ନିମିଷକ ଦେଖା
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୮୮
- ସ୍ଥିତି
- ସାର୍ବଜନୀନ (Public domain)
ନିମିଷକ ଦେଖା ଯଦି ହେ ଏବେ ଦିଅନ୍ତ ଆସି,ବୁକୁରେ ମୁଁ ତୋଳି ଧରନ୍ତି, ଦୂର ବିଦେଶବାସି ।ଚାଲି ଯେବେ ଗଲ ତୁରିତେ ଶେଷ ମେଲାଣି ଘେନି,ନିମିଷେ ଅନାଇଁ ରହିଲି, ଫେଇ ନୟନ ବେନି ।ଏ ଜୀବନ ଦେଖା ସେତିକି, ହେଲା ନାହିଁ ପରତେ;ତୁନି ହୋଇ ବସି ରହିଲା, କି ଯେ ଭାବିଲି ଚିତ୍ତେ ।ପଦେ ହେଲେ ବାଣୀ ବଦନୁଁ ନାହିଁ ସ୍ଫୁରିଲା ମୋର,ମେଲାଣି ଟିକକ ଘେନି ମୁଁ ହୋଇଥାନ୍ତି ଅନ୍ତର ।କ୍ଷଣକ ଲାଗି ବା ଯେବେ ହେ ଅବତରି ମରତେ,କ୍ଷଣକର କ୍ଷୀଣ ବନ୍ଧନ ବାନ୍ଧିଥିଲ ଜଗତେ;କ୍ଷଣିକ ସମ୍ପଦ ବରଣେ ଯଦି ଥିଲା ବା ଫୁଟି,ପାରିଥାନ୍ତ ରହି ଅଧିକ ଆଉ କ୍ଷଣେ କି ଏଥି ?କେତେ ଫୁଲ ଡାଳୁଁ ନ ପଡ଼େ ଝଡ଼ି କୁସୁମବନେ,ଏଭଳି ଫୁଲ କି ମଉଳି ଝଡ଼ି ପଡ଼ିଛି ଦିନେ ?କେତେ ଅବା ଆଶା ଅସୀମ କ୍ଷୁଦ୍ର ହୃଦୟେ ପୋଷି,ଏତେ ଦୂର ଏହି ବିଦେଶେ କାହୁଁ ଥିଲ ହେ ଆସି ?କେତେ ବନ କେତେ ପାହାଡ଼ ଲଙ୍ଘି ବିଜନପଥେ,ମିଳିଲ ଏ ନବରାଇଜେ କେଡ଼େ ହରଷଚିତ୍ତେ ।ସେ ଆଶାରୁ କଣିକାଏ ବା ସେହି ହରଷୁଁ ତିଳେରଖି ହେଲେ ଯାଇଥାଆନ୍ତ ଚାଲିଯିବାର ବେଳେ !କିବା ଶୋହାଶିରୀ ଅଧିକ ଥିଲ ଏ ବନେ ଦେଖି ,ନ ତେଜିପାରି ଯେ ମୋହନ ଆସି ମିଳିଲ ନିକି !ଦିନେ ହେଲେ ବୁଲିଥାଆନ୍ତ ତରୁଲତାର ମେଳେ,ଅଙ୍ଗଶ୍ରମ ଫେଡ଼ି ଛାଇରେ ବସିଥାଆନ୍ତ ବାରେ;ଏ ନଈ ପୋଖରୀ ସଲିଳେ ସୁଖେ ପଖାଳି ତନୁ,କି ଭରା ପରାଣେ ଥିଲା ହେ ପୋଛିଥାଆନ୍ତ ମନୁ;ନିମିଷକ ବିହି ନିଦେଶେ ସବୁ ଭାଙ୍ଗିଲା କାହିଁ;ଯେତେ ଆଶା ଥିଲା ହୃଦୟେ, ଲବେ ଫୁଟିଲା ନାହିଁ ।ରୋଗଶେଯ ପାଶେ ବାବୁ ହେ, ଚାହିଁଥିଲି ମୁଁ ବସି,କ୍ଷଣୁ କ୍ଷଣେ ପୁଣି ବଦନ ଆନ ଆସିଲା ଦିଶି ।ବନ୍ଧୁଗଣ ପାଶୁଁ ନିରାଶେ ହୋଇଗଲେ ଅନ୍ତର,ଯେତେବେଳେ ଜଣା ପଡ଼ି ସେ ଗଲା ଅନ୍ତିମ ବେଳ ।ମୁହିଁ ପାଶେ ବସି ରହିଲି ଏଡ଼େ ନିଠୁର ପରା,ନିରେଖିଲି ଉଡ଼ିଯିବାର ଶେଷ ପବନଧାରା ।ନିଜ ହାତେ ଘରୁଁ ତୁରିତେ କରିଦେଲି ଅନ୍ତର,ନିଜ କାନ୍ଧେ ବହିନେଲି ମୁଁ କାହିଁ ବନଭିତର,ନିଜେ ମୁହିଁ ଚିତା ଅନଳ ଦେଲି ଯତନେ ଜାଳି,ଯେହୁ ତୁମ ଜଳା ଚିତାରେ ଦିନେ ଥାଆନ୍ତା ଜଳି ।ବନ୍ଧୁଗଣମେଳେ, ବାବୁ ହେ, ନେଲି ମଉନେ ବହି;ଫେରିଲି ଯା, ପ୍ରାଣପ୍ରାତିମା କାହିଁ ବିସର୍ଜିଦେଇ ।ସେ ସକଳ କଥା ଏବେ ମୁଁ ନିତି ହେଉଛି ଭାଳି;ଆଉ କ୍ଷଣେ ହେଲେ ତୁମରି ସେବା ଥାଆନ୍ତି କରି ।ପିକ ତରୁଡାଳେ ଗାଇଲେ, ନଭେ ଉଇଁଲେ ଶଶୀ,
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ