ଭିକ୍ଷା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୬
- ସ୍ଥିତି
- ସାର୍ବଜନୀନ (Public domain)
ଭୋକେ ତା ଜଳୁଛି ପେଟ; ବୁଲୁଛି ଭିଖାରି,ଚିରାକନା ଖଣ୍ଡିକେ ସେ ମେଖଳ ଆବରି ।ବେନି ନେତ୍ରୁ ଝରୁଅଛି ବେନି ଅଶ୍ରୁଧାର;କପାଳେ କୁଞ୍ଚିତ ମହା ସନ୍ତାପର ଭାର ।କହୁଛି ଭିଖାରି, “ହାତେ ଦେବ କେ ମୁଠିଏ,ଦୁଇ ଦିନେ ଚୁଲି ମୋର ଜଳଇ ଓଳିଏ ।”ଦୁଇ ଦିନେ ଓଳିଟାକ ଦାନା ଖଞ୍ଜିବାକୁକିଏ ଜାଣେ ହରିଙ୍କର ବରାଦ କାହାକୁ ।ଗ୍ରାମମଧ୍ୟେ ଧନିଜନ କୁବେର ଉଆସ,ସାକ୍ଷାତ ଲକ୍ଷ୍ମୀ ସେ ତହିଁ କରିଛନ୍ତି ବାସ;ଐଶ୍ୱର୍ଯ୍ୟ ସମ୍ପଦେ ପୁରୀ ପଡ଼ୁଛି ଉଛୁଳି,ହୀରା, ନୀଳା, ମୋତି, ମଣି ହେବ ନାହିଁ କଳି ।ସୁବର୍ଣ୍ଣ ଫଳକେ ତହିଁ ମାଣିକ୍ୟ ଅକ୍ଷରେଲେଖାଅଛି, “ଆସ ଯେତେ ଦୀନ ଦୁଃଖୀ ନରେ !ରାତିକ ବିତାଇ ଏଥି ଅତୁଳ ସମ୍ପଦେଧନରତ୍ନ ଘେନି ପୁଣି ବାହୁଡ଼ିବ ମୁଦେ ।”ମୁହୂର୍ତ୍ତକ ଆଖି ତହିଁ ପକାଇ ଭିଖାରିଭିଖ ମାଗି ମାଗି ବାଟେ ଗଲା ତାର ଚାଲି ।ଗାଆଁ ମୁଣ୍ଡେ ଦରିଦ୍ର ସେ ଅରକ୍ଷିତ ଏକଅଧପେଟେ ହେବା ଭଳି ଆଣିଥିଲା ଭିଖ ।ଡାକିଲା, ‘ଆସ, ରେ ଭାଇ, ନୁହ ତୁ ଅଥୟେ;ଖାଇବା ରେ ଏ ମୁଠିକ ବାଣ୍ଟି ଆଜି ଦିହେଁ ।”ବେନି ଜନେ ବଣ୍ଟାବଣ୍ଟି ହୋଇ ସେ ମୁଠିକଖାଇଲେ, ନିବାରି ପେଟୁ ଅଧାଅଧି ଭୋଖ;ଶୋଇଲେ, ସେ ଗଛଛାଇତଳ ଆଶ୍ରା କରି,ଆର ଦିନ ଗଲେ ପୁଣି କାର୍ଯ୍ୟ ଅନୁସରି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ