ବ୍ରହ୍ମରୁ ପ୍ରକାଶ,
ଦ୍ୱାଦଶ ତିଳକ ଦାସେ ଅମନ ଉଶ୍ୱାସ ।
ଏକ ନେତ ଗୋଟି ଦାସେ ଶିରପରେ ଥାଇ,
ଏକ ରୁଅ ବେନି ବତା ଗଣ୍ଡିରେ ସମ୍ଭାଇ ।
ଅଧିକ ଲୁଚାଏ ଆଉ ଲୋଡ଼ିଲେ ନ ପାଇ,
ପ୍ରମାଣେ କହିଲୁ ଦାସେ ଭକ୍ତିଭାବେ ରହି ।
ଆଦ୍ୟ ହେତୁ ନାହିଁ ଯାର ଜଡ଼ା ଭାବେ ଭୋଳ,
କାହାକୁ ପାଇବୁ ବୋଲି ଜପ କାଷ୍ଠମାଳ ।
କାଷ୍ଠମାଳା ପାଷାଣ ରୁଦ୍ରାକ୍ଷ ଚନ୍ଦ୍ରିକାରେ,
ପୁଷ୍କର ପାଇଲା ଜପ ମାଣିକ ମାଳରେ ।
ମୁକ୍ତାହସ ରେଖାଟିରେ ମାଳା ଜୟଥାଅ,
ଚିଟା ଲାଗିଲେଣ ମାଳ ସଂହାରିଣ ଥୁଅ ।
ମାଳ ତୁମ୍ଭ ଖଣ୍ଡ ଖଣ୍ଡ ଭଜନାଦି ଖଣ୍ଡ,
ଆତ୍ମାକୁ ନ ଚିହ୍ନି ହୃଦେ ବୋହିଅଛ ଦଣ୍ଡ ।
ସୁବର୍ଣ୍ଣ ଶଙ୍ଖ ମୁକୁତା ଆଦି ଯେତେ ମାଳ,
କଣ୍ଠରେ ଭରିଣ ତୁମ୍ଭେ କରିଅଛ ଠୁଳ ।
ତୁଳସୀ କାଷ୍ଠ ମାଳାରେ କରିଅଛ କଣ୍ଠି,
ଖାଡ଼ ବଳଦ ବେକରେ ଯେସନେକ ଘଣ୍ଟି ।
ସେହିମତି ମାଳମାନ ଜପକର ସିନା,
ଆଉ କେଉଁ ମାଳା ଅଛି ଜପକର କିନା ।
ମାଳ ନାହିଁ ଜପ ନାହିଁ ନାହିଁ କରମାଳା,
ଆଦ୍ୟରେ ଜନ୍ମିଲା ଜୀବ ଘେନି କେତେ କଳା ।
ବିଷୟା ଧନ୍ଦାରେ ପଡ଼ି କରୁଅଛ କର୍ମ,
ଆଦ୍ୟ ହେତୁ ନ ଜାଣି ତୁମ୍ଭେ ହେଉଅଛ ଭ୍ରମ ।
ମାଳାରେ ନ ଥାଇ ସେତ ଭଜନାରେ ନାହିଁ,
ମାଳା ଭଜନାରେ ଜ୍ଞାନ ପାଇବ ସେ କାହିଁ ।
ବାର ମାତ୍ରା ଚଉବଂଶ ଅକ୍ଷର ଏ ଯେତେ,
ମନ୍ତ୍ର ଯନ୍ତ୍ର ଆଦିକରି ସ୍ଥାପିତ ଜଗତେ ।
ଏତେ ମନ୍ତ୍ର ଜପି ତୁମ୍ଭେ ମାଳ ଧରି ଭଜ,
କେଉଁ ମନ୍ତ୍ର ଜପି କରି କାହିଁ ରେ ନିମଜ୍ଜ ।
ମାଳରେ ନ ଥାଇ ସେତ ଭଜନାରେ ନାହିଁ,
ମନ୍ତ୍ର ଯନ୍ତ୍ର ନାହିଁ ମାଳ ଶୂନ୍ୟ ଅଛି ରହି ।
ସୋହଂସ ଭଜନ ସିନା ଅଟେ ବ୍ରହ୍ମ ମୂଳ,
ଅନାମ ଭଜନା କୃତ ନାହିଁ ପ୍ରତି ତୁଳ ।
ବାସନା ଭଜଇ ସେ ନିୟତ ଭଜେ କିସ,
ତାହାକୁ ତରକ ବ୍ରହ୍ମ ହୋଇଥାଇ ଦୃଶ୍ୟ ।
ସେ ବ୍ରାହ୍ମଣ ବ୍ରହ୍ମଦର୍ଶୀ ବୋଲିଟି ତାହାଙ୍କୁ,
ମାୟା କାଟି କାୟାରେଟି ଚିହ୍ନିଛି ବ୍ରହ୍ମକୁ ।
ତାହାଙ୍କୁଟି ବ୍ରହ୍ମଜ୍ଞାନୀ ବୋଲନ୍ତି ସୁଜନେ,
ବ୍ରହ୍ମଦର୍ଶୀ ବୋଲି ତାଙ୍କୁ ବୋଲ ସୁଜ୍ଞଜନେ ।
ସେହି ଜାଣନ୍ତି ବ୍ରହ୍ମ ନାହିଁ ବର୍ଣ୍ଣଚିହ୍ନ,
ମନକୁ ଭଜିଣ ସେ ଯେ କରୁଅଛି ଧ୍ୟାନ ।
ଅନାମରୁ ନାମ ସ୍ଥାନ ନାହିଁ ଆଦ୍ୟ ଅନ୍ତ,
ନାମ ନାସ୍ତି ଶବ୍ଦ ନାସ୍ତି ନାସ୍ତି ପଞ୍ଚଭୂତ ।
ନିଶବ୍ଦରୁ ଶିଶୁବେଦ ଜାଣନ୍ତି ମହେଶ,
ତହିଁପରେ ଚନ୍ଦ୍ର ସୂର୍ଯ୍ୟ ନାହିଁ ଦଶଦିଶ ।
ତହିଁପରେ ଅଣାକାର ଅକ୍ଷର ନୁହଇ,
ନାଦ ଶବ୍ଦ ନାହିଁ ନାସ୍ତି ନିଶବଦ କହି ।
ଅଣାକାର ଅଣାକ୍ଷର ଅଲେଖ ମଣ୍ଡଳ,
ଆପ ନାହିଁ ତେଜ ନାହିଁ ନାହିଁ ଶୂନ୍ୟ ଠୁଳ ।
ନିର୍ମଳ ନିର୍ଗୁଣ ଜ୍ଞାନ ମହିମାଟି ସେହି,
ପରମ ନିର୍ଗୁଣ ଯେ ଅଣାକାର ଦେହୀ ।
ଋଷି ତପୀ ଯୋଗୀ ଜନ ମହିମା କହନ୍ତି,
ନିର୍ଗୁଣ ନିଷ୍କାମ ଜ୍ଞାନ ଅଭ୍ୟାସୁ ଅଛନ୍ତି ।
ମାର୍କଣ୍ଡ ଭୁଷଣ୍ଡ ରୋମାଞ୍ଚାଦି ଯେତେ ଋଷି,
ଅଣାକାର ଅଣାକ୍ଷର ଧ୍ୟାନ ଦିବା ନିଶି ।
ଏହିମତେ ସପ୍ତଋଷି କରୁଛନ୍ତି ଲୟେ,
କହନ୍ତି ମାଧବ ଦାସେ ନାହିଁ ମୃତ୍ୟୁ ଭୟେ ।
ଭ୍ରମଭ୍ରାନ୍ତି ନାହିଁ ମୋର ଶୁଣ ଆଦିଗୁପ୍ତ,
ଶ୍ରୀଗୁରୁଙ୍କ ପାଦତଳେ ରହୁ ମୋର ଚିତ୍ତ ।
ସାଧୁ ସୁଜ୍ଞଜନେ ମୋର ନ ଧରିବ ଦୋଷ,
ଶ୍ରୀଗୁରୁ ଆଜ୍ଞାରେ ଜ୍ଞାନ ହୋଇଲା ପ୍ରକାଶ ।
ନିଷ୍କାମ ସୁଜ୍ଞାନ ଏ ଯେ ଅଟଇ ଅମୃତ,
ପିଅ ହେ ସୁଜନ ଜନେ ହୋଇ କୃତ୍ୟ କୃତ୍ୟ ।
ଚୌରାଳିଶ ପଦ ଏହୁ ହୋଇଲା ସମ୍ପୂର୍ଣ୍ଣ,
ଅରୂପରୁ ରୂପ ରାଶି ନାହିଁ ବର୍ଣ୍ଣ ଚିହ୍ନ ।
ପାର୍ବତୀ ବୋଲନ୍ତି ତୁମ୍ଭେ ଶୁଣ ତ୍ରିଲୋଚନ,
ଭୋ ନାଥ କହିବା ତୁମ୍ଭେ ପୂର୍ବ ଆଦ୍ୟ ଜନ୍ମ ।
ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ,
ଯାହା ପଚାରିଲୁ ପ୍ରିୟା ଆଦ୍ୟ ଜନ୍ମ ସ୍ଥିତି ।
ଏକମନ ହୋଇ ଶୁଣ ପଚାରିଲୁ ଯାହା,
ଲକ୍ଷେକ ପ୍ରମାଣ କରି ବୁଝାଇବା ତାହା ।
ଅନାଦି ଜାତ କଲେ ଯେ ତିନିପୁତ୍ର ଜାଣ,
ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ଯେ ପ୍ରମାଣ ।
ସୃଷ୍ଟିର ଧାରଣେ ତିନିପୁତ୍ର ହେଲେ ଜାଣ,
ତିନିଗୁଣେ ତିନି ଥୋଇ ସଂସାର ଭିଆଣ ।
ଆଦି ବୋଇଲେ ପୁତ୍ରଙ୍କୁ କରାଇବା ବ୍ରତ,
କପାବୃକ୍ଷ ଜାତ କରି ମଞ୍ଜି ଭିଆଅତ ।
ଅନାଦି ମଣ୍ଡଳରୁ ଅନାମ ମଞ୍ଜି ଆଣି,
ଆଦି ଦୁର୍ଗା ହୋଇଲେ ଯେ ମାଟିକାର ପୁଣି ।
ମନ ଓ ପବନ ହଳ ଚୈତନ୍ୟ ଜୁଆଳି,
ନୟନ ଲଙ୍ଗଳ ହେଲେ ବାସନା ଦଉଡ଼ି ।
ଅନାଦି ଧରି ହଳ ଅନାମ ମଞ୍ଜି ବୁଣି,
ତିନିପୁର କପା ବୃକ୍ଷ ଉଠିଲା ଉଜାଣି ।
କପା ବୃକ୍ଷ ଉପୁଜିଲା କଳଣା ନ ଯାଇ,
ବ୍ରହ୍ମା ବିଷ୍ଣୁ ମହେଶ ତୃତୀୟ ପ୍ରକାଶଇ ।
ବ୍ରହ୍ମା ହେଲେ କୁଡ଼ିଆନ ଈଶ୍ୱର କୁଡ଼ିଆ,
ବିଷ୍ଣୁ ପାଣି ସିଞ୍ଚନ୍ତି ଆକାଶ ମଣ୍ଡଳିଆ ।
ଋକବେଦ ହେଲା ପତ୍ର ଶାମବେଦ ପୁଷ୍ପ,
ଯଜୁରବେଦ ଫଳ କଢ଼ ହୋଇଲା ପ୍ରତ୍ୟକ୍ଷ ।
ଅଥର୍ବ ଯେ ବେଦ ଫୁଟି କପା ହେଲା ଜାଣ;
ଶିଶୁ ବେଦ ମଞ୍ଜି ପୁଣି ହୋଇଲାକ ପୁଣ ।
ମନ-ଖାଇ କରି ବ୍ରହ୍ମା ଖୁଆଇଲେ କପା,
ବିଷ୍ଣୁ ଯେ ତୁଳା ଭିଣିଲେ ନାମ ସେ ଅଜପା ।
ଈଶ୍ୱର କାଟନ୍ତି ସୂତା ବସନା-ଅରଟେ,
ହେତୁ ପଞ୍ଚାଳିରେ ପହୁଞ୍ଚାଇଲେ ତ୍ୱରିତେ ।
ଗାୟତ୍ରୀ ଛଡ଼ ନାଡ଼ରେ ଛଡ଼ ଗୁଣ କରି,
ଛଡ଼ ନାଡ଼େ ପଇତା ଖଞ୍ଜିଲେ ଋତୁଧରି ।
ନାଡ଼କେ ନଅଖିଅ ଥୋଇଲେ ଏକ ତୁଳେ,
ଛ ନୁଆଁ ଚଉବନ ଦିଶିଲା ଅମୁଲେ ।
ହୀରା ନୀଳା ମୋତି ଯେ ମାଣିକ୍ୟ ମରକତ,
ଛାଡ଼ ଛଡ଼ ବର୍ଣ୍ଣେ ସେ ଦିଶିଲା ପୁଲକିତ ।
ଅନାଦି ନାଥ ଗଢ଼ିଲେ ବ୍ରହ୍ମ ମନ୍ତ୍ର ଗୋଟି,
ଗାୟତ୍ରୀ ସାବିତ୍ରୀ ତୁଲେ ଦେଲେ ବ୍ରହ୍ମଗଣ୍ଠି ।
ବ୍ରହ୍ମାଙ୍କ କନ୍ଧେ ଦେଲେ ଅନାଦି ତୋଷମନେ,
ଏମନ୍ତ ସଞ୍ଚିଲେ ଯୋଗ ପଇତା ବିଦ୍ୟମାନେ ।
ଏମନ୍ତ ସଞ୍ଚିଲେ ଜାଣ ପଇତା ଭିଆଣ,
ଭୀମସେନ ଦାସ ଏହା ବଖାଣିଲେ ପୁଣ ।
(ଗାୟତ୍ରୀ-ମନ୍ତ୍ର) ଅଷ୍ଟାଙ୍ଗ ବିଚାର ଏବେ କହିଦେବା ଶୁଣ,
ଅଷ୍ଟକୋଟି ସ୍ଥାନ ଏହୁ ଦେହରେ ପ୍ରମାଣ ।
ମୁଖ ନାଶା ଚକ୍ଷୁ କର୍ଣ୍ଣ ଏହି ଚାରିଦ୍ୱାର,
ବେନି ବେନି ହୋଇ ଦେଖ ଏ ଚାରି ସ୍ଥାନର ।
ଏହି ଚାରି ଦ୍ୱାରକୁ ଅଷ୍ଟାଙ୍ଗ ବୋଲି କହି,
ସିଦ୍ଧି ମହୀ ବୋଲିଣ ଯେ ତଥି ପାଶେ ରହି ।
ଧେୟ ଜନ ପ୍ରତେ ଦୟା ପୁଣି ସେ ତୋହରି,
ଚବିଶ ଅକ୍ଷର ତ୍ରିପାଦେ ଗାବ ଚରି ।
ପର ର ଜଶ ଶବଦ ମିଶିଣ-ବତିଶ,
ଚାରି ପାଦ ଧରି ଗାଇ ଅଷ୍ଟାଙ୍ଗରେ ବାସ ।
ଋକ ଶାମ ଯଜୁ ଅଥର୍ବ ଏ ଚାରି ଘେନି,
ଅଷ୍ଟ ସ୍ଥାନେ ବସିଛନ୍ତି ଅଜପା ସେ ମୁନି ।
ଶର ଚକ୍ଷୁ ରଜ ନାସା ଶଶ ମୁଖରେଣ,
ବଦ ବେନି ବସିଛନ୍ତି ବେନି ଯେ ଶ୍ରବଣ ।
ଅରର ଅଛବି ପୁଡ଼ା ଡ଼ାହାଣ ଚକ୍ଷୁରେ,
ଅଜ ଦୟା ଅବରଣୀ ଦକ୍ଷିଣ କର୍ଣ୍ଣରେ ।
ଇସଂସଇ ଭୃଙ୍ଗ ଦେବୀ ଉପର ଯେ ଓଷ୍ଠ,
ଉରୁ ଉର ସିଦ୍ଧି ମହୀ ବାସା ନାସାପୁଟ ।
ଓ ବୋଧୋୟ ଜନ ବାସ ଶ୍ରବଣ ମଧ୍ୟରେ,
ଓ ଯେ ଅପ୍ରବେ ଘେନିଣ ଦକ୍ଷିଣ ନାସାରେ ।
ଅଶେଷ ଦୟା ଦେଖତ ଓହେଳର ଓଷ୍ଠ,
ଅଥରବ ବାସ ଚକ୍ଷୁ ମଧ୍ୟରେ ଯେ ଉଷ୍ଟ ।
ମିଶି ବତିଶ ଅକ୍ଷର ଚତୁଃ ପାଦେ ଗାଈ,
ପୁଚ୍ଛ ବାଟେ ଗାବ ପୁଣି ଆହାର କରଇ ।
ମୁଖ ବାଟେ ଆହାର ନେଇଣ ବଳକଇ,
ଏହି ମନ ଗୋଟି ସିନା ଗାବ ବୋଲି କହି ।
ରଖୁଆଳ ଚଇତନ ରଖେ ନିରନ୍ତର,
ଆଧାର ଭକ୍ଷଇ ଗାଈ ଛଡ଼ି ଯେ ଅକ୍ଷର ।
ଛଡ଼ଚକ୍ର ଛଡ଼ ମୁଖ ବୋଲିଣ ଯେ ଜାଣ,
ପବନ ସ୍ୱରୂପୀ ଗାଇ ଯାଇ ଆସେ ପୁଣ ।
ଆଗମ ନିଗମ ଗାଈ ବସାଇଣ ପାଶେ,
ବେଦମାତା ଗାୟତ୍ରୀଟି ନିଗମ ଅଭ୍ୟାସେ ।
ବାର ଯେ ଅଙ୍ଗୁଳି ବାର ଯୁଣ ବୋଲି ଜାଣ,
ଭିତରେ ଭେଦି ପଶିବ ଏହି ବାର ଯୁଣ ।
ବାର ଯୁଣ ବଳିଗଲେ ପଳାଇବ ଗାଈ,
ଭାଙ୍ଗିଯିବ ଗୁହାଳ ଯେ ଲୋଡ଼ିଲେ ନ ପାଇ ।
ଏ ଭେଦ ଜାଣିଲେ ସେ ବ୍ରାହ୍ମଣ ବୋଲି ଜାଣ,
ଦକ୍ଷିଣ କନ୍ଧେ ପଇତା ବୋହିବା ପ୍ରମାଣ ।
ଅଷ୍ଟାଙ୍ଗକୁ ଯାଇଣ ଯେ ଅଜପାକୁ ଜପ,
ଦାରୁଣ ନିଷ୍ଠୁର ନାମ ନ ଲାଗଇ ଧାପ ।
ତେଣୁକରି ତୁମ୍ଭ ଆଗେ ଫିଟାଇ କହିଲେ,
ଅଭ୍ୟାଗତ ଭଣ୍ଡାରରୁ ଏତକ ଆଣିଲେ ।
ଭୀମ ଲେଖେ ଶ୍ରୀଗୁରୁ ସୁମରି,
ପ୍ରଶ୍ନ ଉତ୍ତର ସମସ୍ୟା କହିଲି ବିସ୍ତାରି ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ