ଅନାଦି ସଂହିତା — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିପ୍ରଥମ ଅଧ୍ୟାୟ
ଅଲେଖ ଅବ୍ୟୟ ଶୂନ୍ୟ ଅଶ୍ରୁତି ପରମପଦଂ ।ଅକୁଳ ଅମୂଳ ନାମ ଅନାଦିବ୍ରହ୍ମ ଉଚ୍ୟେତେ ॥
ଠୁଳଶୂନ୍ୟ ଚିଦାନନ୍ଦଂ ଜ୍ୟୋତିରୁପମୟବ୍ରହ୍ମ ।ଅଚିନ୍ତ୍ୟ ପୁରୁଷସ୍ୱାମୀ ଶରଣଂ ପାଦଙ୍କଜେ ॥
ନମସ୍ତେ ଅଣାକାରବ୍ରହ୍ମ ।ଅଶେଷ ଜ୍ୟୋତିର୍ମୟ ବ୍ରହ୍ମ ॥
ଅଖଣ୍ଡ ଅଣାକାର ଯେହି ।ଅବର୍ଣ୍ଣ ବ୍ରହ୍ମରୂପ ସେହି ॥
ଅନନ୍ତ ବୈକୁଣ୍ଠ କରତା ।ଅଣନିଷ୍କାମ ଫଳଦାତା ॥
ଅଦେହବନ୍ତ ଦେହମୂର୍ତ୍ତି ।ଅଜମା ଅରୂପ ଵିଭୂତି ॥
ଅଣଶୂନ୍ୟରେ ଯାର ବାସ ।ଅଣପବିତ୍ର ବ୍ରହ୍ମରସ ॥
ଅଣଉଦୟେ ଯାର ଭକ୍ତି ।ଅଣଭଗତ ମୋକ୍ଷ ଶସୀ ॥
ସେ ପ୍ରଭୁ ପାଦେ କରି ଆଶ ।ଭଣେ ଅଚ୍ୟୁତ ବ୍ରହ୍ମ ଦାସ ॥
ସୁଜ୍ଞାନୀ ସାଧୁ ପାଦଧୂଳି ।ନିରତେ ପଡୁ ମୋର ॥
ସତ୍ୟ ତ୍ରେତୟା ଯେ ଦ୍ୱାରର ।କଳି ଆଦ୍ୟ ଯୁଗ ପ୍ରଚାର ॥
ଏ ଯୁଗେ ଏକସ୍ତରିଭାଗ ।ମନ୍ତ୍ରପ୍ରମାଣେ କଲେ ଯୋଗ ॥
ଏ ମନୁମଧ୍ୟେ ବୟାଳିଶ ।ଅବତାର ଯେ ବିଶ୍ୱବାସ ॥
ସକଳ ଅବତାରେ ସାର ।ଯେ ରୂପ ରୁଦ୍ଧ ଅବତାର ॥
ସକଳ ଶାହାସ୍ତ୍ରେ ଅଜ୍ଞାତ ।ଏ ଚାରି ବେଦକୁ ଗୁପତ ॥
ତତ୍ତ୍ୱଦରଶି ଜନ ଯେତେ ।ସର ଗୋଚର କରି ଚିତ୍ତେ ॥
ଅଜ୍ଞାନୀ ଜନମୂତ ନର ।ତାହାକୁ ନକରି ଗୋଚର ॥
ନ୍ତ୍ରିତାପ ଜ୍ୱରେ ହୋଇ ବନ୍ଦ ।ଏ କଳିଯୁଗେ ତମେ ବନ୍ଦି ॥
ସେ ଯେ ଅରୂପାନନ୍ଦ ବ୍ରହ୍ମ ।ଅଲେଖ ଅନ୍ତର୍ଯ୍ୟାମୀ ନାମ ॥
ଏ କଳିଯୁଗେ ଅବତାର ।ମହିମା ଜଗତେ ପ୍ରଚାର ॥
ମର୍ତ୍ତ୍ୟଭକ୍ତକୁ କରି ଠାବ ।ଧର୍ମ ପ୍ରକାଶିଲେ ଦୁର୍ଲଭ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
୧୩
ବ୍ରହ୍ମାଦିନ୍ତ୍ରି ଦେବଙ୍କୁ ଗୁପ୍ତ ।ଦୈବ ଦେବତାଦି ଅଜ୍ଞାତ ॥
ସର୍ବେ ଦେଖିଣ ଆଚମ୍ବିତ ।ମର୍ତ୍ତ୍ୟରେ ମହିମା ଭଗତ ॥
ନିଷ୍କାମ ଲୀଳାର ସଙ୍ଗୀତ ।କରନ୍ତି ଅନାଦି ଅବ୍ଧୃତ ॥
ଭୃତ୍ୟଜନଙ୍କୁ କରି ମେଳ ।ନିର୍ବେଦ ଉପୁଜାଇ ଖେଳ ॥
ସପ୍ତ ବ୍ରହ୍ମାଣ୍ଡେ ସାତ ବାର ।ବୁଲି ଦିଅନ୍ତି ଧର୍ମଧର ॥
ବାଛି ଘେନିଲେ ସିଦ୍ଧଅଙ୍ଗୀ ।ମୂର୍ତ୍ତିପାଷାଣ ଦେଲେ ଫିଙ୍ଗି ॥
ବ୍ରହ୍ମାଣ୍ଡ ପ୍ରଦକ୍ଷିଣ କରି ।ବିଶ୍ରାମ କପିଳାସ ଗିରି ॥
ଜାଣିଲେ କପିଳାବାସୀ ।ପ୍ରଭୁଙ୍କୁ ସମାର୍ଜ୍ଜିଲେ ଆସି ॥
ଶ୍ରୀପାଦ କରିଣ ଦର୍ଶନ ।ନିବେଶ ଚିତ୍ତ ସମାଧାନ ॥
ଅନେକ ଜନ୍ମେ କରି ଭକ୍ତି ।ଆକୁଳେ ପଦ୍ମପାଦେ ସ୍ତୁତି ॥
ଉଠି କପୋଳେ ଯୋଡ଼ି ପାଣି ।ବଦନୁ ନ ସ୍ଫୁରଇ ବାଣୀ ॥
ସେ ମହାଦେବ ଭକ୍ତି ଦେଖି ।କୋପେ ବୋଲନ୍ତି ପଦ୍ମ ଅଖି ॥
ନ ସରା ଯୋଗୀ ଯୋଗେଶ୍ୱର ।କି ହେଲା ବ୍ରହ୍ମାଣ୍ଡ ମୋହର ॥
ଆମର ନାହିଁ ଚିନ୍ତା ।କାମିନୀ ସଙ୍ଗେ ହେଲୁ ମତା ॥
କରିଥିଲୁ ବି ତୁମ୍ଭଙ୍କୁ ।ବିଚାର ନ ଯୋଗା ଏଥକୁ ॥
ହୋଇଥିଲେ ବସି ।ବ୍ରହ୍ମାଣ୍ଡ ଯାଉଅଛି ଭାସି ॥
ଯା ବିଳମ୍ବ ନ କର ।ମର୍ତ୍ତ୍ୟରେ ହୁଅ ପରିଚାର ॥
ଭକତି ଧର ଟେକି ।ସ୍ୱକାମ କର୍ମକୁ ଉପେକ୍ଷି ॥
ଅନନ୍ତ କୋଟି ସାଧୁଗଣ ।ଦେଖ ଯା ହୋଇଛନ୍ତି ଜନ୍ମ ॥
ବ୍ରହ୍ମାଣ୍ଡେ ଫେରିଲେଣି ଥୋକେ ।ଆମ୍ଭେ ବିଶ୍ରାମୁଅଛୁ ଏକେ ॥
ଧ୍ୟାନେ ନିରୋପି ଚିହ୍ନ ତାଙ୍କୁ ।କହିବା ନ ଯୋଗାଏ ୟାଙ୍କୁ ॥
ଶୁଣି ନହେଣ ଧ୍ୟାନ ରହି ।ଚିହ୍ନିଲେ ସର୍ବ ଭକ୍ତି କହି ॥
ନୟନୁ ବହେ ପ୍ରେତନୀର ।ପଡ଼ିଲେ ଶ୍ରୀଗୁରୁ ପୟର ॥
ସ୍ତୁତି ପଠନେ ମନୁଧ୍ୟାନେ ।ଷୋଡ଼ଶ ପୂଜାର ବିଧାନେ ॥
ସପ୍ତାଙ୍ଗେ କରିଣ ଦର୍ଶନ ।ଶ୍ରୀପାଦ ରେଣୁ କରି ପାନ ॥
ଶୁଣି ବୋଲନ୍ତି ବ୍ରହ୍ମରାଶି ।ଶ୍ରୀ ମହାଦେବ ବେଗେ ଆସି ॥
ମର୍ତ୍ତ୍ୟରେ ଯାଇ ହୁଅ ଜନ୍ମ ।ରହୁ ସେ ବ୍ରହ୍ମାଣ୍ଡର ଧର୍ମ ॥
ନ ଯାଇ ଯେବେ ଦେବୁ ଦୋଷୀ ।ଥାଅ ଏ କଇଳାସେ ଚସି ॥
ଏମନ୍ତ କହି ପରଂବ୍ରହ୍ମ ।ସେଠାରୁ ହେଲେ ଅନ୍ତର୍ଦ୍ଧାନ ॥
ଶିବ ଯେ ନିଜପୁର ଗଲେ ।ଶୁଣ ଯେ ଏଥୁ ଅନନ୍ତରେ ॥
ଦେଖି ମହେଶ ଚ୍ଛନ୍ନ ଚିତ୍ତ ।ବୋଲେ ଭବାନୀ ଯୋଡ଼ିହସ୍ତ ॥
ଭୋଦେବ ବିଶ୍ୱନାଥ ହର ।କିପାଇଁ ହୃଦୟ ଆତୁର ॥
ମୋତେ ଲାଗୁଛି ବଡ଼ଧନ୍ଦା ।କହି ଫିଟାଅ ମନୁ ବାଧା ॥
କି ବିପରୀତ କଥା ଏହି ।ଫେଡ଼ିଣ କହ ଶୂଳସାଇଁ ॥
ଭବାନୀ ବିନୟ ବଚନ ।ଶୁଣି କହନ୍ତି ନ୍ତ୍ରିଲୋଚନ ॥
ଶୁଣ ଗୋ ଆଦି ପୂର୍ଣ୍ଣେଶ୍ୱରୀ ।ପ୍ରବୁଦ୍ଧ ବୁଦ୍ଧରୂପ ଧରି ॥
ପ୍ରକାଶ ଅଲେଖ ଗୋସାଇଁ ।ଦେଖି ଅଇଲୁଁ ନେନ୍ତ୍ର ଫେଇ ॥
ଚୈାଷଠି ସିଦ୍ଧ ସାଧୁଗଣ ।ମର୍ତ୍ତ୍ୟରେ ହୋଇଲେଣି ଜନ୍ମ ॥
ନଉ ମୂରତି ବାନା ପାଇ ।ବ୍ରହ୍ମାଣ୍ଡେ ବୁଲିଲେଣି ସେହି ॥
ଆବର ସର୍ବେ ଗୃହବାସୀ ।ନିକଟେ ହୋଇବେ ସନ୍ନ୍ୟାସୀ ॥
ଦେଖିଳି ଧ୍ୟାନଯୋଗବଳେ ।ସମସ୍ତ ଭକ୍ତଙ୍କୁ ନିଶ୍ଚଳେ ॥
ବିଷ୍ଣୁ ସହିତେ ସୁର ଦେବା ।କଲେଣି ଗୁରୁପାଦେ ସେବା ॥
ହୋଇଚ କଳି ପାପ ନାଶ ।ସତ୍ୟ ହୋଇବ ପରକାଶ ॥
ବିଖ୍ୟାତହେଲା ବ୍ରହ୍ମଜ୍ଞାନ ।ନିକଟେ ହେବ ଲୀଳା ପୂର୍ଣ୍ଣ ॥
ଆମ୍ଭେ ଗୋ ଚାଲ ବେଗେ ଯିବା ।ମର୍ତ୍ତ୍ୟରେ ଜନମ ହୋଇବା ॥
ଗୁରୁ ଚରଣେ ହେବା ଭକ୍ତ ।ନିଷ୍କାମ ଧର୍ମେ ହେବା ରତ ॥
ଖଣ୍ଡିବା କୋଟିଜନ୍ମ ଦୁଃଖ ।ସେ ଦିବା ଅନାଦି ଅଲେଖ ॥
ଭକତଗଣ ମେଳେ ରହି ।ତୁଣ୍ଡେ ମହିମା ଗୁର ଗାଇ ॥
ଇଚ୍ଛା ହୋଇଲେ ଆସ ତୁମ୍ଭେ ।ନୋହିଲେ ଯାଉଅଛୁ ଆମ୍ଭେ ॥
ଏମନ୍ତେ ମହେଶ ବଚନ ।ଶୁଣି ଭବାନୀ ଖେଦମନ ॥
ପତିର ବେନିସାଦ ଧରି ।ବେନିନୟନୁ ବହେ ବାରି ॥
ବୋଲଇ କାକୁସ୍ତ ବଚନ ।ଶୁଣ ହୋ ପ୍ରଭୁ ନ୍ତ୍ରିଲୋଚନ ॥
ମୁଁ ତୁମ୍ଭ ଜନ୍ମଜନ୍ମ ଭୃତ୍ୟ ।ମୋତେ ଉପେକ୍ଷି ଯିବ ନାଥ ॥
ଭୋ ସ୍ୱାମୀ ମୋତେ ଦୟାକର ।ଶ୍ରୀପାଦେ ଶରଣ ମୋହର ॥
କହିବା ଗୁପ୍ତ ଜ୍ଞାନ ଫେଇ ।ସେ ପ୍ରଭୁ ଅଲେଖ ଗୋସାଇଁ ॥
କାହିଁ କିରୂପେ ଅବତରି ।ଜଗତଜନ ସଙ୍ଗେ ଧରି ॥
ଅରୂପବ୍ରହ୍ମ ଅଣାକାର ।କଳିଯୁଗରେ ଅବତାର ॥
ଯାହାର ରୂପ ରେଖ ନାହିଁ ।କିପାଁ ହୋଇଲେ ନର ଦେହୀ ॥
କି ପୁନ୍ୟ କରିଥିଲା କଳି ।ଏ ଯୁଗେ ଭକ୍ତହେଲେ ମେଳି ॥
ବେଦ ଶାହାସ୍ତ୍ରେ ଶୁଣି ନାହିଁ ।ମହା ଅଦ୍ଭୁତ ସେ ଅଟଇ ॥
ପରମବ୍ରହ୍ମ ବିଜେ ମର୍ତ୍ତ୍ୟେ ।ଏ ବଡ଼ ସଂଶୟ ମୋ ଚିତ୍ତେ ॥
ଫେଡ଼ି କହିବ ଦେବସ୍ୱାମୀ ।କହେ ଈଶ୍ୱର ପାଦେ ନମି ॥
ପାର୍ବତୀ ବିନୟ ଦେଖିଣ ।ଧ୍ୟାନେ ବସିଣ ନ୍ତ୍ରିଲୋଚନ ॥
କହେ ଅଚ୍ୟୁତ ବ୍ରଜ ଦାସ ।ଅନାଦି ସ୍ୱାମୀ ଉପଦେଶ ॥
ଭୋ ସ୍ୱାମୀ ଜାଣନ୍ତି ଏ ଭାବ ।କୋଟି ବ୍ରହ୍ମାଣ୍ଡେ ଏ ଦୁର୍ଲଭ ॥
ପ୍ରକାଶ କରୁଅଛି ତେଣୁ ।ମୋତେ ପ୍ରସନ୍ନ ହେଲେଯେଣୁ ॥
ମୋଦୋଷ ନ ଧରିବ କେହି ।ଶ୍ରୀଗୁରୁ ଛନ୍ତି ଆଜ୍ଞା ଦେଇ ॥
ସେ ପ୍ରଭୁପାଦେ କରି ଆଶ ।ଜନ୍ମ ଜନ୍ମାନ୍ତେ ମୁହିଁ ଦାସ ॥
ଅନାଦିସ୍ୱାମିଙ୍କ ଚରଣ ।ଶରଣମାଗେ ଅନୁକ୍ଷଣ ॥
ଇତି ଶ୍ରୀ ଅନାଦିସହିତାୟାଂ ସୁଜନଜନହିତାୟାଂଈଶ୍ୱର ପର୍ବତସମ୍ବାଦେ ଗୁପ୍ତଧର୍ମ ପ୍ରକାଶ କଥନଂନାମ ପ୍ରଥମୋଽଧ୍ୟାୟଃ ।
ଦ୍ୱିତୀୟ ଅଧ୍ୟାୟ
ଗୁରୁପାଦେ କରି ଧ୍ୟାନ ।ପ୍ରେମରେ ବୁଜିଲେ ନୟନ ॥
ବୋଲନ୍ତି ଶିବ ଶୁଣ ସତୀ ।ଏ ମହାଗୁପତ ଭାରତୀ ॥
ତୁ ଯେଣୁ ଆମ୍ଭ ପ୍ରିୟତମା ।ତେଣୁ କହିଲୁ ତୋତେ ବାମା ॥
ଅରୂପ ଅଣାକାର ବହୁ ।କିତୁ ଯେ ହୋଇଲେ ଜନମ ॥
କୋଟି ବ୍ରହ୍ମାଣ୍ଡ ନାଶଗଲା ।ଶ୍ରୀବତ୍ସ ବ୍ରାହ୍ମଣ କହିଲା ॥
ସେ ଯେ ଶ୍ରୀବତ୍ସ ଦ୍ୱଜଗୋଟି ।ଷୋଳ ବ୍ରହ୍ମରେ ଗଣନାଟି ॥
ନୀଳାଚଳରେ ଦାରୁ ବ୍ରହ୍ମ ।ଯେବେଳେ ହୋଇଲେ ସ୍ଥାପନ ॥
ତେତିଶକୋଟି ଦିଗପାଳେ ।ମିଳି ଯେ ଥିଲେ ନୀଳାଚଳେ ॥
ଆନନ୍ଦହୋଇ ତହିଁ ମିଳି ।ଯେ ଯାହା ଭୁବନକୁ ଚଳି ॥
ସେହୁ ଶ୍ରୀବତ୍ସ ଦ୍ୱିଜଗୋଟି ।ଗୁପତେ ଭ୍ରମି ନବ ସୃଷ୍ଟି ॥
ଅନ୍ୟାୟ ଦେଖି ଏ କଳିର ।କହିଲେ ଶ୍ରୀଗୁରୁ ଛାମୁର ॥
ଜାଣିଲେ ବ୍ରହ୍ମପୁର ବାସୀ ।ପ୍ରଳୟ ବିଷ୍ଣୁଙ୍କୁ ଆଶ୍ୱାସି ॥
ପ୍ରବୋଧି କହିଲେ ତାହାଙ୍କୁ ।ତୁ ବେଗେ ଯାଅମି ମର୍ତ୍ତ୍ୟକୁ ॥
ଏ ଆମ୍ଭ ଆଜ୍ଞା ଘେନିଯାଅ ।ମୃତ୍ୟୁମଣ୍ଡଳେ ଜାତ ହୁଅ ॥
ଆମ୍ଭ ମହିମା ବର୍ଣ୍ଣଗୋଟି ।ପ୍ରକାଶ କର ନବ ସୃଷ୍ଟି ॥
ହୋଇବୁ ଆମ୍ଭେ ଅବତାର ।ନିଶ୍ଚୟ ଏ ଯୁଗ ଶେଷରେ ॥
ଏମନ୍ତ କହି ବ୍ରହ୍ମରାଶି ।ମର୍ତ୍ତ୍ୟକୁ ଗୋସ୍ୱାମିକୁ ପେଷି ॥
କ୍ଷେନ୍ତ୍ରେ ହେଲେ ସବୁ ଜନମ ।ନାମ ତା ଶ୍ରୀଧର ବ୍ରାହ୍ମଣ ॥
ରଚିଲେ ଗୁପତ ଆଗତ ।ସେହୁ ଅଲେଖ ସ୍ୱାମୀଭୃତ୍ୟ ॥
ଏବେ ହୋ ଶୁଣ ମାହେଶ୍ୱରୀ ।କହିବା ଗୁପତ ବିସ୍ତାରି ॥
ପାପରେ ଯୁଗ ହେଲା ନାଶ ।ଅଳପଭୋଗେ ହେଲା ଶେଷ ॥
ନିକଟ ଆସି ହେଲା ଯହୁଁ ।ପ୍ରଭୁ ବିଜୟ କଲେ ତହୁ ॥
ଅଣଶୂନ୍ୟଟି ବାହୁ କଳା ।ଅଣ ଉର୍ଦ୍ଧ୍ୱରେ ସମ୍ଭାଇଲା ॥
ଅଣଅକ୍ଷରେ ହେଲା ଲୀନ ।ଅଣ ଉଦ୍ଭଦେ ଜନ୍ମେଫେନ ॥
ଅଣମଣ୍ଡଳେ ହେଲେ ସ୍ଥିତ ।ଐଶ୍ୱର୍ଯ୍ୟ ଅଖଣ୍ଡ ବିଭୂତ ॥
ଏକାଅକ୍ଷର ହେଲା ବୀଜ ।ଏଠାରୁ ଅଣଶବ୍ଦ ହେଜ ॥
ତେଜରୁ ଜନ୍ମି ଲେ କରତା ।କହିଲୁଁ ବାମା କର ଚେତା ॥
ଅଲେଖ ବଦ୍ମ ଅବତାର ।ଏ ଅଟେ ଗୁପତ ବିଚାର ॥
ଏ ଭାବ ଜାଣନ୍ତି ଭୁଷଣ୍ଡ ।କିଛି ଜାଣନ୍ତି ମାରକଣ୍ଡ ॥
ମୋତେ କିଞ୍ଚିତେ ଦୟା ଥିଲା ।ସେ ଘେନି ପ୍ରକାଶ ହୋଇଲା ॥
ଜାଣନ୍ତି ସର୍ବ ବ୍ରହ୍ମଅଂଶୀ ।ତେଣୁ ନିଷ୍କାମ ଧର୍ମେ ରସି ॥
ସେ ପ୍ରଭୁ ଜ୍ୟୋର୍ତିମୟଧାରୀ ।ମହା ଶୂନ୍ୟରୁ ଅବତରି ॥
ବ୍ରହ୍ମାଣ୍ଡ ନାଭିଯାକ ନଗ୍ର ।ପଡ଼ି ଯେ ଥିଲା ମହାଯୋଗ ॥
ସେ ଯୋଗଧ୍ୟାନେ ବ୍ରହ୍ମରାଶି ।ମୃତ୍ୟୁ ମଣ୍ଡଳେ ପରକାଶି ॥
ବ୍ରହ୍ମ ଅଂଶରେ ଅବତାର ।ଅଶେଷ ବ୍ରହ୍ମାଣ୍ଡ ଠାକୁର ॥
କୋଟି ବ୍ରହ୍ମାଣ୍ଡ ପ୍ରଦିକ୍ଷଣ ।କଲେ ଅନାଦି ନାରାୟଣ ॥
ପ୍ରଥମ ରୂପଟି ଆମ୍ଭରି ।ଦ୍ୱିତୀୟ ରୂପ ବ୍ରହ୍ମଚାରୀ ॥
ବୁଲିଲେ ନାନାଦେଶ ଦେଶ ।ଏହି ପ୍ରକାରେ ବିଶ୍ୱବାସ ॥
ପ୍ରବେଶହେଲା ହେଙ୍ଗୁଳାଟେ ।ମହା ଅରଣ୍ୟ ଚିନ୍ତ୍ରକୁଟେ ॥
ତହିଁ ଭେଟିଲେ ମାର୍କଣ୍ଡଙ୍କୁ ।କହିଲେ ଗୁପ୍ତ ଭାବ ତାଙ୍କୁ ॥
ତହିଁ ଆସନ୍ତେ ଗମିପଥ ।ଭେଟିଲେ ଗୋବିନ୍ଦ ଭକତ ॥
ସେହୁ କଳଙ୍କି ବିଷ୍ଣୁ ଅଟେ ।ତା ମୁଖେ ବ୍ରହ୍ମଜ୍ଞାନ ରଟେ ॥
ଗୁରୁଙ୍କୁ ସେ କଲେ ଦର୍ଶନ ।ପୁଚ୍ଛିଲେ ପରଂବ୍ରହ୍ମ ଜ୍ଞାନ ॥
ଗୁରୁ ଯେ ଦେଲେ ଉପଦେଶ ।ସାର ଅଖଣ୍ଡ ବ୍ରହ୍ମରସ ॥
ପାଇ ଗୋବିନ୍ଦ ତୋଷ ହୋଇ ।ଆନନ୍ଦ କେ ପାରିବ କହି ॥
ନିର୍ବେଦ ପଥକୁ ଧଇଲେ ।ସେ ପ୍ରଭୁ ସ୍ୱର୍ଗେ ବିହରିଲେ ॥
ପିନ୍ଧିଲେ କନା କଉପୀନି ।ସେଠାକୁ ଗୁରୁ ଶିଷ୍ୟ ବେନି ॥
ମହୀଭ୍ରମିଲେ ସପ୍ତବାର ।କେହି ନ ଚିହ୍ନିଲେ ପାମର ॥
ଏ କଇଳାସେ ଆସିଥିଲେ ।ଆମ୍ଭେ ଗୋ ଚିହ୍ନି ନ ପାରିଲେ ॥
ଏହି ସ୍ଥାନରେ କୁମ୍ଭିପଟ ।ଲାଗି ହୋଇଲେ ଗୁରୁଚାଟ ॥
ଅକ୍ଷୟମାଳ ଉଡ଼ାଇଲେ ।ଏ ଗିରି ନ୍ତ୍ରୋଟରେ ରଖିଲେ ॥
ତପ୍ତ ଅନଳ ତେଜମଇ ।ଭୃତ୍ୟଙ୍କୁ ଦେଲେ ବାନା ଫେଇ ॥
ଟେକି ଶ୍ରୀହସ୍ତେ ଦେଲେ ଭେଖ ।ବୋଇଲେ ଭଜ ହେ ଅଲେଖ ॥
ଉଦେ ଅସ୍ତରେ ଧର୍ମ ପାଳ ।ଘଟରେ ନ ପଶିବ କାଳ ॥
ପବିନ୍ତ୍ର ଗୋମୟ ଯେ ପିଅ ।ନିଷ୍କାମେ ରଖିଥାଅ ଦେହ ॥
ସ୍ୱକାମ କର୍ମକୁ ଉପେକ୍ଷି ।ମୃର୍ତ୍ତିକା ଭଣ୍ଡେ ଅନ୍ନ ଭକ୍ଷି ॥
ଧର୍ମ ଦାଣ୍ଡରେ କରି ଭିକ୍ଷା ।କୋଟି ବ୍ରହ୍ମାଣ୍ଡ ହେଉ ରକ୍ଷା ॥
ଅଣ ଉଦୟେ କର ଭକ୍ତି ।ଅଣ ପବିନ୍ତ୍ରେ ହେବ ମୁକ୍ତି ॥
ଅଣ ଆକାରେ ବେଳବାରି ।ଭୁଞ୍ଜି ଅତିଥ ପଟଧାରୀ ॥
ଅଣବିଷଜ୍ଞାନେ ଆସନ ।ଅଣ ଉର୍ଦ୍ଧ୍ୱକୁ କରି ଧ୍ୟାନ ॥
ଅଣ ଶବ୍ଦକୁ ବାରିଥାଅ ।କାଳେ ଲଭିବ ମୋରଦେହ ॥
ଏମନ୍ତ ଆଜ୍ଞା ତାକୁ ଦେଇ ।ବ୍ରାହ୍ମାଣ୍ଡେ ଭ୍ରିମିଲେ ଗୋସାଇଁ ॥
ଆବର ଭୃତ୍ୟ ଜନ୍ମିଛନ୍ତି ।ନିକଟେ ଲଭିବେ ମୁକତି ॥
ଗୃହେ ରହିବେ ପଦ୍ମେଚାରି ।ପୁରୁଷ ମାନ୍ତ୍ର କି ବିଚାରି ॥
ଆବର ଚାରିପଦ୍ମ ଶିଷ୍ୟ ।ଧରିବେଗେ ଅତିଥ ବେଶ ॥
ଏହି ମଧ୍ୟରୁ ଏକାଣୋଇ ।ସହଜେ କୁମ୍ଭିପଟ ବହି ॥
ଧର୍ମେ ରଖିବେ ବ୍ରହ୍ମାଣ୍ଡକୁ ।ନିଷ୍କାମେ ସ୍ଥାପିବେ ଧର୍ମକୁ ॥
ନିର୍ବେଦ କରିବେ ବିସ୍ତାର ।ପ୍ରକାଶ କରି ଏକାକ୍ଷର ॥
ଧନ୍ୟ ସୁବାହୁ ଯଜ୍ଞ କଳି ।ଦେଖିଲା କରତାଙ୍କ କଳି ॥
ଏ ଚାରି ଯୁଗରେ ଅଲେଖ ।ଭକ୍ତି ନ ଥିଲା ନ୍ତ୍ରୟଲୋକ ॥
ଗୁପତ ବ୍ରହ୍ମଅଂଶୀ ଗଣ ।ଜପୁ ଏ ଥିଲେ ଯେଉଁ ଜ୍ଞାନ ॥
ସେ ଏବେ ହୋଇଲେ ପ୍ରକାଶ ।ରଖିବା ନିମନ୍ତେ ନ୍ତ୍ରିଦଶ ॥
ଏବେ ତୁ ବିଳମ୍ବ ନ କର ।ସେବିବା ବ୍ରହ୍ମାଣ୍ଡ ଠାକୁର ॥
ଗୁରୁ ବିଜୟ ହୋଇଛନ୍ତି ।ଆନନ୍ଦ ହେଉଛି ଧରିନ୍ତ୍ରୀ ॥
କମ୍ପୁଛି ବ୍ରହ୍ମପୁର ଯାଏ ।ଅଲେଖ ନାମ ଜୟେ ଜୟେ ॥
ଏମନ୍ତେ ବିଶ୍ୱନାଥ ବାଣୀ ।ଶୁଣି ଆନନ୍ଦ କାତ୍ୟାୟିନୀ ॥
ସ୍ୱାମୀର ବେନିପାଦ ଧରି ।ବେନି ନୟନୁ ବହେ ବାରି ॥
ପଡ଼ି ଶଙ୍କର ପାଦତଳେ ।ବୋଲନ୍ତି ହୃଦୟ ବିକଳେ ॥
ଭୋ ଦେବ ବିଶ୍ୱନାଥ ହର ।ଦୁର୍ଲଭ ବଚନ ତୁମ୍ଭର ॥
ଶୁଣି ହୋଇଲି ମୁଁ କୃତାର୍ଥ ।ଗୁପତ ବ୍ରହ୍ମଜ୍ଞାନ ତତ୍ତ୍ୱ ॥
ଆବର କହିବ ବତାଇ ।ସେ ପ୍ରଭୁ ଅଲେଖ ଗୋସାଇଁ ॥
ଭକ୍ତକୁ ଦେଲେ ବାନା ଟେକି ।କେଉଁ ଭାବରେ ଭକ୍ତ ଦେଖି ॥
କେମନ୍ତେ ଚିହ୍ନିଲେ ତାହାଙ୍କୁ ।ବୈକୁଣ୍ଠ ବାନା ଦେଲେତାଙ୍କୁ ॥
କହ ସେ ଭକ୍ତ ନାମ ଫେଇ ।ଶୁଣିଲେ ନିସ୍ତରିବି ମୁହିଁ ॥
ପୂର୍ବେ କି ତପ କରୁଥିଲେ ।କେମନ୍ତେ ପ୍ରଭୁଙ୍କୁ କହିଲେ ॥
କହିବା ଏକ ଏକ ଫେଇ ।ଆଦ୍ୟେ କେ ଅଛି ବାନା ପାଇ ॥
ପୂର୍ବେ କି ନାମ ତାହାଙ୍କର ।ଇହରେ କି ନାମ ପ୍ରଚାର ॥
ଏହା ପୁଚ୍ଛଇ ପାଦଧରି ।କହ ହେ ପ୍ରଭୁ ନ୍ତ୍ରିପୁରାରି ॥
ଏମନ୍ତ କହି ମହାସତୀ ।ମହେଶ ପାଦତଳେ ଶୁତି ॥
କହଇ ବରଜ ଅଚ୍ୟୁତା ।ଅରୂପ ବ୍ରହ୍ମ କର ଚିନ୍ତା ॥
କୃପା କରିବେ ବ୍ରହ୍ମରାଶି ।ଛଡ଼ାଇ ମହାକାଳ ପାଶୀ ॥
ଭକତ ହିତେ ଭାବଗ୍ରାହୀ ।ମହା ଶୂନ୍ୟରୁ ଉଦେ ହୋଇ ॥
ଭକ୍ତଙ୍କ ପୂର୍ବ ଜନ୍ମ କଥା ।ଉଚିତ କରିବାକୁ ପୋଥା ॥
ଯେ ଆଜ୍ଞା ହୋଇଅଛି ମୋତେ ।ଅବଶ୍ୟ କରିବି ନିୟତେ ॥
ସୁସନ୍ଥେ ସାଧୁଜନେ ମୋର ।ଦୋଷ କ୍ଷମିବ ନିରନ୍ତର ॥
ତୁମ୍ଭ ଚରଣ ରେଣୁମାନ ।ମୁଁ ମୂଢ଼ ନୁହଇ ଭାଜନ ॥
ଅଲେଖ ସ୍ୱାମୀ ପାଦତଳ ।ମୁଁ ଯେ ବୁଡ଼ିଲି ପ୍ରେମଜଳେ ॥
ତୋ ପାଦପଦ୍ମେ କରି ଆଶ ।ଶରଣ ଗଲା ବ୍ରଜ ଦାସ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେନିଷ୍କାମ ଗୁପ୍ତ ଧର୍ମ କଥନଂ ନାମଦ୍ୱିତୀୟୋଽଧ୍ୟାୟଃ ।
ତୃତୀୟ ଅଧ୍ୟାୟ
ଈଶ୍ୱରୀ ଭକ୍ତି ଦେଖି ହର ।ଚିନ୍ତିଲେ ବ୍ରହ୍ମାଣ୍ଡ ଠାକୁର ॥
ଭଜି ଅଲେଖ ଅବଧୂତ ।ଧ୍ୟାନରେ ନିରୋଧିଲେ ଚିତ୍ତ ॥
ଅନାଦି ମଣ୍ଡଳକୁ ଲୟେ ।ଲଗାଇ ଉପେକ୍ଷଲେ ଭୟେ ॥
ଶ୍ରୀଗୁରୁ ହୋଇଲେ ପ୍ରସନ୍ନ ।ଫେଡ଼ିଣ ଚାହିଁଲେ ନୟନ ॥
ବୋଲନ୍ତି ପ୍ରିୟା ମୁଖ ଚାହି ।ଆନନ୍ଦ ଭାବେ ଭୋଳହୋଇ ॥
ଶୁଣ ଗୋ ହେମବନ୍ତ ସୁତା ।ଅନାଦି ସ୍ୱାମୀ ଭକ୍ତ କଥା ॥
ପ୍ରଥମେ ଗୋବିନ୍ଦ ଭକତ ।ଭେକ ଲଭିଲେ ଏକାଙ୍ଗେତ ॥
ତାଙ୍କର ପୂର୍ବକଥା ଶୁଣ ।ଗୁପତ ସାର ବ୍ରହ୍ମଜ୍ଞାନ ॥
କଳଙ୍କି ବିଷ୍ଣୁ ଅଟେ ସେହୁ ।ତାର ମହିମା ଶୁଣ କହୁ ॥
ଅନାଦି ମଣ୍ଡଳରେ ଦ୍ୱାରୀ ।ଅଟନ୍ତି ଆଦି ମାହେଶ୍ୱରୀ ॥
ଏ ଯେ ନ୍ତ୍ରିପୁରା ଯୋଗମାୟା ।ଏ ନିରାକାରଙ୍କର ମାୟା ॥
ଦିନେ ଯେ ନ୍ତ୍ରିପୁରା ସୁନ୍ଦରୀ ।ବିଷ୍ଣୁଙ୍କୁ ଘେନିଗଲେ ବରି ॥
କୃଷ୍ଣ ଯେ ନିତ୍ୟରେ ପଶିଲେ ।ପ୍ରଭୁ ଯୋଗାଙ୍ଗେ ବସିଥିଲେ ॥
ପାରୁଶେ ଭୃତ୍ୟଛନ୍ତି ଉଭା ।କୋଟି କିରଣ ପ୍ରାୟ ଶୋଭା ॥
ଏହି ସମୟେ ବିଷ୍ଣୁ ଗଲେ ।ପ୍ରଭୁଙ୍କ ଶରଣ ଯେ କଲେ ॥
ଦେଖିଲେ ଅଲେଖ ଗୋସାଇଁ ।କଳଙ୍କି ବିଷ୍ଣୁ ଅଟେ ଏହି ॥
ଜାଣିଲେ ନ୍ତ୍ରିପୁରର ଗର୍ବ ।ବୋଇଲେ ଯାଅ ବିଷ୍ଣୁ ଦେବ ॥
ବିନା ଆଜ୍ଞାରେ ନିତ୍ୟେ ପଶି ।ତୁ ଯେହ୍ନୁ ହେବୁ ନିତ୍ୟବାସୀ ॥
ଆମ୍ଭର ଶାପ ଘେନି ଏତେ ।ମୃତ୍ୟୁକ୍ଷଣକେ ଯାଅ ବେଗେ ॥
ମତ୍ସ୍ୟ କଶ୍ୟପ ନରସିଂହ ।ତପେ ଯୋନିମଧ୍ୟ ରତ ॥
ନରାଦି ଯୋନିରେ ଭ୍ରମଣ ।କର ଯା ଏ ଚାରି ଯୁଗେଣ ॥
ଚିରି ସ୍ୱରୂପ କେଭେ ନୋହୁ ।ତୋ ଅଙ୍ଗ ଭବୁ ଜାତ ହେଉ ॥
ପିଅ ରୁଧିର ମୁଖେ ଭରି ।ଯାଅ ପାମର ବେଗେ ଫେରି ॥
ଶୁଣି ଯେ ବିଷ୍ଣୁ ଥରହର ।କାତରେ ଯୋଡ଼ି ବେନିକର ॥
ଅନାଦି ପାଦେ ସ୍ତୁତି କଲେ ।କାରଣ ଗତି ପୁଚ୍ଛାକଲେ ॥
ବୋଇଲେ ଭୋ ବିଷ୍ଣୁ, ଯାଅସି ।ଆମ୍ଭର ଶ୍ୱାସ ତୁ ପ ଅସି ॥
ଏ ଚାରି ଯୁଗେ ମୃତ୍ୟୁ ପୁରେ ।ଜନ୍ମେ ଯେ ସ୍ୱକାମ କର୍ମରେ ॥
ରଖ ଧରନ୍ତ୍ରୀ ଦୁଷ୍ଟ ମାରି ।ମାୟା ଯୋନିରେ ଅବତର ॥
ପ୍ରବୁଦ୍ଧ ବୁଦ୍ଧ ଅବତାର ।ଆମ୍ଭେ ଉଦୟ ମଞ୍ଚପୁର ॥
ସୁବାହୁ କଳିଯୁଗ ନର ।କରିବେ ନିନ୍ଦାଟି ଆମ୍ଭର ॥
ଆୟେ ପ୍ରକାଶିବୁ ମହିମା ।ଭାଙ୍ଗିବୁ ଏ କଳି ଗାରିମା ॥
ସେବେଳେ ଭେଟିବୁ ଆମ୍ଭଙ୍କୁ ।ମୁକତି ଦେବଇ ତୁମ୍ଭଙ୍କୁ ॥
ବିଷ୍ଣୁ ଉବାଚଭୋ ସ୍ୱାମୀ ବ୍ରହ୍ମାଣ୍ଡ କରତା ।ଅଖିଳ ଜନ ପିତା ମାତା ॥
ଆଜ୍ଞା ହେଉଛି ଶ୍ରୀମୁଖର ।ଜନ୍ମିବେ ସୁବାହୁ କଳିର ॥
କାହିଁ ମୁଁ ହୋଇଥିବି ଜନ୍ମ ।କାହିଁ ଭେଟିବି ପରଂବ୍ରହ୍ମ ॥
ଶ୍ରୀ ଅନାଦିବ୍ରହ୍ମ ଉବାଚଶୁଣହୋ ବିଷ୍ଣୁ ଯାହା ପୁଚ୍ଛ ।କୋଟି ବ୍ରହ୍ମାଣ୍ଡ ତୁ ଦେଖୁଛୁ ॥
ଆମ୍ଭର ଅଟୁ ତୁ ଭକତ ।ଆଜ୍ଞାରେ ହୋଇଲୁ ଆଶ୍ରିତ ॥
ତେଣୁ ଲଭିଲୁ ତୁ ଦୁର୍ଦ୍ଧଶା ।କଳିରେ ପୁରାଇବୁ ଆଶା ॥
ବଙ୍ଗରାଷ୍ଟ୍ରରେ ଥିବୁ ଜନ୍ମି ।ସମୟେ ହେବୁ ବନଗାମୀ ॥
ନିକେଟେ ଭେଟିବୁ ଆମ୍ଭଙ୍କୁ ।ସ୍ୱରୂପ କହିଲୁ ତୁମ୍ଭଙ୍କୁ ॥
ଆମ୍ଭଙ୍କୁ ତୁମ୍ଭେ ହେବ ଶାଖା ।ଚିହ୍ନିବ ତୁମ୍ଭେ କରି ଏକା ॥
ତୁମ୍ଭରେ ରହିବ ବ୍ରହ୍ମାଣ୍ଡ ।ସକଳ ଭକ୍ତ ହେବେ ରୁଣ୍ଡ ॥
ଏମନ୍ତେ ବିଷ୍ଣୁ ଆଜ୍ଞାପାଇ ।ମୃତ୍ୟୁମଣ୍ଡଳେ ଜାତ ହୋଇ ॥
ଏ କଳିଯୁଗରେ ଅନାଦି ।ଦର୍ଶନେ ଛେଦିଲେ ସାପାଦି ॥
ନାମ ଗୋବିନ୍ଦ ଦାସ ବହି ।ଖେଳୁଅଛନ୍ତି ଦେଖ ସେହି ॥
ପହୁରୁଛନ୍ତି କୁମ୍ଭୀପଟ ।ସେ ଯେ ଅନାଦି ବ୍ରହ୍ମଚାଟ ॥
କହିଲୁଁ ଗୁପତ ଏ କଥା ।ତୁ ମାହେଶ୍ୱରୀ କର ଚେତା ॥
କୋଟି ବ୍ରହ୍ମାଣ୍ଡ ନିଧି ଦେଖ ।ବିଜୟଛନ୍ତି ନ୍ତ୍ରୟଲୋକ ॥
ପାରୁଶେ ଛନ୍ତି ସର୍ବ ନିଧି ।ଦେଖ ଯା କରୁଣାବାରିଧି ॥
ତୁ ଏବେ ଶୁଣ ଆରେ ବାମା ।ସେ ଅନ୍ତର୍ଯ୍ୟାମୀଙ୍କ ମହିମା ॥
ଯେତେ କପଟଧାରୀ ଭକ୍ତ ।କହିବା ଶୁଣ ସେ ଚରିତ ॥
ମହା ଗୁପତ ଭାବ ଏହି ।ଫେଡ଼ିବୁଁ ନ କହିବୁଁ କାହିଁ ॥
ନାଗ ଅସୁର ଏଣେ ବାଦୀ ।ପାପ ବ୍ରହ୍ମାଣ୍ଡେ ଅଛି ଭେଦି ॥
ଗୁପତ ଛନ୍ତି ପ୍ରଭୁକରି ।ଆଗତ ବିଗତ ବିଚାରି ॥
ସେ ଅନ୍ତର୍ଯ୍ୟାମୀ ତତ୍ତ୍ୱଗତ ।ଜାଣନ୍ତି ବହୁଜ୍ଞାନ ତତ୍ତ୍ୱ ॥
ଏବେ ଗୋ ଶୁଣ ମାହେଶ୍ୱରୀ ।କି ଦେବ ଉପାଙ୍ଗରୁ କ୍ଷରି ॥
ଆମ୍ଭ ରୁଧିର ବହୁମାଂସ ।ବିଷ୍ଣୁଙ୍କ ତେଜରୁ ପ୍ରକାଶ ॥
ପାରୁଶେ ହୋଇଲା ଉତ୍ପତ୍ତି ।ଏମନ୍ତ ହେଲା ଶୁଣ ସତୀ ॥
ପ୍ରସନ୍ନ ହୋଇ ତାଙ୍କୁ ସ୍ୱାମୀ ।ମହା ନିତ୍ୟକୁ ଗଲେ ଘେନି ॥
ନାମ ତାହାଙ୍କ ଯଜ୍ଞ ଋଷି ।ସେ ଯେ ଅନାଦିବ୍ରହ୍ମ ଆସି ॥
ପ୍ରଭୁ ଚରଣେ ଦ୍ରୋହ କଲେ ।ସାଦରେ ମର୍ତ୍ତ୍ୟେ ଜନ୍ମହେଲେ ॥
ସତ୍ୟାଦି ଯୁଗେ ଅଗ୍ନି କେତୁ ।ଜନ୍ମ ଲଭିଲେ ଶାପହେତୁ ॥
ନ୍ତ୍ରେତୟାଯୁଗେ ସୁଗ୍ରୀବର ।ଥିଲା ତା ନିଷ୍କାମ ଆଚାର ॥
ଦ୍ୱାପର ଯୁଗରେ ଅର୍ଜ୍ଜୁନ ।ନାମ ବହିଲେ ପ୍ରିୟା ଶୁଣ ॥
ନୃସିଂହ ଦାସଟି ଏହାଙ୍କୁ ।ଏ କଳିଯୁଗେ ଦେଖ ତାଙ୍କୁ ॥
ଶୂନ୍ୟ ଧୁନୀକୁ ଏହୁ ସାକ୍ଷୀ ।ବ୍ରହ୍ମାଣ୍ଡ ପାପ ଅଙ୍ଗେ ରଖି ॥
ଅଳପଦିନେ ହୋଇ ନାଶ ।ଜନ୍ମିବେ ଏ କାଞ୍ଚଲା ଦେଶ ॥
ସେ ଦେହେଁ କଳଙ୍କି ବୀଜ ଟି ।କରିବେ ସ୍ୱାମୀ ସଙ୍ଗରୀତି ॥
ଢ଼େଙ୍କାନାଳରେ ଥିବେ ରହି ।ନୃପ ଅଂଶରେ ଜନ୍ମ ହୋଇ ॥
କହିବୁ ଏ ମହା ଗୁପତ ।ନିଷ୍କାମ ଅଂଶ ବହୁତତ୍ତ୍ୱ ॥
ଏବେ ଗୋ ଶୁଣ ପ୍ରିୟତମା ।ଏ ଅନ୍ତର୍ଯ୍ୟାମୀଙ୍କ ମହିମା ॥
କହଇ ବରଜ ଅଚ୍ୟୁତ ।ରଖି ଶ୍ରୀ ଗୁରୁ ପାଦେ ମତି ॥
ବ୍ରହ୍ମାଣ୍ଡ କରିବେ ଉଦ୍ଧାର ।ଅଲେଖ ମହିମା ସାଗର ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିଷ୍କାମ ଗୁପ୍ତ ଧର୍ମ ପ୍ରକାଶ କଥନଂନାମ ତୃତୀୟୋଽଧ୍ୟାୟଂ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ