ବ୍ରହ୍ମତତ୍ତ୍ୱ ବା ନଚିକେତା ଉପାଖ୍ୟାନ
ଉତ୍କଳମଣି · ୧୮୭୭–୧୯୨୮ · ସତ୍ୟବାଦୀ ଯୁଗ
- ପଢ଼ିବା ସମୟ
- ୪୨ ମିନିଟ୍
- ଶବ୍ଦ
- ୬୬୭୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ଅଧ୍ୟାୟ
ପ୍ରଥମ ବଲ୍ଲୀଥିଲେ ଋଷି ଉଦ୍ଦାଳକ ପୁରାଣ-ପ୍ରଧାନବାଜସ୍ରବା ତାଙ୍କ ବଂଶେ ସୁଯୋଗ୍ୟ ସନ୍ତାନ ।ସ୍ୱର୍ଗଲାଭ ଆଶେ କଲେ ବିଶ୍ୱଜିତ ଯାଗଧନ ଦାନେ ସର୍ବସ୍ୱାନ୍ତ ହେଲେ ମହାଭାଗ ।ବିଚକ୍ଷଣ ନଚିକେତା ଥିଲେ ତାଙ୍କ ସୁତବାଳକାଳୁଁ ତାଙ୍କ ମନ ସଦା ଶୁଦ୍ଧପୂତ ।ଦେଉଥିଲେ ପିତା ଯେବେ ବୃଦ୍ଧ ଗାଭୀ ଦାନଦେଖି ଦୁଃଖେ ଅବସନ୍ନ ନଚିକେତା-ପ୍ରାଣ ।ମର୍ମେ ବ୍ୟଥା ପାଇ ମନେ କଲେ ସେ ବିଚାର,“ଏଭଳି ଗୋଦାନେ ଅଛି କିବା ଉପକାର ?ଏ ସକଳ ଗୋରୁ ଆହା ଜୀର୍ଣ୍ଣ କ୍ଷୀଣ ଅତିପାଇଛି ଇନ୍ଦ୍ରିୟ ଲୋପ, ଯାଇଛି ଶକତି ।ପିଇଛନ୍ତି ଶେଷ ଢୋକ ଚିରଦିନ ପାଇଁଖାଇଛନ୍ତି ଶେଷ ଘାସପୁଳା ଏହୁ ଗାଈ ।ଦୁଧ ଦେବା ଲାଗି ଆଉ ନାହିଁ ଦେହେ ବାଳଏ ଗୋଦାନେ ଦୁଃଖମୟଲୋକ ସିନା ଫଳ ।’’ପିତାଙ୍କୁ ସେ ନଚିକେତା ପୁଛନ୍ତି ବଚନ,“କାହା ଦାନ ଲାଗି ମୋତେ କଳ୍ପିଛ ଆପଣ ?”ବାରମ୍ବାର ପଚାରନ୍ତେ ପିତା ବିରକତେକହିଲେ, “ଯମକୁ ଦେବି ଏହିଲାଗେ ତତେ ।”ଶୁଣି ଏ ବଚନ ପୁତ୍ର ଭାବନ୍ତି ହୃଦୟେ,“କିପାଇଁ ପେଷିବି ପିତା ମୋତେ ଯମାଳୟେ ?ଛନ୍ତି ପିତାଙ୍କର ପୁତ୍ର ଶିଷ୍ୟ ଯେତେ ଜଣସେବାଧର୍ମେ ମୁଁ ତ ନୁହେଁ ଅତି ଅକିଞ୍ଚନ ।ନ ହେବି ଉତ୍ତମ ମଧ୍ୟେ ଯେବେ ଶ୍ରେଷ୍ଠତମମଧ୍ୟମ କୋଟିରେ କେବେ ନୁହେ ମୁଁ ଅଧମ ।ଯାହାହେଉ କ୍ରୋଧେ ପିତା କହିଲେ ଯେ କଥାପାଳିବି ତା, ନ କରିବି କେବେହେଁ ଅନ୍ୟଥା ।”କ୍ଷଣେ ଅନ୍ତେ ପିତାଙ୍କର କ୍ରୋଧ ଉପଶମେକି କହିଲି ବୋଲି ବ୍ୟଥା ପାଇଲେ ମରମେ ।ତହୁଁ ନଚିକେତା ସ୍ନିଗ୍ଧ କୋମଳ ବଚନେକହନ୍ତି, “ହେ ପିତା, କିପାଁ ଦୁଃଖ କର ମନେ ?ଆମ୍ଭ ପିତୃ ପିତାମହ ପୂର୍ବ ଆଚରଣଯେ ବିଧାନେ ଚଳୁଛନ୍ତି ଏବେ ସାଧୁଗଣ ।ଶୁଦ୍ଧ ବୁଦ୍ଧ ଚିତ୍ତେ ତାହା କର ହେ ବିଚାରକର ନାହିଁ କେବେ ନିଜ ଉକ୍ତି ପ୍ରତ୍ୟାହାର ।ବ୍ରୀହି ଯବ ଶସ୍ୟ ସମ ମରଇ ମାନବଶସ୍ୟ ସମ ହୁଏ ପୁଣି ତାହାର ଉଦ୍ଭବ ।ଜନମ-ମରଣ-ବଶ ଅନୁକ୍ଷଣ ଲୋକପେଷ ମୋତେ ଯମପୁରେ କର ନାହି ଶୋକ ।”ପିତୃସତ୍ୟ ରକ୍ଷାଲାଗି ସେ ଯୋଗ୍ୟ ତନୟଆଜ୍ଞା ଶିରେ ବହି ବେଗେ ଗଲେ ଯମାଳୟ ।ନଚିକେତା ପ୍ରବେଶିଲେ ଯେବେ ଯମପୁରେଥିଲେ ଯମ ପରବାସେ କାହିଁ ବହୁଦୂରେ ।ବାହୁଡ଼ନ୍ତେ ତିନି ଦିନ ଅନ୍ତେ ନିଜ ବାସେଭୃତ୍ୟଗଣ ଜଣାଇଲେ ଶମନ ସକାଶେ ।“ଅଗ୍ନି ସମ ପ୍ରଭାଦୀପ୍ତି ରୂପ କାନ୍ତିମନ୍ତବ୍ରାହ୍ମଣ ଅତିଥି ତବ ଗୃହେ ଉପଗତ ।ତିନି ଦିନ ହେଲା ବିପ୍ର ଛନ୍ତି ନିରାଧାରେପୂଜ ତାଙ୍କୁ ଜନ୍ତୁରାଣ ଉଚିତ ବେଭାରେ ।ବ୍ରାହ୍ମଣ ଅତିଥି ଗୃହେ ହେଲେ ଅନାଦୃତନାଶନ୍ତି ଅନଳ ପ୍ରାୟେ ସକଳ ସୁକୃତ ।ଗୃହସ୍ଥର ଗୃହେ ଯେବେ ଅତିଥି ବ୍ରାହ୍ମଣରହନ୍ତି ନ ପାଇ ଯଥାବିହିତ ଭୋଜନ ।ସେ ମନ୍ଦମତିର ଯାଏ ସର୍ବ ଧର୍ମ ନାଶନ ରହେ ତାହାର କେବେ ପଶୁ ପୁତ୍ର ଆଶ ।ବାଞ୍ଛା ସିଦ୍ଧି ନୁହେ, ଆଶା ନ ହୁଏ ପୂରଣପ୍ରିୟ ସତ୍ୟ ସମ୍ଭାଷଣ ତାର ଅକାରଣ ।ଯଜ୍ଞ କଲେ ଯଜ୍ଞଫଳ ନ ହୁଏ ପ୍ରାପତତଡ଼ାଗ ଉଦ୍ୟାନ ଦାନେ ନୁହେ ପୁଣ୍ୟବନ୍ତ ।ନ ଲଭେ ଜୀବନେ କେବେ ସାଧୁସଙ୍ଗ ଫଳବିଫଳ ହୁଅଇ ତାର ସୁକୃତସକଳ ।”ବିଷମ ବାରତା ଶୁଣି ଭୃତ୍ୟଗଣ ମୁଖେନଚିକେତା ସନ୍ନିଧାନେ ଯମରାଜା ଦୁଃଖେ ।କହନ୍ତି କାତର ଚିତ୍ତେ ବିନୟ ବଚନ,“ତିନି ଦିନ ନିରାହାର ମୋ ଗୃହେ ଆପଣ !ଆପଣ ଅତିଥି ପୁଣି ବିଶେଷ ବ୍ରାହ୍ମଣତେଣୁ ମୋର ନିତ୍ୟ ପୂଜା ଅର୍ଚ୍ଚନାଭଜନ ।କ୍ଷମ ଅପରାଧ ବିପ୍ର, ନମେ ତବ ପଦହେଉ ମୋର ସର୍ବ ଶୁଭ ନ ଘଟୁ ବିପଦ ।ତିନି ରାତ୍ର ଲାଗି ଯାହା ଇଚ୍ଛା ତିନି ବାରମାଗ ହେ ଅତିଥି ଦେବି ସତ୍ୟ ଏ ମୋହର ।”ଯମ ବାକ୍ୟେ ନଚିକେତା ଭାଷନ୍ତି ଏସନ“ମୋଠାରେ ଆପଣ ଯେବେ ହେଲ ସୁପ୍ରସନ୍ନ ।ପିତା ମୋର ବାଜସ୍ରବା ଗୌତମ ତାପସମୋ ବିରହ-ଭାବନାରେ ନୁହନ୍ତୁ ଅବଶ ।ନ ଜନମୁ ତାଙ୍କ ହୃଦେ କୋପ ମୋହ ପ୍ରତିରହନ୍ତୁ ସଦା ସେ ଶାନ୍ତ ସୁପ୍ରସନ୍ନମତି ।ତବ ପୁରୁ ଫେରିଗଲେ ଦେଖି ମୋ ବଦନଚିହ୍ନନ୍ତୁ କରନ୍ତୁ ପୁଣି ପ୍ରିୟ ସମ୍ଭାଷଣ ।ମୋ ପ୍ରତି ସୁଦୟା ଯେବେ ତବ ଦଣ୍ଡଧରହେଉ ଆଜ୍ଞା ଦିଅ ମତେ ଏ ପ୍ରଥମ ବର ।”କହେ ଯମ, “ନଚିକେତା ଦେଲି ମୁଁ ଏ ବରତବ ବିରହରେ ପିତା ନ ହେବେ କାତର ।ସୁଖେ ପୁହାଇବେ ନିଶି ନିଶ୍ଚିନ୍ତ ଶୟନେତୁମ୍ଭ ପ୍ରତି ପୂର୍ବ ପ୍ରୀତି ରଖିଥିବେ ମନେ ।ମୃତ୍ୟୁମୁଖୁଁ ଲେଉଟିବା ଦେଖି ନିଜ ଘରେନ କରି ସେ କୋପ, ନେବେ ତୁମ୍ଭଙ୍କୁ ସାଦରେ ।”କହେ ପୁଣି ନଚିକେତା, “ସ୍ୱର୍ଗେ ନାହିଁ କ୍ଷୟନାହିଁ ମୃତ୍ୟୁ, ନାହିଁ ଜରା, ନାହିଁ କିଛି ଭୟ ।ନ ଜାଣନ୍ତି ସ୍ୱର୍ଗଲୋକେ କ୍ଷୁଧା ତୃଷା ପ୍ରାସଅତିକ୍ରମି ଶୋକ ସଦା କରନ୍ତି ଉଲ୍ଲାସ ।ଯେ ଅଗ୍ନି ପ୍ରସାଦେ ଲଭି ଅକ୍ଷୟ ଅମୃତସ୍ୱର୍ଗଲୋକ ନିରନ୍ତର ହୁଏ କୃତକୃତ୍ୟ ।ସେ ଅଗ୍ନି ଗଭୀର ତତ୍ତ୍ୱ ତୁମ୍ଭର ଗୋଚରକହ ଏ ବିଶ୍ୱାସୀ ଜନେ-ଏ ଦ୍ୱିତୀୟ ବରା ।”“ସ୍ୱର୍ଗ-ସିଦ୍ଧିଦାତା ଅଗ୍ନି ନିଗୂଢ ବୃତ୍ତାନ୍ତଜାଣଇ ମୁଁ ନଚିକେତା” କହନ୍ତି କୃତାନ୍ତ ।“ଲଭଇ ଅନନ୍ତ ସୁଖ ସ୍ୱର୍ଗଧାମେ ନରପ୍ରସନ୍ନ ହେଲେ ସେ ଦିବ୍ୟ ଅଗ୍ନି ବୈଶ୍ୱାନର ।ସର୍ବ ଲୋକ ସ୍ଥିତି ହେତୁ ସେ ପୁଣ୍ୟ ପାବକସର୍ବ ଅନ୍ତର୍ଯ୍ୟାମୀ ସର୍ବ ବୁଦ୍ଧି-ନିୟାମକ ।କହୁଛି ଏହି ଯେ ତତ୍ତ୍ୱ ହେତୁ କରି ଜାଣ”ଆବର ବୁଝାନ୍ତି ବିପ୍ରେ ଦେବ ଜନ୍ତୁରାଣ ।ସର୍ବଲୋକ ଆଦି ହେତୁ ଅନଳ ବିଜ୍ଞାନଯଜ୍ଞ ଇଷ୍ଟକର ସଂଖ୍ୟା ପ୍ରକାର ପ୍ରାମଣ ।ଯଜ୍ଞ ଆମନ୍ତ୍ରିତ ଅଗ୍ନି ଅର୍ଚ୍ଚନ ବିଧାନଯମ ମୁଖୁଁ ଶୁଣି ସବୁ ଗୂଢ ତତ୍ତ୍ୱ ଜ୍ଞାନ ।ସ୍ଥିର ଚିତ୍ତେ ନଚିକେତା କରନ୍ତି ଆବୃତ୍ତିତୁଷ୍ଟ ହେଲେ ଯମରାଜା ଦେଖି ତାଙ୍କ କୃତି ।ଯୋଗ୍ୟ ଶିଷ୍ୟ ନଚିକେତା ବୁଝିଲେ ଅନ୍ତରେକହିଲେ ମହାତ୍ମା ତାଙ୍କୁ ଅତି ପ୍ରୀତିଭରେ ।“ତୁମ୍ଭଙ୍କୁ ଦେବି ମୁଁ ଆଜି ଅନ୍ୟ ଏକ ବରତବ ନାମ ବୋଲାଇବେ ସ୍ୱର୍ଗ-ବୈଶ୍ୱାନର ।ନଚିକେତା ଅଗ୍ନି ବୋଲି ହେବ ସେ ବିଦିତଲଭ କର୍ମମୟ ସ୍ୱର୍ଗ ଗତି ଆନନ୍ଦିତ ।ପିତାମାତା ଗୁରୁଜନ ଆଜ୍ଞା ଘେନି ଶିରେପୂଜେ ଯେ ତ୍ରିସନ୍ଧ୍ୟା ଅଗ୍ନି ନିୟତ ବିଧିରେ ।ଯଜ୍ଞ ଦାନ ଅଧ୍ୟୟନେ ରତ ଅନୁକ୍ଷଣତରଇ ସେ ଜନ୍ମ-ମୃତ୍ୟୁ ଦୁସ୍ତର ବନ୍ଧନ ।ହିରଣ୍ୟ ଗରଭୁଁ ଜାତ ବିଶ୍ୱପ୍ରକାଶକବିଶ୍ୱବନ୍ଦ୍ୟ ସର୍ବଜ୍ଞାତା ସେ ଦେବ ପାବକ ।ଆତ୍ମାରୂପେ ପ୍ରାଣୀହୁଦେ ରାଜନ୍ତି ସତତବୁଝି ଯେହୁ ଅନୁଭବେ ଆଣଇ ଏ ତତ୍ତ୍ୱ ।ଲଭଇ ସେ ଅନୁପମ ଅଖଣ୍ଡ ସନ୍ତୋଷଚିରଦିନ ଲାଗି ତୁଟେ ଭବିଭ୍ରାନ୍ତି ଦୋଷ ।ବିହିତ ଇଷ୍ଟକେ ବେଦୀ କରି ଯେ ରଚନାସାଧେ ନଚିକେତା ଅଗ୍ନି ତ୍ରିବାର ଅର୍ଚ୍ଚନା ।ଆତ୍ମଭାବେ ଧ୍ୟାୟେ ଚିତ୍ତ କରି ଏକ ଲୟମୃତ୍ୟୁ-ପାଶ କାଟେ ସେହୁ ନୋହୁ ତନୁ କ୍ଷୟ ;ରାଗ ଦ୍ୱେଷ ଆଦି ଯେତେ ଦୁଃଖର ନିଦାନମାନବ ଜନମେ ତାର ପାଏ ଅବସାନ ।ଶୋକେ ଦୁଃଖେ କେବେ ସେହୁ ନ ହୁଏ ବିହ୍ୱଳଭୁଞ୍ଜେ ମର୍ତ୍ତ୍ୟେ ମହାମୋଦ ସ୍ୱର୍ଗଲୋକ ଫଳ ।କହିଲି ଏ ନଚିକେତା ଅଗ୍ନି ବିବରଣଲୋଡ଼ିଲେ ଦ୍ୱିତୀୟ ବରେ ଯେ ତତ୍ତ୍ୱ ଆପଣ ।ତବ ନାମେ ହେବେ ଏହୁ ଅଗ୍ନି ଲୋକେ ଖ୍ୟାତକି ତୃତୀୟ ବର ମାଗ କହ ଏବେ ତାତ ।”କହେ ନଚିକେତା, “ମନେ ଲାଗେ ମୋ ସନ୍ଦେହକି ହୁଏ ମାନବ ? ଯେବେ ତେଜେ ମରଦେହ ।କହନ୍ତି କେତେକ ଆତ୍ମା ଯାଏ ପରଲୋକେବିଶ୍ୱାସ କରନ୍ତି ନାହିଁ ପରଲୋକେ ଥୋକେ ।ଚିରକାଳ ରହିଛି ଏ ସଂଶୟ ଜଗତେଦିଅ ଉପଦେଶ ଯେହ୍ନେ ଯିବି ମୁଁ ପରତେ ।ପରଲୋକ ତତ୍ତ୍ୱ ପ୍ରଭୁ ହେଉ ମୋ ଗୋଚରଦୟାକରି ଦିଅ ମୋତେ ଏ ତୃତୀୟ ବର ।”କହେ ଯମ, “ପଚାରିଲ ଯେ ତତ୍ତ୍ୱ ଆପଣସଂଶୟ-ଜଡ଼ିତ ତହିଁ ପୂର୍ବେ ଦେବଗଣ ।ଆତ୍ମଧର୍ମ ତତ୍ତ୍ୱ ଏହୁ ସୂକ୍ଷ୍ମ ସୁଗହନବୁଝିବେ ସହଜେ କାହିଁ ଜନ ସାଧାରଣ ?ଏ ବର ନିମନ୍ତେ ଆଉ କଟାଳ ନ କରଛାଡ଼ି ଏହା ନଚିକେତା, ମାଗ ଅନ୍ୟ ବର ।”ବୋଲେ ନଚିକେତା, “ଯାହା କହିଲ ଆପଣଏ ତତ୍ତ୍ୱେ ସଂଶୟ ପୂର୍ବେ କଲେ ଦେବଗଣ ।ଇତର ଜନର ଏହା ନୁହଇ ସୁଗମସତ୍ୟ, ମାତ୍ର ତୁମ୍ଭ ପରି କାହିଁ ଅନ୍ୟତମ ।ଏ ତତ୍ତ୍ୱର ଉପଯୁକ୍ତ ବକ୍ତା ଦଣ୍ଡଧରଏହା ବିନୁଁ ନାହିଁ ମୋର ଲୋଡ଼ା ଅନ୍ୟ ବର ।”ବିଡ଼ିବାକୁ ନତିକେତା ହୃଦୟ-ଦୃଢ଼ତାକହିଲେ ଦେଖାଇ ଲୋଭ ସେ ଯମ ଦେବତା ।“ଶତ ବର୍ଷ ଦୀର୍ଘଜୀବୀ ପୁତ୍ର ପୌତ୍ରଚୟମାଗ ଅଗଣିତ ଧେନୁ ସ୍ୱର୍ଣ୍ଣ ହସ୍ତି ହୟ ।ମାଗ ହେ ଧରଣୀ ତଳେ ମହା ଆୟତନଯେତେବେଳେ ଇଚ୍ଛା ରହ ଧରିଣ ଜୀବନ ।ଅବା ଏହିପରି ଅନ୍ୟ ଯାହା ବାଞ୍ଛା ତବମାଗ ଚିରାୟୁଷ, ମାଗ ଅତୁଳ ବିଭବ ।ବିଶାଳ ମଣ୍ଡଳେ ତୁମ୍ଭେ ହୁଅ ଅଧିଶ୍ୱରପୂର୍ଣ୍ଣ କରିବି ମୁଁ ଯେତେ କାମନା ତୁମ୍ଭର ।ଯେ ସୁଖ ସୌଭାଗ୍ୟ ନିତି ଲୋଡ଼ଇ ମାନବମର୍ତ୍ତ୍ୟବାସୀ ନରେ ଯାହା ଅତ୍ୟନ୍ତ ଦୁର୍ଲ୍ଲଭ ।ସ୍ୱଚ୍ଛନ୍ଦେ ମାଗ ସେ ସର୍ବ କର ଯା କାମନଦେଖୁଅଛ ଏଥି ଯେତେ ଅମର-ଅଙ୍ଗନା ।ଚାରୁରତ୍ନ ସୁଖଚିତ ସୁନ୍ଦର ସ୍ୟନ୍ଦନଶୁଣୁଛ ଯେ ତୁରୀ ଭେରୀ ବାଦିତ୍ର ନିଃସ୍ୱନ ।ମାନୁଷ ଦୁର୍ଲ୍ଲଭ ଏହୁ ଅଶେଷ ସମ୍ପଦଖଟନ୍ତୁ ଏ ସର୍ବେ ବିପ୍ର ସଦା ତୁମ୍ଭ ପଦ ।କିନ୍ତୁ ନଚିକେତା, ଘେନ ମୋର ନିବେଦନନ ପଚାର ମୃତ୍ୟୁତତ୍ତ୍ୱ କଦାପି ଆପଣ ।”କହେ ନଚିକେତା, “ଯେତେ ସମ୍ପଦ ସମ୍ଭୋଗକହିଲ ଅନ୍ତକ ନୁହେ ମୋର ଉପଯୋଗ ।ମାନବ ଇନ୍ଦ୍ରିୟ ତେଜ, ଇନ୍ଦ୍ରିୟ ବିଳାସବିଳାସ-ସାମଗ୍ରୀ, ସବୁ ଯାଏ କ୍ଷଣେ ନାଶ ।ସଂସାର-ସମ୍ପଦରାଶି କ୍ଷଣକାଳସ୍ଥାୟୀଆଜି ଅଛି ଯାହା ପୁଣି କାଲିକି ତା ନାହିଁ ।ଯାଚୁଛ ପରମ ଆୟୁ ଆପଣ ଯେ ମତେକେତେବେଳେ ସ୍ଥାୟୀ ତାହା କହ ହେ ଜଗତେ ?ବହ୍ମାୟୁଷ ହେଲେ ସୁଦ୍ଧା ପାଏ ଦିନେ କ୍ଷୟନାହିଁ ମୋର ଲୋଡ଼ା ଆୟୁ ରଥ ହସ୍ତୀ ହୟ ।ବାହନ ବନିତା ନୃତ୍ୟ ଗାତେ ପ୍ରୟୋଜନନାହିଁ, ସେ ସକଳ ଥାଉ ତୁମ୍ଭର ଶମନ !ବିଭବେ ନର ନ ପାଏ ତୃପତିବିଶେଷ ସାକ୍ଷାତ ତବ ଯେବେ ଜନ୍ତୁପତି !ଘଟିଛି ମୋ ଭାଗ୍ୟେ, ବିତ୍ତ ମିଳିବ ନିଶ୍ଚୟତବ ଯମପଣେ ମୋର ନାହିଁ ମୃତ୍ୟୁଭୟ ।ତେଣୁ ମୋର ଅନ୍ୟ ବାଞ୍ଛା ନାହିଁ ଯମରାଜ !ଦିଅ ଆଦ୍ୟେ ବର କହ ମୃତ୍ୟୁତତ୍ତ୍ୱ ଆଜ ।ଅଜର ଅମରଗଣ ସନ୍ନିଧାନେ ଆସିଜରାମୃତ୍ୟୁ ଗ୍ରସ୍ତ କିଏ ଧରାତଳବାସୀ ?ଜାଣି କ୍ଷଣସ୍ଥାୟୀ ସୁଖ ସୌଭାଗ୍ୟ ସମ୍ପତ୍ତିଧନ ଜନ ରୁପ ରାଜ୍ୟ ବରାଙ୍ଗନା ରତି ।ବିବେକୀ ଲୋଡ଼ିବ କିମ୍ପା ସୁଦୀର୍ଘ ଜୀବନବୁଝି ନିଜ ଲଭ୍ୟ ମହାମୁଖ୍ୟ ପ୍ରୟୋଜନ ?ପରମ ଅଭୀଷ୍ଟ ସିଦ୍ଧି ହେବ ଯେ ଉପାୟେପରଲୋକେ, ବତାଅ ସେ ତତ୍ତ୍ୱ ଯମରାୟେ !ମରଣ ଅନ୍ତରେ ଆତ୍ମା ଥାଏ କି ନ ଥାଏମର୍ତ୍ତ୍ୟେ ଲୟ ପାଏ କିବା ପରଲୋକ ଯାଏ ?ଚିରଦିନ ମାନବର ରହିଛି ସଂଶୟଅତି ଗୁରୁ ଗହନ ଏ ନିଗୂଢ ବିଷୟ ।ଦିଅ ଉପଦେଶ, କର ସଂଶୟ ମୋଚନନାହିଁ ମୃତ୍ୟୋ, ମୋର ଅନ୍ୟ ବରେ ପ୍ରୟୋଜନ ।ପ୍ରଥମ ବଲ୍ଲୀ ସମାପ୍ତଦ୍ୱିତୀୟ ବଲ୍ଲୀଜାଣିଲେ ପରୀକ୍ଷା କରି ଏବେ ଦେବ ଯମନଚିକେତା ହୁଦ-ନିଷ୍ଠା ବୈରାଗ୍ୟ ସଂଯମ ।ଉପଯୁକ୍ତ ଶିଷ୍ୟ ବୋଲି ବୁଝି ଦଣ୍ଡଧାରୀବିଦ୍ୟା ଅବିଦ୍ୟାର ତତ୍ତ୍ୱ କହିଲେ ବିସ୍ତାରି ।“ବ୍ରହ୍ମବିଦ୍ୟା କହେ ତେବେ ଶୁଣ ନଚିକେତଯେ ନିଗମ ତତ୍ତ୍ୱଜ୍ଞାନ ତବ ଅଭିପ୍ରେତ ।ଶ୍ରେୟ ତାହା ମାନବର ମୋକ୍ଷ ବିଧାୟକପ୍ରେୟ ଯାହା ଲୋଡ଼େ ନର, ତହିଁରୁ ପୃଥକ ।ଶ୍ରେୟ ପ୍ରେୟ ବେନିଭାବେ ଆବଦ୍ଧ ମାନବପ୍ରେୟ ପଥେ ଲଭଇ ସେ ସଂସାର-ବିଭବ ।ଶ୍ରେୟ ପଥ ଅନୁସରି କାଟେ ଭବପାଶପାଏ ପୁରୁଷାର୍ଥ ଯା’ର ନାହିଁ କେବେ ନାଶ ।ଲୋଡ଼ଇ ଯେ ପ୍ରେୟ ପଥ ଧନ ଦାରା ଲୋଭେହରାଇ ପରମପଦ ପଡ଼େ ଚିରକ୍ଷୋଭେ ।ମାନୁବ-ସମ୍ମୁଖେ ଅଛି ଶ୍ରେୟ ପ୍ରେୟ ବେନିବିବେକୀ ବିଚାର କରେ ଗୁଣ ଦୋଷ ଘେନି ।ଗୁଣ ଦୋଷ ବୁଝି କରେ କର୍ତ୍ତବ୍ୟ ନିଶ୍ଚୟହଂସ ଯଥା ପିଇ କ୍ଷୀର ଛାଡ଼ିଯାଏ ପୟ ।ପ୍ରେୟ ତେଜି ଘେନି ଧୀର ଶ୍ରେୟକୁ ସାଦରେକାମବଶେ ମୂଢ଼ଜନ ପ୍ରେୟ ଅନୁସରେ ।ଲୋଡ଼େ ମୂଢ ଧନ ଜନ ଅଙ୍ଗ ଉପଚୟଧୀର ବାଞ୍ଛେ ମୋକ୍ଷପଦ ଅନନ୍ତ ଅକ୍ଷୟ ।ଗୃହ ଧନ ରାଜ୍ୟଆଦି ରମ୍ୟ ବସ୍ତୁ ଚୟରୁପସୀ ରମଣୀ ଅବା ସୁଯୋଗ୍ୟ ତନୟ ।ରମ୍ୟ ଲୋଭନୀୟ ଯାହା ଦେଖଇ ମାନବବୁଝିଅଛି ଚିରସ୍ଥାୟୀ ନୁହେ ସେ ସରବ ।ତେଣୁ ମୁଁ ଯାଚିଲେ ସୁଦ୍ଧା ନ କଲ ଗ୍ରହଣଧନ୍ୟ ତୁମ୍ଭେ ନଚିକେତା ବଡ଼ ବିଚକ୍ଷଣ ।ଲୋଭାଇ ଯେ ମଣିମୟ ଗୁରୁ ରତ୍ନହାରେବହୁ ମୂଢ଼ଜନ ବୁଡ଼ି ମରନ୍ତି ସଂସାରେ ।ଦେଲେହେଁ ସେ ଭବପାଶ ଅତି ମନୋରମନ ହେଲେ, ନ ହେଲା ତହିଁ ତବ ମତିଭ୍ରମ ।ବିଦ୍ୟା ଅବିଦ୍ୟାର ତତ୍ତ୍ୱ କଲି ଯେ ବିବୃତିବିପରୀତ ଅଟଇ ସେ ଉଭୟ ପ୍ରକୃତି ।ଉଜ୍ଜ୍ୱଳ ଆଲୋକ ଏଇ, ଅନ୍ୟ ଘୋର ତମମୁକତି ଏକର ଫଳ, ଅନ୍ୟର ବନ୍ଧନ ।ଜାଣିଲି ତୁମ୍ଭଙ୍କୁ ବିପ୍ର ବିଦ୍ୟା-ଅଭିଲାଷୀନୁହ ନଚିକେତା, କାମସମ୍ଭୋଗ-ପ୍ରୟାସୀ ।ବହୁ କାମ ପ୍ରଲୋଭନେ ନ ଟଳିଲା ମନନ ଛାଡ଼ିଲ ଶ୍ରେୟପଥ ଧନ୍ୟ ବିଚକ୍ଷଣ ।ପରିବୃତ ହୋଇ ଘୋର ଅଜ୍ଞାନ-ଅନ୍ଧାରେକାମ ଭୋଗେ ବିମୋହିତ ସଦା ଯେ ସଂସାରେ ।ମଣନ୍ତି ନିଜକୁ ଧୀର ପଣ୍ଡିତ ପ୍ରବୀଣଆଧି ବ୍ୟାଧି ଜରା ମୃତ୍ୟୁ ଦୁଃଖ ଚିରଦିନ ।ଭୋଗନ୍ତି ସେ ଅବିବେକୀ ବହୁ ବିକ୍ରଗତିଏକ ଅନ୍ଧ ଆନ ଅନ୍ଧେ ଚଳାଏ ଯେ ମତି ।ବାଳକ ସ୍ୱଭାବ ଯେହୁ, ନୁହେ ବୁଦ୍ଧି ମନ୍ତମନ ଯାର ବିତ୍ତ ମୋହେ ମୋହିତ ସନ୍ତତ;ପ୍ରମାଦଜଡ଼ିତ ମତି ଯେ ମୂଢ ପାମରନ ବୁଝେ ମରଣ ଅନ୍ତେ ଅଛି ଲୋକାନ୍ତର ।ଏ ସଂସାର ସବୁ, ନାହିଁ ଆନ ଏହା ପରେଏ ମୂଢ ବିଶ୍ୱାସ ନୋହୁ ଘୋଷଇ ଅନ୍ତରେ ।ବାରମ୍ବାର ମୋର ବଣେ ଆସଇ ସେ ଜନନ ତୁଟେ ତା ଜନ୍ମ-ଜରା-ମରଣ-ବନ୍ଧନ ।ଆଶ୍ଚର୍ଯ୍ୟ ଏ ଆତ୍ମତତ୍ତ୍ୱ କେତେ ଲୋକେ ଜଣେକେବେ ବା ସୁଯୋଗ ପାଏ ଏ ତତ୍ତ୍ୱ ଶ୍ରବଣେ ।ଶୁଣି ସୁଦ୍ଧା ଅତି ଅଳ୍ପ ବୁଝନ୍ତି ଏ ତତ୍ତ୍ୱଆତ୍ମାର ଯଥାର୍ଥ ତତ୍ତ୍ୱ ପ୍ରକୃତ ମହତ୍ତ୍ୱ ।ଆତ୍ମତତ୍ତ୍ୱ ପ୍ରକାଶକ ବକ୍ତା ବିଚକ୍ଷଣଅତ୍ୟନ୍ତ ବରଳ, ମିଳେ କାହିଁ କିଦାଚନ ।ସୁଯୋଗ୍ୟ କୁଶଳ ଶ୍ରୋତା ଜଗତେ ଦୁର୍ଲ୍ଲଭଲଭି ଉପଦେଶ ପୁଣି ଆତ୍ମ ଅନୁଭବ ।କୋଟିକେ ଗୋଟିଏ କରେ ବହୁତ ପ୍ରୟାସେଯେ ତତ୍ତ୍ୱ ରହସ୍ୟ ବିପ୍ର ପୁଚ୍ଛିଲେ ମୋ ପାଶେ ।ଇତର ପ୍ରାକୃତ ବୁଦ୍ଧି ଗୁରୁ ଉପଦେଶେଆତ୍ମତତ୍ତ୍ୱ ପରକାଶ ନ ହୁଏ ବିଶେଷେ ।ଆତ୍ମତତ୍ତ୍ୱ ନାନା ଭାବେ କରି ଯେହୁ ଧ୍ୟାନବ୍ରହ୍ମରୁ ଆତ୍ମାକୁ କେବେ ନ ଦେଖନ୍ତି ଆନ ।ସେହି ବିଚକ୍ଷଣ ଗୁରୁ ଦେଲେ ଉପଦେଶସଂଶୟ ହୃଦୟେ ଆଉ ନ ରହଇ ଲେଶ ।ଜଗତର ଭେଦବୁଦ୍ଧି ପାଏ ଅବସାନସର୍ବତ୍ର ପ୍ରକଟ ଏକ-ବ୍ରହ୍ମ ଆତ୍ମ-ଜ୍ଞାନ ।ଗୁରୁ ଉପଦେଶ ବିନା ତର୍କ ଅନୁମାନେଅଥବା ଇନ୍ଦ୍ରିୟଗ୍ରାହ୍ୟ ପ୍ରତ୍ୟକ୍ଷ ପ୍ରମାଣେ ।ନୁହଇ ଏ ଆତ୍ମତତ୍ତ୍ୱ ମାନବଗୋଚରତର୍କେ ବହୁ ଦୁର ଆତ୍ମା ସୂକ୍ଷ୍ମୁଁ ସୂକ୍ଷ୍ମତର ॥
ଆତ୍ମତତ୍ତ୍ୱ ଲଭେ ତବ ବଳିଛି ଯେ ମତିନୁହଇ କେବଳ ତର୍କେ କେବଳ ଏହାର ତୃପତି ।ବ୍ରହ୍ମ ଆତ୍ମା ବେନି ମଧ୍ୟେ ନାହିଁ ଭେଦାଭେଦଯେ ଆଚାର୍ଯ୍ୟ ଜାଣନ୍ତି ଏ ଗୂଢ ସାର ବେଦ ।ତାଙ୍କ ଉପଦେଶ ପୂରେ ଏହୁ ଅଭିଳାଷପୂର୍ଣ୍ଣ ଆତ୍ମଜ୍ଞାନ ଯେବେ ଅନ୍ତରେ ପ୍ରକାଶ ।ପ୍ରିୟତମ ଧନ୍ୟ ତୁମ୍ଭେ, ଧନ୍ୟ ସତ୍ୟ ଧୃତିନାନା ଲୋଭେ ନ ଟଳିଲ, ତୁମ୍ଭେ ଏକା କୃତୀ ।ନଚିକେତ ! ତୁମ୍ଭ ପରି ତତ୍ତ୍ୱ-ଅଭିଳାଷେଶ୍ରଦ୍ଧାବନ୍ତ ଶିଷ୍ୟ ବହୁ ଆସନ୍ତୁ ମୋ ପାଶେ ।ସ୍ୱର୍ଗଭୋଗ ନୁହେ ନିତ୍ୟ, ଜାଣଇ ମୁଁ ଭଲେଲଭଇ ମାନବ ଯାହା ନିଜ କର୍ମଫଳେ ।ବ୍ରହ୍ମପଦ ନିତ୍ୟ ସତ୍ୟ ସୁଧ୍ରୁବ ଶାଶ୍ୱତନୁହେ ସେ ଅଧ୍ରୁବ କର୍ମ ସାଧନେ ପ୍ରାପତ ।ନଚିକେତା ଅଗ୍ନି ଯେ ମୁଁ କଲି ଆରାଧନାଇଷ୍ଟକବେଦୀରେ କରି ସାଦରେ ସ୍ଥାପନା ।ବହୁତ ଅନିତ୍ୟ ଦ୍ରବ୍ୟ ଦେଇ ଉପହାରମିଳିଛି ସେ ଫଳେ ମତେ ଯମ ଅଧିକାର ।ମର୍ତ୍ତ୍ୟଭୋଗ ତୁଳନାରେ ଚିର ଯମପଦଯଥାର୍ଥ ନୁହେ ଏ ନିତ୍ୟ ଶାଶ୍ୱତ ସମ୍ପଦ ।ନଚିକେତ, ଧୈର୍ଯ୍ୟଗୁଣେ ଦୃଢ କରି ମନବୁଝିଅଛ ଆତ୍ମାତତ୍ତ୍ୱ ତୁମ୍ଭେ ବିଚକ୍ଷଣ ।ସମାପତ ଯହିଁ ନର କାମନାନିଚୟନିଖିଳ ବିଶ୍ୱର ଯାହା ପରମ ଆଶ୍ରୟ, ।ଲଭେ ନର ଆତ୍ମା ଯହିଁ ପରମ ସଂସ୍ଥିତିପରାହତ ଯହିଁ ଜନ୍ମ ଜରା ମୃତ୍ୟୁ ଭୀତି, ।ଅଣିମାଦି ଯୁକ୍ତ ମହାବନ୍ଦନୀୟ ପଦଯଜ୍ଞର ଅନନ୍ତ ଫଳେ ମିଳେ ଯେ ସମ୍ପଦ, ।ଧୀର ଚିତ୍ତେ ଏସବୁର କରି ସୁବିଚାରସଂସାର ସଂଭୋଗରାଶି ଦୂରେ ପରିହାର ।କରିଅଛ ନଚିକେତା, ଧନ୍ୟ ମହାମନାଧନ୍ୟ ତୁମ୍ଭ ସ୍ଥିର ମତି, ଧୀର ଆଲୋଚନା ।ଯେ ଆତ୍ମା ସାକ୍ଷାତ ଲାଗି ତବ ଅଭିଳାଷଅତି ସୂକ୍ଷ୍ମ ସୁମହତ ସେ ଆତ୍ମା ପ୍ରକାଶ ।ପୁରି ରହିଅଛି ଆତ୍ମା ବିଶ୍ୱ ଅଭ୍ୟନ୍ତରେବିଦ୍ୟମାନ ମାନବର ହୃଦୟ-କନ୍ଦରେ ॥
ବୁଦ୍ଧି ଉପଲବ୍ଧ ତେଣୁ ବୁଦ୍ଧି ଅଧିଗତଅନାଦି ଆଦି କାରଣ ପୁରାଣ ଶାଶ୍ୱତ ॥
ଦୁଃସାଧ୍ୟ କଠିନ ଅତି ଆତ୍ମଦରଶନଦେଖନ୍ତି ଆଧ୍ୟାତ୍ମ ଯୋଗେ ସିଦ୍ଧ ସାଧୁଜନ ।ଲଭି ଆତ୍ମଦରଶନ ପ୍ରତ୍ୟକ୍ଷ ପ୍ରତୀକହର୍ଷଶୋକ ତେଜି ଧୀର ହୁଏ ଦ୍ୱନ୍ଦାତୀତ ॥
ଗୁରୁ ମୁଖୁଁ ଉପଦେଶ ଶୁଣି ମର୍ତ୍ତ୍ୟ ନରକରଇ ଆତ୍ମାର ସୂଷ୍ମ ସ୍ୱରୂପ ଗୋଚର ॥
ଶରୀରାଦି ଜଡ଼ବଶୁଁ ଆତ୍ମା ବିଲକ୍ଷଣମହାମୋଦଦାୟୀ ବିଶ୍ୱଜଗତ ଧାରଣ ॥
ଆତ୍ମାର ସ୍ୱରୂପ ତତ୍ତ୍ୱ ବୁଝି ଜ୍ଞାନବନ୍ତଲଭଇ ପରମ ସୁଖ ଅମୃତ ଅନନ୍ତ ॥
ନଚିକେତ, ପରିହରି କାମନାନିଚୟବ୍ରହ୍ମଜ୍ଞାନେ ଅଧିକାରୀ ତୁମ୍ଭେ ନିଃସଂଶୟ ।ଫିଟିଅଛି ତୁମ୍ଭ ଲାଗି ବ୍ରହ୍ମପୁର ଦ୍ୱାରମୋକ୍ଷ ଅଭିମୁଖୀ ତୁମେ କରେ ମୁଁ ବିଚାର ।” ।ଶୁଣି ଯମରାଜା ବାଣୀ ବୋଲେ ବିପ୍ରବର,“କରିଛ ଅନ୍ତକ, ମୋର ପ୍ରଶଂସା ବିସ୍ତାର ।ଯଥାର୍ଥରେ ଯୋଗ୍ୟ ବୋଲି ମତେ ଯେବେ ମଣଯଥାର୍ଥରେ ମୋ ପ୍ରତି ଦେବ ଯେବେ ସୁପ୍ରସନ୍ନ, ।କହ ତେବେ ମତେ ଆତ୍ମତତ୍ତ୍ୱ ବିବରଣସର୍ବାପର ବୋଲି ଯାହା ଜାଣନ୍ତି ଆପଣ ।ଧର୍ମାଧର୍ମ ବୋଲି ଯାହା ଶାସ୍ତ୍ରେ ନିରୂପିତଅଟଇ ଯେ ଆତ୍ମତତ୍ତ୍ୱ ତହିଁରୁ ଅତୀତ,କାର୍ଯ୍ୟ-କାରଣରୁ ଯେହୁ ତତ୍ତ୍ୱ ବିଲକ୍ଷଣଭୂତ ଭବ୍ୟ ବର୍ତ୍ତମାନୁଁ ଯେହୁ ପୁଣି ଅନ୍ୟ,ଯହିଁ ଅତିକ୍ରାନ୍ତ ଦେଶ କାଳ ବ୍ୟବହାରକହ ମୃତ୍ୟୁଦେବ, ସେହି ଆତ୍ମତତ୍ତ୍ୱ ସାର ॥”ବୋଇଲେ ଗଭୀରେ ଯମ ଏସନ ଉତ୍ତରେ,“ଚାରି ବେଦ ଗାଏ ଉଚ୍ଚେ ଦୃଢ ସମସ୍ୱରେଯେ ପଦ ଗରିମା, ଯାର ଏକାନ୍ତ ପ୍ରାପତି,ବେଦମତେ ମାନବର ମୁଖତମ ଗତି ।ତପ ବ୍ରହ୍ମଚର୍ଯ୍ୟ ଆଦି ବିବିଧ ସାଧନଯେ ପଦ ପ୍ରାପତି ଆଶେ ଆଚରନ୍ତି ଜନ ।ସଂକ୍ଷେପେ କହୁଛି ଶୁଣ-ସେ ପଦ ‘ଓଁ’ କାର‘ଓଁ’ କାର ସାକ୍ଷାତେ ବ୍ରହ୍ମ, ବ୍ରହ୍ମ ପ୍ରତ୍ୟାକାର ।ଯେ ଉତ୍ତମ ଅଧିକାରୀ ଓଁ କାର ସ୍ମରଣେବ୍ରହ୍ମର ପ୍ରତ୍ୟକ୍ଷ ରୂପ ଆପଣାକୁ ମଣେ ।ଓଁ କାରରେ ବ୍ରହ୍ମରୂପ କରି ଆରୋପଣଅଳ୍ପ ଅଧିକାରୀ ଜନ କରିବ ଭଜନ ।ଓଁ କାର ପରମ ବ୍ରହ୍ମ, ଓଁ କାର ଅପର,ବୁଝିଣ ଏ ତତ୍ତ୍ୱ ଯେହୁ ପୂଜେ ଏ ଅକ୍ଷର, ।ପୂରଣ ହୁଅଇ ତାର କାମନାନିଚୟଥାଏ ନାହିଁ ପୁଣି ଜନ୍ମ-ଜରା-ମୃତ୍ୟୁଭୟ ।ଅପର ପୂଜନେ ନର ଯାଏ ବ୍ରହ୍ମଲୋକେପଡ଼େ ନାହିଁ ଆଉ କେବେ ଭବ-ଦୁଃଖଶୋକେ ।ପର ଉପାସନେ ହୁଏ ସ୍ୱୟଂ ବ୍ରହ୍ମରୂପଛିଣ୍ଡେ ଯେବେ ମୋହଜାଲ, ତୁଟେ ତମ ସ୍ତପ ।ବ୍ରହ୍ମପ୍ରାପ୍ତି ସାଧନାର ମୁଖ୍ୟ ଆଲମ୍ବନଓଁ କାରେ ଗଣଇ ମନ ସତତ ଯେ ଜନ ।ହୁଏ ବ୍ରହ୍ମରୂପ ଲଭି ପୂର୍ଣ୍ଣ ବ୍ରହ୍ମଜ୍ଞାନକିବା ବ୍ରହ୍ମଲୋକେ ପାଏ ସମ ପୂଜ୍ୟ ସ୍ଥାନ ।ଆତ୍ମଜ୍ଞାନ ଲାଭେ ଯେବେ ବିଶ୍ୱ ବ୍ରହ୍ମମୟ,ନାହିଁ ଜନ୍ମ, ନାହିଁ ମୃତ୍ୟୁ, ନାହିଁ ବୃଦ୍ଧି-କ୍ଷୟ ।ନାହିଁ ଅନ୍ୟ ହେତୁ ଯହୁଁ ଆତ୍ମାର ସମ୍ଭବନୁହଇ ଆତ୍ମାରୁ ଅନ୍ୟ ସମୁଦ୍ଭବ ।ଜନ୍ମ ବିରହିତ ଆତ୍ମା ନିତ୍ୟ ସନାତନନିର୍ବିକାର ଶାଶ୍ୱତ ସେ ସର୍ବଦା ନୂତନ ।ବିଶ୍ୱ ବସ୍ତୁ ରନ୍ଧ୍ରେ ରନ୍ଧ୍ରେ ଆତ୍ମା ସୁପ୍ରକାଶଶରୀର ବିନାଶେ ଆତ୍ମା ଯାଏ ନାହିଁ ନାଶ ।ଆତ୍ମଜ୍ଞାନହୀନ ଆତ୍ମା ସ୍ୱରୂପ ନ ଜାଣେଜଡ଼ ଶରୀରକୁ ଆତ୍ମା ରୂପେ ପରମାଣେ ।ଏସମ ବିମୂଢ ଯେବେ ଆନ ମୂଢେ ହାଣେଏକ ‘ହତ୍ୟା କଲି’ ଆନ ‘ହତ ହେଲି’ ଜାଣେ ।ଆପଣାକୁ ନ ଚିହ୍ନନ୍ତି ସେ ବେନି ଅଜ୍ଞାନେ,ହୁଏ ନାହିଁ ଆତ୍ମା ହତ କିବା ନାହିଁ ହାଣେ ।ସୂକ୍ଷ୍ମତମ ପରମାଣୁଁ ତହିଁ ସୂକ୍ଷ୍ମାକାରବୃହତ୍ତମୁଁ ବୃହତ୍ତର ଆତ୍ମାର ବିସ୍ତାର ।ପ୍ରାଣିଗଣ ହୃଦେ ଆତ୍ମା ନିହିତ ନିୟତଗିରି ଦରି ଅଭ୍ୟନ୍ତରେ ହର୍ଯକ୍ଷ ଯେମନ୍ତ ।କାମ ତ୍ୟାଗେ ପରିପୃତ ଯାହାର ଅନ୍ତରଦୁଃଖ ଶୋକ ଅତିକ୍ରମ କରିଛି ଯେ ନର, ।ଆତ୍ମାର ମହିମା ସେହୁ ଦେଖେ, ଉପଭୋଗେପ୍ରସନ୍ନ ଇନ୍ଦ୍ରିୟ ମନ ଶୁଦ୍ଧ ବୁଦ୍ଧିଯୋଗେ ।ଅଚଳ ସୁସ୍ଥିର ଆତ୍ମା କିନ୍ତୁ ଭ୍ରମେ ଦୂରେକାର୍ଯ୍ୟହୀନ ଗତିହୀନ ଯାଏ ତିନି ପୁରେ ।ସ୍ଥିତି ଗତି ଆଦି ନାନା ଭାବ ବିପରୀତଏକାଧାରେ ଏକାବେଳେ ଯହିଁ ସମନ୍ୱିତ ।ସେ ଆତ୍ମାର ତତ୍ତ୍ୱ ଅତି ଅଭେଦ୍ୟ ଦୁସ୍ତରମୋ ବିନା ନୁହଇ ଅନ୍ୟ କାହାର ଗୋଚର ।ଅନିଭ୍ୟ ନଶ୍ୱର ପ୍ରାଣୀ ଦେହେ ବିରାଜିତନାହିଁ ରୂପ ନାହିଁ ତନୁ ବିକାର ବଜତ ।ଦେଶକାଳ ଗୁଣେ ନୁହେ ଆତ୍ମା ପରିଚ୍ଛନ୍ନସର୍ବବ୍ୟାପୀ ସର୍ବେଶ୍ୱର ସର୍ବାପର ଭିନ୍ନ ।ବୁଝେ ଏହୁ ଆତ୍ମତତ୍ତ୍ୱ ସୁଧୀର ସୁଜ୍ଞାନୀତରେ ଶୋକ, ଆପଣାକୁ ଆତ୍ମା ବୋଲି ଜାଣି ।ମିଳେ ନାହିଁ ଆତ୍ମଲାଭ ଶାସ୍ତ୍ର ଅଧ୍ୟୟନେଶାସ୍ତ୍ରାର୍ଥ ଶ୍ରବଣେ ଅବା କେବଳ ଧାରଣେ ।ଆତ୍ମାର ସ୍ୱରୂପ ଜ୍ଞାନେ କରେ ଯେ ସାଧନାଦୁରେ ପରିହରି ହୁଦୁଁ ସକଳ କାମନା;ନିଜ ପରମାର୍ଥ ରୂପ ସେ ସାଧକ ପାଶେମୋହ ଅନ୍ଧକାର ନାଶି ଆତ୍ମା ପରକାଶେ;ହୁଏ ତାର ଆତ୍ମଲାଭ, ଆପଣାକୁ ଆପେଦେଖାଇ ସେ ଆତ୍ମାରାମ, ନ ପଡ଼େ ତ୍ରିତାପେ ।ଦୁଶ୍ଚରିତ ପାପପଥୁଁ ନହେ ଯେ ବିରତଶିକ୍ଷାବଳେ ନୁହେ ଯାର ଇନ୍ଦ୍ରିୟ ସଂଯତ ।ନୁହେ ଯାର ଚିତ୍ତ ଦୃଢ ଏକାଗ୍ର ନିଶ୍ଚଳତେଜି ନାହିଁ ମନ ଯାର ବିଷୟ ପଟଳ ।ବୈରାଗ୍ୟେ ନିର୍ମଳ ଶାନ୍ତ ହୋଇ ନାହିଁ ମତିହୁଏ ନାହିଁ ତାର କେବେ ଆତ୍ମ ପରାପତି ।ନିତ୍ୟ ସମାହିତ ଶାନ୍ତ ସୁକୃତ ସଂଯତଲଭେ ବ୍ରହ୍ମଜ୍ଞାନ ବଳେ ଗଢ ଆତ୍ମତତ୍ତ୍ୱ ।ବ୍ରାହ୍ମଣ କ୍ଷତ୍ରିୟ ଆଦି ଉତ୍ତମ ମଧ୍ୟମଅଛନ୍ତି ଜଗତେ ଯେତେ ସ୍ଥାବର ଜଙ୍ଗମ ।ଆତ୍ମାର ଆହାର ସର୍ବେ ଆତ୍ମାର ଅଧୀନଆତ୍ମା ଅଭ୍ୟନ୍ତରେ ଜାତ ଆତ୍ମାରେ ବିଲୀନ ।ନିଜ ମୃତ୍ୟୁ ଭବେ ଯେହୁ ସକଳ ବିନାଶେଭଜେ ମୃତ୍ୟୁ ପଡ଼େ ଯେବେ ଆତ୍ମାର ଗରା ।ଆତ୍ମା ଅନ୍ତର୍ଭୁତ ସୃଷ୍ଟି ସଂସ୍ଥିତି ପ୍ରଳୟଲୋକେ ଯାହା ବିପରଯ୍ୟୟ ନୁହେ ତା ବିଲୟ ।ଏସନ ସ୍ୱରୂପ ଆତ୍ମା ଯହିଁ ବିଦ୍ୟମାନଦୁଃସାଧ୍ୟ ସାଧନେ ଲଭ୍ୟ ସେ ନିଗୂଢ ସ୍ଥାନ ।ଇତର ଜନର ନୁହେ ସହଜ ଗୋଚରନଚିକେତ, ଜାଣି ଏହା ମନେ ହେତୁ କର ।ଦ୍ୱିତୀୟ ବଲ୍ଲୀ ସମାପ୍ତତୃତୀୟ ବଲ୍ଲୀ“ଶୁଣ ନଚିକେତ, ଜୀବ ପରମ ପ୍ରଭେଦଭେଦିଲେ ଯେ ତତ୍ତ୍ୱ ଆଉ ନ ରହିବ ଖେଦ ।ପରମାତ୍ମା ଜୀବଆତ୍ମା ଏକତ୍ର ଉଭୟେପ୍ରବିଷ୍ଟ ମାନବ ବୁଦ୍ଧି –ଗୁଢ଼-ଗୃହାଶୟେ ।ଉନ୍ମୁକ୍ତ ହୃଦୟାକଶେ ବେନିଙ୍କ ପ୍ରକାଶଏକ ଭୁଞ୍ଜେ, ଆନ କରେ ଚିର ଉପବାସ ।ସୁକୃତ ଦୁଷ୍କୃତ ଆଦି କର୍ମ ଫଳାଫଳଦେହେ ଜୀବ ଭୋଗେ, ଦେଖେ ପରମ କେବଳ ।ଅନ୍ଧକାର ଜୀବ, କିନ୍ତୁ ଆଲୋକ ପରମବ୍ରହ୍ମଜ୍ଞାନୀ ନୁହନ୍ତି ଏ ଭେଦାଭେଦ ମର୍ମ ।ଆବର ଯେ ପଞ୍ଚଅଗ୍ନି କରନ୍ତି ଅର୍ଚ୍ଚନାକରନ୍ତି ଯେ ନଚିକେତା ଅଗ୍ନି ଆରାଧନା,ସେ ସକଳ ଉପାସକ କର୍ମନିଷ୍ଠ ଜନବଖାଣନ୍ତି ପରାପର ପ୍ରଭେଦ ଏସନ ।ପରାପର ବ୍ରହ୍ମଜ୍ଞାନ ଦୁଃସାଧ୍ୟ ନିଶ୍ଚିତନୁହେ କିନ୍ତୁ ମାନବର ସାଧନା ଅତୀତ ।ଆରାଧି ଯେ ନଚିକେତା ଅଗ୍ନି ଯଜମାନଦୁଃଖ-ସିନ୍ଧୁ ପାରେ ଲଭେ ମହାପୁଣ୍ୟ ସ୍ଥାନ,ସେ ଅଗ୍ନିର ତତ୍ତ୍ୱ ବୁଝି ବିହିତ ଚୟନେସମର୍ଥ ସକଳେ ଆମ୍ଭେ ରଖ ଏହା ମନେ ।ଭବାର୍ଣ୍ଣବ ଆର ପାରେ ନାହିଁ ଯହିଁ ଭୟଯାଏ ଜ୍ଞାନୀଜନ ଲଭି ଯେ ବ୍ରହ୍ମ ଆଶ୍ରୟ ।ସେ ପର ଅକ୍ଷର ବ୍ରହ୍ମ ତତ୍ତ୍ୱ ଅଭିଜ୍ଞାନେସକ୍ଷମ ହେ ନଚିକେତ, ସର୍ବେ ଆମ୍ଭେମାନେ ।ଜୀବାତ୍ମା ଅପର ବ୍ରହ୍ମ ମିଳେ କର୍ମଫଳେଲଭଇ ପରମ ବ୍ରହ୍ମ ଜ୍ଞାନୀ ଜ୍ଞାନବଳେ ।ଏ ନର ଶରୀର ଏକ ଅପୂର୍ବ ସ୍ୟନ୍ଦନଚକ୍ଷୁ ଆଦି ପଞ୍ଚ ଅଶ୍ୱ ଏଥିରେ ବାହନ ।ଜୀବ ରଥୀ, ପୁଣି ବୁଦ୍ଧ ସାରଥି ଏ ରଥେଦଉଡ଼ନ୍ତି ଅଶ୍ୱେ ରୂପ ରସ ଆଦି ପଥେ ।ମନ-ଲଗାମକୁ ଟାଣି ସନ୍ତତ ସାରଥିନିରୋଧେ ଚଞ୍ଚଳ ଅଶ୍ୱ ବିଶୃଙ୍ଖଳିତ ଗତି ।ଦେହ ମନ ଇନ୍ଦ୍ରିୟାଦି ଉପାଧି ଜଡ଼ିତଜୀବ ଭୋଗେ ସୁଖ ଦୁଃଖ କହନ୍ତି ପଣ୍ଡିତ ।ସାରଥି ଲଗାମ ସଦା ନ ଧଇଲେ କସିଅଳପେ କୋହଳ ଯେବେ ହୁଏ ମନ-ରସି ।ଦୁର୍ଦ୍ଦାନ୍ତ ତୁରଙ୍ଗ ସମ ଇନ୍ଦ୍ରିୟସକଳନ ରହି ସାରଥି ବଶେ ହୁଏ ଉଚ୍ଛୃଙ୍ଖଳ ।ହିତାହିତ ଜ୍ଞାନ ହଜେ ଘଟିଲେ ଏ ଗତିଅଶ୍ୱ ସଂଚାଳନେ ମୂଢ ଯେସନ ସାରଥି ।ସେହି ଜ୍ଞାନବନ୍ତ ଯାର ସୁସଂଯତ ମତିବୁଝଇ ସେହି ତା ହିତ ସୁଗତି ଦୁର୍ଗତି ।ଇନ୍ଦ୍ରିୟସକଳ ତାର ସଦା ନିଜ ବଶପ୍ରବୀଣ ସାରଥି ବଶେ ଯଥା ଶିଷ୍ଟ ଅଶ୍ୱ ।ନୁହେ ଯେହୁ ସୁବିବେକ ଶୁଚି ଜ୍ଞାନବନ୍ତନୁହେ ମନ ଯାର ସଦା ବିଦ୍ଧି ଅଧିଗତ ।ସେ ପରମ ପଦ ପ୍ରାପ୍ତି ନ ହୁଏ ତାହାରଜନ୍ମ-ମୃତ୍ୟୁମୟ ଭବେ ଆସେ ବାରବାର ।ଜ୍ଞାନବନ୍ତ ଶୁଚିବନ୍ତ ସଂଯମ ମାନସଅନ୍ତରୁ ତୁଟୁଛି ଯାର ଅଜ୍ଞାନ-କଳ୍ପକ୍ଷ,ସେ ପରମପଦ ଏକା ପାଏ ସେହି ରଥୀନହି ଯହୁଁ ଜନ୍ମାନ୍ତର ଅବା ପ୍ରତ୍ୟାଗତି ।ସୁବିବେକ ବୁଦ୍ଧି ଯାର ସାରଥି ନିରତମାନସ ପ୍ରଗ୍ରହ ଯାର ଆପଣା ଆୟତ୍ତ ।ସେହି ଏକା ଭାବ-ପଥ ସୀମା ପାରେ ଯାଏପରମାତ୍ମା ବିଷ୍ଣୁପଦ ସେହି ଏକା ପାଏ ।ରୂପ ରସ ଆଦି ଯେତେ ସମ୍ଭୋଗ୍ୟ ବିଷୟପ୍ରକାଶ ହୁଅନ୍ତି ଲଭି ଇନ୍ଦ୍ରିୟ ଆଶ୍ରୟ ।ଇନ୍ଦ୍ରୟର ଅର୍ଥ ଯେଣୁ ବିଷୟ ନିଚୟସେ ସର୍ବେ ଇନ୍ଦ୍ରିୟୁଁ ବଳି ଶ୍ରେଷ୍ଠ ଅତିଶୟ ।ଇନ୍ଦ୍ରିୟ ବିଷୟରଶି ମାନସ ଗୋଚରଇନ୍ଦ୍ରିୟାର୍ଥୁଁ ବଳି ତେଣୁ ମନ ଶ୍ରେଷ୍ଠତର ।ଇନ୍ଦ୍ରିୟ ସାହାଯ୍ୟେ ମନ ଘେନଇ ବିଷୟବିଷୟ ସମ୍ଭୋଗେ କିନ୍ତୁ ନାହିଁ ତା ନିଶ୍ଚୟ ।ବୁଦ୍ଧି ପାଶେ ମନ କରେ ବିଷୟ ବହନଭଲ ମନ୍ଦ ବୁଝି ବୁଦ୍ଧି କରେ ତା ଗ୍ରହଣ ।ମନ ତହୁଁ ବୁଦ୍ଧି ତେଣୁ ଅଧିକ ପ୍ରଧାନବୁଦ୍ଧି ପରେ ଦେହସ୍ୱାମୀ ଜୀବ ବିଦ୍ୟମାନ ।ଜୀବାତ୍ମା ଇନ୍ଦ୍ରିୟ ଆଦି ସର୍ବୋପରି ସାରମନ ବୃଦ୍ଧି ଇନ୍ଦ୍ରିୟାଦି ଯାର ପରିଚାର ।ହରିଣ୍ୟଗର୍ଭ ସେ ସର୍ବ ବୁଦ୍ଧି ମୂଳଭୁତମହତ ଜୀବାତ୍ମା ପ୍ରକୃତି ସ୍ତମ୍ଭୁତ ।ମହତ ଜୀବାତ୍ମା ତହୁଁ ବଳି ମହତ୍ତରପ୍ରକୃତି ଯାହାର ନାମ ରୂପ ଅଗୋଚର ।ଅବ୍ୟକ୍ତ ପ୍ରକୃତି ନିତ୍ୟ ରହିଛି ଜଡିତଓତପ୍ରୋତ ଭାବେ ପୂର୍ଣ୍ଣ ପରାତ୍ମା ସହିତ ।ସୂକ୍ଷ୍ମ ବଟବୀଜ ଦେହେ ପ୍ରଚ୍ଛନ୍ନେ ଯେ ମତିନିହିତ ବିଶାଳ ଦ୍ରୁମ ଅଭୁତ ଶକତି ।ଅବ୍ୟକ୍ତ ପ୍ରକୃତି ପରେ ପରୁଷ ପ୍ରଧାନପରାତ୍ମା ଚିନ୍ମୟ ରୂପ ଅନାଦି ନିଦାନ ।ପୁରୁଷ ଉପରେ ଆଉ ନାହିଁ ପରସ୍ଥାନସୂକ୍ଷ୍ମତ୍ୱ ମହତ୍ତ୍ୱ ଆତ୍ମଭାବ ଅବସାନ ।ଏହାହିଁ ସଂସାରୀ ଜୀବ ପରମ ଆଶ୍ରୟନାହିଁ ଯହୁଁ କେବେ ଆଉ ପ୍ରତ୍ୟାଗମ ଭୟ ।ପରମାତ୍ମା ସର୍ବଭୂତେ ଛନ୍ତି ବିଦ୍ୟମାନଭୁଗର୍ଭେ ଉଜ୍ୱଳ-ରତ୍ନ ସମ୍ପଦ ସମାନ ।ମୃତ୍ତିକାର ଆବରଣେ ଥିଲେ ରତ୍ନରାଶିନ ଦିଶଇ ଜନନେତ୍ରେ ଯେସନ ଉଦ୍ଭାସି ।ଇନ୍ଦ୍ରିୟ ବିଷୟ ମୋହେ ଆବୃତ୍ତ ତେସନନ ଦେଖନ୍ତି ପରମାତ୍ମା ରୂପ ସର୍ବଜନ ।ସୂକ୍ଷ୍ମୁଁ ସୂକ୍ଷ୍ମତର, ତହୁଁ କ୍ରମେ ସୂକ୍ଷ୍ମତମଇନ୍ଦ୍ରିୟରୁ କ୍ରମେ ଯେହୁ ଭେଦନ୍ତି ପରମ ।ସେହି ଯୋଗସିଦ୍ଧ ଧୀର ସୂକ୍ଷ୍ମଦର୍ଶୀ ଜନସୂକ୍ଷ୍ମ ବୁଦ୍ଧି ବେଳେ ଆତ୍ମା କରନ୍ତି ଦର୍ଶନ ।ଇନ୍ଦ୍ରିୟ, ଇନ୍ଦ୍ରିୟ-ଅର୍ଥ, ମନ, ବୁଦ୍ଧି, ଜୀବଅବ୍ୟକ୍ତ ପରୁଷ କ୍ରମେ ସୂକ୍ଷ୍ମତ୍ୱ ବୁଝିବ ।ଏକୁଁ ଏକ ସୂକ୍ଷ୍ମତର ଶେଷ ସୂକ୍ଷ୍ମତମପୁରୁଷ ଅନ୍ତିମ ନିଷ୍ଠା ପ୍ରଧାନ ପରମ ।ସ୍ଥୂଳର କାରଣ ସୂକ୍ଷ୍ମ ସୂକ୍ଷ୍ମୁଁ ସ୍ଥୂଳ ଜାତଏ ନିୟମେ ହୁଏ ସୃଷ୍ଟିତତ୍ତ୍ୱ ପ୍ରତିଭାତ ।ବୁଝି ପ୍ରାଜ୍ଞାଜନ ଏହି ସୃଷ୍ଟି ତତ୍ତ୍ୱଗତିସାଧିଲେ ସଂଯମ ହୁଏ ପରମ ପ୍ରପାତି ।ଇନ୍ଦ୍ରିୟସକଳ କର ମନ ଅଧିଗତବୁଦ୍ଧି ସୁଶାସନେ ମନ ରଖିବ ସଂଯତ ।ମହତ ହିରଣ୍ୟଗର୍ଭ ଜୀବାତ୍ମା ଶାସନେନିବେଶିବ ବୁଦ୍ଧି ଯଥା ବିହିତ ନିୟମେ ।ନିବେଶିବ ଅନ୍ତେ ପୁଣି ଶୁଦ୍ଧ ଆତ୍ମଜ୍ଞାନେଶାନ୍ତ ପରମାତ୍ମା ତହିଁ ଯତି ଯୋଗଧ୍ୟାନେ ।ପ୍ରକାଶିବ ତେବେ ଶୁଦ୍ଧ ଜ୍ଞାନ ସୁନିର୍ମଳପବିତ୍ର ଦିଶିବ ଏକ ଆତ୍ମା ଢଳଢଳ ।ତୁଟିବ ଅଶେଷ ମୋହ ଫୁଟିବ ସଦଜ୍ଞାନହେବ ନାମରୂପ କ୍ରିୟା ଚିର ତିରୋଧାନ ।ଉଠ ହେ ମୁମୁକ୍ଷୁ ତେବେ ଜାଗ ହେ ସତ୍ୱରଚିର ଘୋର ମୋହନିଦ୍ରା ଦୂରେ ପରିହର ।ବରେଣ୍ୟ ବ୍ରହ୍ମଜ୍ଞ ଗୁରୁ ପଦାଶ୍ରୟେ ଆସିପ୍ରବୁଦ୍ଧ ଜାଗ୍ରତ ହୁଅ ହେ ମୋକ୍ଷପ୍ରୟାସୀ ।କହନ୍ତି ତ୍ରିକାଳଦର୍ଶୀ କ୍ଷୁରଧାର ସମବ୍ରହ୍ମତତ୍ତ୍ୱ ମାର୍ଗ ଏହୁ ଶାଣିତ ଦୁର୍ଗମ ।ସୁଦୃଢ ସାଧନା ବିନା ଅସାଧ୍ୟ ଅତ୍ୟୟଉଠ ନର ଜାଗ ଲାଗ ସିଦ୍ଧି ସୁନିଶ୍ଚୟ ।ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ବିବର୍ଜ୍ଜିତଇନ୍ଦ୍ରିୟ ଅଜ୍ଞେୟ ନିତ୍ୟ ଆଦ୍ୟନ୍ତ ରହିତ ।ନାହିଁ ଯାର ଜନ୍ମ ନାଶ, ଚିର ନିରାମୟନାହିଁ ରୂପାନ୍ତର, ଧ୍ରୁବ, ଅବ୍ୟୟ ଅକ୍ଷୟ ।ମହତ ବୁଦ୍ଧିରୁ ଯେହୁ ଭିନ୍ନ ମହତ୍ତରଉଦ୍ଭାସେ ଯେ ସାକ୍ଷୀରୂପେ ନିଖିଳ ଅନ୍ତର ।ଶ୍ରବଣ ମନନ ଧ୍ୟାନେ କରି ସୁନିଶ୍ଚୟଦେଖିଲେ ଥରେ ସେ ବ୍ରହ୍ମସ୍ୱରୂପ ଚିନ୍ମୟ ।ମୃତ୍ୟୁ ମୁଖଁ ଲଭେ ଜୀବ ଚିର ଅବ୍ୟାହତିଅବିଦ୍ୟା ପଟଳ ତୁଟେ ମିଳେ ମୋକ୍ଷଗତି ।ଋଷିପୁତ୍ର ନଚିକେତେ ଅନ୍ତକ କଥିତସୁପବିତ୍ର ସନାତନ ଏ ଚାରୁ ଚରିତ ।ଯେ ମେଧାବୀ ଶ୍ରଦ୍ଧାଯୁକ୍ତେ ଶୁଣେ ବା ଶୁଣାଏବ୍ରହ୍ମରୂପେ ବ୍ରହ୍ମଲୋକେ ନିତ୍ୟ ପୂଜା ପାଏ ।ପରମ ନିଗୂଢ ଏହୁ ତତ୍ତ୍ୱ ସୁମହତଶ୍ରଦ୍ଧାରେ ଯେ ଜନ ମନ କରି ସୁସଂଯତ,ବ୍ରାହ୍ମଣ ସମାଜେ ପଢି କରାଏ ବ୍ୟାଖ୍ୟାନଶ୍ରାଦ୍ଧକାଳେ କହେ ବା ଏ ପୁଣ୍ୟ ଉପାଖ୍ୟାନା,ସେ ସୁକୃତେ ସୁବିସ୍ତର ଫଳ ହୁଏ ପ୍ରାପ୍ତକଠୋପନିଷଦ ଆଦ୍ୟ ଅଧ୍ୟାୟ ସମାପ୍ତ ।
ପ୍ରଥମ ଅଧ୍ୟାୟ
ତୃତୀୟ ବଲ୍ଲୀ ସମାପ୍ତ
ଦ୍ୱିତୀୟ ଅଧ୍ୟାୟ
ପ୍ରଥମ ବଲ୍ଲୀସ୍ୱୟମ୍ଭୁ ଯେକାଳେ କଲେ ଜଗତ କଳ୍ପନାବାହ୍ୟ ଅଭିମୁଖେ କଲେ ଇନ୍ଦ୍ରିୟ ରଚନା ।ହୋଇଛି ଇନ୍ଦ୍ରିୟଗଣ ପ୍ରଥମୁ ଆହତତେଣୁ ବାହ୍ୟ ବସ୍ତୁ ମୁଖେ ଧାଏଁ ଅବିରତ ।ବାହ୍ୟ ବିଷୟକୁ ଜୀବ ଦେଖେ ଅନୁକ୍ଷଣନ ଦେଖଇ ଅନ୍ତରାତ୍ମା ଫିଟାଇ ନୟନ ।ଅମୃତତ୍ତ୍ୱ ଅଭିଳାଷୀ କେହି ଅବାଧରବିଷୟ ଫେରାଇ ନେତ୍ର କରି ମନ ସ୍ଥିର ।ନିରୋଧ ଇନ୍ଦ୍ରିୟଗଣେ ହୋଇ ଏକ ଲୟଦେଖନ୍ତି ଅନ୍ତରେ ଆତ୍ମା ଚିଦାନନ୍ଦମୟ ।ଚପଳ ବାଳକମତି ଅବିବେକୀ ନରେଅନୁରାଗ ପ୍ରକାଶନ୍ତି ବାହ୍ୟ ବିଷୟରେ ।ସୁଖଶର୍ଯ୍ୟା ଧନ ମାନ ବନିତା ବିଳାସଏ ଆଦି ଅନିତ୍ୟ କାମେ କରନ୍ତି ପ୍ରୟାସ ।ସୁବିସ୍ତୀର୍ଣ୍ଣ ମୃତ୍ୟୁପାଶେ ହୁଅନ୍ତି ସେ ବନ୍ଦୀଅବିଦ୍ୟା-ଅନ୍ଧାରେ ବୃଥା କାମକର୍ମେ ଛନ୍ଦି ।ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯନ୍ତ୍ରଣା ଅପାରଲଭନ୍ତି ଏ ମର୍ତ୍ତ୍ୟଧାମେ ଆସି ବାରମ୍ବାର ।ବିବେକୀ ପୁରୁଷ ତେଣୁ ତେଜି ଭୋଗରାଶିଅମୃତତ୍ତ୍ୱ ଲାଗି ହୁଏ ଏକାନ୍ତ ପ୍ରୟାସୀ ।ଜାଣନ୍ତି ସେ ସ୍ୱର୍ଗ ନାହିଁ ପ୍ରକୃତ ଅମୃତପୁଣ୍ୟକ୍ଷୟେ ସ୍ୱର୍ଗ ଜୀବ ହୁଏ ପ୍ରତ୍ୟାବୃତ୍ତ ।ଆତ୍ମଲାଭେ ମିଳେ ଏକା ଚିର ଅମୃତତ୍ତ୍ୱବୁଝି ଜ୍ଞାନୀ ଜନ ଏହି ସଚ୍ୟ ସାରସତ୍ତ୍ୱ ।ଆତ୍ମୀ ଧ୍ରୁବ ଅନ୍ୟ ସବୁ ଅଧ୍ରୁବ ଜଗତେନିର୍ଦ୍ଧାର୍ଯ୍ୟ ଜାଣି ଏ ତଥ୍ୟ ନିଜ ହୃଦୟଗତେ,ଅନିତ୍ୟ ବିଷୟେ କେବେ ନ କରେ କାମନାଲୋଡ଼େ ନାହିଁ ପୁତ୍ର ବିତ୍ତ ଲୋକ ସମ୍ଭାବନା ।ବିଜ୍ଞାନ ସ୍ୱରୂପ ଆତ୍ମା, ଆତ୍ମାର ପ୍ରେରଣେଜାଣନ୍ତି ବିଷୟରାଶି ଅନୁଭବେ ଜନେ ॥
ମୈଥୁନ ସମ୍ଭୃତ ଅଙ୍ଗ ପୁଲକ ପରଶଜିହ୍ୱା ଅନୁଭୂତ ସ୍ନିଗଧ ସୁମଧୁର ରସ ॥
ଚାରୁ ପ୍ରିୟ ରୂପରାଶି ନୟନମୋହନସୂକ୍ଷ୍ମ ସୁଲଳିତ ଶବ୍ଦ କର୍ଣ୍ଣ ରସାୟନ ॥
ସୁରଭି ନାସିକା ମୋଦ ସୁଗନ୍ଧ ସମ୍ଭାରଇନ୍ଦ୍ରିୟ ବିଷୟ ଏ ଯେ ବିବିଧ ପ୍ରକାର ।ଆତ୍ମାର ପ୍ରଭାବେ ଲୋକ ହୁଏ ଅବଗତଆତ୍ମଜ୍ଞାନେ ପ୍ରକାଶେ ଏ ନିଖିଳ ଜଗତ ।ଆତ୍ମା ଅଧିଗମେ ମୋକ୍ଷ ଲଭିଲେ ମାନବସକଳ ଜ୍ଞାତବ୍ୟ ତାର ହୁଏ ଅନୁଭବ ।ଏହି ସେ ସର୍ବଜ୍ଞ ଆତ୍ମା ପରମ ଆଶ୍ରୟଜାଣି ନଚିକେତା ମନୁଁ ତୁଟାଅ ସଂଶୟ ।ହୁଏ ଯେତେ ଅନୁଭୂତି ସ୍ୱପ୍ନ ଜାଗରଣେଜାଣେ ସେ ସମସ୍ତେ ଲୋକ ଆତ୍ମାର ପ୍ରେରଣେ ।ମହତ ମହେଶ ଆତ୍ମା ସର୍ବ ମୂଳାଧାରଜାଣି ଏହା ତରେ ଧୀର ଶୋକ-ପାରାବାର ।ଜୀବାତ୍ମା ସକଳ ଘଟେ ଛନ୍ତି ବିଦ୍ୟମାନଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶାନ ।ଭୋଗନ୍ତି ସେ ସୁଖ ଦୁଃଖ କର୍ମଫଳ ନିତିଜାଣି ଏହା ଦେଖେ ଯେହୁ ହୃଦେ ତାଙ୍କ ସ୍ଥିତି ।ବ୍ରହ୍ମଜ୍ଞାନ ଫଳେ ତାର ତୁଟେ ସର୍ବ ଭୟବିଶ୍ୱେ ସର୍ବଭୂତ ସେହୁ ଦେଖେ ବ୍ରହ୍ମମୟ ।ଦ୍ୱୈତଜ୍ଞାନେ ଭୟ ପାଏ ଏକ ତହୁଁ ଆନଭାଙ୍ଗେ ଭୟ ଉପୁଜିଲେ ବ୍ରାହ୍ମାତ୍ମୈକ ଜ୍ଞାନ ।ଏହି ସେହି ଆତ୍ମତତ୍ତ୍ୱ ଦେବେ ଅଗୋଚରବୁଝି ନଚିକେତ,ଏହା ଦୃଢେ ହୃଦେ ଧର ।ଏ ବିଚିତ୍ର ସୃଷ୍ଟି ଯେବେ ନ ଥିଲା ପ୍ରକାଶଥିଲା ନାହିଁ ଜଳ ସ୍ଥଳ ପବନ ଆକାଶ ।ଯୋଗମଗ୍ନ ଯେବେ ଏକା ବ୍ରହ୍ମ ଜ୍ଞାନମୟପର୍ବତହୁଁ ହେଲା ଯାର ପ୍ରଥମେ ଉଦୟ ।ହିରଣ୍ୟଗର୍ଭ ସେ ଆଦ୍ୟ ସ୍ୱୟମ୍ଭୁ ସମ୍ଭୁତଯାର ପରେ ସୃଷ୍ଟ ହୁଏ ପଞ୍ଚ ମହାଭୂତ ।ହିରଣ୍ୟଗର୍ଭାଖ୍ୟ ସେହି ପୁରୁଷ ପ୍ରଧାନସର୍ବ ପ୍ରାଣୀ ହୃଦେ ପଶି କଲେ ଅଧିଷ୍ଠାନ ।ଲଭି ପଞ୍ଚଭୂତମୟ ଦେହାଦି ସଂଯୋଗକରନ୍ତି ସେ ଶବ୍ଦ ଆଦି ବିଷୟ ସମ୍ଭୋଗ ।ଦେଖେ ଯେହୁ ଏ ପୁରୁଷେ ନିତ୍ୟ ହୃଦାକାଶେତା ନେତ୍ର ପରମବ୍ରହ୍ମ ସର୍ବତ୍ର ଉଭାସେ ।ହିରଣ୍ୟଗର୍ଭ ସେ ବ୍ରହ୍ମୁଁ ସମ୍ଭବ ପ୍ରଥମତହୁଁ ଦେବାସୁର ନର ସ୍ଥାବର ଜଙ୍ଗମ ।ଶବ୍ଦାଦି ଅଦନୁଁ ଖ୍ୟାତି ଅଦିତି ନାମରେପ୍ରାଣରୂପେ ପ୍ରକାଶିଲେ ସକଳ ଅନ୍ତରେ ।ପଞ୍ଚ ମହାଭୂତ ସଙ୍ଗେ ମିଳି ସେ ଅଦିତିପ୍ରାଣୀ ହୃଦୃ-ଗୁହାଶୟେ କଲେ ଅବସ୍ଥିତି ।ସେ ଆଦ୍ୟ ଦେବତା ରୂପ ଦେଖେ ଯେଉଁ ଜନସେହି ଏକା କରେ ଆତ୍ମା ସ୍ୱରୂପ ଦର୍ଶନ ।ଗର୍ଭବତୀ ନାରୀ ଯଥା ସୁପକ୍ୱ ଭୋଜନେଗର୍ଭସ୍ଥ ତନୟ ପାଳେ ନିତି ସୁଯତନେ ।ନାନା ହବନୀୟ ଦ୍ରବ୍ୟ ଆହୁତି ପ୍ରଦାନେସଦାଚାର ଶୁଚିବନ୍ତ ହୋଇ ସାବଧାନେ ।ପୋଷନ୍ତି ଯାଜ୍ଞିକେ ତଥା ଯଜ୍ଞେ ହୁତାଶନଆରଣି ଉଦରୁ କରି ମନ୍ତ୍ରେ ଆବାହନ ।ସାଧୁ ଜ୍ଞାନୀଜନେ ପୁଣି ସଦା ଏକ ଲୟେବିରାଟ ପୁରୁଷେ ତଥା ପୂଜନ୍ତି ହୃଦୟେ ।କରନ୍ତି ଏ ରୂପେ ଯାର ଅର୍ଚ୍ଚନା ସନ୍ତତକର୍ମୀ ଜ୍ଞାନୀଗଣେ ବତ ଧ୍ୟାନ ସୁସଂଯିତ ।ଅନ୍ତରେ ଅଧ୍ୱରେ ଯାର ନିତ୍ୟ ଅଧିଷ୍ଠାନଯାତଦେବା ଆତ୍ମା ସେହି ନଚିକେତ ଜାଣ ।ପ୍ରାଣୁ ସୂର୍ଯ୍ୟ ପ୍ରତିଦିନ ହୁଅନ୍ତି ଉଦିତପ୍ରାଣେ ପୁଣି ପ୍ରତିଦିନ ଯାନ୍ତି ଅସ୍ତମିତ ।ଦିବା ନିଶି ସମସୃଷ୍ଟି ପ୍ରଳୟ ବିଧାନପ୍ରାଣୁଁ ସୂର୍ଯ୍ୟ ସୃଷ୍ଟ ପୁଣି ପ୍ରାଣେ ତିରୋଧାନ ।ଇନ୍ଦ୍ର ଅଗ୍ନି ବରୁଣାଦି ଦେବତା-ଜଗତେପ୍ରକାଶ ଇନ୍ଦ୍ରିୟ ଯେତେ ପ୍ରାଣୀ ଦେହଗତେ ।ବର୍ତ୍ତି ରହିଛନ୍ତି ସର୍ବେ ପ୍ରାଣେ ଆଶ୍ରା କରିତୁମ୍ଭ ଅବଲମ୍ବେ ଯଥା ଚକ୍ରେ ଅରାବଳି ।ପ୍ରାଣ ସର୍ବବ୍ୟାପୀ ବ୍ରହ୍ମ ସକଳ ଆଶ୍ରୟଯହିଁ ସର୍ବ ବିଶ୍ୱ ସୃଷ୍ଟି ସଂସ୍ଥିତି ପ୍ରଳୟ ।ପ୍ରାଣେ ବଳି ହୋଇପାରେ କିଏ ଅତିଗାମୀସେ ଯେ ସର୍ବାତ୍ମକ ବ୍ରହ୍ମ ସର୍ବ ଅନ୍ତର୍ଯ୍ୟାମୀ ।ବ୍ରହ୍ମରୁ ସ୍ଥାବରଯାଏ ସର୍ବତ୍ର ସମାନଏକ ଅଦ୍ୱିତୀୟ ଆତ୍ମା ସର୍ବଭୂତ ପ୍ରାଣ ।ଯେ ଆତ୍ମା ଚୈତିନ୍ୟ ରୂପ ହୃଦେ ପ୍ରତିଫଳେଚନ୍ଦ୍ରବିମ୍ବ ଝଳେ ଯଥା ସରୋବର ଜଳେ ।ଈଶ୍ୱର-ଚୈତନ୍ୟ ତହୁଁ ନୁହଇ ସେ ଭିନ୍ନମାୟାବେଶ ଦିଶେ ଜୀବ କେବଳ ବିଚ୍ଛିନ୍ନ ।ଜୀବ କାର୍ଯ୍ୟ, ପରମାତ୍ମା ଚୈତନ୍ୟ କାରଣନାହିଁ ସେ ଉଭୟେ ଭେଦ ନାହିଁ ତହିଁ ଅନ୍ୟ ।ଅଜ୍ଞାନେ ପ୍ରଭେଦ ତହିଁ ଦେଖେ ଯେଉଁ ଜନମରଣାନ୍ତେ ବାରବାର ଭେଟେ ସେ ମରଣ ।ବ୍ରହ୍ମ ତହୁଁ ଆପଣାକୁ ନ ମଣେ ଯେ ଆନଦେଖେ ନିଜ ହୃଦେ ପର୍ଣ୍ଣ ବ୍ରହ୍ମ ବିଦ୍ୟମାନ ।ସର୍ବ ହୃଦେ ଦେଖେ ପୁଣି ପର୍ଣ୍ଣ ବ୍ରହ୍ମରୂପଅତିକ୍ରମେ ସେହି ଏକା ଭବ-ଅନ୍ଧକୂପ ।ଗୁରୁ ଉପଦେଶ ଶାସ୍ତ୍ରବିହିତ ବିଧାନେମାନସ ସଂଯମ ଶୁଦ୍ଧ କରି ଏକଧ୍ୟାନେ ।ବ୍ରହ୍ମଜ୍ଞାନ ଲାଭେ ସୁଧୀ ହୁଅନ୍ତି ସକ୍ଷମତିରୋହିତ ହୁଏ ତେବେ ହୁଦୁଁ ଭେଦ ଭ୍ରମ ।ଅପସୃତ ହେଲେ ଘୋର ଅଜ୍ଞାନ-ଅନ୍ଧାରସର୍ବତ୍ର ପ୍ରକାଶେ ବ୍ରହ୍ମ ଅଖଣ୍ଡ ଆକାର ।ଅଜ୍ଞାନ ପ୍ରଭାବେ ଭେଦ ଦେଖେ ଯେଉଁ ଜନମରଣାନ୍ତେ ବାରବାର ଭେଟେ ସେ ମରଣ ।ଦେହ ଅଭ୍ୟନ୍ତରେ ହୃଦପଦୁ ବିଦ୍ୟମାନଜୀବାତ୍ମା ପୁରୁଷ ତହିଁ ଅଙ୍ଗୁଷ୍ଠ ପ୍ରମାଣ ।ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶାନତୁଟେ ଭୟ ହେଲେ ଜୀବ-ବ୍ରହ୍ମ ଏକ ଜ୍ଞାନ ।ଜୀବାତ୍ମା ପୁରୁଷ ସେହି ଅଙ୍ଗୁଷ୍ଠ ପ୍ରମାଣନିର୍ଧୂମ ଉଜ୍ଜ୍ୱଳ ଜ୍ୟୋତି ପ୍ରାଏ ତେଜସ୍ମାନ ।ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶ୍ୱରଆଜି ସେହି କାଲି ସେହି ନିତ୍ୟ ଅନଶ୍ୱର ।ନାହିଁ ଆତ୍ମା ସମ କିବା ଆତ୍ମା ଭିନ୍ନ ଆନସର୍ବତ୍ର ସର୍ବଦା ଏକ ଆତ୍ମା ବର୍ତ୍ତମାନ ।ପର୍ବତ ଦୁର୍ଗମ ଶିଖେ ବରଷିଲେ ବାରିନାନା ଧାରେ ବହେ ସ୍ରୋତ ନାନା ଦିଗଚାରୀ ।ଗିରିପଦେ ନିମ୍ନ ଦେଶେ ଧାଏଁ ଛିନ୍ନ ଭିନ୍ନନାଶଯାଏ ଅବଶେଷ ହୁଏ କାହିଁ ଲୀନ,ତେସନ ଅସଂଖ୍ୟ ଦେହେ ନାନା ଅଭିମୁଖେଭ୍ରମଇ ସେ ନର ଚିରଜନ୍ମ ମୃତ୍ୟୁ-ଦୁଃଖେ ।ଦେଖେ ଯେ ବିଭିନ୍ନ ଦେହେ ବ୍ରହ୍ମ ଭେଦାଭେଦଲଭେ ନାନା ଯୋନି, ସହେ ଅସରନ୍ତି ଖେଦ ।ସର୍ବଭୂତେ ଦେଖେ ଯେହୁ ଆତ୍ମା ନିତ୍ୟ ଏକସେହି ନଚିକେତ, ମୁନି ଜ୍ଞାନୀ ସୁବିବେକ ।ଶୁଦ୍ଧୋଦକେ ମିଶିଗଲେ ଯଥା ଶୁଦ୍ଧୋଦକହୁଏ ଏକ ରୂପ ଆଉ ନ ରହେ ପୃଥକ ।ଏକୀଭୂତ ହୁଏ ତଥା ବ୍ରହ୍ମେ ସେହି ଜନସର୍ବତ୍ର ଦେଖେ ଯେ ଏକ ଆତ୍ମା-ସନାତନ ।ପ୍ରଥମ ବଲ୍ଲୀ ସମାପ୍ତଦ୍ୱିତୀୟ ବଲ୍ଲୀକି ବିଚିତ୍ର ପୁର ଏହି ନର କଳେବରପ୍ରାସାଦ ପ୍ରାକାର ଦୂରେ ସଜ୍ଜିତ ସୁନ୍ଦର ।ସଂଯୋଜିତ ଯଥା ସ୍ଥାନେ ଏକାଦଶ ଦ୍ୱାରଘେରି ରହିଅଛି ପୁଣି ସପତ ପ୍ରକାର ।ଯଥାସ୍ଥାନେ ସୁଶୋଭିତ ଗଭୀର ପରିଖାମଣିପୁର ଆଦି ନାମେ କେତେ ଅଟ୍ଟାଳିକା ।କେତେ କନ୍ଦି, କେତେ ଯନ୍ତ୍ର, କେତେ ଗୁପ୍ତ ସ୍ଥାନତରୁ ଲତା ଆଚ୍ଛାଦିତ ସୁଚାରୁ ଉଦ୍ୟାନ ।ରହିଛନ୍ତି ପ୍ରତି ଦ୍ୱାରେ ସୁଚତୁର ଦ୍ୱାରୀଜାଣ କି କିଏ ଏ ଦେହ-ପୁର ଅଧିକାରୀ ।ସେ ଚୈତନ୍ୟମୟ ଆତ୍ମା ଏଥି ଅଧିପତିନାହିଁ ଯାର କ୍ଷୟ ବୃଦ୍ଧି ବିନାଶ ଉତ୍ପତ୍ତି ।ଦେହ ଅଭ୍ୟନ୍ତରେ ଯାର ହେଲେହେଁ ନିବାସଆଦିତ୍ୟ ପରାଏ ନିତ୍ୟ ପ୍ରତ୍ୟକ୍ଷ ପ୍ରକାଶ ।ସର୍ବଭୂତେ ଏକ ଆତ୍ମା ଦୃଢ ମନେ ଧରିବ୍ରହ୍ମଧ୍ୟାନ କରେ ଯେହୁ ମୋହ ପରିହରି ।ଏ ଜୀବନେ ମୁକ୍ତ, ସେହୁ ପଡ଼େ ନାହିଁ ଶୋକେଅକ୍ଷୟ କୈବଲ୍ୟ ଭୁଞ୍ଜେ ଗଲେ ପରଲୋକେ ।ଭବେ କଦାଚିତେ ଆଉ ନ ଲଭେ ଉତ୍ପତ୍ତିପରମବ୍ରହ୍ମରେ ମିଳେ, ପାଏ ମୋକ୍ଷଗତି ।ନର ଦେହ ନୁହେଁ ଏକା ଆତ୍ମାର ନିବାସସର୍ବତ୍ର ସମାନ ଆତ୍ମା ବିଶ୍ୱେ ପରକାଶ ।ସର୍ବବ୍ୟାପୀ ସର୍ବଗାମୀ ସର୍ବ ଅଧିଷ୍ଠାନଉଜ୍ଜ୍ୱଳ ଦ୍ୟୁଲୋକେ ଆତ୍ମା-ରବି ଅଂଶୁମାନ ।ଅନ୍ତରୀକ୍ଷେ ସମୀରଣ ଅନଳ ଅଧ୍ୱରେସେହି ଏକା ପ୍ରତିଷ୍ଠିତ ବିଶ୍ୱବେଦୀ ପରେ ।ଉଜ୍ଜ୍ୱଳ ପବତ୍ର ସୋମଯୋଗେ ଶୁଦ୍ଧାଧାରେନରଦେହେ ବରଦେହେ ପ୍ରକାଶ ସଂସାରେ ।ସତ୍ୟେ ଆତ୍ମା ଅବସ୍ଥିତ ଆକାଶେ ସଂଚାରବିଶ୍ୱ ମହାମୁଖେ ଆତ୍ମା ଯଦି ଉପଚାର ।ଜଳେ ସ୍ଥଳେ ଧରାଧାରେ ହୁଏ ଯେ ଉଦ୍ଭବସରିତ ନିର୍ଝର ମୀନ ମୁକ୍ତା ବ୍ରୀହି ଯବ ।ସ୍ଥାବର ଜଙ୍ଗମ ଆଦି ଯେତେ ବସ୍ତୁଚୟସେ ସକଳେ ଏକମାତ୍ର ଆତ୍ମାର ଉଦୟ ।ସର୍ବଭୂତମୟ କିନ୍ତୁ ସତ୍ୟ ସନାତାନଏକ ଅଦ୍ୱିତୀୟ ନିତ୍ୟ ଅପରିବର୍ତ୍ତନ ।ସର୍ବ ମୂଳାଧାର ସେହି ସକଳ ନିଦାନତବ ଜିଜ୍ଞାସିତ ବସ୍ତୁ ବ୍ରହ୍ମ ସୁମହାନ ।ନିଗୂଢ ଏ ବ୍ରହ୍ମତତ୍ତ୍ୱ ସ୍ଥିର କରି ମନକର ନଚିକେତ, ଏହା ହୃଦୟେ ଧାରଣ ।ଜୀବାତ୍ମା ପୁରୁଷ ରହି ହୃଦୟ-କମଳେପେଷେ ପ୍ରାଣବାୟୁ ଊର୍ଦ୍ଧ୍ୱେ ଅପମାନକୁ ତଳେ ।ମୁମୁକ୍ଷୁବରେଣ୍ୟ ନିଜେ ମଧ୍ୟେ ସମାସୀନଦେବରୂପୀ ଇନ୍ଦ୍ରିୟାଦି ଯାହାର ଅଧନ ।ଲାଗିଥାନ୍ତି ନିରନ୍ତର ଆପଣା ବ୍ୟାପାରେଭୃତ୍ୟଗଣ ଖଟେ ଯଥା ପ୍ରଭୁ ଉପଚାରେ ।ଦେହେନ୍ଦ୍ରିୟ ପ୍ରାଣ ଆଦି ଆତ୍ମାରୁ ବିଭିନ୍ନସର୍ବପରେ ଆତ୍ମାସ୍ୱାମୀ ସ୍ୱତନ୍ତ୍ର ସ୍ୱାଧୀନ ।ଗୃହ ତେଜି ଗୃହସ୍ୱାମୀ ହୋଇଲେ ଅନ୍ତରପଳାନ୍ତି ସେବକେ କିଏ କାହିଁ ଛାଡ଼ି ଘର ।ସୁନା ଘର ହୋଇଯାଏ ଚୂନା ସେହିକ୍ଷଣେମୋର ବୋଲି କହିବାକୁ ରହେ ନାହିଁ ଜଣେ ।ଛାଡ଼ିଗଲେ ଦେହ ତଥା ଦେହ ଅଧୀଶ୍ୱରକିଏ ଏଥି ରହେ ବାକି ଜଗିବାକୁ ଘର ?ସ୍ୱାମୀ ଥିଲାବେଳେ ଯେହୁ ଥାଆନ୍ତି ଗରବେସ୍ୱାମୀ ଗଲେ ପଛେ ପଛେ ଯାନ୍ତି ସେ ସରବେ ।ମନ ପ୍ରାଣ ଇନ୍ଦ୍ରିୟାଦି ନ ରହନ୍ତି କେହିଗଲେ ଯେହୁ, ସେହି ଆତ୍ମା ସେହି ଏକା ଦେହୀ ।ପ୍ରାଣାପାନ ବାୟୁ ବଳେ ବଞ୍ଚି ନାହିଁ ନରଜୀଇଁଛି ଯା ଯୋଗେ ପ୍ରାଣପାନୁ ସେ ଇତର ।ନରଦେହେ ପରମାତ୍ମା ଜୀବନ ନିଦାନଯାହାର ଆଶ୍ରୟେ ପିଣ୍ଡେ ରହେ ପ୍ରାଣାପାନ ।ବହୁ ଉପାଦାନେ ଗଢା ପଦାର୍ଥନିଚୟଆହାର ଉଦ୍ୟାନ ଶର୍ଯ୍ୟା ବସନ ଆଳୟ ।ଲାଗେ ନାହିଁ କେବେ ଯଥା ନିଜ ପ୍ରୟୋଜନେଲୋଡ଼ାହୁଏ ସଦା ଅନ୍ୟ ସଂଭୋଗସାଧନେ ।ପ୍ରାଣପାନ ଇନ୍ଦ୍ରିୟାଦି ତଥା ସହଯୋଗେଅବିରତ କାର୍ଯ୍ୟେ ରତ ଆତ୍ମା ଉପଭୋଗେ ।ଏ ସକାଳୁଁ ଆତ୍ମା ଭିନ୍ନ ନିତ୍ୟ ଅସଂହତପ୍ରାଣାପାନ ଆଦି ସର୍ବେ ଆତ୍ମାର ଆୟତ୍ତ ।ଗୁହ୍ୟ ସନାତନ ବ୍ରହ୍ମତତ୍ତ୍ୱ ଗଉତମକହେ ଏବେ ଶୁଣ ଯେଶେ ଯିବ ମନୁ ଭ୍ରମ ।ଲଭିଲେ ଯେ ଜ୍ଞାନ ମିଳେ ଚିର ମୋକ୍ଷପଦପାରହୁଏ ଜୀବ ଜନ୍ମ ମରଣ-ବିପଦ ।ବ୍ରହ୍ମଜ୍ଞାନ ବିନା ଦେହୀ ମରି ପୁଣ ପୁଣଭଜେ ଯେ ଦୁର୍ଗତି କହେଁ ନଚିକେତ, ଗୁଣ ।ଆପଣା ଆପଣା ଜ୍ଞାନ କର୍ମ ଅନୁସାରେବାରବାର ଲଭେ ଜୀବ ଜନ୍ମ ଯୋନିଦ୍ୱାରେ ।ଆଉ ଥୋକେ ଜୀବ ପୁଣି ଜ୍ଞାନ-କର୍ମ-ଫଳେଉଦ୍ଭିଦ ସ୍ଥାବର ରୂପେ ଉପୁଜେ ଭୂତଳେ ।ନୁହେଁ, ଯେତେ ଦିନ ଯାଏ ସର୍ବ କର୍ମକ୍ଷୟନୁହେଁ ଯେତେ ଦିନ ବ୍ରହ୍ମଜ୍ଞାନ ସମୁଦାୟ,ଭ୍ରମେ ଜୀବ ଏହିପରି ଯୋନି ଶତ ଶତପୂର୍ଣ୍ଣଜ୍ଞାନେ ହୁଏ ଶେଷେ ବନ୍ଧନମୂକତ ।ନିଦ୍ରାର ଉତ୍ସଙ୍ଗେ ନର ଲଭିଲେ ଆରାମପ୍ରାଣ ଇନ୍ଦ୍ରିୟାଦି ଭଜେ କାର୍ଯ୍ୟରୁ ବିରାମ ।ପ୍ରାଣେନ୍ଦ୍ରିୟଗଣ ଯେବେ ନିଦ୍ରା ଅଭିଭୂତସ୍ୱପନେ ଯେ ସୃଜେ ଭୋଗ୍ୟ ବିଷୟ ଅଦ୍ଭୁତ ।ଭୋଗେ ଇଚ୍ଛାମତେ ଯେହୁ ଇଷ୍ଟ ସୁଖରାଶିସେହି ଶୁଦ୍ଧ ସମୁଜ୍ଜ୍ୱଳ ବ୍ରହ୍ମ ଅବିନାଶୀ ।ଭୂଲୋକ ଦ୍ୟୁଲୋକ ଆଦି ସର୍ବେ ବ୍ରହ୍ମାଶ୍ରିତନୁହେ ନଚିକେତ, କିଛି ବ୍ରହ୍ମରୁ ଅତୀତ ।ଶରୀର ବିଭେଦେ ଆତ୍ମା ନୁହେ ଭିନ୍ନ ଭିନ୍ନସକଳ ଅନ୍ତରେ ଆତ୍ମା ଏକ ଅବିଚ୍ଛିନ୍ନ ।ଜଗତର ଅନ୍ତର୍ଗତ ଅଗ୍ନି ଯଥା ଏକରୂପଭେଦେ କାଷ୍ଠାଦିରେ ପ୍ରକାଶେ ଅନେକ ।ତଥା ଏକ ଆତ୍ମା ସର୍ବଭୂତ ଅଭ୍ୟନ୍ତରେଶରୀର ବିଭେଦେ ଦିଶେ ବିଭିନ୍ନ ରୂପରେ ।ଶରୀର ଆକାର ବର୍ଣ୍ଣେ ଆତ୍ମା ଅବାଧିତଆକାଶ ପରାଏ ମୁକ୍ତ ବିକାରରହିତ ।ଏକା ବାୟୁ ରହିଛି ଯେ ସାରା ବିଶ୍ୱ ଭରିବସ୍ତୁଭେଦ ଭିନ୍ନ ରୂପେ ପ୍ରକଶେ ଯେପରି,ସେହିପରି ଆତ୍ମା ଏକ ସର୍ବ ଭୂତାନ୍ତରରେଶରୀର ବିତ୍ତେ ଯେ ଦିଶେ ବିଭିନ୍ନ ରୂପରେ ।ଆତ୍ମାକୁ ପରଶେ ନାହିଁ ଦେହ ରୂପ ଗୁଣଆକାଶ ପରାଏ ଆତ୍ମା ଉନ୍ମୁକ୍ତ ଅକ୍ଷୁର୍ଣ୍ଣ ।ସୂର୍ଯ୍ୟାଲୋକେ ଦୃଷ୍ଟିଶକ୍ତି ପ୍ରକାଶେ ନୟନପ୍ରତି ପ୍ରାଣୀ ନେତ୍ରେ ନିତି ବିଭାସେ ତପନ ।ଦୃଷ୍ଟିଦୋଷେ ମନ-ନେତ୍ର ହୁଏ ବିଚଳିତସହସ୍ରାଂଶୁ କେବେ କିନ୍ତୁ ନ ହୁଏ ଦୂଷିତ ।ଏକ ଆତ୍ମା ସର୍ବଭୂତେ ବିରାଜିତ ତଥାକର୍ମ ଫଳାଫଳେ ତାକୁ ନ ଲାଗଇ ବ୍ୟଥା ।ଲୋକ ସୁଖ ଦୁଃଖେ ଆତ୍ମା ନ ହୁଏ କ୍ଷୋଭିତଆକାଶ ସମାନ ଆତ୍ମା ସଙ୍ଗବିରହିତ ।ଜଳାଶୟ କଳ୍ପେ ନର ସିକତା ପ୍ରାନ୍ତରେନୀଳାକାଶ ଦେଖେ ଦୂର ମଳିନ ପଥରେ ।ରଜ୍ଜୁ ଦେଖି ସର୍ପ ବୋଲି ପାଏ ମନେ ଭୟଶୌକ୍ତିକେ ରଜତ ବୋଲି କରେ ସୁନିଶ୍ଚୟ ।ବୁଦ୍ଧିଦୋଷେ ଘଟଇ ଏ ଦୃଷ୍ଟି ବିପର୍ଯ୍ୟୟରଜ୍ଜୁ ଆଦି ଦିଶେ ଯେବେ ଯାଏ ଭ୍ରମ କ୍ଷୟ ।ବିପରୀତ ବୁଦ୍ଧି ଯୋଗେ ଦୁଷ୍ଟି ବିପରୀତବୁଦ୍ଧିଦୋଷେ ରଜ୍ଜୁ ଆଦି ନ ହୁଏ ଦୂଷିତ ।ନଚିକେତ,ଏହିପରି ଆତ୍ମଗତି ଜାଣସୁଖ ଦୁଃଖ ଆଦି ସବୁ ଅବିଦ୍ୟା ଭିଆଣ ।ସୁଖ ଦୁଃଖ ଲିପ୍ତ ନୁହେ ଆତ୍ମା ନିର୍ବିକାରପ୍ରକାଶେ ଏ ସତ୍ୟ ଗଲେ ଅବିଦ୍ୟା-ଅନ୍ଧାର ।ସର୍ବଭୂତ ଅନ୍ତରାତ୍ମା ସର୍ବମୂଳାଧାରଯାର ବଶେ ଆତଯାତ ନିଖିଳ ସଂସାର ।ବିଶୁଦ୍ଧ ବିଜ୍ଞାନ ରୂପେ ନିଜେ ନିତ୍ୟ ଏକନାମ ରୂପ ଆଦି ଭେଦେ ହୁଅନ୍ତି ଅନେକ ।କରେ ସେ ଅଖଣ୍ଡ ବ୍ରହ୍ମ ସ୍ୱରୂପଦର୍ଶନ,ନିଜ ହୃଦେ ମୁକ୍ତାକାଶେ ଯେ ବିବେକୀ ଜନ ।ସ୍ୱଚ୍ଛ ଦରପଣେ ଦେଖେ ଯଥା ନିଜ ମୁଖଲଭେ ସେ ଶାଶ୍ୱତ ଶାନ୍ତି ଆତ୍ମାନନ୍ଦ ସୁଖ ।ବିଷୟେ ଆସକ୍ତ ଅନ୍ୟ ଅବିବେକୀ ନରେନ ଦେଖନ୍ତି ଆତ୍ମରୂପ ଆପଣା ଅନ୍ତରେ ।ପାଇବେ ଶାଶ୍ୱତ ସୁଖ କାହୁଁ ସେ ଅଧମନ ଚିହ୍ନି ନିଜକୁ ନିଜେ ଅଜ୍ଞାନ ବିଭ୍ରମ ।ସୁରାସୁର ନର ଅବା ଜଙ୍ଗମ ସ୍ଥାବରଚରାଚର ବିଶ୍ୱଲୋକେ ସକଳ ନଶ୍ୱର ।ଆତ୍ମା ଏକା ଅନଶ୍ୱର ସମସ୍ତ ନଶ୍ୱରେଆତ୍ମା ଏକା ନିତ୍ୟ ସର୍ବ ଅନିତ୍ୟ ଅନ୍ତରେ ।ସମସ୍ତ ଚେତନେ ଆତ୍ମା କେବଳ ଚେତନାଏକ ଆତ୍ମା ପୂର୍ଣ୍ଣକରେ ଅସଂଖ୍ୟ କାମନା ।ଆତ୍ମଦର୍ଶୀ ଜ୍ଞାନୀ ଜନେ ମିଳେ ନିତ୍ୟସୁଖଆତ୍ମଜ୍ଞାନମୂଢ ତହୁଁ ସତତ ବିମୁଖ ।ସେ ଶାଶ୍ୱତ ଆତ୍ମାନନ୍ଦ ସେ ସୁଖ ଅଶେଷଇତର ଜନ ବା କିଏ କରିବ ନିର୍ଦ୍ଦେଶ ?ବିତକାମ ଜିତେନ୍ଦ୍ରିୟ ଆତ୍ମଦର୍ଶୀ ଜ୍ଞାନୀଏହି ସେହି ସୁଖ ବୋଲି କହନ୍ତି ପ୍ରମାଣି ।ଯତିଗଣ ଅନୁଭୂତ ସେ ସୁଖ ଶାଶ୍ୱତକି ଉପାୟେ କି ରୂପେ ମୁଁ ହେବି ଅବଗତ ।ସେ ପରମ ସୁଖ ନିଜେ ପାଏ କି ପ୍ରକାଶନରଲଭ୍ୟ କି ସେ ? ସତେ କରିବି ବିଶ୍ୱାସ ।‘ମୁଁ’ ବୋଲି ମାନବେ ଯେବେ ଆତ୍ମ-ବୁଦ୍ଧି ଫୁଟେଆସେ କି ସେ ସୁଖ ? ସତେ ଚିର ଦୁଃଖ ତୁଟେ ।ନ ହୁଅ ଅଧୀର ନର ନ ତେଜ ବିଶ୍ୱାସଆନନ୍ଦମୟ ସେ ଆତ୍ମା ନିତ୍ୟ ସ୍ୱ-ପ୍ରକାଶ ।ଆପଣେ ଉଦ୍ଭାସେ ଆତ୍ମା ଆପଣା ଆଲୋକେସୂର୍ଯ୍ୟ ଚନ୍ଦ୍ର ତାରା ଆଦି ନାହିଁ ଆତ୍ମ-ଲୋକେ ।ନ ଭାସେ ତପନ ତହିଁ ଚନ୍ଦ୍ରମା ନ ଝଳେରତ୍ନଦୀପାବଳି ସମ ତାରକା ନ ଜଳେ ।ନାହିଁ ତହିଁ କ୍ଷଣପ୍ରଭା ଚଞ୍ଚଳ ଝଟକଉଜ୍ଜ୍ୱଳେ ଜଳିବ କାହିଁ ଅବା ଏ ପାବକ ?ଆତ୍ମରୂପୀ ପ୍ରବାମୟ ପରମ ଈଶ୍ୱରେରବି ଶଶୀ ଆଦି ସର୍ବ ସଦା ଅନୁସାରେ ।ଆଲୋକିତ ହୁଏ ସର୍ବ ସେ ବ୍ରହ୍ମ ଆଲୋକେଦୀପ୍ତିମନ୍ତ ଦିଶେ ଯାହା ଦ୍ୟୁଲୋକେ ଭୂଲୋକେ ।ଦ୍ୱିତୀୟ ବଲ୍ଲୀ ସମାପ୍ତତୃତୀୟ ବଲ୍ଲୀସଂସାର ଅଶ୍ୱତ୍ଥ ତରୁ ଅନିତ୍ୟ ଅସ୍ଥିରଉର୍ଦ୍ଧ୍ୱେ ମୂଳ ମେଲିଅଛି ନିମ୍ନେ ଶାଖା ଶିର ।ଅବ୍ୟକ୍ତୁଁ ସ୍ଥାବର ଯାଏ ନିଖିଳ ସଂସାରସେ ପରମପଦ ବିଷ୍ଣୁ ଏହା ମୂଳାଧାର ।ସଜୀବ ନିର୍ଜୀବ ଦେବ ଅସୁର ମାନବପଶୁ ପକ୍ଷୀ ତରୁ ତୃଣ ଯାବତ ସଂଭବ ।ସଂସାର ଅଶ୍ୱତଥେ ସର୍ବେ ଶାଖା ଅଗଣନଅନାଦି ପ୍ରବାହ ଏ ଯେ ବୃକ୍ଷ ସନାତନ ।ଏ ବୃକ୍ଷର ମୂଳ ବୀଜ ଉଜ୍ଜ୍ୱଳ ଭାସ୍ୱରସର୍ବଲୋକାଶ୍ରୟ ବ୍ରହ୍ମ ନିତ୍ୟ ଅନଶ୍ୱର ।ଅତୀତ ନୁହଇ ତହୁଁ କିଛି ଏ ଜଗତେଏ ସେ ଆତ୍ମା ନଚିକେତ, ପୁଚ୍ଛିଲ ଯା ମତେ ।ନିଃସୃତ ପରମବ୍ରହ୍ମୁଁ ବିଶ୍ୱ ବସ୍ତୁଗଣସେ ବ୍ରହ୍ମ ପ୍ରେରଣେ ସ୍ପନ୍ଦେ ବିଶ୍ୱ ଅନୁକ୍ଷଣ ।ମହା ଭୟଙ୍କର ସେହି ପ୍ରଭୁ ବିଶ୍ୱେଶ୍ୱରପ୍ରଚଣ୍ଡ ଉଦାତ୍ତ ସଦା ତୀବ୍ର ବଜ୍ରଧର ।ଯାର ଡରେ ରବି ଶଶୀ ଗ୍ରହ ତାରାପନ୍ତିଅବିଶ୍ରାନ୍ତ ନିଜ ନିଜ ମାର୍ଗେ ବିଚରନ୍ତି,ଅନ୍ତରର ସାକ୍ଷୀ ସେହି ପ୍ରଭୁ ଅନ୍ତର୍ଯ୍ୟାମୀଜାଣି ଯେହୁ ସଦା ତାଙ୍କ ଆଜ୍ଞା ଅନୁଗାମୀ ।ଅମରତ୍ୱ ଲଭେ ସେହୁ ଯାଏ ଭବପାରେଫେରେ ନାହିଁ କେବେ ଆଉ ଏ ଘୋର ସଂସାରେ ।ସେ ବିଶ୍ୱନିୟୁନ୍ତୃ, ଭୟେ ପ୍ରତପେ ତପନ,ପ୍ରତାପେ ପାବକ, ବହେ ସନ୍ତତ ପବନ ।ଯଥାକାଳେ ବର୍ଷେ ଇନ୍ଦ୍ର ପ୍ରଶାସେ ଶମନ,ନିଜ ନିଜ କାର୍ଯ୍ୟେ ରତ ଦିଗପାଳଗଣ ।ସ୍ୱାମୀଭୋଷେ ଭୟଭୀତ ପରିକର ପ୍ରାଏପ୍ରତ୍ୟେକ ଆପଣା ପଥେ ଅବିଶ୍ରାନ୍ତ ଧାଏଁ ।ସେ ବିଶ୍ୱକାରଣ ପ୍ରଭୁ ବିଶ୍ୱ ମୂଳାଧାରେଜାଣିବାକୁ ସମର୍ଥ ଯେ ହୁଏ ଏ ସଂସାରେ ।ସ୍ୱରୂପ ତାଙ୍କର ହୃଦେ କରେ ଅନୁଭୂତିଦେଖ ଏ ଅନନ୍ତ ବିଶ୍ୱ ତାଙ୍କରି ବିସ୍ତୃତି ।ମରଣ ପୂର୍ବରୁ ଏହି ମର୍ତ୍ତ୍ୟ-କଳେବରେପାଏ ସେ ବିଦେହ ମୁକ୍ତି, ଭବସିନ୍ଧୁ ତରେ ।ଲଭେ ନାହିଁ ଏଥୁ ଯେହୁ ବ୍ରହ୍ମ ଅବଗତିମରଣାନ୍ତେ ହେଲେ ତାର ନାହିଁ ମୋକ୍ଷଗତି ।ଏ ଦେହ ଛାଡ଼ି ସେ ପୁଣି ଆନ ଦେହ ପାଏକର୍ମ ଅନୁଯାୟୀ ଦେହୁଁ ଦେହାନ୍ତର ଯାଏ ।ଅସଂଖ୍ୟ ଯୋନିରେ ଜନ୍ମେ ଭ୍ରମେ ନାନା ଲୋକେଉଠେ ପଡ଼େ ସୁଖେ ଦୁଃଖେ ସଢେ ଭବ-ଶୋକେ ।ନିଜ ମୁଖ ପ୍ରତିବିମ୍ବ ସ୍ୱଚ୍ଛ ଦରପଣେଦେଖେ ନର ଅବିକଳ ବିଶଦ ଯେସନେ ।ସୁନିର୍ମଳ ସମୁଜ୍ଜ୍ୱଳ ବୁଦ୍ଧି ଆଦରଣେତେସନେ ଆତ୍ମାର ରୂପ ଦେଖେ ଜ୍ଞାନବଶେ ।ଅସ୍ପଷ୍ଟ ସ୍ୱପନେ ଯଥା ରୂପ ଅବୟବପିତୃଲୋକେ ଦିଶେ ତଥା ଆତ୍ମା ଅସୌଷ୍ଠବା ।ରୂପରେଖ ଅଙ୍ଗହୀନ ସଲିଳେ ଆକୃତିଆତ୍ମାର ଗନ୍ଧର୍ବ ଲୋକେ ତଥା ଅନୁଭୂତି ।ବ୍ରହ୍ମଲୋକେ ଦିଶେ ଏକା ଆତ୍ମା ପରିଷ୍କାରସ୍ପଷ୍ଟ ବିଲକ୍ଷଣ ଯଥା ଆଲୋକ ଅନ୍ଧାର ।ବ୍ରହ୍ମଲୋକ ପ୍ରାପ୍ତି ଅତି ଦୁଃସାଧ୍ୟ ଦୁର୍ଲ୍ଲଭବହୁ ଯାଗ ଯୋଗ ଜ୍ଞାନେ ଲଭେ ତା ମାନବ ।ହେ ଚତୁର ନର, ତେଣ ହୁଅ ସାବଧାନଆପଣ ଅନ୍ତରେ ସଦା କର ବ୍ରହ୍ମ ଧ୍ୟାନ ।ସ୍ୱଚ୍ଛ ଶୁଦ୍ଧ କର ନିଜ ବୁଦ୍ଧି-ଦରପଣଇଚ୍ଛା ଯଦି ପାଇବାକୁ ବ୍ରହ୍ମ ଦରଶନ ।କ୍ଷିତି ଅପ ତେଜ ବାୟୁ ବ୍ୟୋମ ମହାଭୂତପଞ୍ଚେନ୍ଦ୍ରିୟୁ ଏ ପଞ୍ଚର ସତ୍ୟାଂଶୁ ସଂଭୁତ ।ରାଜସ୍ୱ ଅଂଶରୁ ପାଣି ପାଦ ଆଦି ହୁଏଜ୍ଞାନକର୍ମେନ୍ଦ୍ରିୟେ କିନ୍ତୁ ଆତ୍ମା ଯୁକ୍ତ ନୁହେ ।ସ୍ୱପ୍ନ ଜାଗରଣେ ଦେହେ ଇନ୍ଦ୍ରିୟନିଚୟଦିବସେ ଦିବସେ ଯାଏ ପ୍ରଳୟ ଉଦୟ ।ଇନ୍ଦ୍ରିୟ ଉଦୟ ଅସ୍ତେ ଆତ୍ମ ଅବାଧିତବୁଝନ୍ତି ଏ ଆତ୍ମତତ୍ତ୍ୱ କେବଳ ପଣ୍ଡିତ ।ଆତ୍ମାର ନ ଘଟେ କେବେ ପ୍ରଳୟ ଉଦୟସତତ ଜାଗ୍ରତ ଆତ୍ମା ଅକ୍ଷୟ ଅବ୍ୟୟ ।ଆତ୍ମା ଇନ୍ଦ୍ରିୟର ବୁଝି ଏହି ଭେଦାଭେଦତରନ୍ତି ବିବେକୀ ଜନେ ସର୍ବ ଶୋକ ଖେଦ ।ଇନ୍ଦ୍ରିୟ ଶରୀର ସାର ପ୍ରାଣୀ ଦେହ ଦ୍ୱାରସକଳ ଇନ୍ଦ୍ରିୟ ପରେ ମନ ଅଧିକାର ।ଇନ୍ଦ୍ରିୟରୁ ବଳି ତେଣୁ ମନ ଶ୍ରେଷ୍ଠତରମନ ପରେ ବୁଦ୍ଧି, ପୁଣି ମହତ ତା ପର ।ହିରଣ୍ୟଗରଭ ନାମେ ସେ ମହତ ଖ୍ୟାତବିଶ୍ୱ ବୁଦ୍ଧି ସମବାୟ ସର୍ବ ବିଶ୍ୱ ବ୍ୟାପ୍ତ ।ସେ ହିରଣ୍ୟଗର୍ଭ ପରେ ଅବ୍ୟକ୍ତ ପ୍ରଧାନସାଂଖ୍ୟେ ଯା ପ୍ରକୃତି, ମାୟା ବେଦାନ୍ତେ ଯା ନାମ ।ଅବ୍ୟକ୍ତ ପ୍ରକୃତି ପରେ ପୁରୁଷ ଉତ୍ତମସର୍ବବ୍ୟାପୀ ସର୍ବେଶ୍ୱର ସତ୍ୟ ସନାତନ ।ନାହିଁ ଯାର ଚିହ୍ନ, ନାହିଁ ଗୁଣ ରୂପ ନାମସେହି ଏକା ପରମାତ୍ମା ଯେ ପରମ ଧାମ ।ଜାଣେ ଏ ପରମ ତତ୍ତ୍ୱ, ସେ ପ୍ରାଣୀ ସଂସାରେଲଭେ ଅମୃତତ୍ୱ, ଯାଏ ଭବସିନ୍ଧୁ ପାରେ ।ଆତ୍ମାର ସ୍ୱରୂପ ନୁହେ ପ୍ରତ୍ୟେକ୍ଷ ଗୋଚରଆତ୍ମାକୁ ନୟନେ କେହି ଦେଖି ନାହିଁ ନର ।ସୁନିଶ୍ଚିତ ବୁଦ୍ଧି ବଳେ କଲେ ଧୀର ଧ୍ୟାନପ୍ରକାଶେ ମାନବ-ହୃଦେ ଶୁଦ୍ଧ ଆତ୍ମଜ୍ଞାନ ।ଆତ୍ମା ବ୍ରହ୍ମକୁ ଯେ ଜାଣେ ଚିତ୍ତେ କରି ଲୟଅମୃତ ସେ ମରଦେହେ ଚିର ମୃତ୍ୟୁଞ୍ଜୟ ।ଚକ୍ଷୁ ଯେବେ ବାହ୍ୟ ଦୃଶ୍ୟ ଦେଖି ନ ଦେଖଇକର୍ଣ୍ଣ ଯେବେ ବାହ୍ୟ ନାଦ ଶୁଣି ନ ଶୁଣଇ ।ସୁଗନ୍ଧ ଦୁର୍ଗନ୍ଧ ନାସା ନ କଲେ ଆଘ୍ରାଣପରଶେ ନ ବୁଝେ ଦେହ ଶୀତ ଉଷ୍ଣ ଜ୍ଞାନ ।ଆସ୍ୱାଦେ ନ ଜାଣେ ଜିଦ୍ୱା ରସ ଭେଦାଭେଦବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ନିର୍ବେଦ ।ଅନ୍ତର୍ମୁଖେ ରହେ ଯେବେ ମାନସ ଆୟତ୍ତବିଷୟ ବ୍ୟାପାରେ ବୁଦ୍ଧି ନୁହେ ଅଭିରତ ।ଏକାନ୍ତ ଉଦାର ଶୁଦ୍ଧ ହୁଏ ଯେବେ ମତିଜ୍ଞାନୀ ଯୋଗୀଗଣ ମତେ ସେ ପରମ ଗତି ।ବାହ୍ୟ ବିଷୟରୁ ଯେବେ ଇନ୍ଦ୍ରିୟ ବିରତହୃଦୟ-କମଳେ ହୁଏ ମନ ଅଧିଗତ ।ମାନସ ଧାରଣା ଦୃଢ ସ୍ଥିର ସୁନିଶ୍ଚିତହରଷେ ବିଷାଦେ ତିଳେ ନୁହେ ବିଚଳିତ ।ଯୋଗେ ଅଧିରୂଢ ତେବେ ସାଧକର ମତିହୁଏ ହୃଦେ ପୂର୍ଣ୍ଣାନନ୍ଦ ଆତ୍ମ ଅବଗତି ।କଠିନ ଏ ଯୋଗମାର୍ଗ ଦୁଃସାଧ୍ୟ ସାଧନଅଳପ ବିକ୍ଷିପ୍ତ ବ୍ୟଗ୍ର ହେଲେ ଏଥି ମନ ।ପ୍ରମାଦେ ବିଷମ ଗତି ଘଟେ ଅକସ୍ମାତେପଡ଼ଇ ସାଧକ ମହା ଦୁସ୍ତର ବିତ୍ପାତେ ।ତେଣୁ ଅତି ସାବଧାନେ ଏକାଗ୍ର ମାନସେନିରୋଧି ଇନ୍ଦ୍ରିୟଗଣ ରଜନୀ ଦିବସେ ।ଜ୍ଞାନ-ଦୀପ ଜାଳି କର ଚିତ୍ତ ସମାହିତଆତ୍ମ ଦରଶନେ ଯବେ ବାଞ୍ଛ ନିତ୍ୟ ହିତ ।ଅଜ୍ଞେୟ ଯେ ମନ ବାକ୍ୟ ଇନ୍ଦ୍ରିୟ ସଂଯୋଗେଗୋଚର କେବଳ ହୃଦେ ଜ୍ଞାନ ଧ୍ୟାନ ଯୋଗେ ।ଆସ୍ତିକ ବିଶ୍ୱାସୀ ଗୁରୁ ବିନା କିଏ ଆନଦେଇପାରେ ସେ ଅନାଦି ବ୍ରହ୍ମତତ୍ତ୍ୱ ଜ୍ଞାନ ।ପାଷାଣ୍ଡ ନାସ୍ତିକଗଣ ବ୍ରହ୍ମେ ଅବିଶ୍ୱାସୀଦୂରେ ତାଙ୍କ ସଙ୍ଗ ତେଜ ଅମୃତପ୍ରୟାସୀ ।ନିର୍ଗୁଣ ସଗୁଣ ଆତ୍ମା ଉଭୟ ପ୍ରକାରସଗୁଣ ଉପାଧି ବଶେ ସୃଷ୍ଟି ଏ ସଂସାର ।ବିନା କାରଣରେ କାହିଁ କାର୍ଯ୍ୟର ଉଦଭବଆତ୍ମା ବିନା ଏ ସଂସାରେ ସୃଷ୍ଟ ଅସମ୍ଭବ ।ଗୁରୁ ଉପଦେଶ ଲଭି ଏ ତତ୍ତ୍ୱ ନିଶ୍ଚୟଆତ୍ମାର ଅସ୍ତିତ୍ୱେ ଆଦ୍ୟେ କରିବ ପ୍ରତ୍ୟୟ ।ଧୀର ଭାବେ ଅନୁଭବି ନିଜ ହୃଦଗତିଦେଖି ବିଶ୍ୱ ସୃଷ୍ଟି କ୍ରିୟା ସୁସଂଯତ ମତି ।‘ଅଛନ୍ତି ସେ ପରମାତ୍ମା ନିତ୍ୟ ବିରାଜିତ’ଏ ସତ୍ୟ ବିଶ୍ୱାସ ଯେବେ କରେ ଦୃଢ ଚିତ୍ତ ।ତତ୍ତ୍ୱଭାବ ହୁଏ ତେବେ ଅନ୍ତରେ ପ୍ରକାଶଉପାଧି ରହିତ ବ୍ରହ୍ମେ ଉପୁଜେ ବିଶ୍ୱାସ ।ଅବ୍ୟୟ ଅକ୍ଷୟ ନିତ୍ୟ ଆତ୍ମତତ୍ତ୍ୱ ଭାବଅନୁକ୍ଷଣ ଅନୁଭବେ ହୁଏ ତାର ଲାଭ ।ପୂର୍ବରୁ ପୋଷିତ ଯେତେ କାମନାନିଚୟତତ୍ତ୍ୱଭାବ ଲାଭେ ହୁଦୁଁ ଯାଏ ସବୁ କ୍ଷୟ ।ଏ ମୋର ସଂସାରେ ତେବେ ମାନବ ଅମୃତଲଭେ ବ୍ରହ୍ମାନନ୍ଦ ବ୍ରହ୍ମେ ହୁଏ ଏକୀଭୂତ ।‘ମୁଁ’ ‘ମୋର’ ମମତାମୟ ହୃଦଗ୍ରନ୍ଥିଚୟହୁଏ ଯେବେ ଚ୍ଛିନ୍ନ ଭିନ୍ନ ତୁଟେ ଭବଭୟ ।ଅଜ୍ଞାନ-ଜଡ଼ତା ମୋହ ଦୂରେ ଅପସରେବ୍ରହ୍ମ-ଆତ୍ମା ଏକଭାବ ବାହ୍ୟ ଅଭ୍ୟନ୍ତରେ ।ମର୍ତ୍ତ୍ୟଲୋକେ ମର ଦେହେ ମାନବ ଅମୃତଏ ପରମ ଉପଦେଶ ବେଦାନ୍ତ ନିସୃତ ।ପ୍ରସରିଛି ହୁଦୁଁ ନାଡ଼ୀ ଏକୋତ୍ତର ଶତତା ମଧ୍ୟେ ସୁଷୁମ୍ନା ଉର୍ଦ୍ଧ୍ୱେ ବ୍ରହ୍ମରନ୍ଧ୍ର ଗତ ।ଜ୍ଞାନବଳେ ଜୀବନ୍ମୁକ୍ତ ନ ହୁଏ ଯେ ନରଉପାସନା ଅନୁସାରେ ପାଏ ଲୋକାନ୍ତର ।ମରଣେ ଯେ ଉର୍ଦ୍ଧ୍ୱେ ଯାଏ ସୁଷୁମ୍ନା ଆଶ୍ରୟେବ୍ରହ୍ମଲୋକେ ଅମୃତତ୍ୱ ଭୋଗେ ସେ ନିର୍ଭୟେ ।ଭିନ୍ନ ଭିନ୍ନ ଲୋକେ ଯାଏ ଅନ୍ୟ ନାଡ଼ୀ ଯୋଗେନିଜ କର୍ମ ଅନୁରୂପେ ସୁଖ ଦୁଃଖ ଭୋଗେ ।ବ୍ରହ୍ମତତ୍ତ୍ୱ କଥା ଯେତେ କଲି ମୁଁ ପ୍ରଚାରଶୁଣ ନଚିକେତ, ଏବେ ସେ ସବୁର ସାର ।ପ୍ରାଣିଗତ ହୃଦେପଦ୍ମେ ସଦା ବିଦ୍ୟମାନଅନ୍ତରାତ୍ମା ପୁରୁଷ, ସେ ଅଙ୍ଗୁଷ୍ଠ ପ୍ରମାଣ ।ଗୁଞ୍ଜଗଭୁଁ ମଞ୍ଜ ସମ ସେ ପୁରୁଷୋତ୍ତମେନିଜ ଦେହୁଁ ଭିନ୍ନ କରି ଧୈର୍ଯ୍ୟ ଶମ ଦମେ ।ସେ ଅନ୍ତର୍ଯ୍ୟାମୀଙ୍କୁ ଶୁଦ୍ଧ ବ୍ରହ୍ମ ବୋଲି ଜାଣସେହି ବିଶ୍ୱଆତ୍ମା, ସେହି ସର୍ବ ପ୍ରାଣୀ ପ୍ରାଣ ।ଯମରାଜା କହିଲେ ଯେ ବ୍ରହ୍ମତତ୍ତ୍ୱଜ୍ଞାନକହିଲେ ଯେ ଯୋଗଫଳ ସାଧନ ବିଧାନ ।ବୁଝି ହୃଦେ ଅନୁଧ୍ୟାଇ ସେ ତତ୍ତ୍ୱସକଳହେଲେ ନଚିକେତା ଶୁଦ୍ଧ ନିର୍ଦ୍ଦୋଷ ନିର୍ମଳ ।ଅବିଦ୍ୟାର ମୋହବନ୍ଧ ଗଲା ହୃଦୁଁ ତୁଟିଉଠିଲା ଅନ୍ତରେ ପୂର୍ଣ୍ଣ ଆତ୍ମତତ୍ତ୍ୱ ଫୁଟି ।ମୁକ୍ତ ହୋଇ ନଚିକେତା ଗଲେ ମୃତ୍ୟୁ ପରେଆତ୍ମତତ୍ତ୍ୱ ଅନ୍ୟ ଯେହୁ ଜାଣିବେ ସଂସାରେ ।ନଚିକେତା ସମ ସେହୁ ଲଭିବେ ମୁକତିହେବ ବ୍ରହ୍ମପଦ ପ୍ରାପ୍ତି, ଘୁଞ୍ଚିବ ଦୁର୍ଗତି ।ତୃତୀୟ ବଲ୍ଲୀ ସମାପ୍ତଚତୁର୍ଥ ବଲ୍ଲୀଯମ ତହୁଁ ନଚିକେତା ଲଭି ବ୍ରହ୍ମଜ୍ଞାନବାହୁଡ଼ି ମିଳିଲେ ଆସି ପିତୃ ସନ୍ନିଧାନ ।ଅଚେତନ ପିଣ୍ଡେ ଯେବେ ଜାଗିଲା ଚେତନାଉଠି ପୁତ୍ର କଲେ ପିତୃଚରଣ ବନ୍ଦନା ।ଜୀବନ୍ତ ତନୟେ ଦେଖି ପିତା ହରଷିତଦରିଦ୍ର ପାଇଲେ ଯଥା ଚିରହରା-ଚିତ୍ତ ।“ଧନ୍ୟ ନଚିକେତା, ଧନ୍ୟ ତୋର ପୁଣ୍ୟରାଶିତ୍ରିପୁର ଜିଣିଲୁ ବାବୁ ହୋଇ ମର୍ତ୍ତ୍ୟବାସୀ ।ଦୈବବଳେ ପାଇଲୁ ତୁ ଜନମ ଆବରତୋର ଏ ଶରୀର ନୁହେଁ ନର କଳେବର ।କହ ପୁତ୍ର, ଦେଖିଲୁ ତୁ କିସ ମୃତ୍ୟୁ ପରେ”କି କର୍ମେ କି ଫଳ ଜନ ଲଭେ ଯମଘରେ ?ଋଷିଗଣ ମଧ୍ୟେ ତହୁଁ ଯୋଡ଼ି ବେନିକରସବିନୟେ ନଚିକେତ କରନ୍ତି ଉତ୍ତର; ।“ତବ ଆଜ୍ଞା ମାନି ପିତା ଗଲି ଯମାଳୟଦେଖିଲି ଶମନ-ସଭା ଅତି ଶୋଭାମୟ ।ବିଶାଳ ସେ ସଭା ଦଶ ସହସ୍ର ଯୋଜନନାନା ରତ୍ନେ ସୁଖଚିତ କନକ ବରଣ ।ଦେଖି ମତେ ଯମରାଜା ଭୃତ୍ୟ ମୁଖ ଚାହିଁକହିଲେ ଆସନ ଆଣି ଶୀଘ୍ର ଦେବା ପାଇଁ ।ତୁମ୍ଭର ସୁକୃତେ ମତେ ଅର୍ଘ୍ୟାଦି ବିଧାନେପୂଜିଲେ ସେ ଯମରାଜା ବିହିତ ସମ୍ମାନେ ।ବହୁତ ଆଦର କଲେ ଯମ ଭୃତ୍ୟଗଣକହିଲି ମୁଁ ଜନ୍ତୁରାଣେ ବିନୟ ବଚନ ।‘ତବ ପାଶେ ଉପଗତ ହୋଇଛି ମୁଁ ଆଜଯହିଁ ମୋ ଉଚିତ ସ୍ଥାନ ନିଅ ଧର୍ମରାଜ ।କହିଲେ ସେ ଯମ ମତେ, ‘ମରି ନାହିଁ ଏବେ,ପିତା ତବ କହିଛନ୍ତି-ଦେଖ ଯମଦେବେ ।ଅନଳପ୍ରତିମ ଋଷି କହିଲେ ଯେ କଥାକାହାର କ୍ଷମତା ତାହା କରିବ ଅନ୍ୟଥା ।ତେଣୁ ତୁମ୍ଭେ ଆସିଅଛ ଶମନ-ସଦନେଦେଖିଅଛ ମତେ ଏବେ ଯାଅ ସ୍ୱ-ଭବନେ ।ତୁମ୍ଭଙ୍କୁ ନ ଦେଖି ପିତା ଅତ୍ୟନ୍ତ କାତରଶୀଘ୍ର ଯାଅ ନଚିକେତ, ବିଳମ୍ବ ନ କର ।ମୋ ପୁରେ ଅତିଥି ତୁମ୍ଭେ ଯାହା ଇଚ୍ଛା ମାଗସାଦରେ ଏକ୍ଷଣେ ସବୁ ଦେବି ମହାଭାଗ’ ।ଯମରାଜ ବାକ୍ୟେ ମୁହିଁ କଲି ନିବେଦନ‘ଆସିଅଛି ତବ ପୂରେ ହେ ଯମରାଜନ !ଏ ଦେଶକୁ ଆସି କେହି ବାହୁଡ଼ି ନ ଯାଏବର ଅନୁଗ୍ରହ ଯେବେ କର ଜନ୍ତୁରାୟେ ।ଲଭନ୍ତି ସୁକୃତବନ୍ତ ଜନେ ଯେ ଯେ ଦେଶଦେଖିବି ସେସବୁ ଦେବ କର ହେ ଆଦେଶ’ତହୁଁ ଯମ ବସାଇଲେ ମତେ ଦିବ୍ୟଯାନେନିଜ ପୁରେ ବୁଲାଇଲେ ନେଇ ନାନା ସ୍ଥାନେ ।ବସନ୍ତି ପ୍ରମୋଦେ ଯହିଁ ପୁଣ୍ୟବନ୍ତ ଜନଦେଖିଲି ସବୁ ସେ ଦିବ୍ୟ ଚାରୁ ନିକେତନ ।ସର୍ବ ରତ୍ନ ସୁଶୋଭିତ ବିଚିତ୍ର ଗଠନଉଜ୍ଜ୍ୱଳ ଅପୂର୍ବ ତେଜେ ସକଳ ଭବନ,ଚନ୍ଦ୍ରମାମଣ୍ଡଳ ସମ ଶୁଭ୍ର ରମ୍ୟପୁରଯଥାସ୍ଥାନେ ଶୋଭେ ମଣି କିଙ୍କିଣି ନୂପୁର ।ବହୁତଳ ପ୍ରାସାଦ ସେ ଅତି ଶୋଭାବନପୁର ମଧ୍ୟେ ରାଜେ ପୁଣି ସର ଉପବନ ।ମାଣିକ୍ୟ ବୈଦୁର୍ଯ୍ୟେ ଝଳେ ରାବି ପ୍ରଭା ସମସ୍ୱର୍ଣ୍ଣ ରୌପ୍ୟ କାରୁକାର୍ଯ୍ୟ ଅତି ଅନୁପମ ।ସ୍ଥାବର ବା ଅସ୍ଥାବର ଯାହା ସେ ଭବନେସର୍ବେ ଯଥା ଝକମକ ବାଳାର୍କ କିରଣେ ॥
ସୁଚାରୁ ବସନ କେତେ ସୁକୋମଳ ଶର୍ଯ୍ୟାହୋଇଅଛି ଶୈଳପରେ ଭକ୍ଷ୍ୟ ଭୋଜ୍ୟ ସଜ୍ଜା ।ନାନା ଜାତି ଫଳ ଲତା ଯହିଁ ସୁଶୋଭିତଫଳେ ଇଚ୍ଛା ଅନୁରୂପ ଫଳ ଅଗଣିତ ।ବହେ କେତେ ନଦୀ, ଶୋଭେ ବାମ୍ପୀ ପୁଷ୍କରିଣୀଗିରି ଦେହୁଁ ବହେ କାହିଁ ସ୍ୱଚ୍ଛ ନିର୍ଝରିଣୀ ।‘କାହିଁ ବହେ ଘୃତଧାରା, କାହିଁ ଦୁଗ୍ଧଧାରାଦୀର୍ଘନାଦୀ ଯାନଜାଳେ ପୂର୍ଣ୍ଣ ପଥସାରା ।ଦେଖିଲି ଏପରି ବହୁ ଅପୂର୍ବ ଭବନଅବଶେଷେ ଧର୍ମରାଜେ କଲି ନିବେଦନ;‘କହ ଦେବ, ଦିଶେ ଏ ଯେ ସରିତ ନିବହଘୃତ ଦୁଗ୍ଧ ସ୍ରୋତ ଯହିଁ ବହେ ଅହରହ ।କାହା ଉପଭୋଗ ଲାଗି ସୃଷ୍ଟି ଏ ସକଳେବୋଲେ ଯମ, ‘ନଚିକେତ, ଶୁଣ ହେ ନିଶ୍ଚଳେ ।କରନ୍ତି ଗୋରସ ଦାନ ଯେଉଁ ସାଧୁଜନସେହି ଏକା ଏ ସରିତ ସମ୍ଭୋଗେ ଭାଜନ ।ଯଥାବିଧି ଗୋ ପ୍ରଦାନ କରନ୍ତି ଯେ ନରେପାଆନ୍ତି ସେ ଏଥୁଁ ବଳି ଭୋଗ ଲୋକାନ୍ତରେ ।ସୁଲକ୍ଷଣବତୀ ଗାଭୀ ବୁଝି କାଳ ବିଧିଯୋଗ୍ୟପାତ୍ରେ ଦାନ ଦେଲେ ମିଳେ ସର୍ବ ସିଦ୍ଧି’ ।ନାନାବିଧ ଗୋଦାନରେ ନାନାବିଧ ଫଳବିଶେଷେ କହିଲେ ଯମ ବୁଝାଇ ସକଳ ।ଗୋଦାନେ ଭୋଗଇ ନର ସ୍ୱର୍ଗେ ମହାସୁଖଗୋଦାନେ କଦାପି ପିତା ନ ହୁଅ ବିମୁଖ ।ଉପଯୁକ୍ତ ଗାଭୀ ଦିଅ ଉପଯୁକ୍ତ ଜନେଗୋଦାନର ଫଳ ମୁଁ ତ ଦେଖିଲି ନୟନେ ।ଗୋଦାନ ସମାନ ନୁହେ ଅନ୍ୟ ମୋର ମତେକରନ୍ତୁ ମାନବ ସର୍ବେ ଗୋସେବା ଜଗତେ’’ ।ଇହ ପରକାଳେ ସୁଖ ଗୋସେବା, ଗୋଦାନେଗୋଜାତିକୁ ପାଳ ଜନେ ସଦା ସାବଧାନେ ।
ଦ୍ୱିତୀୟ ଅଧ୍ୟାୟ
ଚତୁର୍ଥ ବଲ୍ଲୀ ସମାପ୍ତ
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ