ଉତ୍କଳ ମା’ର ସନ୍ତାନ ଆମେ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୯
- ସ୍ଥିତି
- ସାର୍ବଜନୀନ (Public domain)
ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ଦଧୀଚିଦଳ,ଆମରି ବୁକୁରେ ଦୁର୍ଗମ ଗିରି, ସାଗର, ସରିତ କରିବେ ଖେଳ ।ଏ କୋଟି କପାଳେ ଆଷାଢ଼-ଅଶନି ବିଦ୍ୟୁତମାଳା ଉଠିବେ ନାଚି,ଘେନିବେ ଏ ମନେ ନବ ଅବତାର ପ୍ରତାପ, ଶିବାଜୀ, ସବ୍ୟସାଚୀ ।ଉତ୍କଳ ମା’ର ସନ୍ତାନ ଆମେ, ଆମେ ରେ ତରୁଣ ସାଧକଦଳ,ମୁକ୍ତ-ସମୀର, ଗଗନଖଣ୍ଡ ଆମରି ଜୀବନ ବିହାର ଥଳ ।ଏ ଜାତି କପାଳେ ବିଜୟ-ତିଳକ ତରୁଣ ଏ କରେ ଦେବୁ ରେ ଲେଖିବରଣ କରିଛୁଁ ମରଣ-ମନ୍ତ୍ର ସତ୍ୟ-ସାଧନ ଜୀବନେ ଶିଖି ।ଉତ୍କଳ ମା’ର ସନ୍ତାନ ଆମେ, ରକ୍ତଚରଣେ ଯିବୁ ରେ ଚାଲି,ଯେତେ ଅନାଚାରୀ, ଅତ୍ୟାଚାରୀର ଦୃପ୍ତ-ବକ୍ଷେ ଆଘାତ କରି ।ଅତୀତ ଜୀବନ ଶିଥିଳ ସ୍ୱପ୍ନ ଭାଜିବ ଚମକେ ନବୀନ ଆଶେ,ଆମର ଚରଣ-ଚିହ୍ନେ ଫୁଟିବ ସୁର-ପାରିଜାତ ପୁଣ୍ୟ ହାସେ ।ପଶ୍ଚାତେ ଆମ’ ପଡ଼ିବ ତାପିତ-ଶଙ୍କିତ-ହୀନ-ପତିତ ପ୍ରାଣ–ମରଣ ଆଗୁଁ ଯେ ବରଇ ମରଣ, ପ୍ରାଣଲୋଭୀ-ନର ଲଜ୍ଜାହୀନ ।ହାୟ ରେ ଜୀବନ, ହୀନ ଦୁର୍ବଳ ଉତ୍କଳ ମା’ର ବକ୍ଷ ଜଡ଼ି,ଗୌରବ ତାର କଲେ ଅବନତ, ହାୟ ରେ ! ମାନବ-ଆତ୍ମା ଧରି ।ଆଜି ଏ ତରୁଣ ଦଧୀଚି-ସଂଘ ଲଂଘିବୁ ଗିରି ସାଗର ପଥ,ନାଚିବୁ, ଖେଳିବୁ, ଗଢ଼ିବୁ ନୂତନ ତୋଳିବୁ କୀର୍ତ୍ତିସ୍ତମ୍ଭ ଶତ ।ତରୁଣ ବୁଝିଛୁ ଶକ୍ତି ଆମର, ମରଣ ଆଜିଟି ଶଙ୍କିତରେ,ଉତ୍କଳ ମା’ର ସନ୍ତାନ ଆମେ, ଜାଳିଛୁ ଅଗ୍ନି ବକ୍ଷ ତଳେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର