ବନମାଳୀ ପଦ୍ୟାବଳୀ — ବନମାଳୀ ଦାସ · ସ୍ୱର୍ଣ୍ଣଲିପିଶ୍ରୀ ଶ୍ରୀ ଗୁରୁ ଗୌରାଙ୍ଗ ଦେବତା ଜୟତି ।(ମଙ୍ଗଳାଚରଣ)ବନ୍ଦେ ଶ୍ରୀକୃଷ୍ଣ ଚୈତନ୍ୟ ନିତ୍ୟାନନ୍ଦ ସହୌଦିତୌ ।ଗୌଡ଼ୋଦୟେ ପୁଷ୍ପବନ୍ତୌ ଯତ୍ରୌ ଶନ୍ଦୌ ତମୋନୁଦୌ ।ବନ୍ଦେ ବୃନ୍ଦାବନଗୁରୁଂ କୃଷ୍ଣଂ କମଳଲୋଚନମ୍ ।ପୀତାମ୍ବର ଘନଶ୍ୟାମଂ ବନମାଳାଂ ବିରାଜିତମ୍ ।ତ୍ରିଭଙ୍ଗ ଭଙ୍ଗିମ ରୂପଂ, ରାଧିକାପ୍ରାଣବଲ୍ଲଭମ୍ ।ଗୋପୀମଣ୍ଡଳମଧ୍ୟସ୍ଥଂ, ଶୋଭିତଂ ନନ୍ଦନନ୍ଦନମ୍ ।ବନ୍ଦନାଜୟ ହେ ଜୟ ବ୍ରଜରାଜନନ୍ଦନ ମୋହନ ନଟବର ଭଙ୍ଗିୟା । ଘୋଷାଦଳିତ- କଜ୍ଜ୍ୱଳ- କାନ୍ତି ମଞ୍ଜୁଳକୁଞ୍ଚିତ- ଘନ- ନୀଳ- କୁନ୍ତଳପୁଷ୍ପ ବେଷ୍ଟିତ ଚଳ ପରିମଳ,ବିରହୀ ଚନ୍ଦ୍ରିକା ଚୂଳିୟା ।ଭାଲେ ଚନ୍ଦନ- ବିନ୍ଦୁ ଉଜ୍ଜଳ,ଶରଦ ଶଶଧର ପୂର୍ଣ୍ଣ ମଣ୍ଡଳ,କର୍ଣ୍ଣେ ଶୋଭିତ ମକର- କୁଣ୍ଡଳ,ତରଳ ତର ତରୁଭଙ୍ଗିୟାବିକତ ସରସିଜ ବହନ ଶୋଭିତ,ମନ୍ଦମୃତର ହାସ- ସସ୍ମିତାକନକ- କଙ୍କଣ ରତ୍ନ ଭୂଷିତ,ମୂରଲୀଧର ନବରଙ୍ଗିୟା । ୩ ।ହୃଦୟେ ମଣ୍ଡଳେ ମଣି ବିରାଜିତ,କୋଟି ଭାସ୍କର କାନ୍ତି ନିନ୍ଦିତ,କୁସୁମଚୟ ବନମାକ ରଞ୍ଚିତ,ଲୋଳ ଲୋଚନ ସାରଙ୍ଗିୟା । ୪ ।ସାରସ ପ୍ରଫୁଲ୍ଲ ବଦନ ବିକଶିତ,ମନ୍ଦ ମଧୂର ମୃତୁହାସ ସ୍ମିତକଟିରେ ସ୍ୱର୍ଣ୍ଣ କିଙ୍କିଣୀ ରଞ୍ଜିତ,ନବଯୁବତୀ ମାନ ଭାଙ୍ଗିୟା । ୫ ।ମଞ୍ଜୁ ମଞ୍ଜରି ନାଦ କଣ,କଣକ୍ଷୁଦ୍ର କିଙ୍କିଣୀ ୠଣିତ ଋଣ ଝୁଣସଙ୍ଗୀତ ଚମକ ସମ ଗାୟନ,ରାସନୃତ୍ୟକ ସଙ୍ଗିୟା । ୬ ।ଚରଣ ପଙ୍କଜ ଅରୁଣ କି ସୁନ୍ଦର,ରକ୍ତ ମାନସ ବନ୍ଦି ମନ୍ଦିର,ସନ୍ତେତ ବନମାଳୀ ଧୀଷଣ,ଉକ୍ତ ଲାଳସ ସଙ୍ଗିୟା । ୭ ।ଚରଣ ପଙ୍କଜ ଅରୁଣ କି ସୁନ୍ଦର,ଉକ୍ତ ମାନସ ବନ୍ଦୀ ମନ୍ଦିର,ସନ୍ତତେ ବନମାଳୀ ଧୀଷଣଉକ୍ତ ଲାଳସ ସଙ୍ଗିୟା । ୮ ।(ରାଗ ମଙ୍ଗଳ- ତାଳ ତ୍ରିପଟା)ଜୟଗୀତିଜୟ ଜଗଭଜନଶରଣାଗତିଦୀନବାନ୍ଧବ ହେ ! ଶରଣାଗତ ରକ୍ଷଣ ଜାଣି ।ଆଶ୍ରେ କରିଅଛି ହୃଦୟ ଥରୁଛିଥରେ ଥରେ ତୁମ୍ଭ କଥା ଶୁଣି । ଘୋଷା ।
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ବଳି ମହୀପତି ସକଳ ସମ୍ପତ୍ତି
ଦେଇ ସମର୍ପିଲା ଶିର ଆଣ ।
ଧରି ତାକୁ ବଳେ ଚାପିଲା ପାତାଳେ
ବିଶ୍ୱାସ ଯିବାରୁତୁମ୍ଭ ବାଣୀ ।୧।
କେତେ ଅନୁଗ୍ରହ ଯାଦବ ନିଗ୍ରହ
ଠାରେ ହେ କମ୍ଭୂରଥାଙ୍ଗପାଣି ।
ଋକ୍, ଶାମ୍ଭ, ଗଦ, ପ୍ରଦ୍ୟୁମ୍ନ ସହିତେ
ସ୍ୱବଂଶକୁ ପକାଇଲ ହାଣି ।୨।
କି ହେବ ଅନେକ କହିଲେ ଜନକ
ସୁତାଠାରୁ ନାହିଁ ସୁଲକ୍ଷଣୀ ।
ନ ବୁଝି ତା ଦୋଷ ବ୍ୟର୍ଥେ ବହି ରୋଷ
ବନେ ନିବେଶିଲେ ତାକୁ ପୁଣି ।୩।
ଧରଣୀ ତଳେ ତରଣୀ ସୁତ ଭୟ
ନାଶିବାକୁ ଯେବେ ଥାନ୍ତା ପ୍ରାଣୀ ।
ବନମାଳୀ ଦାସ ନ ମାଡ଼ନ୍ତା ପାଶ
କୋଟିଏ ସଂପୂର୍ଣ୍ଣ ଦେଲେ ଗଣି ।
(ଶୋକ କାମୋଦୀ- ଆଠତାଳି)
ପ୍ରାର୍ଥନା
ମହାବାହୁ ! ଏହି କଥାରେ ମୋ ମନ ।
ନିତି ଦେଖୁଥିବି ନୀଳାଦ୍ରି ମଣ୍ଡପେ କଞ୍ଜ ସୁନ୍ଦର ବଦନ ହେ । ଘୋଷା
ଅଞ୍ଜଳିରେ ଜଳ ପିଇ, ପିନ୍ଧୁଥିବି ବକଳ କରି ବସନ ।
ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ ।୧।
ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ର ମୁଖ ଚନ୍ଦନଲାଗିବେଳକୁ ।
ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳଙ୍କୁ ।୨।
ଅବକାଶମାନଙ୍କରେ ମୋ ଲାଳସ ହୋଇଥିବ ଅହର୍ନିଶ ।
ତେତେବେଳେ ଡ଼ୋକେ ହେଳେ ନ ଦେଖିବି ବ୍ରହ୍ମା ରୁଦ ଦୀନଈଶ ।୩।
ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି ।
ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକଙ୍କୁ ଚାହିଁ ହସିବି ।୪।
(ରାଗ – ବଙ୍ଗଳାଶ୍ରୀ । ତାଳ... ଆଠତାଳି ।)
ଜଣାଣ
ଆହେ ଜଗବନ୍ଧୁ ! ତୁମ୍ଭବିନୁ ମୁହଁ ନ ଜାଣେ ଆନ ଦେବତା ।
ଆପଣ କରୁଣା ଊଣା କଲେ ଆଉ ନାହିଁଟି କେହୁ ରଖନ୍ତା । ଘୋଷା
ସ୍ୱପନରେ ଦିନେ ଚାହିଁ ନାହିଁ ରହି ତପନକୁ ଭଲ କରି ।
ଜପ ନ କରଇ ଶରଧାରେ ପଞ୍ଚ ଲପନଙ୍କ ନାମ ଧରି ।୧।
ସର୍ବ ତୋ ପ୍ରକାରେ ନ ପ୍ରବର୍ତ୍ତେ ଚିତ୍ତ ପର୍ବତ ନନ୍ଦନାଠାରେ ।
ଖର୍ବ ତନୁରେ ମୁଁ ନ କରଇ ସ୍ତୁତି ପର୍ବ ତିଥିମାନଙ୍କରେ ।୨।
ଶ୍ରୁତିରେ ନ ପୂରଣ ରତିଏ ବସି ମୁଁ ସ୍ମୃତି ଯାହାଛନ୍ତି ଦେଖି ।
ସ୍ଫୂର୍ତ୍ତି ନୁହଇ ଆନଦେବୀ ଦେବତା ମୂର୍ତ୍ତି ତୁମ୍ଭର ନିରେଖି ।୩।
ମନ ବଚନ କର୍ତ୍ତବ୍ୟରେ ତୁମ୍ଭ ଅନବରତରେ ମୁହଁ ।
ଅବଧାନ ନ ହୋଇଲେ ମୁଁ ଭାସିଲି ବନମାଳୀଏତେ କହି ।୪।
(ରାଗ – ବଙ୍ଗଳାଶ୍ରୀ ତାଳ... ଟପା)
ଛଳଭକ୍ତି
ଜଗନ୍ମିବାସ ହେ ! ରଘୁବଂଶେ ତୁମ୍ଭେ ହୋଇଣ ଜାତ ।
କେତେ କୃପାଳୁ ହୋଇଥିଲେ ଆପଣ,
ଏବେ ହେଲ ତ କର୍କଶ ଚିତ୍ତ । ଘୋଷା ।
ଗଉତମ ପ୍ରିୟତମାକୁ ପାଷାଣୁ
ତୋରିଛ ଚରଣ ପରଶରେ ।
ବାନରରାଜ ସୁଗ୍ରୀବେ ଅନୁଗ୍ରହ
ଗାଉଛନ୍ତି ଜନେ ଚଉଦପୁରେ ।୧।
ଗୁହକ ଶବର ଚଣ୍ଡାଳ ଜାତି,
ପ୍ରୀତି ତାହାଠାରେ କଲ କେ ନ ଜଣେ ?
ଏକା ହୋଇ ମୋହଠାରେ ତିନିକଥା
ଅଛି ସତ ସେତ ଜାଣେ ନ ଜାଣେ ।୨।
ମୋ ହୃଦ ପଥର ମୋ ଚେଷ୍ଟା ବାନର
କର୍ମ ମୋହର ଚଣ୍ଡାଳ ବଳି ।
ମୋତେ ଉଦ୍ଧାରିଲେ ରଘୁନାଥଠାରୁ
ବଡ଼ ତୁମ୍ଭେ ବୋଲେ ବନମାଳୀ ।୩।
(ରାଗ କୋଳାହଳ....ତାଳ ଆଠତାଳ)
ମନଶିକ୍ଷା
କଳା ଧଳା ସୋଦରେ, ବଳା ଚିତ୍ତ ମୋଦରେ,
ପଳାଇବ ଦୂରିତ ନ ରହି ମହା ଖେଦରେ । ଘୋଷା ।
ଦଳିତ ସୁଅଞ୍ଜନ, ବଳି ତନୁ ରଞ୍ଜନ
ଲଳିତ ତମାଳ ଇନ୍ଦ୍ରମଣି ଦର୍ପଗଞ୍ଜନ ।୧।
ଗଙ୍ଗାଜଳୁଁ ଧବଳ, ଅଙ୍ଗାବଳୀ ଏ ବଳ,
ରଙ୍ଗାଧର ଶୋଭା ଦେଖ ହେବ ଦୁଃଖ ଦୁର୍ବଳ ।୨।
ଚାହାଁ ଲୋକ ନିସ୍ତାରେ, ମହାବାହୁ ବିସ୍ତାରେ,
ଆହାଲାଦରେ ଏଟି ଚଉଦଲୋକ ସାସ୍ତାରେ ।୪।
ବନମାଳୀ ଭାଷିଲା ଜନମ ବିନାଶିଲା
ଘନଶ୍ୟାମ ରାମଠାରେ ମନ ନ ନିବେଶିଲା ।୪।
(ରାଗ ବଙ୍ଗଳାଶ୍ରୀ, ତାଳ-ଆଠତାଳି)
ଅନାଥର ନାଥ ନୀଳ ଗିରି ନାଥ ଜଗନ୍ନାଥ ଲକ୍ଷ୍ମୀସାଇଁ ।
ଅରକ୍ଷିତକୁ ତ ରଖି ଦେଉନାହିଁ ଭବଜଳରେ ଭସାଇ ।୧।
ଆହେ ହରି ମୁହିଁ ସହି ନ ପାରଇ ଅନ୍ତର ବେଦନା ମାନ ।
ଯେଣୁ କହି ତୁମ୍ଭେ ଦୟା ହେ ନ କଲ ପ୍ରଭୁ ଆତଙ୍ଗନାଶନ ।୨।
ଏଡ଼େ ନିଷ୍ଠୁରତା ହେଲ ମୋଭଳି ଦୁଃଖୀଜନ ହୀନଠାରେ ।
ହୀନଜନମାନେ ଗୁହାରି କରନ୍ତି ନ ଶୁଣ କି ତୁମ୍ଭେ ବାରେ ? ।୩।
ପୋଡ଼ୁ ମୋ ଅଦୃଷ୍ଟ ଅନ୍ତବସ୍ତ୍ର କଷ୍ଟ ଏଡ଼େ ବଡ଼ ପ୍ରଭୁ ଥାଉଁ ।
ଭଣନ୍ତି ବୀର କିଶୋର ମହାରାଜା ପଦ୍ମପାଦେ ଚିତ୍ତ ଥାଉ ।୪।
(ରାଗ ତୋଡ଼ ପରଜ.... ତାଳ ଆଡ଼ତାଳ)
ପ୍ରଭାତ ଅବକାଶ
ଉଠନିଶି ପାହିଲା ଏଥର ହେ ବଂଶୀଧର । ଘୋଷା ।
ମନ୍ଦିରେ ଡ଼ାକିଲେ ଶୁକ, ବୃକ୍ଷରେ ରାବିଲେ କାକ,
କୁହୁ କୁହୁ ରଟେ ପିକ, କୁକୁଟ ଡ଼ାକିଲେ ପରଖର ହେ ।୧।
ଡାକେ ଯଶୋବନ୍ତୀ ଭାଳି .... ଉଠ ମୋର ବନମାଳୀ ।
ଶ୍ରୀମୁଖ ଦେବି ପଖାଳି, ଝରିରେ ରଖିଛ ବାସନୀର ହେ ।୨।
ଅମୃତ ପାଣି କଦଳୀ.... ଲବଣୀ ସଙ୍ଗତେ ଗୋଳି,
ଅଧାମ ଗୋଟିକା ପୁଳି, ଖଣ୍ଡ ସଙ୍ଗେ ଭୁଞ୍ଜାଇବି ସର ହେ ।୩।
ଉଠ ରାମ ବାସୁଦେବ,..... ଗୋଗୋଷ୍ଠେ ଉଛୁର ହେବ,
ଦଧି ଅନ୍ନ ସାଥେ ନେବ, ନଦୀକୂଳେ କରିବ ଆହାର ହେ ।୪।
ବାଛୁରୀ ଚରାଇ ଯାଇ,.... କାଲି ପଥଶ୍ରମ ପାଇ,
ଅଳସରେ ଅଛ ଶୋଇ,.......ଅଶକତ ହୁଏକି ଶରୀର ହେ ।୫।
ସିଂହଦ୍ୱାରେ ଗୋପସୁତ,...... ଡ଼ାକନ୍ତି ଉଠ ଅଚ୍ୟୁତ,
କେତେ ନିଦ୍ରା ଯାଉ ତୁତ..... ଆକାଶେ ଉଦୟ ଦିନକର ହେ ।୬।
ଉଠ ପ୍ରଭୁ ଚକ୍ରଧର, ..... ଯିବାକୁ ହେବ ଉଛୁର,
ବନକୁ ଗମନ କର,.....ବନମାଳୀ ଚରଣେ କିଙ୍କର ହେ ।୭।
ଉଠ ପ୍ରଭୁ ଚକ୍ରଧର, ..... ଯିବାକୁ ହେବ ଉଛୁର,
ବନକୁ ଗମନ କର,.....ବନମାଳୀ ଚରଣେ କିଙ୍କର ହେ ।୭।
(ରାଗ : ଭୈରବ, ତାଳ – ଆଠତାଳି)
ପ୍ରାର୍ଥନା
ଜଗନ୍ନାଥ ହେ, କିଛି ମାଗୁ ନାହିଁ (ମୁଁ) ତୋତେ
ଧନ ମାଗୁ ନାହିଁ, ଜନ ମାଗୁ ନାହିଁ
ମାଗୁଛି ଶରଧା- ବାଲିରୁ ହାତେ । ଘୋଷା ।
ଆନ ଦରଶନ ନ ଲୋଡ଼େ ନୟନ ଏକା ତୁମ୍ଭ ଦେଖା ବିନା ।
ଶୁଣିବାକୁ କାନ ନ ଇଚ୍ଛଇ ଆନ ତୁମ୍ଭ ଚରିତେ କାମନା ।୧।
ଜିହ୍ୱା ନ ବାଞ୍ଛିଲ ଗ୍ରାମ୍ୟ ଗୀତ ଗାଇବାକୁ ରଜନୀ ଦିବସ ।
ତୁମ୍ଭ ନାମାବଳୀ କେବଳ ସଙ୍ଖାଳି ହୋଇଥାଉ ପୀତବାସ ।
ନାସା ମୋର ତୃପ୍ତ ନ ଲଭଇ ଆନ ସୁବାସ ଦ୍ରବ୍ୟ ଆଘ୍ରାଣେ ।
ତବ ଛଡ଼ାମାଳ ତୁଳସୀ କୁସୁମ, ଚନ୍ଦନ, କର୍ପୂର ଧ୍ୟାନେ ।୩।
ମୋ ହସ୍ତ ଅଙ୍ଗୁଳି ରାମ ବନମାଳୀ, ହରେକୃଷ୍ଣ ଜପୁଥାଉ ।
ବୋଲେ ବନମାଳୀ ମୋ ବେନି ଚରଣତୋ ତୀର୍ଥ ଭ୍ରମଣେ ଧାଉଁ ।
(ରାଗ : ତୋଳିପରଜ । ତାଳ – ଆଠତାଳି)
ମନଶିକ୍ଷା
ଭଜ ରେ ମନ ! କାମ ମୋହନ ଶ୍ୟାମସୁନ୍ଦର ନାମକୁ ।
ସଜ ବାଜ ହୋଇ ଲାଜଦୂରେ ଥୋଇ
ଚଳିଯା ତୁ ବ୍ରଜ ଧାମକୁ । ଘୋଷା ।
ରଜନୀଦିବସେ ଏକାନ୍ତେ ବସି, ମଜ କୃଷ୍ଣ ମଥାମୃତରେ ରସି
ସଜ – ମଞ୍ଜ ନେତ୍ର ଦର୍ଶନେ ପବିତ୍ର....
ହୁଅ ପ୍ରତିଯାମ ଯାମକୁ ।୧।
ଅଜ ଶିବ ଶେଷ ବନ୍ଦେ ଯେ ପାଦେ, ଗଜଧ୍ୱଜ ଆଦି ତ୍ରିଦଶବୃନ୍ଦେ
ସଜର କର ତୁ କଜ୍ଜଳ କାଳିଆ
ଉଜ୍ଜଳ ମୂରତି କାମକୁ ।୨।
ଅଜଣଶ ଅଛି କି ଶ୍ରୀଗୁରୁବାଣୀ, ସକଳ ନୟନେ ହୁଅ ତୁଗୁଣଜ୍ଜି,,
ସୁଜନମାନଙ୍କୁ ପୂଜ ଭକତିରେ
ବୁଝ ଧରମ ନିଷ୍କାମକୁ ।୩।
ଏ ଜନମ ବୃଥା ନ ଯାଉ ତୋର, ‘ତେଜ ମୋହମାୟା ବିଷୟା ଘୋର
ହେଜ ବନମାଳୀ ବ୍ୟାଜରେ ନଭାଳି
ନ ଯାଏ ତପନଜ ଗ୍ରାମକୁ ।୪।
(ରାଗ : ଶ୍ରୀ..। ତାଳ – ଝୁଲା)
ଅଳି
ଏ ଅଳି ଶ୍ରୀଛାମୁରେ ହେ ଦୀନବନ୍ଧୁ !
ଏହି ଅଳି ଶ୍ରୀଛାମୁରେ ।
ଶ୍ରୀରଙ୍ଗାଚରଣ ସେବାରେ ମୋ ମନ
ରହିଥାଉ ନିରନ୍ତରେ । ଘୋଷା ।
ଦାନା କନା ପଛେ ମନା ହେଉଛ ମୋତେ
ନୀଳଚକ୍ର ବାନା ଚାହିଁ ।
ସୁଖୀ ହେଉଥିବି ଅଖିଳପତି ହେ
ନିର୍ଦ୍ଦୟ ହୋଇ ଭିକାରୀ ।
ସାଧୁ ସନ୍ଥଙ୍କରବୋଲାଇ କିନ୍ନର
ମାଗୁଥିବି ମାଧୁକରୀ ।୨।
ଆନନ୍ଦ ବଜାରେ ବୁଲିଣ ମଜ୍ଜାରେ
ଗାଉଥିବି ତୋର ନାମ ।
ତୋ ପ୍ରେମସାଗରେ ବୁଡ଼ି ଯାଉଥିବି
ବୋଲି ହରେକୃଷ୍ଣ ରାମ ।୩।
ଏଥିପାଇଁ କୂଳ ମୂଳ ହରାଇଛି
ସାଥି କରି ତୋତେ ଏକା ।
ଦାସ ବନମାଳୀ ଦୋଷ ନ ଧରିବୁ
ଗୋବର୍ଦ୍ଧନ ଗିରିଟୋକା ।୪।
ଗୁହାରି
ଚିକାଡ଼ୋଳା ଚିକ୍କଣ କାଳିଆ ହେଜ ! ବକାରି ମୋ କତା ଶୁଣ ।
ଠକାଠକି ଖଣ୍ଡ ଚଳିବ ନାହିଁଟି ପକାଇ କହୁଛି ରାଣ । ଘୋଷା ।
ଢକ୍କା ବାଜୁଅଛି ଚଉଦ ବ୍ରହ୍ମାଣ୍ଡେ
ତୁମ୍ଭର ଯେତେକ ଗୁଣ
ପକ୍କା ଜଣେ ବୋଲି ଆଗୁ ଶୁଣିଥିଲି
ଡ଼କାଇତରେ ଆପଣ ।୧।
ଚକାରଥେ ବସି ପକାଇଲ ଧ୍ୱଂସି
ସ୍ୱ-ମାହିକ କଂସରାଣ ।
ହକାରି ଥିଲା ସେ ମନେ କୁଟ ପାଞ୍ଚି
ଶୁଝିଦେଲ ପିତୃଋଣ ।୨।
ଅକାମନା ଭକ୍ତି କରି ଗୋପ ଗୋଈ
ଚରଣେଗଲେ ଶରଣ ।
ବକା ଛଳେ କେବା ରସ ରହସ୍ୟରେ
କଲେ ନିତି ସୁମରଣ ।୩।
ଅକାଳିଆ ଦାସ ବନମାଳୀ ପାଶ
ଛିଡ଼ାହେଲେ ଏକ କ୍ଷଣ ।
ଡ଼କାଇବି ନାହିଁ ନିଶ୍ଚେ ଗାଳିଦେବି
ଯା ଇଚ୍ଛା ତାହା ବୋଲିଣ ।୪।
ହୋରିଖେଳ
ଶ୍ରୀରାଧା ସଙ୍ଗରେ, ଶ୍ରୀହରି ରଙ୍ଗରେ ।
ହୋରି ଖେଳିଲେ ସୁଧାରେ । ଘୋଷା ।
ଶ୍ରୀପଦ ଗାନକରେ କେ ତହିଁ ବସନ୍ତ ରାଗରେ
ମନ୍ଦ ମଧ୍ୟ ସୁତାନରେ ।
ତାତା ଥେଇ ଥେଇ ମୃଦଙ୍ଗ ବଜାଇ,
ମନ୍ଦ୍ର ମଧ୍ୟ ଦ୍ରୁତମାନରେ ।୧।
ସଙ୍ଗିନୀ ରଙ୍ଗିନୀ ପୁରତେ ରହି ରହି
ତୁଙ୍ଗ ବିଦ୍ୟା ନାନାବାଦ୍ୟେ ।
ମୋହିତ କରିବାରେ ଇନ୍ଦୁଲେଖା ମୁଖ
ଇନ୍ଦୁଢାଳି ନାଚେ ମଧ୍ୟ ।୨।
ଦ୍ୱନ୍ଦ ଦ୍ୱନ୍ଦ ବୃନ୍ଦ ବୃନ୍ଦ ସୁନ୍ଦରୀ ନନ୍ଦଲାଲଙ୍କୁ
ଚୁଆ, ଚନ୍ଦନ, ଅତର, ପନୀର
ଅବିର ସଙ୍ଗେ ଗୁଲାଳକୁ ।୩।
କେ ଢାଲେ ବଳେ କେ ଛଳେ କୁତୁହଲେ
ମୋହନ ମୂରଲୀ ଛଡ଼ାଇ ।
ଚଞ୍ଚଳେ ଚଞ୍ଚଳ ଧରି କହେ ବନମାଳୀ,
ତାହାକୁ ଧରନ୍ତି ଗୋଡ଼ାଇ ।୪।
(ରାଗ – ବସନ୍ତ । ତାଳ – ଏକତାଳି)
ନନ୍ଦଉତ୍ସବ
ଦେଖ ଗୋ ! ରାଧା ମାଧବ ଚାଲି ।
ମଣି ବିମାନ ଆସେ ଝୁଲି ଝୁଲି । ଘୋଷା ।
ବିବିଧ ବାଜଣା ବୀର କାହାଳୀ ।
ବିଜେ କଲେ ଗୋପଦାଣ୍ଡ ଉଛୁଳି ।୧।
ସଙ୍ଗତେ ଅଛନ୍ତି ପଞ୍ଚସାଗର
ରାଧିକା ଦୂତିକା ମୂରଲୀ ଧର ।୨।
ନରେନ୍ଦ୍ର ସରକୁ କରିଣ ମନ ।
ଚାପ ଖେଳନ୍ତି ଜଗତ ମୋହନ ।୩।
ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ।
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।୪।
ଚାପଲୀଳା
ଶ୍ୟାମ ସୁନ୍ଦର ! ସିନ୍ଧୁ ମନ୍ଥି ପାଇଲି କି ସମ୍ଭାର ?
ନୋହିଲେ କୁବେର ବେଦବର ସୁନାସୀର
ଦେଇପାରେ ଦୂତର । ଘୋଷା ।
ମୋ ମନେ ହେଉଛି ନରେନ୍ଦ୍ର ସର ଏ ନୁହେଁ ହେବେ କ୍ଷୀର ସାଗର ।
ଚାପଛଳେ ବଳେ ପକାଇ ମନ୍ଦର ମନ୍ଥିଲ କି ନନ୍ଦକିଶୋର ।୧।
ମଣି ବିମାନରେ ପତାକା ଉରଗ ବାସୁଅଛି ଗନ୍ଧ ସିନ୍ଦୂର ।
ଦେବତାଙ୍କୁ ଘେନି ନୋହିଲେ କାହିଁକି ପାଶେ ଖଟିଛନ୍ତି ଶଙ୍କର ।୧।
ତରଙ୍ଗ ପାଇ ତରାସ ରାହୁପରା ଗୋଡ଼ାଇ ଗଳେ ସୁଧାକର ।
ମୋହିନୀ ରୂପ ଆପଣେ ଧରିଛନ୍ତି ଛାଡ଼ନାହିଁ ଅଙ୍ଗ ଗଉର ।୩।
କଉସ୍ତୁଭ ମଣି ରମଣୀ ମଣିକି ଆପଣେ କଲ ଅଙ୍ଗୀକାର ।
ବନମାଳୀ ବୋଲେ ନୀଳ ପର୍ବତରେ ହରି କରିବେ କି ବହାର ।୪।
ଚନ୍ଦନ ବାହୁଡ଼ା
ସାରିଣ ବାରିବିହାର । ବିଜେ ବ୍ରଜ ରାମା ହୃଦହାର ଯେ । ଘୋଷା ।
ବସି ମଣି ବିମାନର ।
ବାମେ ସିନ୍ଧୁସୁତା ଦକ୍ଷିଣେ ଧର ପାଶେରେ ଶଙ୍କର ।୧।
କଟୀତଟେ ପୀତାମ୍ବର ।
ଶିରେ ଜାମୁଡ଼ାଳି ମୟୁରଚନ୍ଦ୍ରିକା ନାସେ ଗଜମୋତିବର । ରୀ ।
ନାମରତ୍ନେ ଅଳଙ୍କାର
କଣ୍ଠେ କଉସ୍ତୁଭ ମଣି ପୁଷ୍ପ ଚମ୍ପା ଯାଇ ଯୁଈ ମଲ୍ଲୀହାର ।୩।
ମୋହନ ତ୍ରୈଲୋକ୍ୟସାର
ସୁର ନାଗ ନର ଗନ୍ଧର୍ବ କିନ୍ନର ଖଟନ୍ତି ଚରଣେ ଯାର ।୪।
ଆଗେ ଦାସୀ ନୃତ୍ୟକାର ।
ଭକ୍ତଜନମାନେଧରିଣ ଅଛନ୍ତି ଖଦି ଆଲଟ ଚାମର ।୫।
ସାରି ଚାରି ପଟୁଆର ।
କଉତୁକେ ଢଳି ଢଳିଣ ଆସନ୍ତି ସଙ୍ଗେ ଘେନି ହଳଧର ।୬।
ପ୍ରତିହାରୀ ଯେ ସୁଆର ।
ମଣିମା ମଣିମା ଗୁହାରି ଶୁଣିମା ଡ଼ାକ ପଡ଼ଇ ଅପାର
ବିଜୟେ ସିଂହଦୁଆର ।
ବନମାଳୀ କରଯୋଡ଼ି ଜଣାଉଛି ଶରଣ ମୁଁ ନିରନ୍ତର ।୮।
ଝୁଲଣ
ଝୁଲନ୍ତି ରଙ୍ଗେ ରାଇ ସଙ୍ଗେ ଶ୍ୟାମ ସୁନ୍ଦର ।
ରାଗରେ ଅନୁରାଗ କରନ୍ତି ବଂଶୀ ହୁନ୍ଦର । ପଦ ।
ଝଳି ମରକତ ନୀଳେନ୍ଦ୍ର ମଣି ଲାବଣ୍ୟ ପ୍ରତିମା ତ୍ରିଭଙ୍ଗୀ ଠାଣି,
ମୃଦୁ ମୃଦୁ ହସ ନୟନ ବିଳାସ କେଡ଼େ ମଧୁର ।୧।
ମାଳତୀ କୁସୁମେ ରବିତ ଝୁଲାଇ ଦିଅନ୍ତି ବରଜବାଳୀ
ରାଇ ଗୀତମାନ କରନ୍ତି ନର୍ତ୍ତନ ବାଇ ନୁପୁର ।୨।
କେ ବଜାଏ ବୀଣା କିଏ ବା କାହାଳୀ କେ ବାଏ ମର୍ଦ୍ଦଳ ଉକୁଟ ଚାଳି,
କେବଣ ସୁଧୀରା ବଜାଏ ମଦିରା ପ୍ରେମେ ଆତୁର ।୩।
ଟପ ଟପ ଝପ ଝପ ବରଷା ଶୀତଳ ପବନ ଚନ୍ଦ୍ରମା ନିଶା,
ପାରା ଶୁକ ଶାରୀ ମୟୂର ମୟୂରୀ ଆନନ୍ଦେ ଭୋର ।୪।
ଝୁଲଣ ଉତ୍ସବ କୁଞ୍ଜ ସଦନେ ଦେଖି ସୁଖୀ ହୋଇ ଅମରୀମାନେ,
ବୋଲେ ବନମାଳୀ ଦେଲେ ପୁଷ୍ପାଞ୍ଜଳି ରହି ଶୂନ୍ୟର ।୫।
ସଙ୍ଗୀତ
ସାକ୍ଷାତ ଦର୍ଶନ
ନିରେଖ ଚାହାଁରେ ସଖି ! ଏ କଦମ୍ବ ମୂଳକୁ
ସଂସାର ସାର ସୁଷମା ହୋଇବକି କୁଳକୁ । ଘୋଷା ।
ଶିରେ ବାଙ୍କ ଚୂଳଶିଖୀ ପୁଚ୍ଛ ଚକାଚଳକୁ ।
ବିଲୋକୀଲେ ସତୀ ଧୃତି ରହିବ କି କାଳକୁ ।୧।
ହୃଦେ ବନମାଳ କର୍ଣ୍ଣେ ମକର କୁଣ୍ଡଳକୁ ।
ହସା ମିଶା ଭାଷା ଭଙ୍ଗୀ ହୃଦାଞ୍ଚଳ ତଳକୁ ।୨।
କଟୀରେ ପୀତ ଅମ୍ବର କ୍ଷୁଦ୍ର ଘଣ୍ଟ ମାଳକୁ ।
ମଞ୍ଜୁ ମଞ୍ଜୁରୀ ଚରଣେ ହୋଇଅଛି ମେଳକୁ ।୩।
ତ୍ରିତାପେ ତାପିତ ହୋଇ ସଦା ଭବଜଳକୁ ।
ଦୀନ ବନମାଳୀ ହେଜୁଥାଇ ପାଦତଳକୁ ।୪।
(ରାଗ- କଲ୍ୟାଣ, ତାଳ- ଏକ ତାଳି)
ସାକ୍ଷାତ୍ ଦର୍ଶନ
(ସଖୀ ପ୍ରତି ଶ୍ରୀରାଧା)
କହ ଲୋ ସଜନି, ସେ କଦମ୍ବ ମୂଳେ କେ ସେ
ନବୀନ ନୀରଦ ତନୁ କେଡ଼େ ଶୋଭା ଦିଶେ । ଘୋଷା ।
କିଶୋର ବୟସ ତାର ଛବି ଦିଶେ ମନୋହର
ନାଗରୀଙ୍କ ଚିତ୍ତ ଚୋର, ନଟବର ଦେଶେ ।୧।
ମନେକର ବିବେଚନା ଜାଣେ ବି ମନ୍ତ୍ର ରଚନା
ଘେନି ଥାଇ ଗୋରୋଚନା ବିନ୍ଦୁ ଭାଲଦେଶେ ।୨।
ମନରେ କି ରୋଷ ବହି ଅବଳା ବଧିବା ପାଇଁ
ଜାଣିଲି ନିଶ୍ଚୟ ବିହି ଆଣିଛି ଏ ଦେଶେ ॥୩।
ବନମାଳୀ ଦାସ ଭଣି ସେ ପରା ମୂରଲୀପାଣି
ପରତେ ହେଲେ ତାଠାରେ ଜାଣିବୁ ଯେ ସେ ।୪।
(ରାଗ – କଫି, ତାଳ – ଏକତାଳି)
ରୂପାନୁରାଗ
(ରାଧାଙ୍କ ପ୍ରତି ଲଳିତା)
ବିଜୟେ ମୂରଲୀପାଣି, ସେ ଭଲା ଠାଣି । ଘୋଷା ।
ଦକ୍ଷିଣ ବାମକୁ ଜିଣି ଲୋ ସଜନି ଦକ୍ଷିଣ ବାମକୁ ଜିଣି ।
ଢାଳଇ ଅପାଙ୍କ ଶଙ୍ଖାରି କରତି ପକାଏ ମରମ ହାଣି ।୧।
ତନୁ ଇନ୍ଦ୍ର ନୀଳମଣି ଲୋ ସଜନୀ, ତଦୂଇନ୍ଦ୍ର ନୀଳମଣି ।
ବଳକ୍ଷ ପକ୍ଷରେ ନକ୍ଷତ୍ର ମାଳିକା ତ୍ରିଭଙ୍ଗ ଲୁଳିଛି ଆଣି ।୨।
ବରଜରାଜ ରମଣୀ ଲୋସଜନୀ, ବରଜରାଜ ରମଣୀ ।
କେତେ ସୁକୃତରେ ଏ ପୁଅ ପାଇଛି ଭଲାଭଲା ସୁଲକ୍ଷଣୀ ।୩।
ଯେ ଧରିବ ଏହା ପାଣି ଲୋ ସଜନୀ, ଯେ ଧରିବ ଏହା ପାଣି ।
କୃତାର୍ଥ ତାହାର ରମଣୀ ହେବାର ବନମାଳୀ ରସେ ଭଣି ।୪।
(ରାଗ- ସାରଙ୍ଗ । ତାଳ – ଆଡ଼ଖେମଟା ଝୁଲା)
ରୂପ ପ୍ରଶଂସା
(ସଖୀ ପ୍ରତି ଶ୍ରୀରାଧା)
କି ଶୋଭା ମୂରଲୀପାଣି ଲୋ ସଜନି !
ତାଙ୍କୁ ମୋତେ କେ ଦେବ ଆଣି ଗଲା ସଜନି !
ସେ ଯେଉଁ ବାଙ୍କ ଚାହାଁଣି, ମୋ ଦୃଢ ହେଉଛି ହାଣି ଲୋ । ଘୋଷା ।
(ଦିନେ) ଯମୁନା ଜଳକୁ ମୁଁ ଗଲି ଗାଧୋଇ ।
ଆଚମ୍ବିତେ ବନରେ ଦେଖିଲି ମାଧୋଇ ଗଲା ।୧।
ଧାଇଁଆସି ଧଇଲେ ସେ ମୋର ଅଞ୍ଚଳ ।
ମୁଁ ଡ଼େଇଁ ପଡ଼ନ୍ତେ ଯାଇଁ ଯମୁନା ଜଳ ଲୋ ।୨।
ମୁଁ ଡ଼େଇଁ ପଡ଼ନ୍ତେ ସେ ଯେ ଡ଼େଇଁ ପଡ଼ିଲେ
ଭୁଜେ ଭୁଜ ଛନ୍ଦି କୁଞ୍ଜବନକୁ ନେଲେ ଲୋ ।୩।
ବୋଲେ ବନମାଳୀ ଶ୍ୟାମନାଗର ନଟ ।
ସବୁ ନାଗୀମାନଙ୍କ ଭାଙ୍ଗନ୍ତି ଆଣ୍ଟ ଲୋ ।୪।
(ରାଗ – ବସନ୍ତ । ତାଳ- ଖେମଟା ଝୁଲା)
ରୂପ ପ୍ରଶଂସା
(ରାଧାଙ୍କ ପ୍ରତି ସଖୀ ଉକ୍ତି)
ନନ୍ଦକିଶୋର ପରି ଗୋ, କିଶୋରୀ ।
ଖୋଜିଲେ ନ ଥିବ ଚଉଦପୁରୀ ଗୋ କିଶୋରୀ । ଘୋଷା ।
କେତେକାଳ ବସି ରହି ଯତନେ, ସଜାଡ଼ିଲା ତନୁ ନୀଳ ରତନେ ।
ଅଳପ ଅନାଇଁ ଦେଲେ ଅପାଙ୍ଗେ, ଅଙ୍ଗାଯାକ ପୁରି ରହେ ଅନଙ୍ଗେ ଗୋ ।୧।
ନୟନ- ମୁନ ତା ମଦନ ଛୁରୀ, ଦୁଃଖୀ ସୁଖ ତହିଁ ରହିଛି ପୂରି
ଥରେ ଚାହିଁଦେଲେ ଅଳପ କରି,
ଜୀଉଥିବା ଯାକ ନୁହେ ପାସୋରି ଗୋ ।୨।
ଫୁଲକାଣ୍ଡ ଚାରୁ କୋଦଣ୍ଡ ପରି, ଭ୍ରୁଲତା ନେତ୍ର ତା ନଚାଏ ଧରି,
ଧଇର୍ଯ୍ୟ ନ ରହେ ଚାହିଁଲେ ଦୂରୁ,
ବରତିଯିବ କେ ଶ୍ୟାମ ଆଗରୁ ଗୋ ।୩।
ଗୋପାଳୀକୁଳଙ୍କ କୁଳ ବଡ଼ାଇ ନାଗର ରାଜ ଦେଲେରି ଛଡ଼ାଇ
ବିଷପରି ହେଲା ଲୋଭ ମୁହାସ,
ସନ୍ତର ନୟନେ କଲାଣି ବାସ ଗୋ ।୪।
ବନମାଳୀ ବୋଲେ ମୋହନ ଦେହ, ମୋହିନୀମାନଙ୍କୁ କରଇ ମୋହ
କିଞ୍ଚିତ ବନିତା ଦେବାର ବଶ,
ଅନାଇଁ ପଶୁଏ ସ୍ଥକିତ ଦୃଶ୍ୟ ଗୋ ।୫।
(ରାଗ – ପରଜ, ତାଳ- ଆଠତାଳି ।)
ରୂପ ପ୍ରଶଂସା
(ସଖୀ ପ୍ରତି ଶ୍ରୀରାଧା)
ସଖିରେ ଶ୍ୟାମବନ୍ଧୁଙ୍କୁ ଚାହିଁ,
ଯୁବା – ନାରୀ ଦମ୍ଭ ରଖିବେ କାହିଁ, ? । ଘୋଷା ।
ତା ଯେଉଁ ଚାହାଁଣି ନୟନ ଠଶର, ସେ କି ମାର ଶାଣଦିଆ କୁଠାର ?
ତାର ଯେଉଁ ମନ୍ଦହାସ ଚାତୁରୀ କୁଳବତୀ ଧୈର୍ଯ୍ୟକଟା କତୁରୀ ।୨।
ଆହା ତାହାର ଯେ ମୋହନ ବେଶ,
ମୋତେ ତ କରଇ ଭାବେ ଆବେଶ ।୩।
ବୋଲେ ବନମାଳୀ ଆଗୋ ରାଧିକେ,
ତୁମ୍ଭେ ସିନା ଶ୍ୟାମ ପ୍ରେମ ରାଧିକେ ।୪।
(ରାଗ- ପରଜ, ତାଳ- ଝୁଲା)
ରୂପାନୁରାଗ
କିଏ ଲୋ ସଜନୀ କେଳି କଦମ୍ବ ମୂଳେ ।
ଦିନେ ତ ଦେଖି ନ ଥିଲି ଏ ରୂପ ଡ଼ୋଳେ । ଘୋଷା ।
ଜାଣଇ ସେ କି ଭେଳିକି ? ଥରାଏ ହୃଦ ଅଳିକି,
ଲାଭି ରହେ କିଆଁ ଆଖି ତା ବାଙ୍କ ଚୂଳେ ।୧।
ଶୁଣି ତା ମୂରଲୀ ଗୀତ ଥୟ ହେଉନାହିଁ ଚିତ୍ତ,
ମୋହନ ମାଦକେ ମିତ ପାଦ ନ ଚଳେ । ୨ ।
ହସା ମିଶା ଭାଙ୍ଗି ବାଣୀ ଯା ଲାବଣ୍ୟ ଠିଆ ଠାଣି,
ପତିବ୍ରତା ନ ରଖିବ ପରା ଗୋକୁଳେ । ୩ ।
ବନମାଳୀ ଦାସ ଭଣିତ ଶୁଣ ରାଧେ- ଠାକୁରାଣୀ,
ସେ ମୋହନ ବଂଶୀପାଣି ତୁମ୍ଭରି ଛଳେ । ୪ ।
(ରାଗ- ସାରଙ୍ଗ । ତାଳ- ଆଠତାଳି)
ରୂପାନୁରାଗ
(ଶ୍ରୀ ରାଧାଙ୍କ ପ୍ରତି ସଖୀ ଉକ୍ତି)
(ରାଧେ) ଏହି ପରା ବ୍ରଜରାଜ ନନ୍ଦନ ଗୋ । ଘୋଷା)
ଦେଖିଲେ ନେତ୍ର ପବିତ୍ର, ହୋଇ ଯାଉଅଛି ମାତ୍ର
କି ଶୋଭା ପାଉଛି ଚନ୍ଦ୍ର- ବଦନ ଗୋ । ୧ ।
ନବୀନ – ଘନ – ବରନ, ନିନ୍ଦୁଅଛି ଅପଘନ,
କଟୀକି ଶୋଭିଛି ପୀତବସନ ଗୋ । ୨ ।
କୋଟିଏ ରବି ସରାଗ, ନିନ୍ଦୁଛି କୁଣ୍ଡଳ ଯୁଗ,
ଲକ୍ଷ କାହିଁ ହେବ ଛାର ମଦନ ଗୋ । ୩ ।
ଏ ରସରେ ବନମାଳୀ, ଭାବିକହେ ବ୍ରଜବାଳୀ-
ମାନଙ୍କ ଏ ନେତ୍ରାନନ୍ଦ ସଦନ ଗୋ । ୪ ।
(ରାଗ- କୁମ୍ଭକାମୋଦୀ ତାଳ- ଏକତାଳି)
ରୂପାନୁରାଗ
(ସଖୀ ଉକ୍ତି)
ସଙ୍ଗିନିରେ ଚାହ । ବେଣୁପାଣିକି ।
ଚିତ୍ତ- ଚିତ୍ତ ଚୋର ଚିନ୍ତାମଣିକି । ଘୋଷା ।
ବକୁଳ ସେବତୀ ମଲ୍ଲୀ ନିଆଳି କିଆ,
ନାନା କୁସୁମେ କି ଶୋଭା ବାଙ୍କ ଟାହିଆ,
ତହିଁ ଖଞ୍ଜି ଅଛି ରଙ୍ଗ ଯାମୁଡାଳିଆ
ସଙ୍ଗରେ ମୟୂର – ଚନ୍ଦ୍ରିକା ପକ୍ଷୀ । ୧ ।
ଭଲା ତାର ଯେଉଁ ନୟନ ଠାର,
ସେ କି ମାର ବୀର ଜୟ କୁଠାର,
ଭୁରୁ ବାଙ୍କ – ଛୁରୀ ଚାଲିବା ଚାତୁରୀ
ଚଉଦପୁରେ କେ ନ ଥିବେ ଦେଖ । ୨ ।
ଧନ୍ୟ ତାର ଯେଉଁ ମୁରୁକି ହସା,
ସତେ କି ସେ ସୁଧା-ନୀର ବରଷା,
ଚାହିଁଦେଲେ ଆରେ ଥରି ମନ୍ତ୍ରଥରେ
ଧଇର୍ଯ୍ୟ ଗୁମାନ କେ ପାରେ ରକି । ୩ ।
ଦାସ ବନମାଳୀ ବୋଲେ ଗୋ ଶୁଣ,
ଗୋପ- ନନ୍ଦସୁତ ମୋହନ ଗୁଣ,
କୁଳବତୀ ବ୍ରତ କରିବାକୁ ହତ
ନୂଆ ମଦନ ସେ ବର ଜେଟିକି । ୪ ।
ରୂପାନୁରାଗ
(ସଖୀ ଉକ୍ତି)
ସଖୀ ? ବିଜେ କଦମ୍ବ ମୂଳେ ଗୋ, ଏ ନବ- ଲାବଣ୍ୟ ରୂପ । ଘୋଷ ।
ଏକଦିନେ ସଖୀ ମୁଁ ରେ ଗଲି ଯମୁନାକୁ ନୀରେ ।
ଗଭା କୁସୁମ ଫୁଲରେ ସଖୀ ! ଚନ୍ଦ୍ରିକା ଚୂଳ ତାପରେ । ୧ ।
ଚନ୍ଦନ ବିନ୍ଦୁ କପାଳେ, ନାସାରେ ମୁକୁତା ଲୁଚେ,
ହୃଦରେ ପଙ୍କଜ ମାନେ ସଖୀ ! ବଂଶୀ ରାଧା କଲ୍ଲୋଳ । ୩ ।
ଶୁଣି ଦୂତୀ ପ୍ରବୋଧିଲେ, ସଧିରେ ନିକୁଞ୍ଜେ ଗଲେ,
ବନମାଳୀ ଦାସ ବୋଳେ ରାଧା ଶ୍ରୀକୃଷ୍ଣ- ପାଦ ସେବିଲେ । ୪ ।
(ରାଗ- କାମୋଦି, ତାଳ- ଆଠତାଳି)
ରୂପାନୁରାଗ
(ସଖୀ ପ୍ରତି ଶ୍ରୀରାଧା)
ଶ୍ୟାମ ବନ୍ଧୁ ରୂପସଖୀ, ଦେଖ ରହେ ଲାଖି ଗୋ । ଘୋଷା ।
ଶିରେ ତା ସେବତୀ ଚୂଳ, ଭଲା ଦିଶଇ ମଞ୍ଜୁଳ,
ଅଳକା ଶୋହେ କପୋଳ, କେଉଁ ବିହି ନିର୍ମାଣିଛି ଗୋ । ୧ ।
ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ,
ନୀଳମଣି ଜିଣି ତନୁ, ଦେଖିତ ମନ ଝୁରୁଛି ଗୋ । ୨ ।
ପୟରେ ଶୋହେ, ବାଜେଣି, ବାଜୁଥାଏ କିଣି କିଣି,
ଶୁଣି ହୃଦ ହୁଏ ହାଣି, କେ ଧଇର୍ଯ୍ୟ ପାରେ ରଖି ଗୋ । ୩ ।
ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି,
ହେଲା ମୋ ହୃଦୟ ଜାଳି, ମଦନ- ଶରୀକୁ ଯୋଖି ଗୋ । ୪ ।
ରୂପାନୁରାଗ
(ସଖୀପ୍ରତି ଶ୍ରୀରାଧା)
(ସଜନି !) ମୋହନ ମୂରତି ଛଇଲୋ,
ଉପମା ଦେବାକୁ ନାହିଁ ଲୋ ।
ଇନ୍ଦୀବର ନୀଳ- ରତନ- ମୁଦିରେ
ଏ ମାଦକ ଅବା କାହିଁ ଲୋ । ଘୋଷା ।
କି ସୁନ୍ଦର ନେତ୍ର ଦୁହେଁ ଲୋ ସଜନି !
କର୍ଣ୍ଣ ସରିଯାଏ ରହେ ।
ଫୁଟିଯାଏ ହୃଦ ମଦନ- ବିଶିଖେ,
ଗ୍ରୀବା ଢାଳି ଯେବେ ଚାହେଁ ଲୋ । ୧ ।
କି ସୁନ୍ଦର ମୃଦ ବାଣୀ ଲୋ ସଜନି !
ସତେ କି ପୀୟୁଷ ଛାଣି ।
ଅନଙ୍ଗ ଅଙ୍ଗ ପାଇବାକୁ ରଖିଛି
ଏହିଠାରେ ବିହି ଆଣି ଲୋ । ୨ ।
କି ଭଙ୍ଗିରେ ହୁଏ ଛିଡ଼ା ଲୋ ସଜନି !
କି ଶୋଭା ତା ବାଙ୍କଚୂଡ଼ା ।
ବହିଥାଇ ତହିଁ ମିଶାଇ ଶିଖନ୍ତି
କାମିନୀଙ୍କ ବ୍ରୀଡ଼ା ଛଡ଼ା ଲୋ । ୩ ।
ରମ୍ୟ ଅଶ୍ୱିନୀ କୁମାର ଲୋ ସଜନି !
କେ ବୋଲେ ସୁନ୍ଦର ମାର ?
ନନ୍ଦପୁଅ ଅଙ୍ଗ ସୁନ୍ଦର ପଣକୁ
ଲକ୍ଷ ଅଂଶେ କାହା ଛାର କଲା ? । ୪ ।
ଅର୍ବୂଦେ ଥାନ୍ତ ନୟନ ଲୋ ସଜନି ।
ଦେଖୁଥାନ୍ତି ତା ବଦନ ।
* ବନମାଳୀ କହେ ତେବେହେଁ ସନ୍ତୋଷ
ନୁହନ୍ତା କେବେହେଁ ମନ ଲୋ । ୫ ।
(ରାଗ – ତୋଡ଼ି । ତାଳ – ଏକତାଳି)
ରୂପାନୁରାଗ
(ସଖୀପ୍ରତି ଶ୍ରୀରାଧା)
ଶ୍ୟାମ ନାଗର ପରି ।
ଚଉଦ ପୁରେ ନ ଥିବେ ସମସରି । ଘୋଷା ।
ନୋହେ ନନ୍ଦସୁନୁ, କୁସୁମ ଧନୁ, ବ୍ରଜେ ରହିଛି ତନୁ,
କି ଅପରୂପ ତନୁ ଚାହିଁ ନ ଯାଏ ମନୁ
ଆଖିରେ ରହେ ଲାଖିରେ ।
ମୁଖ ଦେଖି ରେ, ଜାଣ ସଖୀରେ । ୧ ।
କି ରମ୍ୟ ମୃଦୁହାସ, କାମିନୀ ଫାଶ, ଧଇର୍ଯ୍ୟ କରେ ନାଶ
ବିଷ ହେଲା ଆବାସ, ଅଳ୍ପ ଢାଳିଲେ ଦୃଶ୍ୟ,
ନାହିଁ ତ, ସଖୀ କାହିଁ ତ, ଦେଲି ଚାହିଁ ତ,
ହେଲି ମୋହିତ । ୨ ।
ମନୁ ପାସୋର ନୁହେଁ ମଦନ ଦହେ, ସଖୀ । ଦେଖିଲେ ରହେ,
କେ ସେ ଶ୍ୟାମ ବିରହେ, ପ୍ରାଣ ରଖିବ ଦେହେ,
ସହିରେ ଆଉ ମହୀରେ, ସୁଖ ନାହିଁରେ,
ତାକୁ ଚାହିଁରେ ।୩।
ବନମାଳୀ ବଖାଣି, ମୂରଲୀ ପାଣି, - ତନୁକୁଧାତା ଆଣି,
କେତେ ପିୟୂଷ ଛାଣି ? ଗଢ଼ଛି ନୁହେଁ ଜାଣି,
ଗୋକୁଳେ ରହିବେ ନାହିଁ କୁଳେ କୁଳବତୀ
ନ ଯାଇ ତା କୁଳେ ।୪।
(ରାଗ – ଗୁଜ୍ଜରୀ, ତାଳ - ଆଠତାଳି)
ରୂପାନୁରାଗ
(ସଖୀ ପ୍ରତି ଶ୍ରୀରାଧା)
ଶୁଣ ପରାଣ ରେ ।
* ରୂପ ଦେଖି ଅନଙ୍ଗ ବିନ୍ଧଇ ପାଞ୍ଚବାଣ । ଘୋଷା ।
ମୂରଲୀପାଣି ମୋହନ ମୂରତି ପରାଣୀ ।
ଚଉଦ ଭୂବନେ ସହି କହି ଗଢ଼ି ନାହିଁ । ଶୁଣ ପରାଣରେ । ୧ ।
ଯେଉଁ ଅବୟବେ ତାର ପଡ଼ଇ ନୟନ,
ଅଠାରେ ଲାଖିଲା ପକ୍ଷୀ ପରି ଲାଖେ ମନ । ଶୁଣ ପରାଣରେ । ୨ ।
ନାଗରାଜ ଅପାଙ୍ଗେ ପକାଇ ଅପାଙ୍ଗ ।
ଲେଉଟାଇ ନେବ କେ ଧଇର୍ଯ୍ୟ ରଖିଅଙ୍ଗ ? ଶୁଣ ପରାଣରେ । ୩ ।
ବକ୍ଷକୁ ଚାହିଁଲେ ଲକ୍ଷ୍ୟ ହେଇ ମଦନରେ ।
ମଦ, ନ ରହଇ ସତୀ ମତି ହୁଏ ଚୂର । ଶୁଣ ପରାଣରେ । ୪ ।
କାଲିର କଅଁଳା ପୁଅ ଏ ବ୍ରଜରାଜ – ସୁତ ।
କାହୁଁ କେତେ ଶିଖିଅଛି ନୟନ ସଙ୍କେତ । ଶୁଣ ପରାଣରେ । ୫ ।
ଗୁରୁ ଗଉରବ ଆଉ କିଛି ନ ରହଇ ।
ଯେତେ ପସୋରିଲେ ଆସି ଆଖିରେ ନାଚଇ । ଶୁଣ ପରାଣରେ ।୬।
* ପାଠାନ୍ତର – ସେ ଶୋଭା ଚାହିଁ ଅନଙ୍ଗ ହେଲା ପଞ୍ଚବାଣ ।
ରୂପାନୁରାଗ
ବନମାଳୀ ବୋଲେ ତୁମ୍ଭ ଲୋଭ ନୁହେଁ ଚିତ୍ର ।
ଆପଣ ମୋହିନୀ ତାଙ୍କ ଶୋଭାରେ ମୋହିତ । ଶୁଣ ପରାଣରେ । ୭ ।
(ରାଗ – ଢିପା । ତାଳ – ଝୁଲା, ଏକତାଳି)
ରୂପାନୁରାଗ
(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)
ଶ୍ୟାମ ସୁନ୍ଦର ଶ୍ରୀମୁଖ ଅନାଇଁ ।
କୁଳଧର୍ମ ହୋଇ ରହିଳଶ ନାହିଁ ଲୋ । ଘୋଷା ।
ସ୍ତମ୍ଭନ ମୋହନ କରି ଉଚ୍ଚାଟ ।
ମରତି ନିଶ୍ଚେଁ ଅଟେ ନନ୍ଦଚାଟ ଲୋ । ୧ ।
ବୋଲୁଥାନ୍ତି ତାଙ୍କୁ ବଡ଼ ସୁନ୍ଦର ।
ଅଳପ ଚାହିଁଲେ ବୁଡ଼ଇ ଘର ଲୋ । ୨ ।
କେ କହେ ସୁନ୍ଦର ରତି ବରକୁ ।
ତା କଥା ନ ଆସେ ମୋ ନଜରକୁ ଲୋ ।
ଅଶ୍ୱିନୀ କୁମାରକୁ ସୁକୁମାର ।
ଯେ ବୋଲନ୍ତି ତାଙ୍କ ବୁଦ୍ଧି ରୂଆଁର ଲୋ । ୪ ।
କେଉଁ ଅଂଙ୍ଗଦେଶ କାହାର ଶୋଭା ।
ମୋହନ ତରଙ୍ଗ ନୟନ ଲୋଭା ଲୋ । ୫ ।
ଏଡ଼େ ସୁନ୍ଦର ନ ଦେଖେଁ ସୃଷ୍ଟିରେ ।
ଯେ ଅଛନ୍ତି ଲେଖି ପଶୁ ଗୋଷ୍ଠିରେ ଲୋ ।
ବନମାଳୀ ଜନ୍ମ ହେଲା ବିଫଳ ।
ଦିନେ ନ ଚିହ୍ନିଲା ବ୍ରଜ ମଙ୍ଗଳ ଲୋ । ୭ ।
(ରାଗ – ଶଙ୍କରଭାରଣ । ତାଳ- ଆଠାତାଳ)
ରୂପାନୁରାଗ
(ସଖୀ ପ୍ରତି ଶ୍ରୀରାଧା)
ପ୍ରାଣ ସଜନିରେ ! ତ୍ରିଭୁବନ ମୋହଇ । ଘୋଷା ।
ମଦନ ଗର୍ବ ଦକା – ଗଦ ଏ ନନ୍ଦବାସ
ବଦନ ଚନ୍ଦ୍ରକଳା (ସଜନିରେ) । ୧ ।
ଲୋକଳାଜକୁ ମୋର ଶୋକ ନାହିଁ କିଶୋର.
ଲୋକ ନ ମଣେ ସାର (ସଜନିରେ) । ୨ ।
ଚକ୍ରୀବର୍ତ୍ତୀ ସୁନୁ ଯେ ମତି ନ କରିବ ଯେ
ସତୀ ସିନା ସେ ବ୍ରଜେ (ସଜନିରେ) । ୩ ।
ମୋହନ ରୂପ ଚିତ୍ତ... ମୋର କଲା ସଙ୍ଗାତ
ତା ହସ୍ତରେ ଆୟତ୍ତ (ସଜନିରେ) । ୪ ।
ବନମାଳୀ କହଇ ଜନମେ ରାଗ ନାହିଁ,
ଧନ ତାହାର ଏହି (ସଜନିରେ) । ୫ ।
(ରାଗ – କାମୋଦୀ – ତାଳ ଏକତାଳ)
ରୂପାନୁରାଗ
(ସଖୀପ୍ରତି ଶ୍ରୀରାଧା)
ଶ୍ୟାମ ଶ୍ରୀଅଙ୍ଗେ ପଡ଼ିଲାରେ ।
ପଡ଼ି ବିବେକ ଜ୍ଞାନ ବୁଡ଼ିଲାରେ ! ଘୋଷା ।
କି ଶୋଭା ସେ ମୋହନ... ମୂରତି ନବଘନ
ମନ ତା ସଙ୍ଗ- ପ୍ରୀତି ଲୋଡ଼ିଲାରେ ।
ଚନ୍ଦ୍ରିକା ମୃକୁଟିଆ ହଟ ନଟକୁଟିଆ....
ଛବିକି କେ ବିନ୍ଧାଣି ଗଢ଼ିଲା ରେ ? । ୧ ।
ଜୀବନ ଯଉବନ ଜାତି ଧୃତି ଗୁମାନ
ସବୁ ତା ପାଦ ତଳେ ପଡ଼ିଲାରେ ।
କି ଘର ବର ଛାର ? କିବା ବନ୍ଧୁସୋଦର ?
ପତି ବରତ ମୂଳ ତାଡ଼ିଲାରେ । ୨ ।
ଗୁରୁ ଗୁରୁଜନଙ୍କ – ଗୁର ଧରମଯାକ
ଗୁରୁ ମୁରଲୀସ୍ୱନେ ଏଡ଼ିଲାରେ ।
ସରକଟି ସୁଠାଣି ବାଙ୍କବାଙ୍କ ଚାହାଁଣି
ଶାୟକ- ମୂନ ହୃଦେ ବୁଡ଼ିଲାରେ । ୩ ।
ବୃନ୍ଦାବନ- ମଦନ ସୁଖାନନ୍ଦ ସଦନ,
ରୂପ କାନ୍ତିରେମତି ଜଡ଼ିଲାରେ ।
କହଇ ବନମାଳୀ ଏ ରସେ ଭାଳି ଭାଳି,
ଗୋପୀଙ୍କ ପ୍ରେମନଦୀ ବଢ଼ିଲାରେ । ୪ ।
(ରାଗ- ପୁନ୍ନାଗ, ତାଳ- ଏକତାଳି)
ରୂପାନୁରାଗ
(ସଖୀପ୍ରତି ଶ୍ରୀରାଧା)
କେହି ସେହି ପରା ଲୋ ମିତ !
କେଳି- କୁଞ୍ଜବନ ଡକାଇତ । ଘୋଷା ।
ଶ୍ୟାମଳ ଅଙ୍ଗିଆ ଗୋବତ୍ସା ସଙ୍ଗିଆ
ତ୍ରିରଙ୍ଗ ଭଙ୍ଗିଆ ନେତ୍ର ଅପାଙ୍ଗିଆ
ସେ ନବରଙ୍ଗିଆ ଜାଣେ କେତେ ଲୋ ଇଙ୍ଗିତ । ୧ ।
ଯମୁନା କୂଳିଆ କଦମ୍ବ ମୂଳିଆ
ପାଳିତ ଦୁକୁଆ ଚନ୍ଦ୍ରିକା ଚୂଳିଆ,
ବରଜ ଧୂଳିଆ ମାଗି ଖାଏ ନବନୀତ । ୨ ।
ସେ ନଟକୁଟିଆ ମହତ ଲୁଟିଆ
ମୂରଲୀ ରଟିଆ ହଟ ଚମଟିଆ,
ଅଘଟ ଘଟି । ଜାଣେ ଚୋରିକରି ଚିତ୍ତ । ୩ ।
ଯେତେ ବ୍ରଜବାଳୀ ମରିବେ ଲୋ ଭାଳି
ଯଶୋଦା ସଙ୍ଖାଳି – ଲାଗି ସିନା ଅଳି !
ବୋଲେ ବନମାଳୀ ଏହା ନୁହେଁ ଆଚମ୍ବିତ । ୪ ।
(ରାଗ- ଜୟନ୍ତୀ, ତାଳ- ଏକତାଳି)
ବେଶ ପ୍ରଶଂସା
(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)
ଶ୍ୟାମ ନାଗର ହେ ! ଏ ବେଶ ହୋଇବ ନାହିଁ ।
ଏ ବେଶ ହେଇଲେ ପାଷାଣ ତରଳେ ଯୁବତୀ ବଞ୍ଚିବେ କାହିଁ ? ଘୋଷା ।
ଉଭା ହୋଇଥିବ କଦମ୍ବର ମୂଳେ ନଟବର ବେଶ ହୋଇ ।
ଘେନିଥିବ ଯେବେ ମୋହନ ମୂରଲୀ ଅଧରେ ଚୁମ୍ବିବ ନାହିଁ । ୧ ।
ପିନ୍ଧିଥିବ ଯେବେ ପୀତାମ୍ବର ତୁମ୍ଭେ ଭୂମିରେ ଲୋଟବ ନାହିଁ ।
ହସୁଥିବ ଯେବେ ମୃଦୁ ମୃଦୁ ହୋଇ ତେରଛେ ଚାହିଁବ ନାହିଁ । ୨ ।
ଘେନିଥିବ ଯେବେ ଚନ୍ଦନର ବିନ୍ଦୁ ଗୋରଚନା ଥିବ ନାହିଁ ।
ବାନ୍ଧିଥିବ ଯେବେ ତ୍ରିରଙ୍ଗିମା ଚୂଳ ଚନ୍ଦ୍ରିକା ଖୋସିବ ନାହିଁ । ୩ ।
ଯେତେ ବେଶ ତୋତେ ମନାକଲି ଶ୍ୟାମ ତେତେ ବେଶ ହେଲୁ ତହି
ବୋଲେ ବନମାଳୀ ଶୁଣ ଗୋ ରାଧିକେ । ଏ ବେଶ ତୁମ୍ଭରି ପାଇଁ । ୪ ।
(ରାଗ – ଲଳିତ, କାମୋଦି- ଆଠତାଳି)
ପୂର୍ବରାଗ
(ସଖୀପ୍ରତି ଶ୍ରୀରାଧା)
କି ଦେଖିଲା ଆଜି ନେତ୍ର ଲୋ ସଜନି । (କି ଦେଖିଲା ଆଜ ନେତ୍ର)
ଲଳିତ ମୂରତି କଳିତ ନୋହିଲା ଦଳିତ ଅଞ୍ଜନ ଗାତ୍ର ଲୋ । ଘୋଷା ।
ଅଳକା କପୋଳେ ଚପଳା କି ଖେଳେ କେଳିପୁଚ୍ଛ ଚନ୍ଦ୍ର ଚୂଳ ।
ରତନେ ଜଡ଼ିତ ଯତନେ କୁଣ୍ଡଳ ଝଲକେ ଗଣ୍ଡ ମଣ୍ଡଳେ ଲୋ ।୧।
ହୃଦରେ ପଦକ କରଇ ମାଦକ ବାଦ କରେ ନିଶାକରେ ।
କାମିନୀ ଚିତ୍ତ- କୁମୁଦ ପ୍ରଫୁଲ୍ଲିତ କରୁଥାଇ ଲୋକନରେ ଲୋ ।୨।
କରେ ତା କଙ୍କଣ ମୂରଲୀ ବାଦନ ପୟରେ ନୂପୁର ଶୋହେ ।
ସୁବାସ କୁସୁମାମାଳ ମାନ ବାର ବେନିପୁର ମୋ ହେ ଲୋ ।୩।
ବାଛି ପିନ୍ଧିବାର ବାଛି ପୀତାମ୍ବର ଅତର କର୍ପୂର ଉଛି ।
ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦର ପଣକୁ କିଛି ଲୋ ।୪।
ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀମଣି ।
ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ଲୋ ।୫।
(ରାଗ ପରଜ- ତାଳ ଝୁଲା)
ପୂର୍ବଭାଗ
(ସଖୀପ୍ରତି ଶ୍ରୀରାଧା)
କି ରଙ୍ଗେ ଚାହିଁଲା ଲୋ ଛଇଳ ନବଘନ କାଳିଆ । ଘୋଷା ।
ଯାଇଥିଲି ନୀର ଆଣି ନୀପମୂଳେ ବେଣୁ ପାଣି
କି ମନ୍ତ୍ର କରି ମନ ମୋହିଲା ଲୋ ।୧।
ଯାଇଥିଲି ଯମୁନାକୁ କଦମ୍ବ ମୂଳେ ତାହାକୁ,
ଦେଖ ମୋ ଆଖି ଲାଖି ରହିଲା ଲୋ ।୨।
ଯାଇଥିଲି ମୁହିଁ ଏକା ଯାହା କଲା ଗିରିଟୋକା,
ତାହାତ ବଚନେ କହି ନୋହିଲା ଲୋ ।୩।
କୋଟି କଳାକାର ଶିରୀ କୋଟିସ୍ମର ନୋହେ ସରି,
କି ଯତ୍ନେ ବିହି ତାକୁ ଲିହିଲା ଲୋ ।୪।
ଭଲା ତା ନେତ୍ର କଟାରୀ ଶାଣଦିଆ ତରବାରୀ,
ମରମେ ମୋର ଲାଖି ରହିଲା ଲୋ ।୫।
ମୋର ପତିବ୍ରତଆଣି, ଭାଙ୍ଗିଦେଲା ସେହି ପୁଣି,
ଧଇର୍ଯ୍ୟବନ୍ଧ ମୋ ନ ରହିଲା ଲୋ ।୬।
କହଇ ଯେ ବନମାଳୀ ଏ ରସରେ ଭାଳି ଭାଳି,
ଆଉ ଯା ଥରେ ଭେଟ ନୋହିଲା ।୭।
(ରାଗ – ବସନ୍ତ କେଦାର, ତାଳ – ଝୁଲା, ଏକତାଳି)
ପୂର୍ବଭାଗ
(ସଖୀପ୍ରତି ଉକ୍ତି)
ଶ୍ୟାମବନ୍ଧୁ ମୋହିନୀ କଲା । ଚାହିଁବା ମାତ୍ରକେ ମନ ମୋହିଲା । ଘୋଷା ।
କାଳିନ୍ଦୀ କୂଳରେ କଦମ୍ବ ମୂଳରେ
ତ୍ରିଭଙ୍ଗିମା ରୂପ ଭଲା ହୋଇଲା ।
ସ୍ତମ୍ଭନ, ମୋହନ ବଶ ଉଚ୍ଚାଟନ,
ଚାରିଛନ୍ଦେ ତହିଁ ବେଣୁ ବାଇଲା ।୧।
ତରୁ ପଲ୍ଲବିତ ଯମୁନା ସ୍ଥକିତ,
କୁଳବତୀ କୁଳଶୀଳ ନାଶିଲା ।
କେକି କୋକିଳ ମୂଳ- କଣ୍ଠ ହୋଇଣ,
ପାଷାଣ ତରଳି ଧାରା ବହିଲା ।୨।
କେଉଁ ଗୋପାଙ୍ଗନା ଯାଇଣ ଯମୁନା
ଜଳମଧ୍ୟେ ତା କଳସୀ ଖସିଲା ।
ଲେଉଟି କଦମ୍ବ – ମୂଳକୁ ଚାହିଁଣ
ଚମକି ଚତୁରୀ ତଳେ ପଡ଼ିଲା ।
ଲେଉଟି କଦମ୍ବ - ମୂଳକୁ ଚାହିଁଣ
ଚମକି ଚତୁରୀ ତଳେ ପଡ଼ିଲା ।
ମୋହନ ଚରଣ – ଅଷ୍ଟାଦଶ ଚିହ୍ନ
ବନମାଳୀ ଦାସ ଚିତ୍ତେ ଧ୍ୟାୟିଲା ।
ଶିବ ସୁର ମୁନି ଯାହାକୁ ନ ପାନ୍ତି
ମାତା ଯଶୋବନ୍ତୀ ତାହା ପାଇଲା ।୪।
(ରାଗ – ଖଣ୍ଡ ବଙ୍ଗଳାଶ୍ରୀ, ତାଳ – ଝୁଲା ଖେମଟା)
ପୂର୍ବଭାଗ
(ସଖା ପ୍ରତି ଶ୍ରୀରାଧା)
ନାଶିଲା ବିବେକ ଆଜ ବ୍ରଜରାଜ ପୁଅ ଗୋ ।
କି ମନ୍ତର ଜାଣି ଚାହେଁ କମ୍ପଇ ହୃଦୟ ଗୋ । ଘୋଷା ।
ଶ୍ୟାମ ପଦନଖ- କାନ୍ତି ଶଶିଠାରେ ନାହିଁ ଗୋ,
ସେ ତ କଳଙ୍କରେ ପୂର୍ଣ୍ଣ ଏଥି ଦୋଷ ନାହିଁ ଗୋ !
(ପଡ଼ି) କି ସୁନ୍ଦର ତହିଁ ନୂପୁର ରବ,
କର୍ଣ୍ଣେ ଶୁଣି ଧୈର୍ଯ୍ୟ ନ ରହେ ଲବ,
ଖବର କଲା କାମିନି ଗରବ,
ଦେବ କି ସେ ଦେବି ସର୍ବ ଦରବ ।୧।
ମରକତ କଦଳୀ ପରାୟେ ଚାରୁ ସରୁ ଗୋ
ମତ୍ତକେଶରୀ କଟିରୁ ମଝାଅତି ସରୁ ଗୋ
(ପଡ଼ି) କି ସୁନ୍ଦର ତହିଁ ପୀତଦୁକୁଳ,
କନକ କିଙ୍କିଣୀ ହୋଇଛି ମେଳ,
ସତୀକାଳ ଏ ମଦନ ଗୋପାଳ,
ଅଳପ ଅନାଇ ଦେଲି ତରଳ ।୨।
ନୀଳମଣି କବାଟ ପରାୟେ ତା’ର ହୃଦ ଗୋ ।
ଅନାଇଲେ ସଜନୀ ନ ଜାଣେ ପରିବାଦ ଗୋ ।
(ପଡ଼ି) କଣ୍ଠ ମଦନ ଜୟଦର ପରା,
ଖଞ୍ଜିଥାଇ ତହିଁ ରତନ ହାର,
ବଦନଚନ୍ଦ୍ର ତା ଦୁଃଖପାଶୋରା,
ଗୋକୁଳରମଣୀ ମହିତସରା ।୩।
ସରଧନୁଭିରୁ ନାଚୁଥାଇ କି ତରଙ୍ଗେ ଗୋ
କାମ – ଛୁରା ପରୀ ନେତ୍ର ବାଜିଯାଏ ଅଙ୍ଗେ ଗୋ ।
(ପଡ଼ି) ଶିରେ ଶିଖ- ଶିଖଣ୍ଡି ଘରବୁଡ଼ା,
ଗୋକୁଳମାନସ- ମୋହନ ଚୂଡ଼ା ।
ବନମାଳୀର ନାହିଁ ସୁଖ ଲୋଡ଼ା ।
ସେହି ତନୁ ମନୁ ହୁଏ କି ଛଡ଼ା ।୪।
(ରାଗ – ଦେଶାକ୍ଷ, ତାଳ- ଆଠତାଳି)
ପୂର୍ବଭାଗ
(ସଖୀପ୍ରତି ଶ୍ରୀରାଧା)
ବ୍ରଜମୋହନ ଚାତୁରି ରେ ପ୍ରାଣଧନ ! ହୃଦୟ କତୁରିରେ । ଘୋଷା ।
ଶ୍ୟାମ ତପନ- ତନୟ ତଟରେ ମୂରଲୀ ଦେଇ ସୁରଙ୍ଗ ଓଷ୍ଠରେ,
ହଜାଇଛି କେଡ଼େ ମଠରେ, ଲୁଟିଗଲା ମୋ ମାସନ ହଟରେ
ଛଡ଼ାଉଛି ଲାଜ ବ୍ୟାଜ ମିଶାଇ, କାହିଁପାଇଁ ଚିତ୍ତ ଦେଲି ରସାଇ ?
ଜାଣି ନ ଥିଲି ଭଗାରି ହସାଇ, ସତୀ ବରତ ମୁଁ ଦେଲି ଭସାଇ ।୨।
ନନ୍ଦପୁଅକୁ ବିଚିତ୍ର ଅଠାରେ ଗାଢ ଥିଲା ଧାତା କେଡ଼େ ମିଠାରେ ।
ନଇଲେ କି ନେତ୍ର ପଡ଼େ ତା ଠାରେ, ଲାଖି ରହଇ ନ ରହେ ମୋ ଠାରେ
ବନମାଳୀ କହେ ଚିନ୍ତା ନକର, ମୋହନ ତୁମ୍ଭର କିଣା କିଙ୍କର ।
ରଖାଅ ତାହାଙ୍କୁ ସ୍ନେହ ଶାକର, ଅନୁସରିଥିବେ ଯୋଡ଼ିଣ କର ।୪।
(ରାଗ – ମୁଖାବରୀ, ତାଳ – ଆଠତାଳି)
ପୂର୍ବଭାଗ
(ସଖୀପ୍ରତି ଶ୍ରୀରାଧା)
ଶ୍ୟାମ ନାଚିଲା ମୋର ନୟନେ କିବା ଶର୍ବରୀ ।
(ପଡ଼ି) ପ୍ରୟାଗରେ ଯେଉଁ ଜନ, କରିଥିବଟି ମଜ୍ଜନ,
ସେ ସିନା ତା ପରିଜନ, ହେବାକୁ ହେବ ଭାଜନ । ଘୋଷା ।
ଗୋକୁଳ ନରେନ୍ଦ୍ର ସୁନୁ, ସୁଷମା ନ ଗଳା ମନୁ
କିଅବା ଧରିଛି ତନୁ ଫୁଲ ଧନୁ (ପଡ଼ି)
ନାଗରରାଜ ବଦନ, ଚାନ୍ଦ ଆନନ୍ଦ ସଦନ
ବାରେ ଯେ ଦେଖିଛି ଧନ୍ୟ, ସେହିତ, ତାଙ୍କୁ ଚାହିଁତ,
ପଛେ ସେହିତ, ହସନ୍ତୁ ଚିନ୍ତା ନାହିଁତ ।୪।
ଯାଉଥିଲିଯମୁନାକୁ କଦମ୍ବ ମୂଳରେ ତାଙ୍କୁ
ଚାହିଁଦେଲେ ଅରୁନାକୁ ଚେତନାକୁ (ପଡ଼ି)
ହଜାଇ ଅଇଲି ସହି, ମଦନେ ହେଉଛି ଦହି,
କେହି ଆଉ ନ ଦିଶଇ, ତା ବିନା, ମୁଁ ତ ନବୀନା,
କୁଳଲଳନା ସହି ହେବକି ମାର ବେଦନା ! ।୨।
ଏଡ଼ିକି କରି କହୁଛି, ଶିବଙ୍କ ଶିବା ମୁରୁଛି,
ଧାଇଁବେ ସ୍ୱର୍ଗରୁ ଶଚୀ ଇନ୍ଦ୍ରେ ମୂର୍ଚ୍ଛି (ପଡ଼ି)
ମୋ ଧଇର୍ଯ୍ୟ କେଡ଼େ କହ, ଅନାଇ ହୋଇଲି ମୋହ,
କେମନ୍ତେ ଧରିବି ଦେହ ଏଣିକି, ବେନୁ ପାଣିକି
ଚିତ୍ତ ଜାଣିକି, ମୋତେ କେ ଦେବ ଆଣିବି ।୩।
ନାଶିଲା ଧଇର୍ଯ୍ୟ ଶ୍ୟାମ, ଭାସିଲା କୁଳଧରମ,
କଲି ମୁଁ କେଡ଼େ କରମ, ହେଲି ଭରମ (ପଡ଼ି)
ବୋଧି ବନମାଳୀ କହେ ସେ ମୋହନକୁ ଯେ ଚାହେଁ
ଦାରୁଣ ଦଶାକୁ ଦେହେ – ମଣ୍ଡଇ, ସୁଖ ଖଣ୍ଡଇ,
ସର ଦଣ୍ଡଇ, ତା ହୃଦ – ଖଳ ଭଣ୍ଡଇ ।୪।
(ରାଗ – ଖମ୍ବାଜ, ତାଳ- ପଡ଼ି)
ପୂର୍ବଭାଗ
(ସଖୀ ପ୍ରତି ଶ୍ରୀରାଧା)
କହ ସଜନି ଲୋ ! ଆଉ ମୁଁ ଏଣିକି ।
ପାଶୋରିବି କିପରି ସେ ମୁରଲୀପାଣିକି । ଘୋଷା ।
ଧୀର ଲଳିତ ତ୍ରିଭଙ୍ଗ ତା ଠିଆ ଠାଣିକି ।
ଦେଖି କେ ନ ଭୁଲିବ ତା ବାଙ୍କ ଚାହିଁଣୀକି ।୧।
ମୃଦୁ ମୃଦୁ ହସା ଛଣାପୀୟୁଷ ବାଣୀକି ।
ଶୁଣିଲେ କେଉଁ ରମଣୀ ରଖିବ ଆଣିକି ! ।୨।
ଝାମୁ ଝୁମୁ ତା ପାଦନୂପୁର ନିଶାଣିକି ।
ପଥର ହେଲେ ତରଳି ନୋହିବ ପାଣିକି ? ।୩।
ଶ୍ୟାମ ବିଚ୍ଛେଦରେ ହୃଦ ନ ହେବ ହାଣିକି !
ବୋଲେ ବନମାଳୀ ଏହା ନାହିଁ ମୁଁ ଜାଣିକି ! ।୪।
(ରାଗ – ଦେଶାକ୍ଷ, ତା- ଆଠତାଳି)
ପୂର୍ବଭାଗ
(ସଖୀପ୍ରତି ଶ୍ରୀରାଧା)
ସଖୀ ! କି କଲା ଗୋ ମଦନ ସୁନ୍ଦର କାହ୍ନୁ ।
ପଙ୍କଜ କଳିରୁ ଅତିପାସୋର ନ ଯାଏ ମନୁ । ଘୋଷା ।
କୁଞ୍ଜେ ନେଲା ଦିନେ ଢଳାଇ ଶ୍ରୁତିରେ ଭାରତୀ ଅମୃତ ଧରା !
ଉରରୁ ଦୁକୂଳ କାଢି ଲମ୍ବାଇଲା ବିଦ୍ରୂମ ମୁକୁତା ହାର ।୧।
ମର୍କତ ପାଷାଣ ଭଦ୍ର ଭଦ୍ରାସନେ ବିଜେ କରାଇଲା ବଳେ ।
ଇନ୍ଦ୍ର ନୀଳମଣି ବୈଡ଼ୁର୍ଯ୍ୟ ଖଚିତ ମୁକୁଟ ବାନ୍ଧିଲା ଚୂଳେ ।୨।
ଅମର ବନ୍ଧନ ନୀଳାଦ୍ରୀ ଚନ୍ଦନ ଟୋପା ଦେଲା କରି ଧୀରା ।
ପଦ୍ମରାଗ ପାତ୍ର ଗୋଟିକରେ ଭରି ବିଞ୍ଚିଦେଲୋ କୋଟି ହୀରା ।୩।
ତୁହି କୁଞ୍ଜ ରାଣୀ ମୁହିଁ କୁଁଞ୍ଜ ରାଜା ବୋଲି ବଚନ ଭାଷିଲା ।
କନ୍ଦର୍ପ ଶାତ୍ସ ଚଉଷଠି ବନ୍ଧ ବିକାଶ କରି ବସିଲା ।୪।
ସେ ବନ୍ଧନେ ମନ ହୋଇଣ ବନ୍ଦନ ତା ଆନ ନକରେ ଲୋଡ଼ା ।
ଭାଷେ ବନମାଳୀ ଶୁଣ ଗୋ ସଜନି । ଏ ଗୁପତ ରସ ଘୋଷା ।୪।
(ରାଗ- ତୋଡ଼ି ପରଜ । ତାଳ- ଆଡ଼ତାଳି)
ପୂର୍ବଭାଗ
(ଶ୍ରୀରାଧା ଓ ସଖୀଙ୍କ ପ୍ରଶ୍ନୋତ୍ତର)
ବଡ଼ ଆଚମ୍ବିତ ଦେଖିଲି ଲୋ ମିତ
ସେକେଳି କଦମ୍ବ ମୂଳେ
ଗଗନର ଘନ ମହୀରେ ଖେଳଇ
ବିଜୁଳି ଲତିକା ମାନେ ଲୋ ସଜନି !
ବଳପନ୍ତି କି ସୁନ୍ଦର ।
ଘଡ଼ଘଡ଼ି ସ୍ୱନ ଶୁଣି ମୁଁ ଉଚ୍ଛନ୍ନ
ହୋଇଗଲି ପରା ସ୍ଥିର ଲୋ ।୧।
ଇନ୍ଦ୍ରଧନୁ ଉଦେ ସେ କଳା ବଉଦେ
ଦେଖି ହୋଇଲି କାତର,
କାହିଁପାଇଁ ମୋର ମରମ ଭିତର
ଘାରିଲା ମଦନଶର ଲୋ ସଜନି !
ଜାଣିତ ନୋଉଛି କିଛି,
ବିନା ବରଷାରେ ଚିନ୍ତିଗଲି ମୁହିଁ
ସ୍ୱରୂପ ତୋତେ କହୁଛି ଲୋ ।୨।
ବୋଲନ୍ତି ଦୂତୀକା ଶୁଣ ଗୋ ରାଧିକେ ।
ସେ ନବ- ଘନ ନୁହଁଇ ।
ବୁଜୁଳି ବୋଲି ତୁଯାହାକୁ ମଣିଛୁ
ପୀତବସନଟି ସେହି ଗୋ କିଶୋରି !
ଯାକୁ ବୋଲୁ ବଳପନ୍ତି,
ନବ ନାଗରଙ୍କ ମନୋହର ବେଶ,
ହୃଦେ ବନମାଳୀ ଜ୍ୟୋତି ଗୋ ।୩।
ଘଡ଼ ଘଡ଼ି ସ୍ୱର ନୁହେଁ ଧନ ମୋର,
ସେ ଶ୍ୟାମ ବଂଶୀ ନିନାଦ,
ଇନ୍ଦ୍ରଧନୁ ବୋଲି ଯା ଭାବିଛୁ ଆଳି
ଶିଖି – ଚୂଳଟି ସେ ଭେଦ ଗୋ କିଶୋରି !
ଝାଳରେ ଯାଇଛୁ ଚିନ୍ତି,
ବୋଲେ ବନମାଳୀ ରସ ଦୃଷ୍ଟିକରି
କୃଷ୍ଣ ମୋହିଲେ ତୋ ମତି ।୪।
(ରାଗ – ତୋଡ଼ି ପରଜ, ତାଳ- ଆଠତାଳି)
ପୂର୍ବଭାଗ
ଚାହିଁ ଦେଲି କିଞ୍ଚିତରେ ବାରେ ସେ ଶ୍ୟାମ ମାଗରଙ୍କୁ ଗୋ । ଘୋଷା ।
କି ବୁଦ୍ଧ କରିବ କହ ରେ ସଙ୍ଗାତ ।
ନଣନ୍ଦ ଭର୍ତ୍ସନା କରଇ ଯେତେକ ।
ବିରହ ପରାୟେ ଦହୁଛି ମୋ ଚିତ୍ତ ।
ତା ନେତ୍ର- କାଠି- ଅଠାରେ ।୧।
ବୁଡ଼ିଗଲି ସଖି ! ଆନନ୍ଦ ସାଗରେ ।
ଅପବାଦକୁ ନ ରଖିଲି ମନରେ
ଗୁରୁ ଗୁରୁଜନ – ଲାଜ ଦୂର କରି ।
ମଜ୍ଜିଲି ପ୍ରୀତି ଅଠାରେ ।୨।
ନନ୍ଦ ନନ୍ଦନ ସଙ୍ଗେ ଯାର ପୀରତି
ଦେଖି ଶୁଣି ହେବ ହୁଅଇ କରତି,
ପାଉଅଛି ବ୍ରଜ- ଜନେ ଅପଖ୍ୟାତି
ଲେଖାଇ ତମ୍ବା ପଟାରେ ।୩।
*ବୋଲେ ଶ୍ରୀଚରଣ - ଦାସ ଏହି ରସ
ଯାହାର ସନ୍ତତ ବ୍ରଜରେ ନିବାସ
ଶ୍ରୀକୃଷ୍ଣ ଚରଣେ ଯାର ନିତିଆଶା
ସେ ଲୀନ ହୁଏ ସେଠାରେ ।୪।
(ରାଗିଣୀ ଭୈରବୀ, ତାଳ ଆଠତାଳି)
* ଶ୍ରୀଚରଣ ଦାସ ପୁରୀ ବାସେଳୀ ସହିସ୍ଥ ଖଜୁରିଆ ମଠର ଅଧିକାରୀ । ଏ ଜଣେ ବନମାଳୀଙ୍କର ଅନ୍ତରଙ୍ଗ ସଙ୍ଗୀ ଥିଲେ, ତେଣୁ ତାଙ୍କ ନାମରେ ଏ ଗୀତଟି ବନମାଳୀ ଭଣିତା କରିଥିଲେ ।
ଶରଣାଗତି(ଶ୍ରୀ ରାଧାଙ୍କ ପ୍ରତି ସଖୀ)ଅନେଇ ଦେଲୁ କି ? ରାଧେ !କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି । ଘୋଷା ।ଶ୍ୟାମ ନଟବର ବେଶ ଅପୂର୍ବ କଥନ,ଯେଉଁରୂପ କରୁଅଛି ଭୂବନ ମୋହନ, ରାଧେ !ଅନାଇଁ ଦେଲୁ କି ?କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୧।କୋଟିଏ ମଦ ଯଦି ଗୋଟିଏ ହୋଇବ ।କଟି ସରୁଆ ଶୋଭାକୁ ସମ ତ ନୋହିବ, ରାଧେ !ଅନାଇଁ ଦେଲୁ କି ?କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୨।ଭ୍ରୂଲତା ଯୁଗଳ ତା କନ୍ଦର୍ପ ଶରାସନ ।ଚଞ୍ଚଳ ନୟନାଞ୍ଚଳ ଅଲକ୍ଷିତ ବାଣ, ରାଧେ !ଅନାଇଁ ଦେଲୁ କି ?କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୪।ସତୀମତିଭୂଲା ପତିବରତ ଉଜୁଡ଼ା,ବୋଲେ ବନମାଳୀ କୁଳଛଡ଼ା, ଘରବୁଡ଼ା, ରାଧେ !ଅନାଇଁ ଦେଲୁ କି ?କହ୍ନାଇ ମୂରତି ହୃଦେ ମନାଇଁ ନେଲୁ କି ।୫।(ରାଗ – ଶଙ୍କରାଭରଣ । ତାଳ – ଆଠ ତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ସଖୀ ଏ କି ବିଡ଼ମ୍ବନାକାହିଁକି ମୂଳେ ଯାହା ଦେଖିଲି ମୁଁ ଆଜ,ତୋ ଆଗେ କହୁଛି ଫେଡ଼ି ଛାଡ଼ି ଭୟ ଲାଜ ଗୋ ।୧।ସେକିଏ କାହା କୁମର ମୁଁ ତ ନାହିଁ ଚିହ୍ନି,ବାଇ କରାଇଲେ ଚିତ୍ତ କାହିଁକି କି ଘେନି ଗୋ ।୨।ବିକି ହୋଇଗଲି ତାଙ୍କ ନୟନ ଇଙ୍ଗିତେ,କି କି ବା ନ କଲେ ମୋତେ ମୃଦୁ ବଂଶୀ ଗୀତେ ଗୋ ।୩।ଲାବଣ୍ୟ । ରସରେ ତନୁ ଗୋଟିକ ତା ଗଢା,(ତ୍ରିଭୂବନ) ମୋହନ ମୂରତି ତ୍ରିଭଙ୍ଗିରେ ଥିଲେ ଛିଡ଼ା ଗୋଇନ୍ଦ୍ର ନୀଳମଣି ଜିଣି ତେଜ ଦାଉ ଦାଉ,ଦେଖିଲା ମାତ୍ରକେ ପାଦ ନ ଚଳିଲା ଆଉ ଗୋ ।୫।ଶାଶୁଙ୍କ ଡରେ ଅତ୍ୟନ୍ତ କଷ୍ଟେ ମୁଁ ଅଇଲି,ବିଶ୍ୱାସେ ଆଜି ତୋ ଆଗେ ସ୍ୱରୂପ କହିଲି ଗୋ ।୬।ବୋଲେ ବନମାଳୀ ରାଧା ବାଧା – ବାଣୀ ଶୁଣି,ସେହିଟି ତୁମ୍ଭର କଣ୍ଠତଟ – ରତ୍ନମଣି ଗୋ ।୭।(ରାଗ – ଶଙ୍କରାଭରଣ । ତାଳ – ଆଠତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଜଳକୁ ଗଲି ମୁଁ ଘେନି ତଟରେ ।ମୋହନ ଥିଲା ଆସି ବାଟରେ ।କି ଦଶା ନୋହିଲା ଅଳ୍ପ ଭେଟରେବ୍ରହ୍ମ ସମ୍ପତ୍ତି ଗଣିଲି କୀଟରେ,ତପନ ତନୟା ତଟରେ ଲୋ,ଦେଖିଲି ମୁଁ ପୀତ ପଟରେ ।୧।କି ଆଶେ ଚାହିଁଲାନେତ୍ର ପୁଟରେପୂରିଥିଲା ସଖୀ ! ନାନାକୂଟରା,ଅନାଇ ଲାଜ ଗଲା ଉଚ୍ଚାଟରେ,ପଡ଼ିଲି ଆଜ ସଖୀ ! କି ଲଟରେ ? ।୨।ଦେଖଇ ଦେଇ କେ ଚିତ୍ରପଟରେ ?ଦେଖାଇ ବୋଲନ୍ତି କାଳ କାଟରେ,ପରାଣ ଥିବାଯାକ ମୋ ଘଟରେ,ଲୋକ ତାହାର ବୋଳନ୍ତି ହଟରେ ।୩।ବନମାଳୀ କିହେ ସେ ଲମ୍ପଟରେ,ଅନାଇ ଦେଇ ପଡ଼ି ଶଙ୍କଟରେ,ଏବେ ତ ବସି ଗଲାଣି ହାଟରେ,ଗୋପୀକା ମାତିଲେ ନନ୍ଦଚାଟରେ ।୪।(ରାଗ – ପରଜା । ତାଳ – ଆଠତାଳି)(ସଖୀ ପ୍ରତି ଶ୍ରୀରାଧା)(ମତି) ଭରମ ହେଲିଟି ଲୋନନ୍ଦ କୁମାରକୁ ଚାହିଁଦେଲିଟି ଲୋ । ଘୋଷା ।କେ ଜାଣଇ ଏହା ହୋଇଅଛି ଯାହା,ସେ ଆଖିରେ ନାଚିଲା ତା ଚାଲିଟି ଲୋ ।୧।କି ସୁଖରେ ଥିଲି କାହିଁକି ଦେଖିଲି ?ନାଶିଲା ମୋତେ ନାଗରରାଜ ଚିଲ୍ଲୀଟି ଲୋ ।୨।ବଳାଇ ଶରଧା ଶ୍ୟାମ ମୁଖ ସୁଧାକରକୁ ଖରେ ଚାହିଁ କୂଳରୁ ଗଲିଟି ଲୋ ।୩।କି ସୁନ୍ଦର ରୂପ ଥିଲେ ଫୁଲ ଚାପ,ସଙ୍କୋଚ ମାରି ହୁଅନ୍ତା ଚାହିଁ ଭାଲିଟି ଲୋ ।୪।ବନମାଳୀ କହି ଆଗୋ ଇନ୍ଦୂମୁହିଁ,ସେହି ତ ତୁମ୍ଭଲାଗି ଭାଲନ୍ତି କାଲିଟି ଲୋ ।୫।(ରାଗ – ମଦନ କେଦାର, ତାଳ – ଏକତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଗଲା ଗୋକୁଳ କୁଳ - ଧର୍ମ ଭାସିତ ।ଶ୍ୟାମ ଜାତି ମହତ ଦେଲା ଧ୍ୱସିଂତ । ଘୋଷା ।କି ଭଙ୍ଗୀରେ ହୁଏ ଛିଡ଼ା ନ ରଖେ ଆଖି ପିଛଡ଼ା,କୁଳବତୀ ବ୍ରୀଡ଼ା ଛାଡ଼ି ଆସିତ ।୧।ସ୍ୱର୍ଗେ ନଥିବ ସୁଧାରେ ନ ଦିଶଇ ବସୁଧାରେବହେ ଯା ପୀୟୁଷଧାରେ ଭାଷିତ ।୨।କାମଛୁରୀ ଚାହିଁବାର ହୃଦେ ପଶେ ବାର ବାରଥରେ ଅନାଇଲେ ବାର ମାସିତ ।୩।ଲଞ୍ଚଦେ ଦେବତାରେ କେ ବୋଲିବ ସେବ ତାର,ନାହିଁ ମୁଁ ଜହ୍ନୁ ସୁତାରେ ଭାସିତ ।୪।କହେ ବନମାଳୀ ସାର ବ୍ରଜ ନରେନ୍ଦ୍ର କୁମାରଶ୍ରୀଅଙ୍ଗକୁ ଛାର ମାର ଭର୍ତ୍ସିତା ।୫।(ରାଗ – କୁସୁମ କେଦାର, ତାଳ – ଏକତାଳି)ପୂର୍ବରାଗ(ସଖୀପ୍ରତି ଶ୍ରୀରାଧା)ସେ ଶ୍ୟାମନାଗ ରାଜ ଲୋ, ସତୀଙ୍କି କଲା ନିର୍ଲ୍ଲଜ ।ଧାଇଁଲି ସଦନୁ ତେଜିଦେଇ ମନୁ ଗୁରୁଗଉରବ ଲାଜଲୋ । ଘୋଷା ।କହିବା ଅବା କେ କୁଳନାରୀ ଲୋକେ,ଦେଖା ଦେବାର ବରଜ ।ଏଡ଼ିକି କହୁଛି ଗିରିଶଙ୍କୁ ମୂର୍ଚ୍ଛିଗିରିଜା ହୋଇବେ ସଜ ଲୋ ।୧।ପତିବ୍ରତୀ ସ୍ତିରୀ ସତୀ ସାବିତିରୀ,ଧାଇଁବେ ତେଜି ପଦଜ ଲୋ ।୨।ନିନ୍ଦା ହେଉ ମୋତେ ତେଜନ୍ତୁ ସମସ୍ତେଗଞ୍ଜନ୍ତୁ ବିପକ୍ଷ - ବ୍ରଜ ।ଲୋଡ଼ା ନାହିଁ ଆଉ ସୁଖେ ମିଳୁଥାଉ,ମୋହନ ମୁଖ ପଙ୍କଜ ଲୋ ।୩।ବୋଲେ ବନମାଳୀ ଆଗୋ ବ୍ରଜବାଳୀ,ମୋତେ ଦିଅ ପଦ ରଜ ।ତୁମ୍ଭ ଭାବଲବ କମଳା ସମ୍ଭବଭବ ନ ଜାଣନ୍ତି ଆଜ ଲୋ ।୪।(ରାଗ- ରସକେଦାର, ତାଳ- ଆଦି ଏକତାଳି)ପୂର୍ବରାଗ(ସଖୀପ୍ରତି ଶ୍ରୀରାଧା)ଶ୍ୟାମଳ ଗାତ୍ରେ ମୋ ନେତ୍ର ପଡ଼ିଲାରେଁପଡ଼ିବା ମାତ୍ରେମୋ ଜ୍ଞାନ ବୁଡ଼ିଲାରେ ।ଡର ଡର ହୋଇ ସିନା ମୁହିଁ ତର ତର କରି ଦେଲି ଚାହିଁଦର ଦରଶନେ ଚିତ୍ତ ବୁଡ଼ିଲାରେ । ଘୋଷା ।ଦିବ୍ୟାଞ୍ଜନଶୀକର୍ପୂରଦେଲେ ଆଖି, ପୂରଇଲୋତକଜଳେ ସଖୀଦେଖି(ପଡ଼ି) ମୋହନ ରୂପମାଧିରୀ ମୋ ଡୋଳାରେ ଗଲା ପୂରିକି ସୁଖ ଜନ୍ମାଇ ଦୁଃଖ ଏଡ଼ିଲାରେ ।୧।କି ଶୀତଳ ନେତ୍ରକୁ ଲାଗିଲା ରୂପ, ଦେଖି କୃତାର୍ଥ ହୁଅନ୍ତା ଫୁଲଚାପ(ପଡ଼ି) ତର୍କ ଅଛି ସେହୁ ଘର କରିଣ ହୃଦ ଭିତର,ବାହାର ସଙ୍କୁଚ ମୋର ଫେଡ଼ିଲା ରେ ।୨।ମହୀମଣ୍ଡଳେ ସୁନ୍ଦର ଗଣିକାରେଥିଲେ କେହି ଥିବ ଅବା ଦେବତାରେ(ପଡ଼ି) ତାଙ୍କ ବେନି ଅବିଗୁଣ ତଳେ ନଲାଗେ ଚରଣ,ନୟନ ତ ପଲକ ନ ଲୋଡ଼ିଲାରେ ।୩।ସେ ମୋହନ ସ୍ୱରୂପକୁ ସେହିପରି ଆଉ ଜଣେ ଦେଖିନାହିଁ ତ୍ରୟପୁରୀ(ପଡ଼ି) ବିକି ହେବି ତେଜିଲାକ ତାଙ୍କ ଚରଣେଁ ମୁଁ ଆଜ,ତୋର ମୋର ଏହି ଭାଷା ଛିଡ଼ିଲାରେ ।୪।ବନମାଳୀ ସେ ନାଗର ଦରଶନେ କୃତାର୍ଥ କି ହୋଇବ ତା ପରସରେ(ପଡ଼ି) ଦେଇ ପାରନ୍ତି ସଦନ, ତାଙ୍କ ଚରଣେ ମୋ ମନ,ଭଜିଲା ନାହିଁ ଦଇବ ଏଡ଼ିଲାରେ ।୫।(ରାଗ – କେମୋଦୀ, ତାଳ – ଏକତାଳି)ସ୍ନାନ ମିଳନ(ସଖୀ ପ୍ରତି ଶ୍ରୀ ରାଧା)କି ଲାଜ ପାଇଲି ଆଜ ରେ ବାନ୍ଧବୀ ! କି ଲାଜ ପାଇଲି ଆଜ ।ଉରେ ଚିର ଦେଇ ତର ନ ସହଇ,ଆଗରେ ନାଗରରାଜ ରେ । ଘୋଷା ।ଚଉଦିଗେ ଚାହିଁ କେଣେକେହି ନାହିଁ,ନିଛାଟ ଘାଟକୁ ଗଳି ।ଅଙ୍ଗରେ କୁଙ୍କୁମ ବୋଳି ହେଉଥିଲି,ଉତ୍ତରେ ଅମ୍ବର ଚୋଳି ରେ ।୧।ପାଣି ପଲ୍ଲବରେ ଘେଡ଼ଣା ନ ଯାଇବର୍ତ୍ତୁଳ ତର ଉଜର ।ଯେତେ ଯତ୍ନ କଲେ ମହା ମହୀଧର,ତାଙ୍କର ନିକି ସରୋଜ ରେପାଖେ ଘୋଡ଼ଇଲେ ଆରପାଖ ଦିଶେଉପାୟ କିଛି ନ ଦିଶେ ।ମୁଖ ଅବନତ- କଲେ ସେ ଉନ୍ନତ –ପୟୋଧର ବେନି ଠେସେ ରେ ।୩।କୁନ୍ତଳଉହାଡ଼ି...... ରଖିନ୍ତି ମୁଁ ଅବା,ବାନ୍ଧିଥିଲିବେଣୀ ଟେକି ।ବୋଲେ ବନମାଳୀ ଶୁଣ ଠାକୁରାଣୀ !ଜଳେ ଲୁଚିଥାନ୍ତ ଟିକି ରେ ।୪।(ରାଗ – କାମୋଦୀ, ତାଳ – ଏକତାଳି)ପୂର୍ବରାଗ(ସଖୀପ୍ରତି ଶ୍ରୀରାଧା)ସୁଖ ଲୋଡ଼ି ଦୁଃଖରେ ଜଡ଼ିଲି ଗୋ, ନାଗରରାଜାଙ୍କୁ ଚାହିଁ ।ମୋ ପାପ ଆଖି ମୋତେ କଲା ଦୁଃଖୀକାହାକୁ କହିବି ସହି ! । ଘୋଷା ।କି ସୁଖରେ ଥିଲା ଜାଣି ମୁଁ ନ ଥିଲି,ଅନାଇଁ ଦେଲେ ପ୍ରମାଦ ।ଦେଖି ଛାଡ଼ି ନୋହେଁ ଛାଡ଼ିଲେ ବିଦେହେତଳେ ଲୋକ ଅପବାଦ ।୧।ନୟନ ଯୁଗଳୁଁ ଜାଣିବାରେ ଜଳବହି ନଥିଲା ମୋହର ।ଏବେ ସେ କଜ୍ଜ୍ୱଳ ସହିତରେ ବୋଳେକହି ଦେଲା ହୃଦହାର ।୨।ନିରତରେ ଜର - କରି ଜର ଜରସ୍ୱେଦରେ ହୋଇଲା ତନୁ ।ରଜନୀ ବାସର ହୋଇଲା ଅସରନିମିଷେନ ଯାଏ ମନୁ ।୩।ବନମାଳୀ ଭଣି ଆଗୋ ଠାକୁରାଣୀ-ଶିରୋମଣି ଶୁଣ ଶୁଣ ।ନେତ୍ର ରଟି ବଶ ହୋଇଗଲେ ନାଶ,କରଇ ଉତ୍ତମ ଗୁଣ ।୪।(ରାଗ–ଦକ୍ଷିଣକାମୋଦୀ ।ତାଳ–ଆଠତାଳି)ପୂର୍ବରାଗ(ସଖୀପ୍ରତି ଶ୍ରୀରାଧା)ମଜ୍ଜା ମଜ୍ଜା ହଲାଇ କୁଳଜା ରହିଲେ ।ବ୍ରଜାବଳୀ – ରଜା ସଜା ମୁଖ ଚାହିଁଲେ । ଘୋଷା ।କଞ୍ଜାକ୍ଷ କି ସୁନ୍ଦର ନ ଯାଇ ମନୁ ମୋର,କେ ଜାଣେ ଚାହିଁଦେଲେ ଦହିଲେ ।୧।ମୁଁ ଜାଣିଥିଲେ ମିତ ମଜାନ୍ତି କିମ୍ପା ଚିତ୍ତହଜାର କହ ମୂଚ୍ଛ ନୋହିଲେ ।୨।ସଜାଡ଼ିଲେ ମହତ ଉଜାଡ଼େ ନନ୍ଦ ସୁତ,ଉଜାଗରେ ଲୋଚନେ ରହିଲେ ।୩।ଜଞ୍ଜାଳ ନେତ୍ର ପ୍ରୀତି ହଜାଇ କୁଳଜାତିବେଜାରେବନମାଳୀ କହିଲେ ।୪।(ରାଗ – କାମୋଦୀ । ତାଳ – ଆଠତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଧୃତି ତୁଟିଲା, ନନ୍ଦ କିଶୋର ଲୁଟିଲାରେକେତେ ଦୁର୍ବାଦଳବୃନ୍ଦ ନ ରଟିଲା ?ତେବେ ଚିତ୍ତ ନ ଫାଟିଲା ରେ । ଘୋଷା ।ମୋ ଲୋଭ ମୋତେ କାଟିଲା ରେ ।କାହିଁକି ମୋହନ ପଲକ ଫିଟିଲାଶ୍ୟାମ ନେତ୍ରେ ଚହଟିଲା ରେ ।୧।ଉପାୟତ ନ ଖଟିଲା ରେ ।ଯେଣିକି ଚାହିଁଲେ ମୋହନ କୁଟିଳଭ୍ରୂବଲ୍ଲୀ ମୋତେ ଘାଣ୍ଟିଲା ରେ ।୨।ଦଇବ ମୋତେ ହଟିଲା ରେ ।ନିବର୍ତ୍ତିଲେ ଚିତ୍ତ ସନ୍ତାପ ଘଟିଲା,ମଦନ ଜ୍ୱର ଘୋଟିଲା ରେ ।୩।ବନମାଳୀ ଆକଟିଲା ରେ ।ନିନ୍ଦୁଥାଇ ଯାହା ଜଟିଳା କୁଟିଳାସେ କଥା ଅସି ଯୁଟିଲା ରେ ।୪।(ରାଗ – ଦେଶାକ୍ଷ । ତାଳ –ସରିମାନ)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଚରିତ୍ର କଥାଏ ଶୁଣ ସଖୀ !ବ୍ରହ୍ମାଣ୍ଡ ଯାକେ ନ ଥିବ ଦେଖି,କାହାଗେ କହିବି ନ ବୁଝନ୍ତି କେହି,ଏହି ଭାବରେ ମୁଁ ଗଲି ଶୁଖି ।୧।ପ୍ରିୟ ଚିତ୍ତ ଅଳଙ୍କାର,ଅନାଇଁ ଲୋଭ ବଢିଲା ମୋର ।ମୋର ମନ ମଣି ମନ୍ଧା ରଭ୍ଗେ ଆଣି,ମଣ୍ଡ ହେବି କଲି ଏ ବିଚାର ।୨।ଭଲ ଲୋକପରି ପାଶେ ଦେଖି,ଖଳ- ମଦନକୁ କଲି ସାକ୍ଷୀ ।ଦେଲି ମୁଁ ନବ - ଲାବଣ୍ୟ କଳନ୍ତରଭୋଗ କରୁଥାଅ ବୋଲି ଲେଖି ।୩।ଏବେ ସେ ଚିତ୍ତ ଅନ୍ତର ହିତ,ହଲାଇଲି ମାତ୍ର ବିତ୍ତ ।ଯେ ଗଲା ସେ ଯାଉ ପଛକେ ମୋ ଚିନ୍ତାନାହିଁ ଶୁଣ ଏବେ ବିପରୀତ ।୪।ସଖୀ କିପାଇଁ ସନ୍ତତ ଚଳି,କିମ୍ପାଇ ତନୁ ଦେଉଛି ଦଳି,ବନମାଳୀ ବୋଲେ କା ଆଗେ କହିବିରସନା ନାଶିଲେ ଦନ୍ତାବଳୀ ।୫।(ରାଗ – ଶୋକ କାମୋଦୀ । ତାଳ – ଏକତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଆଲୋ ସଖୀ ! ପାସୋରି ନୁହେଁ ଗିରିଧାରୀକି ।ପାସୋରି ନୁହେଁ ଗିରିଧାରୀକି, ଲୋମୁରୁଛି ନୋହେ ଗିରିଧାରୀକି । ଘୋଷ ।ଆନ କିଛି ନ ରୁଚେ ଆଖି ଭିତରେ ନାଚେ,କଳଙ୍କ ହେଲା କୁଳନାରୀଙ୍କି ।୧।ସେକି ଗୋକୁଳବାସୀ ମହା ମୋହନଫାଶି,ଆସି ରହିଛି ନନ୍ଦପୁରୀ କି ?ଚାହିଁବା ମାତ୍ରେ ମନ ହରେ ମତି- ମୋହନ,ଏତେକ ନ ପାରିଲି ତରକି । ୩ ।କି କୋମଳ ବଚନ, ପବିତ୍ରଅପଘନଲୋଚନ ବେନି କାମ ଛୂରୀକି ? । ୪ ।ଲେଖିଦେଖି ମୁଁ ୧ ଖତ, ଲୋକ ପଣେ ଦେଖତ,କେ ଆଣି ଦେବ କାଲି ପରିକି ? । ୫ ।ବନମାଳୀ କହଇ, ୨ ରାଗରେ ଯେ ଚାହାଁଇଁ,ସେ ସିନା ଯାଏ ଏତେସରି କି । ୬ ।(ରାମ- ମଙ୍ଗଳ, କେଦାର – ତାଳ ଟପ୍ପା)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଯେଉଁ ଦିନୁ ଦେଖିଲି ନନ୍ଦ କିଶୋର ।ସବୁ ବିଷୟା ଗଲା ମୋର ପାଶୋର । ସଖୀର । ଘୋଷା ।କୁଳବତୀ କଳଙ୍କ ଆଣି ଗୋପରେ ।ରଖାଇ ବିହି ହସାଇଲା ଗୋପରେ । ୧ ।ରଖାଉ ନାହିଁ ଗୁରୁ କୁଳରେ ଲାଜ ।ଲଖାଉ ଅଛି ହୃଦେ ଫୁଲ ନାରାଜ । ୨ ।ଉପାୟ ହୋଇ ଆଉ ନ ଦିଶେ ସତ ।ଯେଉଁ ଦିନୁ ମୋ ଚିତ୍ତେ ହେଲି ଆସକ୍ତ । ୩ ।ହସନ୍ତୁ ସାଧୁ ମୋତେ ନିନ୍ଦନ୍ତୁ ବନ୍ଧୁ ।ତେଜିନ ପାରିବି ମୁଁ ଗୋକୁଳ – ଇନ୍ଦୁ ।୪।ବନମାଳୀ କହଇ ଗୋପୀଙ୍କ ପ୍ରୀତି ।ଜାଣି ପାରି ନାହାନ୍ତି ଆଜହୁଁ ଶ୍ରୁତି । ୫ ।(ରାଗ – କେଦାର, ଚକ୍ରକେଳି । ତାଳ- ଝୁଲା)୧-ଖତ- ତମସୁଜ ।୨ ରାଗରେ – ସ୍ନେହରେ ।ପୂର୍ବରାଗ(ସଖୀ ଉକ୍ତି)ନଟବର ସେ ଶ୍ୟାମ ସୁନ୍ଦର ।ଦେଖିଲା ଲଗାର ବୃନ୍ଦର ଲୋ । ଘୋଷା ।ନବଘନ ଶ୍ୟାମ, ମୂରତି ସେ କାମ....ଦେବଜିତ ତନୁ ସୁନ୍ଦର ଲୋ ।କାହୁଁ କେତେ ରୂପ ଭାଙ୍ଗି ଶିଖିଅଛି,ଲେଖିଲେ ବସୁ ସୁନ୍ଦର ଲୋ । ୧ ।ବେଣୁ ଧୀରେ ଧୀରେ, ଲଗାଇ ଅଧରେ,ଅଙ୍ଗୁଳି ଦେଇଣ ରନ୍ଧ୍ରର ଲୋ ।ସ୍ତମ୍ଭନ ମୋହନ, ବଶ ଉଚ୍ଚାଟନ,ଶୁଣି କେ ରହିବ କନ୍ଦର ଲୋ । ୨ ।ସପ୍ତଦିନଶିଳା- ଧରା ବୃଷ୍ଟି କଲାବଜ୍ରଘାତେ କି ପୁରନ୍ଦର ଲୋ ।ଦେଖି ଉତପାତ ଶୀଘ୍ରେ ଗୋପୀନାଥଶ୍ରୀକରେ ଧଇଲେ ମନ୍ଦର ଲୋ । ୩ ।କେଶୀ, ବକା, ଅଘା ବତ୍ସା ବିନାଶିଲେ,କାହୁଁ କେତେ ରୂପେ ହୁନ୍ଦର ଗଲା ।ବୋଲେ ବନମାଳୀ, ନ କଲେ ତ ଦୟାପକାଇ ବିଷୟା - ଫାନ୍ଦର ଲୋ । ୪ ।(ରାଗ- ଖଣ୍ଡବାଣୀ, ତାଳ – ଖେମଟା)ପୂର୍ବରାଗ(ସଖୀ ଉକ୍ତି)ଯମୁନା ଯିବା ନୋହିଲା ମିତ ।ବାଟେ ଜଗି ବସିଅଛି ନନ୍ଦସୁତ (ସେହି କଳା ଭୂତ) । ଘୋଷା ।ସେ ପୀତ ପଟିଆ ପଥେ କରି ଠିଆବୋଲୁଥାନ୍ତି ବାଣୀ ଆଚମ୍ବିତ ।କରି ବଂଶୀ ସ୍ୱନ ମୋହି ଆମ୍ଭମନଚିତ୍ତକୁ କରନ୍ତି ବିହ୍ୱଳିତ । ୧ ।କି ମନ୍ତ୍ର ପଢ଼ାଇ ନିଅନ୍ତ କଢ଼ାଇନ ରହଇ ଆମ୍ଭର ଆୟତ୍ତ ।ଯମୁନା କୂଳରେ କଦମ୍ବ ମୂଳରେବସାଇ ନିଅନ୍ତି ଦ୍ୱରୁମତ । ୨ ।ଜଳରେ ପୂରାଇ କୌତୁକ ଭିଆଇବସ୍ତ୍ର ହରି କଲେ ହରକତ ।ବୋଲନ୍ତି ଜଳରେ ଉଲଗ୍ନ ହୋଇଲିକରଯୋଡ଼ି କର ଦଣ୍ଡବତ । ୩ ।ଯମୁନା ଘାଟ ହେଲା ଦୁର୍ଘଟ ।ହୋଇଲେ ବାହାର ଚିତ୍ତ ଥରହର,ଚିତ୍ତଚୋର ଡକାୟତ । ୪ ।ଜଳରୁବାହାରି ଯେଝା ବସ୍ତ୍ର ଧରି,ପିନ୍ଧ ଫେରି ଅଇଲେ ତୁରିତ ।ବୋଲେ ବନମାଳୀ ଆଗୋ ବ୍ରଜବାଳୀହୃସୁ ଚରଣେ ରଖି ଯା ଚିତ୍ତ । ୫ ।(ରାଗ – କଳିତ କେଦାର, ତାଳ- ଝୁଲା)ବିରହିଣୀ(ସଖୀ ପ୍ରତି ଶ୍ରୀରାଧା)ବିଷ ପୀୟୁଷ ବୋଲି ମୁଁ ଦେଲି ଚାଖି ।ଆଗୋ ପ୍ରିୟସଖୀ । ପଦ ।ଦିନେ ହେଇଥିଲି ଛିଡ଼ା,ଆସି ମିଳିଗଲେ ଘରବୁଡ଼ା,ଭଲ କରି ତାଙ୍କୁ ଚିହ୍ନି ନ ପାରିଲିସେ ଦିନୁ ଅନଙ୍ଗ କଲା ପୀଡ଼ା ।୧।ଗୋଟିକ ଯାକ ଦକ୍ଷିଣ ଆଖି,ବିପକ୍ଷଙ୍କ ପରେ ଥିଲି ରଖି,ଲାଜ ଭୟରୁ ବାମନେତ୍ର ଅର୍ଦ୍ଧକତାଙ୍କ ଅଧରେ ମୁଁ ଥିଲି ରଖି । ୨ ।ଶେଷର ଅଞ୍ଚଳ ନୟନେ ଦେଇ,ନାଗର ବରଙ୍କୁ ଦେଲି ଚାହିଁକେତେବେଳେ ମନ ବିକଶି ଆସଇନ ରସିବେ ମୋତେ ଆଉ କେହି । ୩ ।ବନମାଳୀ ବୋଲେ ନବଦଶା,ଆସି ମୋ ହୃଦେ କଲାଣି ବସା,ଗୋଟି ଗୋଟିକେ ଘୋଟିବ ଏହିକ୍ଷଣିମୂଳ ହେଲାଣି ଭରସା ହସା । ୪ ।(ରାଗ – କାମୋଦୀ, ତାଳ - ଏକତାଳି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ମୋହନ ଦେଲିତହିଁ ଗୋ ।ଆଗୋ ପ୍ରିୟ ସହି । ଘୋଷା ।କଦମ୍ବ ମୂଳରେ ରହି କି ରଙ୍ଗେ ମୂରଲୀ ବାଇମାନସେ ମୋର ନାଚଇ ଆନ ସାହା ନାହିଁ ଗୋ । ୧ ।ଧନ୍ୟ ତା କଟାକ୍ଷ ଆଖି ମୋ ମାନସେ ଗଲା ଲାଖିନ ପାରିଲି ସକୀ ଦେଖି ସେ ଶଷ୍ୟାମକୁ ଚାହିଁ ଗୋ ।୨।ବଦନେ କି ଅଛି ତାର ସଦନେ ହୋଇ କାତରମଦନେ ହୋଇ ଆତୁର ସବୁ ପସୋରାଇ ଗୋ । ୩ ।କହଇ ସେ ବନମାଳୀ ଏ ରସରେ ଭାଳି ଭାଳିନ ଦେଖିଲି ଶ୍ୟାମ ଝଳି ତା ପାଶରେରହି ଗୋ । ୪ ।(ରାଗ – ଶାରଙ୍ଗ, ତାଳ - ଆଠତାଳି)ପୂର୍ବରାଗ(ସଖୀ ପ୍ରତି ଉକ୍ତି)ଆଜ ବ୍ରଜରାଜ କୁମର,ରାଜ ପଥରେ ଯାଉଥିଲେ ଗୋ । ଘୋଷା ।ଗେଲେ ଗେଲେ ଖେନଟା ନାଚେ ଆସୁଥାନ୍ତି ଗୋକୁଳ ପଛେବାନ୍ଧି ଚୂଳ ମୟୁରପୁଚ୍ଛେସେହିଯେ ପତନା ପ୍ରାଣଘେନା ଗୋ । ୧ ।ନୟନ କଜ୍ୱଳ ଲାଞ୍ଜି କିବା ମଦନ ଶର ସାଜିନବ ଯୁବା ନାରୀ ମରମ ଖୋଜି,ବିବେକ ବୁଦ୍ଧିକି କରେ ବଣା ଗୋ । ୨ ।ତାଙ୍କ ଯେଉଁ ଶ୍ରୀମୁଖ ଶୋଭା ଦେଖି କେବା ନୋହିବେ ଲୋଭାଉପକ୍ଷିବେ ନାରୀ କେ ନବଯୁବା,କହିଥିଲେ ଯାହାକହି ନୋହେ ଗୋ । ୩ ।ତାଙ୍କ ଯେଉଁ ଭୁରୁ ଛଟକ ଚାହିଁଲେ କି ଆଉ ପଡ଼େ ପଲକ ?ଏହି ରୀତି ଥିଲେ କାଳକ ଯାକ,ଆଉ କି ବଞ୍ଚିବେ ଗୋପାଙ୍ଗନା ଗୋ । ୪ ।କବରୀର ଗତିକି କରି ହରି କରେ ମୂରଲୀ ଧରିକବୀର ନର ଶିରୀକି ଧରୀ,ସଧୀରେ ବଂଶ ବଜାଉଥିଲେ ଗୋ । ୫ ।ବନମାଳୀ କହଇ ଗୀତେ ତାର ଛବି କହିବି କେତେଦେଖିଲା ବେଳକୁ ଚିତ୍ତ ଛିନ୍ନ ଛିନ୍ନ,ମନକୁ ମୋହାର ମୋହିନେଲେ ଗୋ । ୬ ।(ରାଗ – ଦେଶବରାଡ଼ି । ତାଳ - ଝୁଲା)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଦେଖିଲେ କାହ୍ନୁ ମନ ନ ଯିବ ଗୋସତୀବରତ ଧୃତି ଭାଜିବ ଗୋ । ଘୋଷା ।ନବ- ନୀରଜ- ନେତ୍ର ତମାଳ – ପତ୍ର- ଗାତ୍ରକାମଭରରେ ତନୁ ରାଜୀବ ଗୋ । ୧ ।ଦିନେ ଦେଖିଲି ଡୋଳେ କେବି- କଦମ୍ବ ମୂଳେଆନନକୁ ଲକ୍ଷ୍ୟ କି ରାଜୀବ ଗୋ । ୨ ।ଦେଖିଲେ ତାଙ୍କ ନୃତ୍ୟ ନ ଛାଡ଼ିବ ତ ଚିତ୍ତଭୁଲି ତାଠାରେକେ ନ ମଜ୍ଜିବ ଗୋ । ୩ ।ଦିନେ ସେ କୁଞ୍ଜବନ ଦେଖି ହେଲି ଅଜ୍ଞାନସେ ଦିନୁ ହୋଇଅଛି ତଜିବ ଗୋ । ୪ ।ବୋଲଇ ବନମାଳୀ ଶ୍ୟାମବନ୍ଧୁଙ୍କୁ ଭାଳିସତେ ପିଣ୍ଡ ତେଜିବ ଏ ଜୀବ ଗୋ । ୫ ।(ରାଗ – କୁମ୍ଭକାମୋଦୀ । ତାଳ - ଏକତାଳି)ପୂର୍ବରାଗ ପଞ୍ଚସ୍ପୃହା(ସଖୀ ପ୍ରତି ଶ୍ରୀରାଧା)ଦାରୁଣ ନେତ୍ରାନ୍ତକୁ ମୁଁ ଏଣୁ ଡରୁଥାଇ । ଘୋଷା ।ଯହିଁ କି କରଇ ମନା ତହିଁକି କରି କାମନାଅଗମ୍ୟ ପଥକୁ ଗମୁଥାଇ । ୧ ।ଦେବତା – ଦୁର୍ଲ୍ଲଭ ବିଜେ ଏ ପାପମନ ନ ବୁଝେଆଶା କରି ଲୋଭେ ମରୁଥାଇ । ୨ ।ପଡ଼ିଲେ ବୁଡ଼ି ରହଇ ଲୋଡ଼ିଲେ ମିଳଇ ନାହିଁକାନ ସେହୁ ରସେ ରସିଥାଇ । ୩ ।ମୃଗମଦ ନୀଳୋତ୍ପଳ ତା ଶ୍ରୀଅଙ୍ଗ ପରିମଳନାସା ମୋର ଆଶା କରୁ ଥାଇ । ୪ ।ତାର ଚର୍ବିତ ତାମ୍ବୁଳ ଅଧ ଅଧରୁ କେବଳଚାଖିବାକୁ ଜିହ୍ୱା ଝରୁଥାଇ । ୫ ।ବନମାଳୀ ବୋଲେ ମନ, ହେବାରୁ ତାର ଅଧୀନଜୀଇବା ଭରସା ଦିଶୁନାହିଁ । ୬ ।(ରାଗ – କଲ୍ୟାଣ । ତାଳ - ଆଦି)ପୂର୍ବରାଗ(ସଖୀ ପ୍ରତି ଶ୍ରୀରାଧା)ଶ୍ୟାମନାଗର ମହତ ନିବାରଇତ ।କାମରେ କାମିନୀ କଲା ବାଇ ତ । ଘୋଷା ।ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେରହି ନୋହୁ ଅଛି ରହି ଜାକିତ ।୧।ଦଖି ଆଖି ଲାଖି ରହେ ସଖୀ ଆହୋ ସେ ବିରହେନାହିଁ ମୁହିଁ ଯେ ସୁତାରେ ଖସିତ ।୨।ଏମନ୍ତ ସୁନ୍ଦର ବର ବରଜରେ ବେଦବରରଖିଥିବ ସୁଖ ଦରଶାଇତ ।୩।ବନମାଳୀ କି ପଚାର ଯେବେ ନିଗୂଢ ବିଚାରକଲା ସେହୁ ରମ୍ୟପୁର ସାହିତ ।୪।(ରାଗ-ବିରାଡ଼ି । ତାଳ –ଝୁଲା, ଖେମଟା)ପୂର୍ବରାଗସଖୀରେ ! ତାଙ୍କୁ ଦେଖିଲି ଡୋକେ ।ବିଜେ କରିଥିଲେ କଦମ୍ୱ ମୂଳେ । ଘୋଷା ।ସେ ରୂପକୁ ଧାତା ଗଢିଲାବେଳେ ।କର କିପରି ରହିଲା ନିଶ୍ଚଳେଗୋରଚନା ଚିତା ଶୋହେ କପୋଳେ ।ରାହୁ ବାନ୍ଧିଛି କି ଚନ୍ଦ୍ର ମଣ୍ଡଳେ... ।୨।କର୍ଣ୍ଣରେ ମକର କୁଣ୍ଡଳ କୁଳେନବଘନ କୋଳେ ଚପଳା ଖେଳେ ।୩।ବନମାଳୀ ମନ ରହି ନିଶ୍ଚଳେ ।ଦିନେ ନ ମଜ୍ଜିଲା ପାଦ କମଳେ ।୪।(ରାଗ ତୋଡ଼ି-ତାଳ ଝୁଲା)ନବାନ୍ନରାଗ(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)ଦିନୁ ଦିନୁ ନନ୍ଦ୍ରି ତନୟ ଗୋ ।ନବନବ ପରା ମୋ ମିତ !ନିତି ଦେଖୁଥିଲି, ପ୍ରୀତି ବଢୁ ଥାଇତୃପତି ନୁହଁଇ ଚିତ ଗୋ ମିତ ! ଘୋଷା ।ହାସରେ ସଖୀ, ଭାଷରେ ତାର ପୀୟୁଷ ଯେ ଥାଇ ପୂରି ।ଶ୍ରୁତିରେ ପଶି ଧୃତି ନାଶଇ,ବୃତ୍ତି ତେଜଇ ନାରୀଗୋ ମିତ ! ।୧।ଖଞ୍ଜନ ମୀନ, ରଞ୍ଜନ ମୃଗ କଞ୍ଜ-ନୟନ ତାର ।ଛାତିରେ ପଡ଼ି, କାତି ମାରଇ,ଜାତି ମଦନ-ରେ ଗୋ ମିତ ! ।୨।ଛାଡ଼ିସବୁ ସଜାଡ଼ିଲା ତନୁ କେତେକାଳ ବସି ବିହିକାମ ହୋଇଲେ, ଝାମ ହୋଇବ,ଶ୍ୟାମ ମୂରତି ଚାହିଁ ଗୋ ମିତ ।୩।ବନମାଳୀ ବୋଲେ, ମନ ମିଳିଗଲେ,ବିସ୍ମରି ନ ପାରେ ଆଖି ।ଯେତେ ଯେତେ ଦେଖ, ଥିଲେ କେତେ ପୁଣିନୂଆ ନୂଆ ଦିଶେ ଟିକି ଗୋ ମିତ ।୪।(ରାଗ-ବସନ୍ତ, ତାଳ-ଖେମଟା)ନବାନ୍ନରାଗ(ସଖୀ ଉକ୍ତି)ନୂଆ ଲଳନା । ନୂଆ ନାଗରେ ହେଲୁ ସୁଆଗମାନ ରେ । ଘୋଷା ।ତୁଆକୁ ତୁଅ ଯାଉ ଯମୁନାଭୁଆଶୁଣୀ କୁଳରୁ ହୋବୁତ ମନରେ ।୧।ଦୁଆରବନ୍ଧ ଡେଇଁ ହେଉ ତନ୍ମାନା ।କୁଆରୀ କାଳୁ କଲୁ ଶ୍ୟାମ କାମନାରେ ।୨।ରୁଆଇ ହୃଦକ୍ଷେତ୍ରେ କାଳିଆ ସୁନା ।ଥୁଆଇଲୁ ଅକୀର୍ତ୍ତି ପସରା ସିନା ରେ ।୩।ଯୁଆଣୀ ବଧୂ ତୁ ରାଜନନ୍ଦନା ।ଧୂଆଇକୁ ନୟନ ଲୋତକ କିନା ରେ ।ଉଆସ ଛଡ଼ାଇବ ସେ ନନ୍ଦ କହ୍ନାଗୁଆଁର ବନମାଳୀ ଚିତ୍ତେ ଭାବନାରେ ।୫।(ରାଗ- ନଳିନୀ ଗୌଡ଼ା, ତାଳ –ଝୁଲା)ନବାନୁରାଗ(ଶ୍ରୀ ରାଧା ଉକ୍ତି)ଘନ କାଳିଆରେ, ସେ ମୋ ଜୀବ- ଜୀବନ ।ମିତଣୀ ! ମୋ ବିତ୍ତସବୁ ପୀତଦୁକୁଳିଆ । ଘୋଷା ।ଗଲେ ଏ ପରାଣ ଯାଉ, ନ ତେଜିବି ତାଙ୍କୁ ଆଉନାଚିଲେ ନେତ୍ରେ ସର୍ବଦା କାଳନ୍ଦୀ କୂଳିଆ ।୧।ଲାଗୁ କୁଳରେ କଳଙ୍କ ଜୀବିକା ମୋ ପଦ୍ମ ମୁଖ,ଦୁଃଖ ପାସୋରା ମନ୍ତର ଶିଖଣ୍ଡି-ଚୂଳିଆ ।୨।ବିନାଶି ବାସ-ଆବର ମନାସୁଛି ସଙ୍ଗ ତାର,ନୟନ ପିତୁଳା ରଙ୍ଗ-କାଇଁଚମାଳିଆ ।୩।ହେଜି କହିଲେ ଏଣିକି ସଜନି ! ଜଳବାଣୀକିତେଜିବି କି ସତେ ମନୁ ନନ୍ଦ-ଦୁଲାଳିୟା ।୪।ଶ୍ରୀମତି ଏସନ ବାଣୀ ପ୍ରିୟସଖୀ ମନେ ଭଣିକହେ ବନମାଳୀ ଚିନ୍ତି ବରଜ-ଧୂଳିଆ ।୫।(ରାଗ- ଲତିତ କେଦାର, ତାଳ-ଏକତାଳି)ନବାନୁରାଗ(ସଖୀ ଉକ୍ତି)କେଡ଼େ ହଟିଆରେ, ସେଶ୍ୟାମ ନାଗରତା’ରେ ରସିଲେ ପାଇବୁ ତୁ ବଡ଼-ବଟିଆ । ଘୋଷା ।କଥା ହେଉଥିଲେ ଜନେ ତା ରୀତି ପକାଇ ମନେଗୋପ ଗୋପୀ- ଚିତ୍ତଚୋରା ମହତ ଲୁଟିଆ ।୧।ତନୟ – ତନୟା - ତଟେ କେଳି କଦମ୍ବ ନିକଟେ,କପଟେ ତୋ ଯିବା ବାଟେ, ସେ ନୂଆ ଘାଟିଆ ।୨।ଦେଖରେ ପ୍ରାଣ ମିତଣୀ ! ଯାଇଥିଲି ନୀରଆଣି,ଦେଖିଲି ତ୍ରିଭଙ୍ଗୀଠାଣି, ସେ ନଟକୁଟିଆ ।୩।କହିଲ ଯେ ବନମାଳୀ ସେ ରୂପକୁ ଭାଳି ଭାଳିମୋ କଣ୍ଠ ରତନମାଳି, ସେ ପୀତପଟିଆ ।୪।(ରାଗ-ଲଳିତ କେଦାର, ତାଳ-ଏକତାଳି)ନବାନ୍ନରାଗ(ସଖୀ ପ୍ରତି ଶ୍ରୀରାଧା)ନାଗରବର କଳା କହ୍ନାଇ ଗୋ (ନାଗର)ଜାଗର ଜାଳିତ ପାଇଛି ମୁହିଁ ଗୋ । ଘୋଷା ।ଆହା ସେ ମୁରୁଛି ନୁହଇ ସହି ।ସାହା ଭରସା ମୋ ଅଟନ୍ତି ସେହି ଗୋ ।୧।ଯା ଯା ଯେ କହନ୍ତୁ ଏ ଗୋପ ଗୋଈକାହାରି କଥାକୁ ମୋ ଛଳ ନାହିଁ ଗୋ ।୨।ତାହାଙ୍କ ସେବାରେ ମୁଁ ଥିବି ରହି ।ବାହାର ହେଲେ ହେବି ଘରୁ ମୁହିଁ ଗୋ ।୩।ବନମାଳୀ ଦାସ ଗୀତେ କହଇ ।ମନ ବୁଝିଥିଲେ ଆନ ନୁହଁଇ ଗୋ ।୪।(ରାଗ – ପରଜ । ତାଳ – ଆଠତାଳି, ଝୁଲା)ନବାନ୍ନରାଗ(ସଖୀ ଭକ୍ତି)ମୋହନରେ ରସି ବଡ଼ ଦ୍ୱନ୍ଦେ ପଡ଼ିଲୁ । ଘୋଷା ।କଥା ଘେନିଲୁ ନାହିଁ ଯଥା ବାଳକ, ସହି !ବ୍ୟଥାରେ ହେଲୁ ଦହି ।୧।ଜାଣି ଶଠ ପୀରତି ଆଣି ରୋଇଲୁ ଛାତି,ହାଣିଲା ସେ ବିପତ୍ତି ।୨।ନୀତ ବଚନ ଯେତେ ନିତି କହୁଛି ତୋତେଚିନ୍ତିଲି ତା ଅହିତେ ।୩।ପରାପର ବିଚାର ଧରାରେ ଯେହୁ ସାର,ପରାୟେ ସେ ବେଭାର ।୪।ଭୁରୁ ଯୁଗ ନଚାଉଁ ଦୁରୁ ଆମ୍ଭଙ୍କୁ ଚାହୁଁ,ଭୀରୁ କି ହେବ ଆଉ ।୫।ବନମାଳୀ କହଇ ଜନମେ ପ୍ରୀତି ଯହିଁ,ଧନ୍ୟ ତାହାର ଏହି ।୬।(ରାଗ- କାମୋଦୀ, ତାଳ-ଏକତାଳି)ନବାନ୍ନରାଗ(ସଖୀ ପ୍ରତି ଶ୍ରୀରାଧା)କିଏ ପକାଇଲା ଶ୍ୟାମ ନଟେ, ମା, କି କପଟେ । ଘୋଷା)ମୋହନ ଚାତୁରୀ-କତୁରୀକି ମୁହିଁଡରି ସଖୀ ସଙ୍ଗେ ବାହାର ନୁହଁଇକାହୁଁ କେତେ କପଟ ଜାଣଇ,ମିଳେ ମୋ ସ୍ନାନ ଜଳଘାଟେ ମା’ ।୧।ଖଣ୍ଡେ ଦୂର ଯାଇ ଜଳରେ ପଡ଼ଇବୁଡ଼ିଲି ବୁଡ଼ିଲି ବୋଲି ବୋଲୁଥାଇ,ହୃଦୟ ନ ସହେ ଆହା ମୁଁ ମରଇ,ଛଡ଼ା –କୁସୁମ ଲମ୍ପଟେ ମା ।୨।ଦେଖିଲେ ମୋହର ଚରଣ ଧୂଳିକିବୋଳି ହେଉଥାଇ ହୃଦୟ ସ୍ଥଳିକି,ଭାଳି ବସିଥାଇ କାଇଞ୍ଚ ମାଳିକିଲେଖାଥିଲା ମୋ ଲଲାଟେ ମା’ ।୩।ସ୍ତିରୀ ଛାରଠାରେ ଏତିକି କପଟ ?ଏକାନ୍ତରେ ନିଶ୍ଚେ ହରାଇବି ଘଟବୋଲେ ବନମାଳୀ ମୁରଲୀର ନଟଶୁଣିଲି ଯା କର୍ଣ୍ଣପୁଟେ ମା’ ।୪।(ରାଗ –ମୋହନ । ତାଳ-ଖେମଟା)ନବାନୁରାଗ-ସଖୀ ଉକ୍ତିଗୋ ଜେମାଦେଈ ! କି ଶୁଣିବ ଶୁଣ ମନଦେଇ ଗୋ । ଘୋଷା ।ଯାହା କରେ ନନ୍ଦ ଚାଟ ଗୋ ପୋଥିଟାକର ପାଠ ।ଭଲା ଯଶୋବନ୍ତୀ ଜଞ୍ଜାଳ ସହନ୍ତି ନ ପାରି କରି ଆକଟ ଗୋ ।୧।ହାଟ ବାଟ ଘାଟ ଜଗା ଗୋ, ଲଟିଆ ଲବଣୀ ମଗା,ଯମୁନା ନଈରେ ନାବକେଳି କରି ଦିନେ ଦେଇଥିଲା ଦଗା ଗୋ ।୨।ଛଇଳ ନାଗର ହରି ଗୋ କରେ କେତେ ହୁରିଜୁରି,ଗୋଦୋହନ ବେଳେ ଲୁଚିରହି ହେଳେ ଫିଟାଇଦିଏ ବାଛୁରୀ ଗୋ । ୩।କଅଁଳା ପୁଅଟି ଦିନୁଗୋ, କେତେ ରସ ଜାଣେ କାହ୍ନୁଗୃହକର୍ମ ଛଳେ ପାସୋରି ବସିଲେ ତା’ କଥା ନ ଯାଏ ମନୁ ଗୋ ।୪।ବନମାଳୀ ରସେ କହି ଗୋ, କାଳିଆ କଳଙ୍କ ସେହି,ତାହା ସଙ୍ଗେ ଯେହୁ ପୀରତି କରିବ ମରିବ ଜହର ଖାଇ ଗୋ । ୫ ।(ରାଗ – ଗଡ଼ମାଳିଆ । ତାଳ- ଖେମଟା)ନବାନୁରାଗ(ସଖୀ ଶିକ୍ଷା)କୁସୁନିଆଁ ଗିଳିଛି ନିଆଁପୋଡ଼ିଦେବଟି ତୋ ପ୍ରୀତି ସୁନିଆଁ ।ହେ ଦରହାସି ତୁ ନିଜର ଫେରାଇକଦର କରି ତାଠାରୁ ଘେନିଆଁ । ଘୋଷା ।ଜାଣୁ କିନା ପୁତନା ଦାସୀ, କ୍ଷୀରପାନେ ଦେଇଛି ନାଶିଶିଶୁଟି ଦିନରୁ ସେ ବଡ଼ ସାହସୀ ଛନ୍ଦାଚରଣିଆ ବୃନ୍ଦାବନିଆ ।୧।ବଂଶୀୟରେ ନାମ ଉଚ୍ଚାରି, ବଂଶି ଓଷ୍ଠ କିଛି ବିଚାରି?ବସି ନୀପମୂଳେ କି ମନ୍ତ୍ରର ପଢ଼ଇ ରସିକ ରଚନ ରାଜଧାନିଆଁ ।୨।ନାଟକରି ଓଗାଳେ ଘାଟ ଘାଟଜଗା ସେ ନନ୍ଦବାଟଛାଟ ଧରି କଲେ ଯେତେହେ ଆକଟ କାହାକୁ ନ ମାନେ ସେ ଅମାନିଆଁଜାଣଇ ସେ ମୋହିନୀଲଗା ବେଳ ଦେଖି ଦିଅଇ ଦଗାତା ପାଲରେ ଜୁଟି ତୋପରି କେତୋଟି ଗୋଟି ୨ହୋଇଲେଣି ଛାନିଆ*ରସେ ବନମାଳୀ ବଦତି କିଶୋରୀଙ୍କି ବୋଲନ୍ତି ଦୂତି,ହାସ ଭାଷଭଙ୍ଗୀ ଚାହାଁଣୀ ଛଟାରେ ଭୁଲାଇ ଜାଣେ ସେ ଗୋପ କନିଆଁ ।୫।(ରାଗ-ଢିପା, ତାଳ-ଖେମଟା, ଝୁଲା)ନବାନୁରାଗ(ରାଧାଙ୍କ ପ୍ରତି ସଖୀ ଶିକ୍ଷା)କିଶୋରୀମଣି ! ଘେନ ମୋ ମନାରଏକା ହୋଇ ନ ଯିବୁଟି ଯମୁନାରେ । ଘୋଷା ।ତୁ ତ ନୂତନାରେ ଗଜଗମନା !ସାରିଦେବ ସେ ତୋ ସର୍ବସ୍ୱ ସିନା ରେ ।୧।ଶ୍ୟାମ ସୁନ୍ଦର ନାମ ଅଟେ ଯା’ ନା’ବାମନେତ୍ରୀଙ୍କର ମୋହନୀ ବାନାରେ । ୨।କେତେ ଭଙ୍ଗୀ ଜାଣେ ନନ୍ଦର କାହ୍ନା ।ଯାହାକୁ ଦେଖେ ତାଠାରେ ତା କହ୍ନାରେ ।ଚନ୍ଦ୍ରା ପରି ପଡ଼ିଯିବୁଟି ଚିହ୍ନା ।ଦାଣ୍ଡ ହାଟ ବାଟ ବଜାରେ କିନା ରେ ।୪।କହେ ବନମାଳୀ ଆରେ ସୁମନା !ଜାଣିଛି ଆଗୁଁ ମୁଁ ତୋ ଭାବନା ରେ ।୫।(ରାଗ –ଲଳିତକେଦାର । ତାଳ-ଆଠତାଳି)ନବାନୁରାଗ(ସଖୀ ପ୍ରତି ରାଧା)ନ ତେଜିବି ମୂରଲି – ଧରା ।ବାଜୁପଛେ ଅପବାଦ ନାଗରା । ଘୋଷା ।ବାନ୍ଧିବି ! ମୋ ଚରିତ ଗାଇ ହସନ୍ତୁ ବା ତାଳି ବଜାଇଯେ କହିବ ସିନା ମନଭଙ୍ଗାଇ, କିଏ ଦେବ ଶ୍ୟାମ ବ୍ରୀତି ଲଗାଇ ।୧।ନୟନ ମୋ ପ୍ରେମ ଇଙ୍ଗିତ, ଭଙ୍ଗୀ ସଙ୍ଗୀ ହେବାରୁ ମିତ !ଅବିହିତକୁ ମୁଁ ମଣେ ବିହିତ, କି କରିବେ ପରଲୋକ କହିତ ? ।୨।ଗୁରୁ ଗୁରୁଜନ ଗଞ୍ଜଣା ଦେଲେ ଦେବେ ପଛକେ ସିନା,ଏକ ଶ୍ୟାମବନ୍ଧ ସଙ୍ଗକାମନା, ହେଲେ ହେବି ଜାତି ପଟକେ ମନା ।୩।ବନମାଳୀ କହେ ଏ ଗିରି ମୋହନ ମୋ ହୃଦୟ ହାର,ଏ ପରଣ ମନ କିଣା ଯାହାର, ତା ସ୍ନେହରୁ କି ମୁଁ ହେବି ବାହର ? ୪।(ରାଗ- ସିନ୍ଧୁ କାମୋଦୀ । ତାଳ-ଝୁଲା)ନବାନୁରାଗ(ଶ୍ରୀରାଧା ପ୍ରତି ସଖୀ)ଅରଜିଲୁ ଲାଜ ଗୁମାନ ମହତ, ଶ୍ୟମକୁ କଲୁ ସଙ୍ଖାଳୀରେ । ଘୋଷା ।ସରସୀଜନେତ୍ରୀ, ବରହେମଗାତ୍ରୀ ଶ୍ରୀ ବୃଷଭାନୁ - ଦୁଲାଳିରେ ।ଭରସିଲୁ ଯାହା କାଳନ୍ଦୀ କୂଳକୁ ଏକାକିନୀ ପଦ ଚାଳିରେ ।୧।କରଷିଏ ଭୟ ନ ରଖିଲୁ ହୃଦେ ସଖୀଙ୍କ ବାଣୀ ନ ପାଳିଲେ ।ସ୍ପରଶିବାପାଇଁ ମୋହନ ବିଗ୍ରହ କେତେ ହେଲୁ ନିଉଛାଳିରେ ।୨।ଦରଶନ ଆଶେ ଧରଧରା ପାଶେ ଧାଇଁଲୁ ତୁ କୁଳପାଳୀ ରେ ।ପରସନ୍ନମୁଖୀ ଆଜନମସୁଖୀ ଶେଷେ କେତେ ହେବୁ ଭାଳିରେ ।୩।ବରଜ ବଜାରେ ହସିବେ ହଜାରେ କରେ ମାରି କରତାଳି ରେ ।କରଜରେ ଗାର କଟାହେବ ସାର ଭାଷେ ରସେ ବନମାଳୀରେ ।୪।(ରାଗ-ରସକେଦାର । ତାଳ-ଆଠତାଳି)ନବାନୁରାଗ(ସଖୀ ପ୍ରତି ଶ୍ରୀରାଧା)ମୁଁ ତୁଳର ହେଲି ବାହର ଲୋ ସଜନି !ଶ୍ୟାମ ପ୍ରତି କରି ଗଳାହାର ଲୋ । ଘୋଷା ।ଯେ ଯେତେ କହନ୍ତୁ ନିନ୍ଦା କୁବଚନ,ତହିଁ ଶୋଚନା ନାହିଁ କଦାଚନ,ଗଣ୍ଠିଧନ ମୋର କାଳିଆ କାଞ୍ଚନମୁଁ ତ କିଣା କିଙ୍କରୀ ତାହାର ଲୋ ।୧।କେ ବୋଲନ୍ତି ରାଧା ହେଲା କଳଙ୍କିନୀ,କେ ବୋଲନ୍ତି ରାଧା ହେଲା ପାଗଳିନୀ,କେ ବୋଲନ୍ତି ରାଧା ପ୍ରେମମୟୀ ଧନୀ,ଏ ନିନ୍ଦା ପ୍ରଶଂସା କାହାର ଲୋ ।୨।ଭଲ ମନ୍ଦ ହାନି ଲାଭ ନ ବିଚାରି,ବଳେ ମୁଁ ହୋଇଛି କୃଷ୍ଣ-ପରିଚାରୀ,ବୁଝ ଭଲ କରି ସଭିଙ୍କିପଚାରି,ତାହା ବନେ ତ ନ ରୁଚେ ଆହାର ଲୋ ।୩।ନଟ ନଟବର ଲାବଣ୍ୟଠାଣିକି,ସେ ମନମୋହନ ମୂରଲୀପାଣିଙ୍କ,ପାସୋରି ପାରିବି କେଉଁପରି ସଖି !ନବ ତମାଳ କାନ୍ତି ଯାହାର ଲୋ ।୪।ବୋଲେ ବନମାଳୀ ଶୁଣ ଶ୍ରୀରାଧିକେ,ଅପକୀର୍ତ୍ତି ହାଟ ବସିବ ଅଧିକେ,ଗୁପତ ପୀରତି ଗୁପତ ସୁରତିଗୁପତରେ କର ବିହାର ଲୋ ।୫।(ରାଗ-ମାଳନବ, ତାଳ-ଟପ୍ପା)ନବାନୁରାଗ(ସଖୀ ଉକ୍ତି)ଗାରିମା କି ପାରିବୁ ରଖି ?ବାରିଜାକ୍ଷି ! ହରି ଠାରିଲେ ଆଖି । ଘୋଷା ।ନାରୀ କୂଳେ ଜନମ ହୋଇ ତା ରୀତିକେନ ଜାଣେ ସାହି !ଘାରି ନୋହିଛି କେ ମଦନ - ବାଣରେପାରୀନ୍ଦ୍ର ମଧ୍ୟମା ଆଜନ୍ମ ସୁଖୀ ।୧।ଚାରିଦଶ ଭୂବନ ଯାକେ ବାରିବାକୁ ଆଡ଼ି ଅଛି କେ ?ବାରିଦ ବରନ ସୁନ୍ଦର ମୋହନଚାରି ହଜା ଖଣ୍ଡ ଅଛି ସେ ଶିଖି ।୨।ହରି ଯାକୁ ସେ ଶମ୍ବରାରି ସାରିଅଛି ଧୈର୍ଯ୍ୟ ଚାତୁରୀସାରୀଟି ମୁଖରୁ ଶୁଣିଛୁତ ଗୋରୀ ।ଦାରିଦ୍ର୍ୟଭଞ୍ଜନ ଶୋଭା ଛଇକି ।୩।ପ୍ୟାରୀ ଘେନ ଚିତ୍ତେ ବିଚାରି ତ୍ୟାରି ବନମାଳୀ ସଞ୍ଜାରୀମାରିଦେଲେ ଶ୍ୟାମ- ନୟନ କଟାରୀପାରିଣ କେ ରହି କହ ସୁମୁଖି !(ରାଗ-ଦେଶାକ୍ଷ, ତାଳ-ଝୁଲା, ଖେମଟା)ନବାନୁରାଗ(କୁଟିଳତା)ଛି ଛି କଲେଣି ଗୋ, ବ୍ରଜ- ବିଳାସିନୀମାନେ ।କାଳ କାଳକୁ ହେ ରହିଲାଣି କଥା,ଶୁଣିଲାର ନାହିଁ କାନେ । ଘୋଷା ।ଗୋକୁଳ ସୁନ୍ଦରୀ ହୋଇ ଠରା ଠରିକହୁଛନ୍ତି ସ୍ଥାନେ ସ୍ଥାନେ ।ତୁ ଏଡ଼େ ନିର୍ଲ୍ଲଜ୍ଜୀ ଲାଜ ନାହିଁ ଆଜି,ଚାହୁଁଛୁ କେଉଁ ବଦନେ ? ।୧।ଏତେ ହଟହଟା ଜାତିକୁଳେ ହଟାକରନ୍ତି ଇତର ଗଣେ ।ଗରଳ ଖାଇ ଯା ନ ଯାଏ ଜୀବନଜୀଇଁଛୁ କେଉଁ କାରଣେ ? ।୨।ସେ ତୋର ଭଣଜା ତୁ ତାହାର ମାଇଁଏହା ନ ବିଚାରୁ ମନେ ।ରାତି ଦିବା ହୋଇ ଚହଳ ପଡ଼ଇଏ ସାହି ସେ ସାହି କାନେ ।୩।ବନମାଳୀ ବୋଲେ ବନମାଳୀ ପାଦ –କମଳଯୁଗ ଧିଆନେ ।ଗଲେ ଜୀବ ଯିବ ସୁଗତି ଲଭିବଶୋଚନା ନଥାଇ ମନେ ।୪।(ରାଗ-ତୋଡ଼ିପରଜା । ତାଳ- ଆଠତାଳି)ନବାନୁରାଗ(ସଖୀ ପ୍ରତି ଶ୍ରୀରାଧା)ବ୍ରଜରାଜ ସୁତ ଫନ୍ଦେ ପଡ଼ି ମିତ ! କେତେ କଥା ଦେହ ସହୁଛି ।ହେଜମନେ ବ୍ୟାଜ କହୁନାହିଁ ଲାଜ –ପଙ୍କେ ମନ ବୁଡ଼ିଯାଉଛି । ଘୋଷା ।ଏ ଗୋପରେ କେହି ଅଛି ଯୁବତୀ, ଶ୍ୟାମ ସଙ୍ଗରଙ୍ଗସେ ନ ମାତି ।ଫୁଲାଇଣ ଛାତି ସର୍ବେହେଲେ ସତୀ, ମୋ ନାମେ କଳଙ୍କ ରହୁଛି ।୧।କିଏ ଯାଉନାହିଁ ଅବା ଯମୁନା, ମୋହ ଯିବାପାଇଁ ହୋଇଛି ମନା ।ପାଟକ କୁଳ ଅଟକକୁ ନମାନି ଏତେ ସରି ସିନା ହେଉଛି ।୨।ଆହୁରି କାତରେ ହୃଦୟ ଥରେ, ଡେରି ଶୁଣ ଏବେ ଶ୍ରୁତିପଥରେ ।କଦମ୍ବ ମୂଳରେ କି ମଧୂର ସ୍ୱରେ ବଂଶୀ ରାଧେ ରାଧେ ଗାଉଛି ।୩।ଦିଶିବ କି ସତେ ସୁଗତି ପଥ, ଦୋଷୀ ବୋଲି ନ ବୋଲିବ କୃତାନ୍ତ ।ନିଶି ଦିନ ଭାଳି ଦୀନ ବନମାଳୀ ଯୁଗଳ ପଦକୁ ଧ୍ୟାଉଛି ।୪।(ରାଗ-ବସନ୍ତ, ତାଳ-ଝୁଲା)ବଂଶୀ ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)କେ ମୂରଲୀ ବଜାଉଛି ବୃନ୍ଦାବନେ ଗୋ !ତା’ପରି ନାଗର ଆଉ ନାହିଁ ଜଣେ ଗୋ । ଘୋଷ ।ସେ ନାଦ କର୍ଣ୍ଣେ ବାଜିଲା ପାଦ ମୋର ନ ଚଳିଲା,ମୋର ମରମେ ଭେଦିଲା ପଞ୍ଚବାଣେ ଗୋ ।୧।ମୂରଲୀ ବଡ଼ ପ୍ରମାଦ କଲା ମୋତେ ଅବସାଦ,ପତିବ୍ରତା ଛଡ଼ାଇଲା ପରି ମଣେ ଗୋ ।୨।ଚିତ୍ରପଟେଲେଖାଇବି ଯତନରେ ରଖାଇବି,ଚିତ୍ତ ତହିଁ ଖଟାଇବି ଅନୁକ୍ଷଣେ ଗୋ ।୩।ବନମାଳୀ ଦାସ କହେ ନନ୍ଦସୁତ ମନ ମୋହେମଜ ମଜ୍ଜ ରହିଥିବି ଶ୍ରୀଚରଣେ ଗୋ ।୪।(ରାଗ –ପରଜ । ତାଳ-ଆଠତାଳି)ବଂଶୀ ଅନୁରାଗ(ଶ୍ରୀରାଧାଙ୍କ ପ୍ରତି ସୀଖ ଉକ୍ତି)ବଂଶୀ ଧ୍ୱନୀ ! ରାଧେ ଉଚ୍ଛନ୍ନ କଲାଣି ପୁର ତିନି । ଘୋଷା ।ଏହାର ମହିମା ଅତିରେକ ଭାଙ୍ଗିଦିଏ ସଖୀବ୍ରତ ଟେକଛଡ଼ାଏ ଗୁମାନ ଲାଜ ଭୟ ମାନଛର ଧୃତି ଅବା ସେ କେତେକ ।୧।ଦୁରେ ବଜୁଥିଲେ ଧୀରକରି ଲାଗୁଥାଇ ତ ନିକଟ ପରିଯୁବା –ନୀ ଦମ୍ଭ- କୁମ୍ଭର ଆରମ୍ଭଚୂନା କରିଦିଏ ଯେ ବାଂଶରୀ ।୨।ସପତସ୍ୱରେ ପଞ୍ଚମ ରାଗେ ବାଏ ଯେ ନାଗର ଅନୁରାଗେତପନ କାଞ୍ଚନ- ବରନୀମାନଙ୍କଝାଙ୍କେ ସେ ମାଦକ ଆସି ବେଗେ ।୩।ଛୟା ପୀୟୁଷରୁ ବଳି ସ୍ୱାଦୁ ପରମାଦଅତି ପରମାଦୁ,ବୋଲେ ବନମାଳୀ ଏ ରସରେ ଭାଳିଲାଗିବ କି ସତେ ଏକ ବିନ୍ଦୁ ।୪।(ରାଗ-ଲଳିତ କାମୋଦି । ତାଳ- ଆଠତାଳି)ବଂଶୀ ଅନୁରାଗ(ସଖି ପ୍ରତି ଶ୍ରୀରାଧା)ସହି ! ନିକୁଞ୍ଜ ବନେ ବଂଶୀକେ ବଜାଏ ଗୋ !ଶ୍ରୁତି ଯୁଗେ ସୁଧା ବରଷା ଏ ଗୋ । ଘୋଷା ।କେ ବନ ଦେବତା କି ମନ୍ତ୍ର ଗାଏ,ପଲ୍ଲବିତ କରେ ଦ୍ରୁମ ଲତାଏ,ଖଗ ମୃଗ ପୀରତି ଲଗାଏ ଗୋ ।୧।ପତିବତା ସତୀ-ମତି ଭୁଲାଏ,ମନମଥ-ଶରେ ତନୁ କମ୍ପାଏ,ଲଜ୍ଜାଗ୍ରନ୍ଥି କି ଯତ୍ନେ ଫିଟାଇ ଗୋ ।୨।ତୋଳିଲା କୁସୁମ କରୁ ଖସାଏ,ଅସମ୍ଭବକୁ ସମ୍ଭବ କରାଏ,ଶୁଣା ତ ନ ଥିଲା ଆଜ ଯାଏ ଗୋ ।୩।ବନମାଳୀ ଏହୁ ରସରେ ଗାଏ,ତା ବିନୁ ମୂରଲୀ ମନ କେ ପାଏ ?ସହି ! ସେହି ନାଗର କହ୍ନା ଏ ଗୋ ।୪।(ରାଗ-ଶଙ୍କରାଭରଣ । ତାଳ-ଝୁଲା)ବଂଶୀ ଅନୁରାଗ(ଶ୍ରରାଧାଙ୍କ ପ୍ରତି ସଖୀ ଉକ୍ତି)ନବ ନାଗର କହ୍ନା , ମୂରଲୀ ବଜାଏ ଗୋ !ଶୁଖିଲାତରୁକୁ ପଲ୍ଲବାଏ ଗୋ । ଘୋଷା ।ଶୀତ ଋତୁ ନୋହେଁ ତନୁ କମ୍ପାଏବିଶିଖ ନୋହେଁ ମରମକୁ ପାଏ,ଶିଖୀ ନୋହେ ମାନସ ତତାଏ ଗୋ ।୧।କେବା ଜାଣେ କେଉଁ ମନ୍ତର ଗାଏ,କର୍ଣ୍ଣେ ବାଜି ଆୁନ ଚଳେ ପାଏ,ବଳେ ଧରି ମଦନେ ମତାଏ ଗୋ ।ହଟ କରି ଜଳ- ଘାଟକୁ ଯାଏ,ଆଭିରୀ- କୂଳେ ଘାଟକୁ ଯାଏ,ନୀପମୂଳେ ଉଭା ଶୋଭା ପାଏ ଗୋ ।୩।ବନମାଳୀ ଏହୁ ରସରେ ଗାଏ,ଅସତ କଥାକୁ ସତ କରାଏ,ଏହା ଘେନି ଏତେ ଦୁଃଖ ପାଏ ଗୋ ।୪।(ରାଗ - ଶଙ୍କରାଭରଣ । ତାଳ - ଝୁଲା)ବଂଶୀ ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)କୁଞ୍ଜେ ମୂରଲୀ ବାଜୁଛିକଲେ ହେବ ଅପବାଦ ନ ଗଲେ ମରୁଛି ଗୋ । ଘୋଷା ।ଶାଶୁ ନଣନ୍ଦ ମୋହର ଦେଖି ନ ପାରନ୍ତିଯମୁନାକୁ ନୀର ଆଣିବାକୁନ ଛାଡ଼ନ୍ତି ଗୋ ! ।୧।ମଦନ ବାଣରେ ତନ୍ତୁ ଘାରି ହେଉଅଛି ।କି କରିବି କାହିଁ ଯିବ ଅସ୍ଥିର ହେଉଛି ଗୋ ।୨।ସେ ମୋହନ ବେଣୁଧର ପାଣ ସଙ୍ଖାଳି ।ଗୋପଙ୍ଗନାମାନେ ବେଢି ଦ୍ୟନ୍ତି ହୁଳ ହୁଳି ଗୋ ।୩।କୁଳଛଡ଼ା ଗରବୁଡ଼ା ନାଗର କହ୍ନାଇଁ ।ବୋଲେ ବନମାଳୀ ମିଛ ନୁହେଁ ପ୍ରାଣସହି ଗୋ ।୪।(ରାଗ-ଶଙ୍କରାଭରଣ । ତାଳ-ଆଠତାଳି)ବଂଶୀ ଅନୁରାଗ(ଶ୍ରୀରାଧାଙ୍କ ପ୍ରତି ସଖି)ନିକୁଞ୍ଜେ ମୂରଲୀ ବାଜୁଛି, ସଞ୍ଜ ସମୟରୁ ଶୁଭୁଛି । ଘୋଷ ।ରଜନୀ ! ରଜନୀ ! ବଳିପଡୁଅଛି କର କର ଅଭିସାର ।ହେଜ ଶ୍ୟାମ ବ୍ରଜ ଯୁଗରାଜ ଆଜ ରାଧେ ତୋ ନାମ ଭଜୁଛି । ୧ ।ବ୍ୟାଜ ମନେ ନାହିଁ ଦ୍ୱିଜରାଜ ମୁହିଁ କାର୍ଯ୍ୟ ନିକଟରେ ରହିଛି ।ହଜର ମୁଁ ତୋର ସେବାରେ ନିକର ବୋଲି ଏତେ ଜଣାଉଛି । ୨ ।ସଜକଞ୍ଜନେତ୍ରୀ ରାଜନନ୍ଦିନୀ ଗୋ ସାଜ କଳା ବେଶ ବାଛି ।ମଜ୍ଜ ବନ୍ଧୁ ପ୍ରେମେ କେଳି-କୁଞ୍ଜଧାମେ ଧନ ନ ବିଚାରି କିଛି । ୩ ।ଧ୍ୱଜ ବଜ୍ରାଙ୍କୁଶ ଆଦି ଅଷ୍ଟାଦଶ ଚିହ୍ନ ଯେପଦେ ସାଜୁଛି ।ସେ ପଦକୁ ଭାଳି ଭାଳି ବନମାଳୀ ଯୁଗଳ ରସେ ମଜ୍ଜୁଛି । ୪ ।(ରାଗ କଲ୍ୟାଣ । ତାଳ-ଟପ୍ପା)ଶରଣାଗତିମୂରଲୀ ! ତୋର ଶରଣ ଗଲି ରେ (ମୂରଲୀ)ଦିନେ ନ ଡାକିବୁ ରାଧିକା ବୋଲିରେ । ଘୋଷା ।ସେ ନନ୍ଦ ସୁତ ମୁଁ ରାଜ –କୁମାରୀ ।ବଂଶୀ ଦେଲୁ ସିନା ପରତେ କରି ରେ ।୧।ଲୁଚି ଲୁଚି ଯାଏ ସଖୀ ସଙ୍ଗତେ ।କି ଘେନି ଚିହ୍ନିଲୁ ମୂରଲୀ ମୋତେ ରେ ।୨।ଜାତି ତୋର କଣ୍ଟା ବାଉଁଶ –ଖଣ୍ଡ ।ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ ।୨।କୃଷ୍ଣ ହସ୍ତୁ ତୋତେ କେ ଦ୍ୟନ୍ତା ମୋତେ ।ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ ।୪।ମୂରଲୀ ରେ ! ମୋର ଏଡ଼େ ବଡ଼ାଇ !ପତିବ୍ରତା ଦମ୍ଭ ଦେଉ ଛଡ଼ାଇ ରେ ।୫।ବନମାଳୀ ବୋଲେ ଯୋଡ଼ିଣ କର ।*ମୂରଲୀଟିଦୁତି ସଦିନା ତୁମ୍ଭର ରେ ।୬।(ରାଗ –ଖଣ୍ଡ କାବୋଦୀ । ତାଳ-ଆଠତାଳି)*ପାଠାନ୍ତରେ –ସବୁ ଭିଆଇଲେ ଶ୍ୟାମ ନାଗରରେ ।୬।ବଂଶୀ ଅନୁରାଗ(ବଂଶୀ ପ୍ରତି ସଖୀ ଉକ୍ତି)ବଂଶୀ ରେ ! ତୋର ଏଡ଼ିକି ଦାଉ ?ଦମ୍ଭ ଧରି କେବା ସହିବ ଆଉ । ଘୋଷା ।ଶ୍ୟାମ କରେ ଅନୁବରତେ ଥାଉ ।ଆମ୍ଭ ରାଧା ନାମୁଁ କି ସୁଖ ପାଉ ? ।୧।ପଞ୍ଚମ ତାନରେ କି ଗରତ ଗଊେ ।ଗୋପିନୀ କୁଳେ କଳଙ୍କ ଲଗାଉ ।୨।ମୋହନ ଅଧର ଅମୃତ ଖାଉ ।ବ୍ରଜେ ଅକୀର୍ତ୍ତି ଘୋଷଣା ଦିଆଉ ।୩।ବନମାଳୀ ବୋଲେ ନ ବାଜ ଆଉ ।ସବୁଯାଉ ପଛେ ମହତ ଥାଉ ।୪।(ରାଗ –କେଦାର । ତାଳ-ଆଠତାଳି)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧାଙ୍କ ଉକ୍ତି)ପ୍ରୀତି ବୋଲି ଯେଉଁ ଦୁଇ ଅକ୍ଷର ଗୋ,ସଜନି ! କହ କାହିଁ ତାର ଘର । ଘୋଷା ।କି ଜାଣି ସେ କେଉଁ ସାହାସ ବଳେ,କେଆରିଲା ତାକୁ ମଞ୍ଚମଣ୍ଡଳେ ଗୋ । ୧ ।କି ବର୍ଣ୍ଣ କାହାର କି ଜାତି ରୀତି,କି ଲକ୍ଷଣ ତାର କେତେ ବା ଧୃତି ଗୋ । ୨ ।କେତେ ବା ବୟସ ସେ କି ଆକୃତି,କେଉଁ କୁଳେ ଜାତ କିସ ତା ବୃତ୍ତି ଗୋ । ୩ ।ବନମାଳୀବୋଲେ ଶୁଣ ଗୋ ରାଇ !*ବିଧାତାର ବଳ ପ୍ରୀତି କି ନାହିଁ ଗୋ । ୪।(ରାଗ –ଦେଶାକ୍ଷ । ତାଳ-ଆଠତାଳି)* ପାଠାନ୍ତର-ସବୁ ଭିଆଇଲେ ଶ୍ୟାମ ନାଗରରେ ।୬।ପ୍ରୀତି ଅନୁରାଗ(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)ପ୍ରୀତିଛୁରୀ ଶାଣ ଦିଅରେ, ବାଜିବ ଛାତିକି କର ଲୁହାରେ । ଘୋଷା ।ସ୍ନେହ ଲୁହା ଯତ୍ନେ ତତାଇ, ଅଶ୍ରୁତଳ ତହିଁରେ ଦେଇ ।ମାର- କାରିଗର ଯତନେ ଗଢିଛି, ତହିଁରେ କଳଙ୍କ ବିଷପିଆରେ ।୧।ଅତି ବଡ଼ ତୀକ୍ଷ୍ଣ ସେ ଧାର ନେତ୍ର ନ ଥାକଇ ତହିଁର ।ନବୀନ ଦର୍ପଣପରି ଝଟକଇ, ସବୁଦିନେ ଦେଖ ଦିଶେ ନୂଆରେ ।୨।ସେ ଛୁରୀକି ଯେହୁଁ ଛୁଇଁବ, ଜାତି କୁଳ ସବୁ ତେଜିବ ।ନ ପାରିଲେ ଧରି ନିଶ୍ଚେ ନାଶଯିବ, ବିରହିମାନଙ୍କ ପ୍ରାଣ ଆଖିରେ ।ବୋଲେ ବନମାଳୀ ସେ ଛୁରି, ସାନ ବଡ଼ ନୁହେଁ କାହାରି ।ଯାହାସଙ୍ଗେ ଯେତେ ପୀରତିକରଇ, ତେତିକି କରଇ କୁଆଭୁଆରେ ।(ରାଗ-କୁସୁମକେଦାର । ତାଳ-ଝୁଲା)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧାଙ୍କ)ପ୍ରୀତି ସ୍ନେହବଶରୁ ବରପ୍ରୀତି ଯେ କଲା ସେ ମରୁ ଗୋ । ଘୋଷା ।ପୀତି ବୋଲି ଯେଉଁ ବେନି ଅକ୍ଷର ।କାହୁଁ ଜନ୍ମିଲା କାହିଁ ତାର ଘର ?ନ ଜାଣଇ ସେ ପର ଅପର ।(ପ୍ରୀତି) କହୁ କହୁ ହେଲା ଯା ଦୂର ।୧।ପ୍ରୀତି କରୁଥିଲେ ଫୁଲର ଛାତି,ବାରଣ ନ ଯାଇ ଏ ଦିବାରାତି,ମଦନମାଦକେ ନିରତେ ମାତି,(ପ୍ରୀତି) ନ ରଖଇ ଜାତି ପତି ।୨।ଝୁଲି ଝୁଲି ବନ୍ଧୁ ଆସିବା ବେଳେ,ଭୂଜଧରି ମୁଁ ଯେ ବସାନ୍ତେ କୋଳେ,ବଦନ ଶୋଭା ନିରଖିଣ ଡୋଳେ,ଚୁମ୍ୱ ଦିଅନ୍ତି ମଦନ ଭୋଳେ । ୩ ।ବନମାଳୀ କହେ ପ୍ରୀତି ବିଚାରପ୍ରୀତି କଲେଟି ହେବ ନାରଖାର,ପ୍ରିୟ ସଖୀ ବୋଲେ ଏମନ୍ତ କର,ଶିଖ ପ୍ରୀତି ପାଶୋରା ମନ୍ତର । ୪ ।(ରାଗ-ଆଷାଢ଼ ଶୁକ୍ଳା । ତାଳ –ଝୁଲା)ପ୍ରୀତି ଅନୁରାଗ(ଶ୍ରୀରାଧା ପ୍ରତି ସଖୀ ଉକ୍ତି)ପୀରତି ପଥ ଖସଡ଼ା ରେ, ସଙ୍ଗିନୀ !ପୀରତି ପଥ ଖସଡ଼ାନ ଜାଣି ତହିଁକି ପଦ ବଢାଇଲେପଦ ପଦକେ କରଡ଼ା । ଘୋଷା ।ଚିକ୍କଣ ମଞ୍ଜୁଳ- ଶିଳାରେ ତଇଳ,ହୋଇଣ ଅଛଇଁ ଇଡ଼ା ।ଆଉ ଚାଲିବାର ଅଧିକ ତୋହରହୋଇ ପାରିବୁ କି ଛିଡ଼ାରେ ।୧।ଚିପି ପଦାଙ୍ଗୁଳି ସ୍ଥିରେ ଦେବୁ ଚାଳିବୃଷ୍ଟପତକୁ ନ ହୁଡ଼ ।ନୋହିଲେ ଯେ ଜନ- କରିଚି ସେବନତା’ର ପଛେ ପଛେ ଗୋଡ଼ାରେ । ୨ ।କେବଣ ଏ ଘଟ- ଯିବାର ନିକଟବଚନେ ନୁହଇଁ ବୀଡ଼ା ।ଯେତେ ତୋର କିଛି ବୁଦ୍ଧ ବଳଅଛିଚରଣ ତହିଁକି ବଢାରେ ।୩।ହସିବେ ଗୋ ସଖି ! ଭଗାରିଏ ଦେଖିଅଧିକ ହୋଇବ ପୀଡ଼ା ।ବନମାଳୀ କହି ଯେବେ ପାରୁ ଯାଇସୁକୀର୍ତ୍ତି ପତାକା ଉଡ଼ାରେ । ୪ ।ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା ଉକ୍ତି)ମର୍ମ ଦହୁଛି ଗୋ,କୃଷ୍ଣ ପ୍ରତି ଦାନାବାନଳ ହେଉଛି ଗୋ । ଘୋଷା ।ଅନ୍ତର ହେବାରୁ ସେତ ନ ରହଇ ମୋ ସଚେତ,ଏ ଦଶା ଲଲାଟେବିହି ଲିହିଛି ଗୋ ।୧।ବେଳହୁ ଯାଇଛି ହୁଡ଼ି ଆପଣା ଇଚ୍ଛାରେଲୋଡ଼ିଚିନ୍ତା ପଙ୍କେ ଗଡ଼ି ସଢି ଯାଉଛି ଗୋ ।୩।ଶୁଣ ଲୋ ପରାଣ ସଖୀ ! ନପାରେ ଜୀବନ ରଖିସ୍ନେହ ଏତେ ସରି କଲା କହୁଛି ଗୋ ।୪।ବନମାଳୀ ଦାସ ଭଣି ନ ଭଳ କିଶୋରୀମଣିଶ୍ରୀକୃଷ୍ଣଙ୍କୁ ଆଣିକି ମୁଁ ଯାଉଛି ଗୋ ।୫।(ରାଗ- କୃଷ୍ଣକେଦାର । ତାଳ-ଆଠତାଳି)ପ୍ରୀତି ଅନୁରାଗ(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)ପ୍ରୀତି କଲେ କରୁଥିବ ବାଛି ବାଛି ଗୋ ପ୍ରିୟ ସଖୀ ।ଚୂନହଳଦୀ ମିଶିଲା ପରି ବେନିପ୍ରୀତି ନୋହୁଥିବ ବାରିଏବେ କି ପ୍ରୀତିରୁ ଆନ ବଞ୍ଚିବାରୁମରିଯିବା ସଖୀ ! ମାଧୂରୀ ଗୋ ।୧।କ୍ଷଣକେ ହସା କ୍ଷଣକେ ରୁଷା କ୍ଷଣେ ନିନ୍ଦା କ୍ଷଣେ ପରଶଂସାଏମନ୍ତେ ପ୍ରୀତିଆ ସଙ୍ଗେ ପ୍ରୀତି କଲେଜୀବ ଥାଉଁ ହୁଏ ଲୋକହସା ଗୋ ।୨।ସେ ପୁଣି ତାହାକୁ ଝରୁଥିବ ଦଣ୍ଡେ ନ ଦେଖିଲେ ମରୁଥିବପୁଣି ସେ ତାହାଙ୍କୁ ଦାଣ୍ଡରେଦେଖିଲେଆନ ବାଟେ ମୁଖ ମୋନି ଯିବ ଗୋ ।୩।କୋଟି ଜନ୍ମ ଥିଲେ କୋଟି ଯାଗ ମିଳୁଥାଇ ସମ ଅନୁରାଗବୋଲେ ବନମାଳୀ ଏହି ପ୍ରୀତି ପାଳିଆଣି କଲାଣି ଅନଙ୍ଗ ଯୋଗ ।୪।(ରାଗ –ଶୋକ କାମୋଦୀ । ତାଳ-ଏକତାଳି)ନେତ୍ର ପ୍ରୀତି(ସଖୀ ପ୍ରତି ଶ୍ରୀରାଧା ଉକ୍ତି)ଅତି ବିଷମ ନେତ୍ର ପୀରତି, ଆଲୋ ସଖୀ । ଘୋଷା ।ପରସ୍ପରେ ପଡ଼ଇ ସୁଧା ଆଣି ଇଡ଼ଇସବୁ ବିଷୟା ହୁଏ ଆରତି ।୧।ପାସୋରିଲେ ପାସୋରି ସୋରିଷକେ ନ ପାରିନ ଦେଖି ଛାତି ହୁଏ କରତି ।୨।ରେଣୁ ପଡ଼ିଲେ ଆଖି ଚିତ୍ର କିଛି ନ ଦେଖିବନ୍ଧୁ ମୂରତି ହୁଏ ଭରତି ।୩।ଆଖିର ଆଖି କୀଟ ଅଟି ଏ କି ଲଟ ?କାଟୁଛି ହୋଇ ନାହିଁ ବରତି ।୪।ନୟନ ପରବଶ – ହେଲେ କରଇ ନାଶସତ ଏ ବନମାଳୀ ଭାରତୀ ।୫।(ରାଗ – କାମୋଦୀ, ତାଳ-ଏକତାଳି)ପ୍ରୀତି ଅନୁରାଗ(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)ସହିରେ ! ପୀରତି କଲେ କେତେ ବିରତି ସହି ରେ । ଘୋଷା ॥
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ