ଅଷ୍ଟାଦଶ ଅଧ୍ୟାୟ — ଅନାଦି ସଂହିତା — ଅଚ୍ୟୁତାନନ୍ଦ ଦାସ · ସ୍ୱର୍ଣ୍ଣଲିପିକାମନା କଳ୍ପନା ସଞ୍ଚରି ।ସେ ହୃଦତଟେ ଅଛି ପୁରି ॥
ପଞ୍ଚଭୁତ ଏ ପଞ୍ଚମନ ।କରନ୍ତି ସେଠାରେ ବିଶ୍ରାମ ॥
କଣ୍ଠେ ଈଶ୍ୱର ଛନ୍ତି ବସି ।ବିଷମ ଜ୍ୱାଳା ପରକାଶି ॥
ଅଷ୍ଟାଙ୍ଗଯୋଗ କରି ଲୟେ ।ନିର୍ଧୂମ ସଞ୍ଚରିଛି କାୟେ ॥
ତା ଉର୍ଦ୍ଧ୍ୱେ ନ୍ତ୍ରିକୂଟ ସଞ୍ଚରି ।ତହିଁ ଜୀବ ବିଶ୍ରାମ କରି ॥
ଭକତି କଲେ ମୋତେ ପାଇ ।ମୁଁ ମହାଶୂନ୍ୟେ ଅଛି ରହି ॥
ଲଲାଟ ଚନ୍ତ୍ରେ ନିରାକାର ।ଠୁଳ ଶୂନ୍ୟରେ ତାରଘର ॥
ଯନ୍ତ୍ରାଦି ମନ୍ତ୍ର ତନ୍ତ୍ର ଯେତେ ।ସେଠାରୁ କ୍ଷରୁଛି ନିରତେ ॥
କୋଟି ବିଷ୍ଣୁ ଅଛନ୍ତି ବେଢ଼ ।ସଙ୍ଗମେ ପଥ ଛନ୍ତି ମାଡ଼ି ॥
ତହିଁ ଉପରେ ଦିବ୍ୟଭୂମି ।ନର୍ବେଦ ସାଧନାରେ ଗମି ॥
ତାହାକୁ ମହାନିତ୍ୟ କହି ।ନିଷ୍କାମ ପଥଃ ସେ ଅଟଇ ॥
ପଡ଼ିଛି ଦ୍ୱାଦଶ ପାବଚ୍ଛ ।ଏ ଚଉକତି ସମକଚ୍ଛ ॥
ଫଣି ଉପରେ ଅରି ମଣି ।ସେ ଏକପାଦେ ଧର ଚିହ୍ନ ॥
ବହୁଛି ଦକ୍ଷିଣେ ମରୁତ ।ରାନ୍ତ୍ର ଦିବସେ ଉଦେ ଅସ୍ତ ॥
ଅକ୍ଷୟ କଳା ସଂଖ୍ୟା ଅଛି ।ଧର ଭକତେ ଏହା ବାଛି ॥
ଚାରେଣି ନିତ୍ୟରେ ବିରୋଧ ।ଧ୍ୟାଇଣ ଏକାକ୍ଷର ପଦ ॥
ନିଗମ ଭକ୍ତି ଏ ଅଟଇ ।ଏ ଧର୍ମେ ମୋତେ ଭେଟ ପାଇ ॥
ଏମନ୍ତେ ଶିଷ୍ୟେ ବୁଝାଇଲେ ।ମହାଶୂନ୍ୟରେ ବିଶ୍ରାମିଲେ ॥
ସମାଧି ହୋଇ ଜୋରନ୍ଦାର ।ଅଜ୍ଞାତ କରିବେ ବିହାର ॥
ଶୁଣ ଗୋ ସିଦ୍ଧେଶ୍ୱରୀ ବାମା ।ସେ ପ୍ରଭୁ ଭକ୍ତଙ୍କ ମହିମା ॥
ଯେ ଆଜ୍ଞା ପ୍ରକାଶିଲେ ସ୍ୱାମୀ ।ଭକ୍ତ ସେ ଆଜ୍ଞା ଅର୍ଥେ ଭ୍ରମି ॥
ତା ଅଙ୍ଗେ ନୋହିବ ପ୍ରଳୟେ ।ବିହରୁ ଥିବ କଳ୍ପି ଯାଏ ॥
ବାହ୍ୟରେ ଭ୍ରମୁଛନ୍ତି ଯେହୁଁ ।ଜନ୍ମ ମରଣ ତାର ତହୁଁ ॥
କହିଲୁ ଗୁପତ ଏ ସହି ।ଅଲେଖ ଦୟା କଲେ ପାଇ ॥
ଅନ୍ୟେ ଏ ଭକ୍ତି ନୋହେ କରି ।ଅସାଧନାରେ ଚିତ୍ତେ ଧରି ॥
ସାଧନା ମାର୍ଗେ ନୋହେ ଭେଦି ।ଅନ୍ତରେ ପକାଇବେ ଛେଦି ॥
ପାଠରେ ନୁହଇ ଗୋଚର ।ସାଠରେ ଅନୁଭବ କର ॥
ଶୁଣି ଭବାନୀ ହେଲେ ତୋଷ ।କହେ ଅଚ୍ୟୁତ ବ୍ରଜଦାସ ॥
ଭକତଜନ ପାଦଧୂଳି ।ମୋମୁଣ୍ଡେ କରି ନିଉଛାଳି ॥
ଶ୍ରୀପାଦ ରେଣୁକୁ ମୋ ଆଶା ।ଭବାବ୍ଧି ତରଣେ ଭରସା ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନ ଜନ ହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ଗୁପ୍ତଧର୍ମ ପ୍ରକାଶ କଥନେନାମ ଅଷ୍ଟାଦଶୋଽଧ୍ୟାୟଃଉନବିଂଶ ଅଧ୍ୟାୟପାର୍ବତୀ ଉବାଚଆନନ୍ଦେ ଶୁଣି ମାହେଶ୍ୱରୀ ।ଶଙ୍କର ବେନିପାଦ ଧରି ॥
କାତରେ କମ୍ପାଇ ଶରୀର ।ନୟନୁ ବହେ ଅଶ୍ରୁଜଳ ॥
ବୋଲନ୍ତି ଶୁଣ ବିଶ୍ୱନାଥ ।କିରୂପେ ଜୀବ ମୁକ୍ତିପଥ ॥
ସେବକୀ ଜନେ କରି ଦୟା ।ଅନ୍ତରୁ ତେଜି ସର୍ବ ମାୟା ॥
ପ୍ରସନ୍ନେ ବାରେ ଆଜ୍ଞା ହେଉ ।ଅଙ୍ଗୁ କଳୁଷ ଦୂର ହେଉ ॥
କିରୂପେ କଳଙ୍କିର ଲୀଳା ।ଭକତ ସଙ୍ଗେ ପ୍ରଭୁ ଖେଳା ॥
ଦୁଷ୍ଟ କିରୂପେ ହେବେ ନାଶ ।ଧର୍ମେଣ ସ୍ଥାପି ଏ ନ୍ତ୍ରିଦଶ ॥
ଭକ୍ତକୁ ଚିହ୍ନିବ କିପରି ।ପ୍ରସନ୍ନେ କହ ନ୍ତ୍ରିପୁରାରି ॥
ଘୋଟିଛି ନ୍ତ୍ରିପୁରେ ଅମତ୍ୟ ।ପାପେ ସକଳ ହତପାତ ॥
କି ଭାବେ ମହୀ ହେବ ସ୍ଥିର ।କି କର୍ମ ହୋଇବ ପ୍ରଚାର ॥
କେତେବେଳକୁ ଥିବି ଚାହିଁ ।ଭେଟିବି ନ୍ତ୍ରିଲୋକ ଗୋସାଇଁ ॥
ଏ ପ୍ରଶ୍ନ ବାରେ ଆଜ୍ଞା ହେଉ ।ଗତ ଆଗତ ହେତୁ ରହୁ ॥
ଏମନ୍ତ କହି ମହାମାଈ ।କର ଆଞ୍ଜୋଳି ଶିରେ ଦେଇ ॥
ସୂତିଲେ ସଦାଶିବ ପାଦେ ।ତନୁ ପୁଲକ ଗଦଗଦେ ॥
ଶୁଣି ଆନନ୍ଦ ପଶୁପତି ।ବୋଲନ୍ତି ଶୁଣ ଗୋ ପାର୍ବତୀ ॥
ତୁ ଯାହା ପୁଚ୍ଛିଲୁ ସନ୍ଦେଶ ।ଏବେଜେ ନୁହଇ ପ୍ରକାଶ ॥
ଗୁପତ ଭାବ ଏ ଅଟଇ ।ଶ୍ରୀ ଗୁରୁ ସ୍ୱାମୀ ଆଜ୍ଞା ନାହିଁ ॥
ମୋତେ ସୁଦୟା ଯେଣୁ ସ୍ୱାମୀ ।ଅଛି ମୁଁ ପୂର୍ବବାକ୍ୟେ ଗମି ॥
ସେ ପାଦେ ବିଶ୍ୱାସ ଯେ ନର ।ଏ ଅବା ତାହାକୁ ଗୋଚର ॥
ଅନ୍ୟ ଲୋକକୁ ଭେଦ ନାହିଁ ।ଭଣ୍ଡାରେ ମୁଦ ପଡ଼ିଛଇ ॥
ସେ ମୁଦ ଅନନ୍ତ ଫେଡ଼ିବେ ।ଭକ୍ତଜନଙ୍କୁ ବାଣ୍ଟି ଦେବେ ॥
ଅଛି ଅଳସ ଦିନ କଣ୍ଟ ।ଯିବ ସକଳ ଭୃତ୍ୟ କଷ୍ଟ ॥
ମୁଁ ତୋତେ କହିବି ବିଶ୍ୱାସ ।ଯେଭାବେ କଳଙ୍କି ଉଦ୍ଦେଶ୍ୟ ॥
ତୁ ଏହା ଗୁପ୍ତେ ଥିବୁ ରଖି ।ଚେତିବୁ ଜ୍ଞାତି ଜ୍ଞାନ ଦେଖି ॥
ଏ ବୃଦ୍ଧ ଖେଳ ପୂର୍ଣ୍ଣ କରି ।ଅନ୍ତର ହୋଇବେ ମୁରାରି ॥
ଅରାଜ୍ୟ ଭକ୍ତକୁଳ ହେବ ।ଅନନ୍ତ ପିଣ୍ଡ କରି ଠାବ ॥
ବ୍ୟାକୁଳ ମନ କରି ଛନ୍ନ ।ଏକତ୍ୱେ ଏକ ଭକ୍ତ ଜନ ॥
ହୃଦୟ ବ୍ୟଥା ଜାଣି ସ୍ୱାମୀ ।ଶୁଭିବ ଶୂନ୍ୟ ଶବ୍ଦ ଗାମୀ ॥
ଡ଼ାକି କହିବେ ସତ୍ୟପାଦ ।ଭକତେ ଛାଡ଼ିବେ ବିଷାଦ ॥
ସତ୍ୟଧର୍ମରେ ହୋଇ ରତ ।ଟେକି ଆରାଧି ଦୃଢ଼ବ୍ରତ ॥
ସମାଧି ଲୀଳା ଉପୁଜିବ ।ବାର ପୂର୍ଣ୍ଣମା ଉପୁଜିବ ॥
ଏକ ଚନ୍ତ୍ରଟି ଅଟେ ଭକ୍ତ ।ପୂର୍ବେ ସେ ଅଣ୍ଡଜ କୈବର୍ତ୍ତ ॥
ତା ଗୃହ ନିକଟରେ ଧୂନି ।ସ୍ଥାପିବେ ସର୍ବ ଭକ୍ତ ଘେନି ॥
ସେ ଶୂନ୍ୟ ଧ୍ୱନିପରେ ଆସି ।ଜ୍ୟୋତି ଆଲମ୍ବବ୍ରହ୍ମରାଶି ॥
ପ୍ରକାଶ ହେବ ଗୁପତରେ ।ପ୍ରଭା ଆଚ୍ଛାଦି ବ୍ରହ୍ମାଣ୍ଡରେ ॥
ସମାଧି ଚଉପାଶେ ବତି ।ଖଞ୍ଜା ହୋଇବ ଚଉକତି ॥
ମିଳି ଥୋକାଏ ଭକ୍ତ ବୃନ୍ଦ ।ଆନନ୍ଦେ ବିଳାସ ବିନୋଦ ॥
କମ୍ପିବ ତିନି ନ୍ତ୍ରୟପୁର ।ଅଲେଖ ଶବ୍ଦ ନିରନ୍ତର ॥
ହାସ୍ୟ ଗୋ କରୁଥିବେ ଜନେ ।ଅମେଧି ଅନିତ୍ୟ ବଚନେ ॥
ଏ ଭାବେ କିଛିଦିନ ଅନ୍ତେ ।ଶୁଣ ଭବାନୀ ଶୁଦ୍ଧଚିତ୍ତେ ॥
ଏ ଶବ୍ଦ ଉଣେଇଁଶାଙ୍କରେ ।ପଶ୍ଚିମ ନିକଟ ନଗ୍ରରେ ॥
ଶୂଦ ନାରଣ ଗୃହେ ଯାଇଁ ।ଜନ୍ମ ହୋଇବେ ଭାବଗ୍ରାହୀ ॥
ଆବର ସଙ୍ଗେ ହଳପାଣି ।କେହି ନ ଥିବେ ଏହାଜାଣି ॥
ସଙ୍ଗତେ ଶ୍ରୀବତ୍ସ ବ୍ରାହ୍ମଣ ।ସେ ପୁଣି ହୋଇବେ ଜନମ ॥
ଅମରାଧି ନଗ୍ରରେ ଆସି ।ପ୍ରକାଶ ହେବେ ଶୂନ୍ୟବାସୀ ॥
ବିକେକ ଅଛି ତହିଁ ଫୁଟି ।ସମାଧିଯାଏ ଅଛି ଘୋଟି ॥
ତହୁଁ ଯେ ଏକବୀଜ ଯାଇ ।ଖଣ୍ଡଗରିଟି ଫୁଟିଛଇ ॥
ପୁଣି ବିଜେକ ଫୁଟିଛଇ ।ଇନ୍ଦ୍ରନଗରୀ ଯାଏ ସେହି ॥
ପୁଣି ଫିଟିଛି ଏକବିଳେ ।ଉଡ଼ଇ ବ୍ୟାସ ସରୋବରେ ॥
ଏ ଚାରିବିକେ ଚାରି ଅହି ।ଦ୍ୱାରେ ଗୋ ଅଛନ୍ତିଯଗାଇ ॥
ସେ ଯେ ଅମରାଧି ନଗରୀ ।ଜନ୍ମ ଲଭିବେ ଶୂନ୍ୟ ହରି ॥
ସିଦ୍ଧଙ୍କ ଗୃହେ ପ୍ରକାଶିବେ ।ବାଳକରୂପେ ଗୁପ୍ତଭାବେ ॥
ଏହା ଗୋ ନ ଯାଣନ୍ତି କେହି ।କଳଙ୍କି ଆଦେଶ ଏ ସହି ॥
କହଇ ଅଚ୍ୟୁତି ବରଜା ।ଅରୂପ ସ୍ୱାମୀ ହେବେ ରାଜା ॥
ପାଳିବେ ତାଙ୍କ ଭକତଙ୍କୁ ।ବିନୋଦ ଏ ଯୁଗ ଶେଷକୁ ॥
ସେ ରାଜା ପ୍ରଜା ପାଦେ ଆସ ।ଜନ୍ମ ଜନ୍ଜାନ୍ତେ ମୁହିଁ ଦାସ ॥
ଟାଙ୍କା ରହିଛି ସେବାପାଇଁ ।କରିବେ ଗୁରୁ ସ୍ୱାମୀ ନ୍ତ୍ରାହି ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀ ସମ୍ବାଦେ ନିସ୍କାମ ଗୁପ୍ତଜ୍ଞାନ ଧର୍ମପ୍ରକାଶନେ ନାମ ଉନବିଂଶ ଅଧ୍ୟାୟ
ବିଂଶ ଅଧ୍ୟାୟ
ଈଶ୍ୱର ଉବାଚଶୁଣ ଗୋ ହେମବନ୍ତ ସୁତା ।ଗୁପତ ଭବିଷ୍ୟ ଏ କଥା ॥
ଆନକୁ ଏହା ନ କହିବୁ ।କହିଲେ ଅପ୍ରାଧ ପାଇବୁ ॥
ଉଶୈଶ ଅଙ୍କ ଅନ୍ତେ ପୁଣ ।ଏକୈାଶ ଅଙ୍କଟି ପ୍ରମାଣ ॥
ହୋଇବେ ବ୍ରହ୍ମାଣ୍ଡେ ବିଦିତ ।ଚେତାପାଇବେ ସର୍ବ ଭକ୍ତ ॥
ହୋଇବ ପୃଥ୍ୱା ଖଳବଳ ।ଭକତେ ହୋଇବେ ବିକଳ ॥
ପୁଣି ବାଇଶ ଅଙ୍କ ହେବ ।ବ୍ରାହ୍ମାଣ୍ଡେ ଚମକି ପଡ଼ିବ ॥
ଶୁଣିବ ଶବଦ ନିର୍ଘାତ ।ବାରିବେ ଚେତି ପ୍ରଭୁ ଭକ୍ତ ॥
କଳିଶେଷରେ ହେବ ଯୁଦ୍ଧ ।ପଡ଼ିବ ମହା ପରମାଦ ॥
ଇନ୍ଦ୍ର ଗୋ ହାନି କରି ବୃଷ୍ଟି ।କାତର ହେବ ନବ ସୃଷ୍ଟି ॥
କିଞ୍ଚିତ ଶସ୍ୟ ହେବ ଜାତ ।କାଳ ଗୋ ହେବ ସମାପତ ॥
ତେଇଶଅଙ୍କ ଆଛାଦିତ ।ଶୁଣ ଭାବନୀ ଗୁପ୍ତ ଭାବ ॥
ଦାରୁ ଗୋ ବ୍ୟାସ ସରୋବରେ ।ପୁଜ୍ଜିବ ବ୍ୟାସଙ୍କ ନାମରେ ॥
ସେ ବ୍ୟାସସରେ ରୂପେ ବହି ।ଭଗତମେଳେ ଛନ୍ତି ରହି ॥
ତା ନାମେ ପୁଜିବ ଦିଅଙ୍କୁ ।ଯେଣୁ ସେ ଖେଳ ଗୁପତକୁ ॥
ସେ ଯେ ତେଇଶ ଅଙ୍କ ଜାଣ ।ବୈଶାଖ ଏକାଦଶି ଦିନ ॥
ଅର୍ଦ୍ଧ ନିଶୀରେ ବଳେବଳ ।ଡ଼ାକିବେ ଐଶାନ୍ୟ କୋଣର ॥
ଚୌଷଠିଯୋଗ୍ନି ହେବେ ଚେତା ।ଏକକୁ ଏକ ସାମରଥା ।ସେ ବଳଦେବ ରଡ଼ି ଶବ୍ଦ ।କମ୍ପିବ ଭୁବନ ଚଉଦ ॥
ଭକ୍ତକୁ ନୋହିବ ଗୋଚର ।ଶୁଣି ଥୋକାଏ ମ୍ଲେଚ୍ଛନର ॥
କାଳେ ସକଳ ହେବେ ହତ ।କହିଲୁଁ ଏମହା ଗୁପତ ॥
ବ୍ରହ୍ମାଣ୍ଡେ ପଡ଼ି ଯିବମରା ।ଫେରିବ କମଳାପସରା ॥
ସେ ଦେବୀ ସଂହାରଣ ହୋଇ ।ସେ ଅଙ୍କେ ତାଙ୍କ ଆଜ୍ଞା ଛଇ ॥
ତୁଗୋ ଅଭୟା ସିଦ୍ଧେଶ୍ୱରୀ ।ଚେତା ଅପୂର୍ବ ହେତୁ କରି ॥
ଫାନ୍ଦେ ପକାଉ ଅଛୁ ମୋତେ ।ଖପର ପାତୁ ଅଛୁ ନିତ୍ୟେ ॥
ତୋ ମାୟା କେ ପାରିବ ଜିଣି ।ଏତିନି ନ୍ତ୍ରୈଲୋକ୍ୟ ମେଦିନୀ ॥
ବ୍ରହ୍ମରେ ରତ ଯେଣୁ ଆମ୍ଭେ ।ବିଳାସି ନ ପାରୁଛୁ ତୁମ୍ଭେ ॥
ଅଲେଖଛନ୍ତି ଦୟାକରି ।ପ୍ରଳୟଯାଏ ଅପସରି ॥
ନୋହିଲେ ନାଶଯାନ୍ତି ସେହି ।ତୋ ମାୟା କେପାରିବ କହି ॥
ତୁ କାଳରୂପୀ କମଳାଙ୍ଗୀ ।ଦେବାଧି ନିରାକାର ଅଙ୍ଗୀ ॥
ତୋତେ କେ ଅଛଇ ଉବାର ।ତୁ ସର୍ବ କରିବୁ ସଂହାର ॥
ଏବେ ତୁ ଶୁଣ ଗୁପ୍ତଭାବ ।ଯେଣୁ ବ୍ରହ୍ମାଣ୍ଡ କ୍ଷୟଯିବ ॥
ତେଇଶ ଅଙ୍କ ହେଲା ଶେଷ ।ଚବିଶ ହୋଇବ ପ୍ରକାଶ ॥
ବ୍ରହ୍ମାଣ୍ଡ ହେବ ଏକକାର ।ଦୁର୍ଭିକ୍ଷ ପଡ଼ିବ ସଂସାର ॥
ରାଜା ପରଜା ଏକ ହୋଇ ।ସାହୁ ଖାତକ ବାରିନୋହି ॥
ନାଶ ନୋହିବ ମ୍ଲେଚ୍ଛଜନ ।ବାରି ଗୋ ନୋହିବ ବାରଣ ॥
ଚମକ ପଡ଼ିବ ସଂସାର ।ଏତିନି ନ୍ତୈଲୋକ୍ୟ ମଧ୍ୟର ॥
ଆବର ଶୁଣସିଗୋ ବାମା ।ସେ ସ୍ୱାମୀ ଅନନ୍ତ ମହିଁମା ॥
ବ୍ରହ୍ମାଣ୍ଡେ କରିବେ ନିବୃତ୍ତି ।ପାପାଦ ଜନଙ୍କୁ ନିବୃତ୍ତି ॥
ମହାକନ୍ଦଳ ଉପୁଜାଇ ।ବିଚିନ୍ତ୍ର ଚିନ୍ତ୍ର ଗତି ବହି ॥
ଆକାଶୁ ବୃଷ୍ଟି ହେବ ସୁନା ।ଅଦ୍ଭୁତ ଭାବ ହେବ ସିନା ॥
ସୁବର୍ଣ୍ଣରେଖା ନିକଟରୁ ।ବିରୋଯା ମଣ୍ଡଳ ମଧ୍ୟରୁ ॥
ବାରଯୋଜନ ମଧ୍ୟେ ରହି ।ଦ୍ୱାଦଶ ବେଳ ଘଡ଼ି ଯାଇ ॥
ବହିବ ସ୍ରୋତ ରକ୍ତଧାରା ।ଆନ୍ତ୍ରୋଶି ଗୁପ୍ତେ ବସୁନ୍ଧରା ॥
ଶୁଭିବ ଜୟ ଜୟ ବାଣୀ ।ଆନନ୍ଦ ସର୍ବ ମୁଖେ ଶୁଣି ॥
ଲୋଭେ ଗୋ ଗମିବେ ସକଳେ ।କୋଟି ବ୍ରହ୍ମାଣ୍ଡ ଏକାବେଳେ ॥
ଏକୁ ଦୁର୍ଭିକ୍ଷ କାକପାନ୍ତ୍ର ।ସକଳ ଜନ ଏକମତ ॥
ଧୀର ବୁଦ୍ଧିଟି ଜାଗ୍ରତରୁ ।ପ୍ରକାଶିଛନ୍ତି ଯାକୁ ଗୁରୁ ॥
ଅପ୍ରତେ ମଣିବେ ସେ ସର୍ବ ।ବିଚାରେ ହେବ ଅସମ୍ଭବ ॥
ଦୟାରେ ଥୋଇ ତାଙ୍କୁ ଗୁରୁ ।ପ୍ରକାଶୁଛନ୍ତି ଯାକୁ ଗୁରୁ ॥
ଥୋକାଏ ଜନ ତହୁଁ ମିଳି ।ନାଶ ଲଭିଲେ ଶୁଣ ବାଳୀ ॥
ଭକ୍ତକୁ ଗୋଚର ଏ କଥା ।ଅନ୍ୟଏ ପଥେ ନୁହେ ଚେତା ॥
ଏ ଅନ୍ତେ ଅଗ୍ନିଦାହ ହେବ ।ଜଳ ପ୍ରମାଣେ ବରସିବ ॥
ହେଙ୍ଗୁଳ ବନ ମହାତେଜେ ।ଆକୁଳେ ନ୍ତ୍ରିପୁର ଦହିଯ୍ୟେ ॥
କେହି କାହାକୁ ନୋହେ ଜଣା ।ନୟନ ଥାଇ ସର୍ବେ କଣା ॥
କହିଲି ଗୁପତ ସନ୍ଦେଶ ।ଯେ ଆଦ୍ୟ କଳଙ୍କି ଭବିଷ୍ୟ ॥
ଅରୂପ ସ୍ୱାମୀ ଦୟା ଯେଣୁ ।ପ୍ରକାଶି କହିଲଇ ତେଣୁ ॥
ସେ ପ୍ରଭୁ ବ୍ରହ୍ମାଣ୍ଡ କରତା ।ସକଳ ଜୀବ ପିତା ମତା ॥
ତା ଅନୁଭବ ସେ ଜାଣଇ ।ତୀରଣ ପ୍ରାୟ ତାକୁ ମହୀ ॥
ଗର୍ଭେ ପୂରିଛି ସପ୍ତସିନ୍ଧୁ ।ଭକତଜନ ପ୍ରାଣବନ୍ଧୁ ॥
ଭାବେ ଭକତ ଜନ ବସେ ।ଘୋର କଳୁଷ ଦୁଃଖ ନାଶେ ॥
ଏମନ୍ତ ପୁରୁଷ ମୁରାରି ।ସକଳ ଘଟେ ଅଛି ପୂରି ॥
ତାହାଙ୍କୁ କେ କରିବ ଅନ୍ତ ।କେ ଅଛି ନ୍ତ୍ରିପୁର ଜଗତ ॥
ସେ ପ୍ରଭୁ ଦୟା ଯେଣୁ ମୋତେ ।ଭୋଦେବି କହିଲି ମୁଁ ତୋତେ ॥
କହେ ଅଚ୍ୟୁତି ବ୍ରଜ ଦାସ ।ଶ୍ରୀଗୁରୁ ପାଦେ କରି ଆସ ॥
ଶରଣ ଗଲି ନୀର ବଧି ।ଅଙ୍ଗୁ କଳୁଷ ପାପ ଛେଦି ॥
ନ୍ତ୍ରାହି କରିବେ ବୋଲି ଆଶା ।କରିଛି ଶ୍ରୀପାଦେ ଭରସା ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ ନାମବିଂଶୋଽଧ୍ୟାୟଃ ।ଏକବିଂଶ ଅଧ୍ୟାୟଈଶ୍ୱର ଉବାଚଆନନ୍ଦେ ପାର୍ବତୀଙ୍କ ଆଗେ ।ଶିବ କହନ୍ତି ଅନୁରାଗେ ॥
ଶୁଣ ଗୋ ଆଦି ମାହେଶ୍ୱରୀ ।ସେ ଯେ ଅରୂପ ଶୂନ୍ୟହରି ॥
ଅସତ୍ୟ ନାଶିବା ନିମନ୍ତେ ।ବ୍ରହ୍ମ ଗୋ ପ୍ରକଶିବେ ମର୍ତ୍ତ୍ୟେ ॥
ଭକ୍ତଙ୍କୁ ରଖିବେ ସମ୍ପାଦୀ ।ବ୍ରହ୍ମାଣ୍ଡ ପାପ ଭାରା ଛେଦି ॥
ସେହୁ ଚବିଶ ଅଙ୍କଅନ୍ତେ ।ପଚିଶ ଅଙ୍କର ଆଗତେ ॥
ଏଯେ ନ୍ତ୍ରିପୁରା ବୃନ୍ଦାବତୀ ।ବୈକୁଣ୍ଠ ପୂରେ ହେବେ ସ୍ଥିତି ॥
ଗ୍ରାମ ପାଟଣା ପୁର ଦେଶ ।ସକଳ ସ୍ଥାନରୁ ଅଦୃଶ୍ୟ ॥
ବେଦାନ୍ତି କୁଳ ଯିବ ବୁଡ଼ି ।ଶୁଭିବ ମହା ଘୋର ରଡ଼ି ॥
କମ୍ପିବ ନ୍ତ୍ରିପୁର ଜଗତ ।ଜାହ୍ନବୀ ହୋଇବେ ଗୁପତ ॥
ମହୀ ହୋଇବ ସାରସ୍ୱତ ।ମ୍ଲେଚ୍ଛାଦି ଜନ ହେବେ ହତ ॥
ଭକ୍ତଙ୍କ କଷ୍ଟ ହେବ ଦୂର ।ବିମଳା ପାତିବ ଖପର ॥
ଶୂନ୍ୟ ଦିଶିବ ମହୀଖଣ୍ଡ ।ଭକତଜନ ହେବେ ରୁଣ୍ଡ ॥
ଯୁଧିଷ୍ଠି ସଙ୍ଗେ ବେନିଭାଇ ।ଆସିବେ ଦକ୍ଷିଣରୁ ବାହି ॥
ଶ୍ୱେତ କାଳିଆ ଅଶ୍ୱଚଢ଼ ।ଛତିଆଠାରେ ଦେବେ ଛାଡ଼ି ॥
ସେ ଯେ ନେମାଳ ମଠ ଗୋଟି ।ତେର କଦମ୍ବ ଅଛି ଘୋଟି ॥
ବେଦାନ୍ତି ଯୋଗାନ୍ତି ନାଗାନ୍ତି ।ସିଦ୍ଧାନ୍ତି ତୁଲେ ଚାରିଗୋଟି ॥
ଏକକୁ ଆରେକ ଯେ ମାନି ।ଛାଡ଼ିବେ ସର୍ବ ଧର୍ମ ଘେନି ॥
ଧର୍ମ ଗୋ ନୋହିବ ବାରଣ ।କନ୍ଦଳେ ଉପୁଜିବ ରଣ ॥
ରୁଧିର ଧାରା ଯିବ ବହି ।ତହିଁ ପ୍ରବେଶ ବେନି ଭାଇ ॥
ସମସ୍ତ ପ୍ରବୋଧନ କରି ।ତହିଁ ବିଶ୍ରାମ ଦିନଚାରି ॥
ତେର କଦମ୍ବ ଦଧିଧାର ।ବହିବ ନୈଋତ କଣର ॥
ସେ ଦଧି ସର୍ବେ ପାନ କରି ।ଭୁତଳେ ଅଛଇଁ ଆବୋରି ॥
ସେ ପୁରେ ଚାରିଗୋଟି ଦ୍ୱାର ।ଫେଡ଼ିବ ଅନନ୍ତ ଠାକୁର ॥
ସେଠାରେ ଅଷ୍ଟରତ୍ନ ଅଛି ।ଘେନିବେ ସାର ସାର ବାଛି ॥
ଛତିଆଠାରେ ହେବ ଲୀଳା ।ହରିବେ ଛପ୍ନାକୋଟି କଳା ॥
ଚାରିଦିଗକୁ ଦେଇ ଦୃଷ୍ଟି ।ଦେବେ ସେ ବାହ୍ୟ କର୍ମକାଟି ॥
ଆନନ୍ଦେ ଶୂନ୍ୟ ହରିଶବ୍ଦ ।କମ୍ପିବ ଭୁବନ ଚଉଦ ॥
ସେ ବିଷ୍ଣୁ ଆଦି ଅବତାର ।ଅନନ୍ତ ପ୍ରଭୁ ନିରାକାର ॥
ବିଶ୍ୱସଂସାର ଭକ୍ତି କଳି ।ଅସତ୍ୟ ଅକର୍ମେ ପ୍ରଚ୍ଛଳି ॥
ଗହଣେ ଘେନି ଭକ୍ତଗଣ ।ସେ ପ୍ରଭୁ ଆଦି ନାରାୟଣ ॥
ଉତ୍ତର ଦିଗେ ଯିବେ ବାହି ।ସେ ବ୍ୟାସ ସରୋବରେ ଯାଇଁ ॥
ଶୁଣ ଗୋ ସିଦ୍ଧେଶ୍ୱରୀ ବାମା ।ଏ ଯେତେ ଭକ୍ତଙ୍କ ଗାରିମା ॥
ସେଠାରେ ପରୀକ୍ଷା ହୋଇବ ।ଗତ ଆଗତ ପୂର୍ବଭାବ ॥
ଦାମ୍ଭିକ ନାସ୍ତିକ କପଟୀ ।ଧଇର୍ଯ୍ୟ ପଣ ଯିବ କଟି ॥
ସେ ଯେ ଶୋଷେକବ୍ରହ୍ମାମୂଳେ ।ପରୀକ୍ଷା ହୋଇବେ ସକଳେ ॥
ସେ ଜାଣ ସର୍ବ ଧର୍ମ ତତ୍ତ୍ୱ ।ପ୍ରାଣିଙ୍କ ହୃଦ ପଞ୍ଚଭୂତ ॥
ପୂର୍ବେ ତାହାଙ୍କୁ ଦୟାବହି ।ଛନ୍ତି ଅନାଦି ବ୍ରହ୍ମ କହି ॥
ସେ ବ୍ରହ୍ମ ପାଦେ କରି ଆସ ।କହେ ଅଚ୍ୟୁତି ବ୍ରହ୍ମବାସ ॥
ସୁଜନେ ମୋତେ କର ଦୟା ।ତୁଟୀଣ ଯାଉ ମୋହ ମାୟା ॥
ମୁଁ ପାପୀ ଅଜ୍ଞାନୀ ପାମର ।ତୁମ୍ଭ ସଙ୍ଗତେ ମୋତେ କର ॥
ଇତି ଶ୍ରୀ ଅନାଦି ସଂହିତାୟାଂ ସୁଜନଜନ ହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମଗୁପ୍ତଧର୍ମ ପ୍ରକାଶନେ ନାମଏକବିଂଶୋଽଧ୍ୟାୟ ।ଦ୍ୱାବିଂଶ ଅଧ୍ୟାୟପାର୍ବତୀ ଉବାଚଶୁଣି ଆନନ୍ଦ ମାହେଶ୍ୱରୀ ।ଶଙ୍କର ବେନି ପାଦ ଧରି ॥
ବୋଇଲେ ଏବେ ନିସ୍ତରିଲି ।ତୁମ୍ଭ ଶ୍ରୀମୁଖୁଁ ଯା ଶୁଣିଲ ॥
କୋଟି ଜନ୍ମ ଦୁଃଖ ବିନାଶି ।ଏବେ ତରିଲି ବିଶ୍ୱବାସୀ ॥
ତୁଟିଲା ମାୟା ମୋହ ଧନ୍ଦ ।ଶୁଣି ସେ ଅନାଦିସବାଦ ॥
ସଂଶୟ ଉପୁଜିଲା ମନେ ।ଭୋ ନାଥ କହିବା ପ୍ରସନ୍ନେ ॥
ଚଉଦିଗରେ ପୂରି ଭକ୍ତ ।ସେବନ୍ତି ଅନାଦୀ ଅଚ୍ୟୁତ ॥
ଶ୍ରୀପାଦ ପଦ୍ମେ ଛନ୍ତି ଧ୍ୟାଇ ।କେ ଦିଗାମ୍ବରୀ ଗୃହେଥାଇ ॥
ଅଭୟ ମଣ୍ଡଳରେ ଚିତ୍ତ ।ସମର୍ପି ଅଛନ୍ତି ସମସ୍ତ ॥
ଏକତ୍ୱ ହୋଇଲେ କିପରି ।ଏହା ପୁଚ୍ଛଇ ପାଦଧରି ॥
ସେ ପୁଣି ଶୋଷେକ ବ୍ରହ୍ମରେ ।ପରୀକ୍ଷା ହୋଇବେ ସକଳେ ॥
ସେ ବ୍ରହ୍ମା ଜାଣନ୍ତି କି ତତ୍ତ୍ୱ ।ଏଣେ ସଂଶୟ ମୋର ଚିତ୍ତ ॥
କହିବା ହେଉନାଥ ଏହା ।ଶୁଣି ତୁଟିବ ମୋହ ମାୟା ॥
ପାର୍ବତୀ ବିନୟ ବଚନ ।ଶୁଣି କହନ୍ତି ନ୍ତ୍ରିଲୋଚନ ॥
ଶୁଣ ଗୋ ସତୀ ପୂର୍ବ କଥା ।ସେ ଯେ ଶୋଷେକ ବ୍ରହ୍ମବେତ୍ତା ॥
ସହସ୍ର ମୁଖ ବ୍ରହ୍ମାସେଟି ।ତାର ସର୍ଜନା ନବସୃଷ୍ଟି ॥
ସ୍ୱର୍ଗାଦି ସଂଯମନୀ ପୁର ।ମର୍ତ୍ତ୍ୟପାତାଳ ରାସାନ୍ତଳ ॥
ଚଉଦ ଭୁବନ ରଚିଲେ ।ସର୍ବସେ ନିରାକାର ବୋଲେ ॥
ସେ ନିରାକାରଙ୍କ ତନୁଜ ।ନାମ ସହସ୍ର ମୁଖାନୁଜ ॥
ସକଳ ଘଟ ନିର୍ଭା କରି ।କାଳେ ସେ ନ ପାରିଲା ବାରି ॥
ଅଚଳ ହେବାରୁ ସମସ୍ତେ ।ସେ ବ୍ରହ୍ମା ବିଚାରିଲେ ଚିତ୍ତେ ॥
ଗଲେ ସେ ନିରାକାର ତହିଁ ।କହିଲେ ସକଳ ମନାଇ ॥
ଭୋ ଦେବ କି କରିବି କହ ।ଚଳନ୍ତୁ ସର୍ବେ ଆଜ୍ଞା ଦିଅ ॥
ଶୁଣି କହିଲେ ନିରାକାର ।ଅଲେଖ ବ୍ରହ୍ମ ଲୟକର ॥
ସେ ପ୍ରଭୁ ଆଜ୍ଞା ହେବ ଯେବେ ।ଚେତା ପ୍ରକାଶ ହେବ ତେବେ ॥
ତାର ବ୍ରହ୍ମାଣ୍ଡ ସେ ରଖିବ ।ଆମ୍ଭେ ତା ଆଜ୍ଞାକାରୀ ସର୍ବ ॥
ଏମନ୍ତ ଆଜ୍ଞା ବ୍ରହ୍ମାପାଇ ।ଅଲେଖ ଏକ ପାଦଧ୍ୟାଇ ॥
ଅଭୟ ମଣ୍ଡଳେ ପଶିଲେ ।ଛାମୁ ଦର୍ଶନ ଯାଇଁ କଲେ ॥
ପ୍ରଭୁ ଚରଣେ ଯାଇ ପଡ଼ି ।କହିଲେ ଦୁଃଖ ମାନ୍ତ୍ର ଫେଡ଼ି ॥
ଅନାଦି ପ୍ରଭୁ ହେଲେ ତୋଷ ।ବ୍ରହ୍ମାଙ୍କୁ କହିଲେ ବିଶ୍ୱାସ ॥
ସକଳ ଘଟେ ଏକାକ୍ଷର ।ପ୍ରଭୁ ପ୍ରକାଶିବ ଆମ୍ଭର ॥
ସଞ୍ଜିବନୀ ମନ୍ତ୍ର ଉଭାରି ।ଦିଅ ସକଳ ଚେତା କରି ॥
ନ୍ତ୍ରିକୂଟ ମଧ୍ୟରେ ଆସନ ।କରି ସ୍ମରଣ ଆମ୍ଭ ନାମ ॥
ଏ ବ୍ରହ୍ମ ଏକାକ୍ଷର ଧ୍ୟାଇ ।ମନକୁ ଅମନରେ ଥୋଇ ॥
ଆମ୍ଭେ ହୋଇବୁ ତୋତେ ଦୃଶ୍ୟ ।ସକଳ କର ଯା ପ୍ରକାଶ ॥
ଏ ତତ୍ତ୍ୱ ଆନେ ନ କହିବୁ ।ସେ ଚାରିବେଦେ ଭୁଲାଇବୁ ॥
ଏମନ୍ତ ଆଜ୍ଞା ଦେବ ସ୍ୱାମୀ ।ଅନ୍ତର ହେଲେ ଅନ୍ତର୍ଯ୍ୟାମୀ ॥
ବ୍ରହ୍ମା ବ୍ରହ୍ମାଣ୍ଡ ନିର୍ଭାକଲେ ।ମହେଶ ଉମାଙ୍କୁ କହିଲେ ॥
ଏମନ୍ତ ପୂର୍ବେ ଅଛି ଧ୍ୟାଇ ।ଶୁଣିବଟିକି ମହାମାଈ ॥
ସେ ବ୍ରହ୍ମା ଜାଣେ ସର୍ବତତ୍ତ୍ୱ ।ସେ ଏକାକ୍ଷରେ ନିତ୍ୟେରତ ॥
ଅଲେଖ ବ୍ରହ୍ମାଙ୍କ କୁମର ।ମର୍ତ୍ତ୍ୟେ ହୋଇଛି ଅବତାର ॥
ନାମ ତା ରଘୁବର ଅଟେ ।ଅଣସାଧନା ଯୋଗେ ଖଟେ ॥
ପଚିଶ ଅଙ୍କେ ଶେଷ ଜାଣ ।ଭାଦ୍ରବ ପଞ୍ଚମୀତିଥିଣ ॥
ଘୋର ଅନ୍ଧାର ପ୍ରକାଶିବ ।ଦିବସ ରାନ୍ତ୍ର ସମ ହେବ ॥
ବ୍ରହ୍ମାଣ୍ଡେ ଛନ୍ତି ଯେତେ ଭକ୍ତ ।ସର୍ବେ ଏ ହୋଇବେ ଏକତ୍ୱ ॥
ଚାରି ଯୋଜନ ସୀମାମାଡ଼ି ।ରହିବେ ଭକ୍ତଜନ ମାଡ଼ି ॥
ଜାଣି ସକଳେ ଉପଗତ ।ଶ୍ରୀଗୁରୁ ସ୍ୱାମିଙ୍କ ଭଗତ ॥
ସେ ବ୍ୟାସ ସରୋବବର ।ବିଜେପ୍ରବେଶ ହୋଇବ ନିରୋଳେ ॥
ଭଗତ ମେଳେ ବ୍ରହ୍ମରାଶି ।ଭବ ଉତ୍ସବ ପରକାଶି ॥
ପ୍ରଭୁ ଦର୍ଶନ ପାଇ ଭୃତ୍ୟ ।ଆନନ୍ଦ ଭାବେ କୃତ୍ୟ କୃତ୍ୟ ॥
ରଚିବେ ବ୍ରହ୍ମା କେଳିସ୍ଥଳ ।ପରୀକ୍ଷା ହେବ ଭକ୍ତ କୁଳ ॥
ସେ ବ୍ରହ୍ମ ମୂଳେ ହେବେ ରୁଣ୍ଡ ।ତାହାର ମୁଖେ ସର୍ବକାଣ୍ଡ ॥
ଅସତ୍ୟ ନୁହେ ତାରକାଏ ।ସତ୍ୟରେ ହୋଇଛି ଉଦୟେ ॥
ଯେ ସାଜେ ଏକାକ୍ଷର କହି ।ପ୍ରବେଶ କେଳିପୁରେ ଯାଇ ॥
ଯେହୁଟି କହିବେ ବିଭଙ୍ଗ ।ଅନେକେ ଦହିବେ ତା ଅଙ୍ଗ ॥
ବ୍ରହ୍ମ ଅନଳେ ଦେବେ ଢ଼ାଳି ।ଯେହୁ ନ ଥିବେ ଆଜ୍ଞାପାଳି ॥
ଧର୍ମେ ନ ଥିବ ତାର ମନ ।ସେ ପୁଣି ହେବେ ହତପାତ ॥
ଦହନ ଅନ୍ତେ ତାର ଦେହୀ ।ତା ନିଜସ୍ଥଳ ଦେବେ କହି ॥
ଏଯେ ଦ୍ୱାଦଶ ପୀଢ଼ ଭକ୍ତ ।ଗୃହୀ ଗୃହରେ ଛନ୍ତି ରତ ॥
ଛତ ମୂରତି ତତ୍ତ୍ୱଦର୍ଶୀ ।ଆବର ଛଡ଼ ଅବିନାଶୀ ॥
କର୍ମାଦି କର୍ମେ ସେବାନାହିଁ ।ଏହାଙ୍କ ପୀଢ଼େ ହେବ ଦହି ॥
ସେ ଷଢ଼ମୂର୍ତ୍ତି ସ୍ୱଦେହରେ ।ପ୍ରବେଶ ହେବେ କେଳିପୁରେ ॥
କହିଲୁ ଏ ମହା ଗୁପତ ।ଅଣ ସାଧନ ଭକ୍ତି ତତ୍ତ୍ୱ ॥
ଏ ମାର୍ଗେ ଯାର ଚିତ୍ତ ପଶେ ।ହେଜେ ଅଶେଷ ଦୁଃଖ ନାଶେ ॥
ଭଗତ ବିନା ଭକ୍ତି ନାହିଁ ।ଏ ଭାବ ଅନ୍ୟେ ନ ଯୋଗାଇ ॥
ଏ ପଥେ ଯେ ଜନ ଆଶ୍ରତ ।ନିଶ୍ଚେ ସେ ଅନାଦିଙ୍କ ଭକ୍ତ ॥
କହେ ଅଚ୍ୟୁତାନନ୍ଦ ବାଇ ।ଅଲେଖ ନାମ ଯେବା ଧ୍ୟାଇ ॥
ତାଙ୍କ ଚରଣେ ଲୋଟୁଶିର ।ଆଜ୍ଞାରେ ହେବି ଭବୁ ସାର ॥
ଶରଣ ଗଲି କର ଦୟା ।ନ ଲାଗୁ ଭବବନ୍ଧ ମାୟା ॥
ପ୍ରଭୁ ସେବାରେ ଯାଉ ଦିନ ।ଏ ଦେହେ କିବା ପ୍ରୟୋଜନ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱରପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେ ନାମଦ୍ୱାବିଂଶୋଽଧ୍ୟାୟଃ ।ତ୍ରୟୋବିଂଶ ଅଧ୍ୟାୟପାର୍ବତ୍ୟୁବାଚବୋଲେ ଅପୂର୍ବ ମହାମାଈ ।ଭୋନାଥ କହ ତତ୍ତ୍ୱ ଫେଇ ॥
ସେ ବ୍ୟାସ ସରୋବରେ ଭକ୍ତ ।ସକଳେ ହୋଇବେ ଏକତ୍ୱ ॥
ନିଷ୍କାମ ଭକ୍ତର ଆଚାର ।ପ୍ରକାଶ ହେବ ଏକାକ୍ଷର ॥
ତହୁଁ କି ଭାବ ଉପୁଜିବ ।ଏ ମୋତେ ଲାଗଇ ଅପୂର୍ବ ॥
ପ୍ରତ୍ୟେକ୍ଷେ ବ୍ରହ୍ମା ଉଦେ ହୋଇ ।ଭଗତି ମେଳେ ଥିବେ ରହି ॥
ଆବର ଦେବ ଜଗନ୍ନାଥ ।ଶ୍ରୀକାମପାଳଙ୍କ ସହିତ ॥
ସକଳ ଏକଠାରେ ମିଳି ।କରିବେ ରଙ୍ଗ ରସ କେଳି ॥
ଆବର ପୁଣ ହେବ କିକି ।ଏହା ପୁଚ୍ଛଇ କହ ନିକି ॥
ହୃଦେ ସଂଶୟ ନ ରଖିବ ।ପ୍ରସନ୍ନେ ମୋତେ ଆଜ୍ଞା ହେବଶୁଣି ଅଭୟ ସାଧୁବାଣୀ ।ହସି କହନ୍ତି ଶୂଳପାଣି ॥
ଶୁଣ ଗୋ ସତୀ ଗୁପ୍ତଭାବ ।କୋଟୀ ବ୍ରହ୍ମାଣ୍ଡେ ନିଧି ଲାଭ ॥
ଭଗତ ହୋଇ ଏକମେଳି ।ପ୍ରଭୁ ମହିଁମା ନିଉଛାଳି ॥
ଆନନ୍ଦେ ବେଢ଼ି ଚଉକତି ।ଭାବେ ଆରାର୍ଧି ବ୍ରହ୍ମା ମୂର୍ତ୍ତି ॥
କଳଙ୍କି ବେଶ ପ୍ରଭୁ ହେବେ ।ସେ ବ୍ୟାସ ସରୋବରଠାବେ ॥
ନିଷ୍କାମ ଭଗତଙ୍କ ପ୍ରଭୁ ।କଳଙ୍କ ବେଶ ହେବେ ସବୁ ॥
ମହା ନିତ୍ୟକୁ ହେବେ ସତ ।ସଙ୍ଗତେ ଘେନି ଦେବରାଜ ॥
ଆବର ଅଛଇ ଗୁପତ ।ତୁ ଏବେ ଶୁଣିଥାଅ ତତ୍ତ୍ୱ ॥
ସେ ଯେ ଜାମ୍ବେବ ବ୍ରହ୍ମା ମୂଳେ ।ଧ୍ୟାନ ସ୍ଥାପନା ଗୁପ୍ତ ଆଳେ ॥
ସେ ଧୁନି ସଜ ନିତ୍ୟ ସଜ ।ଥୋଇଅଛନ୍ତି ଦେବରାଜ ॥
ଯେ ଅବା ଗୁପ୍ତେ ଛନ୍ତି ରହି ।କେହି ସେ ତଥ୍ୟ ନ ଜାଣଇ ॥
ସେ ମହା ନିତ୍ୟପୁର ଗୋଷ୍ଠି ।ବ୍ରହ୍ମସଂହିତାରେ ପ୍ରକଟୀ ॥
ପ୍ରଳୟ ବ୍ରହ୍ମାର କୁମର ।ଜନ୍ମ ଲଭିବ ମୃତ୍ୟୁପୁର ॥
କରଣ ଅଂଶରେ ପ୍ରକାଶ ।ଉତ୍ତର ଦିଗେ ତାର ବାସ ॥
ଶୋଷେକ ବ୍ରହ୍ମାରେ ଆଦେଶି ।ତା ମୂଳେ ଗୁପ୍ତ ପରକାଶି ॥
ସେ ବ୍ରହ୍ମା ଆଜ୍ଞା କରି ତାକୁ ।ଲଭି ସେକାଳେ ଗୁପତକକୁ ॥
ପ୍ରଭୁ ଛାମୁରେ ସମର୍ପଣ ।ମହାନିତ୍ୟକୁ ଆଗମନ ॥
ମଙ୍ଗତେ ଭୃତ୍ୟଗଣ ଘେନି ।ଶବଦେ କମ୍ପିବ ମେଦିନୀ ॥
ରତ୍ନ ବିମାନେ ବିଜେ ପ୍ରଭୁ ।ପାରୁଶେ ତାଙ୍କ ଭୃତ୍ୟ ସବୁ ॥
ଏ ଅନନ୍ତ ବ୍ରହ୍ମମଏ ଦିଶି ।ଅଲେଖ ଶବ୍ଦ ପରକାଶି ॥
ପ୍ରକାଶ କ୍ଷମାଧି ନିକଟେ ।ଭୂତଳେ ମହା ନିତ୍ୟ ଅଟେ ॥
ତହିଁ ପ୍ରବେଶ ବ୍ରହ୍ମରାଶି ।ମହା ଉତ୍ସବ ପରକାଶି ॥
ସପତଫେଣୀ ପରେ ମଣି ।ଶ୍ୱେତ କାଞ୍ଚଲାରେ ବସଣି ॥
ରତ୍ନ ବିମାନେ ବିଜେ ଗୁରୁବାର ।ସ୍ୱରୂପେ ବ୍ରହ୍ମ ପ୍ରଭା ମେରୁ ॥
ପଚିଶଅଙ୍କ ଯିବ କଟି ।ହେଲେ ନିଷ୍କାମ ଭକ୍ତ ଗୋଷ୍ଟି ॥
ତା ଅନ୍ତେ ସତାଇଶ ହେବ ।କଳଙ୍କି ନିତ୍ୟ ପ୍ରକାଶିବ ॥
ଭକ୍ତ ହୃଦୟ ଜାଣି ସ୍ୱାମୀ ।ପ୍ରସନ୍ନେ ଗୁରୁ ଅନ୍ତର୍ଯ୍ୟାମୀ ॥
ରତ୍ନ ଆସନେ ବସାଇଲେ ।ଏ କଳିମଳ ବିନାଶିଲେ ॥
ସୁବାସ କର୍ପୂର ଚନ୍ଦନ ।ଶ୍ରୀ ଅଙ୍ଗେ କରିବେ ଲେପନ ॥
ଚେତାଇ ଦେବେ ପୂର୍ବ ହେତୁ ।ଯେ ମହା ନିତ୍ୟ ଆନ ତତ୍ତ୍ୱୁ ॥
ଲାଗିବ ସତ୍ୟ ତତ୍ତ୍ୱ ଗୋଷ୍ଟି ।ଆନନ୍ଦେ ହୋଇବ ଏ ସୃଷ୍ଟି ॥
ଯେ ମହା ସେବାରେ ଖଟଣି ।ନଦୀ ବଢ଼ିର ପ୍ରାୟ ଜାଣି ॥
ସକଳ କଷ୍ଟ ଯିବ କ୍ଷୟ ।ତୁଟିବ ଭବ କାଳ ଭୟ ॥
ଦୁନ୍ଦୁଭିବାଦ୍ୟ ନାଦ ଘୋଷ ।କମ୍ପିବ ଧରତି ଆକାଶ ॥
ନାମ ଗାୟନ ଅନ୍ତରୀକ୍ଷେ ।ଭକତବୃନ୍ଦ ସିଦ୍ଧ ଲକ୍ଷେ ॥
କେ ଶ୍ୱେତ ଛନ୍ତ୍ରହିଁ ଉଭାରି ।କେବା ଆଲଟ କରେ ଧରି ॥
କେ ଅବା ମଦାଳସୀ ଦାସୀ ।ଶ୍ରୀଅଙ୍ଗ ସେବାରେ ନିକାସୀ ॥
ଅନନ୍ତ ଅଷ୍ଟ ପାଟଦେଈ ।ଶାକରେ ଅର୍ଘ୍ୟ ଦେବେ ନେଇ ॥
ଦାସୀପଣକୁ ଶୋଭା ଦିଶେ ।ସ୍ୱାମୀ ସେବାରେ ଚଉପାଶେ ॥
ଅଙ୍ଗନା ଅଙ୍ଗ ଚିନ୍ତ୍ରକଳା ।ସେ ନିତ୍ୟ ରାଧା ପ୍ରେମଶିଳା ॥
କେ ଅବା ଶିଖିପୁଚ୍ଛ ସାଯେ ।କେ ଚିନ୍ତ୍ର ବିଚିନ୍ତ୍ର ବିରାଜେ ॥
ଏ ରୂପେ ଉପୁଯିବ ଭାବ ।ଏ କଳିକାଳ କ୍ଷୟ ଯିବ ॥
ମୁଖେ ବର୍ଣ୍ଣିବା ସକ୍ଷ ନାହିଁ ।କହିଲେ କେବା ପାରୁ କହି ॥
ସେ ସ୍ୱାମୀ ଦୟାର ମୂରତି ।ଅଶେଷ ବର୍ଣ୍ଣମୟ ଜ୍ୟୋତି ॥
ଭଗତ ଭାବେ ହୋନ୍ତି ବଶ ।ତେଣୁ ତା ଭଗତ ବିଶ୍ୱାସ ॥
ତୁ ଯେଣୁ ପୁଚ୍ଛା କଲୁ ବାମା ।ତେଣୁ କହିଲୁ ତା ମହିଁମା ॥
ସଂକ୍ଷେପି କହି ନ ଯୋଗାଇ ।ଭଗତ ଶୂନ୍ୟ ସ୍ଥିତି ନାହିଁ ॥
ଏ ପୁଣି କେତେକ ମାତର ।କିସ କହିବା ମୁଖେ ତାର ॥
ଯେବା ପ୍ରସନ୍ନ ଥିଲା ମୋତେ ।ପ୍ରକାଶି କହିଲୁ ଆଗତେ ॥
କହେ ଅଚ୍ୟୁତ ଦାସ ହୀନ ।ବୃଥା ହେଉଛି ଏ ଜୀବନ ॥
ସେବାରେ ନ ଖଟିଲି ବାରେ ।ବୁଡ଼ିଲି ଅନୀତ ଆଚାରେ ॥
ଶରଣସଞ୍ଜର ମୋ ସ୍ୱାମୀ ।ସକଳ ଘଟରେ ବିଶ୍ରାମୀ ॥
ସେ ପ୍ରଭୁ କରିବେ ଉଦ୍ଧାର ।ଅନ୍ୟ ଶରଣ ନାହିଁ ମୋର ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଗୁପ୍ତଧର୍ମ ପ୍ରକାଶ କଥନେନାମ ତ୍ରୟୋବିଂଶୋଽଧ୍ୟାୟଃଚତୁର୍ବିଂଶ ଅଧ୍ୟାୟମହେଶ ଉବାଚଏବେ ଗୋ ଶୁର ଶୁଭ୍ରକେଶୀ ।ସେ ମହାନିତ୍ୟ ବ୍ରହ୍ମରାଶି ॥
ଭକ୍ତଙ୍କ ବାଞ୍ଛା ପୂର୍ଣ୍ଣ କରି ।ପଦ୍ୟେ ଆରାଧି ବସୁନ୍ଧରା ॥
ବ୍ରହ୍ମାଣ୍ଡେ ସ୍ଥାପି ନୃପବର ।ସମର୍ପି ଦେଲେ ମହୀଭାର ॥
ଏ ଚର୍ତୁମୁଖ ପ୍ରଜାପତି ।ବିନାଶି କରିବେ ନୃପତି ॥
ହନୁକୁ ବ୍ରହ୍ମା ପଦ ଦେବେ ।ବଳିକୁ ସ୍ୱର୍ଗ ସମର୍ପିବେ ॥
ଯେ ଦେବଅଂଶୀ ଦେବଲୋକ ।ସ୍ଥାପନା କରାଇ ବିବେକ ॥
ଆବର ଋଷି ବିପ୍ରଗଣ ।ମହୀରେ ସ୍ଥାପିବେ ଆପଣ ॥
ପ୍ରଜାସାଜନ ଧର୍ମ କହି ।ରାଜାରେ ପ୍ରଜା ସମପାଇ ॥
ନିହିତ ଧର୍ମ କରିଥାଏ ।ନାଶିବେ ଅସତ୍ୟ ଅନ୍ୟାଏ ॥
ହେ ବିଷ୍ଣୁ ଗର୍ଭବାସୀ ଭକ୍ତ ।ତାହାଙ୍କୁ ଗର୍ଭେ ଦେଇ ସ୍ଥିତ ॥
ସକଳ ସମାପତ କରି ।ନ୍ତ୍ରିପୁରେ ସୁଯଶ ବିସ୍ତାରି ॥
ଶ୍ରୀଅଙ୍ଗ ଲାଗି ଭକ୍ତ ଘେନ ।ଯେ ବ୍ରହ୍ମାଅଂଶୀ ସାଧାରଣ ॥
ଗହଣେ ଘେନି ମହାନିତ୍ୟ ।ବିଜୟ କରିବେ ଅନନ୍ତ ॥
ମର୍ତ୍ତ୍ୟେ ଏ ନିତ୍ୟ ଗୁପ୍ତ ହେବ ।ଏ ଚାରିଯୁଗେ କୀର୍ତ୍ତି ଥିବ ॥
ପରମ ନାବେ ବିଶ୍ରାମିବେ ।ଭକ୍ତକୁ ଘେନି ପ୍ରଭୁ ଯିବେ ॥
ମହାନିତ୍ୟକୁ ବିଜେ ଗୁରୁ ।କୁଦେବୀ ନିରୋଧିବୁ ଦୂରୁ ॥
ତୋ ବାଞ୍ଛା କରିବେ ସମ୍ପୂର୍ଣ୍ଣ ।ଦେଖିବୁ ଭକତଙ୍କ ଚିହ୍ନ ॥
ସେ ନିତ୍ୟେପ୍ରଭୁ ହେବେ ବିଜେ ।ଭକତ ଭେଦିବେ ସମାଜେ ॥
ଏମନ୍ତ ଭାବ ଏ କଳିର ।ମହିଁମା ରଖିବେ ସଂସାର ॥
ପ୍ରକାଶି ଅଛନ୍ତି ନିର୍ବେଦ ।ନାଗ ଅସୁରେ ନୁହେ ଭେଦ ॥
ବ୍ରହ୍ମାଦି ସୁର ନର ଯାଏ ।ନିଷ୍କାମ ଧର୍ମ ବାରି ନୋହେ ॥
କେହି ଗୋ ନ ଜାଣନ୍ତି ଏହା ।ଅନନ୍ତ କାଳକୂଟ ମାୟା ॥
ମନୁଷ୍ୟ ଅଙ୍ଗେ ଅବତରି ।ବିଷୟ ସ୍ୱାମୀ ବସୁନ୍ଧରୀ ॥
ମହିମା ପ୍ରକାଶି ଅଛନ୍ତି ।କେହି ଏ ତତ୍ତ୍ୱ ନ ଜାଣନ୍ତି ॥
ଅତିଥି ବେଶେ ମହାବାହୁ ।କଷା କୌପିନୀ ଅଙ୍ଗେ ଥାଉ ॥
ତଥାପି ହାସ୍ୟ ଉପୁଜିଲା ।ଏ ପିଣ୍ଡ ପତିତ ହୋଇଲା ॥
ଏବେ ଗୋ ସତୀ ଯିବା ଆସ ।ମର୍ତ୍ତ୍ୟରେ ହୋଇବ ପ୍ରକାଶ ॥
ତୁମ୍ଭ ଆମ୍ଭରେ ନାହିଁ ଭେଟ ।ମାନବ ଭାବୁ ମହାକଷ୍ଟ ॥
ଅଙ୍ଗ ପାଲଟି ଯିବ ଯେବେ ।ଯଗତେ ଭେଟ ହେବତେବେ ॥
କହିଲୁଁ ଗୁପତ ଏ ସହୀ ।ଏ ବିନୁ ଅନ୍ୟଗତି ନାହିଁ ॥
ସେବିଲେ ନିଜ ସ୍ୱାମୀ ପାଦ ।କୁଟିବ ଅଶେଷ ପ୍ରମାଦ ॥
ଶୁଣି ଆନନ୍ଦ ସତୀ ମନ ।କଲେ ବାରେଣି ମଧ୍ୟେ ସ୍ଥାନ ॥
ଈଶ୍ୱର ଅନ୍ତର୍ଦ୍ଧାନେ ଗଲେ ।ପାମର ଅଚ୍ୟୁତ କହିଲେ ॥
ମୁହିଁ ପାମର ହୀନ ବାଇ ।ଜ୍ଞାନ ଚେତନା ମୋର ନାହିଁ ॥
ସୁଜନ ମୋତେ ଦୟାକର ।ଏ ଭବ ସଙ୍କଟୁ ନିସ୍ତାର ॥
ଦାସ ପଣରେ ଯାଉ ଦିନ ।ଆନେ ମୋ ନାହିଁ ପ୍ରୟୋଜନ ॥
ମହିଁମା ସାଗର ଗୋସାଇଁ ।ଏ ଭବଜଳୁ କର ନ୍ତ୍ରାହି ॥
ନିରେଖ ଜନ ହେଲେ ନାଶ ।ନିଶ୍ଚେ ଲଭିବେ ଅପଯଶ ॥
ଏକୈଶ ବ୍ରହ୍ମାଣ୍ଡର ପତି ।କାଳେ ହୋଇବ ଅପକୀର୍ତ୍ତି ॥
ମୋର ଶରଣ ବାରେ ରଖ ।ନିବାର ଅକାଳ ଭୟକ ॥
ଇତି ଶ୍ରୀ ଅନାଦିସଂହିତାୟାଂ ସୁଜନଜନହିତାୟାଂ ଈଶ୍ୱର ପାର୍ବତୀସମ୍ବାଦେ ନିଷ୍କାମ ଧର୍ମ ପ୍ରକାଶକଥନେନାମ ଚତୁର୍ବିଂଶୋଽଧ୍ୟାୟଃ