ଚିଲିକା-ବିହାର
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୦୧
- ସ୍ଥିତି
- ସାର୍ବଜନୀନ (Public domain)
ରହ, ରହ, ରହ ରହ ହେ ନିମିଷେସୁନୀଳ ଭାଲେରୀ ଶିଖରେ ରବି,ତୁମ ହେମ କର ପରଶି ଚିଲିକାବହିବ ବୁକୁରେ ବିମଳ ଛବି ।ଏ ଯେ ଗୋଟି ଗୋଟି ଲହରୀ କପାଳେକୋଟି ବେଶେ ତୁମେ ରଚିବ ଖେଳ,ନ ଦିଶୁ ଗଗନେ ତାରକା ମାଳିକାନ ମିଶୁ ଅନ୍ଧାରେ ବଣ ଶଇଳ ।ଘଣ୍ଟଶିଳା ଶିଳା ଅଳକେ ଅନାଇଁପରଶ ଶାଳିଆ ପୁଳିନେ ଧୀରେ,ତା ତୀରବିହାରୀ– ଚୂତବନଚାରୀଶିଶୁଏ ଖେଳିବେ ଏ ସ୍ୱର୍ଣ୍ଣ ନୀରେ ।ଦେଖ ରବି ଦୂରେ ଏବେ ଏ ନଉକାଘେନି ଶିଶୁ ଜନ କରଇ ଖେଳ,ସେ ପାଖେ ଦିଶଇ ପାରିକୁଦ ଛାଇକାଳିଜାୟୀ ଶିରେ ଶ୍ୱେତ ଶଇଳ ।ଗିରି ପରେ ଗିରି ବିଲପଦା ଶିରୀ–ସମ୍ପଦ ଶୋଭଇ ପୁଳିନଦେଶେ,ପାରିବ କି ଜାଣି- ଶିଶୁ-କଣ୍ଠ ବାଣୀକି ଲାଗି ଚିଲିକା ଲହରେ ମିଶେ ?କି ଲାଗି ଏ ଶିଶୁ ବଦନ କୁସୁମପୁଲକେ ଅଧିକେ ଦେଖି ଏ ଶୋହା,ମରତ ଭୂଇଁ ଏ ପାଲଟେ ସରଗଅମର ଶିଶୁ କି ବାହାନ୍ତି ନାଆ ?ଯିବ ରବି ତୁମେ ବୁଡ଼ାଇ ଅନ୍ଧାରେଛବିଳ ଧରଣୀ, ଶଇଳ ପାରେ,ଅନ୍ଧାରେ ଲହରୀ ହେବ କଳ କଳଶିଶୁଏ ଅନ୍ଧାରେ ଦେଖିବେ ବାରେ ।ବାହିବେ ଅନ୍ଧାରେ ଏ ନାଆ ରବି ହେଦୂରେ କାଳିଜାୟୀ ଭେଟିବେ ପରା,ଜୀବନେ ବିପଦ ଅନ୍ଧାର ଘୋଟିଲେବହେ ବୀର ବୁକେ ସାହସ ତ୍ୱରା !କାଲି ପୁଣି ରବି ଉଇଁବ କନକେଉଠିବ ଚିଲିକା ଦି’ଗୁଣେ ଫୁଲି,କାଲି ପୁଣି ହେବ କନକ ଉତ୍ସବ–ଗାଇବେ ଶିଶୁଏ ଏ କୋଳେ ବୁଲି ।ଆଲୋକ ଅନ୍ଧାର ଜୀବନ ଖେଳ ଏରଚ ହେ ଚିଲିକା ସଂସାରେ ନିତି,ଦାଖୁଥନ୍ତୁ ଶିଶୁ- ଖେଳ ଏହି ଭଳିତୀର ତରୁ ଶିଳା ଦିବସ ରାତି ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର