ବ୍ୟଙ୍ଗ କବିତା — ମଧୁସୂଦନ ରାଓ · ସ୍ୱର୍ଣ୍ଣଲିପି‘‘ସାବାସ୍ ସାହିତ୍ୟଚର୍ଚ୍ଚା ସାବାସ୍ ସାବାସ୍’’ଭଲ ଅଲାଜୁକ ଲେଖକେ ବୃଥା ଭିଆଇ କଳି,ଅମ୍ଳାନ-ବଦନେ ପବିତ୍ର ନୀତି ଚରଣେ ଦଳି ।ବାହାଦୂରି ନେବା ଆଶ୍ରୟେ ହୋଇଅଛ ବାହାର,ବାହାପିଆ-କୁଳଭୂଷଣ, ତୁମ୍ଭ ପଦେ ଜୁହାର ।ଦୁଷ୍ଟ ବାଣୀ କୋଠଭଣ୍ଡାରୁ ବାଛି ଅବାଚ୍ୟ କଥାକି ଖେଳ ଖେଳୁଛ ଲେଖକେ ଧନ୍ୟ ସୁରୁଚି ପ୍ରଥା ।ହ୍ରୀମତୀ ପ୍ରକୃତିଦେବୀର ଲଜ୍ଜା-ବସନ ଫେଇମାରାତ୍ମକ ଚିତ୍ର ଚିତ୍ରୁଛ ମାର-ତୂଳିକା ଦେଇ !ରଞ୍ଜୁଅଛ ଆହା କି ରଙ୍ଗେ ସେହି ବିଭତ୍ସ ଚିତ୍ରଉତ୍କଳ-ସାହିତ୍ୟ ହେଲା କି ଏତେଦିନେ ପବିତ୍ର !ଭୂଷଣ(୧) ନାମରେ ଦୂଷଣ କେହି ଅଟ ମାୟାବୀ,କେଶରିଚର୍ମରେ ରାସଭ କର ଭୀଷଣ ଦାବୀ ।ଗର୍ଜନ ତର୍ଜନ କରିଣ ବହି ସୁରୁଚି ବାନାକୁରୁଚି-ନର୍ଦମା-କର୍ଦମେ ପଡ଼ି ଗଡ଼ୁଛ ସିନା !ଯୁବରାଜ(୨) ଶୁଭେ ବିରାଜି ଭଞ୍ଜକାବ୍ୟକୁଞ୍ଜରେକି କ୍ରୀଡ଼ା କରୁଛ ଶୁଭଗ, ବ୍ରୀଡ଼ାଛଡ଼ା ଖଞ୍ଜରେ !ବ୍ରଜରାଜ ପ୍ରାୟେ କାହାର ଅଙ୍କ ଉଜଳି ଭଲେଭଣ୍ଡ ଭାଗବତ ଭାଷୁଛ ମିଶି ରସିକପଲେ ।ମାକଡ଼ସା ପ୍ରାୟେ କେହି ବା ନିଜ ଜାଲେ ଜଡ଼ିତ,ଜଟିଳ କୁଟିଳ ଗୋଲକ-ଧନ୍ଦା(୩) ରଚି ତ୍ୱରିତ,କହୁଅଛ ‘ଦେଖ ଦେଖ ରେ, ପୂତ କାମାଖ୍ୟା ପୂରୀ,ମେଣ୍ଡା ହୋଇଯାଅ ଭେଣ୍ଡାଏ ଦେଖି ବ୍ୟାଖ୍ୟାଚାତୁରୀ ।’ହଉ ହଉ ମାତି ବୀଭତ୍ସେ ଯାଅ ଯାଅ ହେ ଢାଳି,ମଳ ମୂତ୍ର କ୍ଳେଦ କୁତ୍ସିତ ସୁଖେ ବଜାଇ ତାଳି ।ଲଜ୍ଜା ଭକ୍ତି ପୁଣି ସାରଲ୍ୟେ ଫିଙ୍ଗି ଦେଇଣ ଦୂରେ,‘ହିପ୍ ହିପ୍ ହୁର୍ରେ’ ଗାଅ ରେ କଳିଯୁଗିଆ ଶୂରେ ।ଭାବୀ ବଂଶଧରନିକରେ ନିତ୍ୟ ଆନନ୍ଦଭରେତୁମ୍ଭ ନର୍ଦମାର କର୍ଦମ ପାଣି ପିଆଅ ଖରେ ।ତୁଳସୀ ସମୂଳେ ଉପାଡ଼ି ରୋପ ବିଛୁଆତିକି,ଦୁଇ ପତ୍ରବେଳୁ କୁଣ୍ଡାଇ ହେବ ସିନା ଏତିକି ।ନଦୀ ପ୍ରସ୍ରବଣ ମୂଳକୁ ଫିଙ୍ଗ ନର୍ଦମା ପଙ୍କ,କାଳେ ସ୍ରୋତ ହେବ ନିର୍ମଳ, ହୃଦେ ଏହି ଆତଙ୍କ ।ମୁରାରି ଭଣଇ, ସ୍ୱର୍ଗକୁ ଜିଣି ଯା ଗରୀୟସୀ,ଜନ୍ମଭୂମି ପୁଣି ଜନନୀ ତାଙ୍କ ପାଦ ପରଶି ।ଦେଉଅଛି ମୁହିଁ ଦୋହାଇ ତାଙ୍କ ପବିତ୍ର ନାମେ,ପୁଣ୍ୟ ଶ୍ରୀ ହ୍ରୀ ପୁଣି ଭକତି ରହୁ ସାହିତ୍ୟ-ଧାମେ * ।(୧) ‘କବିଭୂଷଣ’ ନାମଧାରୀ ଜଣେ ଲେଖକ ।(୨) ‘ଯୁବରାଜ’ ମୁଖାଧାରୀ ଲେଖକ ।(୩) ‘ଗୋଲକଧନ୍ଦା’ ବା ଗୋ-ଇନ୍ଦ୍ରଧନୁର ଜଣେ ପ୍ରଧାନ ଲେଖକ ।* ଏହି ପଦ୍ୟଟି ଏବଂ ପରବର୍ତ୍ତୀ କାବ୍ୟାଂଶ ଉତ୍କଳର ପ୍ରସିଦ୍ଧ ଭଞ୍ଜୀୟ ଆନ୍ଦୋଳନକୁ ଲକ୍ଷ୍ୟ କରି ଲିଖିତ ହୋଇଥିଲା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଭଣ୍ଡରସାୟନ କାବ୍ୟ
ଉତ୍କଳ ସାହିତ୍ୟକ୍ଷେତ୍ରେ ଲାଗିଛି ସମର,
ଅବ୍ଦବ୍ୟାପୀ ଶବ୍ଦମୟ ମହାଭୟଙ୍କର ।
କୁକ୍ଷଣେ ସୁରୁଚିଧ୍ୱଜୀ ଲାଲାଜୀ ଭୀଷଣ
ମନ୍ତ୍ର-ପରତନ୍ତ୍ର ରଣ-ରଥି ବିଚକ୍ଷଣ ।
ଭଞ୍ଜକୀର୍ତ୍ତି-ବିଭଞ୍ଜନ-ବ୍ୟାପାର-ପ୍ରୟାସୀ,
ସମରପ୍ରାଙ୍ଗଣେ ରଙ୍ଗେ ଦେଖାଦେଲେ ଆସି ।
ବଜାଇଲେ ନୀତି-ଭେରୀ ଗରଜି ଭୈରବେ,
ଚକିତେ ଗୋଲକଧନ୍ଦା ଶୁଣିଲେ ସେ ରବେ ।
ବୃଷଭଗର୍ଜନ ଶୁଣି ବୃଷଭ ଯେସନ,
ପୁଙ୍ଗବ ଗୋଲକଧନ୍ଦା ଗରଜି ତେସନ ।
ମିଳିଲେ ନଛୋଡ଼ବନ୍ଦା ସମରଚତ୍ୱରେ,
ଏହିରୂପେ ବାକ୍ୟଯୁଦ୍ଧ ଉପୁଜିଲା ଖରେ ।
ରେରେକାର ଶବ୍ଦେ ଧନ୍ଦା ବୋଇଲେ ସକୋପେ,
‘‘ସୂଚ୍ୟଗ୍ର ପ୍ରମାଣ ଦୋଷ ଭଞ୍ଜେ ଯେ ଆରୋପେ ।
ସେ ଉତ୍କଳକୁଳାଙ୍ଗାର ମୂଢ଼ ଅବିବେକ,
ନ ଜାଣଇ ନିଷ୍କଳଙ୍କ ଭଞ୍ଜକବି ଟେକ ।
ତୁ କି ଜାଣିବୁ ରେ ଲାଲା, ଉପେନ୍ଦ୍ର ଗୌରବ,
ପୁଂସ-ପୁଂସୀମଣିଙ୍କର ପୀରତି-ସୌରଭ ?
ଆରେ ଲାଲା ରାୟ-ଚେଲୀ ! ହୁଅ ସାବଧାନ,
ନୋହିଲେ ହୋଇବ ଲଙ୍କାକାଣ୍ଡର ବିଧାନ ।’’
ଥାଇ ବୋଇଲେ ଲାଲାଜୀ, ‘‘ଆରେ ଧନ୍ଦାସୁର,
ଅଲାଜୁକ ମାରଶିଷ୍ୟ ବିଷ-ବୀଜାଙ୍କୁର
ରେ ଅନ୍ଧ ଗୋଲକଧନ୍ଦା, ଦେଖିଛୁ କି ଫେଡ଼ି ?
ଗୌରବପୂରିତ ଭଞ୍ଜଗୌରବର ପେଡ଼ି ?
ଦେଖିଥିଲି ଥରେ ବସ୍ତ୍ର ନାସିକାରେ ଗୁଞ୍ଜି,
ପୁଂସ ପୁଂସୀ ଭିଡ଼ାଭିଡ଼ି ଭଞ୍ଜକାବ୍ୟପୁଞ୍ଜି
ନାଗର-ବିଲୁଆଙ୍କର ହୁକେଁ ହୁଁ ଶବଦ,
ନାଗରୀ-କୁକ୍କୁରୀଙ୍କର ଇଷି ଇଷି ପଦ ।
ଆଚୁଁଡ଼ା ଆଚୁଁଡ଼ି ପୁଣି କାମୁଡ଼ା କାମୁଡ଼ି,
ପରସ୍ପର ଚଟାଚଟି ପୁଣି ଗଡ଼ାଗଡ଼ି ।
ଏ ବୀଭତ୍ସ ବ୍ୟାପାରର କ୍ଳେଦମୟ ଗନ୍ଧ
ଅସୁର ନିକଟେ ସିନା ଅଟଇ ସୁଗନ୍ଧ ।’’
ଦୁର୍ଯ୍ୟୋଧନ ପ୍ରାୟେ ମାନୀ ଧନ୍ଦା ମହାବୀର
ଜର୍ଜର ଦାରୁଣ ରୋଷେ ବୋଲେ ଭୀମଗିର ।
‘‘ଆରେ ଲାଲା ଅବିନୀତ ! ଏଡ଼େ ତୋ ବଡ଼ାଇ,
ରହ ରହ କ୍ଷଣେ, ଗର୍ବ ଦେବି ତୋ ଛଡ଼ାଇ ।
ଭଞ୍ଜଶିଷ୍ୟଗଣେ ଯେବେ ଶୁଣିବେ ତୋ କଥା
ତୁ କି ଛାର, ନ ରହିବ ତୋର ଗୁରୁ ମଥା !’’
ଏଥୁଅନ୍ତେ ପରସ୍ପରେ ଚାହିଁ କଟମଟେ,
ସୁମରିଲେ ଯେଝା ମିତ୍ରେ ଏ ମହାସଙ୍କଟେ ।
ସ୍ମରଣମାତ୍ରକେ ମିତ୍ରେ ପତ୍ରିକାକ୍ଷେତ୍ରରେ
ଗୋଲକାଲାଲକାଶ୍ଚୈବ ମିଳିଲେ ସତ୍ୱରେ ।
ଧର୍ମକ୍ଷେତ୍ର କୁରୁକ୍ଷେତ୍ର ଯେସନ ଦ୍ୱାପରେ
କୌରବାଃ ପାଣ୍ଡବାଶ୍ଚୈବ ପ୍ରଚଣ୍ଡ ସମରେ
ଲାଗିଲା ମନ୍ତ୍ରଣା ତହୁଁ ଉଭୟ ଶିବିରେ;
ଯୁଝିବେ ଏ ମହାଯୁଦ୍ଧେ କେଉଁ କେଉଁ ବୀରେ ।
କି ଅସ୍ତ୍ର ପ୍ରୟୋଗେ ହେବ ରିପୁ ପରାଭବ,
କି କୌଶଳ ଜଣାଯିବ ଏ ମହାଆହବ ।
ଗୋଲକ ଶିବିରେ ଲାଗିଥିଲା କୋଳାହଳ,
କିନ୍ତୁ ଏ କି ସହସା ଯେ ହୋଇଲା ନିଶ୍ଚଳ ।
ସମ୍ମୁଖେ ହୋଇଲେ ଉଭା ଛଇଳାମଣିର
ଭୁରୁ ସମ ଇନ୍ଦ୍ରଧନୁ ହସ୍ତେ ଧରି ବୀର ।
ଆଦିରସ-ରସାତଳ-ଅତଳ-ବିତଳ-
ମନ୍ଥନକୁଶଳ ଅଭିନବ ଆଖଣ୍ଡଳ ।
ପୀରତିଆ ନାମେ ଶୂର ଭଞ୍ଜ-ଅନ୍ତେବାସୀ,
ଉଲ୍ଲାସେ କହଇ, ‘‘ଦେଖ ଯୋଧୃବୃନ୍ଦେ ଆସି ।
ମନ୍ତ୍ରପୂତ ଏହି ଧନୁ କଟାକ୍ଷସଙ୍ଗତ
ବ୍ୟାଖ୍ୟାଶରେ ହେଲେ ଯୁକ୍ତ ଜିଣେ ତ୍ରିଜଗତ ।’’
ଦର୍ଶନେ ଅବାକ ହୋଇ କ୍ଷଣେ ଯୋଧୃଚୟ
ଆଶା ଆନନ୍ଦରେ ମାତି ବୋଲନ୍ତି ନିଭୟ–
‘‘ପୀରତିଆରୂପୀ ଇନ୍ଦ୍ର ଧନ୍ୟ ଧନୁର୍ଦ୍ଧର !
ହେଲୁଁ ଆଜିଠାରୁ ସର୍ବେ ତୁମ୍ଭ ଅନୁଚର,
ଯୋଗାଇବୁଁ ମୁହୁର୍ମୁହୁଃ ବ୍ୟାଖ୍ୟରୂପ ଶର ।’’
ତେଣେ ଉପୁଜିଲା ତ୍ରାସ ଲାଲାଶିବିରରେ
ଧନୁ ଆସ୍ଫାଳନ ଦେଖି ବିପକ୍ଷଦଳରେ ।
କି ହେବ କି ହେବ ବୋଲି ପଡ଼ିଗଲା ରଡ଼ି,
ଶର୍ମା ନାମେ ମର୍ମାନ୍ୱେଷୀ ପକାଇଣ ଖଡ଼ି ।
ବୋଇଲେ ସେ ଆଶୁଦେବ ବିନା ନାହିଁ ଗତି,
ଶରଣ ପଶ ହେ ସର୍ବେ ଯାଇ ତାଙ୍କ କତି ।
ଶରଣବତ୍ସଳ ଦେବ ସ୍ମରଣମାତ୍ରକେ
ଉପସ୍ଥିତ ହେଲେ ଆସି ଲାଲାଙ୍କ କଟକେ ।
ବୋଇଲେ, ‘‘ଦେଖ ଏ ଅସ୍ତ୍ର ବିଜୁଳି ସୁନ୍ଦର,
ଅନୁଗତ ଯାର ନିତ୍ୟ ବଜ୍ର ଭୟଙ୍କର,
ବିଜୁଳିର ଉପହାସ ସଙ୍ଗେ ବଜ୍ରନାଦୀ
ଗୋଟା କେତେ ଭାଷ୍ୟ ଘେନି ହୁଅ ହେ ବିବାଦୀ ।’’
ଆହ୍ଲାଦେ ଗରଜି ସର୍ବେ ରୁଚିଧ୍ୱଜୀ ବୀରେ
ହାସ୍ୟଭାଷରଙ୍ଗେ ତହୁଁ ମାତିଲେ ଅଧୀରେ ।
ଇନ୍ଦ୍ରଧନୁ ବ୍ୟାଖ୍ୟା ପୁଣି ବିଜୁଳିର ଭାଷ୍ୟ
ପରସ୍ପର ଯୁଦ୍ଧଫଳ କ୍ରମଶଃ ପ୍ରକାଶ୍ୟ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ