ଭାଗ ୨ — ବନମାଳୀ ପଦ୍ୟାବଳୀ — ବନମାଳୀ ଦାସ · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପରଶ ଲେଶ ନ ଥାଇ କରି,ପର ହସନ୍ତି ତୁଚ୍ଛାକୁ ଘେରି,ପରମ ଦୁଃଖ ସ୍ନେହରେ ପୂରିଅଛି ରହି ରେ ।୧।ନ ଗଣି ଖଳ ବଚନମାନ,ନଗ ସମାନ ସହଇ ମନ,ନୃଗମେ ଯେବେ ସେ ପ୍ରିୟଜନ ପାଶୁଁ କାହିଁ ରେ ।୨।ଦିବସ ମଧ୍ୟ ଦିଶେ ଅନ୍ଧକାର,ଦିବ୍ୟ ସମ୍ପତ୍ତି ଦିଶଇ ଛାରଦିବା ମୂରତି ଯେବେ ବନ୍ଧୁର ଦେଖା ନୋହିଁ ରେ ।୩।ବିରହି ହେଲେ ଯାଏ ଜୀବନ,ବିରହୀ ପିଇ ନ ପାରେ ବନ,ମରହାନନ୍ଦେ ଭାସେ ବନମାଳୀ କହି ରେ ।୪।(ରାଗ – କେଦାରଗୌଡ଼ା । ତାଳ – ଝୁମ୍ପା)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା ଉକ୍ତି)ବିଚିତ୍ର ପ୍ରେମ ବଡ଼ଶୀତାର ।ଓଟାରିଛି ମନ ମୀନକୁ ମୋର ଗୋ । ୧ ।ସବୁ ଚିନ୍ତା ଛାଡ଼ି ବିଧାତା – ଗୁଣିକେତେକାଳ ରୂପ ଥିଲା ନିର୍ମାଣି ।୨।ଚଉଦ ଭୂବନେ ଏହୁ ବିଚିତ୍ର ।ବାରେ ଯେ ଦେଖିଛି ଧନ୍ୟ ତା ନେତ୍ର ଗୋ ।୩।ସେ ଗଙ୍ଗା – ସାଗରେ ଯେ ଥିବ ଝାସି ।ତା ସଙ୍ଗେ ହରିବ ଦିବସ ନିଶି ଗୋ ।୪।ଧନ୍ୟ ସେ କଣ୍ଟାରେ ଯେ ଅଛି ଲାଗି ।ନ ଜାଣି ତା ବନମାଳୀ ଅଭାଗୀ ।୫।(ରାଗ – ତୋଡ଼ି । ତାଳ - ଆଠତାଳି)ପ୍ରେମାନୁରାଗ(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)ବିଚିତ୍ର ପ୍ରେମ ବନ୍ଧା ଦଉଡ଼ି ।ଶିଥିଳ ହେଲେ ପ୍ରାଣ ଯାଏ ଉଡ଼ି । ଘୋଷା ।ଯେତିକି ଆଣ୍ଟେ ବାନ୍ଧିଥାଇ ଭିଡ଼ି ।ତେଡ଼ିକି ଦିଅଇ ରସ ନିଉଡ଼ି ।୧।ନ କାଟଇ ଥାଇ ହୃଦରେ ଜଡ଼ି ।କି ଗଣ୍ଠି ପଡ଼େ ସେ ନୁହଇଁ ଫେଡ଼ି ।୨।ଭିରୁ ଉରୁ ବାସ ଦିଅନ୍ତେ – କାଢିଘଡ଼ିକି ଚେତା ଯାଏ ବୁଡ଼ି ।୩।ଖଳ ବଚନ କତୁରୀକି ଛାଡ଼ି ।ବିବିଧ ଉପାୟେ ନ ଯାଏ ଛିଡ଼ି । ୪ ।ଧନ୍ୟ ଏ ବନ୍ଧନେ ଯେ ଅଛି ପଡ଼ି ।ନ ଜାଣେ ତା ବନମାଳୀ ଅନାଡ଼ି । ୫ ।(ରାଗ – ତୋଡ଼ି । ତାଳ - ଆଠତାଳି)ବଂଶୀ ଅନୁରାଗ(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)ନ ଚିହ୍ନି ସ୍ନେହ ଜନ୍ମଇ ପରସ୍ପରେ କେ ଜାଣେ ?ଦେଉଛି ଯେଉଁ ଆନନ୍ଦ ନାହିଁ ବେଦ ପୁରାଣେ । ଘୋଷା ।ଲୋଡ଼ା ନୁହଇଁ ରତନ କେହି ନକରେ ଯତନ,ବଢ଼ଇ ଦିନକୁ ଦିନ ନଦୀ ଯେହ୍ନେ ଶ୍ରାବଣେ ।୧।ନୟନକୁ ଲୁଚି ଯାଇ ସେ ସିନା ହେଲା ଉତ୍ସାହୀ,ଚାହିଁଲା କ୍ଷଣି ଲାଗିଲା ମାଦକରୁ ଦି’ଗୁଣେ ।୨।ସେ ପୁଣି ଡ଼ାକି କାନକୁ କହଇ କରଇ ପାନକୁତା କଥା ସୁଧା ଆନକୁ ନ ପୁରାଅ ଶ୍ରବଣେ ।୩।ବନମାଳୀ କହେ ନାଗ – ଠାରୁ ଦୁଷ୍ଟ ଅନୁରାଗ ।ଶରଧାରେ କଲେ ସଙ୍ଗ ବାଧା ପଡ଼େ ପରାଣେ ।୪।(ରାଗ – ନଳିନୀ ଗୌଡ଼ା । ତାଳ - ପଡ଼ି)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା ଉକ୍ତି)କ୍ଷତିତଳେ ପ୍ରୀତି ସମ ନାହିଁ, ଗଢି ନାହିଁ ତା ବିହି ଲୋ ।କାହୁଁ ହୁଏ ଜାତ କି ରେ ଚିତ୍ତକୁ ପରସ୍ପର ରଖି ସହି ଲୋ । ଘୋଷା ।ଗୁପତରେ ହେମ- କୁଟଲୋ ସଜନୀ !ପ୍ରକଟ ଯେମନ୍ତ ହଟଲୋଟର ଭଗାରି ପାଦରେ ଖଟାଇ,ବଡ଼ପଣ ଚୂନ ଆଣ୍ଟ ।୧।ନ ଗଣି ଇନ୍ଦ୍ର ସମ୍ପତ୍ତିରେ ସଜନୀ !ନ ଜାଣି ଶୀତ ତପତି ।ପ୍ରିୟତମ ଦେହ ଲାଗିଲେ ନ ରୂଚେ,ଚତୁଃସମ ବୋଳା ଛାତି ।୨।ନ ଦେଖିଲେ ଆଖି ଜ୍ୱଳୋରେ ସଜନୀପିତ୍ତ – ଜ୍ୱରଠାରୁ ବଳେ ।ମାନ ହୋଇ ଲବେ ନରହେ ମାନସେଚାହିଁ ଆନନ୍ଦାଶ୍ରୁ ଗଳେ ।୩।ମାନ ହୋଇ ଲବେ ନରହେ ମାନସେଚାହିଁ ଆନନ୍ଦାଶ୍ରୁ ଗଳେ ।୩।ବିଚିତ୍ର କଥା କେ ଆଣେରେ ସଜନୀଦ୍ୱିପଦ ପଶୁ ସେ ପ୍ରାଣୀ ।୪।କିଛି ଥି ବଲ ଭବରେ ସଜନୀ !ସହୃଦତା ଲବେ ଥିବ ।ବନମାଳୀ କହେ ପୀରତି ଅର୍ଜିଲେବ୍ରହ୍ମପଦ କି କରିବ ?।୫।(ରାଗ – କାମୋଦୀ । ତାଳ - ଆଦି)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)ଦୁର୍ଲ୍ଲଭ ଜନ ପ୍ରୀତି ପୂର୍ବ ଭାଗ୍ୟୁ ମିଳନ୍ତିଏହା ମନ୍ଦଧୀ ଭଣନ୍ତି ।ମୁଁ ମଣଇଁ ବିପତ୍ତି – ସତୀଙ୍କର ବସତି,ପ୍ରୀତିକି ମୋର ପ୍ରଣତି । ପଦ ।ଅଳ୍ପ ପରିଚୟ ନାହିଁ ନିରତେ ତଳ୍ପ କରି ବସୁଧାକୁ ବିରତେକଳ୍ପକରି ଦିନ ହୁଏ ପରତେ ।କଳ୍ପନା କରି ସଦ୍ମ କାରା କିହୁଡ଼ା ହୁଡ଼ିଲି ମୁଁ ସ୍ନେହ ରଖିସଙ୍ଗିନୀ ଖଣ୍ଡିଲି ନୟନୁ ତାରା ।୧।ଲୋଟିଲି ରିପୁପାଦେ କୁଟି ହେଉଛି – ତନୁଫାଟିଲି ନିଜ କୁଳରୁ ।୨।ପ୍ରୀତିପଥ ପ୍ରମାଦ ଚିନ୍ତିଥିଲେ କି ପଦ୍ମ,ଦିଅନ୍ତେ ମୁହିଁ ମୋହରେ ।ନାଶିଲି ସବୁ ସୁଖ ଭାଷିଲି ଦୁଃଖେ ଦେଖାକମ୍ପଇ ହୃଦ ମୋଦରେ ।୩।ବନମାଳୀ ବଦତି ଥିଲେ ମହାବିଭୂତିଧିକାର ତାହା ଛାରକୁ ।ଯେ ନୋହିଛି ମଣ୍ଡନ ଅନୁରାଗ ରତନତା ଅଙ୍ଗେ ମହୀ ଭାରକୁ ।୪।(ରାଗ – କେଦାର ଗୌଡ଼ା । ତାଳ – ଆଦି)ପ୍ରୀତି ଅନୁରାଗ(ଶ୍ରୀରାଧାଙ୍କ ପତି ସଖୀ ଭକ୍ତି)ପ୍ରୀତି ଯେଡ଼ିକି ସୁଆଦ !ତେଡ଼ିକି ତା ପରମାଦ । ଘୋଷା ।ଆଖି ଆଖି ମେଳ ହୋଇବାକାଳରେସେ ଦୁଃଖରେ ଥିଲେ ମଜ୍ଜି ।ଆନକୁ ଅଳପ କରି ଅନାଇଲେଜ୍ଞାନ ଯାଉଥାଏ ହଜି ।୧।ବେନି ଅପରୂପେ ବଚନ କହିଲେଦୁହିଁଙ୍କର ବଡ଼ ଦୁଃଖ ।କଥା ପଦକ ଯା ବୃଥା ହେଲା ବୋଲିମରଣ ପରମ – ସୁଖ ।୨।ମନ୍ଦେ ମନ୍ଦେ ହସି କହୁଥିଲେ କଥା,ଲଭଇ କୋଟି ସମ୍ପତ୍ତି ।ଲପନ ମିଳନ ଦେଖିଲେ ମଦନ,ଛାତିକି ମାରଇ କାତି ।୩।ସଂସାର ଭିତରେ ଯେତେ ସାରାତ୍ରାର,ଅଙ୍ଗେଥିଲା ପରି ମଣେ ।ବନମାଳୀ ବୋଲେ ଏହା ଛଦ୍ମ ନୋହେଁ,ଏକା ଅନୁଭବି ଜାଣେ ।(ରା- ପରଜ । ତାଳ - ଝୁଲା)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)ଶ୍ୟାମ ପ୍ରତି ପରମାଦ ।ମଧୂ ତୁଲେ ହଳାହଳ ଭେଦ । ଘୋଷା ।ସୁକୃତ ଦୁଷ୍କୃତ- ବଳେ ପାଣମିତ,ଲାଭ ସିନା ହୁଏ ଭବେ ।ଆଜନମୁଁ ସୁଖ, ଦୁଃଖ ଯେ ନ ଜାଣେ,ସେ କି ଅନୁଭବେ ଲବେ ।୧।ଗରବ ଗୁମାନ ଯଉବନ ଧନସବୁ ପାଦତଳେ ଦଳାବଳି ପଡ଼ୁଥାଇ ବେଳୁ ବେଳଯେବେକୃଷ୍ଣଚନ୍ଦ୍ର ପ୍ରେମକଳା । ୨ ।ରଜନୀ ଦିବସେ ଏକାନ୍ତରେ ଘୋଷେ,ଅରଜି ଥିବାର ପ୍ରୀତି ।ଜମ୍ବୁ ନନ୍ଦ ସୁନା- ଠାରୁ ସେ ଅଧିକଜକ ଜକ ଦିଶେ ଅତି ।୩।ନାମ ଶ୍ରବଣାଦି ନବନୁରାଗରେ,ଯେତେକ ଲକ୍ଷଣମାନଗୋପନେ ଅଛି କି ? ବୋଳେ ବନମାଳୀଆଦ୍ୟ ଅକ୍ଷୁର ବିଧାନ ।୪।(ରାଗ - ପରଜ । ତାଳ – ଝୁଲା)ବଂଶୀ ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)ସଜନୀ ଗୋ ! ନ ଜାଣି ପୀରତି ଯାହାକଲି । ଘୋଷା ।ସେ ନବନାଗର କାହ୍ନୁ କି ରଙ୍ଗେ ବଜାନ୍ତି ବେଣୁ,ଶୁଭିଲା ବେଳରୁ ହୁଡ଼ିଗଲ, ସଜନୀ ଗୋ ।୧।କି କଲି ମୁଁ ମୂଢ ମତି ହୋଇ ଏଡ଼େ କୁଳବତୀକୁଳଶୀଳ ରଖି ନ ପାରିଲି, ସଜନୀ ।୨।କାହାରେ କହିବି ଏହା କେହି ନାହିଁ ମୋର ସାହା,ଆହା ଆହା ବୋଲି ଝୁରିମଲି, ସଜନୀ ଗୋ ।୩।ବନମାଳୀ ଦାସ କହେ ନାହିଁ ନା ଏବେ ଉପାୟେ,ବେଳହୁଁ ତ ମୁହଁ ହୁଡ଼ିଗଲି, ସଜନୀ ଗୋ ।୧।(ରାଗ – ସନ୍ଧୁ କାମୋଦୀ । ତାଳ - ଏକତାଳି)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)ଆଗୋ ସହଚରି !ହେଲି ଲୋହାକାର ସଣ୍ଡୁଆସି ପରି ।କେତେବେଳେ ଜଳେ କେବେ ବା ଅନଳେଦୁଇ କଥା ତାର ସମସରି । ଘୋଷା ।ପୀରତି କଥା କେ ହୋଏ ସଖୀ,ସଖୀ ! ମୁଁ ହେଲି ପରମ ଦୁଃଖୀ,ଦେଖୁଥିଲେ ମନ ତୃପତ ନୁହଁଇ,ନ ଦେଖିଲେ ଫୁଟିଯାଏ ଆଖି ।୧।ଆହୁରି କଥାଏ ସହି ଶୁଣ,ପାପ ପୀରତିର ଏହି ଗୁଣ,ନିନ୍ଦା କରୁଥିଲେ ଫୁଲୁଥାଇ ଛାତି,ସ୍ତୁତି କଲେ ଜଳି ଉଠେ ପ୍ରାଣ ।୨।ତେତେବେଳେ ଯାହା ହୁଏ ମିତ !ବିଗ୍ରହରେ ଳାଗିଯାଏ ଚିତ୍ତ,ଦେଖୁଥିଲେ ବରଷ ଲବ ହୁଅଇନ ଦେଖି ନିମିଷେ ଯୁଗବର ।୩।ବନମାଳୀ କହେ ପ୍ରୀତି କରି,ମୁଖ ନାହିଁ ମଲି ଝୁଲି ଝୁଲି,ନାଗ ଚୁଚୁନ୍ଦ୍ରାକୁ ଗିଳି ଛାଡ଼ିଦେଲେ,ଲୋଡ଼ିଲେ ନେତ୍ର ପାଦ୍ରରେ ହାରି । ୪।(ରାଗ – ଶୋକ କାମୋଦୀ । ତାଳ – ଏକତାଳି)ପ୍ରୀତି ଅନୁରାଗ(ସଖୀ ପ୍ରତି ଶ୍ରୀରାଧା)ପ୍ରିୟ ସହି ! ଜୀବନ ପଛକେ ଯିବ ଗୋ ।ପରାଣୁ ଅଧିକ ଯାହାକୁ ମଣିଛି,ସେ କାହିଁ ମନରୁ ଯିବ ଗୋ । ଘୋଷା ।ପର ପରିବାଦ ମୋତେ ତ ସୁଆଦ ସେ ଶ୍ୟାମ ପୀରତି ଲାଗି ଗୋ ।ପଛରେ ପୁରତେ କହନ୍ତୁ ଯେ ଯେତେ ତହିଁ କି ମୁଁ ଅନୁରାଗୀ ଗୋ ।ପୁରୁଷ ଉତ୍ତମ ଅତି ଅନୁପମ ମୂରତି ନାଗରବରଗୋ ।ପଶିଛି ଶରଣପଙ୍କ ଚରଣ ଯୁଗଳେ ତା ସ୍ନେହାଦରେ ଗୋ ।୨।ପତା ପତିକୂଳ ଛେଦି ଚେରମୂଳ, ବରଜିଛି ଲାଜ ଭୀତି ଗୋ ।ପଲ୍ଲବ ଶ୍ୟାମଳ ଚନ୍ଦ୍ର ବଦନ ମୋ ନେତ୍ରେ ନାଚୁ ଥାଉ ଗୋ ।୩।ପଲକେ ଅନ୍ତର ହେଲେ ବଂଶୀଧର ଲାଗେ କୋଟି ଯୁଗସରି ଗୋପାଇଛି ତାହାଙ୍କୁ ଏତେକାଳ ମୁଁ ତ କେତେ ବାରବ୍ରତ କରି ଗୋପଞ୍ଚା ପଞ୍ଚା ହୋଇ ପରିପନ୍ଥୀ ହୋଇ ହସିଲେ ହସନ୍ତୁ ଦାଣ୍ଡେ ଗୋପାସୋରି ନ ପାରେ କୁହୁକ ପ୍ରକାରେ ସେ ନନ୍ଦ ନନ୍ଦନ ପ୍ରୀତି ଗୋପରାକୀୟା ରସେ ମଜ୍ଜିଛି ସରସେ ମିଶି ନିଶି ଚନ୍ତି ଚିନ୍ନି ଗୋ । ୬।ପଦ୍ମ ସୁବାସିନୀ ଶ୍ରାକୋଶରୀ ମିଶି କରନ୍ତି ଳଳିତା ପାଖେ ଗୋପଙ୍ଖା ଚାଳି ଚାଳି ଭାଳେ ବନମାଳୀ ଧନ୍ୟ ଧନି ! ପଦ ଭାଷେ ଗୋ ।୭।(ରାଗ ଭାଟିଆରୀ । ତାଳ –ଆଠତାଳି)ସ୍ୱାଭୀଷ୍ଟ ଲାଳସା(ସଖୀ ପ୍ରତି ଶ୍ରୀରାଧା)ଶ୍ୟାମବନ୍ଧୁଙ୍କୁ ନିରତେ ଦେଖିବି । ଘୋଷା ।ଯେ ବୋଲି ସେ ବୋଲୁ ଗୁରୁ ଗୁରୁଜନ –ଲାଜ ଭୟରୁ ଉପେକ୍ଷିବି ।୧।କଳା କାଞ୍ଚଲାରେ କାଳିଆ ମୂରତି,ଯତନେ ଘୋଡ଼ାଇ ରଖିବି ।୨।ଗୁପତ ମନ୍ଦିରେ ରଖି ମୋହନଙ୍କୁ,ମଦନ – ମନ୍ତ୍ର ମୁଁ ଶିଖିବି ।୩।ନୀଳମଣି – ଜିଣା ହୃଦୟ ମଧ୍ୟରେ,କୁନ୍ଦନ ପରାୟେ ଲାଖିବି । ୪।ନଟବର ବେଶ ମୋହନ ମୂରତି,କୁଞ୍ଜେ କଳାବେଶ ଦେଖିବି । ୫ ।ବନମାଳୀ ବୋଲେ ବଧୂଲୀ – ଅଧରୁ,ସାଦରେ ଅମୀୟ ଚାଖିବ । ୬ ।(ରାଗ – ପୂରବୀ । ତାଳ – ଝୂଲା ।)ଦୃଢ଼ବ୍ରତ(ସଖୀ ପ୍ରତି ଶ୍ରୀରାଧା)ବୃନ୍ଦାବନ – କଳାନିଧିଙ୍କି ।ମୋ ମନ ଧନକୁ ଦେଇଛି ବିକି ।ଛାଡ଼ି ଅଛି ମାନ, ମହତ ଗୁମାନ,ଲୋଡ଼ି କୃଷ୍ଣ, କଳିଙ୍କିନୀ – ସିଦ୍ଧିକି ॥ ଘୋଷା ॥
ଯେବା ଯାହା କହନ୍ତୁ ଛଳି, ମେଲନ୍ତୁ କେମ୍ଭେ ଢଗ ଢମାଳି,ତହିଁକି ଶୋଚନା, ନାହିଁ ଏତେ ବିନାକରନ୍ତୁ ପଛକେ କେ ଧିକିନିକି । ୧।ଗୁରୁଜନ ଭର୍ତ୍ସନା ବାରି, ତହିଁକି ମୁଁ ଏଡ଼ିଛି ଶିରି,କରେ ମାରି ତାଳି ହସନ୍ତୁ ଗୁଆଳୀ,କି କରିବେ ମୋ ଅହତି ସାଧିକି ? ।୨।ହେଲେ ହେବି ଘରୁ ବାହାର, ନ ତେଜିବି ମୂରଲୀଧର,ଅକୀର୍ତ୍ତି ଦୂଷଣ କଲିଣି ଭୂଷଣ,ନ ବାଞ୍ଛାକୁଳ ଧରମ ବିଥିକି । ୩ ।ଏ ମୋ ଦୃଢବ୍ରତ ସଜନି ! ହୋଇ ଶ୍ୟାମ ନାମଭଜନୀ,ନେବି ମନ କାଳ, ସଂସାର ଜଞ୍ଜାଳ,ନ ବାଧ ବନମାଳୀ ଅଜ୍ଞାଧୀକି । ୪ ।ସଖୀ ଶିକ୍ଷା(ଶ୍ରୀରାଧାଙ୍କ ପ୍ରତି ଲଳିତା)ଚିତ୍ତ ଶ୍ୟାମ ବନ୍ଧୁରେ ରସାଇ ଦେ ଲୋ ।ହସିବେ ଭଗାରି ଯେ ହସାଇ ଦେ ଲୋ । ଘୋଷା ।ମାନସୁ ଲାଜ ସଜନୀ ଆଜ,ସାତ ସମୁଦ୍ରରେ ଭସାଇ ଦେଲା ଲୋ ।୧।ଖଳ ମୁଖରା କାଟିବ ଗିରାତା ବଦନେ ଦୁର୍ବାହ ଘୋଷାଇ ଦେ ଲୋ ।୨।ଗାଇବେ ଦୋଷ ରାତ୍ରି ଦିବସ,ସାହି ପଡ଼ୋଶୁଣୀଙ୍କି ମିଶାଇ ଦେ ଲୋ ।୩।କହୁଛି ସତ ନୁହଁ ନିସତ,ମୋ କଥାରେ ତନୁ ଉଲସାଇ ଦେ ଲୋ । ୪।ବନମାଳୀ କି ତୋହ ଆଳୀକି,ବିପକ୍ଷ ଜାଣିବାକୁ ବସାଇ ଦେ ଲୋ । ୫ ।(ରାଗ – ଧନାଶ୍ରୀ । ତାଳ - ଏକତାଳି)ସଖୀ ଶିକ୍ଷା(ଶ୍ରୀ ରାଧାଙ୍କ ପ୍ରତି ଲଳିତା)ଶ୍ୟାମ ଜାଣେ ମୋହିନୀ – କୁଟୀ ।ସହି ! ତା, ନଜରେ ନ ପଡ଼ିବୁଟି ।ରଙ୍ଗିଆ ଭଙ୍ଗିଆ, ସୁବଳ – ସଙ୍ଗିଆ,ଚନ୍ଦ୍ରାମନ- ଧନ ନେଇଛି ଲୁଟି । ଘୋଷା ।ଏ ଗୋପରେ ଯେତେ ତରୁଣୀ, ଦମ୍ଭେ କେବା ରହିବ ପୁଣିଶ୍ରବଣେ ତାହାର ଶୁଣି ବଂଶୀସ୍ୱର,କଦମ୍ବ – ମୂଳକୁ ଯିବି ଧପଟି । ୧ ।ତାର ଯେଉଁ ଚାହାଁଣି ଛଟା, ମଦନରେ କାଣ୍ଡିଆ ଅଠାତୋର ଅଖି – ପକ୍ଷୀ, ତହିଁ ଗଲେ ଲାଖି,ଉବୁରିବୁ କେବେ ମନ୍ଦାର – ଓଠି । ୨।ଦେଖିଲେ ତା ଠିଆଠାଣିକି ରଖି ନ ପାରିବୁ ଆଣିକି,ଅଖିଳ ନାଗର, ମଉଡ଼ମଣି ଯେ,ଯେତେବେଳେ ଯିବ ତୋ ଆଗେ ଜୁଟି ।୩।ସୁରସିଆ ଦରହାସିଆ, କୁଳବତୀ ଧୃତି ଧ୍ୱଂସିଆ,ଜାଣି ବୁଝି ଧନି ପାହୁଣ୍ଡ ଚାଲିବୁସଖି ଗହଳେ ଲୁଚିଥିବୁଟି । ୪ ।ବିଚିତ୍ର ତା’ ଛଇ ଚାତୁରୀ, ସତୀ- ଦମ୍ଭ ଦିଏ କତୁରି,କହେ ବନମାଳୀ – ତୁ ରାଜଦୁଲ୍ଲାଳୀ,ଉଠି ନ ପାରିବୁ ପଡ଼ିଲେ ଝୁଣ୍ଟି । ୫ ।
ଲିଭିନାହିଁ ମୃଗମଦ ।ଅରଜି ଆସିଛ ଆହା କରଜ ସମ୍ପଦ । ୨ ।ଗଣ୍ଡରେ ତାମ୍ବୁଳ ବୋଳି ଦିଶେ ଦାଉ ଦାଉଲଜ୍ଜା ନାହିଁ କି ବଦନେ ଏ ବଞ୍ଚନା ଥାଉ ॥
ଆହେ କପଟୀଙ୍କ ଗୁରୁ !ଏପରି ପୀରତିଆଙ୍କୁ ଜୁହାର ମୋ ଦୂରୁ । ୩ ।ହେଜ ହେଜ କାଲି କଣ୍ଟ ଦେଇଥିବା କଥାଦରଶନ ଦେଉଅଛ ଏତେବେଳେ ବୃଥା ।ଗାତ୍ରଗୋଟି ଯାକ ତବ ।କୁଙ୍କୁମଚିହ୍ନରେ କି ସୁନ୍ଦର ତ କେଶବ । ୪ ।ରାଗ ରହିଅଛି ଅଙ୍ଗେ ପୁଣି ଚୁନସଞ୍ଚା ।ରସିକ ଶେଖର ଆଉ କଥାରେ ନ ବଞ୍ଚା ।ହସାଇଲା ତ ଭଗୀର ।କେତେ ଯେ କଷଣ ଦିଆଇଲ ଗିରିଧାରୀ । ୫ ।ରିଷାମାଳିନୀ ନ ହେଉ ମୋ ପରି ସେ ବାଳୀ ।ଉଚିତ ବିନୟ କର ହୋଇ ନିଉଛାଳି ॥
ଠକ ଚିନ୍ତାମଣି ଶ୍ୟାମ ।କହେ ବନମାଳୀ ରାଧେ, ଅପରାଧ କ୍ଷମ । ୬ ।(ରାଗ – ଶଙ୍କରାଭରଣ । ତାଳ – ତ୍ରିପଟା)ମାନଭଙ୍ଗେ ଚାଟୁ(ଶ୍ରୀ ରାଧାଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ବିନୟୋକ୍ତି)ମୋ ଧନରେ ! ମନରୁ ମାନ ତୁ ବରଜ ବରଜ ବରଜ। ଘୋଷା ।କାହିଁକି ମଥାପୋତି ବସିଛୁ କୁନ୍ଦଦନ୍ତି ।ଧରା ଚିରୁ ତୁ କରଜ କରଜ କରଜ । ୧ ।ଦୁଃଖୀ ଜନର ପାଇଁ ଶୁଖିଯାଇଛି କାହିଁ,ତୋର ବଦନ – ସରୋଜ ସରୋଜ ସରୋଜ । ୨ ।କାମସିନ୍ଧୁ ତୁ ଏକା ତୁହି ନବ ନାବିକା,ପାରିକର ତୁ ଗରଜ ଗରଜ ଗରଜ । ୩ ।ଆଉ ନ କର ଛନ୍ଦ ଭୁଜେ ବାନ୍ଧି ଦେ ଦଣ୍ଡଘେନ ଆଜ ମୋ ଅରଜ ଅରଜ । ୪ ।ବଦତି ବନମାଳୀ ନ ବସ ଆଉ ଭାଳିକୁଞ୍ଜେ ନବୀନା କେଳି ସରଜ ସରଜ ସରଜ । ୫ ।(ରାଗ – ଝଂଝଟ । ତାଳ – ଆଠତାଳି)ମାନଭଙ୍ଗେ ସଖୀ ସମ୍ବୋଧନ(ଶ୍ରୀରାଧାଙ୍କର କଳା ବର୍ଜ୍ଜନେ ଦୂତୀ ଉକ୍ତି)ସରାଗ ତୋ ମୁଖେ ନାହିଁ ଗୋ ଶ୍ରୀମତୀସରାଗ ତୋ ମୁଖେ ନାହିଁ ।ସରାଗ ସିଞ୍ଚିଲା ପଙ୍କଜ ପରାୟେହୋଇଅଛୁ କାହିଁପାଇଁ । ଘୋଷା ।ନିନ୍ଦୁ ଘନଶ୍ୟାମ ଶୋଭାକୁ ତୁ କିମ୍ପାପିନ୍ଧୁ ନାହୁଁ ନୀଳ ଚେଳ ?ଚାରୁ – ମୃଗମଦ- ତିଳକ ଲାବଣ୍ୟ,ନିଶ୍ଚଳେ ନକରୁ ମେଳ । ୧ ।ରାଜ ଜେମା ! କ୍ଷମା ଉଚିତ ତୋହରଏହା ମନେ ବୁଝିଥିବୁ ।ଲାଳନା, ତୋ କଥା ବୁଝି ବସିଲେତଦଣ୍ଡରେ କଳନା ଯିବୁ । ୨ ।ବାଞ୍ଛା – ବଟତଳେ ତପ କରିଥିଲେତୋ ପାଦେ ଦେବାକୁ ଲାକ୍ଷା ।ଅଦୋଷରେ ରାଗ କରି ପଶ୍ଚାତାପକହିଅଛୁ କୁଟିଲାକ୍ଷ । ୩ ।ବନମାଳୀ ବୋଲେ ଯାଦୁ ନ ଦେଖିଲେ,ନେତ୍ରୁ ଗଳେ ଅଶ୍ରୁଧାର ।ଶ୍ୟାମକୁ ମାନ ନ କର ମୁଁ କହୁଛିକାମକୁ ଯେବେ ତୋ ଡର । ୪ ।(ରାଗ – ପରଜା । ତାଳ – ଝୁଲା)ଦୁର୍ଜ୍ଜୟ ମାନ(ସଖୀ ପ୍ରତି ଶ୍ରୀରାଧା)ଲୋଡ଼ା ନାହିଁ ସେହି ପ୍ରୀତି ଗୋ, ପ୍ରାଣସଙ୍ଗିନୀ । ଘୋଷ ।ପୋଡ଼ା କରମରୁ ସିନା ଲଭିଲି ଏତେ ଯାତନା,କେତେ ସହିବକି ଛାତି ଗୋ, ପ୍ରାଣସଙ୍ଗିନୀ । ୧ ।ଯେଣେ ଅନାଇଲେ ମନ୍ଦ ଘଟୁଅଛି ପରମାଦ,କାହିଁକି ଚାଟୁ ବିନତି ଗୋ, ପ୍ରାଣସଙ୍ଗିନୀ ।୨।ମୋର କୁଳଟାପବାଦ ପରକୁଦା ଗୀର ନାଦଚହଳ ପଡ଼ିଛି ନିତି ଗୋ, ପ୍ରାଣ ସଙ୍ଗିନୀ ।୩।
(ରାଗ – କୁସୁମକେଦାର, ତାଳ- ଝୁଲା)
ସଖୀ ଶିକ୍ଷା
(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)
ଯେତେ କହିଲେ ମାତର ।
ଖଳ କେବେ ସରଳ ନ ହେବ ମନେକର । ଘୋଷା ।
ଦିନମଣି ଯେବେ ହେବେ ପଶ୍ଚିମେ ଉଦୟେ ହୁଏ ।
ଆମାବାସ୍ୟା ରାତ୍ରେ ଯଦି ଶଶି ଉଦେ ହୁଏ ।
ବୃଦ୍ଧର ଯଦ୍ୟପି ହୁଏ ଯୌବନ ସଞ୍ଚାର ।
ଖଳ କେବେ ସରଳ ନ ହେବ ମନେକର । ୧।
ଶତଦଳ ଫୁଟେ ଯଦି ପର୍ବତ ଉପର ।
ମୃତ ପ୍ରାଣୀ ଯଦି ପ୍ରାଣ ପାଏ ପୁନର୍ବାର ।
ଚାରୁ ରୂପ ଯଦି କଳା ହୁଏ ହରିଦ୍ରାର ।
ଖଳ କେବେ ସରଳ ନ ହେବ ମନେକର । ୨।
ଲୁହାରୁ ଯଦ୍ୟପି ହୁଏ ଫୁଲର ସୌରଭ ।
କୁପୁତ୍ର ଯଦ୍ୟପି ହୁଏ ଯଦି ଜ୍ୟୋତି ଚନ୍ଦ୍ରମାରା
ଖଳକେବେ ସରଳ ନ ହେବ ମନେକର । ୩।
ଉଷୁନା ଧାନରୁଯଦି ଅଙ୍କୂରଇ ଗଜା ।
ସିଂହର ଆକୃତି ଯଦି ଧରେ କାକେ ଅଜା ।
ଶୁକ୍ଳବର୍ଣ୍ଣ ପାଲଟଇ ଯଦ୍ୟପି ଅଙ୍ଗାର
ଖଳ କେବେ ସରଳ ନ ହେବ ମନେକର । ୪ ।
(ରାଗ – ଶଙ୍କରାଭରଣ । ତାଳ - ଆଠତାଳି)
ଦାନଲୀଳା ଘଟସଧା
(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)
ବାଟଛାଡ଼ ସୁହଟ ନାଗର ! ଯମୁନାକୁ ଯିବି ନୀର ଆଣିକି ?
ଘାଟ ପାଇଁ ଯେବେ ଲାଟ ଲଗାଇବ
ପ୍ରତିବନ୍ଧା ଦେବି ମଥାମଣିକି । ଘୋଷା ।
ଘରେ ମୋ ନଣନ୍ଦ ଅଟେ ବଡ଼ ମନ୍ଦ
ଶାଶୁ ମୋ ଅଟଇ ସପତଣୀ କି ?
ଆହେ ଗିରି ଟୋକା ନ କର ତୁ ଡ଼କା,
ତୁମ ଲାଗି ନ ଆସିବ ଏଣିକି । ୧ ।
ମୁହିଁ ବୃଷଭାନୁ ନୃପତିଙ୍କ ଜେମା,
ଆନ ପ୍ରାୟେ ମୋତେ ଅନ୍ତ ମଣିକି
ଧରି ମୋ ଅଞ୍ଚଳ କରୁଛ ଜଞ୍ଜାଳ
ଡ଼ର ନାହିଁ ପର ଭୂଆଷୁଣୀ କି । ୨ ।
ନନ୍ଦ ମହାଖୁଡ଼ ପୁଅ ଏଡ଼େ ବଡ଼,
ଦେଖିଥାଅ ଗୋପ ଗଉଡ଼ୁଣୀ କି ।
କ୍ଷୀର ଦେଲାବେଳେ ପୁତନା ମାଇଲ
ସ୍ତିରୀହତ୍ୟା ଦୋଷ ନ ବହିଲା କି ? । ୩ ।
ମୁଁ ଯେବେ ଏଥର ଆସିବି ପାଣିକି
ସଙ୍ଗେ ଆଣିଥିବି ସଖୀ ଶ୍ରେଣୀଙ୍କି ।
ବୋଲେ ବନମାଳୀ ଶୁଣ ଠାକୁରାଣୀ
ନିରାଶ ନ କର ବେନୁ ପ୍ରାଣୀଙ୍କି । ୪ ।
(ରାଗ – ଭୈରବୀ । ତାଳ - ଝୁଲା)
ଘାଟସଧା
ଘାଟ କଉଡ଼ି ନେଇଯା, ରେ ନାଗରୀ ରଜା । ଘୋଷା ।
ନୋହିଲେ ତ ମୁହିଁ ଛାଡ଼ିଦେବି ନାହିଁ
ନିଶ୍ଚେ ଦିଆଇବି ସଜାରେ ।୧।
ନ ଜାଣ କି ଗୋପି, ପ୍ରବଳ ପ୍ରତାପୀ
କଂସର ମୁଁ ଯ ଭଣଜାରେ ।୨।
ଲେଖି ଯୋଖି ସର୍ବ ଦିଅ ଛାଡ଼ି ଲୋଭ,
ବେଭାରେ କାହିଁକି କି ଲଜ୍ଜାରେ ।୩।
ବନମାଳୀ ବୋଲେ କେତେବେଳେ ହେଲେ
ନ ଥିଲା ତ ଏହା ଖଞ୍ଜାରେ । ୩ ।
(ରାଗ – ମରୁଆ । ତାଳ - ଏକତାଳି)
ଘାଟସଧା
(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)
ଛାଡ଼ ଘାଟ ମୋହନ ମୋ ରାଣ ତୋତେ । ଘୋଷା ।
ମୁଁ ଯେ କୁଳବଧୂ ଘୋଷା, ହେବିଟି ଭଗାରୀ ହସା
ଅକୀର୍ତ୍ତି ହାଟ ନ ବସା । ୧ ।
ଏ ଗୋପରେ କେତେକବାଳୀ, ନାହାନ୍ତି ମୋ ତହୁଁ ବଳି
ଲଗାଉ କଳଙ୍କ କାଳି । ୨।
ସିଝାଇ ମାନସ ଜାଳି, ଦେବାକୁ ତୁ ନିଉଛାଳି
ନୁହେଁଟି ମୁଁ ଚନ୍ଦ୍ରାବଳୀ । ୩ ।
ଧୂର୍ତ୍ତରେ ତୁ ବନମାଳୀ ! ଜାଣିଛି ତୋ ଚତୁରାଳି
ଯା କରୁ ପଥ ଓଗାଳି । ୪ ।
କହେ ରସେ ବନମାଳୀ, ନ ହୁଅ ଏତେ ଛାଉଳି,
ଦେଖ ଆସନ୍ତି ମୋ ଆଳି । ୫ ।
(ରାଗ – ମୋହନା । ତାଳ – ଝୁଲା)
ଘାଟସଧା
(ଶ୍ରୀରାଧାଙ୍କ ପ୍ରତି ଶ୍ରୀରାଧା)
ପ୍ରିୟ ଛାଡ଼ ହେ ମୋହ ଆଶା ଭରସା ।
ନ ରଖ ପରବଶ ମୁଁ କହି ଦେଲଟି,
ଗୋଚର କଲିଟି ହେ ତୃଷା ଥାଇ ସୁଧା ଏଡ଼ିଲିଟି ହେ । ଘୋଷା ।
ଜଗିଛନ୍ତି ଅରି ଦିବସ ଶର୍ବରୀ,
ଉଞ୍ଚାଇ ନୟନ ଭାଲିଟି ହେ ।୧।
ଜାଣି ଖରଶ୍ୱାସ ସ୍ୱାମୀ ଅବିଶ୍ୱାସ
କରଇ କ୍ରୋଧେ ପାଶରୁ ଦିଏ ଠେଲିଟି ହେ ।୨।
ମନକୁ ଆଘ୍ରାଣ କରୁଛନ୍ତି ଜାଣ,
ସପତ୍ନୀ ସଳଖି ନପାରେ ଚାଲିଟି ହେ । ୩ ।
ଶ୍ୱଶୁରଙ୍କ ଧାତା ଇଙ୍ଗିତ ଦେବତା,
ସ୍ୱରୂପ ଗଢିଛି ମୋତେ ଦେଲା ଭୁଲିଟି ହେ । ୪ ।
ମୋହ ଯାଆମାନେ ବୋଲନ୍ତି ନ ମାନେ,
ତାଙ୍କର ଶତ୍ରୁ ଅଟେ ମୋହର ଚିଲିଟି ହେ । ୫ ।
ଆଉ ବୃଥା ଶ୍ରମ ନ ପାଅ ମରମ
କହି ରସିକ ଅନ୍ତର ହେଲିଟି ରେ । ୬ ।
ତୁନି କରି ବନ- ମାଳୀ ବୋଲେ ଧନ
ବୈଦ୍ୟ ମୁଁ ଚତୁରା ଚିତୋଇବ ଗଲିଟି ହେ । ୭ ।
(ରାଗ – ମୋହନକେଦାର । ତାଳ - ଏକତାଳି)
ଘାଟସଧା
(ଶ୍ରୀରାଧାଙ୍କ ପ୍ରତି ଶ୍ରୀକୃଷ୍ଣ)
ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା ।
ଆଉ ଜାଣି ଛଳ କରନା । ଘୋଷା ।
ଦେଖିଲା ବେଳରୁ ତୋ ଚନ୍ଦ୍ରବଦନ,
ଘନ ଘନ ହୃଦ ଦହଇ ମଦନ,
କଲାଣି ତୋ ରୂପ ନୟନେ ସଦନ,
କଟାକ୍ଷ କଟାରୀବନ୍ଧୁ ଧରନା । ୧ ।
ସଖୀମେଳେ ଯେବେ ବସୁ ହସି ହସି,
ମଣଇଁ ସତେକି ତାରା ମଧ୍ୟେ ଶଶୀ,
ସେ ସୁଷମା ଭାଳି ନ ସରଇ ନିଶୀ,
ସୁଧା ଅଧରରେ ବିଷ ଭରନା । ୨ ।
ସୁଖୀନ ବସନେ ଫୁଟି ତୋ ଉଜର,
ଭାଙ୍ଗିଦିଏ ଯୁବାମଣ୍ଡଳୀର ତେଜ,
ରସିକା ରତନ ତୁ ନାଗରୀ ରାଜ,
ଆଶା ରତନଟି ମୋର ହରଜା । ୩ ।
ବାନ୍ଧିଦେବି ଧନ ମନ ମଦସୁଖେ ଜଡ଼ା,
ଖଞ୍ଜି ଚଉପାଶେ ବେଗେ ପାଖୁଡ଼ା,
ବନମାଳୀ ବୋଲେ ତୁମ୍ଭେ ଘରବୁଡ଼ା,
ଲବେ କୃପା ବହ ପ୍ରାଣେ ମାରନା । ୫ ।
(ରାଗ – ଜୟନ୍ତି । ତାଳ - ଆଠତାଳି)
ଘାଟସଧା
(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)
ନାଗର ରାଜା ! ସତୀଙ୍କି କଲ ନିର୍ଲ୍ଲଜ ହେ । ଘୋଷା ।
ରହିବ ଅବା କେ ? କୁଚ-ନାରୀ ଯେହୁ,
ଦେଖିଛି ବାରେ ବରଜ । ୧ ।
ଲୋଡ଼ା ନାହିଁ ଆଉ ସୁଖ ମାନ ଥାଉ
ତୁମ୍ଭର ମୁଖ – ପଙ୍କଜ । ୨ ।
କହୁଛି ଏତିକି ଗିରିଙ୍କୁ ମୂଚ୍ଛ
ଗିରିଜା ହୋଇବ ସଜ । ୩ ।
ସତୀ ସାବିତିରୀ ପତିବ୍ରତା ନାରୀ,
ତେଜି ଆସିବେ ବରଜ । ୪ ।
କହେ ବନମାଳୀ ଆଗୋ ବ୍ରଜବାଳୀ,
ଦିଅ ମୋତେ ପଦରଜ । ୫ ।
(ରାଗ – ମରୁଆ । ତାଳ – ଏକତାଳି)
ଘାଟଲୀଳା
(ଶ୍ରୀକୃଷ୍ଣଙ୍କ ପ୍ରତି ସଖୀ ଉକ୍ତି)
ଶ୍ୟାମରୀତି ଜାଣୁ ନାହିଁକି ? ଏକା ନୀରଘାଟେ ଗଲୁ କାହିଁକି । ଘୋଷା
ସେ ହଟିଆ ନବରଙ୍ଗିଆ
ଆଖିଠାର ଭୁରୁଭଙ୍ଗିଆ;
ନିପଟ ଚିକ୍କଣ ଶ୍ୟାମଳ ଅଙ୍ଗିଆ
ଆଡ଼କୁ ଉଆଡ଼େ ଦେଲୁ ଚାହିଁକି । ୧ ।
ତାର ଯେଉଁ ମୋହନ ବେଶ,
ସତୀ ଦମ୍ଭ କରେ ନିଃଶେଷ,
ସେ କୁଞ୍ଜଦେବତା ତୋ’ ହୃଦେ ଆଦେଶ
ହେଇ ପକାଇଛ ମହନେ ଝାଙ୍କି । ୨ ।
ତା ପାଲରୁ କେଉଁ ଚତୁର,
କି କରି ଆସିବ ଉତୁରି,
ପଙ୍କଇ କୁହୁକ ଧୂଳିକୁ ମନ୍ତୁରି
ଦେଖନ୍ତେ ସୁନ୍ଦରୀ ଚନ୍ଦ୍ରମହୀଁଙ୍କି । ୩ ।
ବୋଲେ ବନମାଳୀ ନବୀନା,
ବଳେ ଚିହ୍ନା ପଡ଼ିଲୁ ସିନା ?
ତୁ ତ କୁଳପାଳି ! ନ ପାରିଲୁ ଭାଳ,
ଚାଲିଲୁ ପହଣ୍ଡ ଏକା ନଈକି । ୪ ।
(ରାଗ – ମଧୁଶ୍ରୀ, ତାଳ – ଝୁଲା)
ସ୍ୱାଗତ
(ଶ୍ରୀରାଧାଙ୍କ ଉକ୍ତି)
ନାଗର ମୋହନ ରାଜ ।
ବରଜ – ମଣ୍ଡଳୁ ନାଶିଲା ଲାଜ । ଘୋଷା ।
ଗୋକୁଳ – ଲଳନା କୁଳପାଳିକା ।
ସଖୀ ନେତ୍ରପ୍ରାନ୍ତେ ଦଂଶିଲା ଧୈର୍ଯ୍ୟ । ୧।
ମଦନ – ମୋହନ ରୂପ ଲୋଲୁପ ।
କରେ ଭାଙ୍ଗ ତପୀ ତପ ନନ୍ଦତନୁଜ । ୨ ।
ଶ୍ରୀଅଙ୍ଗ ମାଧୂରୀ କେଉଁ ବିଧି ନିର୍ମାଣିତ ?
କି ନୁହେଁ ଅଳପ ହେଜ । ୩ ।
ବେଶ କି ସୁନ୍ଦର ତାର କୁମାର ସାକ୍ଷାତ
ଅଟଇ ମାର ମଧୂବତ ଯଜ୍ଞେ
ମାଧବ ଦୀକ୍ଷିତ ମର୍ମଧ୍ୱେଂସେ ହାସ କି ମଧୂର । ୪ ।
ଦିଶଇ ନନ୍ଦଗାଆଁର ଅଗାରେ ।
ତା ସମ ଦେବାକୁ ଗାରେ ।
କିଶୋର ସଦୃଶ ସଂସାରେ ନାହିଁଟି ।
ଦୀନ ବନମାଳୀ ଶରଣତୋ ପାଦରଜ ।
(ରାଗ –ଚକ୍ରକେଳି । ତାଳ – ଏକତାଳି)
ରୋଷଗିର
(ଶ୍ରୀରାଧା ଉକ୍ତି)
ଛଇଳବର, ଛୁଅଁନା ତନ୍ତ୍ରକୁ ମୋର । ଘୋଷା ।
ମୁକୁରେ ମୁଖ ଦେଖ, କି ଚିହ୍ନ ସେ ପ୍ରତ୍ୟକ୍ଷ ।
ଗଣ୍ଡେ ଦିଶୁଚି ଜର ଜର ହେ । ୧ ।
କାହାର ଦନ୍ତ କ୍ଷତ, ସହିଲ କହ ସତ,
କି ନାରଖାର ଶ୍ରୀଅଧର ହେ । ୨ ।
କାହା ପାଦ ଯାବଚ୍ଚ, ଘେନିଅଛ ତିଳକ,
ଲଲାଟ ପଟରେ ତୁମ୍ଭର ହେ । ୩ ।
ଉରେ କି ଶୋଭା ଦିଶେ, ସଞ୍ଚା ଦେଇଛି କେ ସେ,
ତୀକ୍ଷଣ ନଖରାଜି ଜାର ହେ । ୪ ।
କାହା ନେତ୍ର କଜ୍ଜ୍ୱଳ, କଲ ଅଧରେ ମେଳ,
ପ୍ରବାଳେ କସ୍ତୁରୀ ପ୍ରକାର ହେ । ୫ ।
ରତେ ପୁହାଇ ନିଶୀ, ଆସିଛ କଳା ଶଶି ।
ଫେରି ଯାଆ ପାଶେ ତାହାର ହେ । ୬ ।
କହଇ ବନମାଳୀ, ବୃଷଭାନୁ ଦୁଲାଳୀ,
ମଣ୍ଡିତା ରସେ ରୋଷଗିର ହେ । ୭ ।
(ରାଗ – ସୁରଠ, ତାଳ –ଝୁଲା)
ସଖା ଉକ୍ତି
(ଶ୍ରୀକୃଷ୍ଣଙ୍କ ପ୍ରତି ଲଳିତା)
ଶ୍ୟାମ ସୁନ୍ଦର ସଙ୍ଗେ
କହିଥିଲି ରସନା, ମଜ୍ଜିଲୁ ତ ତରଙ୍ଗେ । ଘୋଷା ।
ଖଣ୍ଡିଲୁ ସୁଖ ଆଣି ମଣ୍ଡି ଗଣ୍ଡରେ ପାଣି,
ଦଣ୍ଡି ଦେଲୁ ଅନଙ୍ଗେ ଭ୍ରହଲେ ସେ ଅପାଙ୍ଗେ । ୧ ।
ମନ୍ଦ ହାସତ ତେଜିଲୁ, ଭାନୁ ନନ୍ଦିନୀ !
କହିଚି ତା ନ ହେଜିଲୁ ।
ପ୍ରେମ ଶଠରେ ରଚି ହେମଅଙ୍ଗା ନ ବଞ୍ଚି,
ସାମକ ଯାମ ସିନା, କାମ କାଣ୍ଡ ଭୋଗିଲୁ । ୨ ।
ପ୍ରୀତି ଦୁର୍ଲ୍ଲଭ ଜନରେ,
ସୁଗତି ଅକୀର୍ତ୍ତି ହେଜିଲୁ ନାହିଁ ମନରେ ।
ଘୋଷରେ ନନ୍ଦାତ୍ମଜ ଦୋଷ ଗୁଞ୍ଜର ବୀଜ
ଘୋଷନ୍ତି ବ୍ରଜଜନେ, ରୋଷ ନ କଲୁ ଦିନେ । ୪ ।
ବନମାଳୀ ତା କହଇ, ମୋହନ ସୁସ୍ମିତ ସ୍ୱାଧୀଙ୍କ ମତି ମୋହଇ ।
ବୃଷଙ୍କୁ ତେଜି ଶଚୀ ବୃଷାସନଙ୍କୁ ମୁଞ୍ଚି
ଚଞ୍ଚଳେ ଚଳେ ଶିବା ମଞ୍ଚରେ ଅଛି କେବା । ୫ ।
(ରାଗ – କେଦାର ଗୌଡ଼ା । ତାଳ – ଏକତାଳି)
ଗତ ଚରିତ
(ସଖୀ ପ୍ରତି ଶ୍ରୀରାଧା)
ବ୍ରଜରାଜ – ରଜନୀ ଭରମେ ଲୋ, ସଖୀ ସୁଖଦେଲା ଯେତେ ।
ସେ ମୁରଲୀପାଣି ବସନ ନ ଜାଣି ଭ୍ରମେ ଆଣିଦେଲା ମୋତେ । ଘୋଷ ।
କି ସୁଖରେ ରାତି ବଞ୍ଚିଲି ମୁଁ ଛାତି
ଉପରେ ରଖି ଅମ୍ବର ।
ହେଲା ମୋତେ ପ୍ରତେ ସତେ ମୋ ପୁରତେ,
ବିଜୟେ ନାଗର ବର । ୧।
ପ୍ରଭାକୁ ଉଠନ୍ତେ ରଜନୀ ପ୍ରବେଶି,
ସଭ୍ରମେ ମାଗିଲା ବାସ ।
ହାର ଲାଞ୍ଚ ଦେଇ କହିଲି ମଣାଇ,
ଆଜକ ଥାଉ ମୋ ପାଶ । ୨ ।
ଏହିପରି ଯେତେ ଅଳଙ୍କାରି ମାନ,
ଦିଅଇ ଦିନକୁ ଦିନ ।
ରକି ସେ ବସନ ତୋଷୁ ଥାଇ ମନ,
ହୋଇଲି ଭୂଷଣ ହୀନ । ୩ ।
ଜଟିଳା ପୁଚ୍ଛ ନେ ଯେତେବେଳେମୋତେ,
କି ବୋଲି ଦେବି ଉତ୍ତର ?
ବୋଲେ ବନମାଳୀ କହ ଗୋ ରାଧିକେ
ଶୋଇଥିଲି ନେଲା ଚୋର । ୪ ।
(ରାଗ – ପୁନ୍ନାଗ, ତାଳ – ଆଦି)
ସଖୀ ଉକ୍ତି
ଔଦାସ୍ୟ ପରି ବାଳା ବସିଛି ହେ ।
ଔତ୍କଟ୍ୟ ବେଦନାରେ ପଡ଼ିଛି ହେ । ଘୋଷା ।
ଔତ୍କର୍ଷ ରୂପ ଯାର, ପତନେ ମାର ଶର ।
ଘନ ଘନେ ରୋମାଞ୍ଚ ହେଉଛି ହେ । ୧ ।
ଔପମ୍ୟ ତିନିପୁରେ, ଦେବାକୁ ଯା ଅଙ୍ଗରେ
ନାହିଁ ସେ ଏବେ ମୂର୍ଚ୍ଛି ଭଜିଛି ହେ । ୨ ।
ଔର୍ଦ୍ଦ୍ରପରି ମଦନ, ପୋଡୁଛି ହୃଦବନ,
ବେନି ଲୋଚନୁ ନୀର ବହୁଛ ହେ । ୩ ।
ଔଚିତ୍ୟ ଅବସ୍ଥାରେ, ଉଦ୍ଧାର କର ବାରେ,
ରାଧାର ଦୁରଦଶା ଭାଷୁଛି ହେ । ୪ ।
ଔଷଧି ଓଷ୍ଠାମୃତ, ପିଆଇ କୁଞ୍ଜ- କାନ୍ତ,
ତା ପ୍ରାଣ ରଖ ଦୁଃଖେ ସଢୁଛି ହେ । ୫ ।
ଔ – ବର୍ଣ୍ଣେ ବନମାଳୀ, କହଇ ଭାଳି ଭାଳି,
ବିରହେ ଧରାରେ ଛାଡୁଛି ହେ । ୬ ।
(ରାଗ – କାମୋଦୀ । ତାଳ – ଏକତାଳି)
ଗତ ଚରିତ
(ସଖୀ ପ୍ରତି ଶ୍ରୀରାଧା)
କି ଗୋ ପ୍ରାଣସଖୀ ! ଶୁଣ ।
ଗଲା ନିଶି କଲାକର୍ମ କୁଟିଳାକୁ ହୋଇ ଭ୍ରମ,
କହିଥିଲି ସବୁ ମର୍ମ । ଘୋଷା ।
ଏକାଠାରେ ଥିଲୁଁ ଶୋଇ ଜାଣିଲି କୃଷ୍ଣ ପରାୟ,
ଦୃଢେ କରି ଆଲିଙ୍ଗନ ବଦନେ ବଦନେ ଦେଇ । ୧ ।
ବୋଇଲି ଆହେ ମୋହନ ଦେଖିବା ହେଲା ସ୍ୱପନ,
କେତେବେଳୁଁ ଗୁପତରେ ଆସି କରିଛ ଶୟନ । ୨ ।
ଭୁଞ୍ଜାନାହିଁ କିମ୍ପା ପାନ ଶ୍ରୀଅଙ୍ଗୁ ସୁବାସ ହୀନ,
ଏଡ଼େ ଅଧୈର୍ଯ୍ୟ କାହିଁକି ପରାଣେ ଥାଉ ମଦନ ।୨।
କ୍ରୋଧେ ବୋଇଲା କୁଟିଳା ମୁଁ ଯେ ନୁହଇ ଜଟିଳା,
ଜଟି ତାକୁ କହୁଥାଉ ଆଜ ସନ୍ଦେହ ଫିଟିଲା । ୩ ।
ବନମାଳୀ ହସି କହେ ନଣନ୍ଦୀ ନ ପଡ଼େ ମୋହେ
ସେବେ ନିତ୍ୟ ତୋ ଭାଇ ନିମିତ୍ତ ଗୋ ପାଣିଗ୍ରହେ । ୫ ।
(ରାଗ –କୌଶକ । ତାଳ – ଏକତାଳି)
ଗତ ଚରିତ
(ସଖୀ ପ୍ରତି ଶ୍ରୀରାଧା)
କାଲି ଯା କଲେ ସଖୀ ! ନାଗର ରାଜ,
କହିବାକୁ ବଡ଼ ଲାଜ । ଘୋଷା ।
ଯମୁନା ସ୍ନାହାନେ ଗଲି, ଘଷି ମାଜି ହେଉଥିଲି
ଏ କାଳରେ ମିଳିଗଲେ ମୂରଲୀ – ଭୂଜ । ୧ ।
କଦମ୍ବ ମୂଳରେ ଲୁଚି, ଦେଖୁଥିଲେ ଘୁଞ୍ଚି,
ଅତରକେ ମୁଁ ନ ଜାଣସେ ଭଙ୍ଗୀବ୍ରଜ ।
ସାରି ମୁଁସ୍ନାନ ମାଜଣା, ଘଟପାଶେ ଜଗଜିଣା
ବାଟ ଓଗାଳି ମାଗିଲେ ଅପୂର୍ବ ଚିଜ । ୩ ।
ବହୁତ ବିନୟ ହେଲ. ତାଙ୍କ ଫାନ୍ଦୁ ଉବୁରିଲି,
ବୋଲେ ବନମାଳୀ ଏହା ନୁହଇ ବ୍ୟାଜ । ୪ ।
(ରାଗ – ମରୁଆ । ତାଳ – ଆଠତାଳି)
ଗତ ଚରିତ
(ସଖୀ ପ୍ରତି ଶ୍ରୀରାଧା)
ବୀର ବେଶେ ରେ,
କାଲି ଶ୍ୟାମ ଅସିଥିଲେ ମୋର ପାଶେ ଗୋ । ଘୋଷା ।
ବେନି ଚରଣକୁ କରି ଯୋଡ଼ା,
କି ଭଙ୍ଗୀରେ ନେଇ ଚଢାଇଲା,
(ପଡ଼ି) ପୟରେ ନୂପୁର, ବଜୁବନ୍ଧୁ ଘୁଙ୍ଗୁର,
ଝୁମୁ ଝୁମୁ ଝଙ୍କର କରି ଗୁଣ ଟଙ୍କାର
(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)
କୁସୁମରେ ନେଇ ରଖାଇଲା ଗୋ । ୧ ।
ଲମ୍ବୋଦର ତାତ ରିପୁ ଯାର,
ସେନାପତି କହେ ତତପର,
(ପଡ଼ି) ରମଣି ! କି ଦେଖିଲି ସ୍ମରବାଣ ଯୋଖିଲି
ମରମରେ ଭେଦିଲି ମନ କଥାକହିଲି
(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)
ରବି ରସେ ନିଶି ପୁହାଇଲା ଗୋ । ୨ ।
ଶୋଇଥିଲା ଶଶୀଧର ନାରୀ,
ଗଜଦନ୍ତ ରିପୁ ପଲାଙ୍କାରି ।
(ପଡ଼ି) ଦେଖିଥିଲି ପଲଙ୍କେ ଶୋଇଥିଲା ଉଲଙ୍ଗେ,
ଡାକ ଦେଲି ଆତଙ୍କେ ରଖ ତୁମ୍ଭେ ଏ ସଙ୍ଗେ
(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)
ପୁଣି ମନହେଲା ରତି ରସେ ଗୋ । ୩ ।
ବନମାଳୀ ଏହୁ ରସେ ଭଣି,
ମୋ ପୁରେ ବିଜୟ କମ୍ବୁପାଣି,
(ପଡ଼ି) କାଲି ରାତି ଅର୍ଦ୍ଧରେ ଆସିଣ ମୋ ପାଶରେ,
ରତି – ପତି ଭଣ୍ଡାରେ କରିଣ ନାରାରେ,
(ଧୋ ଧ୍ରୀମି ତା ଧ୍ରୀମି ଥଲାଙ୍ଗୁ ଦଧିଘନ ତା)
ପ୍ରବନ୍ଧରେ ପୁହାଇଲ ନଶି ଗୋ । ୪ ।
(ରାଗ- ଆହାରୀ । ତାଳ – ପଡ଼ିତାଳ, ଝୁମ୍ପା)
ବିରହାନୁରାଗ
(ପ୍ରତୀକ୍ଷାରେ ଶ୍ରୀକୃଷ୍ଣଙ୍କ ଉକ୍ତି)
କାହିଁ ସେ ମୋର କିଶୋରୀ ।
ଏ ମୋ ପରାଣ ଛାଡ଼ି ମାରଇ ମୋତେ ଶମ୍ବରାରି । ଘୋଷା ।
ନୟନ ମୋ ପିପାସିତ ଖୋଜେ ତାକୁ ଅବିରତ,
ଦେଖୁ ଦେଖି ଗୋଟିଯାକ ପିଇଦେବିକି
ରୂପମାଧୂରୀ । ୧ ।
ହୃଦରୁ ଉଠେ ଉଚ୍ଛାସ, ଘନ ଘନ ବହେ ଶ୍ୱାସ,
ଲୋଡ଼େ ଏକା ତା ସଙ୍ଗତି, ଆହା ସେ ରାଜକୁମାରୀ । ୨ ।
ପାଇଲେ ତାର ଶ୍ରୀଅଙ୍ଗ ଯୋଡ଼ିଦେବ ମୋର ଅଙ୍ଗ
କିବା କରିବ ଅନଙ୍ଗ, ଧରାଇ ବିରହ ବଂଶାରୀ । ୩ ।
ବନମାଳୀ ଦାସ ଭଣି ଶୁଣ ହେ ମୂରଲୀ ପାଣି,
ତୁମ୍ଭଲାଗି ଠାକୁରାଣୀ ବସିଛନ୍ତି ଧ୍ୟାନକରି । ୪ ।
(ରାଗ – ମାଳବ । ତାଳ – ଏକତାଳି)
ବିରହାନୁରାଗ
(ସଖୀ ପ୍ରତି ଶ୍ରୀରାଧା)
ସଜନି ! ତୋରଧରୁଛି କର ଗୋ ।
ଆଣି ଦିଅ ମୋ ଶ୍ୟାମ ସୁନ୍ଦର ଗୋ । ଘୋଷା ।
ଯେଣେ ଚାହିଁଦେଲେ ସେବ ବେଣୁଧର ।
ଦିଶି ଯାଉଛନ୍ତି ଏ କି ହୁନ୍ଦର ଗୋ । ୧ ।
ଜାଣନ୍ତି ସେ କି ମୋହିନୀ ମନ୍ତର
ନିରନ୍ତରେନେତ୍ରେ କଲେତ ଘର ଗୋ । ୨ ।
ଅନ୍ତରବାହାରେ ସେ ଚିତ୍ତ – ଚୋର ।
ଇନ୍ଦ୍ରଜାଲ ପରି ମୋତେ ଗୋଚର ଗୋ । ୩ ।
କି କରିବି ସଖୀ ! ଉପାୟ କର ।
ଦିଅ କିବା ପ୍ରୀତି – ଛଡ଼ା ମନ୍ତର ଗୋ । ୪ ।
ବନମାଳୀ ବୋଲେ ଚିନ୍ତା ନ କର ।
ଅବଶ୍ୟ ଆସିବେ ମୂରଲୀଧର ଗୋ । ୫ ।
(ରାଗ – ତୋଡ଼ି । ତାଳ – ଆଠତାଳି ।)
ଦୂତୀ ପ୍ରେଷଣ
(ସଖୀ ପ୍ରତି ଶ୍ରୀରାଧା)
ସଜନି ! ଘେନ ମୋ ବିନତିକି ରେ ।
ମୋହନେ କହବିୁ ମାତ୍ର ଏତିକିରେ । ଘୋଷା ।
ଶିକ୍ଷା ଦେଲା କେହୁ ଶିରୀପତିଙ୍କି ।
ଦୀକ୍ଷା କଲେ ସ୍ତିରୀ ମରା ରୀତିକି ରେ । ୧ ।
ଶ୍ରଦ୍ଧାକରି ସେ ଲାବଣ୍ୟ ମୂର୍ତ୍ତିଙ୍କି ।
ରାଧା ପରା ହରାଇଛ ଜାତିକି ରେ । ୨ ।
ପରବତ – ଧର ନୀଳ ହାତୀଙ୍କି ।
ସାର କରି ଲଭେ ଅପଖ୍ୟାତିକି ରେ । ୩ ।
ବୋଲେ ବନମାଳୀ ସେ ଶ୍ରୀମତୀଙ୍କି ।
କୃଷ୍ଣ ବିନେ କାହିଁ ଅଛି ଗତି କି ରେ । ୪ ।
(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)
ପ୍ରକାରାନ୍ତରେ ଦୂତୀ ପ୍ରେଷଣ
(ସଖୀ ପ୍ରତି ଶ୍ରୀରାଧା)
କହିବୁ ଦୂତୀ ! ଚିତ୍ତ ଚୋରଙ୍କୁ ଏତେକ ଗୋ ।
ଗତ ସ୍ନେହ ହରି ଦେଲେ ଦୂର କରି,
ଚିତ୍ତ ହୁଏ ଦକଦକ ଗୋ । ଘୋଷା ।
ଦେହଳୀ ବଳି ମୁଁ ଆଳିଗଣ ସଙ୍ଗେ,
ଯମୁନା ହେଲେ ବାହାରଗୋ ।
ପଥ ଅଗାଳିଣ ବାସ ଝିଙ୍କିବାର,
ପାଶୋରି ଦେଲେ ମାତ୍ରକ ଗୋ । ୧ ।
ଶିରେ ଜାମୁଡାଳି ଖୋଷି ବନମାଳୀ,
ଢଳି ବନୁ ଆସିବାର ଗୋ ।
ଭାଳି ଭାଳି ସେହି ରୂପକୁ ମୋହର,
ନେତ୍ରୁ ବୋହୁଛି ଲୋତକ ଗୋ । ୨ ।
ଯେଣେ ଚାହିଁଦେଲେ ନୟନେ ମୋହର,
ଦିଶୁଛି ସେହି ଶ୍ରୀମୁଖ ଗୋ ।
ପଡୁଅଛି ମନେ କଦମ୍ବ ମୂଳରେ,
ମଧୂର- ମୁରଲୀ ଡାକ ଗୋ । ୪ ।
ପଚାରିବୁ ଦୂତୀ, ମୁଁ ପରା ତାଙ୍କର,
ଏବେ ତ କଲେ ନିରେଖ ଗୋ ।
ବୋଲେ ବନମାଳୀ ଏ ରସରେ ଭାଳି
ଯୁଗଳ ପଦେ ସେବକ ଗୋ ।୪ ।
(ରାଗ – ଚିନ୍ତା କେଦାର । ତାଳ – ଝୁଲା)
ପ୍ରକାରାନ୍ତରେ ଦୂତୀ ପ୍ରେଷଣ
(ସଖୀ ପ୍ରତି ଶ୍ରୀରାଧା)
ଦୂତୀ କହ ଯା ମୋର ସନ୍ଦେଶ ।
ଶ୍ୟାମବନ୍ଧୁର ପାଶ । ଘୋଷ ।
ସାହି ପଡ଼ୋଶୁଣୀ ଗଞ୍ଜଣାରେ ମୁହିଁ
ହୋଇଲି ଅଘୋର ବାସ ।
କଳାକାହ୍ନୁ ସଙ୍ଗେ ପ୍ରୀତି କରିବାରେ
ଗଲା ଜାତି କୂଳ ନାଶ । ୧ ।
ପୋଡୁ ଏ ଜୀବନ ନବ ଯଉବନ
କୃଷ୍ଣ ଲାଗି ସବୁ ବିଷ ।
ଶୟନେ ସ୍ୱପନେ ବିସ୍ମରି ନ ଯାଏ,
ଏଥିକି ଉପାସ କିସ ?
ନବମ ଦଶାକୁ ଭଜିଲିଣି ସଖୀ !
ଆଉ କି ଜୀବନେ ଆଶ ?
କର ଧରି କରି କହୁଛି ସୁନ୍ଦରୀ,
ଶ୍ରୀକୃଷ୍ଣଙ୍କୁ ଘେନି ଆସ । ୩ ।
ରାଧା ବାଣୀ ଶୁଣି ଦୁତିକା ମିତଣୀ
ମିଳିଲେ ଶ୍ରୀକୃଷ୍ଣ ପାଶ ।
ନିକୁଞ୍ଜ ପ୍ରାଙ୍ଗଣେ ପ୍ରବେଶ ହୁଅନ୍ତେ
ଭଣେ ବନମାଳୀ ଦାସ । ୪ ।
(ରାଗ – ବଙ୍ଗଳାଶ୍ରୀ । ତାଳ – ଆଠତାଳି)
ଦୂତୀ ଭାବନା
(ଗମନ ପଥେ ଲଲିତା)
କି ହେଲା ଆସି । ଶ୍ୟାମବନ୍ଧୁ ସ୍ନେହରେ ରସି ।
ମୋ ସଜନୀ ଗଲା ଭାସି ନିଶିଦିବସେ ସେହି ସଙ୍ଗତି,
ସୁଖ ହେଲା ବିନାଶି ଘୋଷା ।
ଥାଉଁ ଦୂରେ ଆନ ପ୍ରସଙ୍ଗ ଯାହାରି ଅଙ୍ଗ –
ରିପୁ ରୂପେ ହୋଇଲେ ସଙ୍ଗ, ନଖରେ ପଡ଼ି ଅପାଙ୍ଗ
ବିଧୂ ଉଦେ ବୁଝିଭୃଙ୍ଗ, କେଶୀ କମ୍ପେ ଆତଙ୍ଗ ।
କଷ୍ଟେ ଲେଉଟାଇ ଶ୍ରୀକର, ନବ ତେର,
ବୁଝି ସହୀ ଚାହିଁବାର, ଫିଙ୍ଗଇ ପାଣି କି ବର
ବରନା ହୋଇ ଅସ୍ଥିର, ଆର୍ତ୍ତେ ଡାକେ ରଖ ଶଙ୍କର । ୨ ।
ହୁଅନ୍ତେ ବଳୟ ନିନାଦ, କମ୍ପଇ ହୃଦ
ଚିନ୍ତେ ଆସେ ମଧୂପବୃନ୍ଦ, ତେଜି ଦେଇ ମନୁମୁଦ,
ବଢାଇ ଦାରୁଣ ଖେଦ, ବସିବାଠାରେ ପ୍ରମାଦ । ୩ ।
ଉହୁଁ ବୋଲି ବିକଳେ, କୁହୁ ତା କଳେ
ମଣଇ ଡାକିଲେ କୋକିଳେ, ପୂରିଯାଏ ତନୁ ଝାଳେ
ଲୋଟଇ ଅବନୀ ତଳେ, ତା ଦଶା ନାହିଁ ଏ କୋକୁଳେ । ୪ ।
ଦୀନ ବନମାଳୀ କହେ, ଯାହାର ଦେହେ,
ଅନୁରାଗ ପିଶାଚ ରହେ, ଆନ ଆନନ ନ ଚାହେଁ
ତା ତନୁ ମଣ୍ଡନ ନ ବହେ, ନୀର ସନ୍ତତ ବହେ । ୫ ।
(ରାଗ – ମାରିଆ । ତାଳ – ପଡ଼ିତାଳ)
ଦୂତୀ ବାର୍ତ୍ତା
(ଶ୍ରୀକୃଷ୍ଣ ନିକଟରେ ଲଳିତା ଉକ୍ତି)
ଆହେ ନାଗରବର !
କି ଅପରାଧ କରିଛି ସଖୀ ମୋର ? । ଘୋଷା ।
ଯା ମୁଖେ ହାସ ନ ଦେଖି ଲଭ ତା
ଏବେ ତା ନୟନୁ ଆପ ବହୁଯେ ଅଛି ଅମାପ,
ଆହା ବୋଲୁନାହିଁ ଏ କି ମହାପାପ । ୧ ।
ଯାହା ପାଦଧୂଳି ବୋଳି ହୁଅ ଗାତ୍ରେ
ଏବେ ସେ ଚରଣ ଧରି କହୁଛି ବିନୟ କରି,
ଜୀବଥିଲେ କି ନ ଦେଖେ ପାପନେତ୍ରେ । ୨ ।
ଗୁରୁଜନ ପାଶେ ଥିଲେ ଆମ୍ଭ ସହୀ
ଆପଣା ଛାଇର ଶିର ନିବେଶି ଚରଣେ ତାର
ବିନତି ଯେ କରେସେ କି ମନେ ନାହିଁ । ୩ ।
ଆଉ କହିବାକୁ ମୋର ନାହିଁ କଥା,
ଯାହାକୁ ଦେଖିବା ଆଶେ ଜଗ ଯମୁନାର ପାଶେ
ଏବେ ତା ଦୁଆରେ ପୋତିଯାଅ ମଥା । ୪ ।
ବୋଲେ ବନମାଳୀ ଶୁଣ ସଖୀ ଭାଷା,
ଶ୍ରୀକୃଷ୍ଣ କହନ୍ତି ହସି ତୁ ତ ଥିଲୁପାଶେ ବସି
ସେ ଦିନ ଏଡ଼େ ରୋଷକୁ ମୁଁ କି ଦୋଷୀ । ୫ ।
(ରାଗ – କାମୋଦୀ । ତାଳ- ଏକତାଳି)
ପ୍ରକାରାନ୍ତରେ ଦୂତୀ ବାର୍ତ୍ତା
(ଶ୍ରୀକୃଷ୍ଣଙ୍କ ପ୍ରତି ଲଳିତା)
ସେତ ଦେଇଛି ଜୀବନ ବିକି । ଘୋଷା ।
ତାକୁଯମୁନା ହେଲାଣି ମନା ସେହି କରିଛି ତୁମ୍ଭ କାମନା
ଅନାଇଁ ବାର ମନେ ନାହିଁକି । ୧ ।
ତାର ନୟନରୁ ଏବେ ନୀର ବହୁଅଛି ଧାର ଧାର
ହାର ହୋଇଛି ସେହୁ ଛାତିକି । ୨ ।
ତାକୁ ଅଶନ ହେଲାଣି ବିଷ କାହିଁ ପାଇଁକି ଏଡ଼େ ନିରାଶ,
ସାର କରିଛି ତୁମ୍ଭ ପ୍ରୀତିକି ।
ବ୍ରଜେ ନାହାନ୍ତି କେତେ ଯୁବତୀ, ବଂଶୀ ସ୍ୱନେ ରାଧାନାମ ଇତି,
ଗାଇ ବାଇକଲି ତା ମତିକି । ୪ ।
ସଖୀ କରିଛି ଧରା – ଶୟନ, ସାହା ନାହିଁ ତୁମ୍ଭ ବିନୁ ଆନ,
(ଘେନ – ଚକ୍ରକେଦାର । ତାଳ – ଏକତାଳି)
ବିରହାନୁରାଗ
(ସଖୀ ପ୍ରତି ଶ୍ରୀକୃଷ୍ଣ ଉକ୍ତି)
କହିବୁ ପରାଣ ବନ୍ଧୁକୁ ବନ୍ଧୁକୁ । ଘୋଷା ।
ରାହୁ ପ୍ରାୟ ରତୀଶ ନିରତେ କରେ ଗ୍ରାସ
ନ ଛାଡ଼େ ମୋ ହୃଦୟ ବିଧୁକୁ ।
ଚିର ତୃଷିତ ପରି, ହୋଇଛି ସହଚରୀ ।
ବରଷୁ ତା ଅଦରୂ ମଧୂକୁ ମଧୁକୁ । ୨ ।
ସାଦଝରେ ନୟନେ ସେ ରମଣୀ ରତନ,
ଘଟନ ତା ସିନ୍ଦୂର ବିନ୍ଦୁକୁ ବିନ୍ଦୁକୁ । ୩ ।
ବନମାଳୀ ବଦତି ଶୁଣି ବୋଲେ ସେ ଦୂତୀ,
ନିବେଶି ତା ଭାବନା – ସିନ୍ଧୁକୁ ସିନ୍ଧୁକୁ । ୪ ।
(ରାଗିଣୀ – ଝିଂଝଟ । ତାଳ – ଝୁଲା ।)
ଦୂତୀ କଥନ
(ଶ୍ରୀକୃଷ୍ଣ ପ୍ରତି ଲଳିତା)
କାହ୍ନୁ ହେ ! ତୁମ୍ଭେ ବଡ଼ ଦାରୁଣ
ଜଣାଗଲା ତୁମ୍ଭ ବିବେକ ପଣ । ଘୋଷା ।
ଭାବଗ୍ରାହୀ ନାଥ ଭରସା ପାଇଁ
ଭଜି ଭାସିଗଲା ମୋ ପ୍ରାଣସହୀ । ୧ ।
ପୁରୁଷ, ଭ୍ରମର ଏକଇ ଜାତି
କାର୍ଯ୍ୟ ଲଭିବା ଯାଏଁ ଭୁଣ୍ଡୁଥାନ୍ତି । ୨ ।
ବଳି ପଡୁଅଛି ନବମ ଦଶା
ନ କର ନ କର ଭଗାରୀ ହସା । ୩ ।
ବନମାଳୀ କହେ ଦୂତୀ ବଚନେ
ବିଜେ କଲେ କୃଷ୍ଣ ରାଧା ସଦନେ । ୪ ।
(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)
ଦୂତୀ ବାର୍ତ୍ତା
(ଶୀରାଧାଙ୍କ ପ୍ରତି ସଖୀ ଉକ୍ତି)
ସଜ ହୋଇଥାରେ ଗଜରାଜ, ଗତି – ଆଜ ।
(ଏ) ରଜନୀ ଆସିବେ ସଜ – ନୀଳୋତ୍ପଳ- ଶ୍ୟାମବ୍ରଜ-ଯୁବରାଜ । ଘୋଷ ।
ସୁନାମ ପ୍ରତିମା ରେ ! ମୀନା ପରି କଳା
ଝୀନ ଶାଢୀ ଯତ୍ନେ – ପିନ୍ଧି
ବଳାହକ ମଣି - ନୀଳ କୁନ୍ତଳରେ
କଳାପ କମର ବାନ୍ଧି । ୧ ।
ପଣ୍ଡୁରୀକ କର- ଯୁଗେ ଇନ୍ଦିବର-
ଯୁଗଳ ଚଳାଇବାକୁ
ମୃଦୁଳ ଲାଞ୍ଛନ ତାପିଞ୍ଛେ କନକ-
ମଞ୍ଜରୀ ମିଳାଇବାକୁ । ୨ ।
କୁଞ୍ଜାଳୟେ ଝସ- ଧ୍ୱଜ କେଳି ରସ
ଭୁଞ୍ଜାଇ ଭୁଞ୍ଜିବୁ ପରା ?
କଞ୍ଜାୟତାକ୍ଷୀରେ ଖଞ୍ଜାଇ ଲଲାମ
ଉପରେ ପୁନ୍ନାଗ ଝରା । ୩ ।
ରସା ରମଣୀ ହେମସାର ସମୂହ
ମିଶିବାର ବୁଝିବାକୁ
ବରତୁଳ ପୟୋଧର ଧରେ ଗତିବର
ତୁଲେ ଯୁଝିବାକୁ । ୪ ।
ବୋଲେ ବନମାଳୀ ଆଗୋ ନବବାଳୀ
ବୃଷଭାନୁ ଜେମାମଣି !
ତୁମ୍ଭ ଚିନ୍ତାମଣି ନୀଳମଣି ଠାଣି
ଚୁମ୍ବ ଦେବେ ଗଣି ଗଣି । ୫ ।
ଅଭିଶାରିକା
(ସଖୀ ପ୍ରତି ଶ୍ରୀରାଧା)
ସଖୀ ଗୋ ! ମୋର କୁଞ୍ଜକୁ ଆଜ !
ଆସିବେ ପରା ସେ ନାଗର ରାଜ ? । ଘୋଷ ।
ଆଜ ତ ଏ ମୋର କେଳି – ମନ୍ଦିର
ଦିଶୁଅଛି ସଖୀ ! କେଡ଼େ ସୁନ୍ଦର । ୧ ।
ଭାଙ୍ଗି ରଖିଅଛି ବିଡ଼ିଆ ପାନ
ଭୁଞ୍ଜିବେ ବୋଲି ମୋ ଜୀବନ ଧନ । ୨ ।
ଗୋଳି ରଖିଛୁ ଏ ଚନ୍ଦନ, ଚୁଆ
ଲାଗି ହେବେ ମୋ ଭାବ ବିନୋଦିଆ । ୩ ।
ଗୁନ୍ଥି ରଖିଛି ଏ କୁସୁମ –ମଲ୍ଲୀ
ମୋ ମନ ମୋହନ ପିନ୍ଧିବେ ବୋଲି । ୪ ।
ଆଜ ତ ଗୋଧନ- ବାହୁଡ଼ା ବେଳେ
ମୋତେ ଅନାଇଁ ବିଜେ କରୁଥିଲେ । ୫ ।
ଆଜ ତ ମୋହର କେଳି- ମାନସ
ଦେଖି କାନ୍ତ ହେବେ କେଡ଼େ ହରଷ । ୬ ।
ତୋତେ କି ଦିଶୁଅଛି ସଖୀ ! କହ
ବୋଲେ ବନମାଳୀ ନାହିଁ ସନ୍ଦେହ । ୭ ।
(ରାଗ – କୁମ୍ଭ କେଦାର । ତାଳ- ଆଶତାଳି ଝୁଲା)
ଦୂତୀ ବାର୍ତ୍ତା
(ସଖୀ ପ୍ରତି ଶ୍ରୀରାଧା)
ଆଜି ମୋ ଆଶା ବୃଥା ହୋଇଲା ଗୋ । ଘୋଷା ।
ହେଲାଣି ଅର୍ଦ୍ଧ – ନିଶି ନଇଲେ ଗୋପ – ଶଶୀ
ଏତେ କଷଣ ଦେହ ସହିଲା ଗୋ । ୧ ।
କେତେ ଯତନ କରି କେଳି – କୁଞ୍ଜ ସାଜିଲି,
ପରାଣ ବନ୍ଧୁ ସଙ୍ଗ ନୋହିଲା ଗୋ । ୨ ।
ମୋ ହୃଦୟ ବେଦନା ସଖୀଏ ! ଜାଣ ସିନା,
ମଦନ – ତାପେ ଏବେ ଦହିଲା ଗୋ । ୩ ।
ତାଙ୍କୁ ଆଉ କେ କେତେ ପରତେ ଯିବ ସତେ,
ମନକଥା ମନରେ ରହିଲା ଗୋ । ୪ ।
ରାଧାନୁହେଁ କାତର ଆସିବେ ସେ ନାଗର,
ପ୍ରବୋଧ ବନମାଳୀ କହିଲା ଗୋ । ୫ ।
(ରାଗ - ସାରଙ୍ଗ । ତାଳ- ଏକତାଳି)
ଉତ୍କଣ୍ଠିତା
(ସଖୀ ପ୍ରତି ଶ୍ରୀରାଧା)
ସରିବ କି ଏ ନିଶି ଗୋ ନାମର
ମୋହନ ବିନା । ଘୋଷା ।
କଣ୍ଟ ଦେଇ ବେଣୁଧାରୀ ନଇଲେ ମୋ କୁଞ୍ଜ- ପୁରୀ
କେ ସହିବ ମୋର- ବେଦନା । ୧ ।
ସଖି ମୁଁ ଯୋଡୁଛି କର ଏଥକୁ ଉପାୟ କର
ଦୂରହେବ ସନ୍ତା କିନା । ୨ ।
ସକଳ କଲା ଅନ୍ଧାର ପ୍ରଖର ମଦନଶର
ଘନଶ୍ୟାମ ଅନାଉଁ କିନା । ୩ ।
ଅସନ ମଣିଲ ବିଷ ଗୁରୁ ହେଲା ଝୀନବାସ
କୃଷ୍ଣ କୃଷ୍ଣବୋଲି ଜପେ ନା । ୪ ।
ଶ୍ରୀମତୀ ବିଳାପ ଜାଣି ମିଳିଲେ ସେ ବେଣୁପାଣି
ବନମାଳୀ କରେ ଭାବନା । ୫ ।
(ରାଗ – କାଶ୍ମିର । ତାଳ- ଏକତାଳି)
ଉତ୍କଣ୍ଠିତା
(ସଖୀ ପ୍ରତି ଶ୍ରୀରାଧାଙ୍କ ଉକ୍ତି)
ଶ୍ୟାମ ବିନେ ସଜନୀ ! ଆନେ ବଞ୍ଚିବି କି । ଘୋଷା ।
ମୁଁ ତ କରିନାହିଁ ଦୋଷ କାହିଁକି ମୋରେ ନିରାଶ,
କରିଥିଲି କେଡ଼େ ଆଶ ଦହିଲେ କି । ୧ ।
ସେ କେକୀ ପୁଚ୍ଛଚୂଳିଆ ନବୀନ – ଘନକାଳିଆ
କଳାପ ଗଞ୍ଜମାଳିଆ ନଇଲେ କି । ୨ ।
ଶେ ଯାଇ ମୁଁ ଦିବ୍ୟ ଶେଯ ହୋଇଥିଲି କେତେ ସଜ,
କୁଞ୍ଜରାଜ କାହା ସଙ୍ଗେ ରହିଲେ କି । ୩ ।
ଏ ଜୀବନ ଯିବ-, ଜୀବ - ଧନଙ୍କୁ କେ ଭେଟାଇବ
ଶ୍ରୀ ବୀରକିଶୋର ଦେବ କହିଲେ କି । ୪ ।
(ରାଗ –ମଙ୍ଗଳ । ତାଳ – ଝୁଲା)
ବାସକ ସଜ୍ଜା
(ଦୂତୀ ପ୍ରତି ଶ୍ରୀମତୀ)
ଆଗୋ ଦୂତୀ ! ଆଜରାତି ଶ୍ୟାମପ୍ରୀତି
ନୋହିଲା ଗୋ । ଘୋଷା ।
ଶେଯକରି ମୁଁ ସୁପାତି ଜାଲିଲି କର୍ପୂର-ବତୀ,
ରାତିଯାକ ଉଜାଗରେ ଦେଖ ଆସି ପାହିଲା ଗୋ । ୧ ।
କାଳିଆ ପୁରୁଷ ପ୍ରୀତି ଅବଳାନାରୀ ଯୁବତୀ
କରତି ହେଉଛି ଛତି ଧରତୀରେ ସହିଲା ଗୋ । ୨ ।
କରିଥିଲି ପ୍ରତିଆଶା ହରଫେଡ଼ିବେ ଦୁର୍ଦ୍ଦଶା
ମୋଠାରେ ଏଡ଼ିକି ଦାଶ କେଉଁନାରୀବିହିଲା ଗୋ । ୩ ।
ଗୀତେ କହେ ବନମାଳୀ ଏ ରସରେ ଭାଳି ଭାଳି
ବାନ୍ଧିଥିଲି ଫୁଲ- ଗଭା ବାସି ହୋଇ ରହିଲା ଗୋ । ୪ ।
(ରାଗ – ଦକ୍ଷିଣୀକାମୋଦୀ । ତାଳ – ଆଠତାଳି)
ବାସକ ସଜ୍ଜା
(ସଖୀ ପ୍ରତି ଶ୍ରୀରାଧା)
କାହିଁକି ନଇଲେ ମୋର କୁଞ୍ଜକୁ ଶ୍ୟାମନାଗର ।
କି ମନ୍ତ୍ର କଲା ସେ କେଉଁ ଚତୁରୀ ରସିକାବର । ଘୋଷା ।
ଜାଳି ରତନ- ଦୀପାବଳୀ ଅତି ସୁଯତନ କରି
ମଣ୍ଡିଥିଲି କେଳି- ଦାସ ହେଲା ସବୁ ଛାରଖାର । ୧ ।
ଜାଣି ମୁଁ ଅତି ହରଷେ ଟାଣି ଚନ୍ଦ୍ରାତପ ତୋଷେ
ବାଣୀକି ବିଶ୍ୱାସ କରି ହେଲି ସଖୀ ! ଏତେ ଦୂର । ୨ ।
ଚୁଆ, ଚନ୍ଦନକୁ ଗୋଳି, ଗୁନ୍ଥିଲି ନିଆଳିମାଳି,
ଭାଙ୍ଗିଥିଲି ନାଗମଲ୍ଳୀ ବାସି କଲେ ବଂଶୀଧର । ୩ ।
ଶ୍ରୀହସ୍ତେ ମୁରଲୀ ଛୁଇଁ କହିଥିଲେ ଆନ ଦେଇ
କାହିଁଗଲା ସତେ ଆହା ସେ ଆଶା ଭରସା ମୋର । ୪ ।
ବନମାଳୀ ଦାସ ଭଣି କି ହେବ କଲେ ଭାଳେଣି
ଭୁଲାଇ ମଲ୍ଳ – ଘରଣୀ ବନ୍ଦିକଲା ଏ ନିଶାର । ୫ ।
(ରାଗ – ଭୂର୍ପାକ । ତାଳ – ଏକତାଳି)
ବାସକ ସଜ୍ଜା
(ସଖୀ ପ୍ରତି ଶ୍ରୀଣାଧା)
ଦୂତୀ ଗୋ ହେଲା ପାହାନ୍ତି, (ସଖୀ ଗୋ ହେଲା ପାହାନ୍ତି)
ଏତେବେଳଯାଏ ମୋ ଶ୍ୟାମ ଦେଖା ନାହାନ୍ତି । ଘୋଷା ।
ବାସକ ସଜ୍ଜା ମୋହର, ଚୂଆ ଚନ୍ଦନ ଅଗୁର
ବାସି ହୋଇଯିବ ମୋର କୁସୁମ ପନ୍ତି । ୧ ।
ଏହା ଯେବେ ଜାଣି ଥାନ୍ତି ଏଥକୁ ଆସି ନଥାନ୍ତି
ଉଜାଗରେ କି ପୁହାନ୍ତି ଏ କାଳରାତି । ୨ ।
ଆସନ୍ତେ ଯେବେ ଏକ୍ଷଣି ଧରନ୍ତି ମୁଁ ପାଦ ପାଣି
ପ୍ରୀତିରସେ ରସାଇଣ ଚୁମ୍ବ ଦିଅନ୍ତି । ୩ ।
ଗୀତେ କହେ ବନମାଳୀ ଶୁଣ ଗୋ ପରାଣ ଆଳି !
ଭେଟ କରାଇବି ଶ୍ୟାମ ନିକୁଞ୍ଜ ହାତୀ । ୪ ।
(ରାଗ - ଢିପା । ତାଳ – ଝୁଲା ।)
ବାସକ ସଜ୍ଜା
(ସଖୀ ପ୍ରତି ଶ୍ରୀରାଧା)
ଏବେ ସଜନୀ କି ହେଲା ?
ଶ୍ୟାମ ପ୍ରୀତିରେ ସୁଖ ନୋହିଲା । ଘୋଷା ।
ହେଲା ବଡ଼ ପରାପଦ କେ ସହିବ ଅପବାଦ
ଦାଣ୍ଡ ଲୋକ ଶୁଣି ବାଦ କରି କଥା ମୋତେ କହିଲା । ୧ ।
ଚିନ୍ତାକରି ଦିବା ନିଶି ଦିନ ସରୁନାହିଁ ବସି
ଚାହିଁ ନୟନରୁ ନୀର ଖସି ଉରକୁ ଯାହା ଦହିଲା । ୨ ।
ନଇଲେ ସେ ପୀତପଟ କାହୁଁ ଶିଖିଲେ କପଟ,
ଚାହିଁ ଚାହିଁ ଯେତେ ବାଟ ଆସି ସଙ୍କେତ ରାତି ପାହିଲା । ୩ ।
ସେ ମୋହନ ଲୋଭେ ପାଣି ଯାଉଥାଏ ସିନା ଆଣି,
ବନମାଳୀ ଦାସ ଭଣି, ଆଉ ଯମୁନା ଯିବା ନୋହିଲା । ୪ ।
(ରାଗ – କର୍ଣ୍ଣାଟ । ତାଳ – ଆଠତାଳି)
ବାସକ ସଜ୍ଜା
କାଳିଆ ନାଗ ତୁଲେ କି ପ୍ରୀତି
ନ ଜାଣୁ କି ତାର ଦଂଶିବା ରୀତି ଗୋ । ଘୋଷା ।
କ୍ଷୀର ଦେଇ ପୋଷିବାର ଯେ ବୃତ୍ତି ।
ଉଦଗାରେ ଗରଳ ଶୁଣୁଛି ଶ୍ରୁତି ଗୋ । ୧ ।
ସେ ଅଣବିଶ୍ୱାସୀ ଦୁର୍ଦ୍ଦଣ୍ଡ ଅତି ।
ତା, ନା ପଡୁଁଜଳ ଉଠଇ ଛାତି ଗୋ । ୨ ।
ଦୂରୁଁ ଜୂହାରୁଛି ତାକୁ ଲେ ଦୂତୀ,
ନୋହୁ ପଛେ ଆଉ ଶଠ ସଙ୍ଗତି ଗୋଟି । ୩ ।
ଜାଗରେ ପୁହାଇ ଦେଲା ଯା ରାତି ।
ବୃଥା ହେଲା ପୁଷ୍ପ- ତଳ୍ପ ସୁପାତି ଗୋ । ୪ ।
ବନମାଳୀ ବୋଲେ ଚିତ୍ତରେ ଚିନ୍ତି
କେ ସହିବ ? ଏହା ନିକିତି ନିତ ଗୋ । ୫ ।
(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)
ଖଣ୍ଡିତା
(ଶ୍ରୀକୃଷ୍ଣ ପତି ଶ୍ରୀରାଧା)
କାଲି କାହିଁକି ନଇଲ ଶ୍ୟାମନାଗର ?
ଯାହା ହେଉଅଛି ଦେହ ମନରେ ମୋର । ଘୋଷା ।
ଆଉ କେ ଯିବ ବିଶ୍ୱାସ ଲମ୍ପଟିଆ ପୀତବାସ
ତଣ୍ଟିକଟା ଆଚରଣ ଏକା ତୁମ୍ଭର । ୧ ।
କୁଞ୍ଜକୁ ସଙ୍କେତ ଦେଇ ଭଣ୍ଡିଲ ମୋତେ କିମ୍ପାଇଁ ?
ଦଗାଦାର ନଟବର ମୂରଲୀଦର । ୨ ।
ଏହିପରି ତୁମ୍ଭ ରୀତି ଜାଣି ନ ଥିଲି ଶ୍ରୀପତି !
ଗଛରେ ଚଢ଼ାଇ ମୂଳ କାଟି ଦେବାର । ୩ ।
ବନମାଳୀ ଦାସ ଭଣେ, ତୁମ୍ଭସରି ନାହିଁ ଜଣେ,
ହଟିଆ ନଟକୁଟିଆ ହେ ଚିତ୍ତଚୋର । ୪ ।
(ରାଗ – ମୋହନା, ତାଳ, - ଝୁଲା)
ଖଣ୍ଡିତା
(ଶ୍ରୀରାଧା- ଶ୍ରୀକୃଷ୍ଣ ଉକ୍ତି ପ୍ରତ୍ୟକ୍ତି)
ମଧୂର ବଚନେ କହନ୍ତି ମୋହନ
ଚିତ୍ତ କରିବାକୁ ବୋଧ ।
କାଲି ଅନାୟତେ ରହିଲି ସଜନୀ,
କଲି ବଡ଼ ଅପରାଧ ।
ଭାଷେ କିଶୋରୀ ଯେ, ଶ୍ରୀମୁଖ ଯାଇଛି ଶୁଖି ।
ଅନିଦ୍ରା ହେଇଲା ପ୍ରାୟେ ଦିଶୁଅଛି
ନୀଳ – ଇନ୍ଦୀବର ଆଖି । ୧ ।
ବୋଲେ ବନମାଳୀ ଧବଳୀ ବତ୍ସା ମୁଁ
ଲୋଡ଼ି ଲୋଡ଼ି ଶ୍ରମ ପାଇ ।
ପ୍ରସର – ଯାମିନୀ ହେବାରୁ କାମିନୀ
ଶୟନ ଭୋଜନ ନାହିଁ ।
ଭାଷେ କିଶୋରୀ ଯେ, ଅଧରେ ଏ କିସ କ୍ଷତ ?
ଗୁପତନ କରି ଆହେ ନନ୍ଦସୁତ !
ବ୍ୟକତ କରି କହତ । ୨ ।
ବୋଲନ୍ତି ରସିକ ଶୁକମୁଖେ ମୁଖ
ଦେଇ ପଢ଼ାନ୍ତେ ସଙ୍ଗୀତ
ସେଥି ଥିଲା ଚଳି ବିମ୍ବଫଳ ବୋଲି
କଳା ତହିଁ ଚଞ୍ଚୁଘାତ ।
ଭାଷେ କିଶୋରୀ ଯେ, ଅଧରେ ଏ କିସ କଳା
ଜାମୁଫଳ ଏକ ଚାଖିଲି ରେ ବାଳା ।
ତହୁଁ ବୋଳ ଲାଗିଗଲା । ୩ ।
ରସବତୀ ଭାଷି ମଳିନ ତ ଦିଶି
ତବ ଅଙ୍ଗେ ଅଙ୍ଗ ବାସ ।
ସଖା କରି ମେଳି ଦେଲେ ଗେରୁ ବୋଳି
ଦେବ ସଖୀ ! ଅଙ୍ଗଦେଶ ।
ଭାଷେ କିଶୋରୀ ଯେ ତନୁରେ ଏ କିସ ଗାର !
କଣ୍ଟକ ବନେ ମୁଁ ଲୁଚିବି ତରସ୍ତେ
ତେଣୁ ତନୁ ନାରଖାର । ୪ ।
ବୋଲନ୍ତି ରାଧିକା ବଞ୍ଚକ ଜୀବିକା
କରି ତୋଷିବ କି ମନ ?
ରତି – ଶାନ୍ତ ରଦ କ୍ଷତ,
ଚୁମ୍ବଦାନ ଦିଶୁଛି କରଜ ଚିହ୍ନ ।
ଏତେ ଲକ୍ଷଣ ଯେ, ବହିଛ କପଟୀ ଗୁରୁ !
ବୋଲେ ବନମାଳୀ ଭାଷନ୍ତି ଶ୍ରୀମତି
ଜୁହାର କରୁଛି ଦୂରୁ । ୫ ।
(ରାଗ – ଆଶାବରୀ । ତାଳ – ଆଡ଼ତାଳି)
ଖଣ୍ଡିତା
(ଶ୍ରୀକୃଷ୍ଣଙ୍କ ପ୍ରତି ଶ୍ରୀରାଧା)
ଶଠ ନାଗରେ ହେ, ! ତୁମ୍ଭ ପ୍ରୀତି ଜଣାଗଲା,
ଥାଉ ପଛେ ଦେବା ନେବା ପଣ,
ଦେଖିବା ସ୍ୱପ ହେଲା । ଘୋଷା ।
ତୁମ୍ଭ ଧୃତି ପଣ ଯେତକ ବଚନ
ନ କହି ପଦ୍ମ.. ଲୋଚନ !
ଯେତେ କାମ ଖେଦ ହୋଇଲା ବିଷାଦ,
ତା ପାଶେ କର ଗମନ । ୧ ।
ନିଦ୍ରା ଦୂର କରିବ ଯେବଣ ଚତୁରୀ
ତୁଲେ ବଞ୍ଚିଲ ରଜନୀ ।
ତାହାର ପୀରତି ଯେତେ ତୁମ୍ଭ ପ୍ରତି
କହୁଛି ନୟନ ବେନି । ୨ ।
କେଳି ରସ ବେଳେ ତାକୁ ସ୍ନେହ ଭୋଳେ
ଲୋଚନେ ଦେଲ ଚୁମ୍ବନ ।
ଏ ତୁମ୍ଭ ସୁରଙ୍ଗ ଅଧର ବିରଙ୍ଗ
ଉଜ୍ଜ୍ୱଳେ ଅତି ମଳିନ । ୩ ।
ତାର କରରୁହ ଯେତେ ତୁମ୍ଭ ଦେହ,
ଯେମନ୍ତ ଦିଶଇ ଶୁଣ ।
ଜମ୍ବୁନଦ ରେଖା, ଲେଖିଥିଲେ ଶିଖା
ଜାଣି ମରି ତ ପାଷାଣ । ୪ ।
ଠାବେ ଠାବେ ପୁଣି ଚୁଡି ଚିହ୍ନ ଘେନି
ଆସିଛ ସରମ ନାହିଁ ।
ବୋଲେ ବନମାଳୀ ସତ କିଏ ମିଛ,
ଦରପଣେ ଦେଖ ଯାଇଁ । ୫ ।
(ରାଗ – ତୋଡ଼ି । ତାଳ – ଝୁଲା)
ଖଣ୍ଡିତା
(ସଖୀ ପ୍ରତି ଶ୍ରୀରାଧା)
ସେ ନଟ ନାରେ କହ୍ନା ।
ସଖୀ ! ତା, କଥା ତୁ ମୋତେ କହନା । ଘୋଷା ।
ଯାହା କରି ଦେଲା କାଲି, ମୁଁ ବୋଲି ସିନା ସହିଲି
ଆଉକେ ସହନ୍ତା ଭଲା ସେ ଯାତନା । ୧।
ସୁଆଗିନୀ ଚନ୍ଦ୍ରାବଳୀ, ତା ପାଶକୁ ଯାଉ ଚଳି
କୁଞ୍ଜ- ଦ୍ୱାର ତାକୁ କରିଦିଅ ମନା । ୨ ।
ଶତ ଧୃତ ଦଗାଦାର, ଭାଷା ଆଠକଣ ଜାଣ,
ତୁଣ୍ଡେ ନ ବସାଇବି ମୁଁ ତାହାର ନାଁ । ୪ ।
କାଳିଆ ଜାତି ଯେତେକ, ଗୋଳିଆ ମତି ତାହାଙ୍କ
ହୃଦାନ୍ତରେ କରକିନା ବିବେଚନା । ୪ ।
ଚେତିଲି ମିତ ! ହିତ ହେଲା ବିପରୀତ,
ମୋ କରମେ ଥିଲା ଏତେ କଦର୍ଥନା । ୫ ।
ବୋଧି କହେ ବନମାଳୀ, ରାଧେ ! ସହିଯାଏ ପାଳି
ପ୍ରିୟ କଲାର ଦୋଷକୁ ତୁ ଧରନା । ୬ ।
(ରାଗ – ନାଟ କୁରଙ୍ଗ । ତାଳ – ପହପଟ)
ଖଣ୍ଡିତା
ଯାଅ ହେ ଲମ୍ପଟ ନଟବର ଶଠ ଧିଟ ।
ଏ ବେଲି ଦେଖାଅ ଚନ୍ଦ୍ର – ନିଳୟ ନିକଟ ।
ଖଣ୍ଟ ବିଟ ମଧୁଲିଟ ।
ରଙ୍ଗ କୁଞ୍ଜେ ଅନୁସର ଶିଖଣ୍ଡ – ମୁକୁଟ । ୧ ।
ସିନ୍ଦୂର ବିନ୍ଦୁ ଯାହାର ଲେଖାଇ ଆଣିଛ
ଚାତୁରୀ ଯେତେକ ତହିଁ ବଖାଣ ଯା ସ୍ୱଚ୍ଛ ॥
ସ୍ନେହକଲି ଶ୍ୟାମ ତୁଲେ ଏ ଖଣ୍ଡକ ଜାଣିଥିଲେ
ବଳାଇଥାନ୍ତି କି ମତି ଗୋ, ପ୍ରାଣ ସଙ୍ଗିନୀ ।୪।
ଥରେ ଭୁଲିଗଲି ସିନା ଏଣିକି ହେଲା ଚେତନା,
ବନମାଳୀ ରଚୟତି ଗୋ, ପ୍ରାଣ ସଙ୍ଗିନୀ ।୫।
(ରାଗ – ମରୁଆ । ତାଳ – ଏକତାଳି)
ମାନଭଙ୍ଗେ ସଖୀ ସାନ୍ତ୍ୱନା
(ଶ୍ରୀରାଧାଙ୍କ ପ୍ରତି ସଖୀ ଉକ୍ତି)
କାହିଁକି ନବୀନା, ହୋଇଛ ବିମନା
ସତକରି କହ ମୋ ଆଗରେ
ନିମିଷେ ଅନ୍ତର ହେଲେ ବଂଶୀଧର,
କୋଟି – ଯୁଗ ସରି ମଣୁଟିରେ । ଘୋଷା ।
ଯା ନାମକୁ ମାଳି କରିରେ ଛଇଳି !
ଲମ୍ବାଇଲୁ ଆଳମାନଙ୍କୁ ନଭାଳି,
ସେହି ବନମାଳୀ ତୋର ପାଦଧୂଳି
ଶଯ୍ୟାକରି ନିଦ୍ରା ଯାଉଛି ରେ ।୧।
ଯାର ଲାଗି ବ୍ରତ ପାଳିଲୁ ଗୋ ମିତ !
ଜାଣି ତୋ ନିୟତ, ଦୋଷ ଉମାକାନ୍ତ,
ଲଭି ତାଙ୍କୁ ତୁ ତ କୁ ପର ବତ,
ଏହା କି ତୋହର ଉଚିତ ରେ ।୨।
ଯମୁନାକୁ ନୀର ଆଣିବାର ତର
ତର ରାମାବର ! ହେଉ ଯା ଅସ୍ଥିର,
ଭେଟିଲେ ନାଗର ହୋଇଯାଉ ଦୂର
ମଥା ପୋତି ରହୁ ଗୁମାନ ରେ ।୩।
ଅପମାଦ ହାଟ ହୋଇଲା ପ୍ରକଟ
ନ ମାନିଆକଟ କଲୁ ତାଙ୍କୁ ଇଷ୍ଟ,
ଆଗୋ ନାରୀଶ୍ରେଷ୍ଠ ! ପାଇଲୁ ତୁ କଷ୍ଟ,
ପଥେ ବସିଅଛି ତୋ ଆଶାରେ ।୪।
ଇନ୍ଦ୍ର ନୀଳମଣି ପାଇ ଗୁଣମଣି,
ହରାଇଲେ ଜାଣି, କିଏ ଦେବ ଆଣି ?
ବନମାଳୀ ବାଣୀ ମାନ ଯୋଷାମଣି,
ଭେଟ ଯାଇଁ ତୋର ଚିତ୍ତଚୋରେ ।୫।
(ରାଗ – ଖମ୍ବାଜ । ତାଳ- ଏକତାଳି)
ସଖୀ ସାନ୍ତ୍ୱନା
(ଶ୍ରୀରାଧାଙ୍କ ପ୍ରତି ଲଳିତା)
ଶ୍ୟାମେ ତୁ ନୁହଁ ବିମନା ରେ, ସୁମନା । ଘୋଷା ।
ମୁଞ୍ଚ ଏ ରୂଷାଣି ଆରେ ବୀଣାପାଣୀ,
ଛାମୁକୁ ନକର ମନା ରେ ।୧।
ହତ ଓଠ ଧରି, କଟାକ୍ଷେ ଅନା ରେ ।୨।
ସୁଚିତ୍ତେ ବିଚାର ସେ ତୋର ତୁ ତାର
ଜୀବନ ସଙ୍ଖାଳି ସିନା ରେ ।୩।
କଲେ ହତାଦର, ହେବେଟି କାହାର ?
ସେ ଘନ କାଳିଆ ସୁନାରେ ।୪।
ବନମାଳୀ କହେ- କାହା ଦେହ ସହେ
ଦେଖି ମୋହନ ଯାତନା ରେ ।୫।
(ରାଗ – ପୁରବୀ, ତାଳ- ପହପଟ୍ଟ)
ମନଭଙ୍ଗେ ପ୍ରବୋଧ ଉକ୍ତି
(ଶ୍ରୀରାଧାଙ୍କ ପ୍ରତି ସଖୀ)
ମାନକରି ମୋହନଙ୍କୁ, ରହିବୁ କି । ଘୋଷା ।
ବେନୁ ବାଳ ବୃନ୍ଦାବନକୁ ଧେନୁ ଘେନି କଳାକାହ୍ନୁ
ଆସନ୍ତେ ପାଶୋରି ମନୁ ରହିବୁ କି ।୧।
ସୁଖାମଣ୍ଡଳୀ ମଧ୍ୟରେ ନାଚିବାର ଧୀରେ ଧୀରେ
ଦେଖ ଝୁଲ ନୋହିଁ ତୁହି ରିହବୁ କି ।୨।
ଯମୁନା ପାଣିକି ତରେ ନ ଯିବୁ ସେ ପଥରେ,
ଚାହିଁ, ନୀପମୁଳେ ସହୀ ରହିବୁ କି ।୩।
ବନମାଳୀ ନିବେଦନ ଘନଶ୍ୟାମେ ନୁହଁ ବାମ,
ମନରୁ ନ ତେଜି ମାନ ରହିବୁ କି ।୪।
(ରାଗ – କୋଳହଳ । ତାଳ – ଆଠତାଳି)
ମାନଭଙ୍ଗେ ସଖୀ ଉକ୍ତି
(ଶ୍ରୀରାଧାଙ୍କ ପ୍ରତି ଲଳିତା)
ସ୍ନେହକୁ ଏ କେମନ୍ତ ଦିଶିଲା ରେ ?
ସେ ତୋତେ ଅନୁସରି ଭାଷିଲା ରେ । ଘୋଷା ।
ସୁଶୀଳା ରେ ବିଚାର କାହା ଦୁଃଖ କାହାର ?
ଯାହାର ମନ ରସିଲା ରେ ।୧।
ସେବକ ଜନେ ମାନ- କରିବାର ବିଧାନ
ଏତୋ ଅବଧାନକୁ ଆସିଲାରେ ।୨।
ସରସୀରୁହ- ମୁହୀଁ ସରମ ଚିତ୍ତେ କେହି !
ସ୍ତନ କଠିନ ଏବେ ମିଳିଲା ରେ ।୩।
ବନମାଳୀ ବଦତି ଶ୍ୟାମଳ ତନୁ ଚିନ୍ତି,
ଘାରି ହେବାର ବେଳ ଆସିଲା ରେ ।୪।
(ରାଗ – ଖଣ୍ଡକାମୋଦୀ, ତାଳ-ଏକତାଳି)
ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି
(ଶ୍ରୀରାଧାଙ୍କ ପ୍ରତି ବିଶାଖା)
ଭାଳି ଭାଳି ଦିନ ସରିବ ନାହିଁ ଗୋ ।
କିଶୋରୀ ! ଶ୍ୟାମେ ହେଲୁ ଅସ୍ନେହୀ ଗୋ । ଘୋଷା ।
ଜାଣୁ ମଣି ହୋଇ ନ ପାରୁ ଜାଣି ।
ଆଣୁନାହିଁ ଚିତ୍ତେ ସଖୀଙ୍କ ବାଣୀ ଗୋ ।୧।
ହାତ ଓଠ ଦରି କହିଲି ଯେତେ ।
ତା ତ’ ନ ବୁଝିଲୁ କା’ ଦୋଷ କେତେ ଗୋ ।୨।
ଗଣ୍ଡେ ମଣ୍ଡ ବାମ କର- ପଲ୍ଲବ ।
ଦଣ୍ଡେ ନ ହେଜିଲୁ ନିଜ ସୁଲଭ ଗୋ ।୩।
ବନମାଳୀ ବୋଲେ ଏତେ ମାତର ।
ମନମୋହନଙ୍କୁ ନ କର ପର ଗୋ ।୪।
(ରାଗ – ତୋଡ଼ି । ତାଳ – ଆଠତାଳି)
ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି
(ଶ୍ରୀରାଧାଙ୍କ ପ୍ରତି ଲଳିତା)
ସରିଯିବ ସୁଖ ଏଣିକି ଗୋ ରାଧେ !
ଦରିଦ୍ର ନିଧି ଘେନ ବାଣୀକି ଗୋ ।
ନାରୀ କୁଳେ କେହି ବର୍ତ୍ତିବୁ ନ ଚାହିଁ,
ସେ ଶ୍ୟାମ ସୁନ୍ଦର ଠାଣିକି ଗୋ । ଘୋଷା ।
କରୀ-ଗମନା-ହର- ସୁତ ଶର, ମାରିଲା ବେଳକୁ କି ଗତି ତୋର ?
ଘାରିହେବାର ତ ହୋଇବ ନିରତ, ଝୁରି ଝୁରି ବଂଶୀପାଣିକି ଗୋ ।୧।
ବାସ ପ୍ରସାରି ଦୋଷ ମାଗିବାର- ବେଳେ କରିବା ନିରାଶ ବିଚାର
ହେଲା କି ମାତର ମଣିଲୁ ଇତର ପରାୟେ ତୋ ଚିନ୍ତାମଣିକି ଗୋ ।୨।
ପାଣି ଧରି ଜଣାଉଛି ତୋ ହିତ, ଜାଣି ଜାଣି ମଣି ମଣୁ ଅହିତ,
ଛାଣି ସୁଧା ଆଣି ଶ୍ରୀକରେ ଧରି ଯା, ପାଣିକି ଫିଙ୍ଗିଲୁ ପୁଣି କି ଗୋ ।୩।
ପଡ଼ିଲେ ତା ଗୁଣ ମନରେ ଥରେ, ଘାରିହୁଏ ହୃଦ ମନପଥରେ,
ବୋଲେ ବନମାଳୀ, ଏ ରସରେ, ଭାଳିପାଇବୁକି ଗୁଣମଣିକି ଗୋ ।୪।
(ରାସ- ଭୂପାଳ । ତାଳ –ଆଠତାଳ ଝୁଲା)
ମାନଭଙ୍ଗେ ସଖୀ ପ୍ରବୋଧ ଉକ୍ତି
(ଶ୍ରୀରାଧାଙ୍କ ପ୍ରତି ସଖୀ)
ବୀଣାପାଣି ଆଉ ଏଣିକି ଗୋ !
ନ ପାଇବୁ ଗୁଣମଣିକି, ଆଗୋ ରାଧେ !
ନ ଦେଖିବୁ ଗୁଣମଣିକି ଗୋ । ଘୋଷା ।
ମଧକର ଯେହ୍ନେ କମଳ- ସ୍ନେହେ,
ଚୁମ୍ବିବା ଲାଳସେ ବନ୍ଧନ ହୁଏ ।
ମଧୂ ଶେଷେ ସେ ଯୋ ସେ ଫୁଲକୁ ତେଜେ
ମନେ ନ ପାକାଏ ପୁଣିକି ଗୋ ।୧।
ସରୋବରେ ନୀର ସିଞ୍ଚିନ କାକେ,
କେତେ ଜୀବ ଯାନ୍ତି ତୃଷା ଆକୁଳେ,
ଶୁଷ୍କ ହେଲେ ଜଳ ତେଜନ୍ତି ସେ କୂଳ,
ଏକଥା ତୁ ନାହୁ ଜାଣିକି ଗୋ ? ।୨।
ଗୁରୁ ଗୁରୁଜନ ଲଜ୍ଜାକୁ ଏଡ଼ି,
ରହିଅଛୁ ଯାହା ପ୍ରେମରେ ଜଡ଼ି,
ଶେଷକୁ ସେ ତୋର ହୋଇଯିବ ପର,
ପଥରେ ମଣ୍ଡିବୁ ପାଣିକି ଗୋ ।୩।
ପ୍ରୀତି ସୂତ୍ରେ ଗୁନ୍ଥି ଯେଉଁ କାଞ୍ଚନ,
ଗଳେ ଲମ୍ବାଇଲୁ ନାରୀ ରତନ,
ଶେଷକୁ ବିଷମ ହେବ ଅହିସମ
ହୃଦରେ ଦଂଶିବ ଫରୀ କି ଗୋ ।୪।
ମଜ୍ଜ ଅଛୁ ଯାହା ପ୍ରୀତି ଲମ୍ପଟେ ।
ବନମାଳୀ ବୋଲେ ଆସେ କପଟେ,
ଶେଷକୁ ସେ ଧନ, ନ ଦେବ ଦର୍ଶନ
ପଛେ ହେଜିକୁ ମୋ ବାଣୀକି ଗୋ ।୫।
(ରାଗ – ଭୈରବୀ । ତାଳ- ଆଠତାଳି)
ଦୁର୍ଜ୍ଜୟମାନ
କାହିଁକି ଏଡ଼େ ରୁଷାଣୀ ! କିଶୋରମଣି !
ନୟନୁ ଝରାଉପାଣି ।
ନୋହେ କି ସେ ତୋର ନୋହୁ କି ତୁ ତା’ର ?
ବୃଥା ସନା ଏ ଭାଳେଣିରେ । ଘୋଷା ।
ଯେଉଁ କଳାଦ୍ରବ୍ୟେ ସ୍ନେହ ଅତିଲାଭେ
କରିତାଉ ସୁଲକ୍ଷଣୀ ।
ଏ କି ବିପରୀତ କହ ପ୍ରାଣମିତ ।
ସେ କିମ୍ପା ଦୂର ହେଲାଣି ।୧।
ଯା’ର ଦେଖା ଆଶେ ଯମୁନାର ପାଶେ
ଏଣେ ତେଣେ ତୋ ଚାହାଣି ।
ଏବେ ତା’ର ନାମ ଧଇଲେ ବିଷମ
କୋପ ପରକାଶୁ ଆଣି ।୨।
ଯା’ର ପାଦ ଧୂଳି ଅଙ୍ଗେ ହେଉ ବୋଲି,
ରସିକା- ବର ସିହାଣୀ ।
ଅତି ପୁଣି ତାକୁ ପାଦେ ଠେଲିବାକୁ
ସତ ବଳିଲା କି ଘେନି ? ।୩।
ଯା’ର ଅଙ୍ଗବାସ ନିତ୍ୟେ କରି ଆଶ
ତୋଷୁଥାଉ ରଜକିନୀ ।
ବୋଲେ ବନମାଳୀ, ତା ଅଳ୍ପ ଦୋଷକୁ
ନ କହ ଏ ଚଳବାଣୀ ।୪।
(ରାଗ – ରଣବିଜେ । ତାଳ- ଝୁଲା)
ଦୂତୀ ସନ୍ଦେଶ
*ହେ ଶ୍ୟାମବନ୍ଧୁ ! ଏତେ ସରିକଲ କେଉଁ ଅପରାଧୁ ।
(ଘୋଷା)
ଇନ୍ଦ୍ର ନୀଳମଣି କାନ୍ତି ଛବି ଶ୍ରୀମତୀ ଦୁଃଖ ମୁଁ କି କହିବି -
ତୁମ୍ଭ ବିରହରେ ଯାହା ସେ ହେଉଛି
ସେଥକୁ କେଉଁ ଉପମା ଦେବି ।୧।
ସ୍ତନ ବିନିହିତ ରତ୍ନମାଳା – ଭାର
ମଣେ ଗୋରୀ ମେରୁତୁଲ,
କୁଙ୍କୁମ ଚନ୍ଦନ ଶୁଣି ଝଡ଼ିପଡ଼େ
ନାସେ ବହେ ତପ୍ତ ଶ୍ୱାସ ଝାଳ ।୨।
ବାମ କର ଅଧ କପୋଳରେ, ମଣିଛ ସୁନ୍ଦରୀ ବିକଳରେ,
ସେ ଅସ୍ତ ଗିରିକି ଶଶୀ ଭଜୁଛି କି
ଏସନ ମୁଁ ଅନୁମା କରେ ।୩।
ନଳିନ ନୟନପ୍ରାନ୍ତେ ତାର, ନିରବଧି ବହେ ଅଶ୍ରୁଧର,
ମୀନ କିବା ମୋତି ଉଦ୍ଗାର କରୁଛି ।
ଉପମା ଆସଇ ଏ ପ୍ରକାର ।୪।
ବୋଲେ ବନମାଳୀ ହେ ମୋହନ, ହେଲା ଯାହା ଏଡ଼େ ନିଦାରୁଣ
ତୁମ୍ଭ ଅଦର୍ଶନେ ବଞ୍ଚିବ କେସନେ
ମଦନ ହୁତାଶ ବହେ ପ୍ରାଣ ।୫।
*ହେ ବ୍ରଜବନ୍ଧୁ (ପାଠାନ୍ତର)
(ରାଗ – ଭାଟିଆରୀ । ତାଳ- ଏକତାଳି)
ଶରଣାଗତି
(ଶ୍ରୀରାଧାଙ୍କ ପ୍ରତି ବୃନ୍ଦା)
ମନ ତେଜ ସଜନୀ !
ସେ ମୋହନ ଲାଗି ମୁଁ କରୁଛି ଦୟନୀ । ଘୋଷା ।
ମୋତେ ଛନ୍ତି ପଠାଇ, ତୋତେ ସଙ୍ଗ ନେବାପାଇଁ
ବିଳମ୍ବ କରୁ କିମ୍ପାଇଁ ରାଜନ୍ଦିନୀ ।୧।
ତରି ମନମଥକୁ, ନିଦ୍ରା ନ ଆସେ ନେତ୍ରକୁ
ଘୋଷନ୍ତି ତୋର ନାମକୁ ଗଜ ଗାମିନୀ ।୨।
ସେବାରେ ମନାଇଁ ହର, ପାଇଣ ଥିଲୁ ଯେ ବର,
ଏବେ ତାକୁ କରୁ ପର ରସରଙ୍ଗିନୀ ।୪।
ଝଟୁକ- କାଞ୍ଚନ-ଗୋରୀ, ହାଟ କରୁ କି ବିଚାରି ?
ବାଟ ଚାହିଁଥିବେହରି ଗଲ ରଜନୀ ।୪।
ବନମାଳୀ ଦାସ ଭଣି ଦୁତିକା ବଚନ ଶୁଣି,
ମାନ ତେଜିବେ ତକ୍ଷଣି, କିଶୋରୀମଣି ।୫।
(ରାଗ- ମରୁଆ । ତାଳ – ଆଠତାଳି)
ମନାବଶେଷେ କଳହାନ୍ତରିତା
(ସଖୀ ପ୍ରତି ଶ୍ରୀରାଧା)
ଆଲୋ ପରାଣ ସତୀ !
ତୁଚ୍ଛାକୁ ସିନା ଏ ରୋଷ ଅଛି ବହି । ଘୋଷା ।
କଲେ ମୁଁ ନିରାଶ ରାସ- ବିହାରୀଙ୍କ,
ଜାଣି ତ ହୁଅଇ ଦୀନ ।
ଜଗି କେତେ କରେ ଦୈନ୍ୟ ମୋତେ ଚାହିଁ ପ୍ରତିଦିନ,
ସଖୀ ! ଏ କି ? ।୧।
ବଢାଉଛି ମୁହିଁ ଯେତେ ଅନାଦର,
ବଢାଇଲା ମନେ ତାର ସବୁ ଏ ପ୍ରେମ ସଞ୍ଚାର,
ପୁରୂବୁଁ ଅଧିକେ କଲା ଆଦର ।
ସଖୀ ! ଏ କି ? ।୨।
ନାନା ତାଳି ଦେଲେ ମଶେ ପରିହାସ,
ତେଜ ମୁଖ ପରସନ୍ନ କରଇ ତା ଦରଶନ,
ପ୍ରଣୟ- କୋପ ଏ ବୋଲି ହୁଏ ତୋଷ ।
ସଖୀ ! ଏ କି ? ୩।
ଦୁରୁ ଚାହିଁ ଅନ୍ତର ମୁଁ ହେଲେ ସଖୀ !
ଜାଣଇ ମୋହର ଲୋଭ ବଢ଼ ବାବୁ ଏ ଆରମ୍ଭ –
କରେ କରୀନ୍ଦ ଗମନା ହୁଏ ସୁଖୀ ।
ସକୀ ! ଏ କି ? ।୪।
ଦେଲେ ଅପବାଦ ଅସହଣୀମାନେ,
ସେ ତ ଅତ୍ୟନ୍ତ ଲମ୍ପଟ ମଣଇଁ ହେଲି ମୁଁ ଶ୍ରେଷ୍ଠ
ଏଥି ମୋ କି ଦୋଷ ? ନ ବିଚାର ମନେ ।
ସଖୀ ! ଏ କି ? ।୫।
ଶୁଣ ପ୍ରିୟ ମଳୀ ବୋଲେ ଗଲା ଜଣା-
ଆମ୍ଭେ ତା ନ ଦେଖି ଦିନେ ନ ଶୁଣ ତାହା ଶ୍ରବଣେ
ବନମାଳୀକି ପରତେ ପ୍ରତାରଣା ।
ସଖୀ ! ଏ କି ? ।୬।
(ରାଗ – ଶଙ୍କରାଭରଣ । ତାଳ- ଏକ ତାଳି)
କଳାହାନ୍ତରିତ
(ସଖୀ ପ୍ରତି ଶ୍ରୀରାଧା)
କାହୁଁ ରାଗ- ନାଗ ହୃଦେ ପଶିଲା ରେ,
ମର୍ମ୍ମ ଦଂଶିଲା । ଘୋଷା ।
କେତେକେ ପ୍ରଣୟ କୋପେ ନ କରନ୍ତି ଏକି ପାପ ?
କାଳି ମୁଁ ହେଲି ଅଳପ ରୁଷିଲାରେ ।୧।
ପ୍ରିୟଙ୍କୁ ବୋଇଲି ଯାଅ ଶୁଣିଲା ମାତ୍ରେ ନିର୍ଦ୍ଦୟ,
ଉଠିଗଲେ ଲୋଡ଼ନ୍ତେ ନ ଦିଶିଲା ରେ ।୨।
ଆର୍ତ୍ତେ ପୁଣି ତାଙ୍କୁ ଲୋଡ଼େ ମୋ ଶିରେ ବଜ୍ର ନ ପଡ଼େ
ନିକର ଏବେ ଭଗାରୀ ହସିଲା ରେ ।୩।
ଯେ କଲା ଏଡ଼େ ନିରାଶ ସ୍ନେହ ଯେ କଲା ବିଶାନ,
ପୁଣି ସେ ଜନକୁ ଚିତ୍ତ ରସିଲା ରେ ।୪।
ବନମାଳୀ ବୋଲେ ନାଗ - ନବବଧୂ ଅନୁରାଗ,
ଦଇବ ତା ବଙ୍କାକାରି ନାଶିଲା ରେ ।୫।
(ରାଗ – ଖଣ୍ଡବାଣୀ । ତାଳ- ଆଠତାଳି)
କଳାହାନ୍ତରିତ
(ସଖୀ ପ୍ରତି ଶ୍ରୀରାଧା)
ଶ୍ୟାମ ଦୋଷ ଦେଖି ମନରେ ସଖୀ ମୁଁ ବିଚାର କରିଥାଇ ।
ଚାହିଁଦେଲେ ଅଣାୟତ୍ତ ହୁଏ ମନ ରେ । ଘୋଷା ।
ଦୁରୁ ନେତ୍ରେ ଭୁରୁ ଘୋଡ଼ାଇ ଗଲେ,
ବଳେ ମୋ ଦୃଷ୍ଟ ପଡ଼େ ଯାଇଁ ।
ରୁନ୍ଧ ଥଇ କଣ୍ଠ ନ କହିବ କିଛି
କଥା ବଳେ ବାହାରଇ ।୧।
କାହୁଁ ମୋ ପାପ ବଦନେ ସ୍ୱିତି ଜାତ
ହୁଅଇ ତେତିକି ବଳେ ।
କରକଶ ଚିତ୍ତ କଲେ ଚାହିଁ ମିତ !
ଦରବି ଯାଇଁ ମୁଁ ବଳେ ।୨।
ଅଭିମାନ ଧରି ରହିଥିବି ସଦା,
ଏ ବିଚାର ଥିଲେ ହେଲେ ।
କୋଳାଇ ନେତାକୁ ମନ ବଳେ କେଶେ
ଅକସ୍ମାତେ ଦେଖି ଦେଲେ ।୩।
କି କହିବି ଦୁଷ୍ଟ ଚିତ୍ତ ମୋର ହେଲା
ବେଳକୁ ବେଳ ଚଞ୍ଚଳ ।
ବନମାଳୀ ଇଚ୍ଛା କହିଥିବି ଏହି
ଜନ ପିନ୍ଧିବା ଅଞ୍ଚଳ ।୪।
(ରାଗ – ବଙ୍ଗଳାଶ୍ରୀ । ତାଳ – ଝୁଲା)
କଳାହାନ୍ତରିତ
(ସଖୀ ପ୍ରତି ଶ୍ରୀରାଧା)
ସଖୀ ରେ ! ଆହା କି କର୍ମ କଲି ?
ଦାରୁଣ ମାନ ଯା ଅର୍ଜି ବସିଲି । ଘୋଷା ।
ସେ ଶ୍ୟାମନାଗର ଆସି ମୋ ପାଶେ ।
କେତେ ବିନୟୀ ହେଲେ ନିଶିଶେଷେ ।୧।
ଅନାଦର କରି ଯା ନ ଚାହିଁଲି ।
ରୋଷେ ଆହା କର ଛିଞ୍ଚାଡ଼ି ଦେଲି ।୨।
କି ନିଷ୍ଠୁର ଛାତି ଏହା ସହିଲା ।
ପ୍ରାଣପନ୍ଧୁ ବୋଲି ଦୟା ନୋହିଲା ।୩।
ବନମାଳୀ ବୋଲେ ସନ୍ତାପି ନୁହଁ ।
କାହର କି ଦୋଷ ଏଥିକି କହ ? ।୪।
(ରାଗ – ତୋଡ଼ି । ତାଳ – ଆଠତାଳି)
ଯୁଗଳ ମିଳନ
(ସଖୀମାନଙ୍କର ମଧୁମୟ ସଙ୍ଗୀତ)
ଦେଖ ଗୋ ! ରାଧାମାଧବ ରଙ୍ଗ ।
ମଧୁର ମିଳନ ଯୁଗଳ ଅଙ୍ଗ । ଘୋଷା ।
ଅହ କି ନୟନ ଆନନ୍ଦକାରୀ ।
ଘନେ ସୌଦାମିନି ଲୀଳା- ଲହରୀ ।୧।
ରାଧ- ମୁଖ ପଦେ କୃଷ୍ଣ ଭ୍ରମର ।
ଇଚ୍ଛା- ସୁଖେ ମଧୂ ଆସ୍ୱାଦିବାର ।୨।
ଗୋରୀ ଉରଜେ କଳା ଉରଲାଗି ।
କି ଶୋଭା ଦିଶନ୍ତି ପରାଣସଙ୍ଗୀ ।୩।
ସୁନା- ପର୍ବତେ କି ଘନ ବିହାର ।
ଉପମା ସୃଷ୍ଟି କରେ ଛାରଖାର ।୪।
ବୋଲେ ବନମାଳୀ ଦାସ ଏ ରସ ।
ଦେଖି କାହା ନେତ୍ର ନୋହିବ ବଶ ।୫।
(ରାଗ – ତୋଡ଼ି । ତାଳ- ଝୁଲା)
ଦୂତୀପ୍ରେକ୍ଷଣ
(ସଖୀ ପ୍ରତି ଶ୍ରୀରାଧା)
ଅଞ୍ଜନ ଗଞ୍ଜନ ଛବି ଶ୍ରୀଛାମୁକୁ ଥରେ,
ଯାଅ ମୋ ସଜନୀ ! କୁଞ୍ଜ- ବନେ । ଘୋଷା ।
ଆସ, ନିରାଶ ତୁ ନ କର,
ବାସ ସୁମନ ପରିରେ ସରିଲା ହୃଦୟ ଗିର ।୧।
ତେ ଗୁମାନ ମନୁ ତୋର ।
ଧରୁଛି ତୋ କର ମୋତେ ମାର ତାପରୁ ଉଦ୍ଧାର ।୨।
ଧରାରେ ତୋ ଯଶ ବିସ୍ତାର ।
ତା’ ଅଧରାମୃତ ପାନ ଦାନେ ବିଳମ୍ବ ନ କର ।୩।
ଘେନ ବାରେ ମିନତି ମୋର ।
ଜଣଶଇ ମଣାଇ ଶ୍ୟାମେ କହ ଦୁଃଖ ସମାଚାର ।୪।
ବାଣୀ ଶୁଣି ଦୂତୀ ରାଧାର ।
ଗଳେ ବନମାଳୀ ଶ୍ୟାମ ଛାମୁକୁ ହୋଇ ସତ୍ୱର ।
(ରାଗ- ପୁନ୍ନାଗ, ତାଳ- ଝୁଲା)
କୁଞ୍ଜଭିସାରିଣୀ ରାଧା ଉକ୍ତି
ସଙ୍ଗିନୀରେ, ଜଣେ କେହି ମୋର ସଙ୍ଗେ ଆସ ଆସ
କେଳି ମନ୍ଦିରକୁ ଯିବି ନ ବଳେ ମନ ସାହସ । ଘୋଷା ।
ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି,
ସବୁ ବାଧାବିଘ୍ନ ଲଙ୍ଘି ଭେଟିବଇଁ ପାଶ ।
ବାସକ ସଜ୍ଜା ସମ୍ଭାର, ଯାବତ ଯା ଉପଚାର
ଘେନାଇଁ ହୁଅ ବାହାର ହୋଇ ଗୋ ଉଲ୍ଲାସ ।୨।
ସୁବାସ ସୁମନ ମାଳା ମଣ୍ଡିବି ବନ୍ଧୁଙ୍କ ଗଳା,
ଖଣ୍ଡିବି ଅନ୍ତରୁ ମୋର ଏ ବିଚ୍ଛେଦ ତ୍ରାସ ।୩।
ସେ ବୃନ୍ଦାବନ ମଦନ ଶୁଭେ କରି ଆଲିଙ୍ଗନ ।
ଭାଷିବେ ପ୍ରୀତି ବଚନ ବଳାଇ ଆଶ୍ୱାସ ।୪।
ବନମାଳୀ ଦାସ ଭଣେ, ନବପରିଚାରୀ ପଣେ ।
ଅନୁଗମିବି ଗହଣେ ମିଳୁ ଅବକାଶ ।୫।
(ରାଗ- ସାରଙ୍ଗ, ତଳ- ଏକତାଳ)
ମିଳନ ମାଧୂରୀ
ଭଲା କଲେ କି ଭଙ୍ଗୀ ସେ ମୋହନ ।
ମୋର ପରାଣସଙ୍ଗୀସେ ମୋହନ । ଘୋଷା ।
ରାଇ ଆଜ୍ଞାଦେଲେ ହେବ ସଙ୍ଗୀ ନାଟ ।
ଲଳିତରେ ଶ୍ରୀ ଲଳିତା କଲେ ପ୍ରକଟ ସେ ।୧।
ତୁଙ୍ଗବିଦ୍ୟା ବଜାଇଲେ ମର୍ଦ୍ଦଳ ବୀଣା ।
ନୃତ୍ୟକଲେ ଇନ୍ଦୁ ରେଖା ସଖୀ ପ୍ରବୀଣା ସେ ।୨।
ରାଗ ଆଳାପିଲେ ରଙ୍ଗଦେବୀ ସଙ୍ଗିନୀ ।
ଚାମର ଢାଳନ୍ତି ଚମ୍ପାଲତା ରଙ୍ଗିନୀ ସେ ।୩।
ଚିତ୍ରା ବିଶାଖିକା ସୁଦେବୀକା ଶ୍ୟାମଳା ।
ଡାକନ୍ତି ଉକୁଟ ମିଳି ସକଳ ବାଳା ସେ ।୪।
ରାଗରସିକ ମୋହନ ଶ୍ୟାମ ସୁନ୍ଦର ।
ତାଳେ ତାଳେ କଲେ ରଙ୍ଗେ ବେଣୁ ହୁନ୍ଦରସେ ।୫।
ବୃନ୍ଦା ଯୋଗାଇଲେ ମଧୂପାନ ବିଡ଼ିଆ ।
ଦୀନ ବନମାଳୀ ସେବା ଚରଣ ଧୂଆ ସେ ।୬।
(ରାଗ – ରସକେଳି । ତାଳ – ଝୁଲା)
ଶ୍ରୀକୃଷ୍ଣଙ୍କ ସ୍ୱୟଂ ଦୂତୀ
(ସଖୀ ପ୍ରତି ଶ୍ରୀରାଧା)
ପ୍ରାଣ ସଙ୍ଗିନୀରେ ! କାଲି ମୁଁ କି ଲାଗେ ବୁଡ଼ିଲି ।
ତୋତେ ନ ବିଚାରି ମିତ ପଦେ ହୁଡ଼ିଲି ।
ମୁଁ ଯା ଅବିଚାରେ ପଡ଼ିଲି । ଘୋଷା ।
ଶ୍ୟାମ ହୋଇ ନାରୀବେଶ ମୋ ପୁରେ ହେଲେ ପ୍ରବେଶ ।
ଗୋଇଲେ ଗୋ ଆଗ ଆସ, ଦେଇଯିବ ଲକ୍ଷାରସ ।୧।
ଶୁଣି ତା ମୃଦୁ ବଚନ ରହିଲା ମୋ ଚେତନ,
ପିନ୍ଧିଲି ଅତି ନିଉନ- ଝୀନବାସ ପୁରାତନ ।୨।
ଯାଇଁ ମୁଁ ଭାଷିଲି ରହ ନ ଢଙ୍କାଇ ତାଙ୍କ ଦେହ,
କାହିଁକି ଶଙ୍କା ନିବହ ହୁଅନ୍ତା ସଜନୀ କହ ? ।୩।
ସେ ତ ନାନା ଘଳାକ୍ଷମ ଲାକ୍ଷା ଦେଇ ଅନୁପମ
ପଦତଳେ ତାଙ୍କ ନାମ, ଲେଖିଲେ ଗୋ ଶ୍ୟାମ ।୪।
ତରକି ତାହାଙ୍କୁ ମିତ ! ଚଞ୍ଚଳ କରନ୍ତେ ଚିତ୍ତ,
ଧରି ପାଦ ନନ୍ଦସୁତ ନ ଛାଡ଼ିଲେ କଦାଚିତ ।୫।
ହେବାରୁ କୂଟ ପ୍ରକଟ କାହିଁଗଲେ ପୀତପଟ
ବନମାଳୀ ସେ ଲମ୍ପଟ, ପାଦପଦ୍ମେ ମଧୂଲିଟ ।୭।
(ରାଗ- ବରାଡ଼ି । ତାଳ- ଏକତାଳି)
ମାଥୁର
ଦୁଇ ପ୍ରବାସ
(ଶ୍ରୀକୃଷ୍ଣ ପ୍ରତି ଗୋପୀଗଣ)
ମୁରୁଛି ଦେଇ କାହ୍ନୁ ! ଆମ୍ଭ ମାନଙ୍କୁ ମନୁ,
ସତେ ଯିବକି ମଧୁପୁରକୁ ହେ । ଘୋଷା ।
କେ ଆଉ ଗୋବର୍ଦ୍ଧନ ତୋଳି ରଖିବ ପ୍ରାଣ
ବାଟ ହଟାଇ ସୁନାଶିରକୁ ହେ ।୧।
ନେଉଅଛି ଧରାଇ ତିଳେ ବିଶ୍ୱାସ ନାହିଁ,
ସେ ନିଦାରୁଣ କଂସାସୁରକୁ ହେ ।୩।
କେତେ କେତେ ବିପଦୁଁ ଉଦ୍ଧରିଲ କା ବାଦୁଁ,
ଏ ଗୋପ ପୁରେ ଥର ତରକୁ ହେ ।୪।
କହିଲ ବନମାଳୀ ଗୋପୀ ନେତ୍ର ସଙ୍ଖାଳି !
କଥା ଯାଉଛି କେତେ ଦୂରକୁ ହେ ।୫।
(ରାଗ – ଜୟନ୍ତ । ତାଳ-ଆଠତାଳି)
ମାଥୁର
(ଶ୍ରୀକୃଷ୍ଣ ବିଚ୍ଛେଦେ ଗୋପୀମାନଙ୍କ ଭାବନା)
କାହିଁକଲେ ମୂରଲୀ ଫୁଙ୍କା ?
ଯୁବତୀ ରସିଆ କାମିନୀ ରଙ୍କା
ତ୍ରିଭଙ୍ଗ ଭଙ୍ଗୀରେ ମୂରଲୀ ବଜାଇ
ଡାକୁଥାନ୍ତି ଆସ ଆସ ରାଧିକା ! । ଘୋଷା ।
ଗୋପପୁରେ ପଶି ଗୋପୀଙ୍କ ମନ୍ଦିରେ
ଦହି ସୁଧ ଖାଇ ଛିଣ୍ଡାନ୍ତି ଶିକା ।
ଯମୁନା କୂଳରେ ବସ୍ତ୍ର ଚୋରିକରି
କେଳି କଦମ୍ବରେ ବାନ୍ଧେ ପତାକା ।୧।
ମୀନ ଅବତାରେ ସାଗର ଭିତରେ
ବ୍ରହ୍ମାଙ୍କ ଛଳରେ ମାଇଲେ ଶଙ୍ଖା ।
ତ୍ରେତୟା ଯୁଗରେ ରାମର ଅବତାରେ
ଜାନକୀ ଛଳରେ ଭାଙ୍ଗିଲେ ରଙ୍କା ।
ପାଦ, ପାଣି ବଙ୍କା ନୂପୁର ହିଁ ବଙ୍କା,
ଚୂଳ ହିଁ ବଙ୍କା, ତା ଚାହାଁଣୀ ବଙ୍କା
ବଙ୍କିମା ଅଧରେ ମୂରଲୀ ବଜାଇ
ଡାକୁଥାନ୍ତି ଆସ ଆସ ରାଧିକା ।୪।
ଯମୁନା କୂଳରେ କଦମ୍ବ ମୂଳରେ
ହରଗଉରୀ ଏ ପୂଜି ବାଲୁକା ।
ବୋଲେ ବନମାଳୀ ସେ ପାଦେ ଶରଣ,
ଝୁରି ଝୁରି ତନୁ କ୍ଷୀଣ ରାଧିକା ।୪।
(ରାଗ – ଲଳିତ କେଦାର । ତାଳ – ଝୁଲା)
ମାଥୁର
(ଶ୍ରୀକୃଷ୍ଣ ବିଚ୍ଛେଦେ ସଖୀମାନଙ୍କ ପ୍ରତି ଶ୍ରୀରାଧାଙ୍କ ଉକ୍ତି)
ଆହା କି ଦଣ୍ଡ ଆସି ପଡ଼ିଲା, କାନ୍ତ ଆସିବା କଣ୍ଟ ଗଡ଼ିଲା ।
କଣ୍ଠୁ ରତନହାର ତୁଟିଲା, କେଶୁ କୁସୁମ ଗଭା ଲୁଟିଲା । ଘୋଷା ।
ବିଦେଶେ ଗଲାବେଳେ କହିଗଲେ ଯାଇଣ ଆସିବିବୋଲି ବୋଇଲେ
କେଉଁନାରୀ ତାକୁକି ମନ୍ତ୍ର ପଢ଼ାଇ ମୋର ଗଳାକୁ କାଟିଲା ।୧।
ନାଥର ହୃଦୟ ପଥର ହେଲା କେ ପ୍ରୀତି ପାସୋରା ମନ୍ତର ଦେଲା ?
ଏକାଳେ ଏକାକୀ କିପରି ବଞ୍ଚିବି, ଭୁଜଙ୍ଗ ଭକ୍ଷ ରଟିଲା ।୨।
ସାହା କେହିନାହିଁ ନାହା ବାହାରେ ଯାହାହୁଏ ଦେହ ସରଦାହାରେ,
ହଢଦର ବେଦନା କାହାକୁ କହିବି ? ନୀରେ ଉରଜ ବୁଡ଼ିଲା ।୩।
ରାଧା ବିରହବ୍ୟାଧି ସଖୀ ଦେଖି ବନମାଳୀ ବୋଲେ ଶୁଣ ଗୋ ସଖୀ
ମଥୁରା କୃଷ୍ଣ ଲେଉଟି ଆସନ୍ତେ, କୁବୁଜା ମନ ମୋହିଲା ।
(ରାଗ – ପରଜ । ତାଳ – ଆଠତାଳି)
ମାଥୁର
(ଦୂତୀ ପ୍ରତି ଶ୍ରୀରାଧାଙ୍କ)
ଏ ନବଯୌବନେ ମୋର କାନ୍ତ ଦୂରେ ରହିଲା
ମନେ ମନେ ମନ ଚମ୍ପା ଫୁଟି ଶୁଖି ଝଡ଼ିଲା । ଘୋଷା ।
ତାଙ୍କ ବିନୁ ନାହିଁ ଆନ କିପରି ବଞ୍ଚିବି ଦିନ ?
ନୟନରୁ ନିରନ୍ତରେ ନୀର ଝରିଲା । ୧।
ହୃଦୟ ଚନ୍ଦ୍ର ମୋହର କରିଗଲେ ଯାହା ପର,
ଚନ୍ଦ୍ର ବିନା ଗମନର କେଉଁ ସୁଖ ରହିଲା ।
ଯା ରୂପ ନିତି ଧିଆନ ସେ କିମ୍ପା କରଇ ଆନ ?
ଝୁରୁ ଝୁରୁ ଶ୍ରୀଚରଣ ଦିନ ତ ନ ସରିଲା । ୩।
ଏ କି ପ୍ରୀତି ଆବେଭାର ସରଧରେ ନାରଖାର,
ଶ୍ୟାମିନେ ହୃଦହର କାଳସର୍ପ ହୋଇଲା ।୪।
ଶ୍ରୀମତୀ ଏସନ ବାଣୀ ଦୂତିକା ଆଗରେ ଭଣି,
ବୋଲେ ବନମାଳୀ ତାଙ୍କୁ କୁବୁଜା ତ ମୋହିଲା । ୫।
(ରାଗ – ତୋଡ଼ି ପରଜ । ତାଳ-ଆଠତାଳି)
ମାଥୁର
(ସଖୀ ପ୍ରତି ଶ୍ରୀରାଧା)
କାଳିଆ ଭାବ ମନକୁ ଯିବ ଗୋ !
ଝୁରି ମରିବାକୁ କଲା ଦଇବ । ଘୋଷା ।
କି ଦୁଃଖ ଦେଇ ଗଲେ ମାଧୋଇ
ଲୋଡ଼ିଲେ ସେ ସୁଖ ଆଉ କେ ଦେବ ? ।୧।
ଯମୁନା କୂଳେ କଦମ୍ବ ମୂଳେ
କେତେ ରଙ୍ଗ ନ ଭିଆନ୍ତି କେଶବ ? ।୨।
ନିକୁଞ୍ଜ ରାଜ ଦିଆଇ ଲାଜ
ଅନ୍ତର ହୋଇଲେ ଭାଙ୍ଗି ଗରବ ।୩।
ତ୍ରିଭଙ୍ଗି ଠାଣି, ବାଙ୍କ – ଚାହାଣି
ତାଙ୍କ ଲାଗି ନିଶ୍ଚେ ଏ ଜୀବ ଯିବ ।୪।
କାଲି ନିୟମ ଯମୁନା - ସମ
ଶରଣ ଏ ରାଧିକାର ସୁଲଭ ।୫।
ଶ୍ରୀକର ଧରି ପ୍ରବୋଦ କରି
ବନମାଳୀ ବୋଲେ ମୁଞ୍ଚ ଗୋ କ୍ଷୋଭ ।୬।
(ରାଗ-ପଟମଞ୍ଜରୀ । ତାଳ-ଝୁଲା)
ମାଥୁର
(ଶ୍ରୀକୃଷ୍ଣଙ୍କ ଭାବନା)
ସରଲାଣି ସୁଖ ସ୍ନେହ କାହିଁରେ ନ ଲାଗେ ମନ ।
ବରଜିଲା ଦିନୁ ବ୍ରଜପୁର ସୁଖ- ନିକେତନ । ଘୋଷା ।
ରହିଛି ସିନା ଜୀବନ ଝୁରିବାକୁ ନିଶିଦିନ,
ଦିନ ଦିନକର ଘେନା ଘେନି ସୁଖ ବରଧନ ।୧।
ପ୍ରାଣ ସମ କିଶୋରୀର ନ ଶୁଣେ ଅମୀୟ, ଗିର
ବଦନ-କଳ, ମଧୁର ହେଲାଣି ଏବେ ସ୍ୱପନ ।୨।
କରୁଥିବ କିସ ବସି ଭାଳୁଥିବ ଦିବାନିଶି
ଆହାରେ ମନ୍ଦ କରମ ବିଧି ହେଲା ବିଡ଼ମ୍ବନ ।୩।
ଗୀତ କହେ ବନମାଳୀ ବିରହ ଭାବନାବଳୀ
ଅଗ୍ନିସମ ଦିଏ ଜାଳି ନ ପାଇ ଗୋପୀଚନ୍ଦନ ।୪।
(ରାଗ-ଚିନ୍ତା କେଦାର । ତାଳ-ଆଠତାଳି)
ମଥୁର
(ଶ୍ରୀକୃଷ୍ଣ ବିଚ୍ଛେଦେ ସଖୀ ଶ୍ରୀରାଧା)
କହ ଗୋ କି ବୁଦ୍ଧି କରିବି ?
ପ୍ରାଣନାଥ ନଇଲେ ତ ଜୀବନ ହାରିବି । ଘୋଷା ।
ଯେ ଦେଶରେ ରହିଛନ୍ତି ମୋର ପ୍ରାଣପତି ।
ସେ ଦେଶରେ ନାହିଁ ପରା ମାର- ଶର- ଭୀତି ? ।୧।
ଯେତିକି ଟେକନ୍ତି କାନ୍ତ ତେତିକି ପକାନ୍ତି ।
ଭ୍ରମରଙ୍କ ପରି ସିନା ପୁରୁଷଙ୍କ ମତି ।୨।
ଅଙ୍କ ବିନା ମୋତେ କାନ୍ତ ନ ବସାନ୍ତି ଆନେ ।
ସେ ଏଡ଼େ ନିଷ୍ଠୁର ବୋଲି ଥିଲା କାହ ମନେ ? ।୩।
ଅବଧି ତ ବଳିଗଲା କାନ୍ତ ମୋ ନଇଲେ ।
କାହା ସୁଖ ଅଭିଳାଷେ ମୋତେ ପାଶୋରିଲେ ? ।୪।
କହେ ବନମାଳୀ ଦାସ ସ୍ଥିର କରି ମତି ।
ଅବଶ୍ୟ ଆସିବେ ଶ୍ୟାମ ନ ଭାଳ ଶ୍ରୀମତି ।୫।
(ରାଗ-ଶଙ୍କରା ଭରଣ । ତାଳ-ଆଠତାଳି)
ମଥୁରା
(ସଖୀ ପ୍ରତି ଶ୍ରୀରାଧା)
ବିହ ନାତି କରି ମୋତେ କାହିଁ ପାଇଁ ଗଢ଼ିଲାରେ । ଘୋଷା ।
ବିଧୁ ନିଶି ମଧୂକାଳ ବହି ମଳୟାନିଳ,
ଏକାକିନୀ ନାତିକୁଳ ଦଶା ଆସି ପଡ଼ିଲା ରେ ।୧।
ଏ ବୟସ ଅକାରଣ ଗଲାରେ ସଜନୀ ଜାଣ,
ବନର ମାଳତୀ ପରି ବନେ ଫୁଟେ ଝଡ଼ିଲା ରେ ।୨।
ତା ସ୍ନେହକୁ ଭାବି ଭାବି ପୁଷ୍ପ-ଶରେ ଗଲି ଦ୍ରବି,
ମନ ତାକୁ ଧନ ପରି ନିତି ନିତି ଲୋଡ଼ିଲାରେ ।୩।
ମଧୂକର ଭଳି ହେଲେ ମଧୂପୁର ସେ ରହିଲେ
କି ଦୋଷ ମୁଁ କଲି ବୋଲି ପ୍ରୀତି ରଜ୍ଜୁ ଛିଡ଼ିଲାରେ ।୪।
ହେଲି ମୁଁ ଅତି ନିରେଖ ମଦନ କଲା ବିମୁଖ,
ବନମାଳୀ ବୋଲେ ଭାଳି ଏ ବିରହ ବଢ଼ିଲାରେ ।୫।
(ରାଗ –କେଦାର । ତାଳ-ଏକତାଳି)
ମାଥୁର
(ଶ୍ରୀକୃଷ୍ଣ ବିଚ୍ଛେଦ ସଖୀ ପ୍ରତି ଶ୍ରୀରାଧା)
ପ୍ରାଣ ସଙ୍ଗିନୀ ଗୋ ନାହିଁ ଆମ୍ଭ ବନମାଳୀ । ଘୋଷା ।
ଦେଖ ଏ କଳିକା କାଳୀ-
କୁଣ୍ଡଳୀ ଆସୁଛି ଖେଳି ।୧।
ଆସେ ବିଜୁଳି ରସନା ଚାଳି,
ସେ ସିନା କାଳୀକି ଦଳି ।୨।
କାଳନ୍ଦୀରେ କଲେ କେଳି
ସଙ୍ଗେ ଘେନି ବ୍ରଜବାଳୀ ।୩।
ଏହି ରସେ ଭାଳି ଭାଳି
ଗୀତେ କହେ ବନମାଳୀ ।୪।
(ରାଗ-ଢିପା । ତାଳ-ଆଠତାଳି)
ମାଥୁର
(ମଧୂପୁରେ ଶ୍ରୀକୃଷ୍ଣ ପ୍ରତି ବୃନ୍ଦା ଦୂତୀ)
ହେ ମୋହନ ! ପାଶୋରି ଦେଲେ କି ମନୁ ?
ଧେନୁ ପଛେ ବେନୁ ବାଇ ଆସିବାରେ
ସଖା ମେଳେ ବୃନ୍ଦାବନୁ । ଘୋଷା ।
କି ନ କଲ ସତେ କୁବୁଜା-ବନ୍ଧୂ ହେ,
ରାଧା- ପ୍ରେମଋଣୀ ହୋଇ ।
ମଧୂପୁରେ ସାଧୂ- ପଣ ଦେଖାଉଛି
ବରଜ ବିଧୂ ମାଧୋଇ ! ।୧।
ଗୋପୀ –ନାଥ ବୋଲି କିପରି କାହିଁକି ?
ଛାଡ଼ି ତ ଆସିଛ ଗୋପ ।
ଏବେ ଯେ ମଥୁରା- ନାଥ ବୋଲାଇବ
କାହିଁ ସେ ତ୍ରିଭଙ୍ଗି ରୂପ ? ।୨।
ସେ ମାଧୂର୍ଯ୍ୟମୟ ଲାବଣ୍ୟ ବିଗ୍ରହ
ଦେଖୁ ନାହିଁ ତ ନୟନେ ।
ଅଇଶ୍ୱର୍ଯ୍ୟ ମିଶା ଆକୃତି ପ୍ରକୃତି
କେ ଶିକ୍ଷା ଦେଲା ଏ ସ୍ଥାପେ ।୩।
ଆହେ ରସ ରାଜ ! ମାଡ଼େ ମୋତେ ଲାଜ
ଏ ରାଜା ବେଶକୁ ଦେଖି ।
ବନମାଳୀ ଭାଷେ ନଟବର ବେଶେ
ଗୋପେ ଚାଲ ବଙ୍କା ଆଖି ।୪।
ମାଥୁର
(ମଧୂପୁରେ ଶ୍ରୀକୃଷ୍ଣଙ୍କ ପଶ୍ଚାତାପ)
ଏଣିକି ଆଉ ନ ପାରେ ସତୀ ।
ଦୁଃଖେ ପ୍ରିୟ ସହୀ ଲୋଟଇ ମହୀ । ଘୋଷା ।
ଏ ଜୀବନ ଧନ ଯେଉଁ ଜୀବନ ।
ଦୂରେ ରଖି କେହି ବଞ୍ଚିବ ଦିନ ? ।୧।
ଆହା ବୋଲିବାକୁ ନାହିଁ କେ ସାହା ।
ସଞ୍ଚୁଥିବ କୁହା ଲୋତକ ବୁହା ।୨।
ଆଜନମ ସୁଖୀ ନବ ଛଇଳା ।
ମୋହ ଲାଗି କେତେ ଦୁଃଖ ସହିବି ? ।୩।
ଲାବଣ୍ୟ ପିତୁଳା ପ୍ରେମ ସୁଆଗୀ
ମୋର ଲାଗି ସବୁ ତିଆଗୀ ।୪।
ନାଚଇ ନୟନେ ଅନବରତେ
ତା ମୋହନୀ ଛବି ଅତି ଆରତେ ।୫।
ରଖିଲାଣି ମନ ତାର ଧିଆନେ ।
ସହିଲିଣି ଦେହ କୁସୁମ ବାଣେ ।୬।
ବନମାଳୀ ବୋଲେ ନନ୍ଦ ନନ୍ଦନ ।
ଗୋପେ ଚଳ ରାଧା ହୃଦ-ଚନ୍ଦନ ।୭।
(ରାଗ-ତୋଡ଼ି । ତାଳ –ଆଠତାଳି)
ମାଥୁର
(ଶ୍ରୀକୃଷ୍ଣ ପ୍ରତି ବୃନ୍ଦା)
ମୋହନ ! କହିଲେ କି ହେବ ଆଉ ।
ଦିନକୁ ଦିନ ହେ, ବଳି ପଡ଼ିଲାଣି
କିଶୋରୀ ବିରହ ତାଉ । ଘୋଷା ।
ଗଲେ ଯମୁନାକୁ ନୀର ଆଣିବାକୁ
ନୀର ଭରି ନେତ୍ର ଯୁଗେ ।
କଦମ୍ବୀ ମୂଳକୁ ଚାହିଁ ପୁଣି ତାକୁ
କି ପୁଚ୍ଛଇ ଅନୁରାଗେ ? ।୧।
ବୃନ୍ଦାବନେ ବାଳୀ ଆଉ ଫୁଲ ତୋଳି
ଯାଉ ନାହିଁ ତୁମ୍ଭ ବିନା ।
ଗଣ୍ଡେ କର ଦେଇ ଚିନ୍ତାର୍ଥିନୀ ହୋଇ
ସଢୁଛି ନବନବୀନା ।୨।
କରମକୁ ନିନ୍ଦେ କେଶ ହିଁ ନ ବାନ୍ଧେ
ବେଶରେ ନାହିଁ ଆଦର ।
ଦର କଣ୍ଠୀ ଗୋରୀ ଦରମରା ପରି
ଢଳି ପଡ଼େ ମହୀରେ ।୩।
କି ଉନ୍ମାଦ ରୋଗ ଘୋଟିଛି ତାହାକୁ
କେହି ନ ପାରନ୍ତି ଚିହ୍ନି ।
ବୋଲେ ବନମାଳୀ ତୁମ୍ଭେ ସିନା ତାର
ବୈଦ୍ୟରାଜ ଚୂଡ଼ାମଣି ।୪।
(ରାଗ-ଖଣ୍ଡ ବଙ୍ଗଳାଶ୍ରୀ । ତାଳ-ସରିମାନ, ଝୁଲା)
ଗ୍ରାମ୍ୟ ରସ
(ନାୟକ ଉକ୍ତି)
ଏହା ତୁ ପାଇଲୁ କାହୁଁ ? ରେ ସଙ୍ଗାତ ।
ଚନ୍ଦ୍ର ସୂର୍ଯ୍ୟଙ୍କ ତ ସେବାରେ ମନାଇଁ
ଈଶ୍ୱରେ ପାଇଛୁ ଧ୍ୟାୟିରେ । ଘୋଷା ।
ଅତି ଯତନରେ ଝୀନ ବସନରେ
ଘୋଡ଼ାଇ ରଖିଛୁ ଯାହା ।
ତୋ ମନେ ବିଚାରୁ କେହି ଦେଖି ନାହିଁ
ମୋ ନେତ୍ର ଦେଖିଛି ତାହା ରେ ।୧।
କେଉଁ ବିନ୍ଧାଣି ବିଶ୍ୱକର୍ମା ଗଢ଼ିଛି
ତୋର କୁଚ କୁନ୍ଦେ ବସାଇ ।
ହୀରା ନୀଳା ମୋତି ମାଣିକ୍ୟ ପୂରାଇ
ମର୍କତ ଢାଙ୍କୁଣି ଦେଇ ରେ ।୨।
ଯେଉଁଦିନ ହରି- ଲକ୍ଷ୍ମୀ ବନ୍ଦାପନା
କଲେ ସର୍ବ ବ୍ରଜବାଳୀ ।
ସେହି ଦିନ ତୁହି ମର୍କଟ - ଫରୁଆ
ଆଣିଅଛୁ ଚୋରିକରି ରେ ।୩।
ବନମାଳୀ କହେ ଚୋରି ଯେବେ ନୋହେ
ବସନ କାହିଁକି ତାଙ୍କୁ ?
ତୋହର ଯେବେ ସେ ଅର୍ଜିଲା ପଦାର୍ଥ
ଫେଡ଼ି ଦିଅ ନେତ୍ର ଦେଖୁରେ ।୪।
(ରାଗ-କାମୋଦୀ । ତାଳ-ଏକତାଳି)
ଗ୍ରାମ୍ୟ ରସ
(ନାୟକର ବିଦେଶ ଗମନେ ନାୟିକାର ଉକ୍ତି)
ଏ ଯୁବା କାଳରେ କାନ୍ତ ଛାଡ଼ି ନ ଯା ଦୂର ଦେଶ ।
ସହିକି ପାରିବି କ୍ଷଣେ ଦୁଃସହ ବିଚ୍ଛେଦ କ୍ଳେଶ । ପଦ ।
ଦେକ ବସନ୍ତ ଆଗତ, ବହେ ଦକ୍ଷିଣା ମରୁତ,
ବନପ୍ରିୟ ପକ୍ଷୀଋତ କଲେଣି ବୃକ୍ଷେ ବିଶେଷ ।୧।
ଚନ୍ଦନ ରଜନୀକର, ମୋ ପକ୍ଷରେ ହେବ ଗର,
ଜାଣି ଜାଣି ହାଣି ମୋତେ ସ୍ମରାନଳେ ନ ନିବେଶ ।
ଭାଳି ଭାଳି ଅହରହ, ବଳିପଡ଼ିବ ବିରହ,
ଜହର ସମାନ ହେବ ଆଶନ ବସନ ବେଶ ।୩।
ଏ ପିଣ୍ଡେ ପରାଣ ଧରି, ରହିବି ମୁହିଁ କିପରି ?
ତୁମ୍ଭ ଗୁଣ ଗୁଣି ଜୀବନ ହେବ ନିଃଶେଷ ।୪।
ବୋଧି ବନମାଳୀ ଭଣେ, ଦୁଃଖ କରୁ କି କାରଣେ ?
ତୋ ପାଶେ ଭେଟିବି ଧନ ବରଷା ନୋହୁ ପ୍ରବେଶ । ୫।
(ରାଗ-ମତିଆରୀ । ତାଳ-ଆଠତାଳି)
ଗ୍ରାମ୍ୟ ରସ
(ନାୟକ ଉକ୍ତି)
ବଲ୍ଲଭୀ ଲଭିଛି ଆଜ ବୀରବେଶ ରେ । ଘୋଷା ।
କପାଳ ସାରଙ୍ଗ ତା’ର ଭୂରୁଗୁଣ ବେଶରେ ।
ନେତ୍ର ପଞ୍ଚସର ସନ୍ଧି ଧୈର୍ଯ୍ୟ କରେ ନାଶରେ ।୧।
ଶୋଭା ପାଉଅଛି ତା’ର ତୋରା ଚନ୍ଦ୍ରହାସରେ ।
ନିତମ୍ବ ଚଳଇ ପାଇନାହିଁ ରତି ରସରେ ।୨।
ସୁମନ ଗଭା ପାଗ ବସିଛି ଶିରଦେଶରେ ।
ଜାନୁ ଯୁଗ ନିବିଡ଼େ ବାନ୍ଧିଛି ଝୀନବାସରେ ।୩।
ଝୁଣ୍ଟିଲାନାଗରା ବଜାଉଛି ଗତି ରସରେ ।
ଅଞ୍ଚଳେ ଶେଷ ପତକା ଉଡ଼େ ମହୀଦେଶରେ ।୪।
ମନସିଜ ମୋହବଶ ଫଳଦାନେ ତୋଷରେ ।
ମନକୁ ରସାଇ ବୋଲେ ବନମାଳୀଦାସରେ ।୫।
(ରାଗ-ବିଭାଷ, ତାଳ-ଅଡ଼ତାଳି ।
ଗ୍ରାମ୍ୟ ରସ
(ନାୟକ ଉକ୍ତି)
କି ରସରେ ରସିକା- ରତନ ରସାଇଲାରେ ।
ଭସାଇଲା ମନ ତୋଷାଇଲା ରେ । ଘୋଷା ।
କରଧରି ବସାନ୍ତେ ଉରେ
ଏ କି କଥା ଭାଷ ମଧୂରେ ସେ
କି ତରତରେ,
ଖସି ବସୁଁ ତଳେ ଝୁଣ୍ଟିଆ ସେ କାଳେ
କାମ ନିଶାଣ କି ଘୋଷାଇଲା ରେ ।୧।
ଗଣ୍ଡେ ଚୁମ୍ୱ ବିହବିବା କାଳେ,
ମୁଖ ଏଡ଼ି ନେଲା ସେ ବେଳେ କି,
ବିଡ଼ିବା ଛଳେ,
ନୟନ ପ୍ରାନ୍ତରେ ଠାରି ଅଳପରେ
ନେତ୍ର ଡଗରା କି ପେଶାଇଲା ରେ ।୨।
ଉଚ୍ଚ କୁଚେ ପଡ଼ନ୍ତେ ହାତ
ଗୋରୀ ହେଲା ଆଣଆୟତ୍ତ ସେ
ଇଚ୍ଛି ସୁରତ,
ଜବା ଅଧରରୁ ପୀୟୁଷବରଷି
ମୋ ହୃଦ- ରାଜ୍ୟକୁ ଭସାଇଲା ରେ ।୩।
ବିପରୀତେ ମଜାଇ ମତି
ସୁଖେ ଦେଲା ପୁହାଇ ରାତି ସେ,
ନବ ଯୁବତୀ,
ବନମାଳୀ ବୋଲେ ଯୁବା ଜନ କୁଳେ,
ଇନ୍ଦ୍ରପଦେ ନେଇ ବସାଇଲା ରେ ।୪।
(ରାଗ-ସଉରି । ତାଳ-ଝୁଲା, ଖେମଟା)
ଗ୍ରାମ୍ୟ ରସ
(ନାୟକ ଉକ୍ତି)
ସେତେବେଳର ଯେ କେତକୀ-କରନା ମୋର ।
ଆଗେ ଉଭାହୋଇ ଲପନ କମ୍ପାଇ
ଲାଗେ କହୁ ନାହିଁ ଗିର । ଘୋଷା ।
ଋଚକ କୁଚାର କୁଞ୍ଜଲାଗ ରୁଚ,
ଲୁଚି ଦେଖୁଥିଲେ ଦିନେ ।
ସୁଚକ ପରାଏ ମୋର ଆସିବାର
ସଖୀ ସୁଚି ଦେଲା କାନେ ।୧।
କେଳି ନିଳୟରେ କପାଟ ପାଶରେ,
ବନ୍ଧ ପଟ୍ଟ ଦେଖୁଥିଲା ।
ଚରମରୁ ମୋର ଆସିବାର ଜାଣି
ପଟ ଛାଡ଼ି ଉଭା ହେଲା ।୨।
ମୋଦରେ କୀରକୁ ଚଉପଦୀପଦେ,
ବଢାଉ ଥିଲା ନାଗରୀ ।
ଅରପଦ ହସି ନିକଟକୁ ଆସି
କହିଦେଲି ଧୀରକରି ।୩।
ସୁରତରୁ ବଳି ପରମ ପଦାର୍ଥ
ସ୍ୱର୍ଗେ ଥିବ ପରା ? ବୋଲି ।
ପୃଚ୍ଛୁ ସଜନୀକି ଆଜ ରଜନୀକି
ଜଣାଯିବ ବୋଲି ଦେଲି ।୪।
ପ୍ରେମିକ ରସିକ ବସି ବିଡ଼ୁଥାଇ
ପ୍ରେମିକାର ମନୋଭାବ ।
ବୋଲେ ବନମାଳୀ, ହେବ କି ଏଭଳି
ସ୍ୱର୍ଗସୁଖଅନୁଭବ ।୫।
(ରାଗ – ତୋଡ଼ି ପରଜ । ତାଳ – ଆଠତାଳି)
ଗ୍ରାମ୍ୟ ରସ
(ନାୟକ ଉକ୍ତି)
ସଙ୍ଗାତ ! ଊଣା ନୋହୁଁ ଏ କରୁଣା ।
ବଳାରୁଣଶଧାରୀ ବଳାଋଣାଧରୀ,
ପରାଣ ହେଉ ପୁରୁଣା । ଘୋଷା ।
ପରି ପରି ମତି ପରି ପରି ଗତି
କଲାବେଳେ ବିଚକ୍ଷଣା ।
ସୁତ ସୁତ ମାତ ଜାତ ସୁତ ସୁତ
ସୁତ ବୁଦ୍ଧି କର ବଣା ।୧।
ସୁମନେ ସୁମନେ ବାନ୍ଧିଲେ ବେଣୀକି,
ତ୍ରିବେଣୀ କିବା ତୁଳନା ?
ସୁଧା ଭାଣ୍ଡ ପିବା ଆଶେ ଲଣ୍ଡ ଭଣ୍ଡେ
ଧାଏଁ ଅହି ଟେକି ଫଣା ।୨।
ଠାରି ଦେଲା ବେଳେ ସାରି ଦେଉ ହେଳେ
ଭୁରୁ ତା ସଙ୍ଗେ ଠିକଣା ।
ଦୂର ହୋଇଯାଏ ସୁରପତି ସୁଖ
ହଲିବାରେ ନାକଚଣା ।୩।
କାଶନିନ୍ଦି ହାସ ନାସେ ମୋ ପରଶ
ନ ଦିଏ ମାର ବେଦନା ।
ସାରସ- ଲପନ ଦରଶନ ଲାଗି
ବନମାଳୀ କରେ ଜଣା ।୪।
(ରାଗ- ଦେଶାକ୍ଷ । ତାଳ – ସରିମାନ)
ଗ୍ରାମ୍ୟ ରସ
(ନାୟକ ଚାଟୁ ଉକ୍ତି)
(ଆହା) ଶଶୀବଦନା ! ଏ ମୋ ନାଶିବ,
ଆଶିବ ଅଶ୍ରୁନ ବରଷିବ ।
ଦିଶିବ ସବୁଶିରୀ ବସି ତୋ ଗୁଣ ସ୍ମରି
ଶିଶିରେ ପଦ୍ମପରି ନାଶିବ । ଘୋଷା ।
ହସି ବଚନ କେବେ ଭାଷିବ ?
ଅସିତ- କେଶୀ ଦୁଃଖ ନାଶିବ,
ଋଷ ବସନା ସହୀ ! ଭାଷିଲେ ଥରେ ମୁହିଁ
ଆସି ବିବେକ ତାପ ଧ୍ୱଂସିବ ।୧।
ପୋଷିଲା ଜନ ଯେବେ ନାଶିବ,
ଋଷି ମୋହିନୀ ନିନ୍ଦା ଦିଶିବ ।
ମିଶି ମୋ ଅଙ୍କେ ଆସି ହସି ଅଳ୍ପେ ନ ଭାଷି
ବସିଲେ ମାର ଅହି ଦଂଶିବ ।୨।
ରସି ସୁରତେ ଯେବେ ରସିବ,
କଷିଲା ସ୍ମର କାଣ୍ଡ ଖସିବ ।
ପେଷି ହେଇଲି ଏଣୀ- ଦୃଶୀମୋ କଣ୍ଡ ଶ୍ରେଣୀ,
ପଶି କି କାମ ଭୂତ ଗ୍ରାସିବ ।୩।
ଦୋଷୀ ହୋଇଲ ଏହା ଭାଷିବ,
ଭୂଷି କରଜେ ଅଙ୍ଗ ଚଷିବ ।
ତୃଷିତ ମୁହିଁ ଚିର ନିଶୀ ଦିବସେ ବର-
ହାସୀ ବନମାଳୀକି ତୋଷିବ ।୪।
(ରାଗ- ଭୂପାଳ । ତାଳ- ଏକତାଳି)
ଗ୍ରାମ୍ୟ ରସ
(ନାୟକ ମେଲାଣି)
ଧନ ! ପକାଉଥିବୁଟି ମନେ ।
ମୋତେ ଶୟନେ ସ୍ୱପନେ । ଘୋଷା ।
ଯେଉଁ ପ୍ରତିଆଶ ଯେ କରି ନିରାଶ,
କାମିନୀ କାମ ସଦନେ ।୧।
ସଜ ପଦ୍ମ ଦେଖି ଭ୍ରମର ଛାଡ଼େ କି,
ତାର ଆଶା ମଧୂପାନେ ।୨।
ଚନ୍ଦ୍ରକୁଚକୋର ଚକୋରକୁ ଚନ୍ଦ୍ର,
ତୁମ୍ଭ ଅମ୍ଭ ପ୍ରୀତି ତେହ୍ନେ ।୩।
ବୋଲେ ବନମାଳୀ ଏ ରସରେ ଭାଳି
ପର୍ବଭାବ ଭାବି ମନେ ।୪।
(ରାଗ – କେଦାର । ତାଳ- ଏକତାଳି)
ଗ୍ରାମ୍ୟ ରସ
(ନାୟକ ଅନୁଚିନ୍ତା)
ଆହା ମୋର ରତିଲାଳସୀ,
ମନେପଡ଼େ ତୋର ଶ୍ରୀମୁଖଶଶୀ ।
ଦରଦର ହାସ ପୀୟୁଷ ପ୍ରକାଶ
କୁଞ୍ଚିତ ସୁନୀଳ- ଭ୍ରମର- କେଶୀ । ଘୋଷା ।
ଦିନେ ଚାନ୍ଦିନୀରେ ଚାନ୍ଦ ତଳରେ
ବସି ପରା ଧନ ମୋର କୋଳରେ ।
ତାମ୍ବୁଳ ଭୁଞ୍ଜାଇ ମାନସ ରଞ୍ଜାଇ
ବିହିଥିଲୁ ଚୁମ୍ବ ପରାଣ ତୋଷି ।୧।
ଶେଯେ ମଲ୍ଲୀ ଫୁଲ ବିଞ୍ଚିବା କଥା
ମନେ ପଡ଼ି ହୃଦେ ଦିଅଇ ବ୍ୟଥା ।
ତୋ ବୀଣା- ବଚନ ହେବାରୁ ସ୍ୱପନ
ମଦନ ଶାୟକ ମାରଇ ବସି ।୨।
ରଚନା ଅଳତା ମଣ୍ଡିଣ ଚିକୁରେ
ଦିନେ ଦେଖୁଥିଲୁ ମୁଖ ମୁକୁରରେ ।
ପୃଷ୍ଠଦେଶ ଥାଇ ଶୋଭା ଦେଖୁଥାଇଁ
ଦେଖି ପ୍ରତିବିମ୍ବ ଦେଲୁ ଯା ହସି ।୩।
ଦିନେ ଘନରାତି ପାହାନ୍ତି ଜାଣି
ସୁରତି ଆଶାରେ ଧଇଲି ଟାଣି,
ରବି ବିପରୀତ ତୋଷିଲୁ ଯେ ଚିତ୍ତ
ବନମାଳୀ ଚାଟୁ ପଦକେ ରସି ।୪।
ଗ୍ରାମ୍ୟ ରସ
(ନାୟିକା ଉକ୍ତି)
କାହାରେ କହିବି ସହୀ ! ମୋ ଅନ୍ତର ବାହାରେ ।
ଯାହାରେ କହିଲେ କେହି ନ ବୋଲିବେ ଆହାରେ । ଘୋଷା ।
ନାହାରେ କି ଦୋଷ କଲି ତେଜିଲେ ସେ ଯାହାରେ ।
ସାହାରେ ପଶିବି ନିଶ୍ଚେଁ ନ ପାଇଲେ ତାହାରେ ।୧।
ଆହାରେ ନାହିଁ ପୀରତି କ୍ଷିନ୍ନ ହେଲି ଚାହାଁରେ ।
ସାହାରେ ତୁ ଦେଲେ ଯିବି ଶରଣ ମୁଁ ତାହାରେ ।୨।
ବାହାରେ ପୂରିବ ସତେ ମୋ ଶ୍ରବଣ ଗୁହାରେ ।
ତାହାରେ ତେଜିଲି ମୁହିଁ ସବୁ ଆଶା- ବିହାରେ ।
ବାହାରେ ତେଜିଲି ମୁହିଁ ସବୁ ଆଶା- ବାହାରେ ।
ଗୁହାରେ ଯେ ଜାଣେ ପ୍ରୀତି ବନମାଳୀ ଜୂହାରେ ।୪।
(ରାଗ – ମୁଖାବୀ । ତାଳ- ଆଠତାଳି)
ଗ୍ରାମ୍ୟ ରସ
(ନାୟିକା ପ୍ରତି ସଖୀ ଉକ୍ତି)
ମୋତେ ଦିଗ ଦିଶେ ବଣା ରେ ସଜନୀ,
ମତ୍ତ ଦନ୍ତୀ ଗତି ଶୁଣି ନିବେଦନ୍ତି
ଏବେ ତ ଯାଉଛି ଶୁଣ ରେ । ଘୋଷା ।
ପରକାଶୁଁ ପ୍ରିୟ ଆସିବାର ସାତ
ବାର ଯାଇ ନାହିଁ ଗଣା ।
ନଳିନ- ଚରଣ କର ଧରି ତୋର
ମାଫ କର ନାହିଁ ଶୁଣାରେ ।୧।
ଗଣ୍ଡ ମଣ୍ଡଳରୁ ପାଣ୍ଡରତା ତୋର
ଦଣ୍ଡେ ହୋଇ ନାହିଁ ଊଣା ।
ବହିପାରୁ ନାହୁଁ ଶ୍ରୀଅଙ୍ଗେ ମୁକୁତା
ମାଳ ଯତ୍ନେ ରତ୍ନ- ଗୁଣା ରେ ।୨।
ଗାଇପାରୁ ନାହୁଁ ରସି ବଷେ ଗୀତ-
ମାନଙ୍କୁ ଧରିତ ବୀଣା ।
ହରିଣୀ – ଇକ୍ଷଣି । ଶୁଣି ନାହୁଁ ଶୁକ,
ଶରୀଙ୍କ ବୀଣା ପ୍ରବୀଣାରେ ।୩।
ପ୍ରିୟ ସଖାଙ୍କୁ କହୁଥିଲେ ନାୟକ
ଆହୁରି ଯିବି ପଟଣା ।
ରମଣୀ – ରତନ ଜାଣିପାରୁ ନାହୁଁ
ଦଇବର ବୁଝାମଣା ରେ ।୪।
ସେକାଳେ ସଜନୀ, ବାଣୀ ହେଲା ତାକୁ
ବିରହ- ବଦନ ଝୂଣା ।
ବନମାଳୀ ବୋଲେ, କଣ୍ଟତଟେ ପ୍ରାଣ
ରହି ବୁଜିଲା ଧୋଷଣା ରେ ।୬।
(ରାଗ – ତୋଡ଼ି । ତାଳ- ଏକତାଳି)
ଗ୍ରାମ୍ୟ ରସ
(ନାୟିକ ଉକ୍ତି)
ଏକାଳେ ଯା ପ୍ରାଣନାଥ ବିଦେଶେ ରହିଲେ ଗୋ,
ଅଭାଗିନୀ ଠାବେ କିମ୍ପା ନିର୍ଦ୍ଦୟା ବହିଲେ ଗୋ । ଘୋଷା ।
ଅବଧି ଦିନ ତ ବଳି- ଗଲାରି ପରାଣ ଆଳି,
ବିଷମ କାମ- ଅନଳେ ମୋ ହୃଦ ଦହିଲେ ଗୋ ।୧।
ପୁରୁଷ ଜାତି ଭମର, ପରାୟ ରୀତି ତାଙ୍କର
ଯାହା ହୁଏ ମନ ତାହା କି ହେବ କହିଲେ ଗୋ ।୨।
କରିଥିଲେ ଗଳାହାର ଏବେ କଲେ ଅନାଦର
କେମନ୍ତେ ଆପେ ବିଚ୍ଛେଦ ଯାତନା ସହିଲେ ଗୋ ? ।୩।
ଗୀତେ କହେ ବନମାଳୀ ପୂର୍ବଭାବ ଦେଲେ ଟାଳି,
ଏହା ହେବ ବୋଲି ଜାଣି ନଥିଲିପହିଲେ ଗୋ ।୪।
(ରାଗ – ନଳିନୀଗୈାଡ଼ା, ତାଳ – ଝୁଲା)
ଗ୍ରାମ୍ୟ ରସ
(ନାୟକ ଅନୁଚିନ୍ତା)
କଳାବତୀ ଖଞ୍ଜନାସୀ ଗୁରୁ ନିତମ୍ବିନୀ ।
ଘନକେଶୀ ଉରୁଶୋଭୀ ଚମ୍ପକବରନୀ ।
ଛାନ୍ଦ ପଠିନୀ ରେ ।୧।
ଜଳଜବାସିନୀ ଝୀନବାସନୀ ନବୀନା
ଟେକସ୍ତବା ଠଣମୁଖୀ ଡ଼ାଳିମ୍ବଦଶନା
ଢଗବଚନା ରେ ।୨।
ଅରଣାଧରୀ ତରୁଣୀମଣି ଥିର ଗତି ।
ଦରହାସୀ ଧୀରାହୀରା ନବ ରସବତୀ ।
ପ୍ରୀତି ମୂରତି ରେ ।୩।
ଫୁଲକୋମଳା ବିବିଧ ବିଳାସ ମଣ୍ଡନା ।
ଭାବମୟୀ ମୋତିଦନ୍ତୀ ଯଦି ଧୈର୍ଯ୍ୟଘେନା ।
ରସବର୍ଦ୍ଦନା ରେ ।୪।
ଲାବଣ୍ୟ ନିଧି ବଚିତ୍ର ବେଶ ମନୋହରା ।
ଶଚୀପତି ଶିରୀ ଦାୟୀ ସରଦର୍ପହରା ।
ସିଦ୍ଧି ପସରା ରେ ।୫।
ହାସମଞ୍ଜୁଳା ହୃଦୟା ତାପ ଧ୍ୱଂସକରା ।
କ୍ଷଣଦା କାନ୍ତ ତୁ ବନମାଳୀ ଦିନସରା ।
କ୍ଷମାନିଧାନୀ ରେ ।୬।
(ରାଗ- ଜୟନ୍ତ । ତାଳ- ଝୁଲା)
ଗ୍ରାମ୍ୟ ରସ
ସଙ୍ଗିନୀରେ, ମୋର ତୁଲେ ଆସ ।
କୁଞ୍ଜ ନିଳୟକୁ ଯିବି ସାରିଛି ସୁବେଶ । ଘୋଷା ।
ମୋ ଲାଗି କୁଞ୍ଜବିହାରୀ ବସିଥିବେ ଅନୁସରି,
ପରିରମ୍ଭକାଳେ ସହୀ, କରିବି ମୁଁ କିସ ? ।୧।
ମୁଁ ଯେ ନୂତନା ବାଳୀଶ, ନ ଜାଣେ କେଳିରସ,
ଡର ଲାଗୁଅଛି ମାତେ, ସେ ନ ଜାର ପୁରୁଷ ।୨।
ଆରମ୍ଭରେ ନିଧୂବନ, ବିହୁଁ ସେ ଗଣ୍ଡେ ଚୁମ୍ବନ,
ଲାଜରେ ତ ସଢ଼ିଯିବି ସେହି ଅବାକାଶ ।୩।
କହେ ଦାସ ବନମାଳୀ, ଶୁଣରେ ନବୀନା ବାଳୀ ।
ପକାଇଥିବୁଟି ପକ୍ଷ୍ମକବାଟୀ ଅବାଶ୍ୟ ।୪।
(ରାଗ – କାଫ, ତାଳ –ଏକତାଳି)
ମନଶିକ୍ଷା
ସାଧାରଣ ସିଦ୍ଧି ଲାଳସା
*ମନ ! ଆନରେ
ନ ରସି ହୁଅ ତୁ ସାବଧାନ ରେ । ଘୋଷା ।
ବିଷୟା- ବିଷକୁ ଗଦ ଭକ୍ତ ଜନ- ପ୍ରମୋଦୀ
ନର- ନନ୍ଦନ ପଦ ଗାନରେ ।୧।
ତ୍ୟଜ କୁସଙ୍ଗ ସଙ୍ଗ କୁମତି କ୍ଷଣଭଙ୍ଗ,
ତ୍ୟଜ ଶରୀରୁ ଅହଙ୍କାର ରେ ।୨।
ନେତ୍ରେ ନ ଦେଖ ଯାହା ସତ କି ମଣୁ ତାହା ?
ସ୍ୱପନ – ଧନ ପରି ଜାଣ ରେ ।୩।
ଏ ଯେଉଁ କଳେବର ହେନ ଅସ୍ଥିର ସ୍ଥିର,
ଭବସାଗରୁ ପାର ରେ ।୪।
ଧୀର ଶ୍ରୀ ବୀରବର ତୀର ମୁକୁଟ ଶିର,
ବୀର କିଶୋର ଦେବ ଗାନରେ ।୫।
(ରାଗ – ସାବେରୀ । ତାଳ- ଅଡ଼ତାଳି)
ମନଶିକ୍ଷା
(ଅବୋଧ ମନ ପ୍ରତି ଚୈତନ୍ୟ ଉପଦେଶ)
*ମନ ବାଇ !
ଛାଡ଼ି ନ ପାରୁକି ବିଷୟା ଗଞ୍ଜାନ୍ତି ରେ ? । ଘୋଷା ।
ଦାରା ପୁତ୍ର ପରିବାର ଯାବତ ବନ୍ଧୁ ସରୋବର,
ଧନ ରତ୍ନ ଲଙ୍କାର, ବାଡ଼ି ବୃତ୍ତି ସେ ତୋହର,
ସବୁ ମିଛ କିଛି ନେବୁ ନାହିଁରେ ।୧।
ଲାଗିଛି ମାୟାର ହାଟ କାରବାର ମୋହ ନାଟ,
ବେଳ ଥାଉଁ ଦେଖ ବାଟ, ତୋ ଚାରି ଦଉଡ଼ି କାଟ,
ଆଶ୍ରା ଧର ଦିବ୍ୟଗତି ପାଇଁରେ ? । ୩ ।
ନିଶୀ ଦିବସରେ ବୃଥା ଭ୍ରମାଇଁ ଦେଉଛୁ ମଥା
ଜଞ୍ଜାଳକୁ କରି ପୋଥା ଖାଉଛୁ ଜାୟାର ମୁଥା,
କେଉଁ ଲଭେ ଏ ସଂସାରେ ଥାଇ ରେ ? । ୩ ।
ଭାଷନ୍ତି ଧରଣୀଧବ ଶ୍ରୀ ବୀର କିଶୋର ଦେବ
ଚିନ୍ତିଣ ରାଧା ମାଧବ ଶ୍ରୀଗୁରୁ – ଚରଣ ସେବ,
ଅନୁସର ସାଧୁ କୃପା ଛାତରେ । ୪ ।
ମନଶିକ୍ଷା
(ଯୁଗଳ ଉପାସନା)
ଶ୍ରୀଗୁରୁ ବୈଷ୍ଣବେ ଶୁଦ୍ଧ ଭକତି ଅରଜରେ । ଘୋଷା ।
ଶିରେ ବୋଳି ହୁଅ ନିତ୍ୟେ ସାଧୁପଦ – ରଜ ।
ନ ଝୁଣ୍ଟିବୁ ମେଣ୍ଟିଯିବ ଅଙ୍ଗୁ ତୋ ଦରଜେ ରେ । ୧ ।
ବ୍ରଜ ଅପ୍ରାକୃତ ପ୍ରେମ ରସାର୍ଣ୍ଣବେ ମଜ୍ଜ ।
ଦମ୍ଭ ଅଭିମାନ ଗର୍ବ ସମ୍ବଳେ ବରଜେ ରେ । ୨ ।
ପୁଲକାଇ ଅପଘନ ହୋଇଣ ସଲ୍ଲଜ ।
ବାହୁ ତୋଳି ହରି ବୋଲି ତରଜି ଗରଜ ରେ । ୩ ।
ଭଣିଲେ ଧୀର ଶ୍ରୀ ବୀର ଗଜପତି ରାଜ ।
ଧ୍ୟାନ କରି ଶ୍ରୀ ଯୁଗଳ – ଚରଣ – ସରୋଜ ରେ । ୪।
(ରାଗ – ଶଙ୍କରଭରଣ । ତାଳ – ଏକତାଳ, ଝୁଲା)
ମନଶିକ୍ଷା
ଜଗତଟି ଯାକ ହରିମୟ ମନ
ଦେଖୁଥାଅ ନୟନ ଭରି ।
ସ୍ଥାବର ଜଙ୍ଗମ ସର୍ବତ୍ରଙ୍କ ମନ
ଭାବରେ ଅଛନ୍ତି ପରି ରେ,
ହରିବିନା ସ୍ଥାନ ନାହିଁ,
ହରି ଏକା ସବୁରି ଗୋସାଇଁ ରେ । ୧ ।
ସର୍ବ ଅନ୍ତର୍ଯାମୀ ବ୍ରହ୍ମାଣ୍ଡର ସ୍ୱାମୀ
ପୂର୍ଣ୍ଣାନନ୍ଦ ସନାତନ ।
ପରମ ଗୁପତେ ବିରାଜନ୍ତି ନିତ୍ୟେ
ଅଖିଳ ବିଶ୍ୱମୋହନ ରେ ।
ଭକ୍ତ ଭାବରେ ସେ ଭୋଳା,
ଶ୍ୱେତ ଅମଳ କମଳ ଡୋଳାରେ । ୨ ।
ଜଳେ ସ୍ଥଳେ ବ୍ୟୋମେ ମହାମନୋରମେ
ପ୍ରକାଶନ୍ତି ଜ୍ୟୋତିରାଶି ।
ସ୍ୱର୍ଗ ମର୍ତ୍ତସ୍ଥଳ ସହିତେ ପାତାଳ
ଏକା ସେହି ଶ୍ରୀନିବାସୀ ରେ ।
ତାଙ୍କୁ ଦିବ୍ୟ ନେତ୍ରେ ଅନା ।
ହରିପ୍ରେମେ ପୂରା ଅକାମନାରେ । ୩ ।
ପ୍ରାଣ ସହିତରେ ଦେହକୁ ସମପ
ଅଭୟ ପଙ୍କଜ ପଦେ
କର ତୁ କୀର୍ତ୍ତନ ସଦା ହରିଗୁଣ,
ନ ପଡ଼ିବୁଟି ବିପଦରେ ।
ବନମାଳୀ ଦାସେ ଭଣେ ।
ଭ୍ରମ ହୁଅନା ସଂସାର – ବଣେରେ । ୪ ।
(ରାଗ – ଦୀର୍ଘ ବଙ୍ଗଳାଶ୍ରୀ । ତାଳ - ଝୁଲା)
ମନଃଶିକ୍ଷା
ମାନସ ! ଘେନ ହିତ ବାଣୀକି ।
ଆନନ୍ଦେ ଭଜ ଶ୍ରୀ ବଂଶୀ ପାଣିଙ୍କ । ଘୋଷା ।
ମାନକିନୀ ଗୁରୁଦତ୍ତ ଆଦେଶ ।
ଆନସଙ୍ଗତିକ ଦୂରେ ନିବେଶ । ୧ ।
ପାନକରି ସଦା ଶ୍ରୀନାମାମୃତ ।
ଗାନକର ରାଧାକୃଷ୍ଣ ଚରିତ । ୨ ।
ମାନବ ଅମାନୀ ନିରଭିମାନେ ।
ଧ୍ୟାନରତ ହୁଅ ତୁ ସାବଧାନେ । ୩ ।
ତାନମାନେ କରତାଳି ବଜାଇ ।
ବନମାଳୀ ନାଚୁ ଲଜ୍ଜା ହଜାଇ । ୪ ।
(ରାଗ – ପୁନ୍ନାଗ । ତାଳ - ଝୁଲା)
ମନଃଶିକ୍ଷା
ମନଃ ! ବାଇଆ ରାଜା ।
ବଣା ହୋଇ ତୁ ଅଣ ପଥରେ ନ ଯା । ଘୋଷା ।
ଅକାରଣେ ନ ରସିଅନିତ୍ୟ ଧନେ ।
ପକାଅ ଦିବ୍ୟଦୃଷ୍ଟି ଚକାନୟନେ । ୧ ।
ରତନ ସଂହାସନେ ଚତୁର୍ଦ୍ଧାମୂର୍ତ୍ତି ।
ଯତନ କେମନ୍ତେ ସେ ଶୋଭା ଆକତି । ୨ ।
ତ୍ରିଧୂପ ପଞ୍ଚ ଅବକାଶ ଯା କରେ ।
ଦର୍ଶନ କରୁଥାଅ କୋରକ କରେ । ୩ ।
ଜୟ ଜଗତନାଥ ବୋଲି ବଦନେ ।
କୀର୍ତ୍ତନ କରି ପ୍ରମାନନ୍ଦ ବର୍ଦ୍ଧନେ । ୪ ।
ଆମରଣ ତୋ ଗାତି କମଳାସାଇଁ ।
ଭଜନୁ ଅପସରି ରହୁ କିମ୍ପାଇ । ୪ ।
ବୋଳଇ ବନମାଳୀଛାଡ଼ି ଅଳସ ।
ଅଭୟ ପାଦପଦ୍ମେ ଶରଣ ପଶ । ୭ ।
(ରାଗ – କଲ୍ୟାଣୀ । ତାଳ – ଝୂଲା)
ମନଃଶିକ୍ଷା
ଭଜମନ ! ଆରେ ଭଜମନ !
ଭକ୍ତବାନ୍ଧବ ଦରିଦ୍ର ପ୍ରାଣଧନ । ଘୋଷା ।
ଭଜନେ ନ କର ଅବହେଳା,
ଭବ ସାଗରେ ବୁଡ଼ାନା ଭେଳା,
ଭାସ୍ୱରନନ୍ଦନ ନ କରୁ ବନ୍ଧ ଭାବଗ୍ରାହୀ
ପଦେ ଲୟ ମେଳା । ୧ ।
ଭୟଙ୍କର କାଳ କବଳରୁ ଉବୁରିବୁ ଯେବେ ଇଚ୍ଛା କରୁ,
ଭବବନ୍ଦନୀୟ ନୀଳାଦ୍ରୀ ନିଳୟନାଥଙ୍କୁ କିମ୍ପା ନ ଅନୁସରୁ ।
ଭୁବନେକ ବନ୍ଧୁଭକ୍ତିରଙ୍କା ଭାବ ଭୋଳେ ତାଙ୍କୁ ଡକାପକା,
ଭରସା ଥାଉଁ ତୋ ଏମନ୍ତ, କି ଛାର ଶମନେ କରୁ ଶଙ୍କା ।୩।
ଭୋଜନ ଆଚ୍ଛାଦନକୁ ତୁହି ଚିନ୍ତାକରୁ ବୃଥାକାହିଁ ପାଇଁ,
ଭରିଦେବ ଯେ ଅମୃତ ରସାବଳୀ କ୍ଷମା ଅନୁପାର ରମାସାଇଁ । ୪ ।
ଭାବବିନୋଦିଆ ବିଶ୍ୱମ୍ବର, ଭୂଜତଳକୁ ଆଶ୍ରୟ କର,
ଭଣେ ବନମାଳୀ ପାଦପଦ୍ମ, ଭାଳି ପ୍ରେମାନନ୍ଦ ଦିନକାଳ ହର । ୫ ।
(ରାଗ – ଭାଟିଆରୀ । ତାଳ - ଏକତାଳି)
ମନଃଶିକ୍ଷା
ଯତନେ ଶ୍ରୀ ଜଗବନ୍ଧୁ ନାମ
ଭଜରେ ପାଗଳ ମନ ।
ଯମଦଣ୍ଡରୁ ତୁ ମୁକୁଳି ଯିବୁଟି
ଅନ୍ତକାଳେ ନୋହି ଛନ୍ନ । ପଦା
ଯାବତ ଜୀବନ ପିଣ୍ଡେଥିବାଯାକ
କରୁଥା ହରି କୀର୍ତ୍ତନ ।
ଯଦୁକୂଳ ଚନ୍ଦ୍ର ସଦ- ହୋଇଥିବେ
ନ ହୋଇବୁ କଦର୍ଥନ । ୧ ।
ଯଶୋଦାନନ୍ଦନ ଦେବାଦିବଦନ
ଦୟାଳୁ ଜଗନ୍ମୋହନ ।
ଯାମଳାଭଞ୍ଜନ, ଭକତରଞ୍ଜନ,
କରିବେ ଦୁଃଖ ମୋଚନ । ୨।
ଯେତେ ଯା ଅର୍ଜିଛୁ ଆଜନ୍ମ ପାତକ
ଜାଣି ନ ଜାଣି ରେ ମନ ।
ଭଜୁଥିଲେ ହରି ତୁଳା ଗିରିପରି,
ସକଳ ହେବ ଦହନ । ୩ ।
ଯୋଗାରୁଡ଼ ହରି ଯାହାଙ୍କ କିଙ୍କର
ସେ ପ୍ରଭୁ ଥିଲେ ପ୍ରସନ୍ନ ।
କି ଛାର କଷଣ ବାଧିବଟି ଆଉ,
କହେ ବନମାଳୀ ଦୀନ । ୪ ।
(ରାଗ – ବଙ୍ଗଳାଶ୍ରୀ । ତାଳ - ଝୁଲା)
ମନଃଶିକ୍ଷା
ଆରେ ମୂଢ଼ – ମନ ! ସଦା ପାନକର ନାମରସାୟନ । ଘୋଷା ।
ଘୁଞ୍ଚିଯିବା ପାଇଁ ଭବବ୍ୟାଧି ହରିନାମ ମହୌଷଧି,
ତ୍ରିତାପ ଯନ୍ତ୍ରଣା ହୋଇଯିବ ଊଣା କରୁଥିଲେ
ନିତ୍ୟେ ତୁ ସେବନ ।
ଶ୍ରୀଗୁରୁ ବୈଷ୍ଣବ ବୈଦ୍ୟରାଜ ପଦାବ୍ରଜ
ଆଶ୍ରିତେ ହେବୁ ଭଜ,
ଦମ୍ଭ ଅଭିମାନ କରି ବରଜନ,
ହଟାଅ ଦେହୁଁ ଆଜନ୍ମ ରୁଜ । ୨ ।
ଅନ୍ୟ ଅଭିଳାଷ କୁଟିକାଟି ମିଥ୍ୟା ପ୍ରବଞ୍ଚନା ପକା କାଟି,
ମହାଜନ ପଥେ ଅନୁରତ ହୋଇ
ସଧୁସଙ୍ଗେ ବଳା ଶରଧାଟି । ୩ ।
ବେଳହୁଁ ତୁ ହୁଅ ସାବଧାନ ଗ୍ରମ ଗୀତେ ନ ନିବେଶ କାନ,
ହୃଷୀକେ ଗୋବିନ୍ଦ ସେବାକାର ଭଲେ ଦୃଢ଼ ନୋହୁଁଆନ
ସ୍ୱେଦ ଅଶ୍ରୁକମ୍ପ ପୁଲକରେ ଖଣ୍ଡ ମଣ୍ଡି ପ୍ରେମାନନ୍ଦ ଭରେ,
ହରିଗୁଣଗାଥା ଗାଅ ତୁସର୍ବଥା କହେ ବନମାଳୀ ତୋ ହିତରେ । ୫ ।
(ରାଗ – ଭାଟିଆରୀ । ତାଳ - ଆଠତାଳି)
ମନଃଶିକ୍ଷା
ଭଜ ଶ୍ରୀନନ୍ଦନରେ ମାନସ ! ଭଜ ଶ୍ରୀନନ୍ଦନନ୍ଦନ ।
ସଞ୍ଜକଞ୍ଜନେତ୍ରେ ଧୃତବେଣୁବେତ୍ର ଗୋପୀଙ୍କ ହୃଦଚନ୍ଦନ । ପଦ ।
ଗଜରାଜ ନିସ୍ତାରଣ ବାନା ଯାର ଉଡ଼େ ଚଉଦ ଭୂବନ,
ସଜହୋଇ ବସିଛନ୍ତି ସଂହାସନେ କରିବା ପାଇଁ ପାବନ । ୧ ।
ଆଜ ଭକଶେଷ ଅମରବୃନ୍ଦଙ୍କ ବନ୍ଦନୀୟ ଯେ ଆପଣ
ଓଜଶୀଳ ବୋଲି ବାଜଇ ବାଜଣା ଯାହାଙ୍କ ଠାକୁର ପଣ । ୨ ।
ମଜ୍ଜ ଅନୁକ୍ଷଣ ତାହାଙ୍କ ଭାବରେ ହୋଇ ନ ଯାଏ ଅକାରଣେ ।
ରଜନୀ ଦିବସ ହରି ହରି ଘୋଷ ଶ୍ରୀପଦେ ଘେନି ଶରଣ । ୩ ।
ଉଜ୍ଜ୍ୱଳ ରସ ବିଗ୍ରହ ଅନୁଗ୍ରହ କରିବେ ନୋହି କୃପଣ ।
ସ୍ୱଜନ ବୋଲିଣ ଦେବେ ଆଲିଙ୍ଗନ ବ୍ରଜବନ ଉଦ୍ଧାରଣ । ୪ ।
ଆଜନ୍ମ ପାତକ ମାର୍ଜ୍ଜନ କରାଅ ସେବି ଯୁଗଳ ଚରଣ ।
ବନମାଳୀ ଦାସ ନ ହେଉ ନିରାଶ ଆଚରି ଅନୁସରଣ । ୫ ।
(ରାଗ – ତୋଡ଼ି । ତାଳ - ଆଡ଼ତାଳି)
ମନଃଶିକ୍ଷା
ଷଟ୍ ପଦ ମତି ମନ ।
ଜାଣି ଶୁଣି ଆପେ ହୋଇ ନ ଯା ତୁ ଉଚ୍ଛନ୍ନ ! ପଦ ।
ଆରେ ମନ- ମଧୂ କର ଏକି ତୋର ଭ୍ରମ ?
ବିଷୟ ମଧୁ ଟୋପାକୁ କରୁ ବୃଥା ଶ୍ରମ ॥