ଉତ୍କଳଭାରତୀ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୭
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳଭାରତୀ ଦେବି ! ସ୍ୱଭାବସୁନ୍ଦର !ଭକତବାଞ୍ଛିତ ପୂର୍ଣ୍ଣ କର କୃପା କରି ।ଘେନି ଯାଅ ମୋତେ ସେହି ଅତୀତ ନିକୁଞ୍ଜେ,କବିତାକୁସୁମେ ଯହିଁ କବି ଅଳି ଗୁଞ୍ଜେ ।ବିଦେହନନ୍ଦିନୀ ଯହିଁ ଅଶୋକବିପିନେରାକ୍ଷସୀବେଷ୍ଟିତା ହୋଇ ବିଳାପନ୍ତି ଦୀନେ ।ଅଥବ ଜାହ୍ନବୀତୀରେ ମୁନିତପୋବନେଭାଳନ୍ତି ଦୋହଦବତୀ ଗହନ ଅରଣ୍ୟେ ।ଅବା ଗିରିପତିସୁତା ଘୋରତିପୋରତନିଦାଘ ଶିଶିର ବର୍ଷା କରନ୍ତି ବାହିତ ।କିବା କଣ୍ୱ ତପୋବନେ ଶକୁନ୍ତଳା ସତୀଦୃଷ୍ୟନ୍ତଭାବନା−ନୀରେ ବୁଡ଼ି ରହିଛନ୍ତି ।ଅବା ଯହିଁ ଘୋରାରଣ୍ୟେ ତ୍ୟକ୍ତା ଦମୟନ୍ତୀପ୍ରିୟତମ ନଳ−ନାମ ଉଚ୍ଚାରି କାନ୍ଦନ୍ତି ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ