ବିଧବା
ଗୋଦାବରୀଶ ମିଶ୍ର
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୦
- ସ୍ଥିତି
- ସାର୍ବଜନୀନ (Public domain)
କିଏ କହେ, ବିଧାବା ଗୋ, ଚିର ଦୁଃଖୀ ହୋଇଏ ବିଶ୍ୱ ସମ୍ପଦ ମଧ୍ୟେ ଅଛ ତୁମେ ରହି;ହରାଇ ଦେଇଛ ଯାହା ପରାଣର ଧନ,ପଥ ଭିଖାରିଣୀ ଦୁଃଖେ ଯାପୁଛ ଜୀବନ ?ଏ ଜଗତେ ବିଶ୍ୱଶିରୀ ଅଛି କେତେ ପୂରିଅବନୀ ଗଗନେ, ହେବ କଳନା କି କରି ?ଏ ଶିରୀ ସକଳ ପୁଣି ଜିଣି ଅବହେଳେ,ତୁମ ନିଧି, ବିଧବା ଗୋ, ବିରାଜେ ଭୂତଳେ ।ହରାଇ ଦେଇଛ ସତ ପରାଣର ଧନ,ମରତ ସମ୍ଭୋଗେ ଦିନେ ନୋହିଲ ଭାଜନ ।ଏ ଯେ କିନ୍ତୁ ବସିବାର ନିରତେ ଅନାଇଁ,ଜପିବାର ସେ ମନ୍ତର ହୃଦପୀଠେ ବହିଏ ଯେଉଁ ସାଧନା ନୀତି କଠିଣ ତିୟାଗ,ରଖିବା ପରାଣେ ଜାଳି ପ୍ରୀତି-ପୂତ ଯାଗ;–କି ଅଛି ଜଗତେ ୟାର ହେବ ସରିସମ ?ଏ ଦୀନ ଦଇନେ ତୁମେ ତ୍ରିଦିବଭୂଷଣ ।ଭାଳୁଥାଅ, ବିଧବା ହେ, ଢାଳୁଥାଅ ପ୍ରୀତି;ଅନନ୍ତ ଏ ବିତ୍ତେ ଜନ୍ମ ଯାଉ ତବ ବିତି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ