ଏବେ ମରୁଅଛି ଝୁରି
୧୮୬୭–୧୯୪୩
- ସଂକଳନ: ମଧୁଚକ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୬
- ସ୍ଥିତି
- ସାର୍ବଜନୀନ (Public domain)
ଦରିଦ୍ର ରତନ ପାଇ ହରାଇଲା ପରି ।ଦୁରେ ଥିଲେ ପାଶେ ଅଛି ଏହା ଥିବୁ ଘେନିକେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀପ୍ରୀତି ଅଭେଦ ତାଙ୍କର,ଯେତେ ଦୂରେ ଥିଲେ ଯେ ଯାହାର ସେ ତାହାର ।ସେତେ ଦୂରେ ପତ୍ର ପଡ଼ିଥାଇଁ ରେ ନବୀନା,ଚିହ୍ନା କି ନୁହଇ ତାହା ବୃକ୍ଷ ନାମ ବିନା,ବନ୍ଧୁ ତେମନ୍ତ ମୁଁ ତୋର ,ସବୁଠାରେ ବୋଲାଉଛି ସୁନ୍ଦରୀ କୋୟର ।ଶିବେ ଆଶ୍ରେ କରି ବୃଷ,ଘାସ ଗ୍ରାସ ପ୍ରାୟେ ତ ନ ଗଲା ମୋର କ୍ଲେଶ ।ଏବେ ଅନୁଭବ ହେଲା,ଗ୍ରହରେ ମଙ୍ଗଳ ପଦ ଯେମନ୍ତ ରହିଲା ।ରାହୁ ଦଶା ପ୍ରାୟେ ମୋର,ସୁଧାପାନ ଉତ୍ତାରୁ ଛେଦନ ହେଲା ଶିର ।ଚନ୍ଦ୍ରକୁ ଚକୋର ଜଳଧରକୁ ଚାତକ-ପ୍ରାୟ ତୋତେକରିଥାଇଁ ମୁଁ ଆଶା ଅନେକ ।ନଦୀ ସଦୃଶେ,ରସିଲା ମନ କି ଲେଉଟି ଆସେ ।ସୁନା ଦହନ,ରଖିଲେ ଅଧିକ ବଢ଼ଇ ବାନ ।ପ୍ରଭା ମୂଲ୍ୟ କି ତୁଟେ ରତ୍ନମଣିରଜୀର୍ଣ୍ଣ ବସନରେ ଥିଲେ ।ପଙ୍କ-ଦୂଷିତ ଜଳେ ଥିଲେ କୁମୁଦଚନ୍ଦ୍ର କି ପ୍ରୀତି ନ କରେ ।ଭୃତ୍ୟ ହୋଇଲେଦୋଷୀପ୍ରଭୁ ହୋଇଲେରୋଷୀଅଛି କି ଉପାୟ ସରିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର