ହଳିଆ
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୧
- ସ୍ଥିତି
- ସାର୍ବଜନୀନ (Public domain)
ରଘୁ ରଥ ଘର ହଳିଆ, ତା ନାମହରିଆ ନାମରେ ଡାକୁକିଏ ବା କାହିଁକି ମନ ବଳାଇବତା ଚରିତ ଶୁଣିମାକୁ ?କେବେ ତା ଜନମ, କାହିଁ ଘର ଧାମକିଛି ନାହିଁ ତାର ଲେଖା,ଲୋକରେ କହନ୍ତି ରଘୁନାଥପୁରେଥିଲା ସେ ଏକଇ ବୋକା ।ଓଲା ସେ ହରିଆ, ଅତି ବେରସିଆମୁଣ୍ଡରେ ନ ଥାଏ ସର,ଭୂତ ବୋଲି ତାର ପଛରେ ଡାକିଲେଚାହିଁ ଦିଏ ବଲବଲ ।ଯେ ଯାହା ବତାଏ କାମ କରୁଥାଏ,ନ ମାନେ ବରଷା ଖରା,ଆପଦେ ଡାକିଲେ ଆଗରେ ଚାଲେ ସେ,ତଥାପି ହରିଆ ଓଲା !ଅଣାଏ ପଇସା ଗଣିପାରେ ନାଇଁଜାଣିପାରେ ନାଇଁ ବେଳ,ମାଟି ତାଡ଼ୁଥାଏ ଗଭୀର ବିଲରେରକତକୁ କରି ଝାଳ ।କଟୀରେ ମେଖଳା ଚିରା କନା ତାର,ଏକଇ ବସନ ଚିରା,ଦୁର୍ନାମ ତାର ରଘୁନାଥପୁରେ-ହରିଆଟା ଖାଲି ଓଲା ।ହରିଆର ଘର ରଘୁନାଥପୁରନବରଙ୍ଗପୁର ତଳେ,ନବରଙ୍ଗପୁର ଦେଖି ନାଇଁ କେବେଦିନେ ସେ ନୟନ ଡୋଳେ ।ମୁଠାଏ ଭାତରେ ପେଟ ପୂରେ ତାରକରେ ଦିନ ରାତି କାମ,ଦିଅଁ ଦେଉଳର ଧାର ସେ ଧାରେନି,ନାହିଁ ଭୋଜିଭାତେ ମନ ।ଶୁଣି ନାଇଁ ଦିନେ ମଧୁର ବଚନ,ଗାଇ ନାଇଁ ପଦେ ଗୀତ,ରଘୁ ରଥ ଘର ହଳିଆ ହରିଆନବରଙ୍ଗପୁରେ ଖ୍ୟାତ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର