ଯୁଗଳ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୬
- ସ୍ଥିତି
- ସାର୍ବଜନୀନ (Public domain)
ପାଞ୍ଚ ବରଷ ତା ପୂରିଛି କି ନାହିଁ,ପୁଲକେ ଯାଉଛି ଚାଲି;ହସହସେ ମୁଖ ଫାଟି ପଡ଼ୁଅଛି ,ଅମୃତ ବାରିଧି ଢାଳି ।ଭଲ କରି ଶିଖି ନାହିଁ ଚାଲିବାର,ଢଳି ସେ ପିଅର-କୋଳେ;ଉଦାସେ ପିଲାଟି ଯାଏ କାହିଁ ଆଜିମନ ଅନୁରାଗ ଭୋଳେ ?ସାଙ୍ଗ ସାଥୀ କାହିଁ ନାହାନ୍ତି ସଙ୍ଗତେ,ନାହିଁ ଜଗୁଆଳ ଜନ;ଏକା ସେ କିଭଳି ଦେଇଛନ୍ତି ଛାଡ଼ିପରାଣଦୁର୍ଲ୍ଲଭ ଧନ ?ଚାଲି ଚାଲି ପଥେ କୋମଳ ପୟରେ,ପଲକେ ଶରମଭରେ,ପାଦେ ପାଦେ ବାନ୍ଧି, ପିଲାଟି ଆହା ସେପଡ଼ିଗଲା ଭୂଇଁତଳେ ।ଖଣ୍ଡଦୂରେ ତହିଁ ଖେଳୁଥିଲେ ସୁଖେହସ କଉତୁକେ ମାତି,ବାଳକ ବାଳିକା ସମ ବୟସର,ବଦନ ସମ୍ପଦେ ଭାତି ।ବରଷ ପାଞ୍ଚ ତା ମୃଦୁ ଅପଘନେପୂରିଛି କି ଅବା ନାହିଁ,ନିରେଖି ନିମିଷେ ଆସିଲା ବାଳିକା,କନକ ଚରଣେ ଧାଇଁ ।ମୃଦୁଳ ପରଶେ ଘେନି ବାହୁ ଯୁଗ,ସରଣୀ ଶେଯୁଁ ତା ତୋଳି,ସୋହାଗେ ବାଳିକା ନେଲା ଆଲିଙ୍ଗନେ,‘ଆହା ମୋ କୁନିଟି’ ବୋଲି ।ଆପଣାର ଟିକି ବସନ ଅଞ୍ଚଳେଧୂଳି ଅଙ୍ଗୁ ଝାଡ଼ି ତାର,‘ତୁନି ହୁଅ’ କହି, ପୋଛିଲା ଯତନେନୟନ-ଲୋତକଧାର ।ମଉନେ ପିଲାଟି ଉଠି ଭୂଇଁ ତଳୁଉଦାସେ ହୋଇଲା ଠିଆ;ଅଙ୍ଗ ପୀଡ଼ା ଶିଶୁ ସରମ ବିସୋରି,ଅଧରେ ଫୁଟେ କି ହିଆ ।ବାଳକ ବାଳିକା ଯୁଗଳ ତନୁ ସେଏକଇ ପରାଣେ ଢଳି,ସାଇପିଲା ମେଳେ ଖେଳିଲେ ଉଷତେସୁର ପାରିଜାତ ବଳି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ