ସ୍ମୃତି
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୭
- ସ୍ଥିତି
- ସାର୍ବଜନୀନ (Public domain)
“Tears, idle tears, I know not what theymean,Tears form the depth of some divine dispair.Rise in the heart and gather to the eyes,In looking on the happy Autumn−fields,And thinking of the days that are nomore.”Tennyson.ନିର୍ଜନେ ବୁଲୁଥିଲି ମୁଁ ଗହନ କାନନେ,ଖେଳୁଥିଲା ତରୁତଳେ ଛାୟା ମନେ ମନେ ।ଝରଝର ଝରୁଥିଲା ନିର୍ଝରୁ ଝରମା,ଦିବ୍ୟଲୋକ ସମ ବନ ଯାଉଥିଲା ଜଣା ।କୋକିଳ ପଞ୍ଚମେ ଦୂରେ କରୁଥିଲା ସ୍ୱନ,ପୂର୍ବସ୍ମୃତି ବିଜଡ଼ିତ ହେଲା ମୋର ମନ ।ରକ୍ତପଦ୍ମ ଫୁଟିଥିଲା ବନ ସରୋବରେ,ରଥାଙ୍ଗମିଥୁନ ରମୁଥିଲେ ତା ତଟରେ ।କଳସ୍ୱନେ ଗିରିନଦୀ ଯାଉଥିଲା ବହି,ଲତାପୁଷ୍ପେ କମ୍ପୁଥିଲେ କ୍ଷଣେ ରହି ରହି ।ହଳଦିବସନ୍ତ−ଶୁକ−ଶାରିକା−ଭରତ-ସ୍ୱନେ ବନପ୍ରାଣ ହେଉଥିଲାକ ଉଷତ ।ଏସନ ପ୍ରକୃତି−ଛବି ଦେଖି କିପାଁ ମନଅତୀତସ୍ମୃତିରେ ଆହା ହୋଇଲା ବିଷର୍ଣ୍ଣ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ